< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 27 >
1 ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
И бысть слово Господне ко мне глаголя:
2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସୋର ବିଷୟରେ ବିଳାପ କର;
и ты, сыне человечь, возми на Сор плачь,
3 ଆଉ, ସୋରକୁ କୁହ, ହେ ସମୁଦ୍ରର ପ୍ରବେଶ ସ୍ଥାନ ନିବାସିନୀ; ଅନେକ ଦ୍ୱୀପରେ ଗୋଷ୍ଠୀଗଣର ବାଣିଜ୍ୟକାରିଣୀ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ସୋର, ତୁମ୍ଭେ କହିଅଛ, ମୁଁ ପରମସୁନ୍ଦରୀ,
и речеши Сору населенному на морстем входе, торжищу людий от островов многих, сия глаголет Адонаи Господь Сору: ты рекл еси: аз сам возложих на мя мою доброту,
4 ସମୁଦ୍ରଗଣର ମଧ୍ୟସ୍ଥଳରେ ତୁମ୍ଭର ସୀମା, ତୁମ୍ଭର ନିର୍ମାଣକାରୀମାନେ ତୁମ୍ଭର ସୌନ୍ଦର୍ଯ୍ୟ ସିଦ୍ଧ କରିଅଛନ୍ତି।”
в сердцы морстем веелиму, и сынове твои возложиша на тя доброту.
5 ସେମାନେ ସନୀରୀୟ ଦେବଦାରୁ କାଷ୍ଠରେ ତୁମ୍ଭର ତକ୍ତା କାଠପଟା ସବୁ ପ୍ରସ୍ତୁତ କରିଅଛନ୍ତି, ସେମାନେ ତୁମ୍ଭର ମାସ୍ତୁଲ ପ୍ରସ୍ତୁତ କରିବା ପାଇଁ ଲିବାନୋନରୁ ଏରସ କାଷ୍ଠ ନେଇଅଛନ୍ତି।
Кедр от Санира истесася тебе, тонкия доски кипарисныя от Ливана взяты быша, еже сотворити тебе ядрила елова:
6 ବାଶନର ଅଲୋନ କାଷ୍ଠରେ ସେମାନେ ତୁମ୍ଭର ଆହୁଲା ପ୍ରସ୍ତୁତ କରିଅଛନ୍ତି; ସେମାନେ କିତ୍ତୀମ ଦ୍ୱୀପରୁ ଆନୀତ ତାଶୂର କାଷ୍ଠରେ ଖଚିତ ହସ୍ତୀଦନ୍ତ ଦ୍ୱାରା ତୁମ୍ଭର ଆସନ ନିର୍ମାଣ କରିଅଛନ୍ତି।
от Васанитиды сотвориша весла твоя: святилища твоя состроиша от слоновых (костей), домы древяны от островов Хеттиимских:
7 ତୁମ୍ଭର ଧ୍ୱଜା ହେବା ପାଇଁ ମିସର ଦେଶରୁ ଆନୀତ ସୂଚୀକର୍ମରେ ଚିତ୍ରିତ ଶୁଭ୍ର କ୍ଷୌମବସ୍ତ୍ରରେ ତୁମ୍ଭର ପାଲ ପ୍ରସ୍ତୁତ ହୋଇଥିଲା; ତୁମ୍ଭର ଚାନ୍ଦୁଆ ଇଲୀଶା ଦ୍ୱୀପସମୂହର ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ରରେ ପ୍ରସ୍ତୁତ ହୋଇଥିଲା।
виссон со испещрением от Египта бысть тебе постеля, еже обложити тебе славу и облещи тя в синету и во багряницу от островов Елиссе, и бысть одежда твоя.
8 ସୀଦୋନ ଓ ଅର୍ବଦ ନିବାସୀମାନେ ତୁମ୍ଭର ଆହୁଲା ମାରିବାର ଲୋକ ଥିଲେ; ହେ ସୋର, ତୁମ୍ଭର ଜ୍ଞାନୀ ଲୋକ ତୁମ୍ଭ ମଧ୍ୟରେ ଥିଲେ, ସେମାନେ ତୁମ୍ଭର କର୍ଣ୍ଣଧାର ହୋଇଥିଲେ।
И князи твои живущии во Сидоне и Арадиане быша весленицы твои: премудрии твои, Сор, иже быша в тебе, сии кормчии твои.
9 ତୁମ୍ଭର ମଧ୍ୟବର୍ତ୍ତୀ ଗବାଲର ପ୍ରାଚୀନବର୍ଗ ଓ ତହିଁର ଜ୍ଞାନୀମାନେ ତୁମ୍ଭର ନୌକା ବଟାଳିବା ଲୋକ ହୋଇଥିଲେ; ସମୁଦ୍ରର ଯାବତୀୟ ଜାହାଜ ଓ ସେମାନଙ୍କର ନାବିକଗଣ ବାଣିଜ୍ୟ ଦ୍ରବ୍ୟ ଧରିବା ନିମନ୍ତେ ତୁମ୍ଭ ମଧ୍ୟରେ ଥିଲେ।
Старейшины Вивлийстии и премудрии их, иже быша в тебе, тии укрепляху совет твой: и вси корабли морстии и весленицы их быша в тебе ко западом западов.
10 ପାରସ୍ୟ, ଲୁଦ୍ ଓ ପୂଟ୍ ଦେଶୀୟମାନେ ତୁମ୍ଭ ସୈନ୍ୟସାମନ୍ତ ମଧ୍ୟରେ ତୁମ୍ଭର ଯୋଦ୍ଧା ଥିଲେ; ସେମାନେ ତୁମ୍ଭ ମଧ୍ୟରେ ଢାଲ ଓ ଟୋପର ଟଙ୍ଗାଇ ରଖିଲେ; ସେମାନେ ତୁମ୍ଭର ଶୋଭା ପ୍ରକାଶ କଲେ।
Персяне и Лидяне и Ливиане беша в силе твоей, мужие доблии твои щиты и шлемы повесиша в тебе, сии даша славу твою.
11 ଅର୍ବଦର ଲୋକମାନେ ତୁମ୍ଭ ସୈନ୍ୟସାମନ୍ତ ସଙ୍ଗରେ ତୁମ୍ଭ ପ୍ରାଚୀରର ଉପରେ ଚତୁର୍ଦ୍ଦିଗରେ ଥିଲେ ଓ ଗାମ୍ମାଦୀୟମାନେ ତୁମ୍ଭର ସବୁ ଗଡ଼ ଉପରେ ଥିଲେ; ସେମାନେ ତୁମ୍ଭ ପ୍ରାଚୀର ଉପରେ ଚତୁର୍ଦ୍ଦିଗରେ ଆପଣା ଆପଣା ଢାଲ ଟଙ୍ଗାଇଲେ; ସେମାନେ ତୁମ୍ଭର ସୌନ୍ଦର୍ଯ୍ୟ ସିଦ୍ଧ କରିଅଛନ୍ତି।
Сынове Арадийстии и сила твоя на забралех твоих окрест: но и Мидяне во пиргах твоих быша стражие, тулы своя обесиша на забралех твоих окрест: сии совершиша твою доброту.
12 “ସବୁ ପ୍ରକାର ଧନର ବାହୁଲ୍ୟ ସକାଶୁ ତର୍ଶୀଶ ତୁମ୍ଭର ବଣିକ ଥିଲା, ସେମାନେ ରୂପା, ଲୁହା, ଦସ୍ତା ଓ ସୀସା ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
Кархидоняне купцы твои, от множества силы твоея, сребро и злато, и медь и железо, и чистое олово и свинец даша куплю твою.
13 ଯବନ, ତୁବଲ୍ ଓ ମେଶକ୍ ତୁମ୍ଭର ବ୍ୟବସାୟୀ ଥିଲେ; ସେମାନେ ମନୁଷ୍ୟ ଓ ପିତ୍ତଳର ପାତ୍ର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
Еллада вся и ближнии твои продаяху в тебе душы человечы, и сосуды медяны даша куплю твою.
14 ତୋଗର୍ମା ବଂଶୀୟ ଲୋକମାନେ ଅଶ୍ୱ, ଯୁଦ୍ଧାଶ୍ୱ ଓ ଖଚର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
От дому Форгамова кони и конники и мщята даша куплю твою.
15 ଦଦାନର ଲୋକମାନେ ତୁମ୍ଭର ବ୍ୟବସାୟୀ ଥିଲେ; ଅନେକ ଦ୍ୱୀପ ତୁମ୍ଭର ହସ୍ତଗତ ଗଞ୍ଜ ଥିଲା, ସେମାନେ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବଦଳେ ହାତୀର ଦନ୍ତ ଶୃଙ୍ଗ ଓ ଅବଲୁସ୍ କାଷ୍ଠ ଆଣିଲେ।
Сынове Родийстии купцы твои от островов умножиша куплю твою, зубы слоновы, и вводимым воздавал еси мзды твоя.
16 ତୁମ୍ଭ ହସ୍ତନିର୍ମିତ ଦ୍ରବ୍ୟର ବାହୁଲ୍ୟ ହେତୁ ଅରାମ ତୁମ୍ଭର ବଣିକ ଥିଲା; ସେମାନେ ତାମ୍ରମଣି, ଧୂମ୍ରବର୍ଣ୍ଣ ଓ ବୁଟାଦାର ବସ୍ତ୍ର, କ୍ଷୌମବସ୍ତ୍ର ଆଉ ପ୍ରବାଳ ଓ ପଦ୍ମରାଗ ମଣି ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
Человеки куплю твою от множества примешенца твоего, стакти и пестроты и синету от Фарсиса, и рамоф и хорхор даша куплю твою.
17 ଯିହୁଦା ଓ ଇସ୍ରାଏଲ ଦେଶ ତୁମ୍ଭର ବ୍ୟବସାୟୀ ଥିଲେ; ସେମାନେ ମିନ୍ନୀତର ଗହମ ଓ ମିଷ୍ଟାନ୍ନ, ମଧୁ, ତୈଳ ଓ ଗୁଗ୍ଗୁଳ ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
Иуда и сынове Израилевы, сии купцы твои: продаянием пшеницы и миров и касии, и первый мед и елей и ритину даша примешенцу твоему.
18 ସର୍ବପ୍ରକାର ଧନର ବାହୁଲ୍ୟ କ୍ରମେ, ତୁମ୍ଭର ହସ୍ତନିର୍ମିତ ଦ୍ରବ୍ୟର ବାହୁଲ୍ୟ ସକାଶୁ ଦମ୍ମେଶକ ତୁମ୍ଭର ବଣିକ ଥିଲା, ସେମାନେ ହିଲ୍ବୋନର ଦ୍ରାକ୍ଷାରସ ଓ ଶୁଭ୍ର ମେଷଲୋମ ଦେଲେ।
Дамаск купцы твои от множества всея силы твоея, вино от Хелвона, и волну блещащуся от Милита, и вино Деданово и Ионаново и Меозелево в куплю твою даша.
19 ବଦାନ ଓ ଯବନ ଲୋମନିର୍ମିତ ସୂତ୍ର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ; ତୁମ୍ଭ ବାଣିଜ୍ୟ ଦ୍ରବ୍ୟ ମଧ୍ୟରେ କାନ୍ତଲୌହ, ଗୁଡ଼ତ୍ୱକ୍ ଓ ସୁଗନ୍ଧି ବଚ ଥିଲା।
От ассиила железо деланое и колеса в примесницех твоих суть.
20 ଦଦାନ ବାହନର ଉପଯୋଗୀ ବହୁମୂଲ୍ୟ ବସ୍ତ୍ରାଦିରେ ତୁମ୍ଭର ବ୍ୟବସାୟୀ ଥିଲା।
Дедан купцы твои со скоты избранными в колесницы.
21 ଆରବ ଓ କେଦାରର ଅଧିପତି ସମସ୍ତେ ତୁମ୍ଭର ହସ୍ତଗତ ବଣିକ ଥିଲେ; ମେଷଶାବକ, ମେଷ ଓ ଛାଗ, ଏସକଳ ବିଷୟରେ ସେମାନେ ତୁମ୍ଭର ବଣିକ ଥିଲେ।
Аравиа и вси князи Кидарстии, сии купцы рукою твоею, велблюды и овны и агнцы в тебе продадят, имиже куплю творят.
22 ଶିବାର ଓ ରୟମାର ବ୍ୟବସାୟୀମାନେ ତୁମ୍ଭର ବ୍ୟବସାୟୀ ଥିଲେ; ସେମାନେ ସର୍ବପ୍ରକାର ଶ୍ରେଷ୍ଠ ଗନ୍ଧଦ୍ରବ୍ୟ ଓ ସର୍ବପ୍ରକାର ବହୁମୂଲ୍ୟ ପ୍ରସ୍ତର, ଆଉ ସୁବର୍ଣ୍ଣ ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
Купцы Савы и Раммы, тии купцы твои с первыми сладостьми и со камением драгим, и злато даша куплю тебе.
23 ହାରଣ ଓ କନ୍ନୀ ଓ ଏଦନ, ଶିବାର ଏହି ବ୍ୟବସାୟୀମାନେ, ପୁଣି ଅଶୂର ଓ କିଲ୍ମଦ୍ ତୁମ୍ଭର ବ୍ୟବସାୟୀ ଥିଲେ।
Харран, Ханаа и Дедан, сии купцы твои: Сава, Ассур и Харман купцы твои,
24 ଏମାନେ ବାଣିଜ୍ୟ ଦ୍ରବ୍ୟ ମଧ୍ୟରେ ଉତ୍କୃଷ୍ଟ ନାନା ଦ୍ରବ୍ୟ, ନୀଳବର୍ଣ୍ଣ ଓ ବୁଟାଦାର ଆବରଣୀୟ ବସ୍ତ୍ର ଓ ବହୁମୂଲ୍ୟ ବସ୍ତ୍ର, ରଜ୍ଜୁରେ ବନ୍ଧା ଏରସ କାଷ୍ଠନିର୍ମିତ ସିନ୍ଦୁକରେ ତୁମ୍ଭର ବ୍ୟବସାୟୀ ଥିଲେ।
приносяще куплю синету и червленицу, и испещренная и сокровища избранная связана ужами, и кипарисная.
25 ତର୍ଶୀଶର ଜାହାଜସକଳ ତୁମ୍ଭର ବ୍ୟବସାୟକାରୀ ପଥିକ ସ୍ୱରୂପ ଥିଲେ; ପୁଣି, ତୁମ୍ଭେ ପରିପୂର୍ଣ୍ଣା ଓ ସମୁଦ୍ରର ମଧ୍ୟସ୍ଥଳରେ ଅତିଶୟ ପ୍ରତାପାନ୍ୱିତା ଥିଲ।
Корабли, в тех купля твоя, (корабли) Кархидонстии купцы твои, во множестве смесник твоих, и насытился еси, и отягчал зело в сердцах морских.
26 ତୁମ୍ଭର ନାବିକମାନେ ତୁମ୍ଭକୁ ଗଭୀର ଜଳ ମଧ୍ୟକୁ ଆଣିଅଛନ୍ତି; ପୂର୍ବୀୟ ବାୟୁ ସମୁଦ୍ରମାନଙ୍କ ମଧ୍ୟସ୍ଥଳରେ ତୁମ୍ଭକୁ ଭାଙ୍ଗି ପକାଇଅଛି।
В воде мнозе привождаху тя весленицы твои: ветр южный сокруши тя в сердцы морстем.
27 ତୁମ୍ଭର ଧନ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ, ତୁମ୍ଭର ବାଣିଜ୍ୟ, ତୁମ୍ଭର ନାବିକଗଣ ଓ ତୁମ୍ଭର କର୍ଣ୍ଣଧାରମାନେ, ତୁମ୍ଭର ଛିଦ୍ର ବଟାଳିବା ଲୋକମାନେ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ଧରିବା ଲୋକମାନେ, ଆଉ ତୁମ୍ଭର ମଧ୍ୟବର୍ତ୍ତୀ ଯୋଦ୍ଧା ସମସ୍ତେ ତୁମ୍ଭର ମଧ୍ୟବର୍ତ୍ତୀ ସମସ୍ତ ସମାଜ ସହିତ ତୁମ୍ଭର ପତନ ଦିନ ସମୁଦ୍ରମାନଙ୍କ ମଧ୍ୟସ୍ଥଳରେ ପତିତ ହେବେ।
Быша силы твоя и мзда твоя от смесник твоих, и весленицы твои и кормчии твои, и советницы твои и смесницы от смесников твоих, и вси мужие твои доблии в тебе и весь сонм твой падут среде тебе в сердцы морстем, в день падения твоего.
28 ତୁମ୍ଭ କର୍ଣ୍ଣଧାରଗଣର କ୍ରନ୍ଦନ ଶବ୍ଦରେ ଉପନଗରସମୂହ କମ୍ପିତ ହେବେ।
От гласа вопля твоего кормчии твои страхом убоятся.
29 ପୁଣି, ଆହୁଲା ଧରିବା ସମସ୍ତ ଲୋକ, ନାବିକମାନେ ଓ ସମୁଦ୍ରସ୍ଥ କର୍ଣ୍ଣଧାର ସମସ୍ତେ ଆପଣା ଆପଣା ଜାହାଜରୁ ଓହ୍ଲାଇ ଆସି ସ୍ଥଳରେ ଠିଆ ହେବେ,
И снидут с кораблей своих вси весленицы твои, и всадницы и ловцы морстии на земли станут:
30 ପୁଣି, ତୁମ୍ଭ ଉଦ୍ଦେଶ୍ୟରେ ଆପଣାମାନଙ୍କ ଶବ୍ଦ ଶୁଣାଇ ଅତିଶୟ କ୍ରନ୍ଦନ କରିବେ ଓ ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇ ଭସ୍ମରେ ଗଡ଼ିବେ;
и воскликнут на тя гласом своим, и воскричат горце, и возложат землю на главы своя, и прах постелют:
31 ଆଉ, ସେମାନେ ତୁମ୍ଭ ସକାଶୁ ମସ୍ତକ ମୁଣ୍ଡନ କରି କଟିଦେଶରେ ଚଟ ବାନ୍ଧିବେ, ଆଉ ତୁମ୍ଭ ସକାଶୁ ପ୍ରାଣର ବିକଳତାରେ ରୋଦନ କରି ଅତିଶୟ ବିଳାପ କରିବେ।
и оплешивеют над тобою плешьми, и облекутся во вретище, и восплачутся о тебе в горести души, и плачем горьким ужаснутся:
32 ପୁଣି, ସେମାନେ ଆପଣାମାନଙ୍କର ଶୋକ ସମୟରେ ତୁମ୍ଭ ଉଦ୍ଦେଶ୍ୟରେ ବିଳାପ କରି ତୁମ୍ଭ ବିଷୟରେ ଏହି କଥା କହି ବିଳାପ କରିବେ, ‘ସୋର ପରି, ଯେ ସମୁଦ୍ର ମଧ୍ୟସ୍ଥାନରେ ନିସ୍ତବ୍ଧା ହେଲା, ତାହା ପରି କିଏ ଅଛି?
и возмут о тебе сынове их плачь, возрыдают плаканием о тебе: кто якоже Тир умолкнувый среде моря? Колику обрел еси мзду от моря?
33 ଯେତେବେଳେ ତୁମ୍ଭର ବାଣିଜ୍ୟ ଦ୍ରବ୍ୟସବୁ ସମୁଦ୍ରମାନଙ୍କ ମଧ୍ୟରୁ ବାହାରିଗଲା, ସେତେବେଳେ ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ପରିପୂର୍ଣ୍ଣ କଲ; ତୁମ୍ଭେ ଆପଣା ଧନ ଓ ବାଣିଜ୍ୟ ଦ୍ରବ୍ୟର ବାହୁଲ୍ୟରେ ପୃଥିବୀର ରାଜାଗଣକୁ ଧନୀ କଲ।
Наполнил еси страны от множества твоего и от смесник твоих обогатил еси вся цари земныя.
34 ତୁମ୍ଭେ ସମୁଦ୍ର ଦ୍ୱାରା ଗଭୀର ଜଳରାଶିରେ ଭଗ୍ନ ହେବା ସମୟରେ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ଓ ତୁମ୍ଭର ସମସ୍ତ ସମାଜ ତୁମ୍ଭ ମଧ୍ୟରେ ପତିତ ହେଲେ।
Ныне же сокрушился еси в мори, во глубинах водных смесницы твои, и весь сонм твой среде тебе падоша, и вси весленицы твои.
35 ଦ୍ୱୀପସମୂହର ନିବାସୀ ସମସ୍ତେ ତୁମ୍ଭ ବିଷୟରେ ବିସ୍ମିତ ହୋଇଅଛନ୍ତି ଓ ସେମାନଙ୍କର ରାଜାଗଣ ଅତ୍ୟନ୍ତ ଭୀତ ହୋଇଅଛନ୍ତି ଓ ସେମାନଙ୍କର ବଦନ ବିଷଣ୍ଣ ହୋଇଅଛି।
Вси же живущии во островех уныли по тебе, и царие их ужасом ужасошася, и прослезися лице их.
36 ଗୋଷ୍ଠୀଗଣର ମଧ୍ୟବର୍ତ୍ତୀ ବଣିକମାନେ ତୁମ୍ଭ ଉଦ୍ଦେଶ୍ୟରେ ଶୀଷ୍ ଶବ୍ଦ କରନ୍ତି; ତୁମ୍ଭେ ଭୟଙ୍କର ହୋଇଅଛ, ପୁଣି, ତୁମ୍ଭେ ଆଉ କେବେ ସ୍ଥାପିତ ହେବ ନାହିଁ।’”
Купцы от язык позвиждут о тебе, в погибель был еси, и ктому не будеши в век, глаголет Господь Бог.