< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 25 >
1 ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
Kisha neno la Yahwe likanijia, kusema,
2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଅମ୍ମୋନ-ସନ୍ତାନଗଣର ପ୍ରତି ଆପଣା ମୁଖ ରଖି ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର;
“Mwanadamu, weka uso wako juu ya watu wa Amoni na tabiri juu yao.
3 ଆଉ, ଅମ୍ମୋନ-ସନ୍ତାନଗଣକୁ କୁହ, ତୁମ୍ଭେମାନେ ପ୍ରଭୁ, ସଦାପ୍ରଭୁଙ୍କର ବାକ୍ୟ ଶୁଣ; ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭର ଧର୍ମଧାମ ଅପବିତ୍ରୀକୃତ ହେବା ବେଳେ ତାହା ବିରୁଦ୍ଧରେ ଓ ଇସ୍ରାଏଲ ଦେଶ ଧ୍ୱଂସିତ ହେବା ବେଳେ ତାହା ବିରୁଦ୍ଧରେ; ଆଉ, ଯିହୁଦା ବଂଶ ବନ୍ଦୀ ହୋଇ ଯିବା ବେଳେ ସେମାନଙ୍କ ବିରୁଦ୍ଧରେ, ଭଲ ହେଲା, ଭଲ ହେଲା, ବୋଲି ତୁମ୍ଭେ କହିଅଛ;
Waambie watu wa Amoni, 'Sikiliza neno la Bwana Yahwe. Hivi ndivyo Bwana Yahwe asemavyo: Kwa sababu umesema, “Aha!” juu ya patakatifu pangu wakati palipotiwa unajisi, na juu ya nchi ya Israeli wakati ilipokuwa ukiwa, na juu ya nyumba ya Yuda wakati walipoenda utumwani,
4 ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭକୁ ଅଧିକାର ରୂପେ ପୂର୍ବଦେଶୀୟ ସନ୍ତାନଗଣର ହସ୍ତରେ ସମର୍ପଣ କରିବା, ଆଉ ସେମାନେ ତୁମ୍ଭ ମଧ୍ୟରେ ଆପଣା ଆପଣା ଛାଉଣି ସ୍ଥାପନ କରିବେ ଓ ତୁମ୍ଭ ମଧ୍ୟରେ ଆପଣା ଆପଣା ବାସ ନିର୍ମାଣ କରିବେ; ସେମାନେ ତୁମ୍ଭର ଫଳ ଭୋଜନ କରିବେ ଓ ତୁମ୍ଭର ଦୁଗ୍ଧ ପାନ କରିବେ।
kwa hiyo, tazama, nitakupatia kwa watu katika mashariki kama milki yao. Watafanya kambi juu yako na kuweka mahema miongoni mwako. Watakula matunda yako na watakunywa maziwa yako.
5 ଆଉ, ଆମ୍ଭେ ରବ୍ବାକୁ ଉଷ୍ଟ୍ରଶାଳା କରିବା ଓ ଅମ୍ମୋନ-ସନ୍ତାନଗଣର ଦେଶକୁ ମେଷାଦି ପଲର ଶୟନ ସ୍ଥାନ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
Nitamfanya Raba malisho ya ngamia na watu wa Amoni shamba la mifugo. Kisha utajua yakwamba mimi ni Yahwe.
6 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଇସ୍ରାଏଲ ଦେଶ ବିରୁଦ୍ଧରେ କରତାଳି ଦେଇଅଛ, ପଦାଘାତ କରିଅଛ, ପୁଣି, ଆପଣା ପ୍ରାଣର ସମ୍ପୂର୍ଣ୍ଣ ଘୃଣା ଭାବରେ ଆନନ୍ଦ କରିଅଛ।
Kwa kuwa Bwana Yahwe asema hivi: Umepigia makofi mikono yako na kupiga chapa miguu yako, na kufurahi pamoja na dharau ndani yako dhidi ya nchi ya Israeli.
7 ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିଅଛୁ ଓ ଲୁଟିତ ଦ୍ରବ୍ୟ ରୂପେ ଗୋଷ୍ଠୀବର୍ଗଙ୍କ ହସ୍ତରେ ତୁମ୍ଭକୁ ସମର୍ପଣ କରିବା; ପୁଣି, ଆମ୍ଭେ ଗୋଷ୍ଠୀବର୍ଗଙ୍କ ମଧ୍ୟରୁ ତୁମ୍ଭକୁ କାଟି ପକାଇବା ଓ ଦେଶସମୂହ ମଧ୍ୟରୁ ଆମ୍ଭେ ତୁମ୍ଭକୁ ଉଚ୍ଛିନ୍ନ କରିବା, ଆମ୍ଭେ ତୁମ୍ଭକୁ ସଂହାର କରିବା; ଆଉ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜାଣିବ।
Kwa hiyo, tazama! Nitanyoosha mkono wangu na kukupatia kama mateka kwa mataifa. Nitakukatilia mbali kutoka watu na kukuangamiza kutoka miongoni mwa nchi! Nitakuharibu, na utajua yakwamba mimi ni Yahwe.'
8 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ମୋୟାବ ଓ ସେୟୀର କହୁଅଛନ୍ତି, ଦେଖ, ଯିହୁଦା ବଂଶ ଅନ୍ୟ ସକଳ ଗୋଷ୍ଠୀର ସମାନ,
Bwana Yahwe asema hivi, 'Kwa sababu Moabu na Seiri husema “Tazama! Nyumba ya Yuda ni kama kila taifa jingine.”
9 ଏଥିପାଇଁ ଦେଖ, ଆମ୍ଭେ ନଗର ସମୂହଠାରୁ ମୋୟାବର ପାର୍ଶ୍ୱ ମୁକ୍ତ କରିବା, ଅର୍ଥାତ୍, ତାହାର ସୀମାନ୍ତବର୍ତ୍ତୀ ଓ ଦେଶର ଗୌରବ ସ୍ୱରୂପ ବେଥ୍-ଯିଶିମୋତ ବାଲ୍-ମୀୟୋନ୍ ଓ କିରୀୟାଥୟିମ୍ ପ୍ରତି,
Kwa hiyo, tazama! ntafungua miteremko ya Moabu, kuanzia kwenye miji yake juu ya mpaka-uzuri wa Beth Yeshimothi, Baal Meoni, na Kiriathaimu-
10 ପୂର୍ବଦେଶୀୟ ସନ୍ତାନଗଣର ପାଇଁ (ମୁକ୍ତ କରିବା), ସେମାନେ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ଯାତ୍ରା କରିବେ, ପୁଣି, ଆମ୍ଭେ ସେମାନଙ୍କ ହସ୍ତରେ ଅମ୍ମୋନ-ସନ୍ତାନଗଣକୁ ଅଧିକାର ରୂପେ ସମର୍ପଣ କରିବା, ତହିଁରେ ଗୋଷ୍ଠୀଗଣ ମଧ୍ୟରେ ସେମାନେ ଆଉ ସ୍ମରଣ କରାଯିବେ ନାହିଁ;
kwa watu wa mashariki waliokuwa juu ya watu wa Amoni. Nitawapatia kama milki ili kwamba watu wa Amoni hawatakumbukwa miongoni mwa mataifa.
11 ଆମ୍ଭେ ମୋୟାବ ଉପରେ ଦଣ୍ଡାଜ୍ଞା ସଫଳ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
Hivyo nitafanya hukumu juu ya Moabu, na watajua yakwamba mimi ni Yahwe.'
12 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଇଦୋମ ପ୍ରତିଶୋଧ ନେବା ଦ୍ୱାରା ଯିହୁଦା ବଂଶ ବିରୁଦ୍ଧରେ ଦୁର୍ବ୍ୟବହାର କରିଅଛି ଓ ସେମାନଙ୍କ ଉପରେ ପ୍ରତିହିଂସା ସାଧି ଅତ୍ୟନ୍ତ ଅପରାଧ କରିଅଛି,
Bwana Yahwe asema hivi, Edomu amelipiza kisasi juu ya nyumba ya Yuda na amefanya makosa katika kufanya hivyo.
13 ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଇଦୋମ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା ଓ ତହିଁ ମଧ୍ୟରୁ ମନୁଷ୍ୟ ଓ ପଶୁକୁ ଉଚ୍ଛିନ୍ନ କରିବା; ଆଉ, ଆମ୍ଭେ ତୈମନ୍ଠାରୁ ତାହା ଧ୍ୱଂସର ସ୍ଥାନ କରିବା; ଦଦାନ ପର୍ଯ୍ୟନ୍ତ ହିଁ ଲୋକମାନେ ଖଡ୍ଗରେ ପତିତ ହେବେ।
Kwa hiyo, Bwana Yahwe asema hivi: Nitaunyoosha mkono wangu juu ya Edomu na kumharibu kila mtu na wanyama huko. Nitawaharibu, sehemu ya ukiwa, kutoka Temani hata Dedani. Wataanguka kwa upanga.
14 ପୁଣି, ଆମ୍ଭେ ଆପଣାର ଲୋକ ଇସ୍ରାଏଲର ହସ୍ତ ଦ୍ୱାରା ଆମ୍ଭର ପ୍ରତିଶୋଧରୂପ ଭାର ଇଦୋମର ଉପରେ ଥୋଇବା; ତହିଁରେ ସେମାନେ ଆମ୍ଭର କ୍ରୋଧ ଓ ଆମ୍ଭର କୋପ ଅନୁସାରେ ଇଦୋମ ମଧ୍ୟରେ କାର୍ଯ୍ୟ କରିବେ; ପୁଣି, ସେମାନେ ଆମ୍ଭର ଦତ୍ତ ପରିଶୋଧ ଜ୍ଞାତ ହେବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Nitaweka kisasi changu juu ya Edomu kwa mkono wa watu wangu Israeli, na watafanya kwa Edomu kulingana na hasira yangu na ghadhabu yangu, na wakitajua kisasi changu-hivi ndivyo Bwana Yahwe asemavyo.'
15 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ପଲେଷ୍ଟୀୟ ଲୋକମାନେ ପ୍ରତିହିଂସା ସାଧିବାର ବ୍ୟବହାର କରିଅଛନ୍ତି; ପୁଣି, ଚିର ଶତ୍ରୁତାରେ ବିନାଶ କରିବା ପାଇଁ ପ୍ରାଣର ଘୃଣାରେ ପ୍ରତିଶୋଧ ନେଇଅଛନ୍ତି,
Bwana Yahwe asema hivi, 'Wafilisti wamelipiza kisasi pamoja na uovu na kutoka ndani yao wamejaribu kuiharibu Yuda tena na tena.
16 ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା, ଆଉ ଆମ୍ଭେ କରେଥୀୟ ଲୋକମାନଙ୍କୁ ଉଚ୍ଛିନ୍ନ କରିବା ଓ ସମୁଦ୍ରତୀରସ୍ଥ ଅବଶିଷ୍ଟ ସକଳକୁ ନଷ୍ଟ କରିବା।
Basi hivi ndivyo Bwana Yahwe asemavyo: Tazam! Nitanyoosha mkono wangu dhidi ya Wafilisti, na nitakalia mbali Wakerethi na kuwaharibu mabaki yaliyobaki karibu na pwani.
17 ପୁଣି, ଆମ୍ଭେ ପ୍ରଚଣ୍ଡ ଭର୍ତ୍ସନା ସହିତ ସେମାନଙ୍କଠାରୁ ଭାରୀ ପ୍ରତିଶୋଧ ନେବା; ଆଉ, ଯେଉଁ ସମୟରେ ଆମ୍ଭେ ଆପଣା ଦତ୍ତ ପ୍ରତିଶୋଧର ଭାର ସେମାନଙ୍କ ଉପରେ ଥୋଇବା, ସେହି ସମୟରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
Kwa kuwa nitalipiza kisasi kikubwa dhidi yao pamoja na matendo ya ghadhabu kubwa ya adhabu, hivyo watajua yakwamba mimi ni Yahwe, nitakapolipiza kisasi juu yao.”'