< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 29 >

1 ଦଶମ ବର୍ଷର ଦଶମ ମାସ, ମାସର ଦ୍ୱାଦଶ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
בשנה העשרית בעשרי בשנים עשר לחדש--היה דבר יהוה אלי לאמר
2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ରାଜା ଫାରୋ ବିରୁଦ୍ଧରେ ଆପଣା ମୁଖ ରଖ, ପୁଣି, ତାହା ବିରୁଦ୍ଧରେ ଓ ସମୁଦାୟ ମିସର ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର;
בן אדם--שים פניך על פרעה מלך מצרים והנבא עליו ועל מצרים כלה
3 ଏହି କଥା କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ମିସରର ରାଜା ଫାରୋ, ଦେଖ, ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ, ତୁମ୍ଭେ ଆପଣା ସ୍ରୋତସମୂହ ମଧ୍ୟରେ ଶୟନକାରୀ ପ୍ରକାଣ୍ଡ କୁମ୍ଭୀର, ତୁମ୍ଭେ କହିଅଛ, ‘ମୋର ନଦୀ ମୋର, ମୁଁ ଆପଣା ପାଇଁ ତାହା ସୃଷ୍ଟି କରିଅଛି।’
דבר ואמרת כה אמר אדני יהוה הנני עליך פרעה מלך מצרים התנים הגדול הרבץ בתוך יאריו אשר אמר לי יארי ואני עשיתני
4 ମାତ୍ର ଆମ୍ଭେ ତୁମ୍ଭ କଳପାଟିରେ ଅଙ୍କୁଶ ଦେବା ଓ ଆମ୍ଭେ ତୁମ୍ଭ ସ୍ରୋତସମୂହରେ ମତ୍ସ୍ୟସକଳକୁ ତୁମ୍ଭ ଦେହର କାତିରେ ଲଗାଇବା; ଆଉ, ଆମ୍ଭେ ତୁମ୍ଭ ସ୍ରୋତସମୂହର ମଧ୍ୟରୁ ତୁମ୍ଭକୁ ଓ ତୁମ୍ଭ କାତିରେ ଲାଗିଥିବା ତୁମ୍ଭ ସ୍ରୋତସମୂହର ମତ୍ସ୍ୟସକଳକୁ ବାହାର କରି ଉପରକୁ ଆଣିବା।
ונתתי חחיים (חחים) בלחייך והדבקתי דגת יאריך בקשקשתיך והעליתיך מתוך יאריך ואת כל דגת יאריך בקשקשתיך תדבק
5 ପୁଣି, ଆମ୍ଭେ ତୁମ୍ଭକୁ, ହଁ, ତୁମ୍ଭକୁ ତୁମ୍ଭ ସ୍ରୋତସମୂହର ମତ୍ସ୍ୟସକଳକୁ ପ୍ରାନ୍ତରରେ ପକାଇ ଛାଡ଼ିଦେବା; ତୁମ୍ଭେ ପଦାରେ ପଡ଼ି ରହିବ; ତୁମ୍ଭେ ଆଉ ସଂଗୃହୀତ କିମ୍ବା ସଞ୍ଚିତ ହେବ ନାହିଁ; ଆମ୍ଭେ ତୁମ୍ଭକୁ ଭୂଚର ପଶୁଗଣର ଓ ଖେଚର ପକ୍ଷୀଗଣର ଖାଦ୍ୟ ହେବା ନିମନ୍ତେ ସମର୍ପି ଦେଇଅଛୁ।
ונטשתיך המדברה אותך ואת כל דגת יאריך על פני השדה תפול לא תאסף ולא תקבץ--לחית הארץ ולעוף השמים נתתיך לאכלה
6 ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ମିସରନିବାସୀ ସମସ୍ତେ ଜାଣିବେ। କାରଣ ସେମାନେ ଇସ୍ରାଏଲ ବଂଶ ପ୍ରତି ନଳର ଯଷ୍ଟି ହୋଇଅଛନ୍ତି।
וידעו כל ישבי מצרים כי אני יהוה יען היותם משענת קנה לבית ישראל
7 ଯେତେବେଳେ ସେମାନେ ତୁମ୍ଭର ହସ୍ତ ଧରିଲେ, ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସ୍କନ୍ଧସବୁ ବିଦୀର୍ଣ୍ଣ କଲ; ଆଉ, ଯେତେବେଳେ ସେମାନେ ତୁମ୍ଭ ଉପରେ ଆଉଜିଲେ, ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସମସ୍ତ କଟିଦେଶ ଅଚଳ କଲ।
בתפשם בך בכפך (בכף) תרוץ ובקעת להם כל כתף ובהשענם עליך תשבר והעמדת להם כל מתנים
8 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଖଡ୍ଗ ଆଣିବା ଓ ତୁମ୍ଭ ମଧ୍ୟରୁ ମନୁଷ୍ୟ ଓ ପଶୁ ଉଚ୍ଛିନ୍ନ କରିବା।
לכן כה אמר אדני יהוה הנני מביא עליך חרב והכרתי ממך אדם ובהמה
9 ପୁଣି, ମିସର ଦେଶ ଧ୍ୱଂସିତ ଓ ଶୂନ୍ୟସ୍ଥାନ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ; ଯେହେତୁ ସେ କହିଅଛି, ‘ନଦୀ ମୋର ଓ ମୁଁ ତାହା ସୃଷ୍ଟି କରିଅଛି।’
והיתה ארץ מצרים לשממה וחרבה וידעו כי אני יהוה יען אמר יאר לי ואני עשיתי
10 ଏହେତୁ ଦେଖ, ଆମ୍ଭେ ତୁମ୍ଭର ଓ ତୁମ୍ଭ ନଦୀସମୂହର ପ୍ରତିକୂଳ ଅଟୁ, ପୁଣି, ଆମ୍ଭେ ମିଗ୍‍ଦୋଲଠାରୁ ସିବେନୀ ଦୁର୍ଗ ପୁଣି କୂଶ ଦେଶର ସୀମା ପର୍ଯ୍ୟନ୍ତ ମିସର ଦେଶକୁ ନିତାନ୍ତ ଶୂନ୍ୟ ଓ ଧ୍ୱଂସସ୍ଥାନ କରିବା।
לכן הנני אליך ואל יאריך ונתתי את ארץ מצרים לחרבות חרב שממה ממגדל סונה ועד גבול כוש
11 କୌଣସି ମନୁଷ୍ୟର ପାଦ ତହିଁ ମଧ୍ୟରେ ଗତାୟାତ କରିବ ନାହିଁ, କିଅବା ପଶୁର ପାଦ ତହିଁ ମଧ୍ୟରେ ଗତାୟାତ କରିବ ନାହିଁ ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ତାହା ବସତି ସ୍ଥାନ ନୋହିବ।
לא תעבר בה רגל אדם ורגל בהמה לא תעבר בה ולא תשב ארבעים שנה
12 ପୁଣି, ଆମ୍ଭେ ମିସର ଦେଶକୁ ଧ୍ୱଂସିତ ଦେଶସମୂହର ମଧ୍ୟରେ ଧ୍ୱଂସସ୍ଥାନ କରିବା ଓ ତାହାର ନଗରସମୂହ ଉଚ୍ଛିନ୍ନ ନଗରସମୂହ ମଧ୍ୟରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଧ୍ୱଂସସ୍ଥାନ ହୋଇ ରହିବ; ପୁଣି, ଆମ୍ଭେ ମିସରୀୟମାନଙ୍କୁ ନାନା ଦେଶୀୟମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିବା ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବା।
ונתתי את ארץ מצרים שממה בתוך ארצות נשמות ועריה בתוך ערים מחרבות תהיין שממה ארבעים שנה והפצתי את מצרים בגוים וזריתים בארצות
13 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ମିସରୀୟମାନେ ଯେଉଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ହୋଇଅଛନ୍ତି, ସେମାନଙ୍କ ମଧ୍ୟରୁ ଚାଳିଶ ବର୍ଷର ଶେଷରେ ଆମ୍ଭେ ସେମାନଙ୍କୁ ସଂଗ୍ରହ କରିବା;
כי כה אמר אדני יהוה מקץ ארבעים שנה אקבץ את מצרים מן העמים אשר נפצו שמה
14 ଆଉ, ଆମ୍ଭେ ମିସରର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା ଓ ସେମାନଙ୍କର ଜନ୍ମସ୍ଥାନ ପଥ୍ରୋଷ ଦେଶକୁ ସେମାନଙ୍କୁ ଫେରାଇ ଆଣିବା, ପୁଣି, ସେଠାରେ ସେମାନେ ଗୋଟିଏ ନୀଚ ରାଜ୍ୟ ହୋଇ ରହିବେ।
ושבתי את שבות מצרים והשבתי אתם ארץ פתרוס על ארץ מכורתם והיו שם ממלכה שפלה
15 ନାନା ରାଜ୍ୟ ମଧ୍ୟରେ ତାହା ନୀଚତମ ହେବ ଓ ନାନା ଗୋଷ୍ଠୀୟମାନଙ୍କ ମଧ୍ୟରେ ସେ ଆପଣାକୁ ଆଉ ଉନ୍ନତ କରିବ ନାହିଁ; ପୁଣି, ଆମ୍ଭେ ସେମାନଙ୍କୁ ନ୍ୟୂନ କରିବା, ତହିଁରେ ସେମାନେ ଗୋଷ୍ଠୀଗଣ ଉପରେ ଆଉ କର୍ତ୍ତୃତ୍ୱ କରିବେ ନାହିଁ।
מן הממלכות תהיה שפלה ולא תתנשא עוד על הגוים והמעטתים--לבלתי רדות בגוים
16 ଆଉ, ଇସ୍ରାଏଲ ବଂଶ ମିସରୀୟମାନଙ୍କର ଅନୁସରଣ କରିବା ପାଇଁ ଫେରିବା ବେଳେ ମିସର, ସେମାନଙ୍କର ଅପରାଧ ସ୍ମରଣାର୍ଥକ ବିଶ୍ୱାସଭୂମି ଆଉ ହେବ ନାହିଁ; ତହିଁରେ ଆମ୍ଭେ ଯେ ପ୍ରଭୁ, ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
ולא יהיה עוד לבית ישראל למבטח מזכיר עון בפנותם אחריהם וידעו כי אני אדני יהוה
17 ଏଥିଉତ୍ତାରେ ସତାଇଶ ବର୍ଷର ପ୍ରଥମ ମାସରେ, ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
ויהי בעשרים ושבע שנה בראשון באחד לחדש היה דבר יהוה אלי לאמר
18 “ହେ ମନୁଷ୍ୟ-ସନ୍ତାନ, ବାବିଲର ରାଜା ନବୂଖଦ୍‍ନିତ୍ସର ଆପଣା ସୈନ୍ୟସାମନ୍ତକୁ ସୋର ବିରୁଦ୍ଧରେ ଭାରୀ ପରିଶ୍ରମ କରାଇଅଛି; ପ୍ରତ୍ୟେକ ମସ୍ତକ ଟାଙ୍ଗରା ହେଲା ଓ ପ୍ରତ୍ୟେକ କାନ୍ଧର ଚର୍ମ ଛିଡ଼ିଗଲା; ତଥାପି ସେ ସୋର ବିରୁଦ୍ଧରେ ଯେଉଁ ପରିଶ୍ରମ କରିଥିଲା, ତହିଁ ପାଇଁ ସେ କିଅବା ତାହାର ସୈନ୍ୟସାମନ୍ତ ସୋରଠାରୁ କିଛି ବେତନ ପାଇଲେ ନାହିଁ;
בן אדם נבוכדראצר מלך בבל העביד את חילו עבדה גדולה אל צר--כל ראש מקרח וכל כתף מרוטה ושכר לא היה לו ולחילו מצר על העבדה אשר עבד עליה
19 ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ବାବିଲର ରାଜା ନବୂଖଦ୍‍ନିତ୍ସରକୁ ମିସର ଦେଶ ଦେବା; ତହିଁରେ ସେ ତାହାର ମହାଜନତାକୁ ନେଇଯିବ ଓ ତାହାର ଦ୍ରବ୍ୟ ଲୁଟି ନେବ, ଆଉ ତାହାର ସମ୍ପତ୍ତି ଅପହରଣ କରିବ; ପୁଣି, ଏହା ତାହାର ସୈନ୍ୟସାମନ୍ତର ବେତନ ହେବ।
לכן כה אמר אדני יהוה הנני נתן לנבוכדראצר מלך בבל את ארץ מצרים ונשא המנה ושלל שללה ובזז בזה והיתה שכר לחילו
20 ସେ ଯହିଁ ପାଇଁ ପରିଶ୍ରମ କଲା, ତାହାର ସେହି ପୁରସ୍କାର ରୂପେ ଆମ୍ଭେ ତାହାକୁ ମିସର ଦେଶ ଦେଇଅଛୁ, କାରଣ ସେମାନେ ଆମ୍ଭ ନିମନ୍ତେ କାର୍ଯ୍ୟ କଲେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
פעלתו אשר עבד בה נתתי לו את ארץ מצרים אשר עשו לי נאם אדני יהוה
21 ସେହି ଦିନ ଆମ୍ଭେ ଇସ୍ରାଏଲ ବଂଶ ନିମନ୍ତେ ଗୋଟିଏ ଶୃଙ୍ଗ ଅଙ୍କୁରିତ କରାଇବା, ପୁଣି, ଆମ୍ଭେ ସେମାନଙ୍କ ମଧ୍ୟରେ ତୁମ୍ଭର ମୁଖ ମୁକ୍ତ କରିବା: ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
ביום ההוא אצמיח קרן לבית ישראל ולך אתן פתחון פה בתוכם וידעו כי אני יהוה

< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 29 >