< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 41 >
1 ଏଥିଉତ୍ତାରେ ସେ ମୋତେ ମନ୍ଦିର ନିକଟକୁ ଆଣି ତହିଁର ଉପସ୍ତମ୍ଭସକଳ ମାପିଲେ, ସେ ଉପସ୍ତମ୍ଭର ପ୍ରସାର ଏପାଖରେ ଛଅ ହାତ, ସେପାଖରେ ଛଅ ହାତ ଥିଲା, ତମ୍ବୁର ପ୍ରସ୍ଥ ହିଁ ଏତିକି।
És bevitt engem a templomba és megmérte a pilléreket, hat könyöknyi szélesség innen és hat könyöknyi szélesség onnan a sátor szélessége szerint.
2 ପୁଣି, ପ୍ରବେଶ ସ୍ଥାନର ପ୍ରସ୍ଥ ଦଶ ହାତ ଓ ସେହି ପ୍ରବେଶ ସ୍ଥାନର ପାର୍ଶ୍ୱ ଏପାଖେ ପାଞ୍ଚ ହାତ ଓ ସେପାଖେ ପାଞ୍ଚ ହାତ ଥିଲା; ଆଉ, ସେ ତହିଁର ଦୀର୍ଘତା ଚାଳିଶ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ମାପିଲେ।
És a bejárat szélessége tíz könyök és a bejárat oldalai öt könyök innen és öt könyök onnan; és megmérte hosszát negyven könyöknyire és szélességét húsz könyöknyire.
3 ତେବେ ସେ ଭିତରକୁ ଯାଇ ପ୍ରବେଶ ସ୍ଥାନର ଉପସ୍ତମ୍ଭ, ପ୍ରତ୍ୟେକ ଦୁଇ ହାତ ଲେଖାଏଁ ଓ ପ୍ରବେଶ ସ୍ଥାନ ଛଅ ହାତ; ଆଉ, ପ୍ରବେଶ ସ୍ଥାନର ପ୍ରସ୍ଥ ସାତ ହାତ ମାପିଲେ।
És bement a belső részbe és megmérte a bejárat pillérjét két könyöknyire, a bejárat pedig hat könyök és a bejárat szélessége hét könyök.
4 ପୁଣି, ସେ ତହିଁର ଦୀର୍ଘତା କୋଡ଼ିଏ ହାତ ଓ ମନ୍ଦିର ସମ୍ମୁଖରେ ତହିଁର ପ୍ରସ୍ଥ କୋଡ଼ିଏ ହାତ ମାପିଲେ; ଆଉ, ସେ ମୋତେ କହିଲେ, “ଏହା ମହାପବିତ୍ର ସ୍ଥାନ ଅଟେ।”
És megmérte a hosszát húsz könyöknyire és szélességét húsz könyökre a templom előtt, és szólt hozzám: ez a szentek szentje.
5 ତହୁଁ ସେ ଗୃହର କାନ୍ଥ ଛଅ ହାତ ଓ ଗୃହର ଚତୁର୍ଦ୍ଦିଗସ୍ଥିତ ପାର୍ଶ୍ୱସ୍ଥ ପ୍ରତ୍ୟେକ କୋଠରିର ପ୍ରସ୍ଥ ଚାରି ହାତ ଲେଖାଏଁ ମାପିଲେ।
És megmérte a ház falát hat könyöknyire, és az oldalteremnek szélessége négy könyök köröskörül a ház körül.
6 ପୁଣି, ଏକ ମହଲା ଉପରେ ଅନ୍ୟ ମହଲା, ଏହିରୂପେ ପାର୍ଶ୍ୱସ୍ଥ କୋଠରି ସକଳ ତିନି ମହଲା ଓ ଏକ ଏକ ଶ୍ରେଣୀରେ ତିରିଶ କୋଠରି ଥିଲା; ଆଉ, ପାର୍ଶ୍ୱସ୍ଥ କୋଠରି ସକଳ ନିମନ୍ତେ ଗୃହର ଚାରିଆଡ଼େ ଭିତ୍ତି ଥିଲା; କୋଠରି ସକଳ ତହିଁ ଉପରେ ନିର୍ଭର କଲା, ଗୃହର କାନ୍ଥ ଉପରେ ନିର୍ଭର କଲା ନାହିଁ।
Az oldaltermek pedig: oldalterem oldalterem mellett harminczháromszor és a háznak falába mennek, mely az oldaltermek felé van, köröskörül, hogy erősítve legyenek, de ne legyenek bele erősítve a ház falába.
7 ପୁଣି, ପାର୍ଶ୍ୱସ୍ଥ କୋଠରି ସକଳ ଉଚ୍ଚତାରେ ଗୃହକୁ ବେଷ୍ଟନ କରୁ କରୁ ଅଧିକ ଅଧିକ ପ୍ରଶସ୍ତ ହେଲା; କାରଣ ଗୃହର ବେଷ୍ଟନ ଚତୁର୍ଦ୍ଦିଗରେ କ୍ରମଶଃ ଅଧିକ ଉଚ୍ଚ ହେଲା; ଏଥିପାଇଁ ଉଚ୍ଚତାର ଅନୁକ୍ରମେ ଗୃହ ଆହୁରି ଆହୁରି ପ୍ରଶସ୍ତ ହେଲା ଓ ନିମ୍ନତମ କୋଠରିରୁ ଉଚ୍ଚତମ କୋଠରିକୁ ଯିବାର ପଥ ମଧ୍ୟମ କୋଠରି ଦେଇ ଗଲା।
És körülfutva kiszélesedik feljebb-feljebb az oldaltermek végett, mert a ház körülfutó épülete feljebbfeljebb körülötte volt a háznak, azért kiszélesedése volt a háznak, felfelé, és így az alsóról feljárnak a felsőbe a középsőn át.
8 ଆହୁରି, ମୁଁ ଦେଖିଲି ଯେ, ଗୃହର ଚତୁର୍ଦ୍ଦିଗରେ ଉଚ୍ଚୀକୃତ ଚଉତରା ଥିଲା; ପାର୍ଶ୍ୱସ୍ଥ କୋଠରିସକଳର ଭିତ୍ତିମୂଳ ଛଅ ହାତ ପରିମିତ ସମ୍ପୂର୍ଣ୍ଣ ଏକ ହାତ ଥିଲା।
És láttam a háznál magasodást köröskörül; az oldaltermek alapzata egy teljes mérőnádnyi: hat nagyméretű könyöknyi.
9 ବାହାର ଭାଗରେ ପାର୍ଶ୍ୱସ୍ଥ କୋଠରିସକଳର କାନ୍ଥ ପାଞ୍ଚ ହାତ ପ୍ରସ୍ଥ ଥିଲା ଓ ଅବଶିଷ୍ଟ ଯେଉଁ ସ୍ଥାନ ରହିଲା, ତାହା ଗୃହର ପାର୍ଶ୍ୱସ୍ଥ କୋଠରିର ସ୍ଥାନ ଥିଲା।
Az oldalterem falának szélessége, mely kifelé van, öt könyöknyi és a mi tér meghagyatott, az a ház oldal termeinek volt a helye;
10 କୋଠରିସକଳର ମଧ୍ୟରେ ଗୃହର ଚାରିଆଡ଼େ କୋଡ଼ିଏ ହାତ ପ୍ରସ୍ଥ ସ୍ଥାନ ଥିଲା।
és a kamarák közt húsz könyöknyi szélesség a ház körül, köröskörül.
11 ପୁଣି, ପାର୍ଶ୍ୱସ୍ଥ କୋଠରିସକଳର ଦ୍ୱାର ସେହି ଅବଶିଷ୍ଟ ସ୍ଥାନ ପ୍ରତି ଥିଲା, ଗୋଟିଏ ଦ୍ୱାର ଉତ୍ତର ପ୍ରତି ଓ ଅନ୍ୟ ଦ୍ୱାର ଦକ୍ଷିଣ ପ୍ରତି ଥିଲା; ଆଉ, ସେହି ଅବଶିଷ୍ଟ ସ୍ଥାନର ପ୍ରସ୍ଥ ଚତୁର୍ଦ୍ଦିଗରେ ପାଞ୍ଚ ହାତ ଥିଲା।
És az oldalterem bejárata a meghagyott térre volt: egy bejárat észak felé és egy bejárat dél felé és a meghagyott tér helyének szélessége öt könyöknyi volt köröskörül.
12 ପୁଣି, ପଶ୍ଚିମ ଦିଗସ୍ଥ ପୃଥକ ସ୍ଥାନର ସମ୍ମୁଖବର୍ତ୍ତୀ ଗୃହ ସତୁରି ହାତ ପ୍ରସ୍ଥ ଥିଲା ଓ ଚତୁର୍ଦ୍ଦିଗରେ ସେହି ଗୃହର କାନ୍ଥ ପାଞ୍ଚ ହାତ ଓ ତହିଁର ଦୀର୍ଘତା ନବେ ହାତ ଥିଲା।
Az épület pedig, mely az elkülönített tér előtt volt, a nyugati oldal felé van, hetven könyök szélességű és az épület fala öt könyök szélességű köröskörül, hossza pedig kilenczven könyök.
13 ଏହିରୂପେ ସେ ଗୃହର ଦୀର୍ଘତା ଶହେ ହାତ ଓ ପୃଥକ ସ୍ଥାନ, ଆଉ ତହିଁର ଗୃହ ଓ ତହିଁର କାନ୍ଥର ଦୀର୍ଘତା ଶହେ ହାତ ମାପିଲେ।
És megmérte a házat: hossza száz könyök; és az elkülönített tért meg az épületeit és falait: hossza száz könyök.
14 ଆହୁରି, ପୂର୍ବ ଦିଗରେ ଗୃହର ଓ ପୃଥକ ସ୍ଥାନର ଅଗ୍ରଭାଗ ଶହେ ହାତ ମାପିଲେ।
És a ház előrészének és az elkülönített térnek szélessége kelet felé: száz könyök.
15 ଏଥିଉତ୍ତାରେ ପୃଥକ ସ୍ଥାନର ସମ୍ମୁଖସ୍ଥିତ ଗୃହର ଦୀର୍ଘତା, ଅର୍ଥାତ୍, ତାହାର ପଶ୍ଚାତ ଭାଗରେ ଯାହା ଥିଲା, ତାହା ଓ ଏପାଖେ ସେପାଖେ ତହିଁର ଅପ୍ରଶସ୍ତ ବାରଣ୍ଡା ଶହେ ହାତ ମାପିଲେ; ଆଉ, ଭିତର ମନ୍ଦିର ଓ ପ୍ରାଙ୍ଗଣର ବାରଣ୍ଡା (ମାପିଲେ);
És megmérte az épület hosszát az elkülönített tér előtt a mely hátsó részén van és karzatait innen és onnan: száz könyöknyi; és a templomot, a belsőt, és az udvar csarnokait;
16 ଦ୍ୱାରର ସମ୍ମୁଖ ସ୍ଥାନ, ବନ୍ଦ ଜଳାକବାଟିସବୁ ଓ ଦ୍ୱାର ସମ୍ମୁଖ ସ୍ଥାନର ନିକଟସ୍ଥ ଚତୁର୍ଦ୍ଦିଗେ କାଷ୍ଠ ଆଚ୍ଛାଦିତ ତିନି ମହଲାର ଚତୁର୍ଦ୍ଦିଗର ଅପ୍ରଶସ୍ତ ବାରଣ୍ଡାସବୁ ଓ ଭୂମିଠାରୁ ଜଳାକବାଟି ପର୍ଯ୍ୟନ୍ତ ମାପିଲେ; ଜଳାକବାଟିସବୁ ଆଚ୍ଛାଦିତ ହୋଇଥିଲା;
a küszöböket a csukott ablakokat és a karzatokat köröskörül mindhármuknál – a küszöbbel szemben fadeszkázat köröskörül – és a földtől az ablakokig – az ablakok tehát befedve voltak,
17 ଦ୍ୱାରର ଉପର ସ୍ଥାନ, ଅନ୍ତରସ୍ଥ ଗୃହ ଓ ବାହାରେ, ଆଉ କାନ୍ଥସବୁର ଚାରିଆଡ଼େ ଭିତରେ ଓ ବାହାରେ ସେହିସବୁର ବିଶେଷ ବିଶେଷ ପରିମାଣ (ନିରୂପିତ ହେଲା।)
a bejáraton fölül egészen a belső házig és kívülről és az egész falon köröskörül a belsőben és a külsőben; méretek szerint.
18 ପୁଣି, ତହିଁରେ କିରୂବ ଓ ଖର୍ଜ୍ଜୁର ବୃକ୍ଷର ଶିଳ୍ପକର୍ମ ଥିଲା, କିରୂବ ଓ କିରୂବ ମଧ୍ୟରେ ଏକ ଖର୍ଜ୍ଜୁର ବୃକ୍ଷ ଓ ପ୍ରତ୍ୟେକ କିରୂବର ଦୁଇ ଦୁଇ ମୁଖ ଥିଲା।
És készítve voltak kérubok és pálmák, és pedig pálma kérub és kérub között és két arca volt a kérubnak:
19 ଏହିରୂପେ ଏକ ପାର୍ଶ୍ୱସ୍ଥ ଖର୍ଜ୍ଜୁର ବୃକ୍ଷ ପ୍ରତି ମନୁଷ୍ୟର ମୁଖ ଓ ଅନ୍ୟ ପାର୍ଶ୍ୱସ୍ଥ ଖର୍ଜ୍ଜୁର ବୃକ୍ଷ ପ୍ରତି ଯୁବା ସିଂହର ମୁଖ ଥିଲା; ଏହି ପ୍ରକାର ଗୃହଯାକ ଥିଲା।
emberarcz a pálma felé innen és oroszlánarcz a pálma felé onnan; készítve az egész házon köröskörül.
20 ଭୂମିଠାରୁ ଦ୍ୱାରର ଉପରଭାଗ ପର୍ଯ୍ୟନ୍ତ କିରୂବ ଓ ଖର୍ଜ୍ଜୁର ବୃକ୍ଷ ଶିଳ୍ପିତ ହୋଇଥିଲା; ଏହି ପ୍ରକାରେ ମନ୍ଦିରର କାନ୍ଥ ଥିଲା।
A földtől egészen az ajtó fölé a kérubok és pálmák voltak készítve; a templom falán is.
21 ମନ୍ଦିରର ଦ୍ୱାରବନ୍ଧସବୁ ଚତୁଷ୍କୋଣାକାର ଓ ପବିତ୍ର ସ୍ଥାନର ସମ୍ମୁଖ ଦେଶର ଆକୃତି ମନ୍ଦିରର ଆକୃତି ତୁଲ୍ୟ ଥିଲା।
A templomnak négyszögű ajtófélfája volt, a szentély előrésze pedig – formája olyan, mint amannak formája.
22 ବେଦି କାଷ୍ଠନିର୍ମିତ ତିନି ହାତ ଉଚ୍ଚ ଓ ତହିଁର ଦୀର୍ଘତା ଦୁଇ ହାତ ଥିଲା; ଆଉ, ତହିଁର କୋଣସବୁ ତହିଁର ଦୀର୍ଘତା ଓ ତହିଁର ଚାରିପାଖ କାଷ୍ଠମୟ ଥିଲା; ପୁଣି, ସେ ଆମ୍ଭକୁ କହିଲେ, “ସଦାପ୍ରଭୁଙ୍କର ସମ୍ମୁଖସ୍ଥ ମେଜ ଏହି।”
Az oltár fából, három könyöknyi magas, hossza pedig két könyök, szögletei voltak, hosszában pedig a falai fából. És beszélt hozzám: Ez az asztal, mely az Örökkévaló színe előtt van.
23 ମନ୍ଦିର ଓ ପବିତ୍ର ସ୍ଥାନର ଦୁଇ ଦ୍ୱାର ଥିଲା।
És két ajtaja a templomnak és a szentélynek.
24 ଆଉ, ଏକ ଏକ କବାଟର ଦୁଇ ଦୁଇ ପଟ, ଦୁଇ ଦୁଇ ଘୂରିବା ପଟ ଥିଲା, ଅର୍ଥାତ୍, ଏକ ଦ୍ୱାରର ଦୁଇ ପଟ ଓ ଅନ୍ୟ ଦ୍ୱାରର ଦୁଇ ପଟ ଥିଲା।
És két ajtólapjuk az ajtóknak, két forduló ajtólap, kettő az egyik ajtónak és két ajtólapja a másiknak.
25 ପୁଣି, ସେହି ସବୁରେ, ଅର୍ଥାତ୍, ମନ୍ଦିର କବାଟରେ କାନ୍ଥରେ ଯେପରି, ସେହିପରି କିରୂବଗଣ ଓ ଖର୍ଜ୍ଜୁର ବୃକ୍ଷ ଶିଳ୍ପିତ ଥିଲା; ଆଉ, ବାହାର ବାରଣ୍ଡାର ଅଗ୍ରଭାଗରେ ମୋଟ କଡ଼ିକାଠ ଥିଲା।
És készítve rajtuk, a templom ajtóin, kérubok és pálmák, a mint készítve voltak a falakon; és fadobogó volt a csarnok előtt kívülről.
26 ଆଉ, ବାରଣ୍ଡାର ପାର୍ଶ୍ୱରେ ଏପାଖରେ ଓ ସେପାଖରେ ବନ୍ଦ ଜଳାକବାଟି ଓ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା, ଗୃହର ପାର୍ଶ୍ୱସ୍ଥ କୋଠରି ଓ ମୋଟ କଡ଼ିକାଠସବୁ ଏହି ପ୍ରକାର ଥିଲା।
És csukott ablakok meg pálmák innen és onnan a csarnok oldalain és a ház oldalkamaráin és a dobogókon.