< ଏଜ୍ରା 7 >
1 ଏହିସବୁ ଘଟଣା ଉତ୍ତାରେ ପାରସ୍ୟ ରାଜା ଅର୍ତ୍ତକ୍ଷସ୍ତର ଅଧିକାର ସମୟରେ ସରାୟର ପୁତ୍ର ଏଜ୍ରା ବାବିଲରୁ ଯାତ୍ରା କଲା; ଉକ୍ତ ସରାୟ ଅସରୀୟର ସନ୍ତାନ, ଅସରୀୟ ହିଲ୍କୀୟର ସନ୍ତାନ,
Sasa baada ya hili, kipindi cha kutawala Artashasta mfalme wa Uajemi, Ezra akaja kutoka Babeli. Watangulizi wa Ezra walikuwa: Seraya, Azaria, Hilkia,
2 ହିଲ୍କୀୟ ଶଲ୍ଲୁମ୍ର ସନ୍ତାନ, ଶଲ୍ଲୁମ୍ ସାଦୋକର ସନ୍ତାନ, ସାଦୋକ ଅହୀଟୂବ୍ର ସନ୍ତାନ,
Shalumu, Sadoki, Ahitubu,
3 ଅହୀଟୂବ୍ ଅମରୀୟର ସନ୍ତାନ, ଅମରୀୟ ଅସରୀୟର ସନ୍ତାନ, ଅସରୀୟ ମରାୟୋତ୍ର ସନ୍ତାନ,
Amaria, Azaria, Merayothi,
4 ମରାୟୋତ୍ ସରହୀୟର ସନ୍ତାନ, ସରହୀୟ ଉଷିର ସନ୍ତାନ, ଉଷି ବୁକ୍କିର ସନ୍ତାନ,
Zerahia, Uzi, Buki,
5 ବୁକ୍କି ଅବୀଶୂୟର ସନ୍ତାନ, ଅବୀଶୂୟ ପୀନହସ୍ର ସନ୍ତାନ, ପୀନହସ୍ ଇଲୀୟାସରର ସନ୍ତାନ, ଇଲିୟାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର।
Abishaua, Fineasi, Eliazari ambaye ni mtoto wa Haruni kuhani mkuu.
6 ଏହି ଏଜ୍ରା ବାବିଲରୁ ପ୍ରସ୍ଥାନ କଲେ; ସେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ପ୍ରଦତ୍ତ ମୋଶାଙ୍କ ବ୍ୟବସ୍ଥାରେ ନିପୁଣ ଅଧ୍ୟାପକ ଥିଲେ; ପୁଣି, ତାଙ୍କ ପ୍ରତି ତାଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ହସ୍ତର ସହାୟତା ପ୍ରମାଣେ ରାଜା ତାହାର ସମସ୍ତ ପ୍ରାର୍ଥିତ ବିଷୟ ତାହାଙ୍କୁ ପ୍ରଦାନ କଲେ।
Ezra akaja kutoka Babeli na alikuwa mtalaam mwandishi wa sheria ya Musa, ambayo Yahwe, Mungu wa Israel aliwapa. Mfalme akampatia kila kitu alichooomba kwa kuwa mkono wa Yahwe ulikuwa pamoja naye.
7 ଆଉ, ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷରେ ଇସ୍ରାଏଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲେବୀୟମାନଙ୍କର କେତେକ ଲୋକ, ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥୀନୀୟମାନେ ଯିରୂଶାଲମକୁ ଗଲେ।
Baadhi ya wazao wa Israel, na makuhani, walawi, waimbaji, walinzi, na wale waliochaguliwa kuhudumu katika Hekalu pia wakaenda Yerusalem katika mwaka wa saba wa mfalme Artashasta.
8 ଆଉ, ଏଜ୍ରା ପଞ୍ଚମ ମାସରେ, ଅର୍ଥାତ୍, ରାଜାର ସେହି ସପ୍ତମ ବର୍ଷରେ ଯିରୂଶାଲମରେ ଉପସ୍ଥିତ ହେଲେ।
Naye akafika Yerusalem mwezi wa tano kama mwaka huo.
9 କାରଣ, ସେ ପ୍ରଥମ ମାସର ପ୍ରଥମ ଦିନ ବାବିଲରୁ ଯାତ୍ରା ଆରମ୍ଭ କଲେ, ପୁଣି ତାଙ୍କ ପ୍ରତି ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେ ପଞ୍ଚମ ମାସର ପ୍ରଥମ ଦିନରେ ଯିରୂଶାଲମରେ ଉପସ୍ଥିତ ହେଲେ।
Naye akaondoka Babeli siku ya kwanza ya mwezi wa kwanza. Ilikuwa siku ya kwanza ya mwezi wa tano ambapo alifika Yerusalem, kwa kuwa mkono mzuri wa Mungu ulikuwa pamoja naye.
10 ଯେଣୁ ଏଜ୍ରା ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସନ୍ଧାନ ଓ ପାଳନ କରିବାକୁ, ପୁଣି ଇସ୍ରାଏଲ ମଧ୍ୟରେ ବିଧି ଓ ଶାସନ ଶିକ୍ଷା ଦେବାକୁ ଆପଣା ମନ ନିବେଶ କରିଥିଲେ।
Ezra alikuwa ametoa moyo wake kusoma, kutenda, na kufundisha maagizo na sheria za Yahwe.
11 ଅର୍ତ୍ତକ୍ଷସ୍ତ ରାଜା ଅଧ୍ୟାପକ ଏଜ୍ରା ଯାଜକକୁ, ଅର୍ଥାତ୍, ସଦାପ୍ରଭୁଙ୍କ ଆଜ୍ଞାବାକ୍ୟର ଓ ଇସ୍ରାଏଲ ପ୍ରତି ତାହାଙ୍କ ବିଧିର ଅଧ୍ୟାପକକୁ ଯେଉଁ ପତ୍ର ଦେଇଥିଲା, ତହିଁର ପ୍ରତିଲିପି ଏହି, ଯଥା,
Hii ndio amri ambayo mfalme Artashasta alimpa Ezra kuhani na mwandishi wa sheria za Yahwe na maagizo kwa Israeli.
12 “ରାଜାଧିରାଜ ଅର୍ତ୍ତକ୍ଷସ୍ତ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ବ୍ୟବସ୍ଥାଧ୍ୟାପକ, ସିଦ୍ଧ, ଇତ୍ୟାଦି ଏଜ୍ରା ଯାଜକ ପ୍ରତି,
Mfalme wa wafalme Artashasta, kwa kuhani Ezra, mwandishi wa sheria za Mungu wa mbinguni.
13 ମୁଁ ଆଜ୍ଞା କରୁଅଛି ଯେ, ମୋʼ ରାଜ୍ୟସ୍ଥିତ ଇସ୍ରାଏଲ ମଧ୍ୟରୁ ଯେତେ ଲୋକ, ପୁଣି ସେମାନଙ୍କର ଯାଜକ ଓ ଲେବୀୟମାନେ ଯିରୂଶାଲମକୁ ସ୍ୱେଚ୍ଛାରେ ଯିବାକୁ ମନ କରନ୍ତି, ସେମାନେ ତୁମ୍ଭ ସଙ୍ଗେ ଯାଉନ୍ତୁ।
Ninatoa amri kwamba mtu yeyote Israel katika ufalme wangu pamoja na makuhani na walawi ambao wanatamani kwenda Yerusalem, wanaweza kwenda pamoja na wewe.
14 କାରଣ ତୁମ୍ଭ ହସ୍ତସ୍ଥିତ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ପ୍ରମାଣେ ଯିହୁଦା ଓ ଯିରୂଶାଲମର ତତ୍ତ୍ୱାନୁସନ୍ଧାନ କରିବାକୁ,
Mimi mfalme na washauri wangu saba, tunawatuma wote kwenda kufahamu kuhusu Yuda na Yerusalem kuhusiana na sheria ya Mungu, ambayo iko mkononi mwako.
15 ପୁଣି, ଯିରୂଶାଲମରେ ଯାହାଙ୍କର ଆବାସ ଅଛି, ଇସ୍ରାଏଲର ସେହି ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜା ଓ ତାଙ୍କ ମନ୍ତ୍ରୀଗଣର ସ୍ଵେଚ୍ଛାଦତ୍ତ ସୁନା ଓ ରୂପା,
Itakupasa kuleta Dhahabu na fedha ambazo walitoa kwa ajili ya Mungu wa Israel, ambaye makazi yake ni Yerusalem.
16 ଆଉ, ବାବିଲର ସମୁଦାୟ ପ୍ରଦେଶରେ ତୁମ୍ଭେ ଯେସମସ୍ତ ରୂପା ଓ ସୁନା ପାଇବ, ପୁଣି ଲୋକମାନେ ଓ ଯାଜକମାନେ ସେମାନଙ୍କ ପରମେଶ୍ୱରଙ୍କ ଯିରୂଶାଲମସ୍ଥିତ ଗୃହ ନିମନ୍ତେ ସ୍ଵେଚ୍ଛାପୂର୍ବକ ଯାହା ଦେବେ, ସେହି ସବୁ ସ୍ଵେଚ୍ଛାଦତ୍ତ ଉପହାର ନେବା ନିମନ୍ତେ ତୁମ୍ଭେ ରାଜା ଓ ତାଙ୍କ ସପ୍ତ ମନ୍ତ୍ରୀ ଦ୍ୱାରା ପ୍ରେରିତ ହେଉଅଛ;
Fedha iliyotolewa kwa hiari na Dhahabu yote iliyotolewa Babeli pamoja na matoleo ya hiari waliotoa watu na makuhani kwa ajili ya nyumba ya Mungu katika Yerusalem.
17 ଏହେତୁ ତୁମ୍ଭେ ଏହି ମୁଦ୍ରା ଦ୍ୱାରା ଯତ୍ନପୂର୍ବକ ବୃଷ, ମେଷ, ମେଷଶାବକ ଓ ତହିଁ ସଙ୍ଗେ ନିରୂପିତ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ କ୍ରୟ କରି ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଯିରୂଶାଲମସ୍ଥିତ ଗୃହର ଯଜ୍ଞବେଦି ଉପରେ ଉତ୍ସର୍ଗ କରିବ।
Basi ununue vyote sadaka ya kondoo, beberu, kondoo, unga na kinywaji, uvitoe kwenye madhabahu ambayo ni nyumba ya Mungu wako katika Yerusalem.
18 ଆଉ, ଅବଶିଷ୍ଟ ରୂପା ଓ ସୁନାରେ ତୁମ୍ଭକୁ ଓ ତୁମ୍ଭ ଭ୍ରାତୃବର୍ଗଙ୍କୁ ଯାହା କରିବାକୁ ଭଲ ଦିଶିବ, ତାହା ତୁମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ଇଚ୍ଛା ପ୍ରମାଣେ କରିବ।
Fanya hivyo pamoja na sehemu ya fedha na dhahabu, vyovyote utakavyoona inakupendeza wewe na ndugu zako, kumpendeza Mungu.
19 ପୁଣି, ତୁମ୍ଭ ପରମେଶ୍ୱରଙ୍କ ଗୃହର ସେବାର୍ଥକ ଯେସକଳ ପାତ୍ର ତୁମ୍ଭକୁ ଦିଆଯାଉଅଛି, ତାହାସବୁ ତୁମ୍ଭେ ଯିରୂଶାଲମର ପରମେଶ୍ୱରଙ୍କ ସମ୍ମୁଖରେ ସମର୍ପଣ କର।
Viweke vitu vilivyotolewa kwa hiari mbele yako kwa ajili ya huduma ya nyumba ya Mungu Yerusalem.
20 ପୁଣି, ତୁମ୍ଭ ପରମେଶ୍ୱରଙ୍କ ଗୃହ ନିମନ୍ତେ ପ୍ରୟୋଜନୀୟ ଆଉ ଯାହା କିଛି ତୁମ୍ଭକୁ ଦେବାକୁ ପଡ଼ିବ, ତାହା ରାଜାଙ୍କ ଭଣ୍ଡାର ଗୃହରୁ ଦିଅ।
Kitu chochote kingine ambacho kinahitajika kwenye nyumba ya Mungu wako ambacho unahitaji, Gharama yake itatoka kwenye hazina yangu.
21 ଆଉ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ବ୍ୟବସ୍ଥାଧ୍ୟାପକ ଏଜ୍ରା ଯାଜକ ତୁମ୍ଭମାନଙ୍କଠାରୁ ଯାହା ଯାହା ଚାହିଁବ,
Mimi mfalme Artashasta, natoa amri kwa wotunza hazina wote mjini ngambo ya mto, chochote Ezra atakachoomba kwenu anapaswa kupewa chote,
22 ତାହାସବୁ ଏକ ଶହ ତାଳନ୍ତ ପର୍ଯ୍ୟନ୍ତ ରୂପା ଓ ଏକ ଶହ ମହଣ ପର୍ଯ୍ୟନ୍ତ ଗହମ ଓ ଏକ ଶହ ମହଣ ପର୍ଯ୍ୟନ୍ତ ଦ୍ରାକ୍ଷାରସ ଓ ଏକ ଶହ ମହଣ ପର୍ଯ୍ୟନ୍ତ ତୈଳ ଓ ଅପରିମିତ ଲବଣ ଯତ୍ନପୂର୍ବକ ଦେବା ପାଇଁ ଆମ୍ଭେ ଅର୍ତ୍ତକ୍ଷସ୍ତ ରାଜା ନଦୀ ସେପାରିସ୍ଥ ସମସ୍ତ କୋଷାଧ୍ୟକ୍ଷଙ୍କୁ ଆଜ୍ଞା କରୁଅଛୁ।
hata zaidi ya talanta mia moja za fedha, vipimo mia vya ngano, bathi mia za divai na bathi mia za mafuta, pia na chumvi isiyo na kikomo.
23 ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଦ୍ୱାରା ଯାହା ଯାହା ଆଜ୍ଞା କରାଯାଇଅଛି, ତାହାସବୁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଗୃହ ନିମନ୍ତେ ଠିକ୍ ରୂପେ କରାଯାଉ; କାରଣ ରାଜା ଓ ତାଙ୍କ ପୁତ୍ରଗଣର ରାଜ୍ୟ ବିରୁଦ୍ଧରେ କାହିଁକି କୋପ ବର୍ତ୍ତିବ?
Chochote ambacho kimeamriwa kutoka kwa Mungu wa mbinguni, kifanye hicho kwa utukufu wa nyumba yake. Kwa nini hasira yake ije kwenye ufalme wangu na watoto wangu?
24 ଆହୁରି, ଯାଜକମାନଙ୍କର ଓ ଲେବୀୟମାନଙ୍କର, ଗାୟକମାନଙ୍କର, ଦ୍ୱାରପାଳମାନଙ୍କର, ନଥୀନୀୟମାନଙ୍କର ଓ ପରମେଶ୍ୱରଙ୍କ ଏହି ଗୃହର ସେବକମାନଙ୍କର କାହାରି ଉପରେ କର, ରାଜସ୍ୱ ବା ମାଶୁଲ ବସାଇବା ବ୍ୟବସ୍ଥା ବିରୁଦ୍ଧ ହେବ ବୋଲି ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ।
Tutawapa taarifa wao kuhusu ninyi kwamba wasiwatoze ushuru wowote au kodi kwa kuhani, mlawi, mwimbaji, mlinzi au kwa mtu aliyechaguliwa kwenye huduma ya Hekalu na mtumishi katika nyumba ya Mungu.
25 ଆଉ, ହେ ଏଜ୍ରା, ତୁମ୍ଭ ପରମେଶ୍ୱରଙ୍କ ବିଷୟକ ଯେଉଁ ଜ୍ଞାନ ତୁମ୍ଭ ହସ୍ତରେ ଅଛି, ତଦନୁସାରେ ନଦୀ ସେପାରିସ୍ଥ ସମସ୍ତ ଲୋକଙ୍କର ବିଚାରାର୍ଥେ ଯେଉଁମାନେ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ଜାଣନ୍ତି, ଏପରି ଶାସନକର୍ତ୍ତା ଓ ବିଚାରକର୍ତ୍ତାମାନଙ୍କୁ ତୁମ୍ଭେ ନିଯୁକ୍ତ କର; ଆଉ, ଯେ ତାହା ନ ଜାଣେ, ତାହାକୁ ତୁମ୍ଭେମାନେ ଶିକ୍ଷା ଦିଅ।
Ezra, kwa hekima aliyokupa Mungu, inakulazimu kuteua waamuzi na mtu muelewa kuwahudumia watu katika mji ngambo ya mto na kusaidia yeyote anayejua sheria za Mungu wako. Pia inakubidi ufundishe wale ambao hawajui sheria.
26 ଆଉ, ଯେକେହି ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ଓ ରାଜ-ବ୍ୟବସ୍ଥା ପାଳିବାକୁ ଅସମ୍ମତ ହେବ, ସେହି ଦୋଷ ପ୍ରାଣଦଣ୍ଡର କି ନିର୍ବାସନର କି ଅର୍ଥଦଣ୍ଡର କି କାରାଦଣ୍ଡର ଯୋଗ୍ୟ ହେଉ ପଛେ, ଯତ୍ନପୂର୍ବକ ତାହାର ଶାସନ କରାଯିବ।”
Toa adhabu kwa yeyote asiyetii sheria ya Mungu au sheria ya mfalme, ikiwezekana kwa kifo, kuhamishwa, kuchukuliwa mali zake au kufungwa.
27 ଯେଉଁ ସଦାପ୍ରଭୁ ଆମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ଯିରୂଶାଲମସ୍ଥିତ ଗୃହ ଶୋଭାନ୍ୱିତ କରିବାକୁ ରାଜାର ଅନ୍ତଃକରଣକୁ ଏରୂପ ଉଦ୍ଦୀପିତ କରିଅଛନ୍ତି,
Atukuzwe, Yahwe, Mungu wa watangulizi wetu, ambaye aliweka ndani ya moyo wa mfalme ili kutuza Nyumba ya Yahwe Yerusalem,
28 ଆଉ, ରାଜାର ଓ ତାହାର ମନ୍ତ୍ରୀଗଣର ଓ ରାଜାର ପରାକ୍ରାନ୍ତ ଅଧିପତି ସମସ୍ତଙ୍କ ସାକ୍ଷାତରେ ମୋʼ ପ୍ରତି ଦୟା ପ୍ରକାଶ କରିଅଛନ୍ତି, ସେ ଧନ୍ୟ ହେଉନ୍ତୁ। ଏହିରୂପେ ମୋʼ ପ୍ରତି ସଦାପ୍ରଭୁ ମୋʼ ପରମେଶ୍ୱରଙ୍କ ହସ୍ତର ସହାୟତା ପ୍ରମାଣେ ମୁଁ ସବଳ ହେଲି ଓ ମୋʼ ସଙ୍ଗେ ଯାତ୍ରା କରିବାକୁ ଇସ୍ରାଏଲ ମଧ୍ୟରୁ ପ୍ରଧାନ ଲୋକଙ୍କୁ ଏକତ୍ର କଲି।
ambaye akaendeleza agano kwangu kwa uaminifu mbele ya mfalme, na washauri wake na wakuu wake wenye mamlaka, nilitiwa nguvu na mikono ya Yahwe, Mungu wangu, nami nikawakusanya viongozi kutoka Israel kwenda pamoja nami.