< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 27 >

1 ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
Ọ̀rọ̀ Olúwa tún tọ̀ mí wá wí pé:
2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସୋର ବିଷୟରେ ବିଳାପ କର;
“Ọmọ ènìyàn, pohùnréré ẹkún fún Tire.
3 ଆଉ, ସୋରକୁ କୁହ, ହେ ସମୁଦ୍ରର ପ୍ରବେଶ ସ୍ଥାନ ନିବାସିନୀ; ଅନେକ ଦ୍ୱୀପରେ ଗୋଷ୍ଠୀଗଣର ବାଣିଜ୍ୟକାରିଣୀ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ସୋର, ତୁମ୍ଭେ କହିଅଛ, ମୁଁ ପରମସୁନ୍ଦରୀ,
Sọ fún Tire, tí a tẹ̀dó sí ẹnu-bodè Òkun, oníṣòwò àwọn orílẹ̀-èdè fún ọ̀pọ̀lọpọ̀ erékùṣù. ‘Èyí yìí ní Olúwa Olódùmarè wí: “‘Ìwọ Tire wí pé, “Ẹwà mi pé.”
4 ସମୁଦ୍ରଗଣର ମଧ୍ୟସ୍ଥଳରେ ତୁମ୍ଭର ସୀମା, ତୁମ୍ଭର ନିର୍ମାଣକାରୀମାନେ ତୁମ୍ଭର ସୌନ୍ଦର୍ଯ୍ୟ ସିଦ୍ଧ କରିଅଛନ୍ତି।”
Ààlà rẹ wà ní àárín Òkun; àwọn ọ̀mọ̀lé rẹ ti mú ẹwà rẹ pé.
5 ସେମାନେ ସନୀରୀୟ ଦେବଦାରୁ କାଷ୍ଠରେ ତୁମ୍ଭର ତକ୍ତା କାଠପଟା ସବୁ ପ୍ରସ୍ତୁତ କରିଅଛନ୍ତି, ସେମାନେ ତୁମ୍ଭର ମାସ୍ତୁଲ ପ୍ରସ୍ତୁତ କରିବା ପାଇଁ ଲିବାନୋନରୁ ଏରସ କାଷ୍ଠ ନେଇଅଛନ୍ତି।
Wọn ṣe gbogbo pákó rẹ ní igi junifa láti Seniri; wọ́n ti mú igi kedari láti Lebanoni wá láti fi ṣe òpó ọkọ̀ fún ọ.
6 ବାଶନର ଅଲୋନ କାଷ୍ଠରେ ସେମାନେ ତୁମ୍ଭର ଆହୁଲା ପ୍ରସ୍ତୁତ କରିଅଛନ୍ତି; ସେମାନେ କିତ୍ତୀମ ଦ୍ୱୀପରୁ ଆନୀତ ତାଶୂର କାଷ୍ଠରେ ଖଚିତ ହସ୍ତୀଦନ୍ତ ଦ୍ୱାରା ତୁମ୍ଭର ଆସନ ନିର୍ମାଣ କରିଅଛନ୍ତି।
Nínú igi óákù ti Baṣani ní wọn ti fi gbẹ́ ìtukọ̀ ọ̀pá rẹ̀; ìjókòó rẹ ni wọn fi eyín erin ṣe pẹ̀lú igi bokisi láti erékùṣù Kittimu wá.
7 ତୁମ୍ଭର ଧ୍ୱଜା ହେବା ପାଇଁ ମିସର ଦେଶରୁ ଆନୀତ ସୂଚୀକର୍ମରେ ଚିତ୍ରିତ ଶୁଭ୍ର କ୍ଷୌମବସ୍ତ୍ରରେ ତୁମ୍ଭର ପାଲ ପ୍ରସ୍ତୁତ ହୋଇଥିଲା; ତୁମ୍ଭର ଚାନ୍ଦୁଆ ଇଲୀଶା ଦ୍ୱୀପସମୂହର ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ରରେ ପ୍ରସ୍ତୁତ ହୋଇଥିଲା।
Ọ̀gbọ̀ dáradára aṣọ iṣẹ́ ọnà abẹ́rẹ́ láti Ejibiti wá ni èyí tí ìwọ ta láti fi ṣe àsíá ọkọ̀ rẹ; aṣọ aláró àti elése àlùkò láti erékùṣù ti Eliṣa ni èyí tí a fi bò ó.
8 ସୀଦୋନ ଓ ଅର୍ବଦ ନିବାସୀମାନେ ତୁମ୍ଭର ଆହୁଲା ମାରିବାର ଲୋକ ଥିଲେ; ହେ ସୋର, ତୁମ୍ଭର ଜ୍ଞାନୀ ଲୋକ ତୁମ୍ଭ ମଧ୍ୟରେ ଥିଲେ, ସେମାନେ ତୁମ୍ଭର କର୍ଣ୍ଣଧାର ହୋଇଥିଲେ।
Àwọn ará ìlú Sidoni àti Arfadi ni àwọn atukọ̀ rẹ̀ àwọn ọlọ́gbọ́n ẹ̀rọ rẹ, ìwọ Tire, ni àwọn atukọ̀ rẹ.
9 ତୁମ୍ଭର ମଧ୍ୟବର୍ତ୍ତୀ ଗବାଲର ପ୍ରାଚୀନବର୍ଗ ଓ ତହିଁର ଜ୍ଞାନୀମାନେ ତୁମ୍ଭର ନୌକା ବଟାଳିବା ଲୋକ ହୋଇଥିଲେ; ସମୁଦ୍ରର ଯାବତୀୟ ଜାହାଜ ଓ ସେମାନଙ୍କର ନାବିକଗଣ ବାଣିଜ୍ୟ ଦ୍ରବ୍ୟ ଧରିବା ନିମନ୍ତେ ତୁମ୍ଭ ମଧ୍ୟରେ ଥିଲେ।
Àwọn àgbàgbà Gebali, àti àwọn ọlọ́gbọ́n ibẹ̀, wà nínú ọkọ̀ bí òṣìṣẹ́ atukọ̀ rẹ, gbogbo ọkọ̀ ojú Òkun àti àwọn atukọ̀ Òkun wá pẹ̀lú rẹ láti dòwò pọ̀ pẹ̀lú rẹ̀.
10 ପାରସ୍ୟ, ଲୁଦ୍‍ ଓ ପୂଟ୍‍ ଦେଶୀୟମାନେ ତୁମ୍ଭ ସୈନ୍ୟସାମନ୍ତ ମଧ୍ୟରେ ତୁମ୍ଭର ଯୋଦ୍ଧା ଥିଲେ; ସେମାନେ ତୁମ୍ଭ ମଧ୍ୟରେ ଢାଲ ଓ ଟୋପର ଟଙ୍ଗାଇ ରଖିଲେ; ସେମାନେ ତୁମ୍ଭର ଶୋଭା ପ୍ରକାଶ କଲେ।
“‘Àwọn ènìyàn Persia, Ludi àti Puti wà nínú jagunjagun rẹ àwọn ẹgbẹ́ ọmọ-ogun rẹ. Wọ́n gbé asà àti àṣíborí wọn ró sára ògiri rẹ, wọn fi ẹwà rẹ hàn.
11 ଅର୍ବଦର ଲୋକମାନେ ତୁମ୍ଭ ସୈନ୍ୟସାମନ୍ତ ସଙ୍ଗରେ ତୁମ୍ଭ ପ୍ରାଚୀରର ଉପରେ ଚତୁର୍ଦ୍ଦିଗରେ ଥିଲେ ଓ ଗାମ୍ମାଦୀୟମାନେ ତୁମ୍ଭର ସବୁ ଗଡ଼ ଉପରେ ଥିଲେ; ସେମାନେ ତୁମ୍ଭ ପ୍ରାଚୀର ଉପରେ ଚତୁର୍ଦ୍ଦିଗରେ ଆପଣା ଆପଣା ଢାଲ ଟଙ୍ଗାଇଲେ; ସେମାନେ ତୁମ୍ଭର ସୌନ୍ଦର୍ଯ୍ୟ ସିଦ୍ଧ କରିଅଛନ୍ତି।
Àwọn ènìyàn Arfadi àti Heleki wà lórí odi rẹ yíká; àti àwọn akọni Gamadi, wà nínú ilé ìṣọ́ rẹ. Wọ́n fi àwọn asà wọn kọ ara odi rẹ; wọn ti mú ẹwà rẹ pé.
12 “ସବୁ ପ୍ରକାର ଧନର ବାହୁଲ୍ୟ ସକାଶୁ ତର୍ଶୀଶ ତୁମ୍ଭର ବଣିକ ଥିଲା, ସେମାନେ ରୂପା, ଲୁହା, ଦସ୍ତା ଓ ସୀସା ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
“‘Tarṣiṣi ṣòwò pẹ̀lú rẹ torí ọ̀pọ̀lọpọ̀ ọrọ̀ tí ó ní; wọn ṣe ìpààrọ̀ fàdákà, irin idẹ àti òjé fún ọjà títà rẹ̀.
13 ଯବନ, ତୁବଲ୍‍ ଓ ମେଶକ୍‍ ତୁମ୍ଭର ବ୍ୟବସାୟୀ ଥିଲେ; ସେମାନେ ମନୁଷ୍ୟ ଓ ପିତ୍ତଳର ପାତ୍ର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
“‘Àwọn ará Giriki, Tubali, Jafani àti Meṣeki, ṣòwò pẹ̀lú rẹ, wọ́n fi ẹrù àti ohun èlò idẹ ṣe pàṣípàrọ̀ fún ọrọ̀ rẹ.
14 ତୋଗର୍ମା ବଂଶୀୟ ଲୋକମାନେ ଅଶ୍ୱ, ଯୁଦ୍ଧାଶ୍ୱ ଓ ଖଚର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
“‘Àwọn ti ilé Beti-Togarma ṣe ìpààrọ̀ ẹṣin-ìṣiṣẹ́, ẹṣin ogun àti ìbáaka ṣòwò ní ọjà rẹ.
15 ଦଦାନର ଲୋକମାନେ ତୁମ୍ଭର ବ୍ୟବସାୟୀ ଥିଲେ; ଅନେକ ଦ୍ୱୀପ ତୁମ୍ଭର ହସ୍ତଗତ ଗଞ୍ଜ ଥିଲା, ସେମାନେ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବଦଳେ ହାତୀର ଦନ୍ତ ଶୃଙ୍ଗ ଓ ଅବଲୁସ୍‍ କାଷ୍ଠ ଆଣିଲେ।
“‘Àwọn ènìyàn Dedani ni àwọn oníṣòwò rẹ, àti ọ̀pọ̀lọpọ̀ erékùṣù ni wọ́n jẹ́ oníbàárà rẹ̀; wọ́n mú eyín erin àti igi eboni san owó rẹ.
16 ତୁମ୍ଭ ହସ୍ତନିର୍ମିତ ଦ୍ରବ୍ୟର ବାହୁଲ୍ୟ ହେତୁ ଅରାମ ତୁମ୍ଭର ବଣିକ ଥିଲା; ସେମାନେ ତାମ୍ରମଣି, ଧୂମ୍ରବର୍ଣ୍ଣ ଓ ବୁଟାଦାର ବସ୍ତ୍ର, କ୍ଷୌମବସ୍ତ୍ର ଆଉ ପ୍ରବାଳ ଓ ପଦ୍ମରାଗ ମଣି ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
“‘Aramu ṣòwò pẹ̀lú nítorí ọ̀pọ̀lọpọ̀ iṣẹ́ òwò rẹ̀; wọn ṣe ìpààrọ̀ òkúta iyebíye, òwú elése àlùkò, aṣọ iṣẹ́ ọnà abẹ́rẹ́, aṣọ ọ̀gbọ̀ dáradára, ìlẹ̀kẹ̀ iyùn pupa fún ọjà títà rẹ.
17 ଯିହୁଦା ଓ ଇସ୍ରାଏଲ ଦେଶ ତୁମ୍ଭର ବ୍ୟବସାୟୀ ଥିଲେ; ସେମାନେ ମିନ୍ନୀତର ଗହମ ଓ ମିଷ୍ଟାନ୍ନ, ମଧୁ, ତୈଳ ଓ ଗୁଗ୍ଗୁଳ ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
“‘Juda àti Israẹli, àwọn ni oníṣòwò rẹ; wọn ṣe ìpààrọ̀ ọkà, Minniti, àkàrà àdídùn; oyin, epo àti ìkunra olóòórùn dídùn ni wọ́n fi ná ọjà rẹ.
18 ସର୍ବପ୍ରକାର ଧନର ବାହୁଲ୍ୟ କ୍ରମେ, ତୁମ୍ଭର ହସ୍ତନିର୍ମିତ ଦ୍ରବ୍ୟର ବାହୁଲ୍ୟ ସକାଶୁ ଦମ୍ମେଶକ ତୁମ୍ଭର ବଣିକ ଥିଲା, ସେମାନେ ହିଲ୍‍ବୋନର ଦ୍ରାକ୍ଷାରସ ଓ ଶୁଭ୍ର ମେଷଲୋମ ଦେଲେ।
“‘Damasku ni oníṣòwò rẹ, nítorí ọ̀pọ̀lọpọ̀ ohun ọjà tí ó ṣe àti ọ̀pọ̀lọpọ̀ ọrọ̀; ní ti ọtí wáìnì tí Helboni, àti irun àgùntàn funfun láti Sahari,
19 ବଦାନ ଓ ଯବନ ଲୋମନିର୍ମିତ ସୂତ୍ର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ; ତୁମ୍ଭ ବାଣିଜ୍ୟ ଦ୍ରବ୍ୟ ମଧ୍ୟରେ କାନ୍ତଲୌହ, ଗୁଡ଼ତ୍ୱକ୍‍ ଓ ସୁଗନ୍ଧି ବଚ ଥିଲା।
àti ìdẹ̀ ọtí wáìnì láti Isali, ohun wíwọ̀: irin dídán, kasia àti kálàmù ni àwọn ohun pàṣípàrọ̀ fún ọjà rẹ.
20 ଦଦାନ ବାହନର ଉପଯୋଗୀ ବହୁମୂଲ୍ୟ ବସ୍ତ୍ରାଦିରେ ତୁମ୍ଭର ବ୍ୟବସାୟୀ ଥିଲା।
“‘Dedani ni oníṣòwò rẹ ní aṣọ ìjókòó-lẹ́sin fún ẹṣin-gígùn.
21 ଆରବ ଓ କେଦାରର ଅଧିପତି ସମସ୍ତେ ତୁମ୍ଭର ହସ୍ତଗତ ବଣିକ ଥିଲେ; ମେଷଶାବକ, ମେଷ ଓ ଛାଗ, ଏସକଳ ବିଷୟରେ ସେମାନେ ତୁମ୍ଭର ବଣିକ ଥିଲେ।
“‘Àwọn ará Arabia àti gbogbo àwọn ọmọ-aládé ìlú Kedari àwọn ni àwọn oníbàárà rẹ; ní ti ọ̀dọ́-àgùntàn, àgbò àti ewúrẹ́, nínú ìwọ̀nyí ni wọ́n ti jẹ́ oníbàárà rẹ.
22 ଶିବାର ଓ ରୟମାର ବ୍ୟବସାୟୀମାନେ ତୁମ୍ଭର ବ୍ୟବସାୟୀ ଥିଲେ; ସେମାନେ ସର୍ବପ୍ରକାର ଶ୍ରେଷ୍ଠ ଗନ୍ଧଦ୍ରବ୍ୟ ଓ ସର୍ବପ୍ରକାର ବହୁମୂଲ୍ୟ ପ୍ରସ୍ତର, ଆଉ ସୁବର୍ଣ୍ଣ ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
“‘Àwọn oníṣòwò ti Ṣeba àti Raama, àwọn ni oníṣòwò rẹ; wọ́n ta onírúurú tùràrí olóòórùn dídùn dáradára ní ọjà rẹ, àti àwọn òkúta iyebíye àti wúrà.
23 ହାରଣ ଓ କନ୍ନୀ ଓ ଏଦନ, ଶିବାର ଏହି ବ୍ୟବସାୟୀମାନେ, ପୁଣି ଅଶୂର ଓ କିଲ୍ମଦ୍‍ ତୁମ୍ଭର ବ୍ୟବସାୟୀ ଥିଲେ।
“‘Harani àti Kanneh àti Edeni, àwọn oníṣòwò Ṣeba, Asiria àti Kilmadi, ni àwọn oníṣòwò rẹ.
24 ଏମାନେ ବାଣିଜ୍ୟ ଦ୍ରବ୍ୟ ମଧ୍ୟରେ ଉତ୍କୃଷ୍ଟ ନାନା ଦ୍ରବ୍ୟ, ନୀଳବର୍ଣ୍ଣ ଓ ବୁଟାଦାର ଆବରଣୀୟ ବସ୍ତ୍ର ଓ ବହୁମୂଲ୍ୟ ବସ୍ତ୍ର, ରଜ୍ଜୁରେ ବନ୍ଧା ଏରସ କାଷ୍ଠନିର୍ମିତ ସିନ୍ଦୁକରେ ତୁମ୍ଭର ବ୍ୟବସାୟୀ ଥିଲେ।
Wọ̀nyí ní oníbàárà rẹ ní onírúurú nǹkan: aṣọ aláró, àti oníṣẹ́-ọnà àti àpótí aṣọ olówó iyebíye, tí a fi okùn dì, tí a sì fi igi kedari ṣe, nínú àwọn ilé-ìtajà rẹ.
25 ତର୍ଶୀଶର ଜାହାଜସକଳ ତୁମ୍ଭର ବ୍ୟବସାୟକାରୀ ପଥିକ ସ୍ୱରୂପ ଥିଲେ; ପୁଣି, ତୁମ୍ଭେ ପରିପୂର୍ଣ୍ଣା ଓ ସମୁଦ୍ରର ମଧ୍ୟସ୍ଥଳରେ ଅତିଶୟ ପ୍ରତାପାନ୍ୱିତା ଥିଲ।
“‘Àwọn ọkọ̀ Tarṣiṣi ní èrò ní ọjà rẹ a ti mú ọ gbilẹ̀ a sì ti ṣe ọ́ lógo ní àárín gbùngbùn Òkun.
26 ତୁମ୍ଭର ନାବିକମାନେ ତୁମ୍ଭକୁ ଗଭୀର ଜଳ ମଧ୍ୟକୁ ଆଣିଅଛନ୍ତି; ପୂର୍ବୀୟ ବାୟୁ ସମୁଦ୍ରମାନଙ୍କ ମଧ୍ୟସ୍ଥଳରେ ତୁମ୍ଭକୁ ଭାଙ୍ଗି ପକାଇଅଛି।
Àwọn atukọ̀ rẹ ti mú ọ wá sínú omi ńlá. Ṣùgbọ́n afẹ́fẹ́ ìlà-oòrùn yóò fọ́ ọ sí wẹ́wẹ́ ní àárín gbùngbùn Òkun.
27 ତୁମ୍ଭର ଧନ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ, ତୁମ୍ଭର ବାଣିଜ୍ୟ, ତୁମ୍ଭର ନାବିକଗଣ ଓ ତୁମ୍ଭର କର୍ଣ୍ଣଧାରମାନେ, ତୁମ୍ଭର ଛିଦ୍ର ବଟାଳିବା ଲୋକମାନେ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ଧରିବା ଲୋକମାନେ, ଆଉ ତୁମ୍ଭର ମଧ୍ୟବର୍ତ୍ତୀ ଯୋଦ୍ଧା ସମସ୍ତେ ତୁମ୍ଭର ମଧ୍ୟବର୍ତ୍ତୀ ସମସ୍ତ ସମାଜ ସହିତ ତୁମ୍ଭର ପତନ ଦିନ ସମୁଦ୍ରମାନଙ୍କ ମଧ୍ୟସ୍ଥଳରେ ପତିତ ହେବେ।
Ọrọ̀ rẹ, ọjà rẹ àti àwọn ohun títà rẹ, àwọn ìṣúra rẹ, òṣìṣẹ́ ìtukọ̀ rẹ. Àwọn oníbàárà rẹ àti gbogbo àwọn jagunjagun rẹ, tí ó wà nínú rẹ, àti nínú gbogbo ẹgbẹ́ rẹ tí ó wà ní àárín rẹ yóò rì sínú àárín gbùngbùn Òkun ní ọjọ́ ìparun rẹ.
28 ତୁମ୍ଭ କର୍ଣ୍ଣଧାରଗଣର କ୍ରନ୍ଦନ ଶବ୍ଦରେ ଉପନଗରସମୂହ କମ୍ପିତ ହେବେ।
Ilẹ̀ etí Òkun yóò mì nítorí ìró igbe àwọn atukọ̀ rẹ.
29 ପୁଣି, ଆହୁଲା ଧରିବା ସମସ୍ତ ଲୋକ, ନାବିକମାନେ ଓ ସମୁଦ୍ରସ୍ଥ କର୍ଣ୍ଣଧାର ସମସ୍ତେ ଆପଣା ଆପଣା ଜାହାଜରୁ ଓହ୍ଲାଇ ଆସି ସ୍ଥଳରେ ଠିଆ ହେବେ,
Gbogbo àwọn alájẹ̀, àwọn atukọ̀ Òkun àti àwọn atọ́kọ̀ ojú Òkun; yóò sọ̀ kálẹ̀ kúrò nínú ọkọ̀ wọn, wọn yóò dúró lórí ilẹ̀.
30 ପୁଣି, ତୁମ୍ଭ ଉଦ୍ଦେଶ୍ୟରେ ଆପଣାମାନଙ୍କ ଶବ୍ଦ ଶୁଣାଇ ଅତିଶୟ କ୍ରନ୍ଦନ କରିବେ ଓ ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇ ଭସ୍ମରେ ଗଡ଼ିବେ;
Wọn yóò jẹ́ kí a gbọ́ ohùn wọn lòdì sí ọ wọn yóò sì sọkún kíkorò lé ọ lórí wọn yóò ku eruku lé orí ara wọn wọn yóò sì yí ara wọn nínú eérú.
31 ଆଉ, ସେମାନେ ତୁମ୍ଭ ସକାଶୁ ମସ୍ତକ ମୁଣ୍ଡନ କରି କଟିଦେଶରେ ଚଟ ବାନ୍ଧିବେ, ଆଉ ତୁମ୍ଭ ସକାଶୁ ପ୍ରାଣର ବିକଳତାରେ ରୋଦନ କରି ଅତିଶୟ ବିଳାପ କରିବେ।
Wọn yóò fá irun orí wọn nítorí rẹ wọn yóò wọ aṣọ yíya wọn yóò pohùnréré ẹkún pẹ̀lú ìkorò ọkàn nítorí rẹ pẹ̀lú ohùn réré ẹkún kíkorò.
32 ପୁଣି, ସେମାନେ ଆପଣାମାନଙ୍କର ଶୋକ ସମୟରେ ତୁମ୍ଭ ଉଦ୍ଦେଶ୍ୟରେ ବିଳାପ କରି ତୁମ୍ଭ ବିଷୟରେ ଏହି କଥା କହି ବିଳାପ କରିବେ, ‘ସୋର ପରି, ଯେ ସମୁଦ୍ର ମଧ୍ୟସ୍ଥାନରେ ନିସ୍ତବ୍ଧା ହେଲା, ତାହା ପରି କିଏ ଅଛି?
Àti nínú arò wọn ni wọn yóò sì pohùnréré ẹkún fún ọ wọn yóò sì pohùnréré ẹkún sórí rẹ, wí pé: “Ta ni ó dàbí Tire èyí tí ó parun ní àárín Òkun?”
33 ଯେତେବେଳେ ତୁମ୍ଭର ବାଣିଜ୍ୟ ଦ୍ରବ୍ୟସବୁ ସମୁଦ୍ରମାନଙ୍କ ମଧ୍ୟରୁ ବାହାରିଗଲା, ସେତେବେଳେ ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ପରିପୂର୍ଣ୍ଣ କଲ; ତୁମ୍ଭେ ଆପଣା ଧନ ଓ ବାଣିଜ୍ୟ ଦ୍ରବ୍ୟର ବାହୁଲ୍ୟରେ ପୃଥିବୀର ରାଜାଗଣକୁ ଧନୀ କଲ।
Nígbà tí ọjà títà rẹ ti Òkun jáde wá ìwọ tẹ́ ọ̀pọ̀lọpọ̀ orílẹ̀-èdè lọ́rùn ìwọ fi ọrọ̀ tí ó pọ̀ àti àwọn ọjà títà rẹ sọ àwọn ọba ayé di ọlọ́rọ̀.
34 ତୁମ୍ଭେ ସମୁଦ୍ର ଦ୍ୱାରା ଗଭୀର ଜଳରାଶିରେ ଭଗ୍ନ ହେବା ସମୟରେ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ଓ ତୁମ୍ଭର ସମସ୍ତ ସମାଜ ତୁମ୍ଭ ମଧ୍ୟରେ ପତିତ ହେଲେ।
Ní ìsinsin yìí tí Òkun fọ ọ túútúú nínú ibú omi; nítorí náà òwò rẹ àti gbogbo ẹgbẹ́ rẹ ní àárín rẹ, ni yóò ṣubú.
35 ଦ୍ୱୀପସମୂହର ନିବାସୀ ସମସ୍ତେ ତୁମ୍ଭ ବିଷୟରେ ବିସ୍ମିତ ହୋଇଅଛନ୍ତି ଓ ସେମାନଙ୍କର ରାଜାଗଣ ଅତ୍ୟନ୍ତ ଭୀତ ହୋଇଅଛନ୍ତି ଓ ସେମାନଙ୍କର ବଦନ ବିଷଣ୍ଣ ହୋଇଅଛି।
Ẹnu yóò ya gbogbo àwọn ti ń gbé ní erékùṣù náà sí ọ jìnnìjìnnì yóò bo àwọn ọba wọn, ìyọnu yóò sì han ní ojú wọn.
36 ଗୋଷ୍ଠୀଗଣର ମଧ୍ୟବର୍ତ୍ତୀ ବଣିକମାନେ ତୁମ୍ଭ ଉଦ୍ଦେଶ୍ୟରେ ଶୀଷ୍‍ ଶବ୍ଦ କରନ୍ତି; ତୁମ୍ଭେ ଭୟଙ୍କର ହୋଇଅଛ, ପୁଣି, ତୁମ୍ଭେ ଆଉ କେବେ ସ୍ଥାପିତ ହେବ ନାହିଁ।’”
Àwọn oníṣòwò láàrín àwọn orílẹ̀-èdè dún bí ejò sí ọ ìwọ yóò sì jẹ́ ẹ̀rù ìwọ kì yóò sì ṣí mọ́ láéláé.’”

< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 27 >