< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 31 >
1 ଏଥିଉତ୍ତାରେ ଏକାଦଶ ବର୍ଷର ତୃତୀୟ ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
Bylo pak jedenáctého léta, třetího měsíce, prvního dne téhož měsíce, že se stalo slovo Hospodinovo ke mně, řkoucí:
2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ରାଜା ଫାରୋକୁ ଓ ତାହାର ଲୋକମାନଙ୍କୁ କୁହ; ତୁମ୍ଭେ ଆପଣା ମହତ୍ତ୍ୱରେ କାହାର ତୁଲ୍ୟ?
Synu člověčí, rci Faraonovi králi Egyptskému i množství jeho: K komu jsi podoben v své velikosti?
3 ଦେଖ, ଅଶୂର ଲିବାନୋନସ୍ଥ ଏରସ ବୃକ୍ଷ ସ୍ୱରୂପ ଥିଲା, ତାହାର ସୁନ୍ଦର ଘନଚ୍ଛାୟାଦାୟକ ଓ ଉଚ୍ଚାକୃତି ଶାଖାମାନ ଥିଲା ଓ ତାହାର ଶିଖର ଗହଳିଆ ଡାଳ ମଧ୍ୟରେ ଥିଲା।
Aj, Assur byl jako cedr na Libánu, pěkných ratolestí, a větvovím zastěňující, a vysokého zrůstu, jehož vrchové byli mezi hustými větvemi.
4 ଅପାର ଜଳ ତାହାକୁ ପୁଷ୍ଟ କଲା, ଜଳଧି ତାହାକୁ ବର୍ଦ୍ଧିତ କଲା; ତାହାର ସ୍ରୋତସମୂହ ତାହାର ରୋପଣ ସ୍ଥାନର ଚତୁର୍ଦ୍ଦିଗରେ ବହିଲା ଓ ସେ କ୍ଷେତ୍ରସ୍ଥ ବୃକ୍ଷସକଳର ନିକଟକୁ ଆପଣା ଜଳପ୍ରଣାଳୀ ପଠାଇଲା।
Vody k zrůstu přivedly jej, propast jej vyvýšila, potoky jejími opuštěn byl vůkol kmen jeho, ješto jen praménky své vypouštěla na všecka dříví polní.
5 ଏସକାଶୁ କ୍ଷେତ୍ରସ୍ଥ ବୃକ୍ଷସକଳ ଅପେକ୍ଷା ସେ ଉଚ୍ଚୀକୃତ ହେଲା ଓ ତାହାର ଡାଳସବୁ ବହୁସଂଖ୍ୟକ ହେଲା; ଆଉ ସେ ଆପଣା ଶାଖା ମେଲିବା ବେଳେ ଅପାର ଜଳ ହେତୁ ସେହି ସବୁ ଦୀର୍ଘ ହେଲା।
Takž se vyvýšil zrůst jeho nade všecka dříví polní, a rozmnožili se výstřelkové jeho, a pro hojnost vod roztáhly se ratolesti jeho, kteréž vypustil.
6 ତାହାର ଡାଳରେ ଆକାଶର ପକ୍ଷୀସକଳ ବସା କଲେ ଓ ତାହାର ଶାଖା ତଳେ କ୍ଷେତ୍ରସ୍ଥ ପଶୁସକଳ ପ୍ରସବ କଲେ, ପୁଣି, ତାହାର ଛାୟା ତଳେ ମହାଗୋଷ୍ଠୀସବୁ ବାସ କଲେ।
Na ratolestech jeho hnízdilo se všelijaké ptactvo nebeské, a pod větvemi jeho rodili se všelijací živočichové polní, a v stínu jeho sedali všickni národové velicí.
7 ଏହି ପ୍ରକାରେ ସେ ଆପଣା ମହତ୍ତ୍ୱରେ, ତାହାର ଶାଖାସକଳର ଦୀର୍ଘତାରେ ମନୋହର ହେଲା; କାରଣ ପ୍ରଚୁର ଜଳ ନିକଟରେ ତାହାର ମୂଳ ଥିଲା।
I byl ušlechtilý pro svou velikost, a pro dlouhost větví svých; nebo kořen jeho byl při vodách mnohých.
8 ପରମେଶ୍ୱରଙ୍କ ଉଦ୍ୟାନସ୍ଥ ଏରସ ବୃକ୍ଷସବୁ ତାହାକୁ ଲୁଚାଇ ପାରିଲେ ନାହିଁ; ଦେବଦାରୁ ବୃକ୍ଷସବୁ ତାହାର ଡାଳ ପରି ଓ ଅର୍ମୋନ୍ ବୃକ୍ଷସବୁ ତାହାର ଶାଖା ପରି ନ ଥିଲେ, ଅଥବା ପରମେଶ୍ୱରଙ୍କ ଉଦ୍ୟାନସ୍ଥିତ କୌଣସି ବୃକ୍ଷ ସୌନ୍ଦର୍ଯ୍ୟରେ ତାହା ପରି ନ ଥିଲା।
Cedrové v zahradě Boží nepřikryli ho, jedle nevrovnaly se ratolestem jeho, a stromové kaštanoví nebyli podobni větvem jeho. Žádné dřevo v zahradě Boží nebylo rovné jemu v kráse své.
9 ଆମ୍ଭେ ବହୁସଂଖ୍ୟକ ଶାଖା ଦ୍ୱାରା ତାକୁ ମନୋହର କଲୁ; ଏଥିପାଇଁ ପରମେଶ୍ୱରଙ୍କ ଉଦ୍ୟାନସ୍ଥିତ ଏଦନର ସକଳ ବୃକ୍ଷ ତାହାକୁ ଈର୍ଷା କଲେ।
Ozdobil jsem jej množstvím větvoví jeho, tak že mu záviděla všecka dříví Eden, kteráž byla v zahradě Boží.
10 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ସେ ବୃକ୍ଷ ଦୀର୍ଘତାରେ ଉଚ୍ଚୀକୃତ ହୋଇଅଛି ଓ ଗହଳିଆ ଡାଳସମୂହ ମଧ୍ୟରେ ସେ ଆପଣା ଶିଖର ରଖିଅଛି, ଆଉ ଆପଣାର ଉଚ୍ଚତାରେ ତାହାର ଅନ୍ତଃକରଣ ଗର୍ବିତ ହୋଇଅଛି,
Protož takto praví Panovník Hospodin: Proto že vysoce vyrostl, a vypustil vrch svůj mezi husté větvoví, a pozdvihlo se srdce jeho příčinou vysokosti jeho:
11 ଏଥିପାଇଁ ଆମ୍ଭେ ତାହାକୁ ନାନା ଗୋଷ୍ଠୀ ମଧ୍ୟରେ ବଳବାନର ହସ୍ତରେ ସମର୍ପଣ କରିବା, ସେ ନିଶ୍ଚୟ ତାହା ସହିତ ଉଚିତ ବ୍ୟବହାର କରିବ, ଆମ୍ଭେ ତାହାର ଦୁଷ୍ଟତା ସକାଶୁ ତାହାକୁ ତଡ଼ି ଦେଇଅଛୁ।
Protož vydal jsem jej v ruku nejsilnějšího z národů, aby s ním přísně nakládal; pro bezbožnost jeho vyhnal jsem jej.
12 ପୁଣି, ଗୋଷ୍ଠୀୟମାନଙ୍କ ମଧ୍ୟରେ ଭୟଙ୍କର ବିଦେଶୀମାନେ ତାହାକୁ କାଟି ପକାଇ ଛାଡ଼ି ଯାଇଅଛନ୍ତି; ପର୍ବତମାନଙ୍କ ଉପରେ ଓ ସକଳ ଉପତ୍ୟକାରେ ତାହାର ଶାଖାସବୁ ପଡ଼ିଅଛି, ଆଉ ଦେଶର ସକଳ ଜଳପ୍ରବାହର ନିକଟରେ ତାହାର ଡାଳସବୁ ଭଙ୍ଗା ଯାଇଅଛି; ପୁଣି, ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ତାହାର ଛାୟା ତଳୁ ଯାଇଅଛନ୍ତି ଓ ତାହାକୁ ତ୍ୟାଗ କରିଅଛନ୍ତି।
A tak vyťali jej cizozemci, nejukrutnější národové, a nechali ho tu. Po horách i po všech údolích opadly větve jeho, a slomeny jsou ratolesti jeho na všecky prudké potoky té země. Pročež vystoupili z stínu jeho všickni národové země, a opustili jej.
13 ଜଳରାଶିର ନିକଟବର୍ତ୍ତୀ ସକଳ ବୃକ୍ଷ ମଧ୍ୟରୁ କୌଣସି ବୃକ୍ଷ ଯେପରି ଆପଣା ଦୀର୍ଘତାରେ ଦର୍ପ ନ କରେ, କିଅବା ଗହଳିଆ ଡାଳମାନଙ୍କ ମଧ୍ୟରେ ଆପଣା ଶିଖର ନ ରଖେ, ଅଥବା ଜଳପାୟୀ ବିକ୍ରମୀସକଳ ଯେପରି ଆପଣା ଆପଣା ଉଚ୍ଚତାରେ ଠିଆ ନ ହୁଅନ୍ତି;
Na němž padlém bydlí všelijaké ptactvo nebeské, a na ratolestech jeho jsou všelijací živočichové polní,
14 ଏହି ଅଭିପ୍ରାୟରେ ତାହାର ଭଗ୍ନାବଶିଷ୍ଟାଂଶ ଉପରେ ଆକାଶର ପକ୍ଷସକଳ ବାସ କରିବେ ଓ କ୍ଷେତ୍ରସ୍ଥ ପଶୁସକଳ ତାହାର ଶାଖାମାନଙ୍କ ଉପରେ ରହିବେ; କାରଣ ମନୁଷ୍ୟ-ସନ୍ତାନଗଣ ମଧ୍ୟରେ ଗର୍ତ୍ତଗାମୀମାନଙ୍କ ସହିତ ସେମାନେ ସମସ୍ତେ ମୃତ୍ୟୁୁରେ ଅଧୋଭୁବନରେ ସମର୍ପିତ ହୋଇଅଛନ୍ତି।
Proto aby se nevyvyšovalo v zrostu svém žádné dříví při vodách, a aby nevypouštělo vrchů svých mezi hustými větvemi, a nevypínalo se nad jiné vysokostí svou žádné dřevo zapojené vodami, proto že všickni ti oddáni jsou k smrti, dolů do země mezi syny lidské s těmi, kteříž sstupují do jámy.
15 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ସେ ପାତାଳକୁ ଓହ୍ଲାଇ ଯିବା ଦିନ ଆମ୍ଭେ ଶୋକ ନିରୂପଣ କଲୁ, ଆମ୍ଭେ ତାହା ସକାଶୁ ଜଳଧିକୁ ଆଚ୍ଛାଦିତ କଲୁ ଓ ଆମ୍ଭେ ତହିଁର ସ୍ରୋତସମୂହକୁ ନିବୃତ୍ତ କଲୁ, ତହିଁରେ ମହାଜଳରାଶି ରୁଦ୍ଧ ହେଲା; ପୁଣି, ଆମ୍ଭେ ତାହା ନିମନ୍ତେ ଲିବାନୋନକୁ ଶୋକ କରାଇଲୁ ଓ କ୍ଷେତ୍ରସ୍ଥ ବୃକ୍ଷସକଳ ତାହା ଲାଗି ମ୍ଳାନ ହେଲେ। (Sheol )
Takto praví Panovník Hospodin: Toho dne, v kterýž on sstoupil do hrobu, přivedl jsem k kvílení, a přikryl jsem příčinou jeho propast, a zadržel jsem potoky její, aby se zastavily vody mnohé, a učinil jsem, aby smutek nesl příčinou jeho Libán, a všecko dříví polní příčinou jeho aby umdlelo. (Sheol )
16 ଆମ୍ଭେ ତାହାକୁ ଗର୍ତ୍ତ ଅବରୋହଣକାରୀମାନଙ୍କ ସହିତ ପାତାଳକୁ ପକାଇଦେବା ବେଳେ, ତାହାର ପତନ ଶବ୍ଦରେ ଗୋଷ୍ଠୀୟମାନଙ୍କୁ କମ୍ପିତ କରାଇଲୁ; ପୁଣି, ଏଦନର, ଅର୍ଥାତ୍, ଲିବାନୋନର ମନୋନୀତ ଓ ସର୍ବୋତ୍ତମ ଜଳପାୟୀ ବୃକ୍ଷସକଳ ଅଧୋଭୁବନରେ ସାନ୍ତ୍ୱନା ପାଇଲେ। (Sheol )
Od hřmotu pádu jeho učinil jsem, že se třásli národové, když jsem jej svedl do hrobu s těmi, kteříž sstupují do jámy. Nad čímž se potěšila na zemi dole všecka dříví Eden, což výborného a dobrého jest na Libánu, vše což zapojeného jest vodou. (Sheol )
17 ସେମାନେ ହିଁ ତାହା ସହିତ ପାତାଳକୁ, ଖଡ୍ଗରେ ହତ ଲୋକମାନଙ୍କ ନିକଟକୁ ଓହ୍ଲାଇ ଗଲେ; ହଁ, ସେମାନେ ତାହାର ବାହୁ ସ୍ୱରୂପ ହୋଇ ତାହାର ଛାୟା ତଳେ ଗୋଷ୍ଠୀୟମାନଙ୍କ ମଧ୍ୟରେ ବାସ କରିଥିଲେ। (Sheol )
I ti s ním sstoupili do hrobu k těm, kteříž jsou zbiti mečem, i rámě jeho, i kteříž sedali v stínu jeho u prostřed národů. (Sheol )
18 ଏହିରୂପେ ତୁମ୍ଭେ ଐଶ୍ୱର୍ଯ୍ୟରେ ଓ ମହତ୍ତ୍ୱରେ ଏଦନସ୍ଥ ବୃକ୍ଷସମୂହର ମଧ୍ୟରେ କାହାର ତୁଲ୍ୟ? ତଥାପି ତୁମ୍ଭେ ଏଦନସ୍ଥ ବୃକ୍ଷଗଣର ସହିତ ଅଧୋଭୁବନକୁ ଅଣାଯିବ; ତୁମ୍ଭେ ଅସୁନ୍ନତ ଲୋକମାନଙ୍କ ମଧ୍ୟରେ ଖଡ୍ଗହତ ଲୋକମାନଙ୍କ ସହିତ ଶୟନ କରିବ। ଏହି ଫାରୋ ଓ ତାହାର ସମସ୍ତ ଲୋକ ଏପରି ଅଟନ୍ତି, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
Kterému z stromů Eden podoben jsi tak v slávě a velikosti? Však svržen budeš s dřívím Eden dolů na zem, mezi neobřezanci s zbitými mečem lehneš. Toť jest Farao i všecko množství jeho, praví Panovník Hospodin.