< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 24 >

1 ପୁନର୍ବାର ନବମ ବର୍ଷର ଦଶମ ମାସରେ, ମାସର ଦଶମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
第九年の十月十日に、主の言葉がわたしに臨んだ、
2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଦିନର ନାମ, ଅର୍ଥାତ୍‍, ଆଜି ଦିନର ନାମ ଲେଖି ରଖ; ଆଜି ଦିନରେ ବାବିଲର ରାଜା ଯିରୂଶାଲମ ନିକଟବର୍ତ୍ତୀ ହେଲା।
「人の子よ、あなたはこの日すなわち今日の名を書きしるせ。バビロンの王は、この日エルサレムを包囲した。
3 ଏଣୁ ତୁମ୍ଭେ ଏହି ବିଦ୍ରୋହୀ ବଂଶର ଉଦ୍ଦେଶ୍ୟରେ ଗୋଟିଏ ଦୃଷ୍ଟାନ୍ତ କଥା କହି ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ହଣ୍ଡା ଚଢ଼ାଅ, ତାହା ଚଢ଼ାଅ ଓ ମଧ୍ୟ ତହିଁ ଭିତରେ ଜଳ ଢାଳିଦିଅ;
あなたはこの反逆の家にたとえを語って言え。主なる神はこう言われる、かますをすえ、これをすえて、水をくみ入れよ。
4 ମାଂସଖଣ୍ଡସବୁ, ଉତ୍ତମ ଉତ୍ତମ ଖଣ୍ଡସବୁ, ଊରୁ ଓ ସ୍କନ୍ଧ, ତହିଁ ଭିତରେ ଏକତ୍ର କର; ଭଲ ଭଲ ଅସ୍ଥିରେ ତାହା ପୂର୍ଣ୍ଣ କର।
その中に肉の切れを入れよ、すべて良い肉の切れ、すなわち、ももと肩の肉をこれに入れよ。良い骨をこれに満たせ。
5 ପଲ ମଧ୍ୟରୁ ଉତ୍ତମ ପଶୁ ନିଅ ଓ ହଣ୍ଡା ତଳେ ଅସ୍ଥିସବୁ ସଜାଅ; ତାହା ଉତ୍ତମ ରୂପେ ସିଦ୍ଧ କର ଓ ଅସ୍ଥିସବୁ ତହିଁ ମଧ୍ୟରେ ପାକ ହେଉ।
羊の最も良いものを取れ。かまの下にまきを積み、その肉を煮たぎらせ、またその中の骨を煮よ。
6 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ସେହି ରକ୍ତପୂର୍ଣ୍ଣା ନଗରୀ, ସେହି ହଣ୍ଡା, ଯହିଁର କଳଙ୍କ ତହିଁ ମଧ୍ୟରେ ଅଛି ଓ ଯହିଁର କଳଙ୍କ ତହିଁ ମଧ୍ୟରୁ ବାହାର ହୋଇ ନାହିଁ, ସେ ସନ୍ତାପର ପାତ୍ର! ତୁମ୍ଭେ ଖଣ୍ଡ ଖଣ୍ଡ କରି ତାହା ବାହାର କର; ତହିଁ ବିଷୟରେ ଗୁଲିବାଣ୍ଟ କରାଯାଇ ନାହିଁ।
それゆえ、主なる神はこう言われる、わざわいなるかな、流血の町、さびているかま。そのさびはこれを離れない。肉をひとつびとつ無差別に取り出せ。
7 କାରଣ ତାହାର ରକ୍ତ ତାହା ମଧ୍ୟରେ ଅଛି; ସେ ଶୁଷ୍କ ଶୈଳ ଉପରେ ତାହା ରଖିଲା; ସେ ଧୂଳିରେ ତାହା ଆଚ୍ଛାଦିତ କରିବା ପାଇଁ ଭୂମିରେ ତାହା ଢାଳିଲା ନାହିଁ;
その流した血はまだその中にある。彼女はこれを裸岩の上に流し、土でこれをおおうために、地面には注がなかった。
8 ସେ ରକ୍ତ ପ୍ରତିଶୋଧ ନେବା ନିମନ୍ତେ ଯେପରି କୋପକୁ ଉପସ୍ଥିତ କରାଇବ, ଏଥିପାଇଁ ଆଚ୍ଛାଦିତ ନୋହିବା ନିମନ୍ତେ ଆମ୍ଭେ ଶୁଷ୍କ ଶୈଳ ଉପରେ ତାହା ରଖିଅଛୁ।
これは、わたしの怒りをつのらせ、あだを返すために、その流した血がおおわれないように、裸岩の上に流したのである。
9 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ସେହି ରକ୍ତପୂର୍ଣ୍ଣା ନଗରୀ ସନ୍ତାପର ପାତ୍ର! ଆମ୍ଭେ ମଧ୍ୟ ରାଶି ବଡ଼ କରିବା।
それゆえ、主なる神はこう言われる、わざわいなるかな、流血の町。わたしもまた、まきをさらに積み重ねる。
10 କାଠ ଗଦା କର, ଅଗ୍ନି ଜ୍ୱଳାଅ, ମାଂସ ଉତ୍ତମ ରୂପେ ସିଦ୍ଧ କର, ଝୋଳ ବହଳ କର ଓ ଅସ୍ଥିସବୁ ଦଗ୍ଧ ହେଉ।
まきを積み重ね、火を燃やし、肉をよく煮て、煮つくし、骨を焼け。
11 ତହିଁରେ ହଣ୍ଡା ତପ୍ତ ହେବା ପାଇଁ, ତହିଁର ପିତଳ ଦଗ୍ଧ ହେବା ପାଇଁ ଓ ତହିଁର ମଇଳା ତହିଁ ମଧ୍ୟରେ ତରଳି ଯିବା ପାଇଁ ଓ କଳଙ୍କ କ୍ଷୟ ପାଇବା ପାଇଁ ତାହା ଖାଲି କର, ତାହା ଜ୍ୱଳନ୍ତା ଅଙ୍ଗାର ଉପରେ ରଖ।
そしてかまを熱くするため、それをからにして炭火の上に置き、その銅を焼いて、汚れをその中に溶かし、そのさびを去れ。
12 ସେ ପରିଶ୍ରମ କରି କରି ଆପଣାକୁ କ୍ଳାନ୍ତ କରିଅଛି; ତଥାପି ତାହାର ମହାକଳଙ୍କ ତାହା ମଧ୍ୟରୁ ଯାଏ ନାହିଁ; ତାହାର କଳଙ୍କ ଅଗ୍ନି ଦ୍ୱାରା ଯାଏ ନାହିଁ।
しかしわたしのほねおりは、むだであった。その多くのさびは火によって消えない。
13 ତୁମ୍ଭର ଅଶୌଚର ଲମ୍ପଟତା ଅଛି; ଆମ୍ଭେ ତୁମ୍ଭକୁ ଶୁଚି କଲେ ହେଁ ତୁମ୍ଭେ ଶୁଚି ହେଲ ନାହିଁ, ଏଥିପାଇଁ ତୁମ୍ଭ ଉପରେ ଆମ୍ଭେ ଆପଣା କୋପ ଶାନ୍ତ ନ କରିବା ପର୍ଯ୍ୟନ୍ତ ତୁମ୍ଭେ ଆପଣା ଅଶୌଚରୁ ଆଉ ଶୁଚୀକୃତ ନୋହିବ।
そのさびとは、あなたの不潔な淫行である。わたしはあなたを清めようとしたが、あなたはあなたの不潔から清められようとしないから、わたしの怒りをあなたに漏らし尽すまでは、あなたは汚れから清まることはない。
14 ଆମ୍ଭେ ସଦାପ୍ରଭୁ ଏହା କହିଅଛୁ, ଏହା ସିଦ୍ଧ ହେବ ଓ ଆମ୍ଭେ ଏହା ସାଧନ କରିବା; ଆମ୍ଭେ ଫେରିଯିବା ନାହିଁ, କିଅବା ଆମ୍ଭେ ଚକ୍ଷୁଲଜ୍ଜା କରିବା ନାହିଁ; ଅଥବା ଆମ୍ଭେ ଅନୁତାପ କରିବା ନାହିଁ; ତୁମ୍ଭର ଆଚରଣ ଅନୁସାରେ ଓ ତୁମ୍ଭର କ୍ରିୟାନୁସାରେ ସେମାନେ ତୁମ୍ଭର ବିଚାର କରିବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
主なるわたしはこれを言った。そしてこれは必ず成る。わたしはこれをなす。わたしはやめない、惜しまない、悔いない。あなたのおこないにより、あなたのわざによって、あなたをさばくと、主なる神は言われる」。
15 ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
また主の言葉がわたしに臨んだ、
16 “ହେ ମନୁଷ୍ୟ-ସନ୍ତାନ, ଦେଖ, ଆମ୍ଭେ ତୁମ୍ଭ ନୟନର ପ୍ରୀତିପାତ୍ରକୁ ଏକ ଆଘାତରେ ହରଣ କରିବା; ତଥାପି ତୁମ୍ଭେ ବିଳାପ କି କ୍ରନ୍ଦନ କରିବ ନାହିଁ, କିଅବା ତୁମ୍ଭର ଚକ୍ଷୁରୁ ଲୋତକ ଧାର ବହିବ ନାହିଁ।
「人の子よ、見よ、わたしは、にわかにあなたの目の喜ぶ者を取り去る。嘆いてはならない。泣いてはならない。涙を流してはならない。
17 ଦୀର୍ଘ ନିଃଶ୍ୱାସ ଛାଡ଼, ମାତ୍ର ଉଚ୍ଚ କରି ନୁହେଁ; ମୃତ ଲୋକ ପାଇଁ ବିଳାପ କର ନାହିଁ, ଆପଣା ମସ୍ତକରେ ଶିରୋଭୂଷଣ ବାନ୍ଧ ଓ ପାଦରେ ପାଦୁକା ପିନ୍ଧ, ତୁମ୍ଭର ଓଷ୍ଠାଧର ଆଚ୍ଛାଦନ କର ନାହିଁ, ପୁଣି, ଲୋକମାନଙ୍କର ରୁଟି ଖାଅ ନାହିଁ।”
声をたてずに嘆け。死人のために嘆き悲しむな。ずきんをかぶり、足にくつをはけ。口をおおうな。嘆きのパンを食べるな」。
18 ତହିଁରେ ମୁଁ ପ୍ରାତଃକାଳରେ ଲୋକମାନଙ୍କ ସଙ୍ଗେ କଥା କହିଲି; ପୁଣି, ସନ୍ଧ୍ୟା ବେଳେ ମୋର ଭାର୍ଯ୍ୟା ମଲା, ତହିଁରେ ପ୍ରାତଃକାଳରେ ମୁଁ ଆଜ୍ଞାନୁସାରେ କର୍ମ କଲି।
朝のうちに、わたしは人々に語ったが、夕べには、わたしの妻は死んだ。翌朝わたしは命じられたようにした。
19 ତହୁଁ ଲୋକମାନେ ମୋତେ କହିଲେ, “ତୁମ୍ଭେ ଯେ ଏରୂପ କରୁଅଛ, ଏସବୁ ଆମ୍ଭମାନଙ୍କ ପ୍ରତି କଅଣ, ଏହା କି ଆମ୍ଭମାନଙ୍କୁ କହିବ ନାହିଁ?”
人々はわたしに言った、「あなたがするこの事は、われわれになんの関係があるのか、それをわれわれに告げてはくれまいか」。
20 ତହିଁରେ ମୁଁ ସେମାନଙ୍କୁ କହିଲି, “ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
わたしは彼らに言った、「主の言葉がわたしに臨んだ、
21 ‘ତୁମ୍ଭେ ଇସ୍ରାଏଲ ବଂଶକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ତୁମ୍ଭମାନଙ୍କର ବଳର ଦର୍ପ ସ୍ୱରୂପ, ତୁମ୍ଭମାନଙ୍କ ନୟନର ପ୍ରୀତିପାତ୍ର ଓ ତୁମ୍ଭମାନଙ୍କ ପ୍ରାଣର ସ୍ନେହପାତ୍ର, ଏପରି ଯେ ଆମ୍ଭର ଧର୍ମଧାମ, ଆମ୍ଭେ ତାହା ଅପବିତ୍ର କରିବା, ପୁଣି, ତୁମ୍ଭମାନଙ୍କର ଯେଉଁ ପୁତ୍ରକନ୍ୟାଗଣକୁ ତୁମ୍ଭେମାନେ ପଛରେ ଛାଡ଼ି ଯାଇଅଛ, ସେମାନେ ଖଡ୍ଗରେ ପତିତ ହେବେ।
『イスラエルの家に言え、主なる神はこう言われる、見よ、わたしはあなたがたの力の誇、目の喜び、心の望みであるわが聖所を汚す。あなたがたが残すむすこ娘たちは、つるぎに倒れる。
22 ତହିଁରେ ଆମ୍ଭେ ଯେପରି କରିଅଛୁ, ତୁମ୍ଭେମାନେ ସେହିପରି କରିବ; ତୁମ୍ଭେମାନେ ଆପଣା ଆପଣା ଓଷ୍ଠାଧର ଆଚ୍ଛାଦନ କରିବ ନାହିଁ, କିଅବା ଲୋକମାନଙ୍କର ରୁଟି ଖାଇବ ନାହିଁ।
あなたがたもわたしがしたようにし、口をおおわず、嘆きのパンを食べず、
23 ପୁଣି, ତୁମ୍ଭମାନଙ୍କର ଶିରୋଭୂଷଣ ତୁମ୍ଭମାନଙ୍କ ମସ୍ତକରେ ଓ ତୁମ୍ଭମାନଙ୍କ ପାଦୁକା ତୁମ୍ଭମାନଙ୍କ ପାଦରେ ରହିବ; ତୁମ୍ଭେମାନେ ବିଳାପ କିମ୍ବା କ୍ରନ୍ଦନ କରିବ ନାହିଁ; ମାତ୍ର ତୁମ୍ଭେମାନେ ଆପଣା ଆପଣା ଅଧର୍ମରେ କ୍ଷୀଣ ହୋଇଯିବ ଓ ଏକ ଜଣ ଆରେକର ନିକଟରେ ବିଳାପ କରିବ।
頭にずきんをかぶり、足にくつをはき、嘆かず、泣かず、その罪の中にやせ衰えて、互にうめくようになる。
24 ଏହିରୂପେ ଯିହିଜିକଲ ତୁମ୍ଭମାନଙ୍କ ପ୍ରତି ଚିହ୍ନସ୍ୱରୂପ ହେବେ; ସେ ଯେପରି କରିଅଛନ୍ତି, ତୁମ୍ଭେମାନେ ସର୍ବପ୍ରକାରେ ସେହିପରି କରିବ; ଏହା ଯେତେବେଳେ ଘଟିବ, ସେତେବେଳେ ଆମ୍ଭେ ଯେ ପ୍ରଭୁ, ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।’
このようにエゼキエルはあなたがたのためにしるしとなる。彼がしたようにあなたがたもせよ。この事が成る時、あなたがたはわたしが主なる神であることを知るようになる』。
25 ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଯେଉଁ ଦିନ ସେମାନଙ୍କର ବଳ, ସେମାନଙ୍କର ଗୌରବଜନକ ଆନନ୍ଦ, ସେମାନଙ୍କର ନୟନର ପ୍ରୀତିପାତ୍ର ଓ ଯହିଁରେ ସେମାନେ ଆପଣା ଚିତ୍ତ ଆସକ୍ତ କରନ୍ତି, ସେମାନଙ୍କର ପୁତ୍ର ଓ କନ୍ୟାଗଣ ସେମାନଙ୍କଠାରୁ ହରଣ କରିବା,
人の子よ、わたしが、彼らのとりで、彼らの喜びと栄え、彼らの目の喜びであり、その心の望みであるもの、また彼らのむすこ娘たちを取り去る日、
26 ସେ ଦିନ ତାହା ତୁମ୍ଭ କର୍ଣ୍ଣଗୋଚର କରାଇବା ନିମନ୍ତେ ପଳାତକ ଲୋକ କି ତୁମ୍ଭ ନିକଟକୁ ଆସିବ ନାହିଁ?
その日に難をのがれて来る者が、あなたのもとにきて、あなたに事を告げる。
27 ସେ ଦିନ ପଳାତକ ଲୋକ ନିକଟରେ ତୁମ୍ଭର ମୁଖ ଫିଟିଯିବ, ତହିଁରେ ତୁମ୍ଭେ ଆଉ ଘୁଙ୍ଗା ନ ହୋଇ କଥା କହିବ; ଏହିରୂପେ ତୁମ୍ଭେ ସେମାନଙ୍କ ପ୍ରତି ଚିହ୍ନସ୍ୱରୂପ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
その日あなたは、そののがれてきた者に向かって口を開き、語り、もはや沈黙しない。こうしてあなたは彼らのためにしるしとなり、彼らはわたしが主であることを知る」。

< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 24 >