< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 39 >

1 “ପୁଣି, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଗୋଗ୍‍ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ହେ ଗେଶର, ମେଶକ୍‍ର ଓ ତୁବଲ୍‍ର ଅଧିପତି ଗୋଗ୍‍, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ;
А ти, сину лю́дський, пророкуй на Ґоґа та й скажеш: Так говорить Господь Бог: Ото Я на тебе, кня́же Ро́шу, Мешеху та Тувалу!
2 ପୁଣି, ଆମ୍ଭେ ତୁମ୍ଭକୁ ବୁଲାଇବା ଓ ତୁମ୍ଭକୁ କଢ଼ାଇ ନେବା, ଆଉ ଉତ୍ତର ଦିଗର ପ୍ରାନ୍ତଭାଗରୁ ତୁମ୍ଭକୁ ଅଣାଇବା; ଆଉ, ଆମ୍ଭେ ଇସ୍ରାଏଲର ପର୍ବତସମୂହର ଉପରକୁ ତୁମ୍ଭକୁ ଆଣିବା;
І верну́ тебе, і попрова́джу тебе, і підійму́ тебе з півні́чних кінці́в, і впрова́джу тебе на Ізраїлеві го́ри.
3 ପୁଣି, ଆମ୍ଭେ ଆଘାତ କରି ତୁମ୍ଭ ବାମ ହସ୍ତରୁ ତୁମ୍ଭ ଧନୁ ଖସାଇବା ଓ ତୁମ୍ଭର ଦକ୍ଷିଣ ହସ୍ତରୁ ତୁମ୍ଭ ତୀରସବୁ କଢ଼ାଇ ପକାଇବା।
І виб'ю лука твого з твоєї ліви́ці, а твої стрі́ли кину з твоєї прави́ці.
4 ଇସ୍ରାଏଲର ପର୍ବତଗଣ ଉପରେ ତୁମ୍ଭେ ପତିତ ହେବ, ତୁମ୍ଭର ସକଳ ସୈନ୍ୟଦଳ ଓ ତୁମ୍ଭ ସଙ୍ଗୀ ଗୋଷ୍ଠୀଗଣ ପତିତ ହେବେ; ଆମ୍ଭେ ସବୁ ପ୍ରକାର ହିଂସ୍ରକ ପକ୍ଷୀଗୁଡ଼ିକୁ ଓ କ୍ଷେତ୍ରସ୍ଥ ପଶୁଗଣର ଗ୍ରାସର ନିମନ୍ତେ ତୁମ୍ଭକୁ ସମର୍ପଣ କରିବା।
Упаде́ш на Ізраїлевих гора́х ти й усі відділи твої та наро́ди, що з тобою; віддам тебе на з'їдження хи́жому пта́ству, усякому крила́тому та польові́й звірині́.
5 ତୁମ୍ଭେ ପଡ଼ିଆରେ ପତିତ ହେବ; କାରଣ ଆମ୍ଭେ ଏହା କହିଅଛୁ, ପ୍ରଭୁ, ସଦାପ୍ରଭୁ ଏହା କହନ୍ତି।
На відкритому полі впаде́ш ти, бо це Я говорив, говорить Господь Бог!
6 ପୁଣି, ଆମ୍ଭେ ମାଗୋଗ୍‍ର ଉପରେ ଓ ଦ୍ୱୀପସମୂହରେ ନିରାପଦରେ ବାସକାରୀମାନଙ୍କ ଉପରେ ଅଗ୍ନି ପ୍ରେରଣ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
І пошлю́ Я огонь на Маґоґа та на тих, що безпечно заме́шкують острови́, і пізнають вони, що Я — Господь!
7 ଆଉ, ଆମ୍ଭେ ଆମ୍ଭର ଇସ୍ରାଏଲ ଲୋକଙ୍କ ମଧ୍ୟରେ ଆପଣା ପବିତ୍ର ନାମ ଜ୍ଞାତ କରାଇବା ଓ ଆମ୍ଭର ପବିତ୍ର ନାମ ଆଉ ଅପବିତ୍ରୀକୃତ ହେବାକୁ ଦେବା ନାହିଁ, ତହିଁରେ ଆମ୍ଭେ ଯେ ଇସ୍ରାଏଲ ମଧ୍ୟରେ ପବିତ୍ର ସଦାପ୍ରଭୁ ଅଟୁ, ଏହା ଗୋଷ୍ଠୀୟମାନେ ଜାଣିବେ।
А Своє святе Ім'я́ розголошу́ посеред Мого народу Ізраїля, і більше не дам знева́жити святе Моє Йме́ння, і наро́ди пізнають, що Я — Госпо́дь, Святий Ізраїлів!
8 ଦେଖ, ତାହା ଆସୁଅଛି ଓ ତାହା ସିଦ୍ଧ ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି; ଯେଉଁ ଦିନର ବିଷୟ ଆମ୍ଭେ କହିଅଛୁ, ଏହା ସେହି ଦିନ।
Ось при́йде і станеться, — говорить Господь Бог, — це той день, що Я говорив.
9 ପୁଣି, ଇସ୍ରାଏଲର ନଗରସମୂହରେ ବାସକାରୀ ଲୋକମାନେ ବାହାରେ ଯାଇ, ଢାଲ ଓ ଫଳକ, ଧନୁ ଓ ତୀର, ଆଉ ଯଷ୍ଟି ଓ ବର୍ଚ୍ଛା, ଏହି ସକଳ ଅସ୍ତ୍ରଶସ୍ତ୍ର ଅଗ୍ନିରେ ଜଳାଇବେ, ସେମାନେ ସାତ ବର୍ଷ ପର୍ଯ୍ୟନ୍ତ ସେହି ସବୁ ନେଇ ଅଗ୍ନିରେ ଜ୍ୱଳାଇବେ;
І повихо́дять ме́шканці Ізраїлевих міст, і накладуть огонь, і палитимуть зброю та щитка́ й щита́, лука та стрі́ли, і ручно́го кия та ра́тище, і будуть ними палити огонь сім років.
10 ଏହିରୂପେ ସେମାନେ ପଦାରୁ କାଠ ଆଣିବେ ନାହିଁ; କି ବନରୁ କିଛି କାଟିବେ ନାହିଁ; କାରଣ ସେମାନେ ଅସ୍ତ୍ରଶସ୍ତ୍ର ନେଇ ଅଗ୍ନିରେ ଜ୍ୱଳାଇବେ; ଆଉ, ଆପଣା ଲୁଣ୍ଠନକାରୀମାନଙ୍କର ଧନ ଲୁଣ୍ଠନ କରିବେ ଓ ଯେଉଁମାନେ ସେମାନଙ୍କର ସମ୍ପତ୍ତି ଅପହରଣ କଲେ, ସେମାନଙ୍କର ସମ୍ପତ୍ତି ଅପହରଣ କରିବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
І не будуть носити дров з поля, і не будуть рубати з лісі́в, бо збро́єю будуть палити огонь, і ві́зьмуть здо́бич із тих, хто брав здо́бич із них, і пограбу́ють тих, хто їх грабував, говорить Господь Бог.
11 ପୁଣି, ଆମ୍ଭେ ସେହି ଦିନ ଗୋଗ୍‍କୁ ଇସ୍ରାଏଲ ମଧ୍ୟରେ କବର ସ୍ଥାନ ନିମନ୍ତେ, ସମୁଦ୍ରର ପୂର୍ବଦିଗସ୍ଥ ପଥିକମାନଙ୍କ ଉପତ୍ୟକା ଦେବା; ତାହା ପଥିକମାନଙ୍କର ଗମନ ରୋଧ କରିବ ଓ ସେତୁ ସ୍ଥାନରେ ଲୋକମାନେ ଗୋଗ୍‍କୁ ଓ ତାହାର ସମସ୍ତ ଲୋକସମୂହକୁ କବର ଦେବେ; ଆଉ, ସେହି ସ୍ଥାନକୁ ସେମାନେ ହାମୋନ-ଗୋଗ୍‍ର ଉପତ୍ୟକା ବୋଲି ନାମ ଦେବେ।
І станеться того дня, дам Я там Ґоґові місце гро́бу в Ізраїлі, Долину Перехо́жих, на схід від моря, і що замикає дорогу перехо́жим. І похова́ють там Ґоґа й усе його многолю́дство, та й назвуть: Долина Многолюдства Ґоґа.
12 ପୁଣି, ଦେଶକୁ ଶୁଚି କରିବା ନିମନ୍ତେ ସେମାନଙ୍କୁ କବର ଦେବା ପାଇଁ ଇସ୍ରାଏଲ ବଂଶକୁ ସାତ ମାସ ଲାଗିବ।
І буде ховати їх Ізраїлів дім, щоб очи́стити землю, сім місяців.
13 ହଁ, ଦେଶର ସମସ୍ତ ଲୋକ ସେମାନଙ୍କୁ କବର ଦେବେ; ପୁଣି, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଗୌରବାନ୍ୱିତ ହେବା ଦିନ ସେମାନଙ୍କ ପକ୍ଷରେ ତାହା ଯଶ ସ୍ୱରୂପ ହେବ।
І буде ховати ввесь наро́д кра́ю, і він стане для них за пам'ятку, того дня, коли Я просла́влю Себе, говорить Господь Бог.
14 ପୁଣି, ସେମାନେ ନିତ୍ୟ କାର୍ଯ୍ୟରେ ନିଯୁକ୍ତ ଲୋକମାନଙ୍କୁ ପୃଥକ କରିବେ, ସେହି ଲୋକମାନେ ଦେଶ ଶୁଚି କରିବା ପାଇଁ, ପଥିକମାନଙ୍କ ମଧ୍ୟରୁ ଭୂମିରେ ଅବଶିଷ୍ଟ ଥିବା ଲୋକମାନଙ୍କୁ କବର ଦେବା ନିମନ୍ତେ ଦେଶ ମଧ୍ୟଦେଇ ଗମନ କରିବେ; ସାତ ମାସ ଶେଷ ହେଲା ଉତ୍ତାରେ ସେମାନେ ଅନୁସନ୍ଧାନ କରିବେ।
І відділять людей, які без пере́рви ходи́тимуть по кра́ю й ховатимуть з перехожими позосталих ще на пове́рхні землі, щоб її очи́стити. По семи місяцях вони ще будуть вишу́кувати.
15 ପୁଣି, ସେହି ଗମନକାରୀମାନେ ଦେଶ ମଧ୍ୟଦେଇ ଗମନ କରିବେ ଓ କେହି ମନୁଷ୍ୟର ଅସ୍ଥି ଦେଖିଲେ ସେ ତାହା ନିକଟରେ ଗୋଟିଏ ଚିହ୍ନ ରଖିବ, ତହୁଁ କବର ଦେବା ଲୋକମାନେ ହାମୋନ-ଗୋଗ୍‍ ଉପତ୍ୟକାରେ ତାହାର କବର ଦେବେ।
І пере́йдуть ті обхідники́ по кра́ю, і коли хто побачить лю́дську кістку, то поставить при ній знака, аж поки не поховають її похоро́нники в Долині Многолю́дства Ґоґа.
16 ଆହୁରି, ଏକ ନଗରର ନାମ ‘ହାମୋନା’ (ଲୋକସମୂହ) ହେବ। ଏହିରୂପେ ସେମାନେ ଦେଶ ଶୁଚି କରିବେ।
А ім'я́ міста — Гамона. І очистять землю.
17 ପୁଣି, ହେ ମନୁଷ୍ୟ-ସନ୍ତାନ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ସବୁ ପ୍ରକାର ପକ୍ଷୀଗଣକୁ ଓ ପ୍ରତ୍ୟେକ ବନ୍ୟ ପଶୁକୁ କୁହ, ତୁମ୍ଭେମାନେ ଏକତ୍ର ହୋଇ ଆସ; ତୁମ୍ଭେମାନେ ମାଂସ ଖାଇବା ନିମନ୍ତେ ଓ ରକ୍ତ ପିଇବା ନିମନ୍ତେ ଆମ୍ଭ ଯଜ୍ଞର ଚାରିଆଡ଼େ ଏକତ୍ର ହୁଅ, ଆମ୍ଭେ ଇସ୍ରାଏଲର ପର୍ବତଗଣ ଉପରେ ତୁମ୍ଭମାନଙ୍କ ନିମନ୍ତେ ଯଜ୍ଞ, ଏକ ମହାଯଜ୍ଞ କରୁଅଛୁ।
А ти, сину лю́дський, так говорить Господь Бог: Скажи пта́хові, усякому крилатому, та всій польові́й звірині́: Згромадьтеся й прийдіть, зберіться навколо над жертвою, що Я принесу́ для вас, велика жертва на Ізраїлевих гора́х, і ви будете їсти м'ясо, і будете пити кров.
18 ତୁମ୍ଭେମାନେ ବୀରମାନଙ୍କର ମାଂସ ଖାଇବ ଓ ଭୂପତିମାନଙ୍କର ରକ୍ତ ପିଇବ, ସେମାନେ ସମସ୍ତେ ବାଶନ ଦେଶୀୟ ହୃଷ୍ଟପୁଷ୍ଟ ମେଷ, ମେଷବତ୍ସ, ଛାଗ ଓ ବୃଷ ସ୍ୱରୂପ ଅଟନ୍ତି।
Ви будете їсти тіло ли́царів, а кров князі́в землі будете пити, — барани́, і ві́вці, і козли́, бики́, — ситі баша́нські бики́ всі вони.
19 ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ଯେଉଁ ଯଜ୍ଞ କରୁଅଛୁ, ଆମ୍ଭର ସେହି ଯଜ୍ଞରୁ ତୁମ୍ଭେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ମେଦ ଖାଇବ ଓ ମତ୍ତ ହେବା ପର୍ଯ୍ୟନ୍ତ ରକ୍ତ ପିଇବ।
І будете їсти лій аж до си́тости, і будете пити кров аж до впо́єння з Моєї жертви, яку Я приніс для вас, —
20 ଆଉ, ତୁମ୍ଭେମାନେ ଆମ୍ଭ ମେଜରେ ଅଶ୍ୱ, ରଥ, ବୀର ଓ ସବୁ ଯୋଦ୍ଧାମାନଙ୍କୁ ଖାଇ ତୃପ୍ତ ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
і наси́титеся при Моєму столі кі́ньми та верхівця́ми, ли́царями та всякими вояка́ми, говорить Господь Бог!
21 ପୁଣି, ଆମ୍ଭେ ଗୋଷ୍ଠୀଗଣଙ୍କ ମଧ୍ୟରେ ଆପଣାର ଗୌରବ ସ୍ଥାପନ କରିବା, ତହିଁରେ ଆମ୍ଭେ ଯାହା ସଫଳ କରିଅଛୁ, ଆମ୍ଭର ସେହି ଶାସନ ଓ ଆମ୍ଭେ ସେମାନଙ୍କ ଉପରେ ଆପଣାର ଯେଉଁ ହସ୍ତ ଥୋଇଅଛୁ, ତାହା ସକଳ ଗୋଷ୍ଠୀ ଦେଖିବେ।
І дам Свою славу між наро́дами, і побачать усі наро́ди Мій суд, що зроблю́ Я, та Мою руку, що на них покладу́.
22 ଏହିରୂପେ ସେହି ଦିନ ଓ ସେହି ଦିନଠାରୁ ଇସ୍ରାଏଲ ବଂଶ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ, ସେମାନଙ୍କର ପରମେଶ୍ୱର ଅଟୁ।
І пізнає Ізраїлів дім, що Я — Госпо́дь, їхній Бог, від цього дня й далі.
23 ପୁଣି, ଗୋଷ୍ଠୀଗଣ ଜାଣିବେ ଯେ, ଇସ୍ରାଏଲ ବଂଶ ନିଜ ଅଧର୍ମ ସକାଶୁ ବନ୍ଦୀ ହୋଇ ଯାଇଥିଲେ, କାରଣ ସେମାନେ ଆମ୍ଭ ବିରୁଦ୍ଧରେ ସତ୍ୟ-ଲଙ୍ଘନ ଅପରାଧ କରିବାରୁ ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇଲୁ; ତହୁଁ ଆମ୍ଭେ ସେମାନଙ୍କୁ ସେମାନଙ୍କ ବିପକ୍ଷଗଣର ହସ୍ତରେ ସମର୍ପଣ କଲୁ, ତହିଁରେ ସେମାନେ ସମସ୍ତେ ଖଡ୍ଗ ଦ୍ୱାରା ହତ ହେଲେ।
І пізнають наро́ди, що Ізраїлів дім пішов на вигна́ння за провини свої, за те, що спроневі́рилися Мені, а Я схова́в був від них лице Своє, і віддав їх у руку їхніх не́приятелів, і всі вони попа́дали від меча.
24 ସେମାନଙ୍କର ଅଶୁଚିତା, ଆଉ ସେମାନଙ୍କର ଅପରାଧ ଅନୁସାରେ ଆମ୍ଭେ ସେମାନଙ୍କ ପ୍ରତି ବ୍ୟବହାର କଲୁ ଓ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇଲୁ।
За їхньою нечи́стістю та за їхнє беззако́ння зробив Я це з ними, і сховав від них лице Своє.
25 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଏବେ ଆମ୍ଭେ ଯାକୁବର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା ଓ ସମୁଦାୟ ଇସ୍ରାଏଲ ବଂଶ ପ୍ରତି ଦୟା କରିବା; ଆଉ, ଆମ୍ଭେ ଆପଣା ପବିତ୍ର ନାମ ପକ୍ଷରେ ଉଦ୍‍ଯୋଗୀ ହେବା।
Тому́ так говорить Господь Бог: Тепер поверну́ долю Якова, і змилуюся над усім Ізраїлевим домом, і буду ревний за Своє святе Йме́ння.
26 ପୁଣି, ସେମାନେ ଯେତେବେଳେ ଆପଣାମାନଙ୍କ ଦେଶରେ ନିରାପଦରେ ବାସ କରିବେ ଓ କେହି ସେମାନଙ୍କୁ ଭୟ ନ ଦେଖାଇବ, ଯେତେବେଳେ ଆମ୍ଭେ ନାନା ଗୋଷ୍ଠୀ ମଧ୍ୟରୁ ସେମାନଙ୍କୁ ପୁନର୍ବାର ଆଣିବା ଓ ସେମାନଙ୍କ ଶତ୍ରୁଗଣର ଦେଶରୁ ସେମାନଙ୍କୁ ସଂଗ୍ରହ କରିବା, ଆଉ ଅନେକ ଗୋଷ୍ଠୀ ସାକ୍ଷାତରେ ସେମାନଙ୍କ ମଧ୍ୟରେ ପବିତ୍ରୀକୃତ ହେବା;
І відчу́ють вони свою га́ньбу та все своє спроневі́рення, яки́м спроневі́рилися Мені, коли сядуть безпечно на своїй землі, і не буде вже ніко́го, хто б їх страши́в,
27 ସେତେବେଳେ ସେମାନେ ଆପଣାମାନଙ୍କର ଅପମାନ ଓ ଆମ୍ଭ ବିରୁଦ୍ଧରେ ଯେଉଁସବୁ ସତ୍ୟ-ଲଙ୍ଘନ କଲେ, ସେହି ସକଳ ସତ୍ୟ-ଲଙ୍ଘନର ଫଳ ଭୋଗ କରିବେ।
коли поверну́ їх з наро́дів, і позбира́ю їх із країв їхніх ворогів, і покажу Свою святість у них на оча́х числе́нних наро́дів.
28 ପୁଣି, ଆମ୍ଭେ ଯେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଅଟୁ, ଆମ୍ଭେ ନାନା ଗୋଷ୍ଠୀ ମଧ୍ୟରେ ସେମାନଙ୍କୁ ନିର୍ବାସିତ କରାଇଲୁ ଓ ପୁନର୍ବାର ସେମାନଙ୍କ ନିଜ ଦେଶରେ ସେମାନଙ୍କୁ ସଂଗ୍ରହ କରିଅଛୁ, ଏହା ସେମାନେ ଜାଣିବେ; ପୁଣି, ଆମ୍ଭେ ସେମାନଙ୍କର କାହାକୁ ହିଁ ଆଉ ସେଠାରେ ଅବଶିଷ୍ଟ ରଖିବା ନାହିଁ।
І пізнають вони, що Я — Госпо́дь, Бог їхній, коли ви́жену їх у поло́н до наро́дів, а пото́му позбираю їх на їхню зе́млю, і більш не позоста́влю там ніко́го з них.
29 ଆଉ, ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଆଉ ଲୁଚାଇବା ନାହିଁ; କାରଣ ଆମ୍ଭେ ଇସ୍ରାଏଲ ବଂଶ ଉପରେ ନିଜ ଆତ୍ମା ଢାଳିଅଛୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
І не сховаю вже від них Свого лиця, бо виллю Духа Свого на Ізраїлів дім, говорить Госпо́дь Бог!“

< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 39 >