< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 37 >
1 ସଦାପ୍ରଭୁଙ୍କ ହସ୍ତ ମୋʼ ଉପରେ ଅଧିଷ୍ଠିତ ହେଲା ଓ ସେ ତାହାଙ୍କ ଆତ୍ମାରେ ମୋତେ ବାହାରକୁ ନେଇଯାଇ ଉପତ୍ୟକାର ମଧ୍ୟସ୍ଥଳୀରେ ବସାଇଲେ; ଆଉ, ତାହା ଅସ୍ଥିରେ ପରିପୂର୍ଣ୍ଣ ଥିଲା।
The hand of Yahweh, being upon me, he carried me forth in the spirit of Yahweh, and set me down in the midst of a plain, —and the same was full of bones;
2 ତହୁଁ ସେ ସେହି ଅସ୍ଥିସକଳର ନିକଟ ଦେଇ ଚାରିଆଡ଼େ ମୋତେ ଗମନ କରାଇଲେ; ଆଉ ଦେଖ, ସେହି ପ୍ରଶସ୍ତ ଉପତ୍ୟକାରେ ଅନେକ ଅସ୍ଥି ଥିଲା; ପୁଣି, ଦେଖ, ସେହି ସବୁ ଅତିଶୟ ଶୁଷ୍କ ଥିଲା।
and he caused me to pass near them. round about on every side, —and lo! they were very many on the face of the plain, and lo! they were very dry.
3 ତହିଁରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହି ସକଳ ଅସ୍ଥି କି ସଜୀବ ହୋଇପାରେ?” ଏଥିରେ ମୁଁ ଉତ୍ତର କଲି, “ହେ ପ୍ରଭୁ, ସଦାପ୍ରଭୁ, ଆପଣ ତାହା ଜାଣନ୍ତି।”
Then said he unto me, Son of man. Can these bones, live? And I said My Lord Yahweh, thou, knowest!
4 ପୁନର୍ବାର ସେ ମୋତେ କହିଲେ, “ତୁମ୍ଭେ ଏହି ସକଳ ଅସ୍ଥିର ଉଦ୍ଦେଶ୍ୟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି ସେମାନଙ୍କୁ କୁହ, ‘ହେ ଶୁଷ୍କ ଅସ୍ଥିସକଳ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।
Then said he unto me, Prophesy, over these bones, —and thou shalt say unto them, Ye bones so dry! hear ye the word of Yahweh!
5 ପ୍ରଭୁ, ସଦାପ୍ରଭୁ ଏହି ସକଳ ଅସ୍ଥିକୁ ଏହି କଥା କହନ୍ତି; ଦେଖ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ପ୍ରବେଶ କରାଇବା ଓ ତୁମ୍ଭେମାନେ ଜୀବିତ ହେବ।
Thus saith My Lord Yahweh, Unto these bones, — Lo! I am about to bring into you— spirit, and ye shall live;
6 ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ପେଶୀରଜ୍ଜୁ ଦେବା ଓ ତୁମ୍ଭମାନଙ୍କ ଉପରେ ମାଂସ ଉତ୍ପନ୍ନ କରିବା, ଆଉ ଚର୍ମରେ ତୁମ୍ଭମାନଙ୍କୁ ଆଚ୍ଛାଦନ କରିବା ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ଦେବା, ଆଉ ତୁମ୍ଭେମାନେ ଜୀବିତ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।’”
Yea I will lay upon you—sinews, And bring up over you flesh. And cover over you—skin, And put in you—spirit And ye shall live, Then shall ye know that I, am Yahweh.
7 ଏଥିରେ ମୋତେ ଯେପରି ଆଜ୍ଞା ଦିଆଯାଇଥିଲା, ତଦନୁସାରେ ମୁଁ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲି; ପୁଣି, ମୁଁ ପ୍ରଚାର କରୁ କରୁ ଏକ ଶବ୍ଦ ହେଲା ଓ ଦେଖ, ଭୂମିକମ୍ପ ହେଲା, ଆଉ ଅସ୍ଥିସକଳ ଏକତ୍ର ହୋଇ ପ୍ରତ୍ୟେକ ଅସ୍ଥି ଆପଣା ଅସ୍ଥିରେ ସଂଯୁକ୍ତ ହେଲା।
And when I prophesied as I was commanded, then was there a noise, as I prophesied and lo! a rattling, and the bones came near, each bone unto its own bone.
8 ତହିଁରେ ମୁଁ ନିରୀକ୍ଷଣ କଲି, ଆଉ ଦେଖ, ସେହି ସବୁ ଅସ୍ଥି ଉପରେ ପେଶୀରଜ୍ଜୁ ହେଲା ଓ ମାଂସ ଉତ୍ପନ୍ନ ହେଲା, ପୁଣି, ଚର୍ମ ସେହି ସବୁକୁ ଆଚ୍ଛାଦନ କଲା; ମାତ୍ର ସେହି ସବୁର ମଧ୍ୟରେ ପ୍ରାଣବାୟୁ ନ ଥିଲା।
And when I looked, then lo! upon them were sinews, and flesh had come up, and there had spread over them skin above, but spirit, was there none within them.
9 ତହିଁରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ବାୟୁ ଉଦ୍ଦେଶ୍ୟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର, ଭବିଷ୍ୟଦ୍ବାକ୍ୟ ପ୍ରଚାର କର ଓ ବାୟୁକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ହେ ପ୍ରାଣବାୟୁ, ଚତୁର୍ଦ୍ଦିଗରୁ ଆସ ଓ ଏହି ହତ ଲୋକମାନେ ଯେପରି ଜୀବିତ ହେବେ, ଏଥିପାଇଁ ସେମାନଙ୍କ ଉପରେ ବହ।”
Then said he unto me, Prophesy unto the spirit, Prophesy, Son of man. and thou shalt say unto the spirit. Thus saith My Lord Yahweh- From the four winds, come thou, O spirit, And breathe into these slain That they may live.
10 ତହୁଁ ସେ ମୋତେ ଯେପରି ଆଜ୍ଞା କଲେ, ତଦନୁସାରେ ମୁଁ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତେ, ପ୍ରାଣବାୟୁ ସେମାନଙ୍କ ମଧ୍ୟକୁ ଆସିଲା, ଆଉ ସେମାନେ ଜୀବିତ ହେଲେ ଓ ଅତିଶୟ ମହାନ ସୈନ୍ୟବାହିନୀ ହୋଇ ଆପଣା ଆପଣା ଚରଣରେ ଠିଆ ହେଲେ।
And when I prophesied as he commanded me, then came into them the spirit, and they lived and stood upon their feet, an exceeding great army.
11 ତେବେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହି ଅସ୍ଥିସକଳ ସମୁଦାୟ ଇସ୍ରାଏଲ ବଂଶ ଅଟନ୍ତି; ଦେଖ, ସେମାନେ କହନ୍ତି, ଆମ୍ଭମାନଙ୍କର ଅସ୍ଥିସବୁ ଶୁଷ୍କ ହୋଇଅଛି, ଆମ୍ଭମାନଙ୍କର ଭରସା ନଷ୍ଟ ହୋଇଅଛି; ଆମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ଉଚ୍ଛିନ୍ନ ହୋଇଅଛୁ।
Then said he unto me, Son of man. These bones, are all the house of Israel, — Lo! they are saying. Dried are our bones, and lost is our hope We are quite cut off!
12 ଏଥିପାଇଁ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ଆମ୍ଭର ଲୋକେ, ଦେଖ, ଆମ୍ଭେ ତୁମ୍ଭମାନଙ୍କର କବର ମୁକ୍ତ କରିବା ଓ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ କବରରୁ ବାହାର କରାଇବା, ଆଉ ତୁମ୍ଭମାନଙ୍କୁ ଇସ୍ରାଏଲ ଦେଶକୁ ଆଣିବା।
Therefore prophesy and thou shalt say unto them Thus saith My Lord Yahweh, Lo I myself am going to open your graves And will cause you to come up out of your graves. O my people, — And will bring you upon the soil of Israel.
13 ପୁଣି, ହେ ଆମ୍ଭର ଲୋକେ, ଆମ୍ଭେ ତୁମ୍ଭମାନଙ୍କର କବର ମୁକ୍ତ କରି ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ କବରରୁ ବାହାର କରାଇଲେ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
So shall ye know that I, am Yahweh, — When I open your graves. And cause you to come up out of your graves O my people,
14 ଆଉ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ଆପଣା ଆତ୍ମା ଦେବା, ତହିଁରେ ତୁମ୍ଭେମାନେ ଜୀବିତ ହେବ, ପୁଣି, ଆମ୍ଭେ ତୁମ୍ଭମାନଙ୍କ ନିଜ ଦେଶରେ ତୁମ୍ଭମାନଙ୍କୁ ବସାଇବା; ତହିଁରେ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ ଓ ସଫଳ କରିଅଛୁ ବୋଲି ତୁମ୍ଭେମାନେ ଜାଣିବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
And I will put my spirit within you and ye shall live, And I will settle you upon your own soil, So shall ye know that I, Yahweh have spoken and have performed. Declareth Yahweh.
15 ସଦାପ୍ରଭୁଙ୍କ ବାକ୍ୟ ପୁନର୍ବାର ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
And the word of Yahweh came unto me saying:
16 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଏକ ଯଷ୍ଟି ନେଇ ତହିଁ ଉପରେ ଏହି କଥା ଲେଖ, ‘ଯିହୁଦା ନିମନ୍ତେ ଓ ତାହାର ସଖା ଇସ୍ରାଏଲ-ସନ୍ତାନଗଣ ନିମନ୍ତେ;’ ତହିଁ ଉତ୍ତାରେ ଆଉ ଏକ ଯଷ୍ଟି ନେଇ ତହିଁ ଉପରେ ଏହି କଥା ଲେଖ, ‘ଯୋଷେଫ ନିମନ୍ତେ, ଇଫ୍ରୟିମର ଓ ତାହାର ସଖା ସମୁଦାୟ ଇସ୍ରାଏଲ ବଂଶର ଯଷ୍ଟି;’
Thou therefore Son of man Take thee one stick, and write upon it For Judah, and for the sons of Israel his companions, Then take thou another stick, and write upon it For Joseph the stick of Ephraim, and all the house of Israel his companions.
17 ଆଉ, ସେହି ଦୁଇ ଯଷ୍ଟି ଯେପରି ତୁମ୍ଭ ହସ୍ତରେ ଏକ ହେବ, ଏଥିପାଇଁ ସେହି ଦୁଇ ଯଷ୍ଟିକୁ ପରସ୍ପର ସହିତ ଯୋଡ଼।
Then bring them near—the one to the other —for thee into one stick, - And they shall become united in thy hand.
18 ପୁଣି, ତୁମ୍ଭ ଲୋକଙ୍କର ସନ୍ତାନଗଣ ଯେତେବେଳେ ତୁମ୍ଭଙ୍କୁ କହିବେ, ‘ଏଥିରେ ତୁମ୍ଭର କି ଅଭିପ୍ରାୟ, ଏହା କି ତୁମ୍ଭେ ଆମ୍ଭମାନଙ୍କୁ ଜଣାଇବ ନାହିଁ?’
And when the sons of thy people speak unto thee, saying, - Wilt thou not tell us what these things are to thee?
19 ସେତେବେଳେ ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଇଫ୍ରୟିମର ହସ୍ତରେ ଥିବା ଯୋଷେଫର ଯଷ୍ଟି, ପୁଣି, ତାହାର ସଖା ଇସ୍ରାଏଲୀୟ ଗୋଷ୍ଠୀସମୂହକୁ ଆମ୍ଭେ ନେବା; ଆଉ, ଆମ୍ଭେ ସେମାନଙ୍କୁ ତାହା ସଙ୍ଗେ, ଅର୍ଥାତ୍, ଯିହୁଦାର ଯଷ୍ଟି ସଙ୍ଗେ ଯୋଡ଼ି ସେମାନଙ୍କୁ ଏକ କରିବା, ତହିଁରେ ସେମାନେ ଆମ୍ଭ ହସ୍ତରେ ଏକ ଯଷ୍ଟି ହେବେ।
speak unto them Thus saith My Lord Yahweh, Lo! I, myself, am going to take the stick of Joseph. which is in the hand of Ephraim, and the tribes of Israel, his companions, — And I will place them upon it even upon the stick of Judah. And will make of them one stick, And they shall become one in my hand.
20 ଆଉ, ତୁମ୍ଭେ ଯେଉଁ ଦୁଇ ଯଷ୍ଟିରେ ଲେଖିବ, ତାହା ସେମାନଙ୍କ ସାକ୍ଷାତରେ ତୁମ୍ଭ ହସ୍ତରେ ରହିବ।
And the sticks whereon thou shalt write shall remain in thy hand before their eyes.
21 ପୁଣି, ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଇସ୍ରାଏଲର ସନ୍ତାନଗଣ ଯେଉଁ ଯେଉଁ ସ୍ଥାନକୁ ଯାଇଅଛନ୍ତି, ସେହି ସ୍ଥାନସ୍ଥ ଗୋଷ୍ଠୀୟମାନଙ୍କ ମଧ୍ୟରୁ ଆମ୍ଭେ ସେମାନଙ୍କୁ ଗ୍ରହଣ କରିବା ଓ ଚତୁର୍ଦ୍ଦିଗରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କର ନିଜ ଦେଶକୁ ଆଣିବା;
Therefore speak thou unto them Thus, saith My Lord Yahweh, Lo! I myself, am going to take the sons of Israel, from among the nations whither they have gone, — And I will gather them from every side, And will bring them in upon their own soil;
22 ଆଉ, ସେହି ଦେଶରେ ଇସ୍ରାଏଲର ସକଳ ପର୍ବତ ଉପରେ ଆମ୍ଭେ ଏମାନଙ୍କୁ ଏକ ଗୋଷ୍ଠୀ କରିବା ଓ ଏକ ରାଜା ଯେ ସମସ୍ତଙ୍କର ରାଜା ହେବେ, ପୁଣି, ସେମାନେ ଆଉ ଦୁଇ ଗୋଷ୍ଠୀ ନୋହିବେ, କିଅବା ଆଉ କେବେ ଦୁଇ ରାଜ୍ୟରେ ବିଭକ୍ତ ହେବେ ନାହିଁ।
And will make of them one nation in the land. among the mountains of Israel, And one king, shall they all have for king, —And they shall remain no longer two nations, Nor shall they be divided into two kingdoms any more.
23 ପୁଣି, ସେମାନେ ଆପଣାମାନଙ୍କର ପ୍ରତିମାଗଣ ଦ୍ୱାରା କିଅବା ଘୃଣାଯୋଗ୍ୟ ବସ୍ତୁ ଦ୍ୱାରା ଅଥବା ଆପଣାମାନଙ୍କର କୌଣସି ଆଜ୍ଞାଲଙ୍ଘନ ଦ୍ୱାରା ଆପଣାମାନଙ୍କୁ ଆଉ ଅଶୁଚି କରିବେ ନାହିଁ; ମାତ୍ର ସେମାନେ ଯେଉଁ ସକଳ ବାସ ସ୍ଥାନରେ ପାପ କରିଅଛନ୍ତି, ସେମାନଙ୍କର ସେହି ସକଳ ବାସସ୍ଥାନରୁ ଆମ୍ଭେ ସେମାନଙ୍କୁ ଉଦ୍ଧାର କରି ଶୁଚି କରିବା; ତହିଁରେ ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।
Neither shall they defile themselves any more With their manufactured gods or With their detestable things, or With any of their transgressions, - But I will save them out of all their dwelling- places, wherein they have sinned, And I will cleanse them And they shall become my people, And I, will become their God.
24 ପୁଣି, ଆମ୍ଭର ଦାସ ଦାଉଦ ସେମାନଙ୍କ ଉପରେ ରାଜା ହେବେ ଓ ସେହି ସମସ୍ତଙ୍କର ଏକ ପାଳକ ହେବେ; ସେମାନେ ମଧ୍ୟ ଆମ୍ଭର ଶାସନ ପଥରେ ଚାଲିବେ ଓ ଆମ୍ଭର ବିଧିସକଳ ରକ୍ଷା କରି ପାଳନ କରିବେ।
And my servant David shall be king over them, And one shepherd, shall they all have, And in my regulations, shall they walk, And my statutes, shall they observe and do them.
25 ଆଉ, ଆମ୍ଭେ ଆପଣା ଦାସ ଯାକୁବକୁ ଯେଉଁ ଦେଶ ଦେଇଅଛୁ ଓ ଯହିଁ ମଧ୍ୟରେ ତୁମ୍ଭମାନଙ୍କ ପୂର୍ବପୁରୁଷଗଣ ବାସ କଲେ, ସେହି ଦେଶରେ ସେମାନେ ବାସ କରିବେ; ପୁଣି, ସେମାନେ, ଅର୍ଥାତ୍, ସେମାନେ, ସେମାନଙ୍କର ସନ୍ତାନମାନେ ଓ ସେମାନଙ୍କ ସନ୍ତାନଗଣର ସନ୍ତାନମାନେ ସଦାକାଳ ତହିଁ ମଧ୍ୟରେ ବାସ କରିବେ; ଆଉ, ଆମ୍ଭର ଦାସ ଦାଉଦ ସଦାକାଳ ସେମାନଙ୍କର ଅଧିପତି ହେବେ।
And they shall dwell upon the land. which I gave to my servant- to Jacob, Wherein your fathers dwelt, — Yea they shall dwell thereupon. They, and their children and their children’s children Unto times age-abiding, And David my servant shall be prince unto them Unto times age-abiding.
26 ଆହୁରି, ଆମ୍ଭେ ସେମାନଙ୍କ ସହିତ ଶାନ୍ତିର ଏକ ନିୟମ ସ୍ଥିର କରିବା; ତାହା ସେମାନଙ୍କ ସହିତ ଚିରକାଳୀନ ନିୟମ ହେବ; ପୁଣି, ଆମ୍ଭେ ସେମାନଙ୍କୁ ବସାଇବା ଓ ବଢ଼ାଇବା ଓ ସେମାନଙ୍କ ମଧ୍ୟରେ ସଦାକାଳ ଆମ୍ଭେ ଆପଣା ଧର୍ମଧାମ ସ୍ଥାପନ କରିବା।
And I will solemnise to them a covenant of prosperity, A covenant age-abiding, shall it be with them, — And I will place them. And multiply them, And set my sanctuary in the midst of them. Unto times age-abiding.
27 ଆମ୍ଭର ଆବାସ ମଧ୍ୟ ସେମାନଙ୍କ ସଙ୍ଗରେ ରହିବ; ଆଉ, ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ।
And my habitation shall be over them, And I will become their God, - And they, shall become my people,
28 ପୁଣି, ଯେତେବେଳେ ଆମ୍ଭର ପବିତ୍ର ସ୍ଥାନ ସେମାନଙ୍କ ମଧ୍ୟରେ ସଦାକାଳ ରହିବ, ସେତେବେଳେ ଆମ୍ଭେ ଯେ ଇସ୍ରାଏଲର ପବିତ୍ରକାରୀ ସଦାପ୍ରଭୁ ଅଟୁ, ଏହା ଗୋଷ୍ଠୀୟମାନେ ଜାଣିବେ।”
So shall the nations know that I, Yahweh, am hallowing Israel, - When my sanctuary is in the midst of them Unto times age-abiding.