< ଏଜ୍ରା 2 >

1 ଯେଉଁମାନେ ବନ୍ଦୀ ରୂପେ ନୀତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକେ ଯିରୂଶାଲମ ଓ ଯିହୁଦାସ୍ଥିତ ଆପଣା ଆପଣା ନଗରକୁ ଫେରି ଆସିଲେ; ବାବିଲର ରାଜା ନବୂଖଦ୍‍ନିତ୍ସର ଏମାନଙ୍କୁ ବାବିଲକୁ ନେଇ ଯାଇଥିଲେ।
Torej to so otroci iz province, ki se je dvignila iz ujetništva, izmed tistih, ki so bili odvedeni proč, ki jih je babilonski kralj Nebukadnezar odvedel v Babilon in so ponovno prišli v Jeruzalem in Judejo, vsak v svoje mesto,
2 ଏମାନେ ଯିରୁବ୍ବାବିଲ୍‍, ଯେଶୂୟ, ନିହିମୀୟା, ସରାୟ, ରିୟେଲାୟ, ମର୍ଦ୍ଦଖୟ, ବିଲ୍‍ଶନ୍‍, ମିସ୍ପର, ବିଗ୍‍ବୟ, ରହୂମ୍‍ ଓ ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲ ବଂଶୀୟ ପୁରୁଷମାନଙ୍କର ସଂଖ୍ୟା ଏହି, ଯଥା,
ki so prišli z Zerubabélom: Ješúa, Nehemija, Serajá, Reelajá, Mordohaj, Bilšán, Mispar, Bigváj, Rehúm in Baaná. Število mož Izraelovega ljudstva:
3 ପରିୟୋଶର ସନ୍ତାନ ଦୁଇ ହଜାର ଏକ ଶହ ବାସ୍ତରି ଜଣ।
Paróševih otrok dva tisoč sto dvainsedemdeset;
4 ଶଫଟୀୟର ସନ୍ତାନ ତିନି ଶହ ବାସ୍ତରି ଜଣ।
Šefatjájevih otrok tristo dvainsedemdeset;
5 ଆରହର ସନ୍ତାନ ସାତ ଶହ ପଞ୍ଚସ୍ତରି ଜଣ।
Aráhovih otrok sedemsto petinsedemdeset;
6 ଯେଶୂୟ ଓ ଯୋୟାବର ସନ୍ତାନମାନଙ୍କ ମଧ୍ୟରୁ ପହତ୍‍-ମୋୟାବର ସନ୍ତାନ ଦୁଇ ହଜାର ଆଠ ଶହ ବାର ଜଣ।
Pahat Moábovih otrok, od otrok Ješúa in Joába, dva tisoč osemsto dvanajst;
7 ଏଲମ୍‍ର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ।
Elámovih otrok tisoč dvesto štiriinpetdeset;
8 ସତ୍ତୂର ସନ୍ତାନ ନଅ ଶହ ପଞ୍ଚଚାଳିଶ ଜଣ।
Zatújevih otrok devetsto petinštirideset;
9 ସକ୍କୟର ସନ୍ତାନ ସାତ ଶହ ଷାଠିଏ ଜଣ।
Zakájevih otrok sedemsto šestdeset;
10 ବାନିର ସନ୍ତାନ ଛଅ ଶହ ବୟାଳିଶ ଜଣ।
Baníjevih, otrok šeststo dvainštirideset.
11 ବେବୟର ସନ୍ତାନ ଛଅ ଶହ ତେଇଶ ଜଣ।
Bebájevih otrok šeststo triindvajset;
12 ଅସ୍ଗଦର ସନ୍ତାନ ଏକ ହଜାର ଦୁଇ ଶହ ବାଇଶ ଜଣ।
Azgádovih otrok tisoč dvesto dvaindvajset;
13 ଅଦୋନୀକାମର ସନ୍ତାନ ଛଅ ଶହ ଛଷଠି ଜଣ।
Adonikámovih otrok šeststo šestinšestdeset;
14 ବିଗ୍‍ବୟର ସନ୍ତାନ ଦୁଇ ହଜାର ଛପନ ଜଣ।
Bigvájevih otrok dva tisoč šestinpetdeset;
15 ଆଦୀନର ସନ୍ତାନ ଚାରି ଶହ ଚଉବନ ଜଣ।
Adínovih otrok štiristo štiriinpetdeset;
16 ହିଜକୀୟର ବଂଶଜାତ ଆଟେରର ସନ୍ତାନ ଅଠାନବେ ଜଣ।
Atêrjevih otrok, od Ezekíja, osemindevetdeset;
17 ବେତ୍ସୟର ସନ୍ତାନ ତିନି ଶହ ତେଇଶ ଜଣ।
Becájevih otrok tristo triindvajset;
18 ଯୋରାହର ସନ୍ତାନ ଏକ ଶହ ବାର ଜଣ।
Jorájevih otrok sto dvanajst;
19 ହଶୂମର ସନ୍ତାନ ଦୁଇ ଶହ ତେଇଶ ଜଣ।
Hašúmovih otrok dvesto triindvajset;
20 ଗିବ୍ବରର ସନ୍ତାନ ପଞ୍ଚାନବେ ଜଣ।
Gibárjevih otrok petindevetdeset;
21 ବେଥଲିହିମର ସନ୍ତାନ ଏକ ଶହ ତେଇଶ ଜଣ।
otrok iz Betlehema sto triindvajset;
22 ନଟୋଫାର ଲୋକ ଛପନ ଜଣ।
mož iz Netófe šestinpetdeset;
23 ଅନାଥୋତ୍‍ର ଲୋକ ଏକ ଶହ ଅଠାଇଶ ଜଣ।
mož iz Anatóta sto osemindvajset;
24 ଅସ୍ମାବତ୍‍ର ସନ୍ତାନ ବୟାଳିଶ ଜଣ।
otrok iz Azmáveta dvainštirideset;
25 କିରୀୟଥ୍‍-ଯିୟାରୀମ୍‍ ଓ କଫୀରା ଓ ବେରୋତର ସନ୍ତାନ ସାତ ଶହ ତେୟାଳିଶ ଜଣ।
otrok iz Kirját Aríma, Kefíre in Beeróta sedemsto triinštirideset;
26 ରାମାର ଓ ଗେବାର ସନ୍ତାନ ଛଅ ଶହ ଏକୋଇଶ ଜଣ।
otrok iz Rame in Gabe šeststo enaindvajset;
27 ମିକ୍‍ମସର ଲୋକ ଏକ ଶହ ବାଇଶ ଜଣ।
mož iz Mihmása sto dvaindvajset;
28 ବେଥେଲ୍‍ର ଓ ଅୟର ଲୋକ ଦୁଇ ଶହ ତେଇଶ ଜଣ।
mož iz Betela in Aja dvesto triindvajset;
29 ନବୋର ସନ୍ତାନ ବାବନ ଜଣ।
otrok iz Nebója dvainpetdeset;
30 ମଗ୍‍ବୀଶର ସନ୍ତାନ ଏକ ଶହ ଛପନ ଜଣ।
otrok iz Magbíša sto šestinpetdeset;
31 ଅନ୍ୟ ଏଲମ୍‍ର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ।
otrok iz drugega Eláma tisoč dvesto štiriinpetdeset;
32 ହାରୀମ୍‍‍ର ସନ୍ତାନ ତିନି ଶହ କୋଡ଼ିଏ ଜଣ।
otrok iz Haríma tristo dvajset;
33 ଲୋଦ୍‍ ଓ ହାଦୀଦ୍‍ ଓ ଓନୋର ସନ୍ତାନ ସାତ ଶହ ପଚିଶ ଜଣ।
otrok iz Loda, Hadída in Onója sedemsto petindvajset;
34 ଯିରୀହୋର ସନ୍ତାନ ତିନି ଶହ ପଞ୍ଚଚାଳିଶ ଜଣ।
otrok iz Jerihe tristo petinštirideset;
35 ସନାୟାର ସନ୍ତାନ ତିନି ହଜାର ଛଅ ଶହ ତିରିଶ ଜଣ।
otrok iz Senaája tri tisoč šeststo trideset.
36 ଯାଜକମାନଙ୍କ ସଂଖ୍ୟା; ଯେଶୂୟ-ବଂଶଜ ଯିଦୟୀୟର ସନ୍ତାନ ନଅ ଶହ ତେସ୍ତରି ଜଣ।
Duhovniki: Jedajájevi otroci iz Ješúove hiše devetsto triinsedemdeset;
37 ଇମ୍ମେରର ସନ୍ତାନ ଏକ ହଜାର ବାବନ ଜଣ।
Imêrjevih otrok tisoč dvainpetdeset;
38 ପଶ୍‍ହୂରର ସନ୍ତାନ ଏକ ହଜାର ଦୁଇ ଶହ ସତଚାଳିଶ ଜଣ।
Pašhúrjevih otrok tisoč dvesto sedeminštirideset;
39 ହାରୀମ୍‍‍ର ସନ୍ତାନ ଏକ ହଜାର ସତର ଜଣ।
Harímovih otrok tisoč sedemnajst.
40 ଲେବୀୟମାନଙ୍କ ସଂଖ୍ୟା; ହୋଦବୀୟର ସନ୍ତାନମାନଙ୍କ ମଧ୍ୟରୁ ଯେଶୂୟ ଓ କଦ୍‍ମୀୟେଲର ସନ୍ତାନ ଚଉସ୍ତରି ଜଣ।
Lévijevci: otroci Ješúa in Kadmiéla, od Hodavijájevih otrok štiriinsedemdeset.
41 ଗାୟକମାନଙ୍କ ସଂଖ୍ୟା; ଆସଫର ସନ୍ତାନ ଏକ ଶହ ଅଠାଇଶ ଜଣ।
Pevci: Asáfovih otrok sto osemindvajset.
42 ଦ୍ୱାରପାଳମାନଙ୍କ ସନ୍ତାନଗଣର ସଂଖ୍ୟା; ଶଲ୍ଲୁମ୍‍ର ସନ୍ତାନ, ଆଟେରର ସନ୍ତାନ, ଟଲ୍‍ମୋନର ସନ୍ତାନ, ଅକ୍କୂବର ସନ୍ତାନ, ହଟୀଟାର ସନ୍ତାନ, ଶୋବୟର ସନ୍ତାନ, ସର୍ବସୁଦ୍ଧା ଏକ ଶହ ଅଣଚାଳିଶ ଜଣ।
Otroci vratarjev: Šalúmovi otroci, Atêrjevi otroci, Talmónovi otroci, Akúbovi otroci, Hatitájevi otroci, Šobájevi otroci, vseh sto devetintrideset.
43 ନଥୀନୀୟ ଲୋକମାନେ; ସୀହର ସନ୍ତାନଗଣ, ହସୂଫାର ସନ୍ତାନଗଣ, ଟବ୍ବାୟୋତର ସନ୍ତାନଗଣ;
Netinimci: Cihájevi otroci, Hasufájevi otroci, Tabaótovi otroci,
44 କେରୋସର ସନ୍ତାନଗଣ, ସୀୟର ସନ୍ତାନଗଣ, ପାଦୋନର ସନ୍ତାନଗଣ;
Kerósovi otroci, Siáhovi, otroci, Padónovi otroci,
45 ଲବାନାର ସନ୍ତାନଗଣ, ହଗାବର ସନ୍ତାନଗଣ, ଅକ୍କୂବର ସନ୍ତାନଗଣ;
Lebanájevi otroci, Hagabájevi otroci, Akúbovi otroci,
46 ହାଗାବର ସନ୍ତାନଗଣ, ଶମ୍‍ଲୟର ସନ୍ତାନଗଣ, ହାନନ୍‍ର ସନ୍ତାନଗଣ;
Hagábovi otroci, Salmájevi otroci, Hanánovi otroci,
47 ଗିଦ୍ଦେଲର ସନ୍ତାନଗଣ, ଗହରର ସନ୍ତାନଗଣ, ରାୟାର ସନ୍ତାନଗଣ;
Gidélovi otroci, Gaharjevi otroci, Reajájevi otroci,
48 ରତ୍ସୀନର ସନ୍ତାନଗଣ, ନକୋଦର ସନ୍ତାନଗଣ, ଗସମର ସନ୍ତାନଗଣ;
Recínovi otroci, Nekodájevi otroci, Gazámovi otroci,
49 ଉଷର ସନ୍ତାନଗଣ, ପାସେହର ସନ୍ତାନଗଣ, ବେଷୟର ସନ୍ତାନଗଣ;
Uzájevi otroci, Paséahovi otroci, Besájevi otroci,
50 ଅସ୍ନାର ସନ୍ତାନଗଣ, ମିୟୂନୀମର ସନ୍ତାନଗଣ, ନଫିଷୀମର ସନ୍ତାନଗଣ;
Asnájevi otroci, otroci Meunéjcev, otroci Nefuséjcev,
51 ବକ୍‍ବୁକର ସନ୍ତାନଗଣ, ହକୂଫାର ସନ୍ତାନଗଣ, ହର୍ହୂରର ସନ୍ତାନଗଣ;
Bakbúkovi otroci, Hakufájevi otroci, Harhúrjevi otroci,
52 ବସ୍‍ଲୂତର ସନ୍ତାନଗଣ, ମହୀଦାର ସନ୍ତାନଗଣ, ହର୍ଶାର ସନ୍ତାନଗଣ;
Baclútovi otroci, Mehidájevi otroci, Haršájevi otroci,
53 ବର୍କୋସର ସନ୍ତାନଗଣ, ସୀଷରାର ସନ୍ତାନଗଣ, ତେମହର ସନ୍ତାନଗଣ;
Barkósovi otroci, Siserájevi otroci, Temahovi otroci,
54 ନତ୍ସୀହର ସନ୍ତାନଗଣ, ହଟୀଫାର ସନ୍ତାନଗଣ।
Necíahovi otroci, Hatifájevi otroci.
55 ଶଲୋମନର ଦାସମାନଙ୍କ ସନ୍ତାନଗଣ; ସୋଟୟର ସନ୍ତାନଗଣ, ହସୋଫେରତର ସନ୍ତାନଗଣ, ପରୁଦାର ସନ୍ତାନଗଣ;
Otroci Salomonovih služabnikov: Sotájevi otroci, Soféretovi otroci, Perudájevi otroci,
56 ଯାଳାର ସନ୍ତାନଗଣ, ଦର୍କୋଣର ସନ୍ତାନଗଣ, ଗିଦ୍ଦେଲର ସନ୍ତାନଗଣ;
Jaaláhjevi otroci, Darkónovi otroci, Gidélovi otroci,
57 ଶଫଟୀୟର ସନ୍ତାନଗଣ, ହଟୀଲର ସନ୍ତାନଗଣ, ପୋଖେରତ୍‍-ହତ୍‍ସବାୟିମର ସନ୍ତାନଗଣ, ଆମୀର ସନ୍ତାନଗଣ;
Šefatjájevi otroci, Hatílovi otroci, Pohêret Cebájimovi otroci, Amíjevi otroci.
58 ନଥୀନୀୟ ଲୋକମାନେ ଓ ଶଲୋମନର ଦାସମାନଙ୍କ ସନ୍ତାନଗଣ ସର୍ବସୁଦ୍ଧା ତିନି ଶହ ବୟାନବେ ଜଣ।
Vseh Netinimcev in otrok Salomonovih služabnikov je bilo tristo dvaindevetdeset.
59 ପୁଣି ତେଲ୍‍-ମେଲହ, ତେଲ୍‍-ହର୍ଶା, କଋବ୍‍, ଅଦ୍ଦନ ଓ ଇମ୍ମେର, ଏହି ସକଳ ସ୍ଥାନରୁ ଲୋକ ଆସିଲେ, ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ଆପଣା ଆପଣା ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ; ସେହି ଲୋକମାନେ ଏହି, ଯଥା,
In to so bili tisti, ki so odšli gor iz Tel Melaha, Tel Harše, Kerúba, Adana in Imêrja, toda niso mogli pokazati hiše svojega očeta in svojega semena, če so bili iz Izraela:
60 ଦଲୟିୟର ସନ୍ତାନ, ଟୋବୀୟର ସନ୍ତାନ, ନକୋଦର ସନ୍ତାନ, ଛଅ ଶହ ବାବନ ଜଣ।
Delajájevi otroci, Tobijevi otroci, Nekodájevi otroci, šeststo dvainpetdeset.
61 ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ ହବାୟର ସନ୍ତାନଗଣ, ହକ୍କୋସ୍‍ର ସନ୍ତାନଗଣ, ବର୍ସିଲ୍ଲୟର ସନ୍ତାନଗଣ, ଏହି ବର୍ସିଲ୍ଲୟ ଗିଲୀୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମାନୁସାରେ ଖ୍ୟାତ ହୋଇଥିଲା।
Izmed otrok duhovnikov: Habajájevi otroci, Kocovi otroci, otroci Barzilája; ki si je vzel ženo izmed hčera Gileádca Barzilája in je bil imenovan po njihovem imenu.
62 ଏମାନେ ବଂଶାବଳୀ କ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀ-ପତ୍ର ଅନ୍ୱେଷଣ କଲେ, ମାତ୍ର ପାଇଲେ ନାହିଁ; ଏହେତୁ ଏମାନେ ଅଶୁଚି ଗଣିତ ହୋଇ ଯାଜକ ପଦଚ୍ୟୁତ ହେଲେ।
Ti so iskali svoj seznam med tistimi, ki so bili prešteti po rodovniku, toda niso bili najdeni, zato so bili le-ti, kakor omadeževani, odstranjeni od duhovništva.
63 ପୁଣି, ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ, ଊରୀମ୍‍ ଓ ତୁମ୍ମୀମ୍‍ଧାରୀ କୌଣସି ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ସେମାନେ ପବିତ୍ର ବସ୍ତୁ ଭୋଜନ କରିବେ ନାହିଁ।
In Tirsata jim je rekel, da naj ne jedo od najsvetejših stvari, dokler ne vstane duhovnik z Urímom in Tumímom.
64 ଆଉ, ଏକତ୍ରୀକୃତ ସମସ୍ତ ସମାଜ ବୟାଳିଶ ହଜାର ତିନି ଶହ ଷାଠିଏ ଜଣ ଥିଲେ।
Celotne skupnosti je bilo skupaj dvainštirideset tisoč tristo šestdeset,
65 ଏହାଛଡ଼ା ସେମାନଙ୍କର ଦାସଦାସୀ ସାତ ହଜାର ତିନି ଶହ ସଇଁତିରିଶ ଜଣ ଥିଲେ। ଆହୁରି, ସେମାନଙ୍କର ଦୁଇ ଶହ ଗାୟକ ଗାୟିକା ଥିଲେ।
poleg njihovih služabnikov in njihovih služabnic, od katerih jih je bilo tam sedem tisoč tristo sedemintrideset. Tam je bilo med njimi dvesto pevcev in pevk.
66 ସେମାନଙ୍କର ସାତ ଶହ ଛତିଶ ଅଶ୍ୱ; ଦୁଇ ଶହ ପଞ୍ଚଚାଳିଶ ଖଚର;
Njihovih konjev je bilo sedemsto šestintrideset, njihovih mul dvesto petinštirideset,
67 ଚାରି ଶହ ପଞ୍ଚତିରିଶ ଓଟ; ଛଅ ହଜାର ସାତ ଶହ କୋଡ଼ିଏ ଗର୍ଦ୍ଦଭ ଥିଲେ।
njihovih kamel štiristo petintrideset in njihovih oslov šest tisoč sedemsto dvajset.
68 ଏଥିଉତ୍ତାରେ ପିତୃବଂଶୀୟ କେତେକ ପ୍ରଧାନ ଲୋକ ସଦାପ୍ରଭୁଙ୍କ ଯିରୂଶାଲମସ୍ଥିତ ଗୃହରେ ଉପସ୍ଥିତ ହୁଅନ୍ତେ, ପରମେଶ୍ୱରଙ୍କର ସେହି ଗୃହ ସ୍ୱ ସ୍ଥାନରେ ସ୍ଥାପନ କରିବା ପାଇଁ ସ୍ଵେଚ୍ଛାପୂର୍ବକ ଦାନ କଲେ।
Nekateri izmed vodij očetov so, ko so prišli v Gospodovo hišo, ki je v Jeruzalemu, prostovoljno darovali za Božjo hišo, da se ta postavi na njenem mestu.
69 ସେମାନେ ଆପଣା ଆପଣା ଶକ୍ତି ଅନୁସାରେ ସେହି କର୍ମର ଭଣ୍ଡାରରେ ଏକଷଠି ହଜାର ଡ୍ରାକ୍‌ମା ସ୍ୱର୍ଣ୍ଣମୁଦ୍ରା ଓ ପାଞ୍ଚ ହଜାର ପାଉଣ୍ଡ ରୂପା ଓ ଯାଜକମାନଙ୍କ ନିମନ୍ତେ ଏକ ଶହ ବସ୍ତ୍ର ଦେଲେ।
Po svoji zmožnosti so v delovni sklad darovali enainšestdeset tisoč darejkov zlata, pet tisoč funtov srebra in sto duhovniških oblačil.
70 ପୁଣି, ଯାଜକମାନେ ଓ ଲେବୀୟମାନେ ଓ ଲୋକମାନଙ୍କ ମଧ୍ୟରୁ କେତେକ, ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥୀନୀୟମାନେ ଆପଣା ଆପଣା ନଗରରେ ଓ ସମଗ୍ର ଇସ୍ରାଏଲ ଆପଣା ଆପଣା ନଗରରେ ବାସ କଲେ।
Tako so duhovniki, Lévijevci, nekateri izmed ljudstva, pevci, vratarji in Netinimci prebivali v svojih mestih in ves Izrael v svojih mestih.

< ଏଜ୍ରା 2 >