< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 45 >
1 ଆହୁରି, ଯେଉଁ ସମୟରେ ତୁମ୍ଭେମାନେ ଉତ୍ତରାଧିକାର ନିମନ୍ତେ ଗୁଲିବାଣ୍ଟ ଦ୍ୱାରା ଦେଶ ବିଭାଗ କରିବ, ସେହି ସମୟରେ ଦେଶର ଏକ ପବିତ୍ର ଅଂଶ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ରୂପେ ଉତ୍ସର୍ଗ କରିବ; ତହିଁର ଦୀର୍ଘତା ପଚିଶ ହଜାର ଓ ପ୍ରସ୍ଥ ଦଶ ହଜାର ହାତ ହେବ; ତାହା ଚତୁର୍ଦ୍ଦିଗରେ ତହିଁର ସମସ୍ତ ସୀମା ମଧ୍ୟରେ ପବିତ୍ର ହେବ।
"Kun te arvotte maata perintöosiksi, niin antakaa Herralle anti, pyhä osa maasta, kahtakymmentäviittä tuhatta pitkä ja kahtakymmentä tuhatta leveä. Se olkoon pyhä koko alueeltaan, yltympäri.
2 ତହିଁ ମଧ୍ୟରୁ ପାଞ୍ଚ ଶହ ନଳ ଦୀର୍ଘ, ପାଞ୍ଚ ଶହ ଦଣ୍ଡ ପ୍ରସ୍ଥ ସମଚତୁଷ୍କୋଣ ହୋଇ ପବିତ୍ର ସ୍ଥାନ ନିମନ୍ତେ ରହିବ ଓ ଚାରିଆଡ଼େ ପଚାଶ ହାତ ପରିମିତ ତଳଭୂମି ରହିବ।
Siitä tulkoon pyhäkölle neliö, viisisataa ja viisisataa joka taholta, ja sen lisäksi avointa tilaa viisikymmentä joka taholta.
3 ଆଉ, ଏହି ପରିମିତ ଅଂଶରୁ ତୁମ୍ଭେ ପଚିଶ ହଜାର ଦଣ୍ଡ ଦୀର୍ଘ ଓ ଦଶ ହଜାର ଦଣ୍ଡ ପ୍ରସ୍ଥ ଭୂମି ମାପିବ; ପୁଣି, ତହିଁ ମଧ୍ୟରେ ଧର୍ମଧାମ, ମହାପବିତ୍ର ସ୍ଥାନ ହେବ।
Ja mittaa tästä mitatusta alueesta kahtakymmentäviittä tuhatta pitkälti ja kymmentätuhatta leveälti, ja siinä olkoon pyhäkkö, korkeasti-pyhä.
4 ଦେଶର ଏହି ଅଂଶ ପବିତ୍ର ଅଟେ; ଯେଉଁ ଯାଜକମାନେ, ପବିତ୍ର ସ୍ଥାନର ପରିଚାରକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପରିଚର୍ଯ୍ୟା କରିବା ପାଇଁ ନିକଟକୁ ଆସନ୍ତି, ଏହି ସ୍ଥାନ ସେମାନଙ୍କର ହେବ ଓ ଏହା ସେମାନଙ୍କ ଗୃହ ନିର୍ମାଣର ସ୍ଥାନ ଓ ଧର୍ମଧାମର ନିମନ୍ତେ ପବିତ୍ର ସ୍ଥାନ ହେବ।
Se olkoon pyhä osa maasta papeille, jotka palvelevat pyhäkössä, jotka lähestyvät ja palvelevat Herraa; se olkoon talojen sijana heitä varten ja pyhänä paikkana pyhäkköä varten.
5 ପୁଣି, ପଚିଶ ହଜାର ଦଣ୍ଡ ଦୀର୍ଘ ଓ ଦଶ ହଜାର ଦଣ୍ଡ ପ୍ରସ୍ଥ ଭୂମି କୋଡ଼ିଏ କୋଠରି ସକାଶୁ ଗୃହର ପରିଚାରକ ଲେବୀୟମାନଙ୍କର ଅଧିକାରର୍ଥେ ହେବ।
Kahtakymmentäviittä tuhatta pitkälti ja kymmentätuhatta leveälti on tuleva leeviläisille, jotka toimittavat palvelusta pyhäkössä, heille perintömaaksi-kaksikymmentä kammiota-.
6 ଆଉ, ନଗରର ଅଧିକାର ନିମନ୍ତେ ତୁମ୍ଭେମାନେ ପବିତ୍ର ଉପହାର ରୂପ ଅଂଶର ପାଖେ ପାଖେ ପାଞ୍ଚ ହଜାର ଦଣ୍ଡ ପ୍ରସ୍ଥ ଓ ପଚିଶ ହଜାର ଦଣ୍ଡ ଦୀର୍ଘ ଭୂମି ନିରୂପଣ କରିବ; ତାହା ସମୁଦାୟ ଇସ୍ରାଏଲ ବଂଶର ନିମନ୍ତେ ହେବ।
Kaupungille antakaa perintömaata viittätuhatta leveälti ja kahtakymmentäviittä tuhatta pitkälti, pyhän antimaan viereltä; se olkoon kaiken Israelin heimon oma.
7 ପୁଣି, ଅଧିପତିର ନିମନ୍ତେ ଯାହା ହେବ, ସେ ଭୂମି ପବିତ୍ର ଉପହାର ଓ ନଗର ଅଧିକାର ଭୂମିର ଏପାଖରେ ଓ ସେପାଖରେ ରହିବ, ତାହା ପବିତ୍ର ଉପହାରର ଓ ନଗର ଅଧିକାରର ସମ୍ମୁଖବର୍ତ୍ତୀ ହୋଇ ପଶ୍ଚିମ ପାର୍ଶ୍ୱରେ ପଶ୍ଚିମ ପ୍ରତି ଓ ପୂର୍ବ ପାର୍ଶ୍ୱରେ ପୂର୍ବ ପ୍ରତି ବିସ୍ତୃତ ହେବ; ଆଉ, ତାହା ଦୀର୍ଘତାରେ ପଶ୍ଚିମ ସୀମାଠାରୁ ପୂର୍ବ ସୀମା ପର୍ଯ୍ୟନ୍ତ ଅଂଶମାନର ମଧ୍ୟରୁ ଏକ ଅଂଶର ସମାନ ହେବ।
Ja ruhtinaalle: molemmilta puolin pyhää antimaata ja kaupungin perintömaata, pyhän antimaan sivusta ja kaupungin perintömaan sivusta, lännen puolelta länteen päin ja idän puolelta itään päin, maata yhtä pitkälti kuin on yhden sukukuntaosan pituus länsirajasta itärajaan.
8 ଏହା ଦେଶ ମଧ୍ୟରେ ତାହାର, ଅର୍ଥାତ୍, ଇସ୍ରାଏଲ ମଧ୍ୟରେ ତାହାର ଅଧିକାରାର୍ଥେ ହେବ; ପୁଣି, ଆମ୍ଭର ଅଧିପତିମାନେ ଆମ୍ଭ ଲୋକମାନଙ୍କ ପ୍ରତି ଆଉ ଉପଦ୍ରବ କରିବେ ନାହିଁ; ମାତ୍ର ଇସ୍ରାଏଲ ବଂଶକୁ ସେମାନଙ୍କର ଗୋଷ୍ଠୀ ଅନୁସାରେ ଦେଶ ଦେବେ।
Se olkoon hänellä maana, perintömaana Israelissa; ja älkööt minun ruhtinaani enää sortako minun kansaani, vaan jättäkööt muun maan Israelin heimolle sukukunnittain.
9 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ଇସ୍ରାଏଲର ଅଧିପତିମାନେ, ତୁମ୍ଭମାନଙ୍କ ନିମନ୍ତେ ଏହା ଯଥେଷ୍ଟ ହେଉ; ତୁମ୍ଭେମାନେ ଦୌରାତ୍ମ୍ୟ ଓ ଧନାପହାର ଦୂର କର, ଆଉ ନ୍ୟାୟ ଓ ଯଥାର୍ଥ ବିଚାର କର; ତୁମ୍ଭେମାନେ ଆମ୍ଭ ଲୋକମାନଙ୍କଠାରୁ ବଳପୂର୍ବକ ଅପହରଣ କରିବାର ଦୂର କର, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Näin sanoo Herra, Herra: Jo riittää, te Israelin ruhtinaat! Heittäkää pois väkivalta ja sorto, noudattakaa oikeutta ja vanhurskautta, heretkää häätämästä mailtansa minun kansaani, sanoo Herra, Herra.
10 ତୁମ୍ଭେମାନେ ଯଥାର୍ଥ ତରାଜୁ, ଯଥାର୍ଥ ଐଫା ଓ ଯଥାର୍ଥ ବାତ୍ ରଖିବ।
Olkoon teillä oikea paino, oikea eefa-mitta ja oikea bat-mitta.
11 ବାତ୍ ଯେପରି ହୋମରର ଦଶମାଂଶ ହେବ ଓ ଐଫା ହୋମରର ଦଶମାଂଶ ହେବ, ଏଥିପାଇଁ ଐଫା ଓ ବାତ୍ର ଏକ ସମାନ ପରିମାଣ ହେବ; ତହିଁର ପରିମାଣ ହୋମର ଅନୁସାରେ ହେବ।
Eefa-ja bat-mitta olkoot tarkoin yhtä suuret: bat vetäköön kymmenenneksen hoomer-mittaa ja eefa kymmenenneksen hoomer-mittaa; hoomerin mukaan määrättäköön kumpaisenkin suuruus.
12 ପୁଣି, ଶେକଲ କୋଡ଼ିଏ ଗେରା ହେବ; କୋଡ଼ିଏ ଶେକଲ, ପଚିଶ ଶେକଲ, ପନ୍ଦର ଶେକଲ ତୁମ୍ଭମାନଙ୍କ ନିମନ୍ତେ ଏକ ମୀନା ହେବ।
Sekelissä olkoon kaksikymmentä geeraa; miina olkoon teillä kaksikymmentä sekeliä, kaksikymmentäviisi sekeliä, viisitoista sekeliä.
13 ତୁମ୍ଭେମାନେ ଏହି ଉପହାର ଉତ୍ସର୍ଗ କରିବ; ଗହମର ଏକ ହୋମରରୁ ଏକ ଐଫାର ଷଷ୍ଠାଂଶ ଓ ଯବର ଏକ ହୋମରରୁ ଏକ ଐଫାର ଷଷ୍ଠାଂଶ ଦେବ;
Tämä on anti, joka teidän on annettava: kuudennes eefaa nisuhoomerista ja kuudennes eefaa ohrahoomerista;
14 ପୁଣି, ବାତ୍ ସମ୍ବନ୍ଧୀୟ ତୈଳର ନିରୂପିତ ଅଂଶ କୋରରୁ ଏକ ବାତ୍ର ଦଶମାଂଶ ହେବ, କୋର ଦଶ ବାତ୍, ଅର୍ଥାତ୍, ଏକ ହୋମର; କାରଣ ଦଶ ବାତ୍ରେ ଏକ ହୋମର ହୁଏ;
ljyn määrä bat-mitasta öljyä: kymmenennes batia koor-mitasta-kymmenestä batista, hoomerista-sillä hoomer on kymmenen batia;
15 ଆଉ, ଇସ୍ରାଏଲର ଉତ୍ତମ ଚରାଣୀ ସ୍ଥାନରୁ ପଲର ଦୁଇ ଶହ ମେଷ ମଧ୍ୟରୁ ଏକ ମେଷ (ନେବ); ତାହା ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ଭକ୍ଷ୍ୟ ନୈବେଦ୍ୟ, ହୋମବଳି ଓ ମଙ୍ଗଳାର୍ଥକ ବଳି ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
pikkukarjasta: kahdestasadasta yksi lammas Israelin runsasvetisiltä laitumilta ruokauhriksi, polttouhriksi ja yhteysuhriksi, että voitaisiin toimittaa heille sovitus, sanoo Herra, Herra.
16 ଦେଶର ସମସ୍ତ ଲୋକ ଇସ୍ରାଏଲର ଅଧିପତିର ଏହି ଉପହାର ନିମନ୍ତେ ଦେବେ।
Kaikki maan kansa on velvoitettu tähän antiin Israelin ruhtinaalle.
17 ପୁଣି, ପର୍ବାଦିରେ, ଅମାବାସ୍ୟାରେ ଓ ବିଶ୍ରାମବାର ସକଳରେ, ଇସ୍ରାଏଲ ବଂଶର ସକଳ ନିରୂପିତ ପର୍ବ ସମୟରେ ହୋମବଳି, ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ଉତ୍ସର୍ଗ କରିବାର ଅଧିପତିର ବାଣ୍ଟ ହେବ; ସେ ଇସ୍ରାଏଲ ବଂଶ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପାପାର୍ଥକ ବଳି ଓ ଭକ୍ଷ୍ୟ ନୈବେଦ୍ୟ, ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ।
Mutta ruhtinas toimittakoon polttouhrit, ruokauhrin ja juomauhrin juhlina, uusinakuina ja sapatteina, kaikkina Israelin heimon juhla-aikoina; hän uhratkoon syntiuhrin, ruokauhrin, polttouhrin ja yhteysuhrin toimittaakseen sovituksen Israelin heimolle.
18 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ପ୍ରଥମ ମାସର ପ୍ରଥମ ଦିନ ତୁମ୍ଭେ ଏକ ନିର୍ଦ୍ଦୋଷ ଗୋବତ୍ସ ନେଇ ପବିତ୍ର ସ୍ଥାନ ଶୁଚି କରିବ।
Näin sanoo Herra, Herra: Ota ensimmäisessä kuussa, kuukauden ensimmäisenä päivänä virheetön mullikka ja puhdista pyhäkkö.
19 ପୁଣି, ଯାଜକ ପାପାର୍ଥକ ବଳିର ରକ୍ତରୁ କିଛି ନେଇ ଗୃହର ଚୌକାଠମାନର ଉପରେ ଓ ଯଜ୍ଞବେଦି ଥାକର ଚାରି କୋଣର ଉପରେ, ଆଉ ଭିତର ପ୍ରାଙ୍ଗଣର ଦ୍ୱାର ଚୌକାଠର ଉପରେ ଲଗାଇବ।
Ja pappi ottakoon syntiuhrin verta ja sivelköön sitä temppelin ovenpieliin ja alttarin välireunan neljään kulmaan ja sisemmän esipihan portin ovenpieliin.
20 ଆଉ, ଯେ ପ୍ରତ୍ୟେକ ଲୋକ ଭ୍ରାନ୍ତିରେ କୌଣସି କାର୍ଯ୍ୟ କରେ, ତାହାର ପାଇଁ ଓ ଯେଉଁ ଲୋକ ଅସତର୍କ, ତାହାର ପାଇଁ ତୁମ୍ଭେ ମାସର ସପ୍ତମ ଦିନରେ ଏହି ପ୍ରକାର କରିବ; ଏରୂପେ ତୁମ୍ଭେମାନେ ଗୃହ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
Samoin tee kuukauden seitsemäntenä päivänä sen varalta, että joku olisi erehdyksestä tai tietämättömyydestä rikkonut. Ja niin te toimitatte temppelin sovituksen.
21 ପ୍ରଥମ ମାସର ଚତୁର୍ଦ୍ଦଶ ଦିନ ତୁମ୍ଭମାନଙ୍କ ନିସ୍ତାର ପର୍ବ ହେବ, ତାହା ସାତ ଦିନର ପର୍ବ ହେବ; ତାଡ଼ିଶୂନ୍ୟ ରୁଟି ଭୋଜନ କରାଯିବ।
Ensimmäisessä kuussa, kuukauden neljäntenätoista päivänä, on teillä pääsiäinen. Se on seitsenpäiväinen juhla. Syötäköön silloin happamatonta leipää.
22 ପୁଣି, ସେହି ଦିନ ଅଧିପତି ଆପଣା ନିମନ୍ତେ ଓ ଦେଶସ୍ଥ ସକଳ ଲୋକଙ୍କ ନିମନ୍ତେ ପାପାର୍ଥକ ବଳି ରୂପେ ଏକ ବୃଷ ଉତ୍ସର୍ଗ କରିବେ।
Sinä päivänä uhratkoon ruhtinas omasta puolestansa ja maan kaiken kansan puolesta mullikan syntiuhriksi.
23 ଆଉ, ପର୍ବର ସାତ ଦିନ ପର୍ଯ୍ୟନ୍ତ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବେ, ସାତ ଦିନ ପର୍ଯ୍ୟନ୍ତ ପ୍ରତିଦିନ ନିର୍ଦ୍ଦୋଷ ସାତ ବୃଷ ଓ ସାତ ମେଷ, ଆଉ ପାପାର୍ଥକ ବଳି ରୂପେ ପ୍ରତିଦିନ ଏକ ଛାଗ ଉତ୍ସର୍ଗ କରିବେ।
Ja seitsemänä juhlapäivänä hän uhratkoon polttouhriksi Herralle seitsemän mullikkaa ja seitsemän oinasta, virheettömiä, joka päivä seitsemänä päivänä, ja syntiuhriksi kauriin joka päivä.
24 ପୁଣି, ସେ ଏକ ଏକ ବୃଷ ସଙ୍ଗେ ଏକ ଏକ ଐଫା, ଏକ ଏକ ମେଷ ସଙ୍ଗେ ଏକ ଏକ ଐଫା ଓ ପ୍ରତ୍ୟେକ ଐଫା ସଙ୍ଗେ ଏକ ଏକ ହୀନ୍ ତୈଳର ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବେ।
Ja ruokauhriksi hän uhratkoon eefa-mitan mullikkaa ja eefa-mitan oinasta kohti sekä öljyä hiin-mitan eefaa kohti.
25 ସପ୍ତମ ମାସର ପଞ୍ଚଦଶ ଦିନ ପର୍ବ ସମୟରେ ସେ ସାତ ଦିନ ପର୍ଯ୍ୟନ୍ତ ଏହିରୂପ, ଅର୍ଥାତ୍, ପାପାର୍ଥକ ବଳିର, ହୋମାର୍ଥକ ବଳିର ଓ ଭକ୍ଷ୍ୟ ନୈବେଦ୍ୟର, ଆଉ ତୈଳଦାନର ବିଧି ଅନୁଯାୟୀ ଉତ୍ସର୍ଗ କରିବେ।
Seitsemännessä kuussa, kuukauden viidentenätoista päivänä, juhlana, hän uhratkoon samalla tavoin-niin seitsemänä päivänä-samankaltaisen syntiuhrin, polttouhrin ja ruokauhrin sekä saman määrän öljyä."