< ଏଜ୍ରା 4 >
1 ଏଥିଉତ୍ତାରେ ବନ୍ଦୀତ୍ୱର ସନ୍ତାନଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରୁଅଛନ୍ତି ବୋଲି ଯିହୁଦାର ଓ ବିନ୍ୟାମୀନ୍ର ବିପକ୍ଷମାନେ ଶୁଣିଲେ।
猶大和本雅明的敵人,一聽說充軍回來的子民,為上主以色列的天主修建聖宇,
2 ସେତେବେଳେ ସେମାନେ ଯିରୁବ୍ବାବିଲ୍ ଓ ପିତୃବଂଶ ପ୍ରଧାନବର୍ଗଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭମାନଙ୍କ ସଙ୍ଗେ ନିର୍ମାଣ କରୁ; କାରଣ ଯେପରି ତୁମ୍ଭେମାନେ, ସେପରି ଆମ୍ଭେମାନେ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରୁଅଛୁ; ଆଉ, ଅଶୂରୀୟ ରାଜା ଏସର୍ହଦ୍ଦୋନ୍, ଯେ ଆମ୍ଭମାନଙ୍କୁ ଏଠାକୁ ଆଣିଅଛି, ତାହାର ସମୟଠାରୁ ଆମ୍ଭେମାନେ ତାହାଙ୍କ ଉଦ୍ଦେଶ୍ୟରେ ବଳିଦାନ କରୁଅଛୁ।”
便來見則魯巴貝耳、耶叔亞和族長,向他們說:「讓我們同你們一同建築吧! 因為我們同你們一樣,求問你們的天主;從亞述王厄撒哈冬,將我們帶到這裏之日起,我們即向衪獻祭」。
3 ମାତ୍ର ଯିରୁବ୍ବାବିଲ୍ ଓ ଯେଶୂୟ ଓ ଇସ୍ରାଏଲର ଅନ୍ୟ ପିତୃବଂଶର ପ୍ରଧାନମାନେ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବା ବିଷୟରେ ଆମ୍ଭମାନଙ୍କ ସଙ୍ଗେ ତୁମ୍ଭମାନଙ୍କର କୌଣସି ସମ୍ପର୍କ ନାହିଁ; ମାତ୍ର ଆମ୍ଭମାନଙ୍କ ପ୍ରତି ପାରସ୍ୟ ରାଜା କୋରସ୍ ରାଜାଙ୍କ ଆଜ୍ଞା ପ୍ରମାଣେ ଆମ୍ଭେମାନେ ଆପେ ଏକତ୍ରିତ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରିବା।”
但是,則魯巴貝耳、耶叔亞和以色列的族長,回答他們說:「你們不能同我們一起,給我們的天主修建殿宇,因為按波斯王居魯士我們的命令,我們應單獨給上主以色列的天主修建殿宇」。
4 ତହିଁରେ ଦେଶସ୍ଥ ଲୋକମାନେ ଯିହୁଦାର ଲୋକମାନଙ୍କ ହସ୍ତ ଦୁର୍ବଳ କରିବାକୁ ଓ ନିର୍ମାଣ କାର୍ଯ୍ୟରେ ସେମାନଙ୍କୁ କ୍ଳେଶ ଦେବାକୁ ଲାଗିଲେ,
時便有當地人來挫折猶大人民的勇氣,擾亂他們的建築的工作;
5 ପୁଣି, ସେମାନଙ୍କ ଅଭିପ୍ରାୟ ବିଫଳ କରିବା ପାଇଁ ପାରସ୍ୟ ରାଜା କୋରସ୍ର ଯାବଜ୍ଜୀବନ ଓ ପାରସ୍ୟ ରାଜା ଦାରୀୟାବସଙ୍କର ଅଧିକାର ପର୍ଯ୍ୟନ୍ତ ସେମାନଙ୍କ ବିରୁଦ୍ଧରେ ମନ୍ତ୍ରଣାକାରୀମାନଙ୍କୁ ବେତନ ଦେଇ ରଖିଲେ।
還買通了一些議,員來反對反對他們,破壞他們的計劃;整個波斯王居魯士朝代,自始至終,直到波斯王達理阿朝代,常是如此。
6 ଆଉ, ଅକ୍ଷଶ୍ୱେରଶର ସମୟରେ ତାହାର ରାଜତ୍ଵର ଆରମ୍ଭରେ ସେମାନେ ଯିହୁଦା ଓ ଯିରୂଶାଲମ ନିବାସୀମାନଙ୍କ ବିରୁଦ୍ଧରେ ଏକ ଅପବାଦପତ୍ର ଲେଖିଲେ।
在薛西斯朝代,在他登極之初,他們還了訴狀,控告猶大和耶路撒冷的居民。
7 ପୁନଶ୍ଚ, ଅର୍ତ୍ତକ୍ଷସ୍ତର ଅଧିକାର ସମୟରେ ବିଶ୍ଳମ୍, ମିତ୍ରଦାତ, ଟାବେଲ ଓ ତାହାର ଅନ୍ୟ ସଙ୍ଗୀମାନେ ପାରସ୍ୟ ରାଜା ଅର୍ତ୍ତକ୍ଷସ୍ତ ନିକଟକୁ ଲେଖିଲେ; ସେହି ପତ୍ର ଅରାମୀୟ ଅକ୍ଷରରେ ଲିଖିତ ଓ ଅରାମୀୟ ଭାଷାରେ ରଚିତ ହୋଇଥିଲା।
阿塔薛西斯年間,彼舍藍、米特達特、塔貝耳和其餘的同僚,也曾上書於波斯王阿塔薛西斯;奏文是用阿刺美文字,也是用阿刺語言的。
8 ରହୂମ୍ ମନ୍ତ୍ରୀ ଓ ଶିମ୍ଶୟ ଲେଖକ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯିରୂଶାଲମ ବିରୁଦ୍ଧରେ ଏହି ପ୍ରକାର ପତ୍ର ଲେଖିଲେ;
以後,勒洪總督和史默秘書,為耶路撒冷事,也曾上書於阿塔薛西斯王,其文如下:──
9 ରହୂମ୍ ମନ୍ତ୍ରୀ ଓ ଶିମ୍ଶୟ ଲେଖକ ଓ ସେମାନଙ୍କର ଅନ୍ୟ ସଙ୍ଗୀ ସମସ୍ତେ, ଅର୍ଥାତ୍, ଦୀନୀୟ ଓ ଅଫର୍ସ୍ତଖୀୟ, ଟର୍ପଲୀୟ, ଅଫର୍ସୀୟ, ଅର୍କବୀୟ, ବାବିଲୀୟ, ଶୂଶନୀୟ, ଦେହ୍ୱୀୟ, ଏଲମୀୟ ଲୋକମାନେ,
上書的是勒洪總督、史默瑟秘書和其餘的同僚:即判官和欽差、人物書記、厄勒客人。巴比倫人、叔商人即厄藍人,
10 ଆଉ, ମହାମହିମ ସମ୍ଭ୍ରାନ୍ତ ଅସ୍ନପ୍ପର ଦ୍ୱାରା ଆନୀତ, ପୁଣି ଶମରୀୟା ନଗରରେ ଓ (ଫରାତ୍) ନଦୀ ସେପାରିସ୍ଥ ଦେଶର ଅନ୍ୟାନ୍ୟ ସ୍ଥାନରେ ସ୍ଥାପିତ, ଇତ୍ୟାଦି ଗୋଷ୍ଠୀୟମାନେ ଲେଖିଲେ।
以及偉大和顯貴的阿斯納帕所遺來,安置在撒馬黎雅城和河西其餘地區的各民族。──
11 ସେମାନେ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯେଉଁ ପତ୍ର ପଠାଇଥିଲେ, ତହିଁର ପ୍ରତିଲିପି ଏହି; “(ଫରାତ୍) ନଦୀ ସେପାରିସ୍ଥ ଲୋକ, ଆପଣଙ୍କ ଦାସମାନଙ୍କଠାରୁ,
以下是送於王的奏文本:「你的臣僕,河西的人民上奏阿塔薛西斯王:
12 ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ଆପଣଙ୍କ ନିକଟରୁ ଆଗତ ଯିହୁଦୀୟ ଲୋକମାନେ ଯିରୂଶାଲମକୁ ଆମ୍ଭମାନଙ୍କ ନିକଟକୁ ଆସିଅଛନ୍ତି; ସେମାନେ ସେହି ବିଦ୍ରୋହୀ ଦୁଷ୍ଟ ନଗର ନିର୍ମାଣ କରୁଅଛନ୍ତି ଓ ପ୍ରାଚୀର ସମାପ୍ତ କରି ଭିତ୍ତିମୂଳର ଜୀର୍ଣ୍ଣସଂସ୍କାର କରିଅଛନ୍ତି।
今上奏大王,前由大王那裏上到我們這裏來的猶太人,一到了那座作亂邪惡的耶路撒冷城,便大興土木,修建城牆,已打好基礎。
13 ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ଯେବେ ଏହି ନଗର ନିର୍ମିତ ଓ ପ୍ରାଚୀର କାର୍ଯ୍ୟ ସମାପ୍ତ ହେବ, ତେବେ ସେହି ଲୋକମାନେ କର, ରାଜସ୍ୱ ବା ଶୁଳ୍କ ଦେବେ ନାହିଁ, ପୁଣି ଶେଷରେ ତାହା ରାଜାଗଣର କ୍ଷତିକର ହେବ।
今上奏大王,那城若的建成,城垣若是修完,他們便不再納糧、出捐和完稅了,如此於大王的國庫必定有害。
14 ଆମ୍ଭେମାନେ ରାଜଗୃହର ଲବଣ ଖାଉ ଓ ମହାରାଜଙ୍କର ଅପମାନ ଦେଖିବା ଆମ୍ଭମାନଙ୍କର ଉଚିତ ନୁହେଁ, ଏହେତୁ ଲୋକ ପଠାଇ ମହାରାଜଙ୍କୁ ଏହା ଜଣାଇଲୁ।
現今我們既食王家的鹽,自不應坐視大王受害,為此我們上奏,稟告大王:
15 ଆପଣଙ୍କ ପୂର୍ବପୁରୁଷଗଣର ଇତିହାସ-ପୁସ୍ତକ ଅନୁସନ୍ଧାନ କରାଯାଉ; ତେବେ ସେହି ଇତିହାସ ପୁସ୍ତକରେ ଆପଣ ଦେଖିବେ ଓ ଜାଣିବେ ଯେ, ଏହି ନଗର ବିଦ୍ରୋହୀ ନଗର, ଆଉ ରାଜାଗଣ ଓ ପ୍ରଦେଶସମୂହ ପ୍ରତି ଅନିଷ୍ଟକର, ପୁଣି ସେମାନେ ପୂର୍ବକାଳରେ ତହିଁ ମଧ୍ୟରେ ଗଣ୍ଡଗୋଳ ଘଟାଇଅଛନ୍ତି। ତହିଁ ସକାଶୁ ଏହି ନଗର ବିନଷ୍ଟ ହୋଇଅଛି।
請大王查閱先王記錄,在記錄上必會查出,從而知道這座城是座好亂的城,曾加害先王和各省;自古以來,其中常發生叛亂,故此才被毀滅。
16 ଆମ୍ଭେମାନେ ମହାରାଜଙ୍କୁ ଜଣାଉଅଛୁ ଯେ, ଏହି ନଗର ନିର୍ମିତ ଓ ଏହି ପ୍ରାଚୀର କାର୍ଯ୍ୟ ସମାପ୍ତ ହେଲେ, ତଦ୍ଦ୍ୱାରା ନଦୀ ସେପାରିରେ ଆପଣଙ୍କର କୌଣସି ଅଂଶ ରହିବ ନାହିଁ।”
為此我們奏明大王:如果那城建成,牆垣築完,從此大王便沒有河西的版圖」。
17 ଏଥିରେ ରାଜା ମନ୍ତ୍ରୀ ରହୂମ୍ ଓ କାର୍ଯ୍ୟାଧ୍ୟକ୍ଷ ଶିମ୍ଶୟ ଓ ସେମାନଙ୍କ ଶମରୀୟା-ନିବାସୀ ଅନ୍ୟ ସଙ୍ଗୀମାନଙ୍କର, ଆଉ ନଦୀ ସେପାରିସ୍ଥ ଦେଶୀୟ ଅନ୍ୟାନ୍ୟ ଲୋକଙ୍କର ନିକଟକୁ ଉତ୍ତର ପଠାଇଲା, ଯଥା, “ତୁମ୍ଭମାନଙ୍କର ମଙ୍ଗଳ ହେଉ।
君王覆文如下:「願勒洪總督、史默秘書、以及其餘住在撒馬黎雅的官,和河西其餘的人民平安:
18 ତୁମ୍ଭେମାନେ ଆମ୍ଭମାନଙ୍କ ନିକଟକୁ ଯେଉଁ ପତ୍ର ପଠାଇଅଛ, ତାହା ଆମ୍ଭ ସାକ୍ଷାତରେ ସ୍ପଷ୍ଟରୂପେ ପାଠ କରାଯାଇଅଛି।
你們呈來的奏疏,已在我們清楚誦讀了。
19 ପୁଣି, ଆମ୍ଭ ଆଜ୍ଞାରେ ଅନୁସନ୍ଧାନ କରାଯାଆନ୍ତେ, ଦେଖାଯାଇଅଛି ଯେ, ପୂର୍ବକାଳରେ ଏହି ନଗର ରାଜାଗଣ ବିରୁଦ୍ଧରେ ଦ୍ରୋହ କରିଅଛି ଓ ତହିଁ ମଧ୍ୟରେ ରାଜଦ୍ରୋହ ଓ ଗଣ୍ଡଗୋଳ କରାଯାଇଅଛି।
我下命檢查,的確發現那座城,自古以來即違抗君王,其中常發生叛亂造反之事。
20 ମଧ୍ୟ ଯିରୂଶାଲମରେ ପରାକ୍ରାନ୍ତ ରାଜାଗଣ ଥିଲେ, ସେମାନେ ନଦୀ ସେପାରିସ୍ଥ ସମସ୍ତ ଦେଶରେ ରାଜତ୍ୱ କଲେ; ଆଉ, ସେମାନଙ୍କୁ କର, ରାଜସ୍ୱ ଓ ମାଶୁଲ ଦିଆଗଲା।
先前曾有英武的君王,治理過耶路撒冷,統轄過整個河西之地,人都給他們納糧、出捐和完稅。
21 ଏଣୁ ଆମ୍ଭଠାରୁ ଆଜ୍ଞା ପ୍ରଚାରିତ ନ ହେବା ପର୍ଯ୍ୟନ୍ତ ସେହି ନଗର ଯେପରି ନିର୍ମିତ ନ ହେବ, ଏଥିପାଇଁ ଏବେ ତୁମ୍ଭେମାନେ ସେହି ଲୋକମାନଙ୍କୁ କର୍ମରୁ ନିବୃତ୍ତ ହେବାକୁ ଆଜ୍ଞା କର।
所以現在,你們應發一道命令,叫這些人停工,不准修城,我們另發指令。
22 ପୁଣି ସାବଧାନ, ଏହି ବିଷୟରେ ତୁମ୍ଭେମାନେ ହେଳା ନ କର; ରାଜାମାନଙ୍କ କ୍ଷତି ନିମନ୍ତେ କାହିଁକି ଅନିଷ୍ଟ ବୃଦ୍ଧି ପାଇବ?”
你們應注意,對此不可疏忽,免得捐害加重,禍及君王」。
23 ତହିଁରେ ରହୂମ୍ ଓ କାର୍ଯ୍ୟାଧ୍ୟକ୍ଷ ଶିମ୍ଶୟ ଓ ସେମାନଙ୍କ ସଙ୍ଗୀ ଲୋକଙ୍କ ନିକଟରେ ଅର୍ତ୍ତକ୍ଷସ୍ତ ରାଜାର ପତ୍ରର ପ୍ରତିଲିପି ପଢ଼ାଯାଆନ୍ତେ, ସେମାନେ ଶୀଘ୍ର ଯିରୂଶାଲମକୁ ଯିହୁଦୀୟମାନଙ୍କ ନିକଟକୁ ଯାଇ ବଳ ଓ କ୍ଷମତା ଦ୍ୱାରା ସେମାନଙ୍କୁ କର୍ମରୁ ନିବୃତ୍ତ କଲେ।
當阿塔薛西斯王的覆文副本,在勒洪、史默秘書和他們同僚前,誦讀之後,這些人就急速前往耶路撒冷,來到猶太人那裏,用威脅和武力迫使他們停工。
24 ତହୁଁ ଯିରୂଶାଲମରେ ପରମେଶ୍ୱରଙ୍କ ଗୃହର କାର୍ଯ୍ୟ ବନ୍ଦ ହେଲା। ପୁଣି, ପାରସ୍ୟ ରାଜା ଦାରୀୟାବସଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷ ପର୍ଯ୍ୟନ୍ତ ତାହା ବନ୍ଦ ହୋଇ ରହିଲା।
耶路撒冷天主殿宇的工程,便停頓了,一直停到波斯王達理阿, 在位第二年。