< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 34 >

1 ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
Ọ̀rọ̀ Olúwa tọ́ mi wá:
2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲର ପାଳକମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର, ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ଓ ସେହି ପାଳକମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଇସ୍ରାଏଲର ଯେଉଁ ପାଳକମାନେ ଆପଣାମାନଙ୍କୁ ପାଳନ କରୁଅଛନ୍ତି, ସେମାନେ ସନ୍ତାପର ପାତ୍ର! ମେଷଗଣକୁ ପାଳନ କରିବାର କି ପାଳକମାନଙ୍କର କର୍ତ୍ତବ୍ୟ ନୁହେଁ?
“Ọmọ ènìyàn, fi àsọtẹ́lẹ̀ tako Olùṣọ́-àgùntàn Israẹli; sọtẹ́lẹ̀ fún wọn pé: ‘Èyí yìí ni Olúwa Olódùmarè wí: Ègbé ni fún olùṣọ́-àgùntàn Israẹli tí ó ń tọ́jú ara wọn nìkan! Ṣé ó dára kí olùṣọ́-àgùntàn ṣaláì tọ́jú agbo ẹran?
3 ତୁମ୍ଭେମାନେ ମେଦ ଖାଉଅଛ ଓ ତୁମ୍ଭେମାନେ ମେଷର ଲୋମ ପରିଧାନ କରୁଅଛ, ତୁମ୍ଭେମାନେ ହୃଷ୍ଟପୁଷ୍ଟ ଜନ୍ତୁ ମାରୁଅଛ, ମାତ୍ର ତୁମ୍ଭେମାନେ ମେଷଗଣକୁ ପାଳନ କରୁ ନାହଁ।
Ìwọ jẹ wàrà. O sì wọ aṣọ olówùú sí ara rẹ, o sì ń pa ẹran tí ó wù ọ́, ṣùgbọ́n ìwọ kò tọ́jú agbo ẹran.
4 ତୁମ୍ଭେମାନେ ଅସୁସ୍ଥମାନଙ୍କୁ ସବଳ କରି ନାହଁ ଓ ପୀଡ଼ିତମାନଙ୍କର ଚିକିତ୍ସା କରି ନାହଁ ଓ ଭଗ୍ନାଙ୍ଗର କ୍ଷତ ବାନ୍ଧି ନାହଁ ଓ ଯେ ତାଡ଼ିତ ହେଲା, ତାହାକୁ ଫେରାଇ ଆଣି ନାହଁ, କିଅବା ଯେ ହଜିଗଲା, ତୁମ୍ଭେମାନେ ତାକୁ ଖୋଜି ନାହଁ; ମାତ୍ର ତୁମ୍ଭେମାନେ ବଳରେ ଓ କଠୋରତାରେ ସେମାନଙ୍କ ଉପରେ ଶାସନ କରିଅଛ।
Ìwọ kò ì tí ì mú aláìlágbára lára le tàbí wo aláìsàn sàn tàbí di ọgbẹ́ fún ẹni tí o fi ara pa. Ìwọ kò í tí ì mú aṣáko padà tàbí wá ẹni tí ó nù. Ìwọ ṣe àkóso wọn ní ọ̀nà lílé pẹ̀lú ìwà òǹrorò.
5 ପୁଣି, କେହି ପାଳକ ନ ଥିବାରୁ ସେମାନେ ଛିନ୍ନଭିନ୍ନ ହୋଇଗଲେ ଓ କ୍ଷେତ୍ରସ୍ଥ ପଶୁଗଣର ଖାଦ୍ୟ ହୋଇ ଛିନ୍ନଭିନ୍ନ ହେଲେ।
Nítorí náà wọn fọ́n káàkiri nítorí àìsí olùṣọ́-àgùntàn, nígbà tí wọ́n fọ́nká tán wọn di ìjẹ fún gbogbo ẹranko búburú.
6 ଆମ୍ଭର ମେଷଗଣ ପର୍ବତ ସକଳରେ ଓ ପ୍ରତ୍ୟେକ ଉଚ୍ଚ ଗିରିରେ ଭ୍ରମଣ କଲେ; ହଁ, ଆମ୍ଭର ମେଷମାନେ ପୃଥିବୀର ସବୁଆଡ଼େ ଛିନ୍ନଭିନ୍ନ ହୋଇଗଲେ; ପୁଣି, ସେମାନଙ୍କୁ ଖୋଜିବାକୁ ଓ ସେମାନଙ୍କର ପଛେ ପଛେ ଅନୁସନ୍ଧାନ କରିବାକୁ କେହି ନ ଥିଲା।
Àgùntàn mi n rin ìrìn àrè kiri ní gbogbo àwọn òkè gíga àti òkè kékeré. A fọ́n wọn ká gbogbo orí ilẹ̀ ẹni kankan kò sì wá wọn.
7 ଏହେତୁ ହେ ପାଳକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;
“‘Nítorí náà, ìwọ olùṣọ́-àgùntàn, gbọ́ ọ̀rọ̀ Olúwa.
8 ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ, ନିଶ୍ଚୟ କେହି ପାଳକ ନ ଥିବାରୁ ଆମ୍ଭର ମେଷମାନେ ଲୁଟିତ ହେଲେ ଓ ଆମ୍ଭର ମେଷମାନେ କ୍ଷେତ୍ରସ୍ଥ ପଶୁସକଳର ଖାଦ୍ୟ ହେଲେ, ପୁଣି, ଆମ୍ଭର ପାଳକଗଣ ଆମ୍ଭର ମେଷମାନଙ୍କୁ ଖୋଜିଲେ ନାହିଁ, ମାତ୍ର ପାଳକଗଣ ଆପଣାମାନଙ୍କୁ ପାଳନ କରି ଆମ୍ଭ ମେଷମାନଙ୍କୁ ପାଳନ କଲେ ନାହିଁ;
Níwọ́n ìgbà tí mo wà láààyè ní Olúwa Olódùmarè wí, nítorí pé agbo ẹran mi kò ní olùṣọ́-àgùntàn nítorí tí a kọ̀ wọ́n, tì wọ́n sì di ìjẹ fún ẹranko búburú gbogbo àti pé, nítorí tí àwọn olùṣọ́-àgùntàn mi kò ṣe àwárí agbo ẹran mi, ṣùgbọ́n wọn ń ṣe ìtọ́jú ara wọn dípò ìtọ́jú agbo ẹran mi,
9 ଏଥିପାଇଁ ହେ ପାଳକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;
nítorí náà, ẹ̀yin olùṣọ́-àgùntàn, gbọ́ ọ̀rọ̀ Olúwa.
10 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ପାଳକମାନଙ୍କର ପ୍ରତିକୂଳ ଅଟୁ; ଆମ୍ଭେ ସେମାନଙ୍କ ହସ୍ତରୁ ଆମ୍ଭ ମେଷଗଣକୁ ଆଦାୟ କରିବା, ଆଉ ସେମାନଙ୍କୁ ମେଷପାଳନ କର୍ମରୁ ଚ୍ୟୁତ କରିବା ଓ ସେହି ପାଳକମାନେ ଆଉ ଆପଣାମାନଙ୍କୁ ପାଳନ କରିବେ ନାହିଁ; ପୁଣି, ସେମାନଙ୍କ ମୁଖରୁ ଆମ୍ଭେ ଆମ୍ଭର ମେଷଗଣକୁ ଉଦ୍ଧାର କରିବା, ତହିଁରେ ସେମାନେ ସେମାନଙ୍କ ପାଇଁ ଭକ୍ଷ୍ୟ ହେବେ ନାହିଁ।
Èyí yìí ni Olúwa Olódùmarè wí: Èmi ṣe ìlòdì sí àwọn Olùṣọ́-àgùntàn, èmi yóò sì béèrè agbo ẹran mi lọ́wọ́ wọn. Èmi yóò sì mú wọn dẹ́kun àti máa darí agbo ẹran mi, tí àwọn olùṣọ́-àgùntàn náà kò sì ní lè bọ́ ara wọn mọ́. Èmi yóò gba agbo ẹran mi kúrò ni ẹnu wọn, kì yóò sì jẹ́ oúnjẹ fún wọn mọ́.
11 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ନିଜେ, ଆମ୍ଭେ ହିଁ ନିଜ ମେଷଗଣର ଅନ୍ୱେଷଣ କରି ସେମାନଙ୍କର ତତ୍ତ୍ୱାନୁସନ୍ଧାନ କରିବା।
“‘Nítorí èyí ni Olúwa Olódùmarè wí: Èmi fúnra mi yóò wá àgùntàn mi kiri, èmi yóò sì ṣe àwárí wọn.
12 କୌଣସି ପାଳକ ଆପଣା ଛିନ୍ନଭିନ୍ନ ମେଷଗଣର ମଧ୍ୟରେ ଥିବା ଦିନ ଯେପରି ଆପଣା ପଲର ତତ୍ତ୍ୱାନୁସନ୍ଧାନ କରେ, ସେହିପରି ଆମ୍ଭେ ଆପଣା ମେଷଗଣର ତତ୍ତ୍ୱାନୁସନ୍ଧାନ କରିବା; ଆଉ, ମେଘାଚ୍ଛନ୍ନ ଓ ଅନ୍ଧକାର ଦିନରେ ସେମାନେ ଯେଉଁ ଯେଉଁ ସ୍ଥାନରେ ଛିନ୍ନଭିନ୍ନ ହୋଇଅଛନ୍ତି, ସେହି ସକଳ ସ୍ଥାନରୁ ସେମାନଙ୍କୁ ଉଦ୍ଧାର କରିବା।
Gẹ́gẹ́ bí olùṣọ́-àgùntàn ṣe fojú tó agbo ẹran rẹ̀ tí ó fọ́nká nígbà tí ó wà pẹ̀lú wọn, bẹ́ẹ̀ ni èmi yóò ṣe fojú tó àgùntàn mi. Èmi yóò gbá wọn kúrò ni gbogbo ibi tí wọ́n fọ́nká sí ni ọjọ́ ìkùùkuu àti òkùnkùn.
13 ଆଉ, ଆମ୍ଭେ ନାନା ଗୋଷ୍ଠୀୟମାନଙ୍କ ମଧ୍ୟରୁ ସେମାନଙ୍କୁ ବାହାର କରି ଆଣିବା ଓ ନାନା ଦେଶରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କୁ ନିଜ ଦେଶକୁ ଆଣିବା, ପୁଣି ଆମ୍ଭେ ସେମାନଙ୍କୁ ଇସ୍ରାଏଲର ପର୍ବତ ସକଳରେ, ଜଳପ୍ରବାହର ନିକଟରେ ଓ ଦେଶର ସକଳ ବସତି ସ୍ଥାନରେ ଚରାଇବା।
Èmi yóò mú wọn jáde kúrò ní àwọn orílẹ̀-èdè, èmi yóò sì kó wọn jọ láti inú àwọn ìlú, èmi yóò sì mú wọn wá sí ilẹ̀ ara wọn. Èmi yóò mú wọn jẹ ni orí àwọn òkè gíga Israẹli, ni àárín àwọn òkè àti ní gbogbo ibùdó ilẹ̀ náà.
14 ଆମ୍ଭେ ଉତ୍ତମ ଚରାଣୀ ସ୍ଥାନରେ ସେମାନଙ୍କୁ ଚରାଇବା, ପୁଣି ଇସ୍ରାଏଲର ଉଚ୍ଚସ୍ଥଳୀର ପର୍ବତଗଣର ଉପରେ ସେମାନଙ୍କର ଖୁଆଡ଼ ହେବ; ସେହି ସ୍ଥାନରେ ସେମାନେ ଉତ୍ତମ ଖୁଆଡ଼ ମଧ୍ୟରେ ଶୟନ କରିବେ ଓ ଇସ୍ରାଏଲର ପର୍ବତମାନର ଉପରେ ପୁଷ୍ଟିକର ଚରାଣୀ ସ୍ଥାନରେ ସେମାନେ ଚରିବେ।
Èmi yóò ṣe ìtọ́jú wọn ní pápá oko tútù dáradára, àní orí àwọn òkè gíga ti Israẹli ni yóò jẹ́ ilẹ̀ ìjẹ koríko wọ́n. Níbẹ̀ wọn yóò dùbúlẹ̀ ní ilẹ̀ ìjẹ koríko dídára, níbẹ̀ wọn yóò jẹun ní pápá oko tútù tí ó dara ní orí òkè ti Israẹli.
15 ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ନିଜେ ଆପଣା ମେଷଗଣକୁ ଚରାଇବା ଓ ଆମ୍ଭେ ସେମାନଙ୍କୁ ଶୟନ କରାଇବା।
Èmi fúnra mi yóò darí àgùntàn mi, èmi yóò mú wọn dùbúlẹ̀, ni Olúwa Olódùmarè wí.
16 ଯେ ହଜିଥିଲା, ଆମ୍ଭେ ତାହାର ଅନ୍ଵେଷଣ କରିବା ଓ ଯେ ତାଡ଼ିତ ହୋଇଥିଲା, ତାହାକୁ ପୁନର୍ବାର ଆଣିବା, ପୁଣି, ଭଗ୍ନାଙ୍ଗର କ୍ଷତ ବାନ୍ଧିବା ଓ ପୀଡ଼ିତକୁ ସବଳ କରିବା, ଆଉ ହୃଷ୍ଟପୁଷ୍ଟ ଓ ବଳବାନକୁ ସଂହାର କରିବା; ଆମ୍ଭେ ନ୍ୟାୟମତେ ସେମାନଙ୍କୁ ପାଳନ କରିବା।
Èmi yóò ṣe àwárí àwọn tí ó nú, èmi yóò mú àwọn tí ó ń rin ìrìn àrè kiri padà. Èmi yóò di ọgbẹ́ àwọn tí ó fi ara pa, èmi yóò sì fún àwọn aláìlágbára ni okun, ṣùgbọ́n àwọn tí ó sanra tí ó sì ni agbára ní èmi yóò parun. Èmi yóò ṣe olùṣọ́ àwọn agbo ẹran náà pẹ̀lú òdodo.
17 ପୁଣି, ହେ ଆମ୍ଭର ପଲ, ତୁମ୍ଭମାନଙ୍କ ବିଷୟରେ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ପଶୁ ଓ ପଶୁର ମଧ୍ୟରେ, ମେଷ ଓ ଛାଗଗଣର ମଧ୍ୟରେ ବିଚାର କରୁ।
“‘Ní tìrẹ, agbo ẹran mi, èyí yìí ni Olúwa Olódùmarè wí: Èmi yóò ṣe ìdájọ́ láàrín àgùntàn kan àti òmíràn, àti láàrín àgbò àti ewúrẹ́.
18 ଉତ୍ତମ ଚରାଣୀ ସ୍ଥାନରେ ଚରିବାର, ମାତ୍ର ଚରାଣୀର ଅବଶିଷ୍ଟାଂଶ ପାଦ ତଳେ ଦଳିବାର ଓ ନିର୍ମଳ ଜଳ ପାନ କରିବାର, ମାତ୍ର ତହିଁର ଅବଶିଷ୍ଟାଂଶ ଆପଣା ପାଦରେ ଗୋଳିଆ କରିବାର, ଏହା କି ତୁମ୍ଭମାନଙ୍କୁ କ୍ଷୁଦ୍ର ବିଷୟ ଦିଶୁଅଛି?
Ṣé oúnjẹ jíjẹ ní pápá oko tútù dídára kò tó yín! Ṣé ó jẹ́ dandan fún ọ láti fi ẹsẹ̀ tẹ pápá oko tútù rẹ tí ó kù? Ṣé omi tí ó tòrò kò tó fún yín ní mímu? Ṣe dandan ni kí ó fi ẹrẹ̀ yí ẹsẹ̀ yín?
19 ମାତ୍ର ତୁମ୍ଭେମାନେ ଯାହା ପାଦରେ ଦଳିଅଛ, ଆମ୍ଭର ମେଷଗଣ ତାହା ଭୋଜନ କରନ୍ତି ଓ ଯାହା ତୁମ୍ଭେମାନେ ପାଦରେ ଗୋଳିଆ କରିଅଛ, ତାହା ସେମାନେ ପାନ କରନ୍ତି।
Ṣé dandan ni kí agbo ẹran mi jẹ́ koríko tí ẹ ti tẹ̀ mọ́lẹ̀, kí wọn sì mú omi tí wọ́n ti fi ẹsẹ̀ wọn sọ di ẹrẹ̀?
20 ଏହେତୁ ସେମାନଙ୍କୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ ଆମ୍ଭେ, ଆମ୍ଭେ ହିଁ ହୃଷ୍ଟପୁଷ୍ଟ ମେଣ୍ଢା ଓ କ୍ଷୀଣ ମେଣ୍ଢା ମଧ୍ୟରେ ବିଚାର କରିବା।
“‘Nítorí náà, èyí yìí ni Olúwa Olódùmarè wí fún wọn: Wò ó, èmi fúnra mi yóò ṣe ìdájọ́ láàrín àgùntàn tí ó sanra àti èyí tí ó rù.
21 ତୁମ୍ଭେମାନେ ପାର୍ଶ୍ୱରେ ଓ ସ୍କନ୍ଧରେ ପୀଡ଼ିତମାନଙ୍କୁ ଠେଲି ଦେଉଅଛ ଓ ବାହାରେ ସେମାନଙ୍କୁ ଛିନ୍ନଭିନ୍ନ ନ କରିବା ପର୍ଯ୍ୟନ୍ତ ସେସମସ୍ତଙ୍କୁ ଆପଣା ଶୃଙ୍ଗରେ ପେଲି ଦେଉଅଛ;
Nítorí ti ìwọ sún síwájú pẹ̀lú ìhà àti èjìká, tí ìwọ sì kan aláìlágbára àgùntàn pẹ̀lú ìwo rẹ títí ìwọ fi lé wọn lọ,
22 ଏଥିପାଇଁ ଆମ୍ଭେ ଆପଣା ପଲକୁ ରକ୍ଷା କରିବା, ତହିଁରେ ସେମାନେ ଆଉ ଲୁଟିତ ହେବେ ନାହିଁ; ପୁଣି, ଆମ୍ଭେ ମେଷର ଓ ମେଷର ମଧ୍ୟରେ ବିଚାର କରିବା।
Èmi yóò gba agbo ẹran mi là, a kì yóò sì kò wọ́n tì mọ́. Èmi yóò ṣe ìdájọ́ láàrín àgùntàn kan àti òmíràn.
23 ଆଉ, ଆମ୍ଭେ ସେମାନଙ୍କ ଉପରେ ଏକ ପାଳକ, ଅର୍ଥାତ୍‍, ଆମ୍ଭର ଦାସ ଦାଉଦଙ୍କୁ ନିଯୁକ୍ତ କରିବା, ତହିଁରେ ସେ ସେମାନଙ୍କୁ ଚରାଇବ ଓ ସେ ସେମାନଙ୍କର ପାଳକ ହେବ।
Èmi yóò fi Olùṣọ́-àgùntàn kan ṣe olórí wọn, ìránṣẹ́ mi Dafidi, òun yóò sì tọ́jú wọn; òun yóò bọ́ wọn yóò sì jẹ́ Olùṣọ́-àgùntàn wọn.
24 ପୁଣି, ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ହେବା ଓ ଆମ୍ଭର ଦାସ ଦାଉଦ ସେମାନଙ୍କ ମଧ୍ୟରେ ଅଧିପତି ହେବ; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।
Èmi Olúwa yóò sì jẹ́ Ọlọ́run wọn, ìránṣẹ́ mi Dafidi yóò jẹ́ ọmọ-aládé láàrín wọn. Èmi Olúwa ní o sọ̀rọ̀.
25 ଆଉ, ଆମ୍ଭେ ସେମାନଙ୍କ ପକ୍ଷରେ ଶାନ୍ତିର ନିୟମ ସ୍ଥିର କରିବା ଓ ହିଂସ୍ରକ ପଶୁଗଣକୁ ଦେଶରୁ ଶେଷ କରିବା; ତହିଁରେ ସେମାନେ ନିରାପଦରେ ପ୍ରାନ୍ତରରେ ବାସ କରିବେ ଓ ବନରେ ଶୟନ କରିବେ।
“‘Èmi yóò dá májẹ̀mú àlàáfíà pẹ̀lú wọn, èmi yóò sì gba ilẹ̀ náà kúrò lọ́wọ́ ẹranko búburú, kí wọn kí o lè gbé ní aṣálẹ̀, kí àgùntàn sì gbé ní inú igbó ní àìléwu.
26 ପୁଣି, ଆମ୍ଭେ ସେମାନଙ୍କୁ ଓ ଆମ୍ଭ ପର୍ବତର ଚତୁର୍ଦ୍ଦିଗସ୍ଥିତ ସ୍ଥାନକୁ ଆଶୀର୍ବାଦ ସ୍ୱରୂପ କରିବା; ଆଉ, ଆମ୍ଭେ ଯଥା ସମୟରେ ଜଳଧାରା ବର୍ଷାଇବା; ତାହା ଆଶୀର୍ବାଦର ଜଳଧାରା ହେବ।
Èmi yóò bùkún wọn àti ibi agbègbè ti ó yí òkè mi ká. Èmi yóò rán ọ̀wààrà òjò ni àkókò; òjò ìbùkún yóò sì wà.
27 ଆଉ, କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଫଳ ଉତ୍ପନ୍ନ କରିବେ ଓ ଭୂମି ଶସ୍ୟଗୁଡ଼ିକ ଉତ୍ପନ୍ନ କରିବ, ପୁଣି, ସେମାନେ ଆପଣାମାନଙ୍କ ଦେଶରେ ନିରାପଦରେ ରହିବେ; ଆଉ, ଆମ୍ଭେ ସେମାନଙ୍କ ଯୁଆଳିର ଖିଲ ଭାଙ୍ଗିଲେ ଓ ସେମାନଙ୍କୁ ଦାସତ୍ୱ କରାଇବା ଲୋକମାନଙ୍କ ହସ୍ତରୁ ଉଦ୍ଧାର କଲେ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
Àwọn igi igbó yóò mú èso wọn jáde, ilẹ̀ yóò sì mu irúgbìn jáde; A yóò sì dá ààbò bo àwọn ènìyàn ní ilẹ̀ náà. Wọn yóò mọ̀ pé èmi ni Olúwa, nígbà tí mo bá já àwọn ohun tí ó ṣe okùnfà àjàgà, tí mo sì gbà wọ́n kúrò lọ́wọ́ àwọn tí ó fi wọ́n ṣe ẹrú.
28 ପୁଣି, ସେମାନେ ଆଉ ଅନ୍ୟଦେଶୀୟମାନଙ୍କର ଲୁଟ ସ୍ୱରୂପ ହେବେ ନାହିଁ, କିଅବା ପୃଥିବୀସ୍ଥ ପଶୁମାନେ ସେମାନଙ୍କୁ ଗ୍ରାସ କରିବେ ନାହିଁ; ମାତ୍ର ସେମାନେ ନିରାପଦରେ ବାସ କରିବେ ଓ କେହି ସେମାନଙ୍କୁ ଭୟ ଦେଖାଇବେ ନାହିଁ।
Àwọn orílẹ̀-èdè kì yóò lè kó wọn ní ẹrú mọ́, àwọn ẹranko búburú kì yóò lè pa wọn mọ́. Wọn yóò gbé ni àìléwu, kò sì ṣí ẹni kankan tí yóò le dẹ́rùbà wọ́n.
29 ପୁଣି, ଆମ୍ଭେ ସେମାନଙ୍କର ସୁଖ୍ୟାତି ନିମନ୍ତେ ଏକ ଉଦ୍ୟାନ ଉତ୍ପନ୍ନ କରିବା, ତହିଁରେ ସେମାନେ ଦେଶରେ ଦୁର୍ଭିକ୍ଷ ସକାଶୁ ଆଉ କ୍ଷୟ ପାଇବେ ନାହିଁ, କିଅବା ଅନ୍ୟଦେଶୀୟମାନଙ୍କର ଅପମାନ ଆଉ ଭୋଗ କରିବେ ନାହିଁ।
Èmi yóò pèsè ilẹ̀ ti o ní oríyìn fún èso rẹ̀ fún wọn, wọn kì yóò sì jìyà nípasẹ̀ ìyàn mọ́ ni ilẹ̀ náà tàbí ru ẹ̀gàn àwọn orílẹ̀-èdè.
30 ତହିଁରେ ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଯେ ସେମାନଙ୍କର ସହବର୍ତ୍ତୀ ଅଟୁ ଓ ସେମାନେ, ଅର୍ଥାତ୍‍, ଇସ୍ରାଏଲ ବଂଶ ଯେ ଆମ୍ଭର ଲୋକ ଅଟନ୍ତି, ଏହା ସେମାନେ ଜାଣିବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Nígbà náà ni wọn yóò mọ̀ pé, èmi ni Olúwa Ọlọ́run wọn, èmi wà pẹ̀lú wọn àti pé, àwọn ilé Israẹli jẹ́ ènìyàn mi, ni Olúwa Olódùmarè wí.
31 ପୁଣି, ଆମ୍ଭର ମେଷ, ଆମ୍ଭର ଚରାଣୀ ସ୍ଥାନର ମେଷ ଯେ ତୁମ୍ଭେମାନେ, ତୁମ୍ଭେମାନେ ମନୁଷ୍ୟ ଅଟ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
Ìwọ àgùntàn mi, àgùntàn pápá mi; ni ènìyàn, èmi sì ni Ọlọ́run rẹ; ni Olúwa Olódùmarè wí.’”

< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 34 >