< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 33 >

1 ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
Ọ̀rọ̀ Olúwa tọ̀ mí wá:
2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଆପଣା ଲୋକମାନଙ୍କର ସନ୍ତାନଗଣକୁ କୁହ ଓ ସେମାନଙ୍କୁ କୁହ, ଆମ୍ଭେ କୌଣସି ଦେଶ ବିରୁଦ୍ଧରେ ଖଡ୍ଗ ଆଣିଲେ, ସେ ଦେଶର ଲୋକମାନେ ଯଦି ଆପଣାମାନଙ୍କ ମଧ୍ୟରୁ କୌଣସି ଏକ ବ୍ୟକ୍ତିକୁ ନେଇ ତାହାକୁ ଆପଣାମାନଙ୍କର ପ୍ରହରୀ କରି ନିଯୁକ୍ତ କରନ୍ତି;
“Ọmọ ènìyàn sọ̀rọ̀ sí àwọn ènìyàn ilẹ̀ rẹ kí ó sì sọ fún wọn: ‘Nígbà tí mo bá fi idà kọlu ilẹ̀ kan, tí àwọn ènìyàn ilẹ̀ náà yan ọ̀kan lára àwọn ọkùnrin wọn láti jẹ́ alóre wọn,
3 ସେହି ବ୍ୟକ୍ତି ଦେଶ ବିରୁଦ୍ଧରେ ଖଡ୍ଗ ଆସିବାର ଦେଖିଲେ, ଯଦି ତୂରୀ ବଜାଏ ଓ ଲୋକମାନଙ୍କୁ ସଚେତନ କରାଏ;
tí ó sì rí i pé idà ń bọ̀ lórí ilẹ̀ náà, tí ó sì fọn ìpè láti kìlọ̀ fún àwọn ènìyàn,
4 ତେବେ ଯେକେହି ତହିଁରେ ତୂରୀର ଶବ୍ଦ ଶୁଣି ସଚେତନ ନ ହୁଏ, ପୁଣି, ଖଡ୍ଗ ଉପସ୍ଥିତ ହୋଇ ତାହାକୁ ସଂହାର କରେ, ତେବେ ତାହାର ରକ୍ତ ତାହାର ନିଜ ମସ୍ତକରେ ବର୍ତ୍ତିବ।
nígbà náà tí ẹnikẹ́ni bá gbọ́ ìpè ṣùgbọ́n tí kò gbọ́ ìkìlọ̀, tí idà náà wá tí ó sì gba ẹ̀mí rẹ̀, ẹ̀jẹ̀ rẹ̀ yóò wà lórí ara rẹ̀.
5 ସେ ତୂରୀର ଶବ୍ଦ ଶୁଣି ସଚେତନ ହେଲା ନାହିଁ; ତାହାର ରକ୍ତ ତାହାରି ଉପରେ ବର୍ତ୍ତିବ; ଯେହେତୁ ସେ ସଚେତନ ହୋଇଥିଲେ, ଆପଣା ପ୍ରାଣ ବଞ୍ଚାଇ ଥାʼନ୍ତା।
Nítorí tí ó gbọ́ ohùn ìpè ṣùgbọ́n tí kò sì gbọ́ ìkìlọ̀, ẹ̀jẹ̀ rẹ̀ yóò wà ní orí ara rẹ̀. Tí ó bá gbọ́ ìkìlọ̀, òun ìbá ti gba ara rẹ̀ là.
6 ମାତ୍ର ସେ ପ୍ରହରୀ ଯଦି ଖଡ୍ଗ ଆସିବାର ଦେଖି ତୂରୀ ନ ବଜାଏ, ପୁଣି, ଲୋକମାନେ ସଚେତନ ନ ହୁଅନ୍ତି, ଆଉ ଖଡ୍ଗ ଆସି ସେମାନଙ୍କ ମଧ୍ୟରୁ କୌଣସି ଲୋକକୁ ସଂହାର କରେ; ତେବେ ସେ ନିଜ ଅଧର୍ମରେ ସଂହାରିତ ହେଲା, ମାତ୍ର ଆମ୍ଭେ ତାହାର ରକ୍ତର ପରିଶୋଧ ସେହି ପ୍ରହରୀର ହସ୍ତରୁ ନେବା।
Ṣùgbọ́n bí alóre bá rí idà tí o ń bọ̀, tí kò sì fọn ìpè láti ki àwọn ènìyàn nílọ̀, tí idà náà wá, tí ó sì gba ẹ̀mí ọ̀kan nínú wọn, a yóò mú ọkùnrin náà lọ nítorí ẹ̀ṣẹ̀ rẹ̀, ṣùgbọ́n èmi yóò béèrè ẹ̀jẹ̀ rẹ̀ lọ́wọ́ rẹ̀.’
7 ଏହିରୂପେ ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଇସ୍ରାଏଲ ବଂଶର ପ୍ରହରୀ କରି ନିଯୁକ୍ତ କରିଅଛୁ; ଏହେତୁ ତୁମ୍ଭେ ଆମ୍ଭ ମୁଖରୁ ବାକ୍ୟ ଶୁଣି ଆମ୍ଭ ପକ୍ଷରୁ ସେମାନଙ୍କୁ ସଚେତନ କର।
“Ọmọ ènìyàn, èmi fi ọ ṣe alóre fún ilé Israẹli; nítorí náà gbọ́ ọ̀rọ̀ tí mo sọ, kí o sì fún wọn ni ìkìlọ̀ láti ọ̀dọ̀ mi.
8 ଆମ୍ଭେ ଯେତେବେଳେ ଦୁଷ୍ଟକୁ କହୁ, ‘ହେ ଦୁଷ୍ଟ ଲୋକ, ତୁମ୍ଭେ ନିଶ୍ଚୟ ମରିବ,’ ସେତେବେଳେ ତୁମ୍ଭେ ତାହାର ପଥ ବିଷୟରେ ସେହି ଦୁଷ୍ଟ ଲୋକକୁ ସଚେତନ କରିବା ପାଇଁ ଯଦି କିଛି ନ କୁହ; ତେବେ ସେହି ଦୁଷ୍ଟ ନିଜ ଅଧର୍ମରେ ମରିବ; ମାତ୍ର ଆମ୍ଭେ ତୁମ୍ଭ ହସ୍ତରୁ ତାହାର ରକ୍ତର ପରିଶୋଧ ନେବା।
Nígbà ti mo bá sọ fún ẹni búburú pé, ‘A! Ẹni búburú, ìwọ yóò kú dandan,’ ti ìwọ kò sì sọ̀rọ̀ síta láti yí i lọ́kàn padà kúrò ni ọ̀nà rẹ̀ gbogbo, ẹni búburú náà yóò kú nínú ẹ̀ṣẹ̀ rẹ̀, èmi yóò sì béèrè ẹ̀jẹ̀ rẹ̀ lọ́wọ́ rẹ.
9 ତଥାପି ତୁମ୍ଭେ ସେହି ଦୁଷ୍ଟକୁ ତାହାର ପଥରୁ ଫେରିବା ନିମନ୍ତେ ତଦ୍‍ବିଷୟରେ ସଚେତନ କଲେ, ଯଦି ସେ ନ ଫେରେ, ତେବେ ସେ ନିଜ ଅଧର୍ମରେ ମରିବ, ମାତ୍ର ତୁମ୍ଭେ ଆପଣା ପ୍ରାଣ ବଞ୍ଚାଇବ।
Ṣùgbọ́n bí ìwọ bá kìlọ̀ fún ẹni búburú láti yí padà kúrò ni ọ̀nà rẹ̀ gbogbo, tí òun kò sì ṣe bẹ́ẹ̀, òun yóò kú nítorí ẹ̀ṣẹ̀ rẹ̀, ṣùgbọ́n ìwọ ti gba ọkàn rẹ̀ là.
10 ଆଉ, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲ ବଂଶକୁ କୁହ; ତୁମ୍ଭେମାନେ ଏପ୍ରକାର କହୁଅଛ, ‘ଆମ୍ଭମାନଙ୍କର ଆଜ୍ଞାଲଙ୍ଘନ ଓ ଆମ୍ଭମାନଙ୍କର ପାପର ଭାର ଆମ୍ଭମାନଙ୍କ ଉପରେ ଅଛି ଓ ଆମ୍ଭେମାନେ ତହିଁରେ ହିଁ କ୍ଷୟ ପାଉଅଛୁ; ତେବେ ଆମ୍ଭେମାନେ କିପରି କରି ବଞ୍ଚିବା?’
“Ọmọ ènìyàn; sọ fún ilé Israẹli, ‘Èyí yìí ní ìwọ sọ: “Àwọn ìrékọjá àti ẹ̀ṣẹ̀ wa tẹ orí wa ba, àwa sì ń ṣòfò dànù nítorí wọn. Bá wó wa ni a ṣe lè yè?”’
11 ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଦୁଷ୍ଟର ମରଣରେ ଆମ୍ଭର ସନ୍ତୋଷ ନାହିଁ, ମାତ୍ର ଦୁଷ୍ଟ ଯେପରି ଫେରି ବଞ୍ଚେ, ଏଥିରେ ହିଁ ଆମ୍ଭର ସନ୍ତୋଷ ଅଛି; ତୁମ୍ଭେମାନେ ଫେର, ଆପଣା ଆପଣା କୁପଥରୁ ଫେର; କାରଣ ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ କାହିଁକି ମରିବ?
Sọ fún wọn pé, ‘Níwọ́n ìgbà tí mo wà láààyè ni Olúwa Olódùmarè wí, èmi kò ní inú dídùn sí ikú ènìyàn búburú, ṣùgbọ́n dípò bẹ́ẹ̀, kí wọ̀nyí padà kúrò ní ọ̀nà wọn gbogbo kì wọn kì ó sì yè. Yí! Yípadà kúrò ni ọ̀nà búburú gbogbo! Kí ló dé tí ìwọ yóò kú ẹ̀yin ènìyàn Israẹli?’
12 ପୁଣି, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଆପଣା ଲୋକଙ୍କ ସନ୍ତାନଗଣକୁ କୁହ, ଧାର୍ମିକର ଧାର୍ମିକତା ତାହାର ଆଜ୍ଞାଲଙ୍ଘନ କରିବା ଦିନ ତାହାକୁ ରକ୍ଷା କରିବ ନାହିଁ ଓ ଯେଉଁ ଦିନ ଦୁଷ୍ଟ ଲୋକ ଆପଣା ଦୁଷ୍ଟତାରୁ ଫେରେ, ସେହି ଦିନ ସେ ଆପଣା ଦୁଷ୍ଟତା ଦ୍ୱାରା ପତିତ ହେବ ନାହିଁ; କିଅବା ଧାର୍ମିକ ଲୋକ ଯେଉଁ ଦିନ ପାପ କରେ, ସେହି ଦିନ ସେ ଆପଣା ଧାର୍ମିକତା ଦ୍ୱାରା ବଞ୍ଚି ପାରିବ ନାହିଁ।
“Nítorí náà, ọmọ ènìyàn, sọ fún àwọn ènìyàn ilẹ̀ rẹ, ‘Ìṣòdodo ti olódodo ènìyàn kì yóò gbà á nígbà tí òun bá ṣe àìgbọ́ràn, ìwà búburú ènìyàn búburú kì yóò mú kí o ṣubú nígbà tí ó bá yí padà kúrò nínú rẹ̀. Bí olódodo ènìyàn bá ṣẹ̀, a kò ni jẹ́ kí ó yè nítorí òdodo rẹ̀ ti tẹ́lẹ̀.’
13 ସେ ଅବଶ୍ୟ ବଞ୍ଚିବ, ଏହି କଥା ଆମ୍ଭେ ଧାର୍ମିକକୁ କହିଲେ, ସେ ଯଦି ଆପଣା ଧର୍ମରେ ନିର୍ଭର ରଖି ଅଧର୍ମ କରେ, ତେବେ ତାହାର କୌଣସି ଧର୍ମକର୍ମ ସ୍ମରଣ କରାଯିବ ନାହିଁ, ମାତ୍ର ସେ ଯେଉଁ ଅଧର୍ମ କରିଅଛି, ତହିଁରେ ହିଁ ସେ ମରିବ।
Bí mo bá sọ fún olódodo ènìyàn pé òun yóò yè, ṣùgbọ́n nígbà náà tí ó gbẹ́kẹ̀lé òdodo rẹ̀ tí ó sì ṣe búburú, a kò ní rántí nǹkan kan nínú iṣẹ́ òdodo tí o ti ṣe sẹ́yìn; òun yóò kú nítorí búburú tí ó ṣe.
14 ପୁନଶ୍ଚ ତୁମ୍ଭେ ଅବଶ୍ୟ ମରିବ, ଏହି କଥା ଆମ୍ଭେ ଦୁଷ୍ଟ ଲୋକକୁ କହିଲେ, ସେ ଯଦି ଆପଣା ପାପରୁ ଫେରି ନ୍ୟାୟ ଓ ଧର୍ମାଚରଣ କରେ;
Bí mo bá sọ fún ènìyàn búburú pé, ‘Ìwọ yóò kú dandan,’ ṣùgbọ́n tí ó bá yípadà kúrò nínú ẹ̀ṣẹ̀ rẹ̀, ti o sì ṣe èyí tí ó tọ́ àti èyí tí o yẹ.
15 ସେହି ଦୁଷ୍ଟ ଲୋକ ଯଦି ବନ୍ଧକି ଦ୍ରବ୍ୟ ଫେରାଇ ଦିଏ, ସେ ଯାହା ଅପହରଣ କରିଥିଲା, ତାହା ପରିଶୋଧ କରେ, କୌଣସି ଅଧର୍ମ ନ କରି ଜୀବନଦାୟକ ବିଧିରୂପ ପଥରେ ଚାଲେ; ତେବେ ସେ ଅବଶ୍ୟ ବଞ୍ଚିବ, ସେ ମରିବ ନାହିଁ।
Tí ó bá mu ògo padà, tí o sì da ohun tí o ti jí gbé padà, tí ó sì tẹ̀lé òfin tí ó ń fún ni ní ìyè, tí kò sì ṣe búburú, òun yóò yè dandan; òun kì yóò kú.
16 ତାହାର କୃତ କୌଣସି ପାପ ତାହା ବିରୁଦ୍ଧରେ ସ୍ମରଣ କରାଯିବ ନାହିଁ; ସେ ନ୍ୟାୟ ଓ ଧର୍ମାଚରଣ କରିଅଛି; ସେ ଅବଶ୍ୟ ବଞ୍ଚିବ।
A kò ní rántí ọ̀kan nínú ẹ̀ṣẹ̀ tí ó ti dá. Ó ti ṣe èyí tí ó tọ àti èyí tí o yẹ; òun yóò sì yè dájúdájú.
17 ତଥାପି ତୁମ୍ଭ ଲୋକଙ୍କର ସନ୍ତାନଗଣ କହୁଅଛନ୍ତି, ପ୍ରଭୁଙ୍କର ପଥ ସରଳ ନୁହେଁ; ମାତ୍ର ପ୍ରକୃତରେ ସେମାନଙ୍କର ପଥ ସରଳ ନୁହେଁ।
“Síbẹ̀ àwọn ènìyàn ilẹ̀ rẹ sọ pé, ‘Ọ̀nà Olúwa kò tọ́.’ Ṣùgbọ́n ọ̀nà tí àwọn ní ó tọ́.
18 ଧାର୍ମିକ ଲୋକ ଆପଣା ଧାର୍ମିକତାରୁ ଫେରି ଅଧର୍ମ କଲେ, ସେ ତହିଁରେ ହିଁ ମରିବ।
Bí olódodo ènìyàn ba yípadà kúrò nínú òdodo rẹ̀, tí o sì ṣe búburú, òun yóò kú nítorí rẹ̀.
19 ପୁଣି, ଦୁଷ୍ଟ ଲୋକ ଆପଣା ଦୁଷ୍ଟତାରୁ ଫେରି ନ୍ୟାୟ ଓ ଧର୍ମାଚରଣ କଲେ, ସେ ତହିଁରେ ବଞ୍ଚିବ।
Bí ènìyàn búburú bá yípadà kúrò nínú búburú rẹ̀, tí ó sì ṣe èyí tí ó tọ́ àti èyí tí ó yẹ, òun yóò yè nípa ṣíṣe bẹ́ẹ̀.
20 ତଥାପି ତୁମ୍ଭେମାନେ କହୁଅଛ, ପ୍ରଭୁଙ୍କର ପଥ ସରଳ ନୁହେଁ। ହେ ଇସ୍ରାଏଲ ବଂଶ, ଆମ୍ଭେ ତୁମ୍ଭମାନଙ୍କର ପ୍ରତ୍ୟେକ ଲୋକକୁ ତାହାର ଆଚାର ବ୍ୟବହାର ଅନୁସାରେ ବିଚାର କରିବା।”
Síbẹ̀, ilé Israẹli ìwọ wí pé, ‘Ọ̀nà Olúwa ki i ṣe òtítọ́.’ Ṣùgbọ́n èmi yóò ṣe ìdájọ́ ẹnìkọ̀ọ̀kan gẹ́gẹ́ bí ọ̀nà rẹ̀ ṣe rí.”
21 ଏଥିଉତ୍ତାରେ ଆମ୍ଭମାନଙ୍କ ନିର୍ବାସନର ଦ୍ୱାଦଶ ବର୍ଷର ଦଶମ ମାସର ପଞ୍ଚମ ଦିନରେ ଯିରୂଶାଲମରୁ ପଳାତକ ଏକ ଜଣ ମୋʼ ନିକଟକୁ ଆସି କହିଲା, “ନଗର ପରାଜିତ ହୋଇଅଛି।”
Ní ọjọ́ karùn-ún oṣù kẹwàá, ọdún kejìlá ìkólọ wa, ọkùnrin kan tí ó sá kúrò ni Jerusalẹmu wá sọ́dọ̀ mi, ó sì wí pé, “Ìlú ńlá náà ti ṣubú!”
22 ସେହି ପଳାତକ ଆସିବାର ପୂର୍ବେ ସନ୍ଧ୍ୟା ସମୟରେ ସଦାପ୍ରଭୁଙ୍କର ହସ୍ତ ମୋʼ ଉପରେ ଥିଲା; ଆଉ, ପ୍ରାତଃକାଳରେ ସେ ପଳାତକ ଆସିବା ପର୍ଯ୍ୟନ୍ତ ସେ ମୋର ମୁଖ ଫିଟାଇଥିଲେ; ତେବେଠାରୁ ମୋର ମୁଖ ଫିଟା ରହିଲା ଓ ଆଉ ମୁଁ ଘୁଙ୍ଗା ହୋଇ ରହିଲି ନାହିଁ।
Ní ìrọ̀lẹ́ ọjọ́ tí ó ku ọ̀la tí ẹni tí ó sálọ náà yóò dé, ọwọ́ Olúwa sì níbẹ̀ lára mi, o sì ya ẹnu mi ki ọkùnrin náà tó wá sọ́dọ̀ mi ní òwúrọ̀. Ẹnu mí sì ṣí, èmi kò sì yadi mọ́.
23 ଏଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
Ọ̀rọ̀ Olúwa tọ̀ mí wá:
24 “ହେ ମନୁଷ୍ୟ-ସନ୍ତାନ, ଯେଉଁମାନେ ଇସ୍ରାଏଲ ଦେଶର, ସେହି ସକଳ ଉତ୍ସନ୍ନ ସ୍ଥାନରେ ବାସ କରନ୍ତି, ସେମାନେ କହୁଅଛନ୍ତି, ଅବ୍ରହାମ ଏକମାତ୍ର ଥିଲେ, ଆଉ ସେ ଦେଶ ଅଧିକାର କଲେ; ମାତ୍ର ଆମ୍ଭେମାନେ ଅନେକ ଲୋକ; ଆମ୍ଭମାନଙ୍କୁ ଏହି ଦେଶ ଅଧିକାରାର୍ଥେ ଦତ୍ତ ହୋଇଅଛି।
“Ọmọ ènìyàn, àwọn ènìyàn tí ó ń gbé nínú ìparun ní ilẹ̀ Israẹli ń wí pé, ‘Abrahamu jẹ́ ọkùnrin kan, síbẹ̀ o gba ilẹ̀ ìní náà. Ṣùgbọ́n àwa pọ̀, lóòótọ́ a ti fi ilẹ̀ náà fún wa gẹ́gẹ́ bí ìní wa.’
25 ଏଥିପାଇଁ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ରକ୍ତ ସହିତ ମାଂସ ଖାଉଅଛ ଓ ଆପଣା ଆପଣା ପ୍ରତିମାଗଣ ପ୍ରତି ଦୃଷ୍ଟି ଟେକୁଅଛ ଓ ରକ୍ତପାତ କରୁଅଛ; ଆଉ, ତୁମ୍ଭେମାନେ କି ଦେଶ ଅଧିକାର କରିବ?
Nítorí náà, sọ fún wọn pé, ‘Èyí yìí ní Olúwa Olódùmarè wí: Níwọ́n ìgbà tí ẹ̀yin jẹ ẹran pẹ̀lú ẹ̀jẹ̀ ni inú rẹ̀, tí ẹ̀yin sì wó àwọn ère yín, tí ẹ sì ta ẹ̀jẹ̀ sílẹ̀, ẹ̀yin yóò ha gba ilẹ̀ náà?
26 ତୁମ୍ଭେମାନେ ଆପଣା ଆପଣା ଖଡ୍ଗରେ ନିର୍ଭର କରୁଅଛ ଓ ଘୃଣାଯୋଗ୍ୟ କର୍ମ କରୁଅଛ ଓ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଅଶୁଚି କରୁଅଛ, ଆଉ ତୁମ୍ଭେମାନେ କି ଦେଶ ଅଧିକାର କରିବ?
Ẹ̀yin gbẹ́kẹ̀lé idà yín, ẹ̀yin ṣe nǹkan ìríra, ẹnìkọ̀ọ̀kan nínú yín ba á obìnrin aládùúgbò rẹ̀ jẹ́. Ẹ̀yin yóò ha gba ilẹ̀ náà?’
27 ଏହି ପ୍ରକାରେ ତୁମ୍ଭେ ସେମାନଙ୍କୁ କହିବ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଜୀବିତ ଥିବା ପ୍ରମାଣେ ଉତ୍ସନ୍ନ ସ୍ଥାନ ସକଳରେ ଥିବା ଲୋକମାନେ ନିଶ୍ଚୟ ଖଡ୍ଗ ଦ୍ୱାରା ପତିତ ହେବେ ଓ ଯେଉଁ ଜନ ପଡ଼ିଆରେ ଅଛି, ଆମ୍ଭେ ତାହାକୁ ଭକ୍ଷ୍ୟ ରୂପେ ପଶୁମାନଙ୍କୁ ଦେବା, ଆଉ ଯେଉଁମାନେ ଦୃଢ଼ ଦୁର୍ଗରେ ଓ ଗୁହାରେ ଥାʼନ୍ତି, ସେମାନେ ମହାମାରୀରେ ମରିବେ।
“Sọ èyí fún wọn: ‘Èyí yìí ni Olúwa Olódùmarè wí: Bí mo ti wà láààyè, àwọn tí ó kúrò nínú ìparun yóò ti ipa idà ṣubú, àwọn tí ẹranko búburú yóò pajẹ, àwọn tí ó sì wà ní ilé ìṣọ́ àti inú ihò òkúta ni àjàkálẹ̀-ààrùn yóò pa.
28 ପୁଣି, ଆମ୍ଭେ ଦେଶକୁ ଧ୍ୱଂସିତ ଓ ବିସ୍ମୟର ସ୍ଥାନ କରିବା, ତହିଁରେ ତାହାର ପରାକ୍ରମର ଗର୍ବ ଲୁପ୍ତ ହେବ; ପୁଣି, ଇସ୍ରାଏଲର ପର୍ବତଗଣ ଧ୍ୱଂସିତ ହେବ, ତହିଁରେ କେହି ତହିଁ ମଧ୍ୟଦେଇ ଗମନ କରିବେ ନାହିଁ।
Èmi yóò mú kí ilẹ̀ náà di ahoro, ọ̀ṣọ́ ńlá agbára rẹ̀ kì yóò sí mọ́, àwọn òkè Israẹli yóò sì di ahoro, tí ẹnikẹ́ni kò ní le là á kọjá.
29 ଆମ୍ଭେ ସେମାନଙ୍କର କୃତ ସକଳ ଘୃଣାଯୋଗ୍ୟ କ୍ରିୟା ସକାଶୁ ଯେତେବେଳେ ଦେଶକୁ ଧ୍ୱଂସିତ ଓ ନିର୍ଜନ ସ୍ଥାନ କରିବା, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
Nígbà náà, wọn yóò mọ̀ pé èmi ni Olúwa, nígbà tí mo bá mú ilẹ̀ náà di ahoro nítorí gbogbo ohun ìríra tí wọ́n ti ṣe.’
30 ପୁଣି, ହେ ମନୁଷ୍ୟ-ସନ୍ତାନ, ତୁମ୍ଭ ଲୋକଙ୍କର ସନ୍ତାନମାନେ କାନ୍ଥ ନିକଟରେ ଓ ଗୃହମାନଙ୍କର ସକଳ ଦ୍ୱାରଦେଶରେ ତୁମ୍ଭ ବିଷୟରେ କଥାବାର୍ତ୍ତା କରନ୍ତି, ଆଉ ପରସ୍ପର, ପ୍ରତ୍ୟେକେ ଆପଣା ଭ୍ରାତାକୁ କହନ୍ତି, ‘ଆସ, ଆମ୍ଭେମାନେ ସଦାପ୍ରଭୁଙ୍କଠାରୁ ଆଗତ କଥା ଶୁଣୁ।’
“Ní tìrẹ, ọmọ ènìyàn, àwọn ènìyàn ìlú n sọ̀rọ̀ nípa rẹ ní ẹ̀gbẹ́ ògiri àti ní ẹnu-ọ̀nà ilé wọn, wọ́n ń sọ sí ara wọn wí pé, ‘Ẹ wá gbọ́ iṣẹ́ ti a ran láti ọ̀dọ̀ Olúwa wá.’
31 ପୁଣି, ସେମାନେ ଲୋକମାନଙ୍କ ପରି ତୁମ୍ଭ ନିକଟକୁ ଆସନ୍ତି ଓ ଆମ୍ଭ ଲୋକଙ୍କ ପରି ତୁମ୍ଭ ସମ୍ମୁଖରେ ବସନ୍ତି ଓ ତୁମ୍ଭ କଥା ଶୁଣନ୍ତି, ମାତ୍ର ତାହା ପାଳନ କରନ୍ତି ନାହିଁ; କାରଣ ସେମାନେ ମୁଖରେ ବହୁତ ପ୍ରେମ ଦେଖାନ୍ତି, ମାତ୍ର ସେମାନଙ୍କର ଅନ୍ତଃକରଣ ସେମାନଙ୍କର ଲାଭର ଅନୁଗାମୀ ହୁଏ।
Àwọn ènìyàn mi wá sọ́dọ̀ rẹ, gẹ́gẹ́ bí wọn ṣe ń ṣe, wọn sì jókòó níwájú rẹ láti fetísí ọ̀rọ̀ rẹ, ṣùgbọ́n wọn kò mú wá sí ìṣe. Ẹnu wọn ni wọ́n fi n sọ̀rọ̀ ìfọkànsìn, ṣùgbọ́n ọkàn wọn ní ìwọra èrè tí kò tọ́.
32 ଆଉ ଦେଖ, ଯାହାର ମଧୁର ସ୍ୱର ଅଛି ଓ ଯେ ଉତ୍ତମ ରୂପେ ବାଦ୍ୟଯନ୍ତ୍ର ବଜାଇ ପାରେ, ଏପରି ଲୋକର ଅତି ମନୋହର ଗୀତ ସ୍ୱରୂପ ତୁମ୍ଭେ ସେମାନଙ୍କ ନିକଟରେ ଅଟ; କାରଣ ସେମାନେ ତୁମ୍ଭର କଥା ଶୁଣନ୍ତି, ମାତ୍ର ତାହା ପାଳନ କରନ୍ତି ନାହିଁ।
Nítòótọ́ lójú wọn, ìwọ jẹ́ ẹni kan tí ó ń kọrin ìfẹ́ pẹ̀lú ohun dídára àti ohun èlò orin kíkọ, nítorí wọ́n gbọ́ ọ̀rọ̀ rẹ ṣùgbọ́n wọn kò mu wá sí ìṣe.
33 ପୁଣି, ଏହା ଯେତେବେଳେ ଘଟିବ, ଦେଖ, ଘଟିବାର ନିକଟ ହେଲାଣି, ସେତେବେଳେ ସେମାନଙ୍କ ମଧ୍ୟରେ ଯେ ଜଣେ ଭବିଷ୍ୟଦ୍‍ବକ୍ତା ଥିଲେ, ଏହା ସେମାନେ ଜାଣିବେ।”
“Nígbà tí gbogbo ìwọ̀nyí bá ṣẹ tí yóò sì ṣẹ dandan, nígbà náà wọn yóò mọ̀ pé wòlíì kan ti wa láàrín wọn rí.”

< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 33 >