< ଏଜ୍ରା 5 >

1 ଏଥିଉତ୍ତାରେ ହାଗୟ ଭବିଷ୍ୟଦ୍‍ବକ୍ତା ଓ ଇଦ୍ଦୋର ପୁତ୍ର ଯିଖରୀୟ, ଏହି ଭବିଷ୍ୟଦ୍‍ବକ୍ତାମାନେ ଯିହୁଦା ଓ ଯିରୂଶାଲମସ୍ଥିତ ଯିହୁଦୀୟମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ; ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ସେମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
Nígbà náà wòlíì Hagai àti wòlíì Sekariah, láti ìran Iddo, sọ àsọtẹ́lẹ̀ sí àwọn ará Júù ní Juda àti Jerusalẹmu ní orúkọ Ọlọ́run Israẹli tí ẹ̀mí rẹ̀ ń bẹ lára wọn.
2 ତହିଁରେ ଶଲ୍ଟୀୟେଲର ପୁତ୍ର ଯିରୁବ୍ବାବିଲ୍‍ ଓ ଯୋଷାଦକର ପୁତ୍ର ଯେଶୂୟ ଉଠି ଯିରୂଶାଲମରେ ପରମେଶ୍ୱରଙ୍କ ଗୃହ ନିର୍ମାଣ କରିବାକୁ ଲାଗିଲେ; ଆଉ, ପରମେଶ୍ୱରଙ୍କ ଭବିଷ୍ୟଦ୍‍ବକ୍ତାମାନେ ସେମାନଙ୍କ ସଙ୍ଗେ ଥାଇ ସେମାନଙ୍କର ସାହାଯ୍ୟ କଲେ।
Nígbà náà Serubbabeli ọmọ Ṣealitieli àti Jeṣua ọmọ Josadaki gbáradì fún iṣẹ́ àti tún ilé Ọlọ́run ní Jerusalẹmu kọ́. Àwọn wòlíì Ọlọ́run sì wà pẹ̀lú wọn, tí wọ́n ń ràn wọ́n lọ́wọ́.
3 ସେହି ସମୟରେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର-ବୋଷଣୟ ଓ ସେମାନଙ୍କ ସଙ୍ଗୀମାନେ ଆସି ସେମାନଙ୍କୁ ପଚାରିଲେ, “ଏହି ଗୃହ ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା?”
Ní àkókò náà Tatenai, baálẹ̀ ti agbègbè Eufurate àti Ṣetar-bosnai àti àwọn ẹgbẹgbẹ́ wọn lọ sí ọ̀dọ̀ wọn. Wọ́n sì béèrè pé, “Ta ni ó fún un yín ní àṣẹ láti tún tẹmpili yìí kọ́ àti láti tún odi yìí mọ?”
4 ତେବେ ଆମ୍ଭେମାନେ ସେମାନଙ୍କୁ ତଦନୁସାରେ ଉତ୍ତର ଦେଲୁ; ସେମାନେ ପଚାରିଲେ, “ଏହି ନିର୍ମାଣକାରୀମାନଙ୍କ ନାମ କଅଣ?”
Wọ́n sì tún béèrè pé, “Kí ni orúkọ àwọn ọkùnrin tí ó ń kọ́ ilé yìí?”
5 ମାତ୍ର ଯିହୁଦୀୟ ପ୍ରାଚୀନବର୍ଗ ପ୍ରତି ସେମାନଙ୍କ ପରମେଶ୍ୱରଙ୍କ ଦୃଷ୍ଟି ଥିବାରୁ ଦାରୀୟାବସ ନିକଟରେ ଏହି କଥା ଉପସ୍ଥିତ ନ ହେବା ଓ ପତ୍ର ଦ୍ୱାରା ସେହି ବିଷୟର ଉତ୍ତର ପୁନର୍ବାର ନ ଆସିବା ପର୍ଯ୍ୟନ୍ତ ଶତ୍ରୁମାନେ ସେମାନଙ୍କୁ ନିବୃତ୍ତ କଲେ ନାହିଁ।
Ṣùgbọ́n ojú Ọlọ́run wọn wà lára àwọn àgbàgbà Júù, wọn kò sì dá wọn dúró títí ìròyìn yóò fi dè ọ̀dọ̀ Dariusi kí wọ́n sì gba èsì tí àkọsílẹ̀ láti ọ̀dọ̀ rẹ̀.
6 ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର-ବୋଷଣୟ ଓ ନଦୀ ସେପାରିସ୍ଥ ତାହାର ସଙ୍ଗୀ ଅଫର୍ସଖୀୟମାନଙ୍କର ଦାରୀୟାବସ ରାଜା ନିକଟକୁ ପ୍ରେରିତ ପତ୍ରର ପ୍ରତିଲିପି;
Èyí ni ẹ̀dà lẹ́tà tí Tatenai, olórí agbègbè Eufurate àti Ṣetar-bosnai àti àwọn ẹlẹgbẹ́ ẹ wọn. Àwọn olóyè ti agbègbè Eufurate, fi ránṣẹ́ sí ọba Dariusi.
7 ସେମାନେ ତାହା ନିକଟକୁ ଯେଉଁ ପତ୍ର ପଠାଇଲେ, ତହିଁରେ ଏରୂପ ଲେଖାଥିଲା; “ମହାରାଜ ଦାରୀୟାବସଙ୍କର ସର୍ବଶାନ୍ତି।
Ìròyìn tí wọ́n fi ránṣẹ́ sí i kà báyìí pé, Sí ọba Dariusi, Àlàáfíà fún un yín.
8 ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ଆମ୍ଭେମାନେ ଯିହୁଦା ପ୍ରଦେଶରେ ମହାନ ପରମେଶ୍ୱରଙ୍କ ଗୃହକୁ ଯାଇଥିଲୁ, ତାହା ବଡ଼ ବଡ଼ ପ୍ରସ୍ତରରେ ନିର୍ମିତ ହେଉଅଛି ଓ କାନ୍ଥରେ କଡ଼ି ବସା ଯାଉଅଛି, ଆଉ ଏହି କାର୍ଯ୍ୟ ଯତ୍ନରେ ହେଉଅଛି ଓ ସେମାନଙ୍କ ହସ୍ତରେ ସଫଳ ହେଉଅଛି।
Kí ọba kí ó mọ̀ pé a lọ sí ẹ̀kún Juda, sí tẹmpili Ọlọ́run tí ó tóbi. Àwọn ènìyàn náà ń kọ́ ọ pẹ̀lú àwọn òkúta ńlá ńlá àti pẹ̀lú fífi àwọn igi sí ara ògiri. Wọ́n ṣe iṣẹ́ náà pẹ̀lú àìsimi, ó sì ń ní ìtẹ̀síwájú kíákíá lábẹ́ ìṣàkóso wọn.
9 ତେବେ ଆମ୍ଭେମାନେ ସେହି ପ୍ରାଚୀନବର୍ଗଙ୍କୁ ପଚାରି ଏହିପରି କହିଲୁ, ‘ଏହି ଗୃହ ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା?’
A bi àwọn àgbàgbà, a sì fi ọ̀rọ̀ wá wọn lẹ́nu wò pé, “Ta ni ó fún un yín ní àṣẹ láti tún ilé Olúwa yìí kọ́ àti láti tún odi rẹ̀ mọ?”
10 ମଧ୍ୟ ଆମ୍ଭେମାନେ ଆପଣଙ୍କୁ ଜଣାଇବା ନିମନ୍ତେ ସେମାନଙ୍କ ପ୍ରଧାନବର୍ଗଙ୍କର ନାମ ଲେଖି ନେବାକୁ ସେମାନଙ୍କ ନାମ ପଚାରିଲୁ।
A sì tún béèrè orúkọ wọn pẹ̀lú, kí a lè kọ àwọn orúkọ àwọn olórí wọn sílẹ̀ kí ẹ ba à le mọ ọ́n.
11 ତହୁଁ ସେମାନେ ଆମ୍ଭମାନଙ୍କୁ ଏହି ଉତ୍ତର ଦେଲେ, ଆମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ପରମେଶ୍ୱରଙ୍କ ଦାସ, ପୁଣି ଏହି ଯେଉଁ ଗୃହ ନିର୍ମାଣ କରୁଅଛୁ, ଏହା ଅନେକ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା, ଇସ୍ରାଏଲର ଏକ ମହାରାଜ ତାହା ନିର୍ମାଣ କରି ସମାପ୍ତ କରିଥିଲେ।
Èyí ni ìdáhùn tí wọ́n fún wa: “Àwa ni ìránṣẹ́ Ọlọ́run ọ̀run àti ayé, àwa sì ń tún tẹmpili ilé Olúwa tí a ti kọ́ ní ọ̀pọ̀ ọdún sẹ́yìn kọ́, èyí tí ọba olókìkí kan ní Israẹli kọ́, tí ó sì parí i rẹ̀.
12 ମାତ୍ର ଆମ୍ଭମାନଙ୍କ ପୂର୍ବପୁରୁଷଗଣ ସ୍ୱର୍ଗର ପରମେଶ୍ୱରଙ୍କୁ କୋପାନ୍ୱିତ କଲା ଉତ୍ତାରେ ସେ ସେମାନଙ୍କୁ ବାବିଲର ରାଜା କଲ୍‍ଦୀୟ ନବୂଖଦ୍‍ନିତ୍ସର ହସ୍ତରେ ସମର୍ପଣ କରନ୍ତେ, ସେ ଏହି ଗୃହ ବିନାଶ କରି ଲୋକମାନଙ୍କୁ ବାବିଲକୁ ନେଇଗଲା।
Ṣùgbọ́n nítorí tí àwọn baba wa mú Ọlọ́run ọ̀run bínú, ó fi wọ́n lé Nebukadnessari ti Kaldea, ọba Babeli lọ́wọ́, ẹni tí ó run tẹmpili Olúwa yìí tí ó sì kó àwọn ènìyàn náà padà sí Babeli.
13 ମାତ୍ର ବାବିଲର ରାଜା କୋରସ୍‍ଙ୍କ ରାଜତ୍ଵର ପ୍ରଥମ ବର୍ଷରେ ପରମେଶ୍ୱରଙ୍କ ଏହି ଗୃହ ନିର୍ମାଣ କରିବା ପାଇଁ କୋରସ୍‍ ରାଜା ଆଜ୍ଞା କଲେ।
“Ṣùgbọ́n ní ọdún kìn-ín-ní ìjọba Kirusi ọba Babeli, ọba Kirusi pàṣẹ pé kí a tún ilé Ọlọ́run yìí kọ́.
14 ଆହୁରି, ନବୂଖଦ୍‍ନିତ୍ସର ପରମେଶ୍ୱରଙ୍କ ଗୃହର ଯେସକଳ ସ୍ୱର୍ଣ୍ଣମୟ ଓ ରୌପ୍ୟମୟ ପାତ୍ର ଯିରୂଶାଲମସ୍ଥ ମନ୍ଦିରରୁ ନେଇ ବାବିଲସ୍ଥ ମନ୍ଦିରକୁ ଆଣିଥିଲା, ତାହାସବୁ କୋରସ୍‍ ରାଜା ବାବିଲସ୍ଥ ମନ୍ଦିରରୁ ବାହାର କରିଦେଲେ, ପୁଣି ତାହାସବୁ ଶେଶବସର ନାମକ ତାଙ୍କ ନିଯୁକ୍ତ ଶାସନକର୍ତ୍ତା ହସ୍ତରେ ସମର୍ପିତ ହେଲା;
Òun tilẹ̀ kò jáde láti inú tẹmpili ní Babeli fàdákà àti ohun èlò wúrà ilé Ọlọ́run, èyí tí Nebukadnessari kó láti inú tẹmpili ní Jerusalẹmu wá sí inú tẹmpili ní Babeli. Ọba Kirusi kó wọn fún ọkùnrin kan tí orúkọ rẹ̀ a máa jẹ́ Ṣeṣbassari, ẹni tí ó ti yàn gẹ́gẹ́ bí i baálẹ̀,
15 ଆଉ, ସେ ତାହାକୁ କହିଲେ, ଏହିସବୁ ପାତ୍ର ନେଇଯାଇ ଯିରୂଶାଲମସ୍ଥ ମନ୍ଦିରରେ ରଖ ଓ ପରମେଶ୍ୱରଙ୍କ ଗୃହ ସ୍ୱ ସ୍ଥାନରେ ନିର୍ମିତ ହେଉ।
ó sì sọ fún un pé, ‘Kó àwọn ohun èlò yìí kí o lọ, kí o sì kó wọn sí inú ilé Olúwa ní Jerusalẹmu, kí ẹ sì tún ilé Ọlọ́run kọ́ sí ipò o rẹ̀.’
16 ତହିଁରେ ସେହି ଶେଶବସର ଆସି ଯିରୂଶାଲମରେ ପରମେଶ୍ୱରଙ୍କ ଗୃହର ଭିତ୍ତିମୂଳ ସ୍ଥାପନ କଲା; ଆଉ, ସେହି ସମୟଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ନିର୍ମିତ ହେଉଅଛି, ତଥାପି ତାହା ସମ୍ପୂର୍ଣ୍ଣ ହୋଇ ନାହିଁ।
“Nígbà náà ni Ṣeṣbassari náà wá, ó sí fi ìpìlẹ̀ ilé Ọlọ́run tí ó wá ní Jerusalẹmu lélẹ̀, láti ìgbà náà àní títí di ìsinsin yìí ni o ti n bẹ ní kíkọ́ ṣùgbọ́n, kò sí tí ì parí tán.”
17 ଏହେତୁ ଯେବେ ମହାରାଜଙ୍କୁ ଉତ୍ତମ ଦେଖାଯାଏ, ତେବେ କୋରସ୍‍ ରାଜା ଯିରୂଶାଲମରେ ପରମେଶ୍ୱରଙ୍କ ଏହି ଗୃହ ନିର୍ମାଣ କରିବାର ଆଜ୍ଞା ଦେଇଥିଲେ କି ନାହିଁ, ତାହା ବାବିଲସ୍ଥ ମହାରାଜଙ୍କ ଭଣ୍ଡାର ଗୃହରେ ଅନୁସନ୍ଧାନ କରାଯାଉ, ପୁଣି ଏହି ବିଷୟରେ ମହାରାଜ ଆମ୍ଭମାନଙ୍କ ନିକଟକୁ ଆପଣାର ଅଭିମତ ପ୍ରେରଣ କରନ୍ତୁ।”
Nísinsin yìí tí ó bá tẹ́ ọba lọ́rùn, ẹ jẹ́ kí a ṣe ìwádìí nínú ìwé ìrántí ní ilé ìṣúra ọba ní Babeli láti rí bí ọba Kirusi fi àṣẹ lélẹ̀ lóòótọ́ láti tún ilé Ọlọ́run yìí kọ́ ní Jerusalẹmu. Nígbà náà jẹ́ kí ọba kó fi ìpinnu rẹ̀ lórí ọ̀rọ̀ yìí ránṣẹ́ sí wa.

< ଏଜ୍ରା 5 >