< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 31 >

1 ଏଥିଉତ୍ତାରେ ଏକାଦଶ ବର୍ଷର ତୃତୀୟ ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
A shekara ta goma sha ɗaya, a wata na uku a rana ta farko, maganar Ubangiji ta zo mini cewa,
2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ରାଜା ଫାରୋକୁ ଓ ତାହାର ଲୋକମାନଙ୍କୁ କୁହ; ତୁମ୍ଭେ ଆପଣା ମହତ୍ତ୍ୱରେ କାହାର ତୁଲ୍ୟ?
“Ɗan mutum, faɗa wa Fir’auna sarkin Masar da jama’arsa cewa, “‘Da wa za a kwatanta girmanka?
3 ଦେଖ, ଅଶୂର ଲିବାନୋନସ୍ଥ ଏରସ ବୃକ୍ଷ ସ୍ୱରୂପ ଥିଲା, ତାହାର ସୁନ୍ଦର ଘନଚ୍ଛାୟାଦାୟକ ଓ ଉଚ୍ଚାକୃତି ଶାଖାମାନ ଥିଲା ଓ ତାହାର ଶିଖର ଗହଳିଆ ଡାଳ ମଧ୍ୟରେ ଥିଲା।
Ka dubi Assuriya, ta taɓa zama kamar al’ul a Lebanon da rassa masu kyau suna inuwartar da kurmi; ya yi tsayi ainun kansa ya kai cikin gizagizai.
4 ଅପାର ଜଳ ତାହାକୁ ପୁଷ୍ଟ କଲା, ଜଳଧି ତାହାକୁ ବର୍ଦ୍ଧିତ କଲା; ତାହାର ସ୍ରୋତସମୂହ ତାହାର ରୋପଣ ସ୍ଥାନର ଚତୁର୍ଦ୍ଦିଗରେ ବହିଲା ଓ ସେ କ୍ଷେତ୍ରସ୍ଥ ବୃକ୍ଷସକଳର ନିକଟକୁ ଆପଣା ଜଳପ୍ରଣାଳୀ ପଠାଇଲା।
Ruwa ya sa ya yi girma, zurfafan maɓulɓulai sun sa ya yi tsayi; rafuffuka suna gudu kewaye da tushensa yana aika da rafuffukansa zuwa dukan itatuwan kurmi.
5 ଏସକାଶୁ କ୍ଷେତ୍ରସ୍ଥ ବୃକ୍ଷସକଳ ଅପେକ୍ଷା ସେ ଉଚ୍ଚୀକୃତ ହେଲା ଓ ତାହାର ଡାଳସବୁ ବହୁସଂଖ୍ୟକ ହେଲା; ଆଉ ସେ ଆପଣା ଶାଖା ମେଲିବା ବେଳେ ଅପାର ଜଳ ହେତୁ ସେହି ସବୁ ଦୀର୍ଘ ହେଲା।
Saboda haka ya yi tsayi fiye da sauran itatuwan kurmi; rassansa suka ƙaru suka yi tsayi, suka bazu saboda yalwar ruwaye.
6 ତାହାର ଡାଳରେ ଆକାଶର ପକ୍ଷୀସକଳ ବସା କଲେ ଓ ତାହାର ଶାଖା ତଳେ କ୍ଷେତ୍ରସ୍ଥ ପଶୁସକଳ ପ୍ରସବ କଲେ, ପୁଣି, ତାହାର ଛାୟା ତଳେ ମହାଗୋଷ୍ଠୀସବୁ ବାସ କଲେ।
Dukan tsuntsayen sararin sama suka yi sheƙa a rassansa, dukan namun jeji suka haihu a ƙarƙashin rassansa; dukan al’ummai suka zauna a inuwarsa.
7 ଏହି ପ୍ରକାରେ ସେ ଆପଣା ମହତ୍ତ୍ୱରେ, ତାହାର ଶାଖାସକଳର ଦୀର୍ଘତାରେ ମନୋହର ହେଲା; କାରଣ ପ୍ରଚୁର ଜଳ ନିକଟରେ ତାହାର ମୂଳ ଥିଲା।
Yana da girma a kyau, da dogayen rassansa da ya baza, gama saiwoyinsa sun nutse can ƙasa har cikin yalwar ruwaye.
8 ପରମେଶ୍ୱରଙ୍କ ଉଦ୍ୟାନସ୍ଥ ଏରସ ବୃକ୍ଷସବୁ ତାହାକୁ ଲୁଚାଇ ପାରିଲେ ନାହିଁ; ଦେବଦାରୁ ବୃକ୍ଷସବୁ ତାହାର ଡାଳ ପରି ଓ ଅର୍ମୋନ୍‍ ବୃକ୍ଷସବୁ ତାହାର ଶାଖା ପରି ନ ଥିଲେ, ଅଥବା ପରମେଶ୍ୱରଙ୍କ ଉଦ୍ୟାନସ୍ଥିତ କୌଣସି ବୃକ୍ଷ ସୌନ୍ଦର୍ଯ୍ୟରେ ତାହା ପରି ନ ଥିଲା।
Al’ul a cikin lambun Allah ba su kai shi ba, balle itatuwan kasharina su kai rassansa, ko itatuwan durumi su kai rassansa, ko itace a lambun Allah ya kai kyansa.
9 ଆମ୍ଭେ ବହୁସଂଖ୍ୟକ ଶାଖା ଦ୍ୱାରା ତାକୁ ମନୋହର କଲୁ; ଏଥିପାଇଁ ପରମେଶ୍ୱରଙ୍କ ଉଦ୍ୟାନସ୍ଥିତ ଏଦନର ସକଳ ବୃକ୍ଷ ତାହାକୁ ଈର୍ଷା କଲେ।
Na sa ya yi kyau da yalwar rassa, abin ƙyashi na dukan itatuwan Eden a lambun Allah.
10 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ସେ ବୃକ୍ଷ ଦୀର୍ଘତାରେ ଉଚ୍ଚୀକୃତ ହୋଇଅଛି ଓ ଗହଳିଆ ଡାଳସମୂହ ମଧ୍ୟରେ ସେ ଆପଣା ଶିଖର ରଖିଅଛି, ଆଉ ଆପଣାର ଉଚ୍ଚତାରେ ତାହାର ଅନ୍ତଃକରଣ ଗର୍ବିତ ହୋଇଅଛି,
“‘Saboda haka ga abin da Ubangiji Mai Iko Duka yana cewa domin ya yi tsayi, kansa kuma ya kai cikin gizagizai, kuma domin ya yi fariya saboda tsayinsa,
11 ଏଥିପାଇଁ ଆମ୍ଭେ ତାହାକୁ ନାନା ଗୋଷ୍ଠୀ ମଧ୍ୟରେ ବଳବାନର ହସ୍ତରେ ସମର୍ପଣ କରିବା, ସେ ନିଶ୍ଚୟ ତାହା ସହିତ ଉଚିତ ବ୍ୟବହାର କରିବ, ଆମ୍ଭେ ତାହାର ଦୁଷ୍ଟତା ସକାଶୁ ତାହାକୁ ତଡ଼ି ଦେଇଅଛୁ।
na miƙa shi ga mai mulkin al’ummai, don yă sāka masa gwargwadon muguntarsa. Na jefar da shi a gefe,
12 ପୁଣି, ଗୋଷ୍ଠୀୟମାନଙ୍କ ମଧ୍ୟରେ ଭୟଙ୍କର ବିଦେଶୀମାନେ ତାହାକୁ କାଟି ପକାଇ ଛାଡ଼ି ଯାଇଅଛନ୍ତି; ପର୍ବତମାନଙ୍କ ଉପରେ ଓ ସକଳ ଉପତ୍ୟକାରେ ତାହାର ଶାଖାସବୁ ପଡ଼ିଅଛି, ଆଉ ଦେଶର ସକଳ ଜଳପ୍ରବାହର ନିକଟରେ ତାହାର ଡାଳସବୁ ଭଙ୍ଗା ଯାଇଅଛି; ପୁଣି, ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ତାହାର ଛାୟା ତଳୁ ଯାଇଅଛନ୍ତି ଓ ତାହାକୁ ତ୍ୟାଗ କରିଅଛନ୍ତି।
kuma baƙi mafi mugunta na al’ummai suka sare shi suka bar shi. Rassansa sun fāɗi a kan duwatsun da suke cikin dukan kwaruruka; rassansa kuma sun kakkarye, sun fāɗi a cikin dukan magudanan ruwa na ƙasa. Dukan al’umman duniya suka fito daga ƙarƙashin inuwarsa suka bar shi.
13 ଜଳରାଶିର ନିକଟବର୍ତ୍ତୀ ସକଳ ବୃକ୍ଷ ମଧ୍ୟରୁ କୌଣସି ବୃକ୍ଷ ଯେପରି ଆପଣା ଦୀର୍ଘତାରେ ଦର୍ପ ନ କରେ, କିଅବା ଗହଳିଆ ଡାଳମାନଙ୍କ ମଧ୍ୟରେ ଆପଣା ଶିଖର ନ ରଖେ, ଅଥବା ଜଳପାୟୀ ବିକ୍ରମୀସକଳ ଯେପରି ଆପଣା ଆପଣା ଉଚ୍ଚତାରେ ଠିଆ ନ ହୁଅନ୍ତି;
Dukan tsuntsaye sararin sama suka zauna a itacen da ya fāɗi, dukan namun jeji kuma suna cikin rassansa.
14 ଏହି ଅଭିପ୍ରାୟରେ ତାହାର ଭଗ୍ନାବଶିଷ୍ଟାଂଶ ଉପରେ ଆକାଶର ପକ୍ଷସକଳ ବାସ କରିବେ ଓ କ୍ଷେତ୍ରସ୍ଥ ପଶୁସକଳ ତାହାର ଶାଖାମାନଙ୍କ ଉପରେ ରହିବେ; କାରଣ ମନୁଷ୍ୟ-ସନ୍ତାନଗଣ ମଧ୍ୟରେ ଗର୍ତ୍ତଗାମୀମାନଙ୍କ ସହିତ ସେମାନେ ସମସ୍ତେ ମୃତ୍ୟୁୁରେ ଅଧୋଭୁବନରେ ସମର୍ପିତ ହୋଇଅଛନ୍ତି।
Saboda haka ba wani daga cikin itatuwan da suke kusa da ruwan da zai taɓa yin fariyar tsawonsa, har kawunansu su kai cikin gizagizai. Ba wani daga cikin itatuwan da ya sha ruwa sosai da zai taɓa yi wannan tsayi; duk an bashe su ga mutuwa, zuwa can ƙasa, a cikin matattu, tare da waɗanda suka gangara zuwa rami.
15 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ସେ ପାତାଳକୁ ଓହ୍ଲାଇ ଯିବା ଦିନ ଆମ୍ଭେ ଶୋକ ନିରୂପଣ କଲୁ, ଆମ୍ଭେ ତାହା ସକାଶୁ ଜଳଧିକୁ ଆଚ୍ଛାଦିତ କଲୁ ଓ ଆମ୍ଭେ ତହିଁର ସ୍ରୋତସମୂହକୁ ନିବୃତ୍ତ କଲୁ, ତହିଁରେ ମହାଜଳରାଶି ରୁଦ୍ଧ ହେଲା; ପୁଣି, ଆମ୍ଭେ ତାହା ନିମନ୍ତେ ଲିବାନୋନକୁ ଶୋକ କରାଇଲୁ ଓ କ୍ଷେତ୍ରସ୍ଥ ବୃକ୍ଷସକଳ ତାହା ଲାଗି ମ୍ଳାନ ହେଲେ। (Sheol h7585)
“‘Ga abin da Ubangiji Mai Iko Duka yana cewa a ranar da aka yi ƙasa da shi zuwa kabari na rufe zurfafa maɓulɓulai da makoki dominsa; na janye rafuffukansa, aka kuma hana yalwan ruwansa. Saboda shi na rufe Lebanon da baƙin ciki, dukan itatuwan kurmi suka bushe. (Sheol h7585)
16 ଆମ୍ଭେ ତାହାକୁ ଗର୍ତ୍ତ ଅବରୋହଣକାରୀମାନଙ୍କ ସହିତ ପାତାଳକୁ ପକାଇଦେବା ବେଳେ, ତାହାର ପତନ ଶବ୍ଦରେ ଗୋଷ୍ଠୀୟମାନଙ୍କୁ କମ୍ପିତ କରାଇଲୁ; ପୁଣି, ଏଦନର, ଅର୍ଥାତ୍‍, ଲିବାନୋନର ମନୋନୀତ ଓ ସର୍ବୋତ୍ତମ ଜଳପାୟୀ ବୃକ୍ଷସକଳ ଅଧୋଭୁବନରେ ସାନ୍ତ୍ୱନା ପାଇଲେ। (Sheol h7585)
Na sa al’ummai suka yi rawar jiki da jin ƙarar fāɗuwarsa sa’ad da na yi ƙasa da shi zuwa kabari tare da waɗanda suka gangara rami. Sai dukan itatuwan Eden, zaɓaɓɓu da kuma mafi kyau na Lebanon, dukan itatuwan da aka yi musu banruwa, sun ta’azantu a ƙarƙashin ƙasa. (Sheol h7585)
17 ସେମାନେ ହିଁ ତାହା ସହିତ ପାତାଳକୁ, ଖଡ୍ଗରେ ହତ ଲୋକମାନଙ୍କ ନିକଟକୁ ଓହ୍ଲାଇ ଗଲେ; ହଁ, ସେମାନେ ତାହାର ବାହୁ ସ୍ୱରୂପ ହୋଇ ତାହାର ଛାୟା ତଳେ ଗୋଷ୍ଠୀୟମାନଙ୍କ ମଧ୍ୟରେ ବାସ କରିଥିଲେ। (Sheol h7585)
Waɗanda suka zauna a inuwarsa, dukan masu tarayyarsa a cikin al’ummai, su ma sun gangara zuwa kabari tare da shi, sun haɗu da waɗanda aka kashe da takobi. (Sheol h7585)
18 ଏହିରୂପେ ତୁମ୍ଭେ ଐଶ୍ୱର୍ଯ୍ୟରେ ଓ ମହତ୍ତ୍ୱରେ ଏଦନସ୍ଥ ବୃକ୍ଷସମୂହର ମଧ୍ୟରେ କାହାର ତୁଲ୍ୟ? ତଥାପି ତୁମ୍ଭେ ଏଦନସ୍ଥ ବୃକ୍ଷଗଣର ସହିତ ଅଧୋଭୁବନକୁ ଅଣାଯିବ; ତୁମ୍ଭେ ଅସୁନ୍ନତ ଲୋକମାନଙ୍କ ମଧ୍ୟରେ ଖଡ୍ଗହତ ଲୋକମାନଙ୍କ ସହିତ ଶୟନ କରିବ। ଏହି ଫାରୋ ଓ ତାହାର ସମସ୍ତ ଲୋକ ଏପରି ଅଟନ୍ତି, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
“‘Da wa cikin itatuwan Eden za a kwatanta da kai cikin girma da daraja? Duk da haka kai ma, za a yi ƙasa da kai tare da itatuwan Eden zuwa ƙarƙashin ƙasa; za ka kwanta a cikin marasa kaciya, tare da waɗanda aka kashe da takobi. “‘Fir’auna ke nan da dukan jama’arsa, in ji Ubangiji Mai Iko Duka.’”

< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 31 >