< ଏଜ୍ରା 1 >

1 ଯିରିମୀୟଙ୍କ ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳାର୍ଥେ ପାରସ୍ୟର ରାଜା କୋରସ୍‍ଙ୍କ ରାଜତ୍ଵର ପ୍ରଥମ ବର୍ଷରେ ସଦାପ୍ରଭୁ ପାରସ୍ୟର ରାଜା କୋରସ୍‍ର ମନକୁ ଉଦ୍ଦୀପିତ କରନ୍ତେ, ସେ ଆପଣା ରାଜ୍ୟର ସର୍ବତ୍ର ଘୋଷଣା କରାଇ, ମଧ୍ୟ ଲେଖାଇ ଏହି କଥା ପ୍ରଚାର କରାଇଲା, ଯଥା,
Ní ọdún kìn-ín-ní Kirusi, ọba Persia, kí a lè mú ọ̀rọ̀ Olúwa tí Jeremiah sọ ṣẹ, Olúwa ru ọkàn Kirusi ọba Persia sókè láti ṣe ìkéde jákèjádò gbogbo agbègbè ìjọba rẹ̀, kí ó sì ṣe àkọsílẹ̀ rẹ̀ pé,
2 “ପାରସ୍ୟର ରାଜା କୋରସ୍‍ ଏହା କହନ୍ତି, ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର, ପୃଥିବୀର ସମସ୍ତ ରାଜ୍ୟ ଆମ୍ଭକୁ ପ୍ରଦାନ କରିଅଛନ୍ତି; ଆଉ, ସେ ଯିହୁଦା ଦେଶସ୍ଥ ଯିରୂଶାଲମରେ ତାହାଙ୍କ ପାଇଁ ଏକ ଗୃହ ନିର୍ମାଣ କରିବାକୁ ଆମ୍ଭକୁ ଆଜ୍ଞା କରିଅଛନ୍ତି।
“Èyí ni ohun tí Kirusi ọba Persia wí pé: “‘Olúwa, Ọlọ́run ọ̀run, ti fún mi ní gbogbo ìjọba ayé. Ó sì ti yàn mí láti kọ́ tẹmpili Olúwa fún un ní Jerusalẹmu tí ó wà ní Juda.
3 ତାହାଙ୍କର ସମଗ୍ର ଲୋକଙ୍କ ମଧ୍ୟରେ ତୁମ୍ଭମାନଙ୍କର ଯେକେହି ହେଉ, ତାହାର ପରମେଶ୍ୱର ତାହାର ସହବର୍ତ୍ତୀ ହେଉନ୍ତୁ ଓ ସେ ଯିହୁଦା ଦେଶସ୍ଥିତ ଯିରୂଶାଲମକୁ ଯାତ୍ରା କରି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଗୃହ ନିର୍ମାଣ କରୁ; ସେ ପରମେଶ୍ୱର ଅଟନ୍ତି।
Ẹnikẹ́ni nínú àwọn ènìyàn rẹ̀ láàrín yín—kí Ọlọ́run rẹ̀ wà pẹ̀lú rẹ̀, kí ó sì gòkè lọ sí Jerusalẹmu tí ó wà ní Juda, láti kọ́ tẹmpili Olúwa Ọlọ́run Israẹli, Ọlọ́run tí ó wà ní Jerusalẹmu.
4 ଆଉ, ଯେକେହି ଯେକୌଣସି ସ୍ଥାନରେ ଅବଶିଷ୍ଟ ଥାଇ ପ୍ରବାସ କରୁଅଛି, ତାହାର ସେହି ସ୍ଥାନସ୍ଥ ଲୋକମାନେ ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଗୃହ ନିମନ୍ତେ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଛଡ଼ା ରୂପା ଓ ସୁନା, ନାନା ଦ୍ରବ୍ୟ ଓ ପଶୁ ଦେଇ ତାହାର ସାହାଯ୍ୟ କରନ୍ତୁ।”
Kí àwọn ènìyàn ní ibikíbi tí ẹni náà bá ń gbé kí ó fi fàdákà àti wúrà pẹ̀lú ohun tí ó dára àti ẹran ọ̀sìn, pẹ̀lú ọrẹ àtinúwá ràn án lọ́wọ́ fún tẹmpili Ọlọ́run ní Jerusalẹmu.’”
5 ସେତେବେଳେ ଯିହୁଦାର ଓ ବିନ୍ୟାମୀନ୍‍ର ପିତୃବଂଶୀୟ ପ୍ରଧାନମାନେ, ଆଉ ଯାଜକମାନେ ଓ ଲେବୀୟମାନେ, ଅର୍ଥାତ୍‍, ସଦାପ୍ରଭୁଙ୍କ ଯିରୂଶାଲମସ୍ଥ ଗୃହ ନିର୍ମାଣାର୍ଥେ ଯାତ୍ରା କରିବା ପାଇଁ ପରମେଶ୍ୱର ଯେଉଁ ସମସ୍ତଙ୍କ ମନକୁ ଉଦ୍ଦୀପିତ କଲେ, ସେମାନେ ଉଠିଲେ।
Nígbà náà àwọn olórí ìdílé Juda àti Benjamini àti àwọn àlùfáà àti àwọn ará Lefi—olúkúlùkù ẹni tí Ọlọ́run ti fọwọ́ tọ́ ọkàn rẹ̀—múra láti gòkè lọ láti kọ ilé Olúwa ní Jerusalẹmu.
6 ପୁଣି, ସ୍ଵେଚ୍ଛାଦତ୍ତ ଦ୍ରବ୍ୟ ଛଡ଼ା ସେମାନଙ୍କ ଚତୁର୍ଦ୍ଦିଗସ୍ଥ ଲୋକ ସମସ୍ତେ ରୌପ୍ୟମୟ ପାତ୍ର, ସ୍ୱର୍ଣ୍ଣ, ନାନା ଦ୍ରବ୍ୟ ଓ ପଶୁ ଓ ବହୁମୂଲ୍ୟ ଦ୍ରବ୍ୟ ଦେଇ ସେମାନଙ୍କର ହସ୍ତ ସବଳ କଲେ।
Gbogbo àwọn aládùúgbò wọn ràn wọ́n lọ́wọ́ pẹ̀lú ohun èlò ti fàdákà àti wúrà, pẹ̀lú onírúurú ohun ìní àti ẹran ọ̀sìn àti pẹ̀lú àwọn ẹ̀bùn iyebíye, ní àfikún si gbogbo àwọn ọrẹ àtinúwá.
7 ଆଉ, ନବୂଖଦ୍‍ନିତ୍ସର ସଦାପ୍ରଭୁଙ୍କ ଗୃହର ଯେସକଳ ପାତ୍ର ଯିରୂଶାଲମରୁ ଆଣି ଆପଣା ଦେବ ମନ୍ଦିରରେ ରଖିଥିଲା, କୋରସ୍‍ ରାଜା ତାହାସବୁ ବାହାର କରି ଆଣିଲା।
Ní àfikún, ọba Kirusi mú àwọn ohun èlò tí ó jẹ́ ti ilé Olúwa jáde wá, tí Nebukadnessari ti kó lọ láti Jerusalẹmu tí ó sì ti kó sí ilé òrìṣà rẹ̀.
8 ପାରସ୍ୟର ରାଜା କୋରସ୍‍ କୋଷାଧ୍ୟକ୍ଷ ମିତ୍ରଦାତର ହସ୍ତ ଦ୍ୱାରା ତାହାସବୁ ବାହାର କରି ଆଣି ଯିହୁଦାର ଅଧିପତି ଶେଶବସରକୁ ଗଣନା କରିଦେଲା।
Kirusi ọba Persia pàṣẹ fún Mitredati olùṣọ́ ilé ìṣúra láti kó wọn jáde, ó sì kà wọ́n fún Ṣeṣbassari ìjòyè Juda.
9 ସେହି ଦ୍ରବ୍ୟର ସଂଖ୍ୟା ଏହି; ତିରିଶ ସୁନା ଥାଳୀ, ଏକ ହଜାର ରୂପାଥାଳୀ, ଅଣତିରିଶ ଛୁରୀ;
Èyí ni iye wọn. Ọgbọ̀n àwo wúrà 30 Ẹgbẹ̀rún àwo fàdákà 1,000 Àwo ìrúbọ fàdákà mọ́kàndínlọ́gbọ̀n 29
10 ତିରିଶ ସ୍ୱର୍ଣ୍ଣମୟ ପାନପାତ୍ର, ଚାରି ଶହ ଦଶ ରୌପ୍ୟମୟ ମଧ୍ୟମ ପାନପାତ୍ର, ପୁଣି ଏକ ସହସ୍ର ଅନ୍ୟାନ୍ୟ ପାତ୍ର,
Ọgbọ̀n àdému wúrà 30 Irinwó ó lé mẹ́wàá oríṣìí àdému fàdákà mìíràn 410 Ẹgbẹ̀rún kan àwọn ohun èlò mìíràn 1,000
11 ସର୍ବସୁଦ୍ଧା ପାଞ୍ଚ ହଜାର ଚାରି ଶହ ସ୍ୱର୍ଣ୍ଣ ଓ ରୌପ୍ୟମୟ ପାତ୍ର ଥିଲା; ବନ୍ଦୀ ଲୋକମାନେ ବାବିଲରୁ ଯିରୂଶାଲମକୁ ଅଣାଯିବା ସମୟରେ ଶେଶବସର ଏହିସବୁ ଦ୍ରବ୍ୟ ଆଣିଲା।
Gbogbo ohun èlò wúrà àti ti fàdákà ní àpapọ̀ jẹ́ ẹgbẹ̀rún márùn-ún ó lé irinwó. Ṣeṣbassari kó gbogbo àwọn nǹkan wọ̀nyí wá pẹ̀lú àwọn ìgbèkùn tí ó gòkè wá láti Babeli sí Jerusalẹmu.

< ଏଜ୍ରା 1 >