< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 4 >
1 ଆହୁରି, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଏକ ଇଟା ନେଇ ଆପଣା ସମ୍ମୁଖରେ ରଖ ଓ ତହିଁ ଉପରେ ଏକ ନଗରର, ଅର୍ଥାତ୍, ଯିରୂଶାଲମର ଛବି ଅଙ୍କିତ କର;
人の子よ、一枚のかわらを取って、あなたの前に置き、その上にエルサレムの町を描きなさい。
2 ଆଉ, ତାହା ସୈନ୍ୟରେ ବେଷ୍ଟିତ କର, ତାହା ବିରୁଦ୍ଧରେ ଗଡ଼ ନିର୍ମାଣ କର ଓ ତାହା ବିରୁଦ୍ଧରେ ବନ୍ଧ ବାନ୍ଧ; ମଧ୍ୟ ତାହା ବିରୁଦ୍ଧରେ ଛାଉଣି ସ୍ଥାପନ କର ଓ ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର-ଭେଦକ ଯନ୍ତ୍ର ସ୍ଥାପନ କର।
そしてこれを取り囲み、これにむかって雲梯を設け、塁を築き、陣を張り、その回りに城くずしを備えてこれを攻めなさい。
3 ପୁଣି, ଏକ ଖଣ୍ଡ ଲୁହାର କହ୍ରାଇ ନେଇ ତୁମ୍ଭର ଓ ନଗରର ମଧ୍ୟରେ ଲୌହ ପ୍ରାଚୀର ତୁଲ୍ୟ ତାହା ସ୍ଥାପନ କର; ଆଉ, ତୁମ୍ଭର ମୁଖ ତହିଁ ପ୍ରତି ରଖ, ତହିଁରେ ତାହା ଅବରୁଦ୍ଧ ହେବ ଓ ତୁମ୍ଭେ ତାହା ଅବରୋଧ କରି ତହିଁ ବିରୁଦ୍ଧରେ ରହିବ। ଏହା ଇସ୍ରାଏଲ ବଂଶ ପ୍ରତି ଏକ ଚିହ୍ନସ୍ୱରୂପ ହେବ।
また鉄の板をとり、それをあなたと町の間に置いて鉄の壁となし、あなたの顔をこれに向けなさい。町をこのように囲んで、その包囲を押し進めなさい。これがイスラエルの家のしるしである。
4 ଆହୁରି, ତୁମ୍ଭେ ଆପଣା ବାମ ପାର୍ଶ୍ୱରେ ଶୟନ କରି ଇସ୍ରାଏଲ ବଂଶର ଅଧର୍ମ ତହିଁ ଉପରେ ରଖ, ତୁମ୍ଭେ ତହିଁ ଉପରେ ଶୟନ କରିବା ଦିନର ସଂଖ୍ୟାନୁସାରେ ସେମାନଙ୍କର ଅଧର୍ମ ବୋହିବ।
あなたはまた自分の左脇を下にして寝なさい。わたしはあなたの上にイスラエルの家の罰を置く。あなたはこのようにして寝ている日の間、彼らの罰を負わなければならない。
5 କାରଣ ଆମ୍ଭେ ସେମାନଙ୍କର ଅଧର୍ମର ବର୍ଷ ତୁମ୍ଭ ପ୍ରତି କେତେକ ସଂଖ୍ୟକ ଦିନ, ଅର୍ଥାତ୍, ତିନି ଶହ ନବେ ଦିନ ହେବା ପାଇଁ ନିରୂପଣ କରିଅଛୁ; ଏହି ପ୍ରକାରେ ତୁମ୍ଭେ ଇସ୍ରାଏଲ ବଂଶର ଅଧର୍ମ ବୋହିବ।
わたしは彼らの罰の年数に等しいその日数、すなわち三百九十日をあなたのために定める。その間あなたはイスラエルの家の罰を負わなければならない。
6 ପୁନର୍ବାର ତୁମ୍ଭେ ସେହି ସକଳ ଦିନ ସମାପ୍ତ କଲା ଉତ୍ତାରେ ଆପଣା ଡାହାଣ ପାର୍ଶ୍ୱରେ ଶୟନ କରି ଯିହୁଦା ବଂଶର ଅଧର୍ମ ବୋହିବ; ଚାଳିଶ ବର୍ଷର ଏକ ଏକ ବର୍ଷକୁ ଆମ୍ଭେ ତୁମ୍ଭ ପାଇଁ ଏକ ଏକ ଦିନ କରି ନିରୂପଣ କରିଅଛୁ।
あなたはその期間を終ったなら、また右脇を下にして寝て、ユダの家の罰を負わなければならない。わたしは一日を一年として四十日をあなたのために定める。
7 ଆଉ, ତୁମ୍ଭେ ଆପଣା ବାହୁ ଅନାବୃତ କରି ଯିରୂଶାଲମର ସୈନ୍ୟ ବେଷ୍ଟନ ପ୍ରତି ମୁଖ ରଖିବ ଓ ତହିଁ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବ।
あなたは自分の顔をエルサレムの包囲の方に向け、腕をあらわし、町に向かって預言しなければならない。
8 ପୁଣି, ଦେଖ, ଆମ୍ଭେ ତୁମ୍ଭକୁ ରଜ୍ଜୁରେ ବାନ୍ଧୁଅଛୁ, ଏଣୁ ତୁମ୍ଭେ ତୁମ୍ଭର ଅବରୋଧର ଦିନ ସମାପ୍ତ ନ କରିବା ପର୍ଯ୍ୟନ୍ତ ଏ ପାର୍ଶ୍ୱରୁ ସେ ପାର୍ଶ୍ୱକୁ ଲେଉଟିବ ନାହିଁ।
見よ、わたしはあなたに、なわをかけて、あなたの包囲の期間の終るまで、左右に動くことができないようにする。
9 ଆହୁରି, ତୁମ୍ଭେ ଆପଣା ପାଇଁ ଗହମ, ଯବ, ଶିମ, ମସୁର, କାଙ୍ଗୁ ଓ ଜହ୍ନା ନେଇ ଗୋଟିଏ ପାତ୍ରରେ ରଖି ତହିଁରୁ ରୁଟି ପ୍ରସ୍ତୁତ କର; ତୁମ୍ଭେ ଯେଉଁ ତିନି ଶହ ନବେ ଦିନ ଆପଣା ପାର୍ଶ୍ୱରେ ଶୟନ କରିବ, ସେହି ଦିନର ସଂଖ୍ୟାନୁସାରେ ତାହା ଭୋଜନ କରିବ।
あなたはまた小麦、大麦、豆、レンズ豆、あわ、はだか麦を取って、一つの器に入れ、これでパンを造り、あなたが横になって寝る日の数、すなわち三百九十日の間これを食べなければならない。
10 ପୁଣି, ତୁମ୍ଭେ ଯେଉଁ ଖାଦ୍ୟ ଭୋଜନ କରିବ, ତାହା ପରିମାଣରେ ଏକ ଏକ ଦିନକୁ କୋଡ଼ିଏ ଶେକଲ ଲେଖାଏଁ ହେବ; ତୁମ୍ଭେ ସମୟକୁ ସମୟ ତାହା ଭୋଜନ କରିବ।
あなたが食べる食物は量って一日に二十シケルである。あなたは一日に一度これを食べなければならない。
11 ଆଉ, ତୁମ୍ଭେ ପରିମାଣ ଅନୁସାରେ ଏକ ହୀନ୍ର ଷଷ୍ଠାଂଶ ଜଳ ପାନ କରିବ; ତୁମ୍ଭେ ସମୟକୁ ସମୟ ତାହା ପାନ କରିବ।
また水を量って一ヒンの六分の一を一日に一度飲まなければならない。
12 ପୁଣି, ତୁମ୍ଭେ ସେହି ଖାଦ୍ୟଦ୍ରବ୍ୟ ଯବ ପିଷ୍ଟକ ପରି ଭୋଜନ କରିବ ଓ ସେମାନଙ୍କ ସାକ୍ଷାତରେ ମନୁଷ୍ୟର ବିଷ୍ଠା ଦ୍ୱାରା ତାହା ପାକ କରିବ!”
あなたは大麦の菓子のようにしてこれを食べなさい。すなわち彼らの目の前でこれを人の糞で焼かなければならない」。
13 ପୁଣି, ସଦାପ୍ରଭୁ କହିଲେ, “ଆମ୍ଭେ ଇସ୍ରାଏଲର ସନ୍ତାନଗଣକୁ ଯେଉଁ ଗୋଷ୍ଠୀୟମାନଙ୍କ ମଧ୍ୟକୁ ତଡ଼ିଦେବା, ସେମାନଙ୍କ ମଧ୍ୟରେ ସେମାନେ ଏହି ପ୍ରକାରେ ଆପଣା ଆପଣା ଅଶୁଚି ରୁଟି ଖାଇବେ।”
そして主は言われた、「このようにイスラエルの民はわたしが追いやろうとする国々の中で汚れたパンを食べなければならない」。
14 ସେତେବେଳେ ମୁଁ କହିଲି, “ଆହା, ପ୍ରଭୋ ସଦାପ୍ରଭୋ! ଦେଖ, ମୋର ପ୍ରାଣ ଅଶୁଚି ହୋଇ ନାହିଁ, ମୁଁ ବାଲ୍ୟକାଳରୁ ଆଜି ପର୍ଯ୍ୟନ୍ତ ସ୍ୱୟଂମୃତ କିଅବା ପଶୁ ଦ୍ୱାରା ବିଦୀର୍ଣ୍ଣ କିଛି ହିଁ ଭୋଜନ କରି ନାହିଁ; ଅଥବା ଘୃଣାଯୋଗ୍ୟ ମାଂସ ମୋʼ ମୁଖରେ ପ୍ରବେଶ କରି ନାହିଁ!”
そこでわたしは言った、「ああ、主なる神よ、わたしは自分を汚したことはありません。わたしは幼い時から今日まで、自然に死んだものや、野獣に裂き殺されたものを食べたことはありません。また汚れた肉がわたしの口にはいったことはありません」。
15 ତହିଁରେ ସେ ମୋତେ କହିଲେ, “ଦେଖ, ଆମ୍ଭେ ମନୁଷ୍ୟର ବିଷ୍ଠା ବଦଳେ ଗୋମୟ ତୁମ୍ଭକୁ ଦେଲୁ, ଆଉ ତୁମ୍ଭେ ତହିଁ ଉପରେ ଆପଣା ରୁଟି ପାକ କରିବ।”
すると彼はわたしに言われた、「見よ、わたしは牛の糞をもって人の糞に換えることをあなたにゆるす。あなたはそれで自分のパンを整えなさい」。
16 ଆହୁରି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଦେଖ, ଆମ୍ଭେ ଯିରୂଶାଲମରେ ଅନ୍ନରୂପ ଯଷ୍ଟି ଭାଙ୍ଗିବା, ତହିଁରେ ଲୋକମାନେ ସୀମିତ ପରିମାଣ ଅନ୍ନ ଯତ୍ନ ସହ ଭୋଜନ କରିବେ ଓ ସୀମିତ ପରିମାଣ ଜଳ ଭୟରେ ପାନ କରିବେ;
またわたしに言われた、「人の子よ、見よ、わたしはエルサレムで人のつえとするパンを打ち砕く。彼らはパンを量って、恐れながら食べ、また水を量って驚きながら飲む。
17 ତହିଁରେ ଅନ୍ନ ଓ ଜଳର ଅଭାବରେ ସେମାନେ ପରସ୍ପର ପ୍ରତି ବିସ୍ମୟାପନ୍ନ ହୋଇ ଆପଣା ଆପଣା ଅଧର୍ମରେ କ୍ଷୀଣ ହେବେ।”
これは彼らをパンと水とに乏しくし、互に驚いて顔を見合わせ、その罰のために衰えさせるためである。