< ଏଜ୍ରା 8 >

1 ଅର୍ତ୍ତକ୍ଷସ୍ତ ରାଜାର ଅଧିକାର ସମୟରେ ଆପଣା ଆପଣା ପିତୃବଂଶର ଯେଉଁ ପ୍ରଧାନବର୍ଗ ଆମ୍ଭ ସଙ୍ଗେ ବାବିଲରୁ ଯାତ୍ରା କଲେ, ସେମାନଙ୍କର ବଂଶାବଳୀ ଏହି, ଯଥା,
Now, these, are their ancestral heads, and their genealogical register, —even of those who came up with me, in the reign of Artaxerxes the king, out of Babylon: —
2 ପୀନହସ୍‍ର ସନ୍ତାନଗଣ ମଧ୍ୟରୁ ଗେର୍ଶୋମ; ଈଥାମରର ସନ୍ତାନଗଣ ମଧ୍ୟରୁ ଦାନିୟେଲ; ଦାଉଦଙ୍କର ସନ୍ତାନଗଣ ମଧ୍ୟରୁ ହଟୂଶ୍‍।
Of the sons of Phinehas, Gershom, of the sons of Ithamar, Daniel, —of the sons of David, Hattush;
3 ଶଖନୀୟର ସନ୍ତାନଗଣ ମଧ୍ୟରୁ; ପରିୟୋଶର ସନ୍ତାନଗଣ ମଧ୍ୟରୁ ଜିଖରୀୟ ଓ ପୁରୁଷମାନଙ୍କ ବଂଶାବଳୀ କ୍ରମେ ତାହା ସଙ୍ଗେ ଗଣିତ ଏକ ଶହ ପଚାଶ ଜଣ।
Of the sons of Shecaniah, of the sons of Parosh, Zechariah, —and, with him—by genealogical registry of males, a hundred and fifty:
4 ପହତ୍‍-ମୋୟାବର ସନ୍ତାନଗଣ ମଧ୍ୟରୁ ସରହୀୟର ପୁତ୍ର ଇଲୀହୋଐନୟ ଓ ତାହା ସଙ୍ଗେ ଦୁଇ ଶହ ପୁରୁଷ।
Of the sons of Pahath-moab, Eliehoenai, son of Zerahiah, —and, with him, two hundred males;
5 ଶଖନୀୟର ସନ୍ତାନଗଣ ମଧ୍ୟରୁ ଯହସୀୟେଲର ପୁତ୍ର; ତାହା ସଙ୍ଗେ ତିନି ଶହ ପୁରୁଷ।
Of the sons of Zattu, Shecaniah, the son of Jehaziel, —and, with him, three hundred males;
6 ଆଉ, ଆଦୀନର ସନ୍ତାନଗଣ ମଧ୍ୟରୁ ଯୋନାଥନର ପୁତ୍ର ଏବଦ୍‍ ଓ ତାହା ସଙ୍ଗେ ପଚାଶ ପୁରୁଷ।
And, of the sons of Adin, Ebed, son of Jonathan, —and, with him, fifty males;
7 ପୁଣି, ଏଲମ୍‍ର ସନ୍ତାନଗଣ ମଧ୍ୟରୁ ଅଥଲୀୟର ପୁତ୍ର ଯିଶାୟାହ ଓ ତାହା ସଙ୍ଗେ ସତୁରି ପୁରୁଷ।
And, of the sons of Elam, Jeshaiah, son of Athaliah, —and, with him, seventy males;
8 ଆଉ, ଶଫଟୀୟର ସନ୍ତାନଗଣ ମଧ୍ୟରୁ ମୀଖାୟେଲର ପୁତ୍ର ସବଦୀୟ ଓ ତାହା ସଙ୍ଗେ ଅଶୀ ପୁରୁଷ।
And, of the sons of Shephatiah, Zebadiah, son of Michael, —and, with him, eighty males;
9 ଯୋୟାବର ସନ୍ତାନଗଣ ମଧ୍ୟରୁ ଯିହୀୟେଲର ପୁତ୍ର ଓବଦୀୟ ଓ ତାହା ସଙ୍ଗେ ଦୁଇ ଶହ ଅଠର ପୁରୁଷ।
Of the sons of Joab, Obadiah, son of Jehiel, and, with him, two hundred and eighteen males;
10 ଆଉ, ଶଲୋମୀତ୍‍ର ସନ୍ତାନଗଣ ମଧ୍ୟରୁ ଯୋଷିଫୀୟର ପୁତ୍ର ଓ ତାହା ସଙ୍ଗେ ଏକ ଶହ ଷାଠିଏ ପୁରୁଷ।
And, of the sons of Bani, Shelomith, son of Josiphiah, —and, with him, a hundred and sixty males;
11 ପୁଣି, ବେବୟର ସନ୍ତାନଗଣ ମଧ୍ୟରୁ ବେବୟର ପୁତ୍ର ଜିଖରୀୟ ଓ ତାଙ୍କ ସଙ୍ଗେ ଅଠାଇଶ ପୁରୁଷ।
And, of the sons of Bebai, Zechariah, son of Bebai, and, with him, twenty-eight males;
12 ଅସ୍ଗଦର ସନ୍ତାନଗଣ ମଧ୍ୟରୁ ହକାଟନର ପୁତ୍ର ଯୋହାନନ୍‍ ଓ ତାହା ସଙ୍ଗେ ଏକ ଶହ ଦଶ ପୁରୁଷ।
And, of the sons of Azgad, Johanan, son of Hakkatan, —and, with him, a hundred and ten males;
13 ଆଉ, ଅଦୋନୀକାମର ସନ୍ତାନଗଣ ମଧ୍ୟରୁ କନିଷ୍ଠମାନେ ଓ ସେମାନଙ୍କ ନାମ ଏହି, ଇଲୀଫେଲଟ୍‍, ଯିୟୀୟେଲ୍‍ ଓ ଶମୟୀୟ; ସେମାନଙ୍କ ସଙ୍ଗେ ଷାଠିଏ ପୁରୁଷ।
And, of the later sons of Adonikam, these being their names, Eliphelet, Jeuel, and Shemaiah, —and, with them, sixty males;
14 ଆଉ, ବିଗ୍‍ବୟର ସନ୍ତାନଗଣ ମଧ୍ୟରୁ ଊଥୟ ଓ ସକ୍କୁର ଓ ସେମାନଙ୍କ ସଙ୍ଗେ ସତୁରି ପୁରୁଷ।
And, of the sons of Bigvai, Uthai and Zabbud, —and, with him, seventy males.
15 ପୁଣି, ମୁଁ ଏମାନଙ୍କୁ ଅହବାଗାମିନୀ ନଦୀ ନିକଟରେ ଏକତ୍ର କଲି; ଆଉ, ସେଠାରେ ଆମ୍ଭେମାନେ ଛାଉଣି କରି ତିନି ଦିନ ରହିଲୁ; ଏଥିରେ ମୁଁ ଲୋକମାନଙ୍କୁ ଓ ଯାଜକମାନଙ୍କୁ ନିରୀକ୍ଷଣ କରି ଲେବୀର ସନ୍ତାନଗଣ ମଧ୍ୟରୁ କାହାକୁ ପାଇଲି ନାହିଁ।
And I gathered them together, unto the river that cometh into Ahava, and we encamped there three days, —and I informed myself among the people and the priests, and, of the sons of Levi, found I none there.
16 ତେବେ ମୁଁ ଇଲୀୟେଜର, ଅରୀୟେଲ, ଶମୟୀୟ, ଇଲ୍‍ନାଥନ୍‍, ଯାରିବ, ଇଲ୍‍ନାଥନ୍‍, ନାଥନ, ଜିଖରୀୟ ଓ ମଶୁଲ୍ଲମ୍‍, ଏହି ପ୍ରଧାନ ଲୋକମାନଙ୍କୁ; ମଧ୍ୟ ଯୋୟାରୀବ୍‍ ଓ ଇଲ୍‍ନାଥନ୍‍ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି।
So I sent for Eliezer, for Ariel, for Shemaiah, and for Elnathan, and for Jarib, and for Elnathan, and for Nathan, and for Zechariah, and for Meshullam, chief men, —also for Joiarib and for Elnathan, teachers.
17 ଏଥିଉତ୍ତାରେ ମୁଁ ସେମାନଙ୍କୁ କାସିଫିଆ ନାମକ ସ୍ଥାନର ପ୍ରଧାନ ଲୋକ ଇଦ୍ଦୋ ନିକଟକୁ ପଠାଇଲି; ପୁଣି, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଚାରକମାନଙ୍କୁ ଆଣ ବୋଲି କାସିଫିଆ ସ୍ଥାନସ୍ଥ ଇଦ୍ଦୋକୁ ଓ ତାହାର ଭ୍ରାତୃଗଣ ନଥୀନୀୟମାନଙ୍କୁ କହିବା ପାଇଁ ମୁଁ ସେମାନଙ୍କୁ ଆଦେଶ କଲି।
And I sent them forth unto Iddo the chief, at the place Casiphia, —and I put into their mouth words, to speak unto Iddo and his brethren the Nethinim, at the place Casiphia, to bring unto us attendants for the house of our God.
18 ତହୁଁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେମାନେ ଇସ୍ରାଏଲର ପୌତ୍ର, ଲେବୀର ପୁତ୍ର ମହଲିର ସନ୍ତାନଗଣ ମଧ୍ୟରୁ ଏକ ଜଣ ପ୍ରବୀଣ ଲୋକକୁ; ପୁଣି, ଶେରେବୀୟ ଓ ତାହାର ପୁତ୍ର ଓ ଭ୍ରାତୃଗଣ ସମେତ ଅଠର ଜଣକୁ;
So they brought unto us, according to the good hand of our God upon us, a man of discretion, of the sons of Mahli, son of Levi, son of Israel, —and Sherebiah, and his sons and his brethren, eighteen;
19 ଆଉ, ହଶବୀୟ ଓ ତାହା ସଙ୍ଗେ ମରାରି-ସନ୍ତାନଗଣ ମଧ୍ୟରୁ ଯିଶାୟାହ, ତାହାର ଭ୍ରାତୃଗଣ ଓ ସେମାନଙ୍କ ପୁତ୍ରଗଣ ସମେତ କୋଡ଼ିଏ ଜଣକୁ;
and Hashabiah, and, with him, Jeshaiah, of the sons of Merari, —his brethren and their sons, twenty;
20 ଆଉ, ଦାଉଦ ଓ ଅଧିପତିମାନେ ଯେଉଁ ନଥୀନୀୟମାନଙ୍କୁ ଲେବୀୟମାନଙ୍କ ସେବାକାର୍ଯ୍ୟ ନିମନ୍ତେ ଦେଇଥିଲେ, ସେମାନଙ୍କ ମଧ୍ୟରୁ ଦୁଇ ଶହ କୋଡ଼ିଏ ଜଣ ନଥୀନୀୟ ଲୋକ ଆଣିଲେ; ଏସମସ୍ତଙ୍କ ନାମ ଲିଖିତ ହେଲା।
and, of the Nethinim whom David and the rulers had given for the service of the Levites, Nethinim, two hundred and twenty, —all of them, expressed by name.
21 ଏଥିଉତ୍ତାରେ ଆମ୍ଭମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ବାଳକ ବାଳିକା ଓ ସକଳ ସମ୍ପତ୍ତି ନିମନ୍ତେ ଏକ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ଆପଣାମାନଙ୍କୁ ନମ୍ର କରିବା ପାଇଁ ଆମ୍ଭେ ଅହବା ନଦୀ ନିକଟରେ ଉପବାସର ଘୋଷଣା କଲୁ।
Then proclaimed I there a fast, by the river Ahava, that we might humble ourselves before our God, —to seek of him a smooth way, for us and for our little ones, and for all our substance.
22 କାରଣ ପଥ ମଧ୍ୟରେ ଶତ୍ରୁ ବିରୁଦ୍ଧରେ ଆମ୍ଭମାନଙ୍କର ସାହାଯ୍ୟ କରଣାର୍ଥେ ରାଜାଙ୍କୁ ଏକ ଦଳ ସୈନ୍ୟ ଓ ଅଶ୍ୱାରୂଢ଼ ମାଗିବାକୁ ଆମ୍ଭର ଲଜ୍ଜାବୋଧ ହେଲା; “ଯେହେତୁ ଯେଉଁମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରନ୍ତି, ସେସମସ୍ତଙ୍କର ମଙ୍ଗଳ ନିମନ୍ତେ ସେମାନଙ୍କ ପ୍ରତି ତାହାଙ୍କ ହସ୍ତର ସହାୟତା ଅଛି; ମାତ୍ର ଯେଉଁମାନେ ତାହାଙ୍କୁ ପରିତ୍ୟାଗ କରନ୍ତି, ସେସମସ୍ତଙ୍କ ପ୍ରତିକୂଳରେ ତାହାଙ୍କର ପରାକ୍ରମ ଓ କୋପ ଅଛି।” ଏହି କଥା ଆମ୍ଭେମାନେ ରାଜାଙ୍କୁ କହିଥିଲୁ।
For I was ashamed to ask of the king, a band of soldiers and horsemen, to help us against the enemy in the way, because we had spoken unto the king, saying, The hand of our God, is upon all who seek him, for good, But, his power and his anger, are against all who forsake him.
23 ଏହେତୁ ଆମ୍ଭେମାନେ ଉପବାସ କଲୁ ଓ ତହିଁ ନିମନ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ବିନତି କଲୁ; ତହିଁରେ ସେ ଆମ୍ଭମାନଙ୍କ ପ୍ରତି ପ୍ରସନ୍ନ ହେଲେ।
So we fasted and sought of our God, concerning this, —and he suffered himself to be entreated by us.
24 ତହୁଁ ମୁଁ ଯାଜକମାନଙ୍କ ମଧ୍ୟରୁ ବାର ଜଣ ପ୍ରଧାନ ଲୋକଙ୍କୁ, ଅର୍ଥାତ୍‍, ଶେରେବୀୟ, ହଶବୀୟ ଓ ସେମାନଙ୍କ ସହିତ ସେମାନଙ୍କର ଦଶ ଜଣ ଭ୍ରାତାଙ୍କୁ ପୃଥକ କଲି;
Then I separated, from among the rulers of the priests, twelve, —even Sherebiah, Hashabiah, and, with them, from among their brethren, ten;
25 ଆଉ, ରାଜା ଓ ତାହାର ମନ୍ତ୍ରୀଗଣ ଓ ତାହାର ଅଧିପତିମାନେ ଓ ଉପସ୍ଥିତ ଇସ୍ରାଏଲ ଲୋକ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ନିମନ୍ତେ ଯେଉଁ ରୂପା ଓ ସୁନା ଓ ପାତ୍ରସକଳ ଉପହାର ରୂପେ ପ୍ରଦାନ କରିଥିଲେ, ତାହା ସେମାନଙ୍କୁ ତୌଲି ଦେଲି;
and weighed unto them, the silver and the gold, and the utensils, —the heave-offering for the house of our God, which the king and his counselors and his rulers and all Israel who were present, had offered:
26 ମୁଁ ସେମାନଙ୍କ ହସ୍ତରେ ଛଅ ଶହ ପଚାଶ ତାଳନ୍ତ ରୂପା ଓ ଶହେ ତାଳନ୍ତ ରୌପ୍ୟମୟ ପାତ୍ର; ଶହେ ତାଳନ୍ତ ସୁନା;
I even weighed unto their hand, of silver, six hundred and fifty talents, and, of utensils of silver, a hundred talents, —of gold, a hundred talents;
27 ଏକ ହଜାର ଡ୍ରାକ୍‌ମା (ଗ୍ରୀସ୍‌ଦେଶୀୟ ମୁଦ୍ରା) ମୂଲ୍ୟର କୋଡ଼ିଏ ସ୍ୱର୍ଣ୍ଣମୟ ପାତ୍ର, ପୁଣି ସ୍ୱର୍ଣ୍ଣ ତୁଲ୍ୟ ବହୁମୂଲ୍ୟ, ଉତ୍ତମ ଉଜ୍ଜ୍ୱଳ ପିତ୍ତଳର ଦୁଇ ପାତ୍ର ତୌଲି ଦେଲି।
and, bowls of gold, twenty, of a thousand drams, —and, utensils of fine bright bronze, two, precious as gold.
28 ପୁଣି, ମୁଁ ସେମାନଙ୍କୁ କହିଲି, “ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟ ଓ ପାତ୍ରସକଳ ମଧ୍ୟ ପବିତ୍ର ଅଟେ; ଆଉ, ଏହି ରୂପା ଓ ସୁନା ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ଉପହାର ଅଟେ।
Then said I unto them, Ye, are hallowed unto Yahweh, and, the utensils, are hallowed, —and, the silver and the gold, are a freewill offering, unto Yahweh, God of your fathers:
29 ସଦାପ୍ରଭୁଙ୍କ ଯିରୂଶାଲମସ୍ଥ ଗୃହର କୋଠରିରେ ପ୍ରଧାନ ଯାଜକବର୍ଗର ଓ ଲେବୀୟମାନଙ୍କର ଓ ଇସ୍ରାଏଲୀୟ ପିତୃ ବଂଶାଧିପତିମାନଙ୍କ ସାକ୍ଷାତରେ ଏହାସବୁ ତୌଲି ନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ସତର୍କ ହୁଅ ଓ ଏହାସବୁ ରକ୍ଷା କର।”
Watch and guard, until ye weigh [them] before the rulers of the priests and the Levites and the ancestral rulers of Israel, in Jerusalem, —in the chambers of the house of Yahweh.
30 ତହିଁରେ ଯାଜକମାନେ ଓ ଲେବୀୟମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଗୃହକୁ ଆଣିବା ପାଇଁ ସେହି ତୌଲା ରୂପା ଓ ସୁନା ଓ ପାତ୍ରସକଳ ଗ୍ରହଣ କଲେ।
So the priests and the Levites accepted the weight of the silver and the gold, and the utensils, —to bring to Jerusalem, unto the house of our God.
31 ଏଥିଉତ୍ତାରେ ଆମ୍ଭେମାନେ ଯିରୂଶାଲମକୁ ଯାତ୍ରା କରିବା ନିମନ୍ତେ ପ୍ରଥମ ମାସର ଦ୍ୱାଦଶ ଦିନ ଅହବା ନଦୀ ନିକଟରୁ ପ୍ରସ୍ଥାନ କଲୁ; ଆମ୍ଭମାନଙ୍କ ପରମେଶ୍ୱରଙ୍କ ହସ୍ତ ଆମ୍ଭମାନଙ୍କର ସହାୟ ହେଲା, ଆଉ ପଥ ମଧ୍ୟରେ ସେ ଶତ୍ରୁ ଓ ଛକି ବସିବା ଲୋକ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କଲେ।
Then brake we up from the river of Ahava, on the twelfth of the first month, to journey unto Jerusalem, —and, the hand of our God, was upon us, and he delivered us from the grasp of the enemy and of the lier in wait, by the way.
32 ତହିଁରେ ଆମ୍ଭେମାନେ ଯିରୂଶାଲମରେ ଉପସ୍ଥିତ ହୋଇ ସେଠାରେ ତିନି ଦିନ ବିଶ୍ରାମ କଲୁ।
So we came to Jerusalem, —and we rested there, three days.
33 ତହୁଁ ଚତୁର୍ଥ ଦିନ ସେହି ରୂପା ଓ ସୁନା ଓ ପାତ୍ରସକଳ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରେ ତୌଲା ଯାଇ ଊରୀୟ ଯାଜକର ପୁତ୍ର ମରେମୋତ୍‍ ହସ୍ତରେ ଦିଆଗଲା; ତାହା ସଙ୍ଗେ ପୀନହସ୍‍ର ପୁତ୍ର ଇଲୀୟାସର ଥିଲା; ଆଉ, ସେମାନଙ୍କ ସଙ୍ଗେ ଯେଶୂୟର ପୁତ୍ର ଯୋଷାବଦ୍‍ ଓ ବିନ୍ନୁୟିର ପୁତ୍ର ନୋୟଦୀୟ, ଏହି ଲେବୀୟମାନେ ଥିଲେ;
And, on the fourth day, was weighed—the silver and the gold and the utensils, in the house of our God, unto the hand of Meremoth son of Uriah, the priest, and, with him, was Eleazar son of Phinehas, —and, with them, were Jozabad son of Jeshua and Noadiah son of Binnui, Levites:
34 ସମଗ୍ର ଦ୍ରବ୍ୟ ଗଣିତ ଓ ପରିମିତ ହୋଇ ଦିଆଗଲା ଓ ସେହି ସମୟରେ ସେହିସବୁର ଓଜନ ଲେଖାଗଲା।
by the number and by the weight of the whole, —and all the weight, was written down, at that time.
35 ନିର୍ବାସନରୁ ଆଗତ ବନ୍ଦୀତ୍ୱର ସନ୍ତାନଗଣ ସମଗ୍ର ଇସ୍ରାଏଲ ନିମନ୍ତେ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ ବାର ବୃଷ, ଛୟାନବେ ମେଷ, ସତସ୍ତରି ମେଷଶାବକ, ପାପାର୍ଥକ ବଳି ନିମନ୍ତେ ବାର ଛାଗ ଉତ୍ସର୍ଗ କଲେ; ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥକ ବଳି ଥିଲା।
They who came in out of the captivity, Sons of the Exile, offered as ascending-sacrifices unto the God of Israel—bullocks twelve for all Israel, rams ninety-six, young sheep seventy-seven, he-goats for bearing sin, twelve, —the whole, as an ascending-sacrifice unto Yahweh.
36 ଏଥିଉତ୍ତାରେ ସେମାନେ ନଦୀ ସେପାରିସ୍ଥ ରାଜପ୍ରତିନିଧିମାନଙ୍କୁ ଓ ଦେଶାଧ୍ୟକ୍ଷମାନଙ୍କୁ ରାଜାଜ୍ଞା ପତ୍ର ସମର୍ପଣ କଲେ; ତହିଁରେ ସେମାନେ ଲୋକମାନଙ୍କର ଓ ପରମେଶ୍ୱରଙ୍କ ଗୃହକାର୍ଯ୍ୟର ସାହାଯ୍ୟ କଲେ।
Then delivered they the decrees of the king, unto the satraps of the king, and the pashas Beyond the River, —and they upheld the people and the house of God.

< ଏଜ୍ରା 8 >