< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 32 >
1 ଏଥିଉତ୍ତାରେ ଦ୍ୱାଦଶ ବର୍ଷର ଦ୍ୱାଦଶ ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
And it came to pass in the twelfth year, in the twelfth month, on the first day of the month, that the word of the Lord came unto me, saying,
2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ରାଜା ଫାରୋ ନିମନ୍ତେ ବିଳାପ କର, ଆଉ ତାହାକୁ କୁହ, ତୁମ୍ଭେ ଗୋଷ୍ଠୀୟମାନଙ୍କର ଯୁବା ସିଂହ ସଙ୍ଗେ ତୁଳନା କରାଯାଇଥିଲ, ତଥାପି ତୁମ୍ଭେ ଜଳଚର କୁମ୍ଭୀର ସଦୃଶ ଅଟ; ପୁଣି, ତୁମ୍ଭେ ଆପଣା ନଦୀସମୂହର ଜଳ ଅତିକ୍ରମ କରି ଓ ଆପଣା ପାଦରେ ଜଳ ହଲାଇ ସେମାନଙ୍କର ନଦୀସମୂହକୁ ଗୋଳିଆ କରିଅଛ।
Son of man, take up a lamentation for Pharaoh the king of Egypt, and say unto him, Thou didst deem thyself like a young lion among the nations: while thou art as a crocodile in the seas; and thou issuedst forth with thy rivers, and madest turbid the waters with thy feet, and didst stir up their rivers.
3 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଆମ୍ଭେ ଅନେକ ଗୋଷ୍ଠୀର ଏକ ସମାଜ ନେଇ ତୁମ୍ଭ ଉପରେ ଆମ୍ଭ ଜାଲ ପ୍ରସାରିବା ଓ ସେମାନେ ଆମ୍ଭ ଜାଲରେ ତୁମ୍ଭକୁ ଉପରକୁ ଆଣିବେ।
Thus hath said the Lord Eternal, I will therefore spread out my net over thee through the assemblage of many people, and they shall draw thee up in my net.
4 ପୁଣି, ଆମ୍ଭେ ତୁମ୍ଭକୁ ସ୍ଥଳରେ ଛାଡ଼ିଦେବା, ଆମ୍ଭେ ତୁମ୍ଭକୁ ପଦାରେ ପକାଇଦେବା ଓ ଆକାଶର ପକ୍ଷସକଳକୁ ତୁମ୍ଭ ଉପରେ ବସାଇବା ଓ ସମୁଦାୟ ପୃଥିବୀର ପଶୁଗଣକୁ ତୁମ୍ଭ ଦ୍ୱାରା ତୃପ୍ତ କରାଇବା।
Then will I cast thee upon the land, upon the open field will I hurl thee, and will cause all the fowls of the heaven to dwell upon thee, and I will satisfy off thee the beasts of all the earth.
5 ଆମ୍ଭେ ପର୍ବତଗଣର ଉପରେ ତୁମ୍ଭର ମାଂସ ପକାଇବା ଓ ତୁମ୍ଭର ଦୀର୍ଘ ଶବରେ ଉପତ୍ୟକାସକଳ ପୂର୍ଣ୍ଣ କରିବା।
And I will lay thy flesh upon the mountains, and fill the valleys with thy carcass.
6 ଆହୁରି, ତୁମ୍ଭେ ଯେଉଁ ଦେଶରେ ପହଁରୁଅଛ, ସେହି ଦେଶକୁ ପର୍ବତ ପର୍ଯ୍ୟନ୍ତ ହିଁ ଆମ୍ଭେ ତୁମ୍ଭ ରକ୍ତରେ ସିକ୍ତ କରିବା ଓ ଜଳପ୍ରଣାଳୀସକଳ ତୁମ୍ଭ ରକ୍ତରେ ପରିପୂର୍ଣ୍ଣ ହେବ।
I will also saturate the land wherein thou swimmest with thy blood, even to the mountains; and the ravines shall be full of thee.
7 ପୁଣି, ଆମ୍ଭେ ତୁମ୍ଭକୁ ନିର୍ବାଣ କରିବା ସମୟରେ ଆକାଶକୁ ଆଚ୍ଛନ୍ନ କରିବା ଓ ତହିଁର ନକ୍ଷତ୍ରଗଣକୁ ଅନ୍ଧକାରମୟ କରିବା; ଆମ୍ଭେ ସୂର୍ଯ୍ୟକୁ ମେଘାଚ୍ଛନ୍ନ କରିବା ଓ ଚନ୍ଦ୍ର ଆପଣାର ଜ୍ୟୋତ୍ସ୍ନା ଦେବ ନାହିଁ।
And I will cover up the heavens, when thou art quenched, and make their stars obscure: the sun will I cover up with a cloud, and the moon shall not let shine her light.
8 ଆକାଶର ସକଳ ଉଜ୍ଜ୍ୱଳ ଜ୍ୟୋତିକୁ ଆମ୍ଭେ ତୁମ୍ଭ ଉପରେ ଅନ୍ଧକାରମୟ କରିବା ଓ ତୁମ୍ଭ ଦେଶ ଉପରେ ଅନ୍ଧକାର ସ୍ଥାପନ କରିବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
All the light-dispensing lights of the heavens—these will I make obscure because of thee, and I will lay darkness upon thy land, saith the Lord Eternal.
9 ଆହୁରି ଆମ୍ଭେ ତୁମ୍ଭର ଅଜ୍ଞାତ ଦେଶସମୂହ ପର୍ଯ୍ୟନ୍ତ ନାନା ଦେଶୀୟମାନଙ୍କ ମଧ୍ୟରେ ତୁମ୍ଭର ବିନାଶ ଘଟାଇବା ବେଳେ ଅନେକ ଗୋଷ୍ଠୀର ହୃଦୟ ବ୍ୟସ୍ତ କରିବା।
And I will aggrieve the heart of many people, when I bring those who are broken off from thee among the nations, into countries which thou hast not known.
10 ହଁ, ଆମ୍ଭେ ଅନେକ ଗୋଷ୍ଠୀକୁ ତୁମ୍ଭର ବିଷୟରେ ଚମତ୍କୃତ କରାଇବା, ଆଉ ସେମାନଙ୍କ ରାଜାଗଣର ସାକ୍ଷାତରେ ଆମ୍ଭେ ଆପଣା ଖଡ୍ଗ ଚଳାଇବା ବେଳେ ସେମାନେ ଅତିଶୟ ଭୀତ ହେବେ; ଆଉ, ତୁମ୍ଭର ପତନ ଦିନ ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରାଣ ବିଷୟରେ ଭୟରେ କମ୍ପିତ ହେବେ।
Yea, I will make many people amazed at thee, and on their kings the hair shall stand on end because of thee, when I brandish my sword before their faces: and they shall tremble at every moment, every man for his own life, on the day of thy downfall.
11 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ବାବିଲ ରାଜାର ଖଡ୍ଗ ତୁମ୍ଭକୁ ଆକ୍ରମଣ କରିବ।
For thus hath said the Lord Eternal, The sword of the king of Babylon shall come over thee.
12 ଆମ୍ଭେ ତୁମ୍ଭର ଲୋକ ସମସ୍ତଙ୍କୁ ବୀରଗଣର ଖଡ୍ଗ ଦ୍ୱାରା ନିପାତ କରିବା; ସେମାନେ ସମସ୍ତେ ଗୋଷ୍ଠୀଗଣ ମଧ୍ୟରେ ଭୟଙ୍କର ଅଟନ୍ତି; ଆଉ, ସେମାନେ ମିସରର ଗର୍ବ ଚୂର୍ଣ୍ଣ କରିବେ ଓ ତହିଁର ଲୋକ ସମସ୍ତେ ବିନଷ୍ଟ ହେବେ।
By the swords of the mighty will I cause thy multitude to fall, the fiercest of nations are all of them: and they shall destroy the pride of Egypt, and all her multitude shall be annihilated.
13 ଆହୁରି, ଆମ୍ଭେ ଅପାର ଜଳ ନିକଟରୁ ତହିଁର ସମସ୍ତ ପଶୁ ବିନାଶ କରିବା; ତହିଁରେ ମନୁଷ୍ୟର ଚରଣ ତାହା ଆଉ ହଲାଇବ ନାହିଁ, ଅବା ପଶୁଗଣର ଖୁରା ତାହା ଚହଲାଇବ ନାହିଁ।
And I will cause to vanish all her beasts from beside the great waters; and the foot of man shall not make them turbid any more, nor shall the hoofs of beasts make them turbid.
14 ସେତେବେଳେ ଆମ୍ଭେ ସେମାନଙ୍କର ଜଳ ନିର୍ମଳ କରିବା ଓ ସେମାନଙ୍କର ନଦୀସମୂହକୁ ତୈଳ ପରି ବହାଇବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Then will I make clear their waters, and cause their rivers to flow like oil, saith the Lord Eternal;
15 ଯେତେବେଳେ ଆମ୍ଭେ ମିସର ଦେଶକୁ ଧ୍ୱଂସସ୍ଥାନ ଓ ଶୂନ୍ୟ କରିବା, ଯହିଁରେ ସେ ପରିପୂର୍ଣ୍ଣ ହୋଇଥିଲା, ସେହି ସବୁ ତହିଁରୁ ରହିତ କରିବା, ଯେତେବେଳେ ଆମ୍ଭେ ତନ୍ନିବାସୀ ସମସ୍ତଙ୍କୁ ଆଘାତ କରିବା, ସେତେବେଳେ ଆମ୍ଭେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
When I render the land of Egypt desolate and wasted, the country bereft of what now filleth it, when I smite all those that dwell therein: and they shall know that I am the Lord.
16 ଏହି ବିଳାପ ଗୀତ ଲୋକେ ଗାନ କରିବେ; ଗୋଷ୍ଠୀୟମାନଙ୍କର କନ୍ୟାଗଣ ବିଳାପ କରି ଏହା ଗାନ କରିବେ; ମିସରର ଉଦ୍ଦେଶ୍ୟରେ ଓ ତାହାର ସକଳ ଲୋକସମୂହର ଉଦ୍ଦେଶ୍ୟରେ ବିଳାପ କରି ଗାନ କରିବେ ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
This is the lamentation wherewith they shall lament for her; the daughters of the nations shall lament for her: for Egypt, and for all her multitude, shall they lament with it, saith the Lord Eternal.
17 ଦ୍ୱାଦଶ ମାସର ପଞ୍ଚଦଶ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
And it came to pass in the twelfth year, on the fifteenth day of the month, that the word of the Lord came unto me, saying,
18 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ଲୋକମାନଙ୍କ ବିଷୟରେ ହାହାକାର କର, ପୁଣି, ସେମାନଙ୍କୁ, ଅର୍ଥାତ୍, ତାହାକୁ ଓ ବିଖ୍ୟାତ ଗୋଷ୍ଠୀୟମାନଙ୍କର କନ୍ୟାଗଣକୁ ଗର୍ତ୍ତଗାମୀମାନଙ୍କ ସହିତ ଅଧୋଭୁବନରେ ପକାଇଦିଅ।
Son of man, moan for the multitude of Egypt, and say that it shall go down, yea, she, and the daughters of powerful nations, unto the land of the nether world, with those that go down to the pit.
19 ତୁମ୍ଭେ ସୌନ୍ଦର୍ଯ୍ୟରେ କାହା ଅପେକ୍ଷା ଅଧିକ? ତଳକୁ ଯାଅ ଓ ଅସୁନ୍ନତ ଲୋକମାନଙ୍କ ସହିତ ଶୟନ କର।
Whom dost thou surpass in loveliness? go down [then], and be thou laid with the [other] uncircumcised.
20 ସେମାନେ ଖଡ୍ଗ ଦ୍ୱାରା ହତ ଲୋକମାନଙ୍କ ମଧ୍ୟରେ ପତିତ ହେବେ; ସେ ଖଡ୍ଗରେ ସମର୍ପିତ ହୋଇଅଛି; ତାହାକୁ ଓ ତାହାର ସମସ୍ତ ଲୋକଙ୍କୁ ଟାଣି ନିଅ।
In the midst of those that are slain by the sword shall they fall: to the sword is she given up; drag her away and all her multitudes.
21 ବୀରଗଣ ମଧ୍ୟରେ ବଳବାନମାନେ ପାତାଳ ମଧ୍ୟରୁ ତାହାକୁ ଓ ତାହାର ସହାୟକାରୀମାନଙ୍କୁ କଥା କହିବେ; ସେମାନେ, ଅର୍ଥାତ୍, ଖଡ୍ଗ ଦ୍ୱାରା ହତ ଅସୁନ୍ନତ ଲୋକମାନେ ଓହ୍ଲାଇ ଯାଇଅଛନ୍ତି; ସେମାନେ ସ୍ଥିର ହୋଇ ଶୟନ କରନ୍ତି। (Sheol )
Then will speak of him the strongest among the mighty out of the midst of the nether world with those that once helped him, They are gone down, there lie the uncircumcised, —slain by the sword. (Sheol )
22 ଅଶୂର ଓ ତାହାର ସମସ୍ତ ଜନସମାଜ ସେଠାରେ ଅଛନ୍ତି; ତାହାର କବରସକଳ ତାହାର ଚତୁର୍ଦ୍ଦିଗରେ ଅଛି; ସେମାନେ ସମସ୍ତେ ହତ, ଖଡ୍ଗ ଦ୍ୱାରା ପତିତ ହୋଇଅଛନ୍ତି;
There is Asshur and all his assemblage; round about him are his graves; all of them the slain that are fallen by the sword;
23 ଗର୍ତ୍ତର ଶେଷ ସୀମାରେ ସେମାନଙ୍କୁ କବର ଦିଆଯାଇଅଛି ଓ ତାହାର ଜନସମାଜ ତାହାର କବରର ଚତୁର୍ଦ୍ଦିଗରେ ଅଛି; ଯେଉଁମାନେ ଜୀବିତମାନଙ୍କ ଦେଶରେ ଭୟ ଜନ୍ମାଇଲେ ସେମାନେ ସମସ୍ତେ ହତ, ଖଡ୍ଗ ଦ୍ୱାରା ପତିତ ହୋଇଅଛନ୍ତି।
Whose graves are placed in the lowest depth of the pit, and his assemblage is round about his grave; all of them are slain, fallen by the sword, who once spread terror in the land of the living.
24 ସେହି ସ୍ଥାନରେ ଏଲମ୍ ଓ ତାହାର କବରର ଚତୁର୍ଦ୍ଦିଗରେ ତାହାର ସମସ୍ତ ଲୋକସମୂହ ଅଛି; ଯେଉଁମାନେ ଜୀବିତମାନଙ୍କ ଦେଶରେ ଭୟ ଜନ୍ମାଇଲେ, ସେମାନେ ସମସ୍ତେ ହତ, ଖଡ୍ଗ ଦ୍ୱାରା ପତିତ ହୋଇ ଅସୁନ୍ନତ ଅବସ୍ଥାରେ ଅଧୋଭୁବନକୁ ଓହ୍ଲାଇ ଯାଇଅଛନ୍ତି ଓ ଗର୍ତ୍ତଗାମୀମାନଙ୍କ ସହିତ ଆପଣାମାନଙ୍କ ଅପମାନ ଭୋଗ କରିଅଛନ୍ତି।
There is 'Elam and all her multitude round about her grave, all of them the slain, that are fallen by the sword, who are gone down uncircumcised into the land of the nether world, who once spread their terror in the land of the living; and they have borne their confusion with those that go down to the pit.
25 ହତ ଲୋକମାନଙ୍କ ମଧ୍ୟରେ ସେମାନେ ତାହାର ଓ ତାହା ସହିତ ତାହାର ସମସ୍ତ ଜନସମାଜର ଶଯ୍ୟା ପାତିଅଛନ୍ତି, ତାହାର ଚତୁର୍ଦ୍ଦିଗରେ ତାହାର କବରସବୁ ଅଛି; ସେମାନେ ସମସ୍ତେ ଅସୁନ୍ନତ ଅବସ୍ଥାରେ ଖଡ୍ଗ ଦ୍ୱାରା ପତିତ ହୋଇଅଛନ୍ତି; କାରଣ ସେମାନେ ଜୀବିତମାନଙ୍କ ଦେଶରେ ଭୟ ଜନ୍ମାଇଥିଲେ, ଏବେ ଗର୍ତ୍ତଗାମୀମାନଙ୍କ ସହିତ ଆପଣାମାନଙ୍କର ଅପମାନ ଭୋଗ କରିଅଛନ୍ତି; ସେ ହତ ଲୋକମାନଙ୍କ ମଧ୍ୟରେ ରଖାଯାଇଅଛି।
In the midst of the slain have they set a couch for her with all her multitude; all round about are her graves; all of them are uncircumcised, slain by the sword; because their terror was once spread in the land of the living; and they have borne their confusion with those that go down to the pit: in the midst of the slain was she placed.
26 ସେହି ସ୍ଥାନରେ ମେଶକ୍, ତୁବଲ୍ ଓ ତାହାର ସମସ୍ତ ଜନସମାଜ ଅଛନ୍ତି; ତାହାର ଚତୁର୍ଦ୍ଦିଗରେ ତାହାର କବରସବୁ ଅଛି; ସେମାନେ ସମସ୍ତେ ଅସୁନ୍ନତ ଅବସ୍ଥାରେ ଖଡ୍ଗ ଦ୍ୱାରା ପତିତ ହେଲେ; କାରଣ ସେମାନେ ଜୀବିତ ଲୋକମାନଙ୍କ ଦେଶରେ ଭୟ ଜନ୍ମାଇଥିଲେ।
There is Meshech, Thubal, and all her multitude; all round about her are her graves: all of them are the uncircumcised, slain by the sword; because they once spread their terror in the land of the living.
27 ପୁଣି, ଅସୁନ୍ନତ ଲୋକମାନଙ୍କ ମଧ୍ୟରୁ ଯେଉଁ ବୀରମାନେ ପତିତ ହୋଇଅଛନ୍ତି, ଯେଉଁମାନେ ଆପଣା ଆପଣା ଯୁଦ୍ଧାସ୍ତ୍ର ସହିତ ପାତାଳକୁ ଓହ୍ଲାଇ ଯାଇଅଛନ୍ତି ଓ ଆପଣା ଆପଣା ଖଡ୍ଗ ଆପଣା ଆପଣା ମସ୍ତକର ତଳେ ରଖିଅଛନ୍ତି ଓ ସେମାନଙ୍କ ଅଧର୍ମ ସେମାନଙ୍କ ଅସ୍ଥି ଉପରେ ଅଛି, ସେମାନଙ୍କ ସହିତ ଏମାନେ ଶୟନ କରିବେ ନାହିଁ; କାରଣ ସେମାନେ ଜୀବିତମାନଙ୍କ ଦେଶରେ ବୀରଗଣର ପ୍ରତି ଭୟର ବିଷୟ ହୋଇଥିଲେ। (Sheol )
And those who are fallen of the uncircumcised shall not lie with the mighty, who are gone down to the nether world with their weapons of war, while men laid their swords under their heads, and the [instruments of] their iniquities were upon their bones; for the terror of the mighty was in the land of the living. (Sheol )
28 ମାତ୍ର ତୁମ୍ଭେ ଅସୁନ୍ନତମାନଙ୍କ ମଧ୍ୟରେ ଭଗ୍ନ ହେବ ଓ ଖଡ୍ଗ ଦ୍ୱାରା ହତ ଲୋକମାନଙ୍କ ସହିତ ଶୟନ କରିବ।
But thou shalt be broken in the midst of the uncircumcised, and shalt lie with those that are slain by the sword.
29 ସେହି ସ୍ଥାନରେ ଇଦୋମ, ତାହାର ରାଜାଗଣ ଓ ତାହାର ଅଧିପତିସକଳ ଅଛନ୍ତି, ସେମାନେ ଆପଣାମାନଙ୍କର ପରାକ୍ରମରେ ଖଡ୍ଗ ଦ୍ୱାରା ହତ ଲୋକମାନଙ୍କ ସହିତ ରଖା ଯାଇଅଛନ୍ତି; ସେମାନେ ଅସୁନ୍ନତ ଲୋକମାନଙ୍କ ଓ ଗର୍ତ୍ତଗାମୀମାନଙ୍କ ସହିତ ଶୟନ କରିବେ।
There are Edom, her kings, and all her princes, who are laid despite their prowess by those that are slain by the sword: they shall lie with the uncircumcised, and with those that go down to the pit.
30 ସେହି ସ୍ଥାନରେ ଉତ୍ତର ଦେଶୀୟ ଅଧିପତିମାନେ, ସେମାନଙ୍କର ସମସ୍ତେ ଓ ଯାବତୀୟ ସୀଦୋନୀୟ ଲୋକ ଅଛନ୍ତି, ସେମାନେ ହତ ଲୋକମାନଙ୍କ ସହିତ ଓହ୍ଲାଇ ଯାଇଅଛନ୍ତି; ସେମାନେ ଆପଣାମାନଙ୍କର ପରାକ୍ରମ ଦ୍ୱାରା ଯେଉଁ ଭୟ ଜନ୍ମାଇଲେ, ତହିଁ ବିଷୟରେ ଲଜ୍ଜିତ ହୋଇଅଛନ୍ତି; ଆଉ, ଅସୁନ୍ନତ ଅବସ୍ଥାରେ ସେମାନେ ଖଡ୍ଗ ଦ୍ୱାରା ହତ ଲୋକମାନଙ୍କ ସହିତ ଶୟନ କରନ୍ତି ଓ ଗର୍ତ୍ତଗାମୀମାନଙ୍କ ସହିତ ଆପଣାମାନଙ୍କର ଅପମାନ ଭୋଗ କରନ୍ତି।
There are the chieftains of the north, all of them, and all the Zidonians, who are gone down with the slain: despite the terror they excited through their prowess are they made ashamed; and they lie uncircumcised with those that are slain by the sword, and bear their confusion with those that go down to the pit.
31 ଫାରୋ ସେମାନଙ୍କୁ ଦେଖିବ ଓ ଆପଣାର ଲୋକସମୂହ ସମସ୍ତର ବିଷୟରେ ସାନ୍ତ୍ୱନା ପାଇବ; ହଁ, ଫାରୋ ଓ ତାହାର ସମସ୍ତ ସୈନ୍ୟ ଖଡ୍ଗ ଦ୍ୱାରା ହତ ହୋଇଅଛନ୍ତି, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
These shall Pharaoh see, and he shall be comforted over all his multitude: slain by the sword are Pharaoh and all his army, saith the Lord Eternal.
32 କାରଣ ଆମ୍ଭେ ଜୀବିତମାନଙ୍କ ଦେଶରେ ତାହା ବିଷୟରେ ଭୟ ଜନ୍ମାଇଅଛୁ; ଆଉ ସେ, ଅର୍ଥାତ୍, ଫାରୋ ଓ ତାହାର ଲୋକସମୂହ ସମସ୍ତେ ଖଡ୍ଗ ଦ୍ୱାରା ହତ ଲୋକମାନଙ୍କ ସହିତ ଅସୁନ୍ନତ ଲୋକମାନଙ୍କ ମଧ୍ୟରେ ରଖାଯିବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
For I spread my terror in the land of the living; and he shall be laid in the midst of the uncircumcised with those that are slain by the sword, —yea, Pharaoh and all his multitude, saith the Lord Eternal.