< ଏଜ୍ରା 5 >
1 ଏଥିଉତ୍ତାରେ ହାଗୟ ଭବିଷ୍ୟଦ୍ବକ୍ତା ଓ ଇଦ୍ଦୋର ପୁତ୍ର ଯିଖରୀୟ, ଏହି ଭବିଷ୍ୟଦ୍ବକ୍ତାମାନେ ଯିହୁଦା ଓ ଯିରୂଶାଲମସ୍ଥିତ ଯିହୁଦୀୟମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ; ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ସେମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ।
És prófétálának a próféták, Aggeus, a próféta és Zakariás az Iddó fia a zsidóknak, a kik valának Júdában és Jeruzsálemben, szólván nékik az Izráel Istenének nevében.
2 ତହିଁରେ ଶଲ୍ଟୀୟେଲର ପୁତ୍ର ଯିରୁବ୍ବାବିଲ୍ ଓ ଯୋଷାଦକର ପୁତ୍ର ଯେଶୂୟ ଉଠି ଯିରୂଶାଲମରେ ପରମେଶ୍ୱରଙ୍କ ଗୃହ ନିର୍ମାଣ କରିବାକୁ ଲାଗିଲେ; ଆଉ, ପରମେଶ୍ୱରଙ୍କ ଭବିଷ୍ୟଦ୍ବକ୍ତାମାନେ ସେମାନଙ୍କ ସଙ୍ଗେ ଥାଇ ସେମାନଙ୍କର ସାହାଯ୍ୟ କଲେ।
Akkor fölkelének Zorobábel, Sealtiél fia és Jésua, a Jósádák fia, és hozzá kezdének Isten háza építéséhez, mely Jeruzsálemben van, s velök valának Isten prófétái, támogatván őket.
3 ସେହି ସମୟରେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର-ବୋଷଣୟ ଓ ସେମାନଙ୍କ ସଙ୍ଗୀମାନେ ଆସି ସେମାନଙ୍କୁ ପଚାରିଲେ, “ଏହି ଗୃହ ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା?”
Abban az időben jöve hozzájok Tattenai folyóvizen túli helytartó, és Sethar-bóznai és társaik, és így szólának nékik: Ki adott néktek szabadságot, hogy e házat építsétek s e kőfalat készítsétek?
4 ତେବେ ଆମ୍ଭେମାନେ ସେମାନଙ୍କୁ ତଦନୁସାରେ ଉତ୍ତର ଦେଲୁ; ସେମାନେ ପଚାରିଲେ, “ଏହି ନିର୍ମାଣକାରୀମାନଙ୍କ ନାମ କଅଣ?”
Ekkor megmondánk nékik ily módon, hogy kik ama férfiak névszerint, kik ez épületet építik.
5 ମାତ୍ର ଯିହୁଦୀୟ ପ୍ରାଚୀନବର୍ଗ ପ୍ରତି ସେମାନଙ୍କ ପରମେଶ୍ୱରଙ୍କ ଦୃଷ୍ଟି ଥିବାରୁ ଦାରୀୟାବସ ନିକଟରେ ଏହି କଥା ଉପସ୍ଥିତ ନ ହେବା ଓ ପତ୍ର ଦ୍ୱାରା ସେହି ବିଷୟର ଉତ୍ତର ପୁନର୍ବାର ନ ଆସିବା ପର୍ଯ୍ୟନ୍ତ ଶତ୍ରୁମାନେ ସେମାନଙ୍କୁ ନିବୃତ୍ତ କଲେ ନାହିଁ।
És az ő Istenök szeme vala a zsidók vénein, hogy nem akadályozzák meg őket az építésben, míg az ügy Dárius elébe jutand, a mikor is levélben fognak felelni e dologra nézve.
6 ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର-ବୋଷଣୟ ଓ ନଦୀ ସେପାରିସ୍ଥ ତାହାର ସଙ୍ଗୀ ଅଫର୍ସଖୀୟମାନଙ୍କର ଦାରୀୟାବସ ରାଜା ନିକଟକୁ ପ୍ରେରିତ ପତ୍ରର ପ୍ରତିଲିପି;
Mássa a levélnek, melyet küldött Tattenai folyóvizen túli helytartó, és Sethar-bóznai és az ő társai, az Afarsakeusok, a kik a folyóvizen túl lakának, Dárius királyhoz.
7 ସେମାନେ ତାହା ନିକଟକୁ ଯେଉଁ ପତ୍ର ପଠାଇଲେ, ତହିଁରେ ଏରୂପ ଲେଖାଥିଲା; “ମହାରାଜ ଦାରୀୟାବସଙ୍କର ସର୍ବଶାନ୍ତି।
Tudósítást küldének ugyanis hozzá, ekként levén az írva: „Dárius királynak minden békesség!
8 ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ଆମ୍ଭେମାନେ ଯିହୁଦା ପ୍ରଦେଶରେ ମହାନ ପରମେଶ୍ୱରଙ୍କ ଗୃହକୁ ଯାଇଥିଲୁ, ତାହା ବଡ଼ ବଡ଼ ପ୍ରସ୍ତରରେ ନିର୍ମିତ ହେଉଅଛି ଓ କାନ୍ଥରେ କଡ଼ି ବସା ଯାଉଅଛି, ଆଉ ଏହି କାର୍ଯ୍ୟ ଯତ୍ନରେ ହେଉଅଛି ଓ ସେମାନଙ୍କ ହସ୍ତରେ ସଫଳ ହେଉଅଛି।
Tudtára legyen a királynak, hogy elmentünk Júda tartományába, a nagy Istennek házához, és az építtetik nagy kövekből, és fa rakatik a falakra, és e munka szorgalmatosan folyik, és jó szerencsés lészen az ő kezök által.
9 ତେବେ ଆମ୍ଭେମାନେ ସେହି ପ୍ରାଚୀନବର୍ଗଙ୍କୁ ପଚାରି ଏହିପରି କହିଲୁ, ‘ଏହି ଗୃହ ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା?’
Ekkor megkérdénk azokat a véneket, ily módon szólván hozzájok: Ki adott néktek szabadságot, hogy e házat építsétek, s hogy e kőfalat készítsétek?
10 ମଧ୍ୟ ଆମ୍ଭେମାନେ ଆପଣଙ୍କୁ ଜଣାଇବା ନିମନ୍ତେ ସେମାନଙ୍କ ପ୍ରଧାନବର୍ଗଙ୍କର ନାମ ଲେଖି ନେବାକୁ ସେମାନଙ୍କ ନାମ ପଚାରିଲୁ।
Sőt még neveiket is megkérdeztük tőlük, hogy tudassuk veled, hogy megírhassuk azon férfiak nevét, kik fejeik.
11 ତହୁଁ ସେମାନେ ଆମ୍ଭମାନଙ୍କୁ ଏହି ଉତ୍ତର ଦେଲେ, ଆମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ପରମେଶ୍ୱରଙ୍କ ଦାସ, ପୁଣି ଏହି ଯେଉଁ ଗୃହ ନିର୍ମାଣ କରୁଅଛୁ, ଏହା ଅନେକ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା, ଇସ୍ରାଏଲର ଏକ ମହାରାଜ ତାହା ନିର୍ମାଣ କରି ସମାପ୍ତ କରିଥିଲେ।
És ekképen felelének nékünk, mondván: Mi az Ő, a menny és föld Istenének szolgái vagyunk, és építjük e házat, mely ennekelőtte sok esztendőkön át meg vala építve, és Izráelnek egy nagy királya építé és végezé be azt.
12 ମାତ୍ର ଆମ୍ଭମାନଙ୍କ ପୂର୍ବପୁରୁଷଗଣ ସ୍ୱର୍ଗର ପରମେଶ୍ୱରଙ୍କୁ କୋପାନ୍ୱିତ କଲା ଉତ୍ତାରେ ସେ ସେମାନଙ୍କୁ ବାବିଲର ରାଜା କଲ୍ଦୀୟ ନବୂଖଦ୍ନିତ୍ସର ହସ୍ତରେ ସମର୍ପଣ କରନ୍ତେ, ସେ ଏହି ଗୃହ ବିନାଶ କରି ଲୋକମାନଙ୍କୁ ବାବିଲକୁ ନେଇଗଲା।
De minekutána haragra ingerelték volt atyáink a mennynek Istenét, adá őket a Babilóniabeli Káldeus királynak, Nabukodonozornak kezébe, a ki e házat lerontotta, és a népet Babilóniába rabságra vitte.
13 ମାତ୍ର ବାବିଲର ରାଜା କୋରସ୍ଙ୍କ ରାଜତ୍ଵର ପ୍ରଥମ ବର୍ଷରେ ପରମେଶ୍ୱରଙ୍କ ଏହି ଗୃହ ନିର୍ମାଣ କରିବା ପାଇଁ କୋରସ୍ ରାଜା ଆଜ୍ଞା କଲେ।
Azonban Czírusnak, Babilónia királyának első esztendejében Czírus király szabadságot adott, hogy Istennek ezt a házát megépítenék.
14 ଆହୁରି, ନବୂଖଦ୍ନିତ୍ସର ପରମେଶ୍ୱରଙ୍କ ଗୃହର ଯେସକଳ ସ୍ୱର୍ଣ୍ଣମୟ ଓ ରୌପ୍ୟମୟ ପାତ୍ର ଯିରୂଶାଲମସ୍ଥ ମନ୍ଦିରରୁ ନେଇ ବାବିଲସ୍ଥ ମନ୍ଦିରକୁ ଆଣିଥିଲା, ତାହାସବୁ କୋରସ୍ ରାଜା ବାବିଲସ୍ଥ ମନ୍ଦିରରୁ ବାହାର କରିଦେଲେ, ପୁଣି ତାହାସବୁ ଶେଶବସର ନାମକ ତାଙ୍କ ନିଯୁକ୍ତ ଶାସନକର୍ତ୍ତା ହସ୍ତରେ ସମର୍ପିତ ହେଲା;
Sőt az Isten házához való arany és ezüst edényeket is, a melyeket Nabukodonozor hozott vala el a jeruzsálemi templomból s bevitte volt azokat a babilóniai templomba, kihozatá Czírus király a babilóniai templomból s adatá azokat annak a Sesbassár nevűnek, a kit helytartóul rendelt;
15 ଆଉ, ସେ ତାହାକୁ କହିଲେ, ଏହିସବୁ ପାତ୍ର ନେଇଯାଇ ଯିରୂଶାଲମସ୍ଥ ମନ୍ଦିରରେ ରଖ ଓ ପରମେଶ୍ୱରଙ୍କ ଗୃହ ସ୍ୱ ସ୍ଥାନରେ ନିର୍ମିତ ହେଉ।
És monda néki: Vedd ez edényeket, menj és helyezd el azokat a jeruzsálemi templomba, és az Isten háza építtessék meg előbbi helyén.
16 ତହିଁରେ ସେହି ଶେଶବସର ଆସି ଯିରୂଶାଲମରେ ପରମେଶ୍ୱରଙ୍କ ଗୃହର ଭିତ୍ତିମୂଳ ସ୍ଥାପନ କଲା; ଆଉ, ସେହି ସମୟଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ନିର୍ମିତ ହେଉଅଛି, ତଥାପି ତାହା ସମ୍ପୂର୍ଣ୍ଣ ହୋଇ ନାହିଁ।
Ekkor ez a Sesbassár eljött, letevé az Isten házának alapkövét, mely Jeruzsálemben van, és attól fogva mindeddig építtetik, és még sem végződött be.
17 ଏହେତୁ ଯେବେ ମହାରାଜଙ୍କୁ ଉତ୍ତମ ଦେଖାଯାଏ, ତେବେ କୋରସ୍ ରାଜା ଯିରୂଶାଲମରେ ପରମେଶ୍ୱରଙ୍କ ଏହି ଗୃହ ନିର୍ମାଣ କରିବାର ଆଜ୍ଞା ଦେଇଥିଲେ କି ନାହିଁ, ତାହା ବାବିଲସ୍ଥ ମହାରାଜଙ୍କ ଭଣ୍ଡାର ଗୃହରେ ଅନୁସନ୍ଧାନ କରାଯାଉ, ପୁଣି ଏହି ବିଷୟରେ ମହାରାଜ ଆମ୍ଭମାନଙ୍କ ନିକଟକୁ ଆପଣାର ଅଭିମତ ପ୍ରେରଣ କରନ୍ତୁ।”
Mostan azért, ha tetszik a királynak, nézzen utána valaki a király kincstartó házában, ott Babilóniában, ha úgy van-é, hogy Czírus király szabadságot adott az Isten házának megépítésére, mely Jeruzsálemben van, s a király akaratját erre nézve küldje hozzánk.”