< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 35 >
1 ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
Et factus est sermo Domini ad me, dicens:
2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସେୟୀର ପର୍ବତ ବିରୁଦ୍ଧରେ ମୁଖ ରଖ ଓ ତାହା ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି ତାହାକୁ କୁହ,
Fili hominis, pone faciem tuam adversum montem Seir, et prophetabis de eo, et dices illi:
3 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ସେୟୀର ପର୍ବତ, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା, ଆଉ ଆମ୍ଭେ ତୁମ୍ଭକୁ ଧ୍ୱଂସ ଓ ଶୂନ୍ୟର ସ୍ଥାନ କରିବା।
[Hæc dicit Dominus Deus: Ecce ego ad te, mons Seir: et extendam manum meam super te, et dabo te desolatum atque desertum.
4 ଆମ୍ଭେ ତୁମ୍ଭର ନଗରସବୁ ଶୂନ୍ୟ କରିବା ଓ ତୁମ୍ଭେ ଧ୍ୱଂସସ୍ଥାନ ହେବ, ଆଉ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜାଣିବ।
Urbes tuas demoliar, et tu desertus eris: et scies quia ego Dominus.
5 ତୁମ୍ଭର ଚିରକାଳ ଶତ୍ରୁତାଭାବ ଅଛି ଓ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣର ବିପଦ ସମୟରେ, ଅର୍ଥାତ୍, ସେମାନଙ୍କର ଶେଷ ଅଧର୍ମର ସମୟରେ ଖଡ୍ଗର ପରାକ୍ରମରେ ସେମାନଙ୍କୁ ସମର୍ପଣ କରିଅଛ;
Eo quod fueris inimicus sempiternus, et concluseris filios Israël in manus gladii in tempore afflictionis eorum, in tempore iniquitatis extremæ:
6 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭକୁ ରକ୍ତପାତ ନିମନ୍ତେ ପ୍ରସ୍ତୁତ କରିବା ଓ ରକ୍ତ ତୁମ୍ଭ ପଛେ ପଛେ ଗୋଡ଼ାଇବ; ତୁମ୍ଭେ ରକ୍ତ ଘୃଣା କରି ନାହଁ, ଏଥିପାଇଁ ରକ୍ତ ତୁମ୍ଭ ପଛେ ପଛେ ଗୋଡ଼ାଇବ।
propterea vivo ego, dicit Dominus Deus, quoniam sanguini tradam te, et sanguis te persequetur: et cum sanguinem oderis, sanguis persequetur te.
7 ଏହି ପ୍ରକାର ଆମ୍ଭେ ସେୟୀର ପର୍ବତକୁ ଶୂନ୍ୟ ଓ ଧ୍ୱଂସର ସ୍ଥାନ କରିବା ଓ ଆମ୍ଭେ ତହିଁ ମଧ୍ୟଦେଇ ଗମନକାରୀକୁ ଓ ଫେରିବା ଲୋକକୁ ଉଚ୍ଛିନ୍ନ କରିବା।
Et dabo montem Seir desolatum atque desertum, et auferam de eo euntem et redeuntem.
8 ପୁଣି, ଆମ୍ଭେ ତାହାର ହତ ଲୋକରେ ତାହାର ପର୍ବତଗଣକୁ ପୂର୍ଣ୍ଣ କରିବା; ତୁମ୍ଭର ଉପପର୍ବତରେ ଓ ଉପତ୍ୟକାରେ ଓ ଜଳପ୍ରବାହ ସ୍ଥାନରେ ଖଡ୍ଗ ଦ୍ୱାରା ହତ ଲୋକମାନେ ପତିତ ହେବେ।
Et implebo montes ejus occisorum suorum: in collibus tuis, et in vallibus tuis atque in torrentibus, interfecti gladio cadent.
9 ଆମ୍ଭେ ତୁମ୍ଭକୁ ସଦାକାଳ ଧ୍ୱଂସସ୍ଥାନ କରିବା ଓ ତୁମ୍ଭର ନଗରସକଳ ନିବାସୀହୀନ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
In solitudines sempiternas tradam te, et civitates tuæ non habitabuntur: et scietis quia ego Dominus Deus.
10 ସେସ୍ଥାନରେ ସଦାପ୍ରଭୁ ଥିଲେ ହେଁ ତୁମ୍ଭେ କହିଅଛ, ‘ଏହି ଦୁଇ ଗୋଷ୍ଠୀ ଓ ଏହି ଦୁଇ ଦେଶ ମୋʼ ର ହେବ’ ଓ ଆମ୍ଭେମାନେ ତାହା ଅଧିକାର କରିବା,
Eo quod dixeris: Duæ gentes et duæ terræ meæ erunt, et hæreditate possidebo eas, cum Dominus esset ibi:
11 ଏହେତୁ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଆପଣା ଘୃଣାଭାବ ସକାଶୁ ସେମାନଙ୍କ ପ୍ରତି ଯେପରି କରିଅଛ, ଆମ୍ଭେ ତୁମ୍ଭର ସେହି କ୍ରୋଧ ଓ ସେହି ଈର୍ଷାନୁସାରେ ତୁମ୍ଭ ପ୍ରତି କର୍ମ କରିବା ଓ ଆମ୍ଭେ ଯେତେବେଳେ ତୁମ୍ଭର ବିଚାର କରିବା, ସେତେବେଳେ ସେମାନଙ୍କ ମଧ୍ୟରେ ଆପଣାର ପରିଚୟ ଦେବା।
propterea vivo ego, dicit Dominus Deus, quia faciam juxta iram tuam, et secundum zelum tuum, quem fecisti odio habens eos: et notus efficiar per eos, cum te judicavero.
12 ଆଉ, ତୁମ୍ଭେ ଇସ୍ରାଏଲର ପର୍ବତଗଣ ବିରୁଦ୍ଧରେ ଯେଉଁ ସକଳ ନିନ୍ଦାର କଥା କହିଅଛ, ଅର୍ଥାତ୍, ‘ସେହି ସବୁ ଧ୍ୱଂସସ୍ଥାନ ଓ ସେହି ସବୁ ଗ୍ରାସାର୍ଥେ ଆମ୍ଭମାନଙ୍କୁ ଦତ୍ତ ହୋଇଅଛି ବୋଲି କହିଅଛ, ତାହା ଆମ୍ଭେ ସଦାପ୍ରଭୁ ଯେ ଶୁଣିଅଛୁ, ଏହା ତୁମ୍ଭେ ଜାଣିବ।’
Et scies quia ego Dominus audivi universa opprobria tua quæ locutus es de montibus Israël, dicens: Deserti; nobis ad devorandum dati sunt.
13 ପୁଣି, ତୁମ୍ଭେମାନେ ଆପଣା ମୁଖରେ ଆମ୍ଭ ବିରୁଦ୍ଧରେ ଆପଣାମାନଙ୍କୁ ବଡ଼ କରିଅଛ ଓ ଆମ୍ଭ ବିରୁଦ୍ଧରେ କଥା ବଢ଼ାଇଅଛ; ଆମ୍ଭେ ତାହା ଶୁଣିଅଛୁ।
Et insurrexistis super me ore vestro, et derogastis adversum me verba vestra: ego audivi.
14 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ସମୁଦାୟ ପୃଥିବୀର ଆନନ୍ଦ କାଳରେ ଆମ୍ଭେ ତୁମ୍ଭକୁ ଧ୍ୱଂସ କରିବା।
Hæc dicit Dominus Deus: Lætante universa terra, in solitudinem te redigam:
15 ଇସ୍ରାଏଲ ବଂଶର ଅଧିକାର ଧ୍ୱଂସ ହେବାରୁ ତୁମ୍ଭେ ଯେପରି ଆନନ୍ଦ କରିଥିଲ, ସେହିପରି ଆମ୍ଭେ ତୁମ୍ଭ ପ୍ରତି କରିବା; ହେ ସେୟୀର ପର୍ବତ, ହେ ସମୁଦାୟ ଇଦୋମ, ତୁମ୍ଭେ ଧ୍ୱଂସ ହେବ, ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ; ଏହା ଲୋକମାନେ ଜାଣିବେ।”
sicuti gavisus es super hæreditatem domus Israël eo quod fuerit dissipata, sic faciam tibi: dissipatus eris, mons Seir, et Idumæa omnis: et scient quia ego Dominus.]