< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 23 >

1 ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
Ọ̀rọ̀ Olúwa tọ̀ mí wá:
2 “ହେ ମନୁଷ୍ୟ-ସନ୍ତାନ, ଦୁଇ ସ୍ତ୍ରୀ ଥିଲେ, ସେମାନେ ଏକ ମାତାର କନ୍ୟା;
“Ọmọ ènìyàn, obìnrin méjì wà, ọmọ ìyá kan náà.
3 ପୁଣି, ସେମାନେ ମିସରରେ ବ୍ୟଭିଚାର କଲେ; ସେମାନେ ଯୌବନ କାଳରେ ବ୍ୟଭିଚାର କଲେ; ସେହି ସ୍ଥାନରେ ସେମାନଙ୍କର ସ୍ତନ ମର୍ଦ୍ଦିତ ହେଲା, ଆଉ ସେହି ସ୍ଥାନରେ ଲୋକମାନେ ସେମାନଙ୍କର କୌମାର୍ଯ୍ୟକାଳୀନ କୁଚାଗ୍ର ଟିପିଲେ।
Wọn ń ṣe panṣágà ní Ejibiti, wọn ń ṣe panṣágà láti ìgbà èwe wọn. Ní ilẹ̀ yẹn ni wọn ti fi ọwọ́ pa ọyàn wọn, níbẹ̀ ni wọn sì fọwọ́ pa igbá àyà èwe wọn.
4 ସେମାନଙ୍କ ମଧ୍ୟରେ ଜ୍ୟେଷ୍ଠାର ନାମ ଅହଲା (ତାହାର ତମ୍ବୁ) ଓ ତାହାର ଭଗିନୀର ନାମ ଅହଲୀବା (ତାହାର ମଧ୍ୟରେ ଆମ୍ଭର ତମ୍ବୁ); ସେମାନେ ଆମ୍ଭର ହେଲେ ଓ ପୁତ୍ରକନ୍ୟା ପ୍ରସବ କଲେ। ପୁଣି, ନାମାନୁସାରେ ଶମରୀୟା ଅହଲା ଓ ଯିରୂଶାଲମ ଅହଲୀବା ଅଟେ।
Èyí ẹ̀gbọ́n ń jẹ́ Ohola, àbúrò rẹ̀ sì ń jẹ́ Oholiba. Tèmi ni wọ́n, wọ́n sì bí àwọn ọmọkùnrin àti àwọn ọmọbìnrin. Ohola ni Samaria, Oholiba sì ni Jerusalẹmu.
5 ଆଉ, ଅହଲା ଆମ୍ଭର ହୋଇଥିବା ସମୟରେ ବ୍ୟଭିଚାର କଲା ଓ ଆପଣାର ପ୍ରତିବାସୀ ଅଶୂରୀୟ ପ୍ରେମିକଗଣଠାରେ ଆସକ୍ତା ହେଲା,
“Ohola ń ṣe panṣágà nígbà tí ó sì jẹ́ tèmi; Ó sì ṣe ìfẹ́kúfẹ̀ẹ́ sí àwọn olólùfẹ́ rẹ̀, àwọn jagunjagun ará Asiria.
6 ସେମାନେ ନୀଳାମ୍ବର ପରିହିତ, ଦେଶାଧ୍ୟକ୍ଷ, ଶାସନକର୍ତ୍ତୃଗଣ ଓ ସମସ୍ତେ ମନୋହର ଯୁବା ଲୋକ ଓ ଅଶ୍ୱାରୋହୀ ଥିଲେ।
Aṣọ aláró ni a fi wọ̀ wọ́n, àwọn gómìnà àti àwọn balógun, gbogbo wọn jẹ́ ọ̀dọ́mọkùnrin arẹwà àwọn tí ń gun ẹṣin.
7 ପୁଣି, ସେ ସେମାନଙ୍କର, ଅର୍ଥାତ୍‍, ଅଶୂରର ମନୋନୀତ ସକଳ ଲୋକଙ୍କ ସଙ୍ଗରେ ବ୍ୟଭିଚାର କଲା ଓ ସେ ଯେକୌଣସି ଲୋକ ପ୍ରତି ପ୍ରେମରେ ଆସକ୍ତ ଥିଲା, ତାହାର ପ୍ରତିମାଗଣ ଦ୍ୱାରା ଆପଣାକୁ ଭ୍ରଷ୍ଟା କଲା।
O fi ara rẹ̀ fún gbajúmọ̀ ọkùnrin Asiria gẹ́gẹ́ bí panṣágà obìnrin, o fi òrìṣà gbogbo àwọn tí ó ní ìfẹ́kúfẹ̀ẹ́ sí i sọ ara rẹ̀ di aláìmọ́,
8 ଆଉ, ସେ ମିସର ଦେଶର ସମୟଠାରୁ ଆପଣା ବ୍ୟଭିଚାର ବୃତ୍ତି ତ୍ୟାଗ କରି ନାହିଁ; କାରଣ ତାହାର ଯୌବନାବସ୍ଥାରେ ସେମାନେ ତାହା ସଙ୍ଗେ ଶୟନ କଲେ ଓ ତାହାର କୌମାର୍ଯ୍ୟକାଳୀନ କୁଚାଗ୍ର ଟିପିଲେ; ଆଉ, ତାହା ସହିତ ଅତିଶୟ ବ୍ୟଭିଚାର କଲେ।
kò fi ìwà panṣágà tí ó ti bẹ̀rẹ̀, ni Ejibiti sílẹ̀, ní ìgbà èwe rẹ̀ àwọn ọkùnrin n bá a sùn, wọn fi ọwọ́ pa àyà èwe rẹ̀ lára wọn sì ń ṣe ìfẹ́kúfẹ̀ẹ́ sí i.
9 ଏଥିପାଇଁ ଆମ୍ଭେ ତାହାର ପ୍ରେମିକଗଣର ହସ୍ତରେ, ଅର୍ଥାତ୍‍, ଯେଉଁମାନଙ୍କ ପ୍ରତି ସେ ପ୍ରେମରେ ଆସକ୍ତା ହୋଇଥିଲା, ସେହି ଅଶୂରୀୟମାନଙ୍କ ହସ୍ତରେ ତାହାକୁ ସମର୍ପଣ କଲୁ।
“Nítorí náà mo fi i sílẹ̀ fún àwọn olólùfẹ́ rẹ̀, ará Asiria, tí ó ní ìfẹ́kúfẹ̀ẹ́ sí i.
10 ସେମାନେ ତାହାର ଉଲଙ୍ଗତା ଅନାବୃତ କଲେ; ତାହାର ପୁତ୍ର ଓ କନ୍ୟାଗଣକୁ ନେଲେ ଓ ତାହାଙ୍କୁ ସେମାନେ ଖଡ୍ଗରେ ବଧ କଲେ; ତହିଁରେ ସେ ସ୍ତ୍ରୀମାନଙ୍କ ମଧ୍ୟରେ ଉପହାସର ବିଷୟ ହେଲା; କାରଣ ଲୋକମାନେ ତାହା ଉପରେ ଦଣ୍ଡାଜ୍ଞା ସଫଳ କଲେ।
Wọ́n bọ́ ọ sí ìhòhò, wọ́n sì gba àwọn ọmọkùnrin àti ọmọbìnrin rẹ̀ wọn sì pa wọn pẹ̀lú idà. Ó di ẹni ìfisọ̀rọ̀ sọ láàrín àwọn obìnrin wọ́n sì fi ìyà jẹ ẹ́.
11 ଆଉ, ତାହାର ଭଗିନୀ ଅହଲୀବା ଏହା ଦେଖିଲା; ତଥାପି ଆପଣା ପ୍ରେମାସକ୍ତିରେ ଓ ବେଶ୍ୟା କ୍ରିୟାରେ ତାହା ଅପେକ୍ଷା ଅଧିକ ଭ୍ରଷ୍ଟା ହେଲା, ତାହାର ଭଗିନୀର ବେଶ୍ୟା କ୍ରିୟା ଅପେକ୍ଷା ତାହାର ବେଶ୍ୟା କ୍ରିୟା ଅଧିକ ଥିଲା।
“Àbúrò rẹ̀ Oholiba rí èyí, síbẹ̀ nínú ìfẹ́kúfẹ̀ẹ́ àti panṣágà rẹ̀, Ó ba ara rẹ jẹ́ ju ẹ̀gbọ́n rẹ̀ lọ.
12 ସେ ଆପଣା ପ୍ରତିବାସୀ ଅଶୂରୀୟ ଦେଶାଧ୍ୟକ୍ଷ ଓ ଶାସନକର୍ତ୍ତୃଗଣ ପ୍ରତି ପ୍ରେମରେ ଆସକ୍ତା ହେଲା, ସେମାନେ ଅତ୍ୟନ୍ତ ସୁନ୍ଦର ବସ୍ତ୍ର ପରିହିତ, ଅଶ୍ୱାରୋହୀ ଓ ସମସ୍ତେ ମନୋହର ଯୁବା ଲୋକ ଥିଲେ।
Òun náà ní ìfẹ́kúfẹ̀ẹ́ sí ará Asiria àwọn gómìnà àti àwọn balógun, jagunjagun nínú aṣọ ogun, àwọn tí ń gun ẹṣin, gbogbo àwọn ọ̀dọ́mọkùnrin arẹwà.
13 ଆଉ, ଆମ୍ଭେ ଦେଖିଲୁ, ସେ ଭ୍ରଷ୍ଟା ହେଲା; ସେ ଦୁହେଁ ଏକ ପଥଗାମିନୀ ହେଲେ।
Mo rí i pé òun náà ba ara rẹ̀ jẹ́; àwọn méjèèjì rìn ojú ọ̀nà kan náà.
14 ପୁଣି, ସେ ଆପଣା ବେଶ୍ୟା କ୍ରିୟା ବଢ଼ାଇଲା; କାରଣ ସେ କାନ୍ଥରେ ଚିତ୍ରିତ ପୁରୁଷମାନଙ୍କର, ଅର୍ଥାତ୍‍, କଲ୍‍ଦୀୟମାନଙ୍କର ସିନ୍ଦୂରଚିତ୍ରିତ ମୂର୍ତ୍ତି ଦେଖିଲା,
“Ṣùgbọ́n ó tẹ̀síwájú nínú ṣíṣe panṣágà. O ri àwòrán àwọn ọkùnrin lára ògiri, àwòrán àwọn ara Kaldea àwòrán pupa,
15 ସେମାନଙ୍କ କଟିରେ ପଟୁକା ବନ୍ଧା, ମସ୍ତକରେ ରଙ୍ଗ ଚିତ୍ରିତ ଭୂଷଣ ଥିଲା, ସେମାନେ ସମସ୍ତେ ଦେଖିବାକୁ କଲ୍‍ଦୀୟ ଦେଶଜାତ ବାବିଲୀୟମାନଙ୍କ ରୂପବିଶିଷ୍ଟ ଅଧିପତିଗଣର ତୁଲ୍ୟ ଥିଲେ।
pẹ̀lú ìgbànú ni ìdí wọn àti àwọn ìgbàrí ni orí wọn; gbogbo wọn dàbí olórí kẹ̀kẹ́ ogun Babeli ọmọ ìlú Kaldea.
16 ପୁଣି, ସେ ସେମାନଙ୍କୁ ଦେଖିବାମାତ୍ର ସେମାନଙ୍କ ପ୍ରତି ପ୍ରେମରେ ଆସକ୍ତା ହେଲା ଓ କଲ୍‍ଦୀୟ ଦେଶକୁ ସେମାନଙ୍କ ନିକଟକୁ ବାର୍ତ୍ତାବାହକ ପଠାଇଲା।
Ní kété tí ó rí wọn, ó ní ìfẹ́kúfẹ̀ẹ́ sí wọn, ó sì rán oníṣẹ́ sí wọn ni Kaldea.
17 ତହିଁରେ ବାବିଲୀୟ ଲୋକମାନେ ତାହାର ନିକଟକୁ ଆସି ପ୍ରେମ ଶଯ୍ୟାରେ ଶୟନ କଲେ ଓ ଆପଣମାନଙ୍କର ବ୍ୟଭିଚାର କ୍ରିୟା ଦ୍ୱାରା ତାହାକୁ ଅଶୁଚି କଲେ, ପୁଣି, ସେମାନଙ୍କ ଦ୍ୱାରା ଭ୍ରଷ୍ଟା ହେଲା ଉତ୍ତାରେ ତାହାର ପ୍ରାଣ ସେମାନଙ୍କଠାରୁ ବିମୁଖ ହେଲା।
Àwọn ará Babeli wá sọ́dọ̀ rẹ̀, lórí ibùsùn ìfẹ́, nínú ìfẹ́kúfẹ̀ẹ́ wọn, wọ́n bà á jẹ́. Lẹ́yìn ìgbà tí wọ́n bà á jẹ́ tán, ó yípadà kúrò lọ́dọ̀ wọn ní ìtìjú.
18 ଏହିରୂପେ ସେ ଆପଣା ବେଶ୍ୟା କ୍ରିୟା ପ୍ରକାଶ କଲା ଓ ଆପଣା ଉଲଙ୍ଗତା ଅନାବୃତ କଲା; ତହୁଁ ଆମ୍ଭର ପ୍ରାଣ ଯେପରି ତାହାର ଭଗିନୀଠାରୁ ବିମୁଖ ହୋଇଥିଲା, ସେହିପରି ତାହାଠାରୁ ମଧ୍ୟ ବିମୁଖ ହେଲା।
Nígbà tí ó tẹ̀síwájú nínú iṣẹ́ panṣágà rẹ̀ ní gbangba wọ́n sì tú u sí ìhòhò, mo yí padà kúrò lọ́dọ̀ rẹ̀ ní ìtìjú, gẹ́gẹ́ bí mo ti yípadà kúrò lọ́dọ̀ ẹ̀gbọ́n rẹ̀.
19 ତଥାପି ସେ ଆପଣା ଯୌବନ କାଳରେ ମିସର ଦେଶରେ ଯେଉଁ ବେଶ୍ୟା କର୍ମ କରିଥିଲା, ତାହା ସ୍ମରଣ କରି ଆପଣାର ବେଶ୍ୟା କ୍ରିୟା ବଢ଼ାଇଲା।
Síbẹ̀síbẹ̀ ó ń pọ̀ sí i nínú ìdàpọ̀ rẹ̀ bí ó ti ń rántí ìgbà èwe rẹ̀ tí ó jẹ́ panṣágà ní Ejibiti.
20 ଆଉ, ଗର୍ଦ୍ଦଭଗଣର ପରି ମାଂସବିଶିଷ୍ଟ ଓ ଅଶ୍ୱଗଣର ପରି ରେତଃବିଶିଷ୍ଟ, ସେମାନଙ୍କ ଉପପତିମାନଙ୍କଠାରେ ସେ ଆସକ୍ତା ହେଲା।
Nítorí ó fẹ́ olùfẹ́ àwọn olùfẹ́ wọn ní àfẹ́jù, tí àwọn tí nǹkan ọkùnrin wọn dàbí ti kẹ́tẹ́kẹ́tẹ́, àwọn ẹni tí ìtújáde ara wọn dàbí ti àwọn ẹṣin.
21 ଏହି ପ୍ରକାରେ ମିସରୀୟମାନେ ଯେଉଁ ସମୟରେ ଯୌବନକାଳୀନ ସ୍ତନ ବୋଲି ତୁମ୍ଭର କୁଚାଗ୍ର ଟିପିଥିଲେ, ତୁମ୍ଭେ ଆପଣା ଯୌବନ କାଳର ସେହି ଲମ୍ପଟାଚରଣ ସ୍ମରଣ କରୁଅଛ।”
Báyìí ni ìwọ pe ìwà ìfẹ́kúfẹ̀ẹ́ ìgbà èwe rẹ wá sí ìrántí, ní ti rírin orí ọmú rẹ láti ọwọ́ àwọn ará Ejibiti, fún ọmú ìgbà èwe rẹ.
22 ଏନିମନ୍ତେ ହେ ଅହଲୀବା, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଯେଉଁମାନଙ୍କଠାରୁ ତୁମ୍ଭର ପ୍ରାଣ ବିମୁଖ ହୋଇଅଛି, ତୁମ୍ଭର ସେହି ପ୍ରେମିକମାନଙ୍କୁ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଉଠାଇବା ଓ ଚତୁର୍ଦ୍ଦିଗରୁ ସେମାନଙ୍କୁ ତୁମ୍ଭ ବିରୁଦ୍ଧରେ ଆଣିବା;
“Nítorí náà, Oholiba, báyìí ní Olúwa Olódùmarè wí, Èmi yóò gbé olólùfẹ́ rẹ dìde sí ọ, àwọn tí o kẹ́yìn si ní ìtìjú, èmi yóò sì mú wọn dojúkọ ọ́ ní gbogbo ọ̀nà
23 ବାବିଲୀୟମାନଙ୍କୁ ଓ ସମୁଦାୟ କଲ୍‍ଦୀୟ ଲୋକଙ୍କୁ, ପକୋଦ, ଶୋୟା, କୋୟା ଓ ସେମାନଙ୍କ ସଙ୍ଗେ ସମୁଦାୟ ଅଶୂରୀୟ ଲୋକଙ୍କୁ ଆଣିବା; ସେମାନେ ସମସ୍ତେ ମନୋହର ଯୁବା ଲୋକ। ଦେଶାଧ୍ୟକ୍ଷ ଓ ଶାସନକର୍ତ୍ତା, ଅଧିପତିଗଣ ଓ ବିଖ୍ୟାତ ଲୋକ, ସମସ୍ତେ ଅଶ୍ୱାରୋହୀ।
àwọn ará Babeli àti gbogbo ara Kaldea àwọn ọkùnrin Pekodi àti Ṣoa àti Koa àti gbogbo ará Asiria pẹ̀lú wọn, àwọn ọ̀dọ́mọkùnrin arẹwà, gbogbo àwọn gómìnà àti balógun, olórí oníkẹ̀kẹ́ ogun àti àwọn onípò gíga, gbogbo àwọn tí ń gun ẹṣin.
24 ପୁଣି, ସେମାନେ ଅସ୍ତ୍ରଶସ୍ତ୍ର, ରଥ, ଶକଟ ଓ ଗୋଷ୍ଠୀଗଣର ସମାଜ ନେଇ ତୁମ୍ଭ ବିରୁଦ୍ଧରେ ଆସିବେ; ସେମାନେ ସାନ ଓ ବଡ଼ ଢାଲ ଓ ଟୋପର ଧରି ତୁମ୍ଭ ବିରୁଦ୍ଧରେ ଚତୁର୍ଦ୍ଦିଗରେ ଆପଣାମାନଙ୍କୁ ସଜାଇବେ; ଆଉ, ଆମ୍ଭେ ସେମାନଙ୍କ ହସ୍ତରେ ବିଚାରର ଭାର ସମର୍ପଣ କରିବା ଓ ସେମାନେ ଆପଣାମାନଙ୍କର ବିଚାରାନୁସାରେ ତୁମ୍ଭର ବିଚାର କରିବେ।
Wọn yóò wa dojúkọ ọ pẹ̀lú ohun ìjà, kẹ̀kẹ́ ogun pẹ̀lú kẹ̀kẹ́ ẹrù àti pẹ̀lú ìwọ́jọpọ̀ ènìyàn; wọn yóò mú ìdúró wọn lòdì sí ọ ní gbogbo ọ̀nà pẹ̀lú asà ńlá àti kékeré pẹ̀lú àṣíborí. Èmi yóò yí ọ padà sí wọn fun ìjìyà, wọn yóò sì fi ìyà jẹ ọ gẹ́gẹ́ bí wọn tí tó.
25 ପୁଣି, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆମ୍ଭର ଅନ୍ତର୍ଜ୍ୱାଳା ରଖିବା, ତହିଁରେ ସେମାନେ କୋପରେ ତୁମ୍ଭ ପ୍ରତି ବ୍ୟବହାର କରିବେ; ସେମାନେ ତୁମ୍ଭର ନାସିକା ଓ କର୍ଣ୍ଣ କାଟି ପକାଇବେ ଓ ତୁମ୍ଭର ଅବଶିଷ୍ଟ ଲୋକମାନେ ଖଡ୍ଗରେ ପତିତ ହେବେ; ସେମାନେ ତୁମ୍ଭର ପୁତ୍ରକନ୍ୟାଗଣକୁ ନେଇଯିବେ ଓ ତୁମ୍ଭର ଅବଶିଷ୍ଟ ଲୋକମାନେ ଅଗ୍ନି ଦ୍ୱାରା ଗ୍ରାସିତ ହେବେ।
Èmi yóò sì dojú ìbínú owú mi kọ ọ́, wọn yóò sì fìyà jẹ ọ́ ní ìrunú. Wọ́n yóò gé àwọn imú àti àwọn etí yín kúrò, àwọn tí ó kù nínú yín yóò ti ipá idà ṣubú. Wọn yóò mú àwọn ọmọkùnrin àti àwọn ọmọkùnrin yín lọ, àwọn tí o kù nínú yín ni iná yóò jórun.
26 ସେମାନେ ମଧ୍ୟ ତୁମ୍ଭକୁ ବିବସ୍ତ୍ରା କରିବେ ଓ ତୁମ୍ଭର ସୁନ୍ଦର ଅଳଙ୍କାରସବୁ ନେଇଯିବେ।
Wọn yóò sì kó àwọn aṣọ àti àwọn ohun ọ̀ṣọ́ iyebíye yín.
27 ଏହିରୂପେ ଆମ୍ଭେ ତୁମ୍ଭର ଲମ୍ପଟାଚରଣ ଓ ମିସର ଦେଶରୁ ଶିକ୍ଷିତ ତୁମ୍ଭର ବ୍ୟଭିଚାର କ୍ରିୟା ନିବୃତ୍ତ କରାଇବା; ତହିଁରେ ତୁମ୍ଭେ ସେମାନଙ୍କ ପ୍ରତି ଆଉ ଅନାଇବ ନାହିଁ, କି ମିସରକୁ ଆଉ ସ୍ମରଣ କରିବ ନାହିଁ।
Èmi yóò sì fi òpin sí ìwà ìfẹ́kúfẹ̀ẹ́ àti iṣẹ́ panṣágà tí ẹ bẹ̀rẹ̀ ni Ejibiti. Ẹ̀yin kò ní wo àwọn nǹkan wọ̀nyí pẹ̀lú ìpòùngbẹ, bẹ́ẹ̀ ni ẹ kò ní rántí Ejibiti mọ.
28 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଯେଉଁମାନଙ୍କୁ ତୁମ୍ଭେ ଘୃଣା କରୁଅଛ ଓ ଯେଉଁମାନଙ୍କଠାରୁ ତୁମ୍ଭର ପ୍ରାଣ ବିମୁଖ ହୋଇଅଛି, ସେମାନଙ୍କ ହସ୍ତରେ ଆମ୍ଭେ ତୁମ୍ଭକୁ ସମର୍ପଣ କରିବା;
“Nítorí báyìí ni Olúwa Olódùmarè wí: Èmi yóò fi ọ lé ọwọ́ àwọn tí ó kórìíra, lọ́wọ́ àwọn ẹni tí ọkàn rẹ ti ṣí kúrò.
29 ତହିଁରେ ସେମାନେ ଘୃଣା ଭାବରେ ତୁମ୍ଭ ପ୍ରତି ବ୍ୟବହାର କରିବେ ଓ ତୁମ୍ଭର ସକଳ ପରିଶ୍ରମର ଫଳ ହରଣ କରିବେ, ଆଉ ତୁମ୍ଭକୁ ଉଲଙ୍ଗିନୀ ଓ ବିବସ୍ତ୍ର କରି ଛାଡ଼ି ଦେବେ; ତହିଁରେ ତୁମ୍ଭର ବ୍ୟଭିଚାର ଘଟିତ ଉଲଙ୍ଗତା, ତୁମ୍ଭର ଲମ୍ପଟାଚରଣ ଓ ବେଶ୍ୟା କ୍ରିୟା ପ୍ରକାଶିତ ହେବ।
Wọn yóò fìyà jẹ ọ́ pẹ̀lú ìkórìíra, wọn yóò sì kó gbogbo ohun tí o ṣiṣẹ́ fún lọ. Wọn yóò fi ọ́ sílẹ̀ ní ìhòhò goloto, ìtìjú iṣẹ́ panṣágà rẹ ni yóò farahàn. Ìwà ìfẹ́kúfẹ̀ẹ́ rẹ̀ àti panṣágà rẹ.
30 ତୁମ୍ଭେ ବେଶ୍ୟାର ନ୍ୟାୟ ଅନ୍ୟଦେଶୀୟମାନଙ୍କର ଅନୁଗାମିନୀ ହୋଇଅଛ ଓ ସେମାନଙ୍କର ପ୍ରତିମାଗଣ ଦ୍ୱାରା ଅଶୁଚୀକୃତ ହୋଇଅଛ, ଏଥିପାଇଁ ତୁମ୍ଭ ପ୍ରତି ଏହିସବୁ କରାଯିବ।
Èmi yóò ṣe gbogbo nǹkan wọ̀nyí sí ọ, nítorí ìwọ ti bá àwọn kèfèrí ṣe àgbèrè lọ, o sì fi àwọn òrìṣà wọn ba ara rẹ̀ jẹ́.
31 ତୁମ୍ଭେ ଆପଣାର ଭଗିନୀର ପଥରେ ଗମନ କରିଅଛ; ଏଥିପାଇଁ ଆମ୍ଭେ ତାହାର ପାନପାତ୍ର ତୁମ୍ଭ ହସ୍ତରେ ଦେବା।
Ìwọ ti rin ọ̀nà ti ẹ̀gbọ́n rẹ rìn, Èmi yóò sì fi ago rẹ̀ lé ọ lọ́wọ́.
32 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଆପଣା ଭଗିନୀର ପାତ୍ରରେ ପାନ କରିବ, ତାହା ଗଭୀର ଓ ବଡ଼; ତୁମ୍ଭେ ହାସ୍ୟ ଓ ଉପହାସର ବିଷୟ ହେବ; ସେହି ପାତ୍ର ବହୁତ ଧାରଣ କରେ।
“Èyí yìí ní ohun ti Olúwa Olódùmarè wí: “Ìwọ yóò mu nínú ago ẹ̀gbọ́n rẹ, ago tí ó tóbi tí ó sì jinnú: yóò mú ìfiṣẹ̀sín àti ìfiṣe ẹlẹ́yà wá, nítorí tí ago náà gba nǹkan púpọ̀.
33 ତୁମ୍ଭେ ମତ୍ତତା ଓ ଶୋକରେ ପରିପୂର୍ଣ୍ଣ ହେବ, ବିସ୍ମୟ ଓ ଧ୍ୱଂସରୂପ ପାତ୍ରରେ, ତୁମ୍ଭ ଭଗିନୀ ଶମରୀୟାର ପାତ୍ରରେ ପରିପୂର୍ଣ୍ଣ ହେବ।
Ìwọ yóò mu àmupara àti ìbànújẹ́, ago ìparun àti ìsọdahoro ago ẹ̀gbọ́n rẹ Samaria.
34 ତୁମ୍ଭେ ତାହା ନିଗାଡ଼ି ପାନ କରିବ ଓ ତହିଁର ଭଗ୍ନଖଣ୍ଡ ଚୋବାଇ ଆପଣା ସ୍ତନ ବିଦୀର୍ଣ୍ଣ କରିବ; କାରଣ ଆମ୍ଭେ ଏହା କହିଅଛୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି;
Ìwọ yóò mú un ni àmugbẹ; ìwọ yóò sì fọ sí wẹ́wẹ́ ìwọ yóò sì fa ọmú rẹ̀ ya. Èmi ti sọ̀rọ̀ ni Olúwa Olódùmarè wí.
35 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଆମ୍ଭକୁ ପାସୋରିଅଛ ଓ ତୁମ୍ଭ ପଛଆଡ଼େ ଆମ୍ଭକୁ ପକାଇଅଛ, ଏଥିପାଇଁ ତୁମ୍ଭେ ମଧ୍ୟ ଆପଣା ଲମ୍ପଟାଚରଣ ଓ ବ୍ୟଭିଚାର କ୍ରିୟାର ଭାର ବହନ କର।”
“Nítorí náà báyìí ní Olúwa Olódùmarè wí: Níwọ́n bí ìwọ ti gbàgbé mi, tí ìwọ sì ti fi mi sí ẹ̀yìn rẹ, ìwọ gbọdọ̀ gba àbájáde ìfẹ́kúfẹ̀ẹ́ àti panṣágà rẹ.”
36 ସଦାପ୍ରଭୁ ଆହୁରି ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ଅହଲାର ଓ ଅହଲୀବାର ବିଚାର କରିବ? ତେବେ ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାସବୁ ସେମାନଙ୍କୁ ଜ୍ଞାତ କରାଅ;
Olúwa sọ fún mi pé: “Ọmọ ènìyàn, ń jẹ́ ìwọ yóò ṣe ìdájọ́ Ohola àti Oholiba? Nítorí náà dojúkọ wọn nípa ìkórìíra tí wọn ń ṣe,
37 କାରଣ ସେମାନେ ବ୍ୟଭିଚାର କରିଅଛନ୍ତି ଓ ସେମାନଙ୍କ ହସ୍ତରେ ରକ୍ତ ଅଛି ଓ ସେମାନେ ଆପଣାମାନଙ୍କ ପ୍ରତିମାଗଣ ସହିତ ବ୍ୟଭିଚାର କରିଅଛନ୍ତି; ଆଉ, ସେମାନେ ମଧ୍ୟ ଆମ୍ଭଠାରୁ ଜାତ ଆପଣା ସନ୍ତାନଗଣକୁ ଗ୍ରାସିତ ହେବା ନିମନ୍ତେ ସେମାନଙ୍କ ଉଦ୍ଦେଶ୍ୟରେ ଅଗ୍ନି ମଧ୍ୟଦେଇ ଗମନ କରାଇଅଛନ୍ତି।
nítorí wọn ti dá ẹ̀ṣẹ̀ panṣágà ẹ̀jẹ̀ sì wà ní ọwọ́ wọn. Wọn dá ẹ̀ṣẹ̀ panṣágà pẹ̀lú àwọn òrìṣà wọn; kódà wọ́n fi àwọn ọmọ wọn tí wọn bí fún ni ṣe ìrúbọ, gẹ́gẹ́ bí oúnjẹ fún wọn.
38 ଆହୁରି, ସେମାନେ ଆମ୍ଭ ପ୍ରତି ଏହି କାର୍ଯ୍ୟ କରିଅଛନ୍ତି; ସେମାନେ ଏକ ଦିନରେ ଆମ୍ଭର ଧର୍ମଧାମ ଅଶୁଚି ଓ ଆମ୍ଭର ବିଶ୍ରାମ ଦିନସବୁ ଅପବିତ୍ର କରିଅଛନ୍ତି।
Bákan náà ni wọ́n ti ṣe èyí náà sí mi. Ní àkókò kan náà wọn ba ibi mímọ́ mi jẹ́, wọ́n sì lo ọjọ́ ìsinmi mi ní àìmọ́.
39 କାରଣ ସେମାନେ ଆପଣାମାନଙ୍କର ପ୍ରତିମାଗଣର ଉଦ୍ଦେଶ୍ୟରେ ଆପଣା ଆପଣା ସନ୍ତାନଗଣକୁ ବଧ କଲା ଉତ୍ତାରେ ସେହି ଦିନ ଆମ୍ଭର ଧର୍ମଧାମ ଅପବିତ୍ର କରିବା ପାଇଁ ତହିଁ ମଧ୍ୟକୁ ଆସିଲେ; ଆଉ, ଦେଖ, ସେମାନେ ଆମ୍ଭ ଗୃହ ମଧ୍ୟରେ ଏହି ପ୍ରକାର କରିଅଛନ୍ତି।
Ní ọjọ́ náà gan an wọ́n fi àwọn ọmọ wọn rú ẹbọ sí àwọn òrìṣà, wọn wọ ibi mímọ́ mi lọ wọn sì lò ó ní ìlòkulò. Ìyẹn ní wọn ṣe ní ilé mi.
40 ଆହୁରି, ଦୂରରୁ ଆସିବା ପୁରୁଷମାନଙ୍କ ପାଇଁ ତୁମ୍ଭେମାନେ ଲୋକ ପଠାଇଅଛ; ସେମାନଙ୍କ ନିକଟକୁ ଦୂତ ପ୍ରେରିତ ହେଲା, ଆଉ ଦେଖ, ସେମାନେ ଆସିଲେ; ସେମାନଙ୍କ ନିମନ୍ତେ ତୁମ୍ଭେ ସ୍ନାନ କଲ, ଚକ୍ଷୁରେ ଅଞ୍ଜନ ଦେଲ ଓ ଅଳଙ୍କାରରେ ଆପଣାକୁ ବିଭୂଷିତା କଲ;
“Wọn tilẹ̀ rán oníṣẹ́ sí àwọn ènìyàn tí wọ́n wá láti ọ̀nà jíjìn, nígbà tí wọ́n dé, ìwọ wẹ ara rẹ fún wọn, ìwọ kún ojú rẹ, ìwọ sì fi ọ̀ṣọ́ iyebíye sára.
41 ପୁଣି, ରାଜକୀୟ ଶଯ୍ୟାରେ ବସି ତହିଁର ସମ୍ମୁଖରେ ମେଜ ସଜାଇ ତାହା ଉପରେ ଆମ୍ଭର ଧୂପ ଓ ଆମ୍ଭର ତୈଳ ରଖିଲ।
Ìwọ jókòó lórí ibùsùn ti o lẹ́wà, pẹ̀lú tábìlì tí a tẹ́ ní iwájú rẹ lórí, èyí tí o gbé tùràrí àti òróró tí ó jẹ́ tèmi kà.
42 ଆଉ, ତାହା ସଙ୍ଗେ ନିଶ୍ଚିନ୍ତ ଲୋକସମୂହର କଳରବ ଥିଲା ଓ ସାଧାରଣ ଲୋକଙ୍କ ସହିତ ପ୍ରାନ୍ତରରୁ ମଦ୍ୟପାୟୀମାନେ ଅଣାଗଲେ; ପୁଣି, ସେମାନେ ସେମାନଙ୍କ ହସ୍ତରେ କଙ୍କଣ ଓ ସେମାନଙ୍କ ମସ୍ତକରେ ସୁନ୍ଦର ମୁକୁଟ ପିନ୍ଧାଇଲେ।
“Ariwo ìjọ ènìyàn tí kò bìkítà wà ní àyíká rẹ̀; a mú àwọn ara Sabeani láti aginjù pẹ̀lú àwọn ọkùnrin láti ara àwọn ọ̀pọ̀ ènìyàn aláìníláárí, wọ́n sì mú àwọn ẹ̀gbà ọrùn ọwọ́ sí àwọn ọwọ́ obìnrin náà àti ẹ̀gbọ́n rẹ̀, adé dáradára sì wà ní orí wọn.
43 ତେବେ ବ୍ୟଭିଚାର କ୍ରିୟାରେ ଜୀର୍ଣ୍ଣା ସ୍ତ୍ରୀ ବିଷୟରେ ଆମ୍ଭେ କହିଲୁ, ଏବେ ସେମାନେ ତାହା ସଙ୍ଗେ ବ୍ୟଭିଚାର କାର୍ଯ୍ୟ କରିବେ ଓ ସେ ସେମାନଙ୍କ ସଙ୍ଗେ କରିବ।
Lẹ́yìn náà mo sọ̀rọ̀ nípa èyí tí ó lo ara rẹ̀ sá nípa panṣágà ṣíṣe, ‘Nísinsin yìí jẹ kí wọn lo o bí panṣágà, nítorí gbogbo ohun tí ó jẹ́ nìyẹn.’
44 ପୁଣି, ଲୋକେ ଯେପରି ବେଶ୍ୟା ସହ ଶୟନ କରନ୍ତି, ସେହିପରି ସେମାନେ ତାହା ସହ ଶୟନ କଲେ; ଏହି ପ୍ରକାରେ ସେମାନେ ଅହଲା ଓ ଅହଲୀବା, ଏହି ଲମ୍ପଟା ସ୍ତ୍ରୀମାନଙ୍କ ସହ ଶୟନ କଲେ।
Wọn ba sùn bí ọkùnrin ti bá panṣágà sùn, bẹ́ẹ̀ ni wọ́n ṣe sùn pẹ̀lú obìnrin onífẹ̀kúfẹ̀ẹ́, Ohola àti Oholiba.
45 ମାତ୍ର ଧାର୍ମିକ ଲୋକମାନେ ବ୍ୟଭିଚାରିଣୀ ଓ ରକ୍ତପାତକାରିଣୀ ସ୍ତ୍ରୀମାନଙ୍କର ବିଚାରାନୁସାରେ ସେମାନଙ୍କର ବିଚାର କରିବେ; ଯେହେତୁ ସେମାନେ ବ୍ୟଭିଚାରିଣୀ ଓ ସେମାନଙ୍କ ହସ୍ତରେ ରକ୍ତ ଅଛି।”
Ṣùgbọ́n àwọn ọkùnrin olódodo yóò pàṣẹ pé kí wọ́n fi ìyà jẹ àwọn obìnrin tí ó dá ẹ̀ṣẹ̀ àgbèrè tí ó sì ta ẹ̀jẹ̀ sílẹ̀ nítorí pé panṣágà ni wọ́n ẹ̀jẹ̀ sì wà ní ọwọ́ wọn.
46 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; “ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଜନସମାଜ ଆଣିବା, ପୁଣି, ଏଣେତେଣେ ଟଳଟଳ ଓ ଲୁଟିତ ହେବା ପାଇଁ ସେମାନଙ୍କୁ ସମର୍ପଣ କରିବା।
“Èyí ni ohun tí Olúwa Olódùmarè wí: Mú àgbájọ àwọn ènìyànkénìyàn wá sọ́dọ̀ wọn ki ó sì fi wọn lé ọwọ́ ìpayà àti ìkógun.
47 ପୁଣି, ସେହି ସମାଜ ସେମାନଙ୍କୁ ପ୍ରସ୍ତରାଘାତ କରିବେ ଓ ଖଡ୍ଗରେ ବଧ କରିବେ; ସେମାନେ ସେମାନଙ୍କର ପୁତ୍ରକନ୍ୟାଗଣକୁ ବଧ କରିବେ ଓ ସେମାନଙ୍କର ଗୃହସବୁ ଅଗ୍ନିରେ ଦଗ୍ଧ କରିବେ।
Àwọn ènìyànkénìyàn náà yóò sọ wọ́n ni òkúta, yóò sì gé wọn lulẹ̀ pẹ̀lú idà wọn; wọn ó sì pa àwọn ọmọkùnrin àti àwọn ọmọbìnrin wọn, wọ́n ó sì jó àwọn ilé wọn kanlẹ̀.”
48 ଏହିରୂପେ ଆମ୍ଭେ ଦେଶରୁ ଲମ୍ପଟାଚରଣ ନିବୃତ୍ତ କରାଇବା, ତହିଁରେ ସମୁଦାୟ ସ୍ତ୍ରୀଲୋକ ତୁମ୍ଭମାନଙ୍କର ଲମ୍ପଟପଣ ଅନୁସାରେ ଆଚରଣ ନ କରିବା ପାଇଁ ଶିକ୍ଷା ପାଇବେ।
“Èmi yóò sì fi òpin sí ìwà ìfẹ́kúfẹ̀ẹ́ ni ilẹ̀ náà, kí gbogbo àwọn obìnrin le gba ìkìlọ̀ kí wọn kí ó ma sì ṣe fi ara wé ọ.
49 ପୁଣି, ଲୋକମାନେ ତୁମ୍ଭମାନଙ୍କ ଲମ୍ପଟାଚରଣର ପ୍ରତିଫଳ ତୁମ୍ଭମାନଙ୍କ ଉପରେ ବର୍ତ୍ତାଇବେ ଓ ତୁମ୍ଭେମାନେ ଆପଣାମାନଙ୍କର ପ୍ରତିମାଗଣ ସମ୍ବନ୍ଧୀୟ ପାପସକଳର ଭାର ବୋହିବ; ତହିଁରେ ଆମ୍ଭେ ଯେ ପ୍ରଭୁ, ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।”
Ìwọ yóò sì jìyà fún ìfẹ́kúfẹ̀ẹ́ rẹ, ìwọ yóò sì gba àbájáde àwọn ẹ̀ṣẹ̀ panṣágà tí o dá. Nígbà náà ìwọ yóò mọ̀ pé èmi ni Olúwa Olódùmarè.”

< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 23 >