< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 48 >
1 ଗୋଷ୍ଠୀବର୍ଗଙ୍କର ଏହି ଏହି ନାମ: ହମାତ୍ର ପ୍ରବେଶ ସ୍ଥାନକୁ ଯିବାର ହିତ୍ଲୋନର ପଥ ନିକଟସ୍ଥ ଉତ୍ତର ପ୍ରାନ୍ତ ସୀମାଠାରୁ ଦମ୍ମେଶକର ସୀମା ନିକଟସ୍ଥ ହତ୍ସର-ଐନନ୍, ହମାତ୍ ପାର୍ଶ୍ୱସ୍ଥ ଉତ୍ତର ଦିଗ ପର୍ଯ୍ୟନ୍ତ; ଆଉ, ତହିଁର ପୂର୍ବ ଓ ପଶ୍ଚିମ ସୀମା ହେବ; ଦାନ୍, ଏକ ଅଂଶ।
Hiche hi Israel phungmin gam kihopna a chan chang ding ho chu ahiuve. Dan chan ding gamkol chu sahlang aning chong kheh khu ahi. Agamgi chun Hethlon lamlen napat Lebo-hamath chan chule Hazar-enan chan gei hija, Hazar-enan hi Hamath gal Damascus dinga sahlam gamgi a panga ahi. Dan gamkol chu Israel gam solam a pat lhumlam galkai peh a kikeh len ding ahi.
2 ଆଉ, ଦାନ୍ର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଆଶେର, ଏକ ଅଂଶ।
Asher gamkol chu Dan gam lhanglang sanga aumin chule solama pat lhumlam chan geijin akikeh lene.
3 ପୁଣି, ଆଶେରର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ନପ୍ତାଲି, ଏକ ଅଂଶ
Naptali gamkol chu Asher gam lhanglang sang um ahin solama kipat in lhumlam chanin akikeh e.
4 ଓ ନପ୍ତାଲିର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ମନଃଶି, ଏକ ଅଂଶ।
Hichun Manasseh chan chu Naptali lhanglang sang ahin chule agamkol chu solama pat nilhum chanin akikeh e.
5 ଆଉ, ମନଃଶିର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଇଫ୍ରୟିମ, ଏକ ଅଂଶ।
Manasseh gamkol lhanglang chu Ephraim chan ahin
6 ଇଫ୍ରୟିମର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ରୁବେନ୍, ଏକ ଅଂଶ।
Chule Reuben chan ahin,
7 ଆଉ, ରୁବେନ୍ର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଯିହୁଦା, ଏକ ଅଂଶ।
Chule Juda chan ahin, hichengho gamgi jouse gamgi chu solama kipat lhumlam changei ahicheh e.
8 ପୁଣି, ଯିହୁଦାର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ତୁମ୍ଭମାନଙ୍କର ଦତ୍ତ ଉପହାର ଭୂମି ରହିବ, ତାହା ପ୍ରସ୍ଥରେ ପଚିଶ ହଜାର ଦଣ୍ଡ ଓ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଦୀର୍ଘତାରେ ଅନ୍ୟାନ୍ୟ ଅଂଶର ସମାନ ହେବ; ପୁଣି, ତହିଁର ମଧ୍ୟସ୍ଥାନରେ ଧର୍ମଧାମ ହେବ।
Juda gamkol lhanglang chu atumbeh a thil jatchom beh khat dinga natedoh diu ahi. Hichu availam mile get leh hopthuma hopkhat chule hiche solama pat nilhum chan gei kibang peh a phungkhat chan chutoh kibang ding ahin alailunga chu houin umding ahi.
9 ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଭୂମି ନିବେଦନ କରିବ, ତାହା ଦୀର୍ଘରେ ପଚିଶ ହଜାର ଓ ପ୍ରସ୍ଥରେ ଦଶ ହଜାର ନଳ ହେବ।
Pakai houin dinga natedoh diu chu adung lang mile get leh hopthuma hopkhat hija chule availam chu mile gup leh hopthuma hopni hiding ahi.
10 ସେହି ପବିତ୍ର ଉପହାର ଭୂମି ଏମାନଙ୍କ ପାଇଁ, ଅର୍ଥାତ୍, ଯାଜକମାନଙ୍କ ପାଇଁ ହେବ; ତାହା ଉତ୍ତର ଆଡ଼େ ପଚିଶ ହଜାର ନଳ ଦୀର୍ଘ ଓ ପଶ୍ଚିମ ଆଡ଼େ ଦଶ ହଜାର ନଳ ପ୍ରସ୍ଥ, ପୂର୍ବ ଆଡ଼େ ଦଶ ହଜାର ନଳ ପ୍ରସ୍ଥ ଓ ଦକ୍ଷିଣ ଆଡ଼େ ପଚିଶ ହଜାର ନଳ ଦୀର୍ଘ ହେବ; ତହିଁର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କର ଧର୍ମଧାମ ହେବ।
Thempu hon jong gam jom jitjet khat chang diu ahi mile get leh hopthuma hopkhat sao ding chule availam chu mile thum leh hopthuma hopkhat ma hiding ahin, alailunga chu houin um ding ahi.
11 ତାହା ସାଦୋକର ସନ୍ତାନଗଣ ମଧ୍ୟରୁ ପବିତ୍ରୀକୃତ ଯାଜକମାନଙ୍କ ନିମନ୍ତେ ହେବ, ସେମାନେ ଆମ୍ଭର ରକ୍ଷଣୀୟ ରକ୍ଷା କରିଅଛନ୍ତି; ଇସ୍ରାଏଲର ସନ୍ତାନଗଣ ବିପଥଗାମୀ ହେବା ସମୟରେ ଲେବୀୟମାନେ ଯେପରି ବିପଥଗାମୀ ହେଲେ, ସେମାନେ ସେହିପରି ବିପଥଗାମୀ ହେଲେ ନାହିଁ।
Hiche atuma nasekhen nau gam chu thensosa thempuho kitah tah a keima kin anabol jingsa Zadok chapate ho Israel chate ana vamang laijuva jong ana vahmang lou ho Levite umbanga ana umdet jing ho chang ding ahi.
12 ଲେବୀୟମାନଙ୍କ ସୀମା ନିକଟସ୍ଥ ଦେଶର ଉପହାର ଭୂମିରୁ ସେମାନେ ଉପହାର ଭୂମି ପାଇବେ, ତାହା ମହାପବିତ୍ର ହେବ।
Gam chu akihop tengleh hichelai munna chu atum beh a kikhen doh gam thengpen hiding, hichu amaho chan ding ahi. Thempuho gam ban tah chu Levite chenna gam to kijoma umding ahi.
13 ଆଉ, ଯାଜକମାନଙ୍କର ସୀମାନୁସାରେ, ଲେବୀୟମାନେ ପଚିଶ ହଜାର ନଳ ଦୀର୍ଘ ଓ ଦଶ ହଜାର ନଳ ପ୍ରସ୍ଥ ଭୂମି ପାଇବେ; ସମୁଦାୟ ଭୂମିର ଦୀର୍ଘତା ପଚିଶ ହଜାର ଓ ପ୍ରସ୍ଥ ଦଶ ହଜାର ନଳ ହେବ।
Levite dinga kipe gam chu thempuho chan gam toh alet aneu kibang ding ahi – asau lang mile get leh hopthuma hopkhat hiding availang mile thum leh hopthuma hopkhat hidng ahi. Agam pumpi hopma chu adung mile getleh hopthuma hopkhat hiding availam mile gup leh hopthuma hopni hiding ahi.
14 ପୁଣି, ସେମାନେ ସେହି ଭୂମିରୁ କିଛି ବିକ୍ରୟ କରିବେ ନାହିଁ; କିଅବା ତାହା ପରିବର୍ତ୍ତନ କରିବେ ନାହିଁ, ଅଥବା ଦେଶର ପ୍ରଥମଜାତ ଫଳ ହସ୍ତାନ୍ତରିତ ହେବ ନାହିଁ; କାରଣ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ।
Hiche gam hi themkhat cha jong kipeh tha lou ding, ahilouleh suma kiveina a jong kimang theilou ding, ahilouleh midangin amanchah theilou ding ahi. Ajeh chu hiche hi Pakaija ahin, gamtheng dinga kisep khen ahi.
15 ଆଉ, ପଚିଶ ହଜାର ନଳ ଭୂମିର ସମ୍ମୁଖରେ ପ୍ରସ୍ଥ ପରିମାଣରେ ଯେଉଁ ପାଞ୍ଚ ହଜାର ନଳ ଅବଶିଷ୍ଟ ରହେ, ତାହା ସାଧାରଣ ବ୍ୟବହାର, ନଗର, ବସତି ସ୍ଥାନ ଓ ତଳଭୂମି ନିମନ୍ତେ ରହିବ ଓ ନଗର ତହିଁ ମଧ୍ୟସ୍ଥାନରେ ହେବ।
Abelap ding gam jom jitjet khat adung mile get leh hopthuma hopkhat availam mile khat leh hopthuma hopni houinna dinga kikat doh gamtheng lhanglanga uma – hichu mipin adei deija amancha diu – insahna, gancha vahna leh gam onga umding alaija chu khopi umding ahi.
16 ପୁଣି, ତହିଁର ପରିମାଣ ଏହିରୂପ ହେବ; ଉତ୍ତର ସୀମା ଚାରି ହଜାର ପାଞ୍ଚ ଶହ ନଳ, ଦକ୍ଷିଣ ସୀମା ଚାରି ହଜାର ପାଞ୍ଚ ଶହ, ପୂର୍ବ ସୀମା ଚାରି ହଜାର ପାଞ୍ଚ ଶହ ଓ ପଶ୍ଚିମ ସୀମା ଚାରି ହଜାର ପାଞ୍ଚ ଶହ ନଳ ହେବ।
Khopi dinga chu – sahlang, lhanglang, solam chule lhumlam hiding – alang jousea mile khat leh akeh len ding ahi.
17 ଆଉ, ନଗରର ତଳଭୂମି ରହିବ; ଉତ୍ତର ଆଡ଼େ ଦୁଇ ଶହ ପଚାଶ ନଳ, ଦକ୍ଷିଣ ଆଡ଼େ ଦୁଇ ଶହ ପଚାଶ, ପୂର୍ବ ଆଡ଼େ ଦୁଇ ଶହ ପଚାଶ ଓ ପଶ୍ଚିମ ଆଡ଼େ ଦୁଇ ଶହ ପଚାଶ ନଳ ଭୂମି ରହିବ।
Khopi chun gam ong lai aneija hichun khopi chu aum kimvel ding ahin, hichu feet 450 akimvel lhung kei hiding ahi.
18 ପୁଣି, ପବିତ୍ର ଉପହାର ଭୂମି ଦୀର୍ଘତାନୁସାରେ ଯେଉଁ ଅବଶିଷ୍ଟ ଭୂମି, ତାହା ପୂର୍ବ ପ୍ରତି ଦଶ ହଜାର; ପଶ୍ଚିମ ପ୍ରତି ଦଶ ହଜାର ନଳ ହେବ ଓ ତାହା ପବିତ୍ର ଉପହାର ଭୂମିର ସମ୍ମୁଖବର୍ତ୍ତୀ ହେବ ଓ ତଦ୍ୟୁତ୍ପନ୍ନ ଦ୍ରବ୍ୟ ନଗରର ପରିଶ୍ରମକାରୀମାନଙ୍କ ଭକ୍ଷ୍ୟ ନିମନ୍ତେ ହେବ।
Khopi kimvella chun honlei bolna thei gam mile thum leh hopthuma hopkhat gamtheng solam langa kilhung lha a chule mile thum leh hopthuma hopkhat lhum langa kilhung peh ding ahi. Hiche honlei hin khopi sung natongho dinga neh leh chah asodoh ding ahi.
19 ଆଉ, ଇସ୍ରାଏଲର ଯାବତୀୟ ଗୋଷ୍ଠୀ ମଧ୍ୟରୁ ନଗରରେ ଶ୍ରମକାରୀମାନେ ତାହା କୃଷି କରିବେ।
Koiphunga kon hijong leh khopi sunga natong dinga hung ho jousen honlei akibol thei diu ahi.
20 ସମୁଦାୟ ଉପହାର ଭୂମି ପଚିଶ ହଜାର ନଳ ଦୀର୍ଘ ଓ ପଚିଶ ହଜାର ନଳ ପ୍ରସ୍ଥ ହେବ; ତୁମ୍ଭେମାନେ ନଗର ଅଧିକାର ସହିତ ଚତୁଃଷ୍କୋଣ ପବିତ୍ର ଉପହାର ଭୂମି ନିବେଦନ କରିବ।
Agam hop apumpia gamtheng leh khopi puma asung chu aning jousea mile get leh akeh hiding ahi.
21 ପୁଣି, ପବିତ୍ର ଉପହାର ଭୂମିର ଓ ନଗର ଅଧିକାରର ଏପାଖରେ ଓ ସେପାଖରେ ଅବଶିଷ୍ଟ ଭୂମି ଅଧିପତିଙ୍କର ହେବ; ଅର୍ଥାତ୍, ଅନ୍ୟାନ୍ୟ ଅଂଶର ଅନୁସାରେ ପୂର୍ବ ସୀମା ଆଡ଼େ ପଚିଶ ହଜାର ନଳ ପରିମିତ ଉପହାର ଭୂମିର ସମ୍ମୁଖସ୍ଥ ଭୂମି ଓ ପଶ୍ଚିମ ଦିଗରେ ପଶ୍ଚିମ ଆଡ଼େ ପଚିଶ ହଜାର ନଳ ପରିମିତ ଭୂମିର ସମ୍ମୁଖସ୍ଥ ଭୂମି ଅଧିପତିଙ୍କର ହେବ; ଆଉ, ପବିତ୍ର ଉପହାର ଭୂମି ଓ ଗୃହର ପବିତ୍ର ସ୍ଥାନ ତହିଁର ମଧ୍ୟସ୍ଥିତ ହେବ।
Gamleiset gamtheng leh khopi solam lang leh lhum lam lang a ong lai sese chu leng chapa a hiding ahin, aninia agam chu availam mile get leh hopthuma hopkhat hia hichu Israel solam leh lhumlam toh kigalsai gamgi teni chan hiding ahin, chua houin muntheng chu alaija umding ahi.
22 ଆହୁରି, ଅଧିପତିଙ୍କ ଅଂଶ ମଧ୍ୟସ୍ଥିତ ଲେବୀୟମାନଙ୍କ ଅଧିକାରର ସୀମା ଓ ନଗର ଅଧିକାରର ସୀମାଠାରୁ (ଯେଉଁ ଭୂମି) ଯିହୁଦା ଓ ବିନ୍ୟାମୀନ୍ର ସୀମାର ମଧ୍ୟବର୍ତ୍ତୀ ଅଛି, ତାହା ଅଧିପତିଙ୍କ ପାଇଁ ହେବ।
Leng chapa chan ding chu gamtheng leh khopi tailou adang sese Judah leh Benjamin chan gamkol kika lai chu hiding ahi.
23 ଅବଶିଷ୍ଟ ଗୋଷ୍ଠୀମାନଙ୍କ ବିଷୟ: ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ବିନ୍ୟାମୀନ୍ର ଏକ ଅଂଶ।
Hiche gamkol hohi phungdang ho chanding chu ahi – Benjamin chan ding agamkol chu lengchapa gam lhanglang sanga aumin Israel gam lhungkei solam a kipat lhumlam chan na kilhung lut peh ding ahi.
24 ବିନ୍ୟାମୀନ୍ର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଶିମୀୟୋନର ଏକ ଅଂଶ
Benjamin chan gamkol lhanglang sanga chu Simeon chan gamkol chu uma hichu Israel gam solam a pat lhumlam galkai peh ding ahi.
25 ପୁଣି, ଶିମୀୟୋନର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଇଷାଖରର ଏକ ଅଂଶ।
Abana chu Issachar chan ding ahin solam leh lhumlam gamgi changei ma hiding ahi.
26 ଆଉ, ଇଷାଖରର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ସବୂଲୂନର ଏକ ଅଂଶ।
Hitia chu aban Zebulun gamkol ahin hichu solama pat lhumlam galkai peh kit ding ahi.
27 ସବୂଲୂନର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଗାଦ୍ର ଏକ ଅଂଶ।
Gad gamkol chan ding Zebulun chan lhanglang chu agamgi chu solama pat lhumlam chan hipeh ding ahi.
28 ପୁଣି, ଗାଦ୍ର ସୀମା ନିକଟସ୍ଥ ଦକ୍ଷିଣ ଆଡ଼େ ଦକ୍ଷିଣ ସୀମା ନିକଟରେ ତାମରଠାରୁ ମରୀବତ୍-କାଦେଶସ୍ଥ ଜଳ ପର୍ଯ୍ୟନ୍ତ, ଅର୍ଥାତ୍, ମିସରର ନଦୀ ଓ ମହାସମୁଦ୍ର ପର୍ଯ୍ୟନ୍ତ (ଦେଶର) ସୀମା ହେବ।
Gad gamkol lhanglang sang chu Tamar a pat Kadesh munna Meribah twidung juisuh a Egypt vacha dung amatna Mediterranean twikhanglen chan hiding ahi.
29 ତୁମ୍ଭେମାନେ ଇସ୍ରାଏଲ ଗୋଷ୍ଠୀଗଣର ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ଗୁଲିବାଣ୍ଟ ଦ୍ୱାରା ବିଭାଗ କରିବ, ତାହା ଏହି ଓ ଏହିସବୁ ସେମାନଙ୍କର ଭିନ୍ନ ଭିନ୍ନ ଅଂଶ ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Hiche gamho hi aphung aphunga achan cheh diuva kisepkhen ahin amaho neile gou kisim thalou ding ahi, tin keima thaneitah Pakaiyin kaseidohsa ahi.
30 ଆଉ, ଏହିସବୁ ନଗରର ନିର୍ଗମନ ସ୍ଥାନ ହେବ; ଉତ୍ତର ଆଡ଼େ ଚାରି ହଜାର ପାଞ୍ଚ ଶହ ଦଣ୍ଡ ପରିମିତ ଭୂମି
Hiche hohi khopi a kon potdohna hiding ahi. Sahlang banga akitena dungjuija mile khat leh akeh hiding ahi.
31 ଓ ନଗରର ଦ୍ୱାରସକଳ ଇସ୍ରାଏଲ ଗୋଷ୍ଠୀଗଣର ନାମାନୁସାରେ ହେବ; ଉତ୍ତର ଆଡ଼େ ତିନି ଦ୍ୱାର ହେବ; ଅର୍ଥାତ୍, ରୁବେନ୍ର ଏକ ଦ୍ୱାର; ଯିହୁଦାର ଏକ ଦ୍ୱାର; ଲେବୀର ଏକ ଦ୍ୱାର;
Hichea chu kelkot thum umding ahin, kelkot jouse chu Israel te phungmin kisah soh keiding ahi. Amasapen chu Reuben kelkot kiti ding, anina min chu Judah, chule athum channa chu Levi kiti ding ahi.
32 ପୁଣି, ପୂର୍ବ ଆଡ଼େ ଚାରି ହଜାର ପାଞ୍ଚ ଶହ ଦଣ୍ଡ ଭୂମି ଓ ତିନି ଦ୍ୱାର ହେବ; ଅର୍ଥାତ୍, ଯୋଷେଫର ଏକ ଦ୍ୱାର, ବିନ୍ୟାମୀନ୍ର ଏକ ଦ୍ୱାର, ଦାନ୍ର ଏକ ଦ୍ୱାର;
Solam bang lang sang jong chu ahileh mile khatleh akeh sauva chu kelkot um ding ahin, hiho chu Joshep, Benjamin chule Dan kelkot kiti ding ahi.
33 ଆଉ, ଦକ୍ଷିଣ ଆଡ଼େ ଚାରି ହଜାର ପାଞ୍ଚ ଶହ ଦଣ୍ଡ ପରିମିତ ଭୂମି ଓ ତିନି ଦ୍ୱାର ହେବ; ଶିମୀୟୋନର ଏକ ଦ୍ୱାର; ଇଷାଖରର ଏକ ଦ୍ୱାର; ସବୂଲୂନର ଏକ ଦ୍ୱାର;
Lhanglang bangin jong mile khat leh akeh sau ding, hiche jong kelkot thum uma hiche ho chu Simeon, Issachar chule Zebulun kelkot kiti ding ahi.
34 ପଶ୍ଚିମ ଆଡ଼େ ଚାରି ହଜାର ପାଞ୍ଚ ଶହ ଦଣ୍ଡ ଭୂମି ଓ ତିନି ଦ୍ୱାର ହେବ; ଗାଦ୍ର ଏକ ଦ୍ୱାର; ଆଶେରର ଏକ ଦ୍ୱାର; ନପ୍ତାଲିର ଏକ ଦ୍ୱାର ହେବ।
Chule lhumlam lang bang a mile khat leh akeh ma sau ding hichea kelkot ho chu Gad, Asher chule Naptali Kelkot kiti ding ahi.
35 ଚତୁର୍ଦ୍ଦିଗ ଅଠର ହଜାର ଦଣ୍ଡ ପରିମିତ ହେବ, ଆଉ ‘ସଦାପ୍ରଭୁ ତହିଁ ବିଦ୍ୟମାନ,’ ସେହି ଦିନଠାରୁ ନଗରର ଏହି ନାମ ହେବ।”
Khopi pumpi kimvel chu mile gup hiding ahi. Hiche nikho a kipatna akhopi min chu, “Hilai mun hi Pakai umna ahi,” kiti ding ahi, ati.