< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 26 >

1 ଏଥିଉତ୍ତାରେ ଏକାଦଶ ବର୍ଷର ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
Pa chaka cha khumi ndi chimodzi, tsiku loyamba la mwezi, Yehova anandiyankhula kuti:
2 “ହେ ମନୁଷ୍ୟ-ସନ୍ତାନ, ଯିରୂଶାଲମ ବିରୁଦ୍ଧରେ ସୋର ସହର କହିଅଛି, ‘ଭଲ ହେଲା, ଭଲ ହେଲା, ଯେ ଗୋଷ୍ଠୀୟମାନଙ୍କର ନଗର-ଦ୍ୱାର ସ୍ୱରୂପ ଥିଲା, ସେ ଭଗ୍ନ ହୋଇ ଯାଇଅଛି; ସେ ଆମ୍ଭ ପ୍ରତି ଫେରିଅଛି; ସେ ଏବେ ଶୂନ୍ୟ ହେବାରୁ ଆମ୍ଭେ ପରିପୂର୍ଣ୍ଣ ହେବା;’
“Iwe mwana wa munthu, anthu a ku Turo ananyogodola Yerusalemu kuti ‘Hii! Uja amene anali chipata choloweramo anthu a mitundu ina wawonongeka. Zitseko zake zatsekukira ife. Tidzalemera popeza wasanduka bwinja.’
3 ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ସୋର, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ସମୁଦ୍ର ଯେପରି ତରଙ୍ଗ ଉଠାଏ, ସେହିପରି ଆମ୍ଭେ ତୁମ୍ଭ ବିରୁଦ୍ଧରେ ଅନେକ ଗୋଷ୍ଠୀଙ୍କୁ ଉଠାଇବା।
Nʼchifukwa chake, Ine Ambuye Yehova ndikuti: Ndidzakulangani, inu anthu a ku Turo. Ndidzakuyitanirani anthu a mitundu ina kuti adzakulangeni monga momwe mafunde amawombera pa Nyanja.
4 ତହିଁରେ ସେମାନେ ସୋରର ପ୍ରାଚୀର ନଷ୍ଟ କରିବେ ଓ ତାହାର ଦୁର୍ଗସବୁ ଭାଙ୍ଗି ପକାଇବେ, ଆମ୍ଭେ ମଧ୍ୟ ତାହାର ଧୂଳିସବୁ ଚାଞ୍ଛି ପକାଇ ତାକୁ ଶୁଷ୍କ ଶୈଳ କରିବା।
Anthuwo adzawononga makoma a Turo ndi kugwetsa nsanja zake. Ndidzapala dothi lake ndipo ndidzamusandutsa thanthwe losalala.
5 ସେ ସମୁଦ୍ର ମଧ୍ୟରେ ଜାଲ ପ୍ରସାରିବାର ସ୍ଥାନ ହେବ; କାରଣ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଏହା କହିଅଛୁ; ଆଉ, ସେ ଗୋଷ୍ଠୀୟମାନଙ୍କ ପ୍ରତି ଲୁଟିତ ଦ୍ରବ୍ୟ ସ୍ୱରୂପ ହେବ।
Udzakhala poyanikapo makoka pakati pa nyanja. Ine Ambuye Yehova ndayankhula zimenezo. Udzasanduka chofunkha cha anthu a mitundu ina.
6 ପୁଣି, କ୍ଷେତ୍ରସ୍ଥିତ ତାହାର କନ୍ୟାଗଣ ଖଡ୍ଗରେ ହତ ହେବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
Anthu okhala ku mtunda adzasakazidwa ndi lupanga. Pamenepo adzadziwa kuti Ine ndine Yehova.
7 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ଉତ୍ତର ଦିଗରୁ ଅଶ୍ୱ, ରଥ, ଅଶ୍ୱାରୋହୀଗଣ, ସମାଜ ଓ ଅନେକ ଲୋକ ସହିତ ରାଜାଧିରାଜ ବାବିଲର ରାଜା ନବୂଖଦ୍‍ନିତ୍ସରକୁ ସୋର ବିରୁଦ୍ଧରେ ଆଣିବା।
“Ine Ambuye Yehova ndikuti: Iwe Turo, ndidzakubweretsera Nebukadinezara, mfumu ya ku Babuloni mfumu ya mafumu, kuchokera kumpoto pamodzi ndi akavalo ndiponso magaleta, anthu okwera pa akavalo ndi gulu lalikulu la ankhondo.
8 ସେ କ୍ଷେତ୍ରସ୍ଥିତ ତୁମ୍ଭର କନ୍ୟାଗଣକୁ ଖଡ୍ଗରେ ବଧ କରିବ; ଆଉ, ସେ ତୁମ୍ଭ ବିରୁଦ୍ଧରେ ଦୁର୍ଗ ନିର୍ମାଣ କରିବ, ତୁମ୍ଭ ବିରୁଦ୍ଧରେ ବନ୍ଧ ବାନ୍ଧିବ ଓ ତୁମ୍ଭ ବିରୁଦ୍ଧରେ ଢାଲ ଉଠାଇବ।
Anthu okhala ku mtunda adzawapha ndi lupanga. Adzapanga mitumbira yankhondo ndi kukukwezera zishango kuti alimbane nawe.
9 ପୁଣି, ସେ ତୁମ୍ଭ ପ୍ରାଚୀରରେ ଦୁର୍ଗଭେଦକ ଯନ୍ତ୍ର ସ୍ଥାପନ କରିବ ଓ ତାହାର ଅସ୍ତ୍ରଶସ୍ତ୍ର ଦ୍ୱାରା ସେ ତୁମ୍ଭର ଗଡ଼ସବୁ ଭାଙ୍ଗି ପକାଇବ।
Adzagwetsa makoma ako ndi zida zogumulira khoma ndi kugwetsa nsanja zako ndi nkhwangwa zake.
10 ତାହାର ଅଶ୍ୱଗଣର ବାହୁଲ୍ୟ ସକାଶୁ ସେମାନଙ୍କର ଧୂଳି ତୁମ୍ଭକୁ ଆଚ୍ଛାଦନ କରିବ; ଲୋକେ ଭଗ୍ନ ପ୍ରାଚୀର ବିଶିଷ୍ଟ ନଗରରେ ପ୍ରବେଶ କଲା ପରି, ଯେତେବେଳେ ସେ ତୁମ୍ଭ ନଗର-ଦ୍ୱାରରେ ପ୍ରବେଶ କରିବ, ସେତେବେଳେ ଅଶ୍ୱାରୋହୀଗଣର, ଶଗଡ଼ ଓ ରଥସମୂହର ଶବ୍ଦରେ ତୁମ୍ଭର ପ୍ରାଚୀରସବୁ କମ୍ପି ଉଠିବ।
Akavalo ake adzakhala ochuluka kwambiri kotero kuti adzakukwirira ndi fumbi lawo. Makoma ako adzagwedezeka ndi mdidi wa akavalo, ngolo ndi magaleta pamene iye adzalowa pa zipata monga mmene amalowera mu mzinda umene makoma ake agwetsedwa.
11 ସେ ଆପଣା ଅଶ୍ୱଗଣର ଖୁରାରେ ତୁମ୍ଭର ସଡ଼କସବୁ ଦଳି ପକାଇବ; ସେ ତୁମ୍ଭ ଲୋକମାନଙ୍କୁ ଖଡ୍ଗରେ ବଧ କରିବ ଓ ତୁମ୍ଭର ପରାକ୍ରମସୂଚକ ସ୍ତମ୍ଭସକଳ ଭୂମିସାତ୍‍ କରିବ।
Akavalo ake adzapondaponda mʼmisewu yako yonse ndi ziboda zawo. Adzapha anthu ako ndi lupanga. Mizati yako yolimba idzagwetsedwa.
12 ପୁଣି, ସେମାନେ ତୁମ୍ଭ ସମ୍ପତ୍ତିସବୁ ଲୁଟି ନେବେ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ହରଣ କରିବେ; ଆଉ, ସେମାନେ ତୁମ୍ଭର ପ୍ରାଚୀର ଭାଙ୍ଗି ପକାଇବେ ଓ ତୁମ୍ଭର ମନୋରମ ଗୃହସବୁ ଧ୍ୱଂସ କରିବେ; ଆଉ, ସେମାନେ ତୁମ୍ଭର ପ୍ରସ୍ତର, କାଷ୍ଠ ଓ ଧୂଳିସବୁ ଜଳରେ ନିକ୍ଷେପ କରିବେ।
Iwo adzafunkha chuma chako ndipo adzalanda zinthu zako za malonda. Adzagwetsa makoma ako ndi kuwononga nyumba zako zabwino. Adzaponya miyala yako, matabwa ako ndi dothi lako mʼnyanja.
13 ପୁଣି, ଆମ୍ଭେ ତୁମ୍ଭର ଗାୟନ ଶବ୍ଦ ନିବୃତ୍ତ କରାଇବା ଓ ତୁମ୍ଭ ବୀଣାର ଧ୍ୱନି ଆଉ ଶୁଣାଯିବ ନାହିଁ।
Choncho ndidzathetsa phokoso la nyimbo zanu, ndipo kulira kwa apangwe ako sikudzamvekanso.
14 ପୁଣି, ଆମ୍ଭେ ତୁମ୍ଭକୁ ଶୁଷ୍କ ଶୈଳ କରିବା; ତୁମ୍ଭେ ଜାଲ ପ୍ରସାରିବାର ସ୍ଥାନ ହେବ; ତୁମ୍ଭେ ଆଉ ନିର୍ମିତ ନୋହିବ କାରଣ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Ndidzakusandutsa thanthwe losalala, ndipo udzakhala malo woyanikapo makoka a nsomba. Sudzamangidwanso, pakuti Ine Yehova ndayankhula, akutero Ambuye Yehova.
15 ପ୍ରଭୁ, ସଦାପ୍ରଭୁ ସୋରକୁ ଏହି କଥା କହନ୍ତି; ଯେତେବେଳେ ତୁମ୍ଭ ମଧ୍ୟରେ ଆହତ ଲୋକମାନେ କାତରୋକ୍ତି କରିବେ ଓ ସଂହାର ହେବ, ତୁମ୍ଭର ସେହି ପତନ ସମୟର ଶବ୍ଦରେ କିମ୍ବା ଦ୍ୱୀପସମୂହ କମ୍ପିବେ ନାହିଁ?
“Ine Ambuye Yehova ndikukuwuza, iwe mzinda wa Turo, kuti zilumba zidzagwedezeka pakumva za kugwa kwako ndiponso poona anthu opweteka akubuwula ndipo anthu akuphedwa pakati pako.
16 ସେତେବେଳେ ସମୁଦ୍ରର ଅଧିପତିସକଳ ଆପଣା ଆପଣା ସିଂହାସନରୁ ଓହ୍ଲାଇବେ ଓ ଆପଣା ଆପଣା ଚୋଗା ତ୍ୟାଗ କରି ଶିଳ୍ପକର୍ମର ବସ୍ତ୍ର ଫିଟାଇ ପକାଇବେ; ସେମାନେ ତ୍ରାସରୂପ ବସ୍ତ୍ର ପରିଧାନ କରିବେ; ସେମାନେ ଭୂମିରେ ବସିବେ ଓ ଅନୁକ୍ଷଣ ତ୍ରାସଯୁକ୍ତ ହେବେ ଓ ତୁମ୍ଭ ବିଷୟରେ ବିସ୍ମିତ ହେବେ।
Pamenepo mafumu a mʼmbali mwa nyanja adzatsika pa mipando yawo yaufumu. Adzayika pambali mikanjo yawo ndi kuvala zovala zawo zamakaka. Adzachita mantha ndipo adzakhala pansi akunjenjemera kosalekeza. Adzathedwa nzeru poona zimene zakugwera.
17 ପୁଣି, ସେମାନେ ତୁମ୍ଭ ବିଷୟରେ ବିଳାପ କରି ତୁମ୍ଭକୁ କହିବେ, ‘ହେ ସମୁଦ୍ର ବ୍ୟବସାୟୀମାନଙ୍କର ନିବାସଭୂମି ପ୍ରସିଦ୍ଧ ନଗରୀ, ତୁମ୍ଭେ କିପରି ବିନଷ୍ଟ ହୋଇଅଛ! ସେ ତ ସମୁଦ୍ରରେ ପରାକ୍ରାନ୍ତ ଥିଲା; ସେ ଓ ତାହାର ନିବାସୀଗଣ ସେଠାରେ ଗତାୟାତକାରୀ ସମସ୍ତଙ୍କ ପ୍ରତି ଭୟଜନକ ଥିଲେ।
Pamenepo adzayimba nyimbo yokudandaula ndipo adzati kwa iwe: “‘Nʼkuchita kuwonongeka chotere, iwe mzinda wotchuka, wodzaza ndi anthu a ku nyanja! Unali wamphamvu pa nyanja, iwe ndi nzika zako; unkaopseza anthu onse amene ankakhala kumeneko.
18 ଏବେ ତୁମ୍ଭର ପତନ ଦିନରେ ଦ୍ୱୀପସମୂହ କମ୍ପମାନ ହେବେ; ହଁ, ତୁମ୍ଭ ପ୍ରସ୍ଥାନରେ ସମୁଦ୍ରବର୍ତ୍ତୀ ଦ୍ୱୀପସବୁ ବିହ୍ୱଳ ହେବେ।’
Tsopano mayiko a mʼmbali mwa nyanja akunjenjemera chifukwa cha kugwa kwako; okhala pa zilumba nawonso agwidwa ndi mantha aakulu chifukwa cha kugwa kwako.’
19 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ସମୟରେ ଆମ୍ଭେ ତୁମ୍ଭକୁ ନିବାସୀବିହୀନ ନଗରସମୂହର ତୁଲ୍ୟ ଉଚ୍ଛିନ୍ନ-ନଗର କରିବା; ଯେଉଁ ସମୟରେ ଆମ୍ଭେ ଗଭୀର ସାଗରକୁ ତୁମ୍ଭ ଉପରକୁ ଆଣିବା ଓ ମହାଜଳରାଶି ତୁମ୍ଭକୁ ଆଚ୍ଛାଦନ କରିବ:
“Mawu a Ine Ambuye Yehova ndi awa: Ndidzakusandutsa bwinja, ngati mizinda imene anthu sangathe kukhalamo. Ndidzakuphimba ndi madzi ozama a mʼnyanja, madzi amphamvu woti akumize.
20 ସେହି ସମୟରେ ଆମ୍ଭେ ଗର୍ତ୍ତଗାମୀମାନଙ୍କ ସହିତ, ପୁରାତନ କାଳର ଲୋକମାନଙ୍କ ନିକଟକୁ ତୁମ୍ଭକୁ ଓହ୍ଲାଇ ଆଣିବା ଓ ପୃଥିବୀର ଅଧୋଭାଗରେ, ଚିରକାଳରୁ ଉତ୍ସନ୍ନ ସ୍ଥାନମାନଙ୍କରେ ଗର୍ତ୍ତଗାମୀମାନଙ୍କ ସଙ୍ଗରେ ତୁମ୍ଭକୁ ବାସ କରାଇବା, ତହିଁରେ ତୁମ୍ଭର ବସତି ସ୍ଥାନ ରହିବ ନାହିଁ; ପୁଣି, ଜୀବିତମାନଙ୍କ ଦେଶରେ ଆମ୍ଭେ ଶୋଭା ସ୍ଥାପନ କରିବା;
Ndidzakugwetsa pansi kuti ukhale pamodzi ndi anthu amvulazakale amene akutsikira ku manda. Ine ndidzakusunga ku dzenjeko ngati ku bwinja losiyidwa kalekale, pamodzi ndi anthu amene anafa kale motero sudzabwererako kukhala pakati pa anthu amoyo.
21 ଆମ୍ଭେ ତୁମ୍ଭକୁ ଭୟଙ୍କରୀ କରିବା, ତୁମ୍ଭେ ଆଉ ନ ଥିବ; ଯଦ୍ୟପି ତୁମ୍ଭର ଅନ୍ଵେଷଣ କରାଯିବ, ତଥାପି ତୁମ୍ଭର ଉଦ୍ଦେଶ୍ୟ ଆଉ କେବେ ମିଳିବ ନାହିଁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
Ine ndidzakuthetsa mochititsa mantha, ndipo sudzakhalaponso. Anthu adzakufunafuna, koma sudzapezekanso, akutero Ambuye Yehova.”

< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 26 >