< ଏଜ୍ରା 4 >

1 ଏଥିଉତ୍ତାରେ ବନ୍ଦୀତ୍ୱର ସନ୍ତାନଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରୁଅଛନ୍ତି ବୋଲି ଯିହୁଦାର ଓ ବିନ୍ୟାମୀନ୍‍ର ବିପକ୍ଷମାନେ ଶୁଣିଲେ।
Nígbà tí àwọn ọ̀tá Juda àti Benjamini gbọ́ wí pé àwọn ìgbèkùn tí ó padà dé ń kọ́ tẹmpili fún Olúwa, Ọlọ́run Israẹli,
2 ସେତେବେଳେ ସେମାନେ ଯିରୁବ୍ବାବିଲ୍‍ ଓ ପିତୃବଂଶ ପ୍ରଧାନବର୍ଗଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭମାନଙ୍କ ସଙ୍ଗେ ନିର୍ମାଣ କରୁ; କାରଣ ଯେପରି ତୁମ୍ଭେମାନେ, ସେପରି ଆମ୍ଭେମାନେ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରୁଅଛୁ; ଆଉ, ଅଶୂରୀୟ ରାଜା ଏସର୍‍ହଦ୍ଦୋନ୍‍, ଯେ ଆମ୍ଭମାନଙ୍କୁ ଏଠାକୁ ଆଣିଅଛି, ତାହାର ସମୟଠାରୁ ଆମ୍ଭେମାନେ ତାହାଙ୍କ ଉଦ୍ଦେଶ୍ୟରେ ବଳିଦାନ କରୁଅଛୁ।”
wọ́n wá sí ọ̀dọ̀ Serubbabeli àti sí ọ̀dọ̀ àwọn olórí àwọn ìdílé, wọ́n sì wí pé, “Jẹ́ kí a bá a yín kọ́ nítorí pé, bí i tiyín, a ń wá Ọlọ́run yín, a sì ti ń rú ẹbọ sí i láti ìgbà Esarhadoni ọba Asiria, tí ó mú wa wá sí ibi yìí.”
3 ମାତ୍ର ଯିରୁବ୍ବାବିଲ୍‍ ଓ ଯେଶୂୟ ଓ ଇସ୍ରାଏଲର ଅନ୍ୟ ପିତୃବଂଶର ପ୍ରଧାନମାନେ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବା ବିଷୟରେ ଆମ୍ଭମାନଙ୍କ ସଙ୍ଗେ ତୁମ୍ଭମାନଙ୍କର କୌଣସି ସମ୍ପର୍କ ନାହିଁ; ମାତ୍ର ଆମ୍ଭମାନଙ୍କ ପ୍ରତି ପାରସ୍ୟ ରାଜା କୋରସ୍‍ ରାଜାଙ୍କ ଆଜ୍ଞା ପ୍ରମାଣେ ଆମ୍ଭେମାନେ ଆପେ ଏକତ୍ରିତ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରିବା।”
Ṣùgbọ́n Serubbabeli, Jeṣua àti ìyókù àwọn olórí àwọn ìdílé Israẹli dáhùn pé, “Ẹ kò ní ohunkóhun pẹ̀lú wa ní kíkọ́ ilé fún Ọlọ́run wa. Àwa nìkan yóò kọ́ ọ fún Olúwa, Ọlọ́run Israẹli, bí Kirusi, ọba Persia, ti pàṣẹ fún wa.”
4 ତହିଁରେ ଦେଶସ୍ଥ ଲୋକମାନେ ଯିହୁଦାର ଲୋକମାନଙ୍କ ହସ୍ତ ଦୁର୍ବଳ କରିବାକୁ ଓ ନିର୍ମାଣ କାର୍ଯ୍ୟରେ ସେମାନଙ୍କୁ କ୍ଳେଶ ଦେବାକୁ ଲାଗିଲେ,
Nígbà náà ni àwọn ènìyàn ilẹ̀ náà mú ọwọ́ àwọn ènìyàn Juda rọ, wọ́n sì dẹ́rùbà wọ́n ní ti kíkọ́ ilé náà.
5 ପୁଣି, ସେମାନଙ୍କ ଅଭିପ୍ରାୟ ବିଫଳ କରିବା ପାଇଁ ପାରସ୍ୟ ରାଜା କୋରସ୍‍ର ଯାବଜ୍ଜୀବନ ଓ ପାରସ୍ୟ ରାଜା ଦାରୀୟାବସଙ୍କର ଅଧିକାର ପର୍ଯ୍ୟନ୍ତ ସେମାନଙ୍କ ବିରୁଦ୍ଧରେ ମନ୍ତ୍ରଣାକାରୀମାନଙ୍କୁ ବେତନ ଦେଇ ରଖିଲେ।
Wọ́n gba àwọn olùdámọ̀ràn láti ṣiṣẹ́ lòdì sí wọn àti láti sọ ète wọn di asán ní gbogbo àsìkò ìjọba Kirusi ọba Persia àti títí dé ìgbà ìjọba Dariusi ọba Persia.
6 ଆଉ, ଅକ୍ଷଶ୍ୱେରଶର ସମୟରେ ତାହାର ରାଜତ୍ଵର ଆରମ୍ଭରେ ସେମାନେ ଯିହୁଦା ଓ ଯିରୂଶାଲମ ନିବାସୀମାନଙ୍କ ବିରୁଦ୍ଧରେ ଏକ ଅପବାଦପତ୍ର ଲେଖିଲେ।
Ní ìbẹ̀rẹ̀ ìjọba Ahaswerusi wọ́n fi ẹ̀sùn kan àwọn ènìyàn Juda àti Jerusalẹmu.
7 ପୁନଶ୍ଚ, ଅର୍ତ୍ତକ୍ଷସ୍ତର ଅଧିକାର ସମୟରେ ବିଶ୍ଳମ୍‍, ମିତ୍ରଦାତ, ଟାବେଲ ଓ ତାହାର ଅନ୍ୟ ସଙ୍ଗୀମାନେ ପାରସ୍ୟ ରାଜା ଅର୍ତ୍ତକ୍ଷସ୍ତ ନିକଟକୁ ଲେଖିଲେ; ସେହି ପତ୍ର ଅରାମୀୟ ଅକ୍ଷରରେ ଲିଖିତ ଓ ଅରାମୀୟ ଭାଷାରେ ରଚିତ ହୋଇଥିଲା।
Àti ní àkókò ìjọba Artasasta ọba Persia, Biṣilami, Mitredati, Tabeli àti àwọn ẹlẹgbẹ́ rẹ̀ yòókù kọ̀wé sí Artasasta. A kọ ìwé náà ní ìlànà ìkọ̀wé Aramaiki èdè Aramaiki sì ní a fi kọ ọ́.
8 ରହୂମ୍‍ ମନ୍ତ୍ରୀ ଓ ଶିମ୍‍ଶୟ ଲେଖକ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯିରୂଶାଲମ ବିରୁଦ୍ଧରେ ଏହି ପ୍ରକାର ପତ୍ର ଲେଖିଲେ;
Rehumu balógun àti Ṣimṣai akọ̀wé jùmọ̀ kọ́ ìwé láti dojúkọ Jerusalẹmu sí Artasasta ọba báyìí:
9 ରହୂମ୍‍ ମନ୍ତ୍ରୀ ଓ ଶିମ୍‍ଶୟ ଲେଖକ ଓ ସେମାନଙ୍କର ଅନ୍ୟ ସଙ୍ଗୀ ସମସ୍ତେ, ଅର୍ଥାତ୍‍, ଦୀନୀୟ ଓ ଅଫର୍ସ୍ତଖୀୟ, ଟର୍ପଲୀୟ, ଅଫର୍ସୀୟ, ଅର୍କବୀୟ, ବାବିଲୀୟ, ଶୂଶନୀୟ, ଦେହ୍ୱୀୟ, ଏଲମୀୟ ଲୋକମାନେ,
Rehumu balógun àti Ṣimṣai akọ̀wé, pẹ̀lú àwọn ẹlẹgbẹ́ wọn tókù—àwọn ará Dina, ti Afarsatki, ti Tarpeli, ti Afarsi, Ereki àti Babeli, àwọn ará Elamu ti Susa,
10 ଆଉ, ମହାମହିମ ସମ୍ଭ୍ରାନ୍ତ ଅସ୍ନପ୍ପର ଦ୍ୱାରା ଆନୀତ, ପୁଣି ଶମରୀୟା ନଗରରେ ଓ (ଫରାତ୍‍) ନଦୀ ସେପାରିସ୍ଥ ଦେଶର ଅନ୍ୟାନ୍ୟ ସ୍ଥାନରେ ସ୍ଥାପିତ, ଇତ୍ୟାଦି ଗୋଷ୍ଠୀୟମାନେ ଲେଖିଲେ।
pẹ̀lú àwọn ènìyàn mìíràn tí ẹni ọlá àti ẹni ọ̀wọ̀ Asnappari kó jáde, tí ó sì tẹ̀ wọ́n dó sí ìlú Samaria àti níbòmíràn ní agbègbè e Eufurate.
11 ସେମାନେ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯେଉଁ ପତ୍ର ପଠାଇଥିଲେ, ତହିଁର ପ୍ରତିଲିପି ଏହି; “(ଫରାତ୍‍) ନଦୀ ସେପାରିସ୍ଥ ଲୋକ, ଆପଣଙ୍କ ଦାସମାନଙ୍କଠାରୁ,
(Èyí ni ẹ̀dà ìwé tí wọ́n fi ránṣẹ́ sí i.) Sí ọba Artasasta, láti ọ̀dọ̀ àwọn ìránṣẹ́ rẹ̀, àwọn ọkùnrin agbègbè Eufurate.
12 ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ଆପଣଙ୍କ ନିକଟରୁ ଆଗତ ଯିହୁଦୀୟ ଲୋକମାନେ ଯିରୂଶାଲମକୁ ଆମ୍ଭମାନଙ୍କ ନିକଟକୁ ଆସିଅଛନ୍ତି; ସେମାନେ ସେହି ବିଦ୍ରୋହୀ ଦୁଷ୍ଟ ନଗର ନିର୍ମାଣ କରୁଅଛନ୍ତି ଓ ପ୍ରାଚୀର ସମାପ୍ତ କରି ଭିତ୍ତିମୂଳର ଜୀର୍ଣ୍ଣସଂସ୍କାର କରିଅଛନ୍ତି।
Ọba gbọdọ̀ mọ̀ pé àwọn ará Júù tí ó gòkè wá sọ́dọ̀ wa láti ọ̀dọ̀ rẹ̀ ti lọ sí Jerusalẹmu wọ́n sì ń tún ìlú búburú àti ìlú ọlọ̀tẹ̀ ẹ nì kọ́. Wọ́n ń tún àwọn ògiri náà kọ́, wọ́n sì ń tún àwọn ìpìlẹ̀ náà ṣe.
13 ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ଯେବେ ଏହି ନଗର ନିର୍ମିତ ଓ ପ୍ରାଚୀର କାର୍ଯ୍ୟ ସମାପ୍ତ ହେବ, ତେବେ ସେହି ଲୋକମାନେ କର, ରାଜସ୍ୱ ବା ଶୁଳ୍କ ଦେବେ ନାହିଁ, ପୁଣି ଶେଷରେ ତାହା ରାଜାଗଣର କ୍ଷତିକର ହେବ।
Síwájú sí i, ọba gbọdọ̀ mọ̀ pé tí a bá kọ́ ìlú yìí àti tí a sì tún àwọn ògiri rẹ̀ mọ, kò sí owó orí, owó òde tàbí owó ibodè tí a ó san, owó tí ó sì ń wọlé fún ọba yóò sì dínkù.
14 ଆମ୍ଭେମାନେ ରାଜଗୃହର ଲବଣ ଖାଉ ଓ ମହାରାଜଙ୍କର ଅପମାନ ଦେଖିବା ଆମ୍ଭମାନଙ୍କର ଉଚିତ ନୁହେଁ, ଏହେତୁ ଲୋକ ପଠାଇ ମହାରାଜଙ୍କୁ ଏହା ଜଣାଇଲୁ।
Nísinsin yìí níwọ̀n ìgbà tí a ní ojúṣe sí ààfin ọba, kò sì bójúmu fún wa láti rí ìtàbùkù ọba, àwa ń rán iṣẹ́ yìí láti sọ fún ọba,
15 ଆପଣଙ୍କ ପୂର୍ବପୁରୁଷଗଣର ଇତିହାସ-ପୁସ୍ତକ ଅନୁସନ୍ଧାନ କରାଯାଉ; ତେବେ ସେହି ଇତିହାସ ପୁସ୍ତକରେ ଆପଣ ଦେଖିବେ ଓ ଜାଣିବେ ଯେ, ଏହି ନଗର ବିଦ୍ରୋହୀ ନଗର, ଆଉ ରାଜାଗଣ ଓ ପ୍ରଦେଶସମୂହ ପ୍ରତି ଅନିଷ୍ଟକର, ପୁଣି ସେମାନେ ପୂର୍ବକାଳରେ ତହିଁ ମଧ୍ୟରେ ଗଣ୍ଡଗୋଳ ଘଟାଇଅଛନ୍ତି। ତହିଁ ସକାଶୁ ଏହି ନଗର ବିନଷ୍ଟ ହୋଇଅଛି।
kí a bá a lè ṣe ìwádìí ní inú ìwé ìrántí àwọn aṣíwájú rẹ̀. Nínú ìwé ìrántí wọn yìí, ìwọ yóò rí i wí pé, ìlú yìí jẹ́ ìlú aṣọ̀tẹ̀, oníwàhálà sí àwọn ọba àti àwọn ìgbèríko, ibi ìṣọ̀tẹ̀ láti ìgbà àtijọ́. Ìdí ni èyí tí a ṣe pa ìlú yìí run.
16 ଆମ୍ଭେମାନେ ମହାରାଜଙ୍କୁ ଜଣାଉଅଛୁ ଯେ, ଏହି ନଗର ନିର୍ମିତ ଓ ଏହି ପ୍ରାଚୀର କାର୍ଯ୍ୟ ସମାପ୍ତ ହେଲେ, ତଦ୍ଦ୍ୱାରା ନଦୀ ସେପାରିରେ ଆପଣଙ୍କର କୌଣସି ଅଂଶ ରହିବ ନାହିଁ।”
A fi dá ọba lójú wí pé tí a bá tún ìlú kọ́ àti ti àwọn ògiri rẹ̀ si di mímọ padà, kì yóò sì ohun ti yóò kù ọ́ kù ní agbègbè Eufurate.
17 ଏଥିରେ ରାଜା ମନ୍ତ୍ରୀ ରହୂମ୍‍ ଓ କାର୍ଯ୍ୟାଧ୍ୟକ୍ଷ ଶିମ୍‍ଶୟ ଓ ସେମାନଙ୍କ ଶମରୀୟା-ନିବାସୀ ଅନ୍ୟ ସଙ୍ଗୀମାନଙ୍କର, ଆଉ ନଦୀ ସେପାରିସ୍ଥ ଦେଶୀୟ ଅନ୍ୟାନ୍ୟ ଲୋକଙ୍କର ନିକଟକୁ ଉତ୍ତର ପଠାଇଲା, ଯଥା, “ତୁମ୍ଭମାନଙ୍କର ମଙ୍ଗଳ ହେଉ।
Ọba fi èsì yìí ránṣẹ́ padà. Sí Rehumu balógun, Ṣimṣai akọ̀wé àti àwọn ẹlẹgbẹ́ wọn yòókù tí ń gbé ní Samaria àti ní òpópónà Eufurate. Ìkíni.
18 ତୁମ୍ଭେମାନେ ଆମ୍ଭମାନଙ୍କ ନିକଟକୁ ଯେଉଁ ପତ୍ର ପଠାଇଅଛ, ତାହା ଆମ୍ଭ ସାକ୍ଷାତରେ ସ୍ପଷ୍ଟରୂପେ ପାଠ କରାଯାଇଅଛି।
A ti ka ìwé tí ẹ fi ránṣẹ́ sí wa, a sì ti túmọ̀ rẹ̀ níwájú mi.
19 ପୁଣି, ଆମ୍ଭ ଆଜ୍ଞାରେ ଅନୁସନ୍ଧାନ କରାଯାଆନ୍ତେ, ଦେଖାଯାଇଅଛି ଯେ, ପୂର୍ବକାଳରେ ଏହି ନଗର ରାଜାଗଣ ବିରୁଦ୍ଧରେ ଦ୍ରୋହ କରିଅଛି ଓ ତହିଁ ମଧ୍ୟରେ ରାଜଦ୍ରୋହ ଓ ଗଣ୍ଡଗୋଳ କରାଯାଇଅଛି।
Mo pa àṣẹ, a sì ṣe ìwádìí, nínú ìtàn ọjọ́ pípẹ́ àti ti ìsinsin yìí ti ìṣọ̀tẹ̀ sí àwọn ọba pẹ̀lú, ó sì jẹ́ ibi ìṣọ̀tẹ̀ àti ìrúkèrúdò.
20 ମଧ୍ୟ ଯିରୂଶାଲମରେ ପରାକ୍ରାନ୍ତ ରାଜାଗଣ ଥିଲେ, ସେମାନେ ନଦୀ ସେପାରିସ୍ଥ ସମସ୍ତ ଦେଶରେ ରାଜତ୍ୱ କଲେ; ଆଉ, ସେମାନଙ୍କୁ କର, ରାଜସ୍ୱ ଓ ମାଶୁଲ ଦିଆଗଲା।
Jerusalẹmu ti ní àwọn ọba alágbára tí ń jẹ ọba lórí gbogbo àwọn agbègbè Eufurate, àti àwọn owó orí, owó òde àti owó ibodè sì ni wọ́n ń san fún wọn.
21 ଏଣୁ ଆମ୍ଭଠାରୁ ଆଜ୍ଞା ପ୍ରଚାରିତ ନ ହେବା ପର୍ଯ୍ୟନ୍ତ ସେହି ନଗର ଯେପରି ନିର୍ମିତ ନ ହେବ, ଏଥିପାଇଁ ଏବେ ତୁମ୍ଭେମାନେ ସେହି ଲୋକମାନଙ୍କୁ କର୍ମରୁ ନିବୃତ୍ତ ହେବାକୁ ଆଜ୍ଞା କର।
Nísinsin yìí pa àṣẹ fún àwọn ọkùnrin yìí láti dá iṣẹ́ dúró, kí a má ṣe tún ìlú náà kọ títí èmi yóò fi pàṣẹ.
22 ପୁଣି ସାବଧାନ, ଏହି ବିଷୟରେ ତୁମ୍ଭେମାନେ ହେଳା ନ କର; ରାଜାମାନଙ୍କ କ୍ଷତି ନିମନ୍ତେ କାହିଁକି ଅନିଷ୍ଟ ବୃଦ୍ଧି ପାଇବ?”
Ẹ ṣọ́ra kí ẹ má ṣe àìkọbi-ara sí ọ̀rọ̀ yìí. Èéṣe tí ìbàjẹ́ yóò fi pọ̀ sí i, sí ìpalára àwọn ọba?
23 ତହିଁରେ ରହୂମ୍‍ ଓ କାର୍ଯ୍ୟାଧ୍ୟକ୍ଷ ଶିମ୍‍ଶୟ ଓ ସେମାନଙ୍କ ସଙ୍ଗୀ ଲୋକଙ୍କ ନିକଟରେ ଅର୍ତ୍ତକ୍ଷସ୍ତ ରାଜାର ପତ୍ରର ପ୍ରତିଲିପି ପଢ଼ାଯାଆନ୍ତେ, ସେମାନେ ଶୀଘ୍ର ଯିରୂଶାଲମକୁ ଯିହୁଦୀୟମାନଙ୍କ ନିକଟକୁ ଯାଇ ବଳ ଓ କ୍ଷମତା ଦ୍ୱାରା ସେମାନଙ୍କୁ କର୍ମରୁ ନିବୃତ୍ତ କଲେ।
Ní kété tí a ka ẹ̀dà ìwé ọba Artasasta sí Rehumu àti Ṣimṣai akọ̀wé àti àwọn ẹlẹgbẹ́ ẹ wọn, wọ́n yára lọ sí ọ̀dọ̀ àwọn Júù ní Jerusalẹmu pẹ̀lú, wọ́n fi agbára mú wọn láti dáwọ́ dúró.
24 ତହୁଁ ଯିରୂଶାଲମରେ ପରମେଶ୍ୱରଙ୍କ ଗୃହର କାର୍ଯ୍ୟ ବନ୍ଦ ହେଲା। ପୁଣି, ପାରସ୍ୟ ରାଜା ଦାରୀୟାବସଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷ ପର୍ଯ୍ୟନ୍ତ ତାହା ବନ୍ଦ ହୋଇ ରହିଲା।
Báyìí, iṣẹ́ lórí ilé Ọlọ́run ní Jerusalẹmu wá sí ìdúró jẹ́ẹ́ títí di ọdún kejì ìjọba Dariusi ọba Persia.

< ଏଜ୍ରା 4 >