< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 42 >

1 ତହିଁ ଉତ୍ତାରେ ସେ ମୋତେ ଉତ୍ତର ଦିଗସ୍ଥ ପଥରେ ବାହାର ପ୍ରାଙ୍ଗଣକୁ ଆଣିଲେ; ଆଉ, ପୃଥକ ସ୍ଥାନର ଓ ଗାନ୍ଥୁନୀର ନିକଟବର୍ତ୍ତୀ ଉତ୍ତର ଦିଗସ୍ଥ କୋଠରିରେ ଉପସ୍ଥିତ କରାଇଲେ।
Then he brought me forth into the outer court, the way towards the north: and he brought me into the chamber that [was] over against the separate place, and which [was] before the building towards the north.
2 ସମ୍ମୁଖରେ ଶହେ ହାତ ଦୀର୍ଘତାରେ ଉତ୍ତର ଦ୍ୱାର ଥିଲା ଓ ପ୍ରସ୍ଥ ପଚାଶ ହାତ ଥିଲା।
Before the length of a hundred cubits [was] the north door, and the breadth [was] fifty cubits.
3 ଭିତର ପ୍ରାଙ୍ଗଣର କୋଡ଼ିଏ ହାତ ସମ୍ମୁଖରେ ଓ ବାହାର ପ୍ରାଙ୍ଗଣର ଚଟାଣର ସମ୍ମୁଖରେ ତୃତୀୟ ମହଲାରେ ଲଗାଲଗି ହୋଇ ଅପ୍ରଶସ୍ତ ବାରଣ୍ଡା ଥିଲା।
Over against the twenty [cubits] which [were] for the inner court, and over against the pavement which [was] for the outer court, [was] gallery against gallery in three [stories].
4 ପୁଣି, କୋଠରିସକଳର ସମ୍ମୁଖରେ ଭିତର ଆଡ଼େ ଦଶ ହାତ ପ୍ରସ୍ଥର ଏକ ପଥ ଓ ଏକ ହାତ ପ୍ରସ୍ଥ ଏକ ପଥ ଥିଲା ଓ ସକଳର ଦ୍ୱାର ଉତ୍ତର ଆଡ଼େ ଥିଲା।
And before the chambers [was] a walk of ten cubits breadth inward, a way of one cubit; and their doors towards the north.
5 ଉପରିସ୍ଥ କୋଠରି ସକଳ ଛୋଟ ଥିଲା; କାରଣ ଗାନ୍ଥୁନୀର ଅଧଃସ୍ଥିତ ଓ ମଧ୍ୟସ୍ଥିତ କୋଠରି ଅପେକ୍ଷା ଅପ୍ରଶସ୍ତ ବାରଣ୍ଡାସବୁ ତହିଁରୁ ଅଧିକ ସ୍ଥାନ ଘେନିଲା।
Now the upper chambers [were] shorter: for the galleries were higher than these, than the lower, and than the middlemost of the building.
6 କାରଣ ତାହା ତିନି ମହଲା ଥିଲା, ଆଉ ବାହାର ପ୍ରାଙ୍ଗଣର ସ୍ତମ୍ଭ ପରି ସେହି ସବୁରେ ସ୍ତମ୍ଭ ନ ଥିଲା; ଏଥିପାଇଁ ଭୂମିଠାରୁ ଉଚ୍ଚତମ କୋଠରିସବୁ ଅଧଃସ୍ଥିତ ଓ ମଧ୍ୟସ୍ଥିତ ଅପେକ୍ଷା ଅପ୍ରଶସ୍ତ ଥିଲା।
For they [were] in three [stories], but had not pillars as the pillars of the courts: therefore [the building] was straitened more than the lowest and the middlemost from the ground.
7 ପୁଣି, କୋଠରିସକଳର ସମ୍ମୁଖବର୍ତ୍ତୀ ବାହାର ପ୍ରାଙ୍ଗଣ ଆଡ଼େ କୋଠରିସକଳର ପାର୍ଶ୍ୱରେ ଯେଉଁ କାନ୍ଥ ଥିଲା, ତହିଁର ଦୀର୍ଘତା ପଚାଶ ହାତ ଥିଲା।
And the wall that [was] without over against the chambers, towards the outer court on the forepart of the chambers, the length of it [was] fifty cubits.
8 କାରଣ ବାହାର ପ୍ରାଙ୍ଗଣସ୍ଥିତ କୋଠରିସକଳର ଦୀର୍ଘତା ପଚାଶ ହାତ ଥିଲା; ପୁଣି, ଦେଖ, ମନ୍ଦିର ସମ୍ମୁଖରେ ତାହା ଶହେ ହାତ ଥିଲା।
For the length of the chambers that [were] in the outer court [was] fifty cubits: and lo, before the temple [were] a hundred cubits.
9 ପୁଣି, ବାହାର ପ୍ରାଙ୍ଗଣରୁ ସେହି ସବୁ କୋଠରିକୁ ଗଲା ବେଳେ ପୂର୍ବ ଦିଗରେ ତହିଁର ତଳରେ ପ୍ରବେଶ ସ୍ଥାନ ପଡ଼ିଲା।
And from under these chambers [was] the entry on the east side, as one goeth into them from the outer court.
10 ପ୍ରାଙ୍ଗଣ କାନ୍ଥର ପ୍ରଶସ୍ତ ଭାଗରେ ପୂର୍ବ ଦିଗରେ ପୃଥକ ସ୍ଥାନର ଓ ଗାନ୍ଥୁନୀର ସମ୍ମୁଖରେ କୋଠରି ଶ୍ରେଣୀ ଥିଲା।
The chambers [were] in the thickness of the wall of the court towards the east, over against the separate place, and over against the building.
11 ଆଉ, ସେହି ସବୁର ସମ୍ମୁଖବର୍ତ୍ତୀ ପଥ ଉତ୍ତର ଦିଗାଭିମୁଖ କୋଠରିସକଳର ପଥ ପରି ଥିଲା; ସେହି ସବୁର ଦୀର୍ଘତା ପ୍ରମାଣରେ ପ୍ରସ୍ଥ ଥିଲା; ପୁଣି, ସେହି ସବୁର ନିର୍ଗମନ ସ୍ଥାନାନୁସାରେ ଗଠନ ଓ ଦ୍ୱାର ଥିଲା।
And the way before them [was] like the appearance of the chambers which [were] towards the north, as long as they, [and] as broad as they: and all their goings out [were] both according to their fashions, and according to their doors.
12 ପୁଣି, ଦକ୍ଷିଣ ଦିଗସ୍ଥିତ କୋଠରିସକଳର ଦ୍ୱାର ତୁଲ୍ୟ ପଥ ମୁଣ୍ଡରେ ଗୋଟିଏ ଦ୍ୱାର ଥିଲା; ସେହି ପଥ କାନ୍ଥର ସମ୍ମୁଖରେ, ଅର୍ଥାତ୍‍, ସେହି ସ୍ଥାନକୁ ଯିବା ଲୋକର ପୂର୍ବ ଦିଗରେ ପଡ଼ିଲା।
And according to the doors of the chambers that [were] towards the south [was] a door in the head of the way, [even] the way directly before the wall towards the east, as one entereth into them.
13 ତହୁଁ ସେ ମୋତେ କହିଲେ, “ପୃଥକ ସ୍ଥାନର ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଠରିମାନ ଅଛି, ସେହି ସବୁ ପବିତ୍ର କୋଠରି, ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ଅଟନ୍ତି, ସେମାନେ ସେଠାରେ ମହାପବିତ୍ର ଦ୍ରବ୍ୟସକଳ ଭୋଜନ କରିବେ; ସେହି ସ୍ଥାନରେ ସେମାନେ ମହାପବିତ୍ର ଦ୍ରବ୍ୟସକଳ ଓ ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ରଖିବେ; କାରଣ ସେହି ସ୍ଥାନ ପବିତ୍ର ଅଟେ।
Then said he to me, The north chambers [and] the south chambers which [are] before the separate place, they [are] holy chambers, where the priests that approach to the LORD shall eat the most holy things: there shall they lay the most holy things, and the meat-offering, and the sin-offering, and the trespass-offering; for the place [is] holy.
14 ଯେଉଁ ସମୟରେ ଯାଜକମାନେ ତହିଁ ମଧ୍ୟରେ ପ୍ରବେଶ କରନ୍ତି, ସେହି ସମୟରେ ସେମାନେ ସେହି ପବିତ୍ର ସ୍ଥାନରୁ ବାହାରି ବାହାର ପ୍ରାଙ୍ଗଣକୁ ଯିବେ ନାହିଁ, ମାତ୍ର ଯେଉଁ ଯେଉଁ ବସ୍ତ୍ର ପିନ୍ଧି ସେମାନେ ପରିଚର୍ଯ୍ୟା କରନ୍ତି, ତାହାସବୁ ସେଠାରେ ରଖିବେ; କାରଣ ସେହି ସବୁ ପବିତ୍ର; ଆଉ, ସେମାନେ ଅନ୍ୟ ବସ୍ତ୍ର ପିନ୍ଧିବେ, ତହିଁ ଉତ୍ତାରେ ଲୋକମାନଙ୍କ ସ୍ଥାନର ନିକଟକୁ ଯିବେ।”
When the priests enter therein, then shall they not go out of the holy [place] into the outer court, but there they shall lay their garments in which they minister; for they [are] holy; and shall put on other garments, and shall approach to [those things] which [are] for the people.
15 ଭିତର ଗୃହ ମାପିବାର ସମାପ୍ତ କଲା ଉତ୍ତାରେ ସେ ପୂର୍ବାଭିମୁଖ ଦ୍ୱାରର ପଥ ଦେଇ ମୋତେ ବାହାରକୁ ଆଣିଲେ ଓ ତହିଁର ଚତୁର୍ଦ୍ଦିଗ ମାପିଲେ।
Now when he had made an end of measuring the inner house, he brought me forth towards the gate whose prospect [is] towards the east, and measured it around.
16 ସେ ପରିମାପକ ଦଣ୍ଡ ଦ୍ୱାର ପୂର୍ବ ପାର୍ଶ୍ୱ ମାପିଲେ, ପରିମାପକ ଦଣ୍ଡରେ ଚତୁର୍ଦ୍ଦିଗ ପାଞ୍ଚ ଶହ ଦଣ୍ଡ ହେଲା।
He measured the east side with the measuring reed, five hundred reeds, with the measuring reed around.
17 ସେ ଉତ୍ତର ପାର୍ଶ୍ୱ ମାପିଲେ, ପରିମାପକ ଦଣ୍ଡରେ ଚତୁର୍ଦ୍ଦିଗ ପାଞ୍ଚ ଶହ ଦଣ୍ଡ ହେଲା।
He measured the north side, five hundred reeds, with the measuring reed around.
18 ସେ ଦକ୍ଷିଣ ପାର୍ଶ୍ୱ ମାପିଲେ, ପରିମାପକ ଦଣ୍ଡରେ ତାହା ପାଞ୍ଚ ଶହ ଦଣ୍ଡ ହେଲା।
He measured the south side, five hundred reeds, with the measuring reed.
19 ସେ ପଶ୍ଚିମ ପାର୍ଶ୍ୱକୁ ଫେରି ପରିମାପକ ଦଣ୍ଡରେ ପାଞ୍ଚ ଶହ ଦଣ୍ଡ ମାପିଲେ।
He turned about to the west side, [and] measured five hundred reeds, with the measuring reed.
20 ସେ ତାହାର ଚାରି ପାର୍ଶ୍ୱ ମାପିଲେ; ପବିତ୍ର ଓ ସାଧାରଣ ସ୍ଥାନ ମଧ୍ୟରେ ବିଚ୍ଛେଦ କରିବା ପାଇଁ ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର ଥିଲା, ତାହା ଦୀର୍ଘରେ ପାଞ୍ଚ ଶହ ଓ ପ୍ରସ୍ଥରେ ପାଞ୍ଚ ଶହ (ଦଣ୍ଡ) ଥିଲା।
He measured it by the four sides: it had a wall around, five hundred [reeds] long, and five hundred broad, to make a separation between the sanctuary and the profane place.

< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 42 >