< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 35 >

1 ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
Ọ̀rọ̀ Olúwa tọ̀ mí wá:
2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସେୟୀର ପର୍ବତ ବିରୁଦ୍ଧରେ ମୁଖ ରଖ ଓ ତାହା ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି ତାହାକୁ କୁହ,
“Ọmọ ènìyàn kọjú sí òkè Seiri; sọtẹ́lẹ̀ sí i,
3 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ସେୟୀର ପର୍ବତ, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା, ଆଉ ଆମ୍ଭେ ତୁମ୍ଭକୁ ଧ୍ୱଂସ ଓ ଶୂନ୍ୟର ସ୍ଥାନ କରିବା।
kí o sì sọ wí pé, ‘Èyí ni Olúwa Olódùmarè wí: Èmí lòdì sí ọ, òkè Seiri, Èmi yóò sì na ọwọ́ mi síta ní ìlòdì sí ọ, èmi yóò sì mú kí ó di ahoro.
4 ଆମ୍ଭେ ତୁମ୍ଭର ନଗରସବୁ ଶୂନ୍ୟ କରିବା ଓ ତୁମ୍ଭେ ଧ୍ୱଂସସ୍ଥାନ ହେବ, ଆଉ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜାଣିବ।
Èmi yóò pa àwọn ìlú rẹ run, ìwọ yóò sì di ahoro. Nígbà náà ni ìwọ yóò mọ̀ pé èmi ni Olúwa.
5 ତୁମ୍ଭର ଚିରକାଳ ଶତ୍ରୁତାଭାବ ଅଛି ଓ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣର ବିପଦ ସମୟରେ, ଅର୍ଥାତ୍‍, ସେମାନଙ୍କର ଶେଷ ଅଧର୍ମର ସମୟରେ ଖଡ୍ଗର ପରାକ୍ରମରେ ସେମାନଙ୍କୁ ସମର୍ପଣ କରିଅଛ;
“‘Nítorí ìwọ dá ààbò bo ọ̀tẹ̀ àtayébáyé, tí ìwọ sì fi Israẹli lé idà lọ́wọ́, ní àsìkò ìdààmú wọn, ní àsìkò tí ìjìyà wọn dé góńgó,
6 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭକୁ ରକ୍ତପାତ ନିମନ୍ତେ ପ୍ରସ୍ତୁତ କରିବା ଓ ରକ୍ତ ତୁମ୍ଭ ପଛେ ପଛେ ଗୋଡ଼ାଇବ; ତୁମ୍ଭେ ରକ୍ତ ଘୃଣା କରି ନାହଁ, ଏଥିପାଇଁ ରକ୍ତ ତୁମ୍ଭ ପଛେ ପଛେ ଗୋଡ଼ାଇବ।
nítorí náà bi mo ti wà láààyè, ni Olúwa Olódùmarè wí, èmi yóò fi ọ kalẹ̀ fún ìtàjẹ̀ sílẹ̀, ìtàjẹ̀ sílẹ̀ yóò sì lépa rẹ. Níwọ́n ìgbà tí ìwọ kò ti kórìíra ìtàjẹ̀ sílẹ̀, ìtàjẹ̀ sílẹ̀ yóò sì lépa rẹ.
7 ଏହି ପ୍ରକାର ଆମ୍ଭେ ସେୟୀର ପର୍ବତକୁ ଶୂନ୍ୟ ଓ ଧ୍ୱଂସର ସ୍ଥାନ କରିବା ଓ ଆମ୍ଭେ ତହିଁ ମଧ୍ୟଦେଇ ଗମନକାରୀକୁ ଓ ଫେରିବା ଲୋକକୁ ଉଚ୍ଛିନ୍ନ କରିବା।
Èmi yóò mú kí òkè Seiri di ahoro; ọ̀fọ̀ gbogbo àwọn tí ó ń lọ tí ó ń bọ̀ ní èmi yóò gé kúrò lára rẹ.
8 ପୁଣି, ଆମ୍ଭେ ତାହାର ହତ ଲୋକରେ ତାହାର ପର୍ବତଗଣକୁ ପୂର୍ଣ୍ଣ କରିବା; ତୁମ୍ଭର ଉପପର୍ବତରେ ଓ ଉପତ୍ୟକାରେ ଓ ଜଳପ୍ରବାହ ସ୍ଥାନରେ ଖଡ୍ଗ ଦ୍ୱାରା ହତ ଲୋକମାନେ ପତିତ ହେବେ।
Èmi yóò fi àwọn tí a pa kún orí òkè rẹ, àwọn tí a fi idà pa yóò ṣubú ní orí òkè rẹ, àti ní àárín àwọn òkè rẹ.
9 ଆମ୍ଭେ ତୁମ୍ଭକୁ ସଦାକାଳ ଧ୍ୱଂସସ୍ଥାନ କରିବା ଓ ତୁମ୍ଭର ନଗରସକଳ ନିବାସୀହୀନ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
Èmi yóò mú kí ó di ahoro títí láé, kò ní sí olùgbé ní ìlú rẹ. Nígbà náà ni ìwọ yóò mọ̀ pé èmi ni Olúwa.
10 ସେସ୍ଥାନରେ ସଦାପ୍ରଭୁ ଥିଲେ ହେଁ ତୁମ୍ଭେ କହିଅଛ, ‘ଏହି ଦୁଇ ଗୋଷ୍ଠୀ ଓ ଏହି ଦୁଇ ଦେଶ ମୋʼ ର ହେବ’ ଓ ଆମ୍ଭେମାନେ ତାହା ଅଧିକାର କରିବା,
“‘Nítorí tí ìwọ sọ pé, “Àwọn orílẹ̀-èdè àti ilẹ̀ méjì wọ̀nyí yóò jẹ́ tiwa, àwa yóò sì gbà wọ́n ní ìní,” bí ó tilẹ̀ jẹ́ pé, Èmi Olúwa wà níbẹ̀,
11 ଏହେତୁ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଆପଣା ଘୃଣାଭାବ ସକାଶୁ ସେମାନଙ୍କ ପ୍ରତି ଯେପରି କରିଅଛ, ଆମ୍ଭେ ତୁମ୍ଭର ସେହି କ୍ରୋଧ ଓ ସେହି ଈର୍ଷାନୁସାରେ ତୁମ୍ଭ ପ୍ରତି କର୍ମ କରିବା ଓ ଆମ୍ଭେ ଯେତେବେଳେ ତୁମ୍ଭର ବିଚାର କରିବା, ସେତେବେଳେ ସେମାନଙ୍କ ମଧ୍ୟରେ ଆପଣାର ପରିଚୟ ଦେବା।
nítorí náà níwọ̀n ìgbà tí mo ti wà láààyè, ní Olúwa Olódùmarè wí, èmi yóò hùwà sí ọ ní ìbámu pẹ̀lú ìbínú àti owú tí o fihàn nínú ìkórìíra rẹ sí wọn, èmi yóò fi ara mi hàn ní àárín wọn, nígbà tí mo bá ṣe ìdájọ́ rẹ.
12 ଆଉ, ତୁମ୍ଭେ ଇସ୍ରାଏଲର ପର୍ବତଗଣ ବିରୁଦ୍ଧରେ ଯେଉଁ ସକଳ ନିନ୍ଦାର କଥା କହିଅଛ, ଅର୍ଥାତ୍‍, ‘ସେହି ସବୁ ଧ୍ୱଂସସ୍ଥାନ ଓ ସେହି ସବୁ ଗ୍ରାସାର୍ଥେ ଆମ୍ଭମାନଙ୍କୁ ଦତ୍ତ ହୋଇଅଛି ବୋଲି କହିଅଛ, ତାହା ଆମ୍ଭେ ସଦାପ୍ରଭୁ ଯେ ଶୁଣିଅଛୁ, ଏହା ତୁମ୍ଭେ ଜାଣିବ।’
Nígbà náà ni ìwọ yóò mọ̀ pé, Èmi Olúwa ti gbọ́ gbogbo ohun ẹ̀gàn tí ìwọ ti sọ lòdì sí àwọn òkè Israẹli náà. Ìwọ wí pé, “A sọ wọ́n di ahoro, a sì fi wọ́n fún wa láti run.”
13 ପୁଣି, ତୁମ୍ଭେମାନେ ଆପଣା ମୁଖରେ ଆମ୍ଭ ବିରୁଦ୍ଧରେ ଆପଣାମାନଙ୍କୁ ବଡ଼ କରିଅଛ ଓ ଆମ୍ଭ ବିରୁଦ୍ଧରେ କଥା ବଢ଼ାଇଅଛ; ଆମ୍ଭେ ତାହା ଶୁଣିଅଛୁ।
Ìwọ lérí sí mi, ó sì sọ̀rọ̀ lòdì sí mí láìsí ìdádúró, èmi sì gbọ́ ọ.
14 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ସମୁଦାୟ ପୃଥିବୀର ଆନନ୍ଦ କାଳରେ ଆମ୍ଭେ ତୁମ୍ଭକୁ ଧ୍ୱଂସ କରିବା।
Èyí ni Olúwa Olódùmarè wí: Nígbà tí gbogbo ayé bá ń yọ̀, èmi yóò mú kí ó di ahoro.
15 ଇସ୍ରାଏଲ ବଂଶର ଅଧିକାର ଧ୍ୱଂସ ହେବାରୁ ତୁମ୍ଭେ ଯେପରି ଆନନ୍ଦ କରିଥିଲ, ସେହିପରି ଆମ୍ଭେ ତୁମ୍ଭ ପ୍ରତି କରିବା; ହେ ସେୟୀର ପର୍ବତ, ହେ ସମୁଦାୟ ଇଦୋମ, ତୁମ୍ଭେ ଧ୍ୱଂସ ହେବ, ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ; ଏହା ଲୋକମାନେ ଜାଣିବେ।”
Nítorí pé ìwọ ń yọ̀ nígbà tí ìní ilé Israẹli di ahoro, bẹ́ẹ̀ gẹ́gẹ́ ni èmi yóò ṣe hùwà sí ọ. Ìwọ yóò di ahoro, ìwọ òkè Seiri, ìwọ àti gbogbo ará Edomu. Nígbà náà, wọn yóò mọ̀ pé, Èmi ni Olúwa.’”

< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 35 >