< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 30 >

1 ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
La parole de Yahweh me fut adressée en ces termes:
2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର, ଆଉ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ହାହାକାର କରି କୁହ, ହାୟ ହାୟ, ସେହି ଦିନ!
" Fils de l'homme prophétise et dis: Ainsi parle le Seigneur Yahweh: Hurlez! Ah! ce jour!
3 କାରଣ ସେହି ଦିନ ନିକଟବର୍ତ୍ତୀ, ହଁ, ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀ, ସେହି ଦିନ ମେଘାଚ୍ଛନ୍ନ ଦିନ; ତାହା ଅନ୍ୟଦେଶୀୟମାନଙ୍କର କାଳ ହେବ।
Car le jour est proche, le jour est proche pour Yahweh! Jour de nuage! Ce sera le temps des nations!
4 ପୁଣି, ମିସର ବିରୁଦ୍ଧରେ ଖଡ୍ଗ ଆସିବ ଓ ମିସର ଦେଶରେ ହତ ଲୋକମାନେ ପତିତ ହେଲେ କୂଶ ମଧ୍ୟରେ ଯାତନା ହେବ; ଆଉ, ସେମାନେ ତାହାର ଧନସମ୍ପତ୍ତି ଘେନିଯିବେ ଓ ତାହାର ଭିତ୍ତିମୂଳସକଳ ଭଗ୍ନ ହେବ।
Une épée viendra sur l'Egypte, et il y aura de l'angoisse en Ethiopie, lorsque les blessés à mort tomberont en Egypte, quand on enlèvera ses richesses, et qu'on renversera ses fondements.
5 କୂଶ ଓ ପୂଟ୍‍ ଓ ଲୁଦ୍‍, ଆଉ ମିଶ୍ରିତ ଲୋକ ସମସ୍ତେ, ପୁଣି, କୂବ୍‍ ଓ ମିତ୍ରଦେଶୀୟ ଲୋକ ସମସ୍ତେ ସେମାନଙ୍କ ସଙ୍ଗେ ଖଡ୍ଗରେ ପତିତ ହେବେ।
Ethiopiens, Libyens et Lydiens, étrangers de toutes sortes, Chub et les fils du pays de l'alliance tomberont avec eux par l'épée.
6 ସଦାପ୍ରଭୁ ଏହି କଥା କହନ୍ତି, ମିସରର ସହାୟକାରୀମାନେ ପତିତ ହେବେ ଓ ତାହାର ପରାକ୍ରମର ଗର୍ବ ଖର୍ବ ହେବ; ମିଗ୍‍ଦୋଲଠାରୁ ସିବେନୀ ଦୁର୍ଗ ପର୍ଯ୍ୟନ୍ତ ଲୋକ ସମସ୍ତେ ତହିଁ ମଧ୍ୟରେ ଖଡ୍ଗ ଦ୍ୱାରା ପତିତ ହେବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Ainsi parle Yahweh: ils tomberont les soutiens de l'Egypte, et l'orgueil de sa force sera abaissé. De Migdol à Syène on y tombera par l'épée; — oracle du Seigneur Yahweh.
7 ପୁଣି, ସେମାନେ ଧ୍ୱଂସିତ ନଗରସମୂହ ମଧ୍ୟରେ ଧ୍ୱଂସିତ ହେବେ ଓ ତାହାର ନଗରସକଳ ଉତ୍ସନ୍ନ ନଗରସମୂହର ମଧ୍ୟରେ ଥିବ।
Elle sera désolée au milieu des pays désolés, et ses villes seront ruinées au milieu des villes ruinées;
8 ଆଉ, ଆମ୍ଭେ ମିସରରେ ଅଗ୍ନି ଲଗାଇଲା ଉତ୍ତାରେ ଓ ତାହାର ସହାୟକାରୀ ସମସ୍ତେ ବିନଷ୍ଟ ହେଲା ଉତ୍ତାରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
et l'on saura que je suis Yahweh, quand je mettrai le feu à l'Egypte et que tous ses auxiliaires seront brisés.
9 ସେହି ଦିନ ନିଶ୍ଚିନ୍ତ କୂଶୀୟମାନଙ୍କୁ ଭୀତ କରାଇବା ପାଇଁ ଦୂତମାନେ ଆମ୍ଭ ସମ୍ମୁଖରୁ ଜାହାଜରେ ଯିବେ; ପୁଣି, ମିସରର ଦିନରେ ଯେପରି ହୋଇଥିଲା, ସେହିପରି ସେମାନଙ୍କର ଯାତନା ହେବ; କାରଣ ଦେଖ, ତାହା ଆସୁଅଛି।
En ce jour-là, des messagers s'en iront de ma part sur des barques, pour troubler l'Ethiopie dans sa sécurité, et il y aura chez elle de l'angoisse, comme dans le jour de l'Egypte, car voici qu'il arrive!
10 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ମଧ୍ୟ ବାବିଲର ରାଜା ନବୂଖଦ୍‍ନିତ୍ସରର ହସ୍ତ ଦ୍ୱାରା ମିସରର ଲୋକସମୂହ ଶେଷ କରିବା।
Ainsi parle le Seigneur Yahweh: je ferai cesser tout le bruit de l'Egypte, par la main de Nabuchodonosor, roi de Babylone.
11 ସେ ଓ ଗୋଷ୍ଠୀଗଣ ମଧ୍ୟରେ ଭୟଙ୍କର ତାହାର ଲୋକମାନେ ତାହା ସଙ୍ଗେ ଦେଶ ବିନାଶାର୍ଥେ ଅଣାଯିବେ; ଆଉ, ସେମାନେ ମିସରର ବିରୁଦ୍ଧରେ ଆପଣା ଆପଣା ଖଡ୍ଗ ନିଷ୍କୋଷ କରି ହତ ଲୋକରେ ଦେଶ ପୂର୍ଣ୍ଣ କରିବେ।
Lui et son peuple avec lui, nation féroce entre toutes, seront amenés pour ravager le pays; ils tireront leurs épées contre l'Egypte, et rempliront de morts le pays.
12 ପୁଣି, ଆମ୍ଭେ ସ୍ରୋତସମୂହ ଶୁଷ୍କ କରିବା ଓ ମନ୍ଦ ଲୋକମାନଙ୍କ ହସ୍ତରେ ଦେଶ ବିକ୍ରୟ କରିବା; ଆଉ, ଆମ୍ଭେ ବିଦେଶୀମାନଙ୍କ ହସ୍ତ ଦ୍ୱାରା ଦେଶ ଓ ତନ୍ମଧ୍ୟସ୍ଥ ଯାବତୀୟ ବିଷୟ ଧ୍ୱଂସ କରିବା; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।
Je changerai les fleuves en lieux arides; je livrerai le pays aux mains d'hommes méchants, et je dévasterai le pays et tout ce qu'il contient, par la main des étrangers. Moi, Yahweh, j'ai parlé.
13 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଦେବତାଗଣକୁ ହିଁ ବିନାଶ କରିବା ଓ ଆମ୍ଭେ ନୋଫରୁ ପ୍ରତିମାସକଳ ଶେଷ କରାଇବା, ପୁଣି, ମିସର ଦେଶରୁ ଆଉ ଅଧିପତି ଉତ୍ପନ୍ନ ନୋହିବ ଓ ଆମ୍ଭେ ମିସର ଦେଶରେ ଭୟ ଜନ୍ମାଇବା।
Ainsi parle le Seigneur Yahweh: J'exterminerai les infâmes idoles, et je ferai disparaître de Noph les faux dieux, et il n'y aura plus de prince sorti du pays d'Egypte, et je répandrai la crainte dans le pays d'Egypte.
14 ପୁଣି, ଆମ୍ଭେ ପଥ୍ରୋଷକୁ ଧ୍ୱଂସ କରିବା ଓ ସୋୟନରେ ଅଗ୍ନି ଲଗାଇବା, ଆଉ ନୋ-ନଗରରେ ଦଣ୍ଡାଜ୍ଞା ସଫଳ କରିବା।
Je désolerai Pathros, je mettrai le feu à Tsoan, j'exercerai des jugements sur No;
15 ପୁଣି, ଆମ୍ଭେ ମିସରର ଦୃଢ଼ ଦୁର୍ଗ ସୀନ ଉପରେ ଆପଣା କୋପ ଢାଳି ଦେବା ଓ ଆମ୍ଭେ ନୋ-ନଗରର ଲୋକସମୂହକୁ ଉଚ୍ଛିନ୍ନ କରିବା।
je répandrai mon courroux sur Sin, la forteresse de l'Egypte, et j'exterminerai la multitude de No.
16 ଆଉ, ଆମ୍ଭେ ମିସରରେ ଅଗ୍ନି ଲଗାଇବା; ସୀନ ମହାଯାତନାଗ୍ରସ୍ତ ହେବ ଓ ନୋ-ନଗର ଭଗ୍ନ ହେବ; ଆଉ, ଦିବସ ସମୟରେ ନୋଫର ବିପକ୍ଷମାନେ ଉତ୍ପାତ କରିବେ।
Je mettrai le feu à l'Egypte; Sin se tordra de douleur, No sera forcée, et Noph se verra assaillie en plein jour.
17 ଓନ୍‍ ଓ ପୀବେଶହର ଯୁବାମାନେ ଖଡ୍ଗରେ ପତିତ ହେବେ ଓ ନଗରସବୁ ବନ୍ଦୀତ୍ୱ ସ୍ଥାନକୁ ଯିବେ।
Les jeunes hommes d'Aven et de Bubaste tomberont par l'épée, et elles-mêmes iront en captivité.
18 ଆମ୍ଭେ ଯେତେବେଳେ ତଫନ୍‍ହେଷରେ ମିସରର ଯୁଆଳିସବୁ ଭାଙ୍ଗିବା ଓ ତାହାର ପରାକ୍ରମର ଦର୍ପ ତାହା ମଧ୍ୟରେ ଶେଷ ହେବ, ସେତେବେଳେ ସେଠାରେ ଦିବସ ଆପେ ଅପସରି ଯିବ; ଆଉ, ସେ ନିଜେ ମେଘାଚ୍ଛନ୍ନ ହେବ ଓ ତାହାର କନ୍ୟାଗଣ ବନ୍ଦୀତ୍ୱ ସ୍ଥାନକୁ ଯିବେ।
A Taphnés le jour s'obscurcira, quand je briserai là le joug de l'Egypte, et que l'orgueil de sa force y prendra fin. Un nuage la couvrira, et ses filles iront en captivité.
19 ଏହିରୂପେ ଆମ୍ଭେ ମିସରରେ ଦଣ୍ଡାଜ୍ଞା ସଫଳ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
J'exercerai des jugements sur l'Egypte, et l'on saura que je suis Yahweh. "
20 ଏଥିଉତ୍ତାରେ ଏକାଦଶ ବର୍ଷର ପ୍ରଥମ ମାସ, ମାସର ସପ୍ତମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
La onzième année, au premier mois, le sept du mois, la parole de Yahweh me fut adressée en ces termes:
21 “ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ମିସରର ରାଜା ଫାରୋର ବାହୁ ଭାଙ୍ଗିଅଛୁ; ଆଉ ଦେଖ, ଖଡ୍ଗ ଧରିବା ନିମନ୍ତେ ତାହା ଯେପରି ସବଳ ହେବ, ଏଥିପାଇଁ ସ୍ୱାସ୍ଥ୍ୟଜନକ ଔଷଧ ଦେଇ ପଟି ଲଗାଇ ତାହା ବନ୍ଧାଯାଇ ନାହିଁ।
" Fils de l'homme, le bras de Pharaon, roi d'Egypte, je l'ai brisé, et voici qu'on ne l'a point pansé, en employant des remèdes, en appliquant des bandes, pour le panser et le rendre assez fort pour manier l'épée.
22 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ମିସରର ରାଜା ଫାରୋର ପ୍ରତିକୂଳ ଅଟୁ, ଆଉ ତାହାର ବଳବାନ ଓ ଭଗ୍ନ, ଉଭୟ ବାହୁ ଭାଙ୍ଗି ପକାଇବା ଓ ଆମ୍ଭେ ତାହାର ହସ୍ତରୁ ଖଡ୍ଗ ଖସାଇ ପକାଇବା।
C'est pourquoi ainsi parle le Seigneur Yahweh: Voici que je viens à Pharaon, roi d'Egypte; je lui briserai les deux bras, celui qui est valide et celui qui est déjà brisé, et je ferai tomber l'épée de sa main.
23 ପୁଣି, ଆମ୍ଭେ ନାନା ଗୋଷ୍ଠୀ ମଧ୍ୟରେ ମିସରୀୟମାନଙ୍କୁ ଛିନ୍ନଭିନ୍ନ କରିବା ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବା।
Je disperserai les Egyptiens parmi les nations, et les disséminerai dans les pays.
24 ଆଉ, ଆମ୍ଭେ ବାବିଲ ରାଜାର ବାହୁଦ୍ୱୟ ସବଳ କରିବା ଓ ତାହା ହସ୍ତରେ ଆମ୍ଭର ଖଡ୍ଗ ଦେବା; ମାତ୍ର ଆମ୍ଭେ ଫାରୋର ବାହୁଦ୍ୱୟ ଭାଙ୍ଗି ପକାଇବା, ତହିଁରେ ସେ ପ୍ରାଣନାଶକ କ୍ଷତପ୍ରାପ୍ତ ଲୋକର କାତରୋକ୍ତି ତୁଲ୍ୟ କାତରୋକ୍ତି ତାହା ସାକ୍ଷାତରେ କରିବ।
Je fortifierai les bras du roi de Babylone; et je mettrai mon épée dans sa main; je briserai les bras de Pharaon, et il gémira devant lui, comme gémit un homme blessé à mort.
25 ପୁଣି, ଆମ୍ଭେ ବାବିଲ ରାଜାର ବାହୁଦ୍ୱୟ ଟେକି ଧରିବା ଓ ଫାରୋର ବାହୁଦ୍ୱୟ ତଳକୁ ଓହଳି ପଡ଼ିବ; ଆଉ, ଆମ୍ଭେ ଯେତେବେଳେ ବାବିଲ ରାଜାର ହସ୍ତରେ ଆମ୍ଭର ଖଡ୍ଗ ଦେବା ଓ ସେ ମିସର ଦେଶ ବିରୁଦ୍ଧରେ ତାହା ବିସ୍ତାର କରିବ, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
Je fortifierai les bras du roi de Babylone, et les bras de Pharaon tomberont. Et l'on saura que je suis Yahweh, quand je mettrai mon épée dans la main du roi de Bablylone, et qu'il la tournera contre le pays d'Egypte.
26 ପୁଣି, ଆମ୍ଭେ ମିସରୀୟମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
Je disperserai les Egyptiens parmi les nations, et je les disséminerai dans les pays, et l'on saura que je suis Yahweh. "

< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 30 >