< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 17 >

1 ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
Ọ̀rọ̀ Olúwa tọ̀ ní wá wí pé:
2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲ ବଂଶ ନିକଟରେ ଗୋଟିଏ ପ୍ରହେଳିକା ଉତ୍ଥାପନ କର ଓ ଏକ ଦୃଷ୍ଟାନ୍ତ କଥା କୁହ;
“Ọmọ ènìyàn pa àlọ́ kan, sì pa òwe kan fún ilé Israẹli.
3 ତୁମ୍ଭେ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଗୋଟିଏ ବଡ଼ ଉତ୍କ୍ରୋଶ ପକ୍ଷୀର ପକ୍ଷ ଥିଲା, ତାହାର ପକ୍ଷ ବଡ଼, ଡେଣା ଦୀର୍ଘ ଓ ଚିତ୍ରବିଚିତ୍ର ଲୋମରେ ପରିପୂର୍ଣ୍ଣ, ସେ ଲିବାନୋନକୁ ଆସି ଏରସ ବୃକ୍ଷର ଅଗ୍ରଭାଗ ନେଇଗଲା:
Sọ fún wọn pé, ‘Báyìí ni Olúwa Olódùmarè wí, idì ńlá kan tó ní apá títóbi àti ìyẹ́ gígùn tó kún fún àwọ̀ oríṣìíríṣìí wa si Lebanoni, ó sì mu ẹ̀ka igi kedari tó ga jùlọ,
4 ସେ ତହିଁର ସାନ ସାନ ପଲ୍ଲବର ଉଚ୍ଚତମ ପଲ୍ଲବ କାଟି ବାଣିଜ୍ୟ ଦେଶକୁ ନେଇ ବଣିକମାନଙ୍କର ଗୋଟିଏ ନଗରରେ ରଖିଲା।
ó gé ọ̀mùnú orí ẹ̀ka yìí kúrò, ó mú un lọ sí ilẹ̀ oníṣòwò, ó sì gbìn ín sí ìlú àwọn oníṣòwò.
5 ଆହୁରି, ସେ ଦେଶର ବୀଜ ନେଇ ଏକ ଉର୍ବର ଭୂମିରେ ତାହା ରୋପଣ କଲା; ସେ ଜଳରାଶିର ନିକଟରେ ବାଇଶୀ ବୃକ୍ଷ ତୁଲ୍ୟ ତାହା ରୋପଣ କଲା।
“‘Ó mú lára irúgbìn ilẹ̀ náà, ó gbìn ín sí ilẹ̀ ọlọ́ràá, lẹ́gbẹ̀ẹ́ ọ̀pọ̀lọpọ̀ omi, ó gbìn ín bí igi wílóò.
6 ତହୁଁ ତାହା ବଢ଼ି ଅଳ୍ପ ଉଚ୍ଚ ଦ୍ରାକ୍ଷାଲତା ପରି ବଢ଼ିଲା, ତହିଁର ଶାଖାସବୁ ତାହାର ସମ୍ମୁଖ ହେଲା ଓ ତହିଁର ମୂଳ ତାହାର ତଳେ ରହିଲା; ଏହି ପ୍ରକାରେ ତାହା ଦ୍ରାକ୍ଷାଲତା ହୋଇ ଶାଖାବିଶିଷ୍ଟ ଓ ପଲ୍ଲବିତ ହେଲା।
Ó dàgbà, ó sì di àjàrà tó kúrú ṣùgbọ́n to bolẹ̀. Àwọn ẹ̀ka rẹ̀ kọjú sí i, gbòǹgbò rẹ̀ sì dúró lábẹ́ rẹ̀, bẹ́ẹ̀ ni ó di àjàrà, ó sì mu ẹ̀ka àti ewé jáde.
7 ପୁଣି, ଆଉ ଗୋଟିଏ ବଡ଼ ବଡ଼ ପକ୍ଷ ଓ ଅନେକ ଲୋମବିଶିଷ୍ଟ ବୃହତ ଉତ୍କ୍ରୋଶ ପକ୍ଷୀ ଥିଲା; ଆଉ ଦେଖ, ସେହି ଦ୍ରାକ୍ଷାଲତା ଜଳରେ ସେଚିତ ହେବା ପାଇଁ ଆପଣା ରୋପିତ ହେବା କିଆରିରୁ ତାହାର ପ୍ରତି ଆପଣା ମୂଳ ବକ୍ର କରି ଶାଖା ବିସ୍ତାର କଲା।
“‘Ṣùgbọ́n ẹyẹ idì ńlá mìíràn tún wá, tó ní apá títóbi pẹ̀lú ìyẹ́ púpọ̀. Gbòǹgbò àjàrà náà sì ta lọ sọ́dọ̀ rẹ̀ láti orí ilẹ̀ tí wọn gbìn ín sí, ó wá pẹ̀ka lọ sọ́dọ̀ rẹ̀ kí ó le fún un ni omi.
8 ତାହା ଯେପରି ଶାଖାବିଶିଷ୍ଟ ଓ ଫଳବତୀ ହୋଇ ଉତ୍ତମ ଦ୍ରାକ୍ଷାଲତା ହେବ, ଏଥିପାଇଁ ତାହା ଜଳରାଶିର ନିକଟସ୍ଥ ଉର୍ବର ଭୂମିରେ ରୋପିତ ହୋଇଥିଲା।
Orí ilẹ̀ tó dára lẹ́gbẹ̀ẹ́ ọ̀pọ̀lọpọ̀ omi ni a gbìn ín sí, kí ó bá à le pẹ̀ka, kò sì so èso, ó sì wá di igi àjàrà tó lọ́lá púpọ̀.’
9 ତୁମ୍ଭେ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତାହା କି କୃତକାର୍ଯ୍ୟ ହେବ? ତାହା ଯେପରି ଶୁଷ୍କ ହେବ, ଏଥିପାଇଁ ସେ କି ତହିଁର ମୂଳ ଉପାଡ଼ି ତହିଁର ଫଳ କାଟି ପକାଇବ ନାହିଁ? ମହାପରାକ୍ରମ ଓ ଅନେକ ଲୋକ ବିହୁନେ ହିଁ ତହିଁର ମୂଳ ଉତ୍ପାଟିତ ହୋଇ ତହିଁର ଅଙ୍କୁରିତ ନବୀନ ପତ୍ରସବୁ କି ମ୍ଳାନ ହେବ ନାହିଁ?
“Sọ fún wọn pé, ‘Ohun tí Olúwa Olódùmarè wí nìyí, yóò wá gbilẹ̀ bí? A kò wá ní i wú gbòǹgbò rẹ̀, ki a si gé èso rẹ̀ kúrò kí ó bá à le rọ? Gbogbo ewé rẹ̀ tó ṣẹ̀ṣẹ̀ yọ ni yóò rẹ̀. Kò sì nígbà agbára tàbí ènìyàn púpọ̀ láti fà gbòǹgbò rẹ̀ tu.
10 ହଁ, ଦେଖ, ରୋପିତ ହୋଇଅଛି ବୋଲି ତାହା କି କୃତକାର୍ଯ୍ୟ ହେବ? ପୂର୍ବୀୟ ବାୟୁ ସ୍ପର୍ଶ କଲେ ତାହା କି ସମ୍ପୂର୍ଣ୍ଣ ରୂପେ ଶୁଷ୍କ ହୋଇ ନ ଯିବ? ବଢ଼ିବା କିଆରିରେ ତାହା ଶୁଷ୍କ ହୋଇଯିବ।”
Bí a tilẹ̀ tún un gbìn, yóò wa gbilẹ̀ bí? Kò wá ní i rọ pátápátá nígbà ti afẹ́fẹ́ láti ìlà-oòrùn bá kọlù ú. Gbogbo ewé rẹ̀ yóò rẹ̀ lórí ilẹ̀ tó ti dàgbà?’”
11 ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
Nígbà náà, ni ọ̀rọ̀ Olúwa tọ̀ mi wá pé:
12 “ତୁମ୍ଭେ ସେହି ବିଦ୍ରୋହୀ-ବଂଶକୁ କୁହ, ତୁମ୍ଭେମାନେ କି ଏହିସବୁର ତାତ୍ପର୍ଯ୍ୟ ଜାଣ ନାହିଁ? ସେମାନଙ୍କୁ କୁହ, ଦେଖ, ବାବିଲର ରାଜା ଯିରୂଶାଲମକୁ ଆସି ତହିଁର ରାଜାକୁ ଓ ତହିଁର ଅଧିପତିଗଣକୁ ଆପଣାର ନିକଟକୁ ବାବିଲକୁ ନେଇଗଲା;
“Sọ fún ọlọ̀tẹ̀ ilé yìí, ‘Ǹjẹ́ ẹ mọ ìtumọ̀ àwọn nǹkan wọ̀nyí?’ Sọ fún wọn: ‘Ọba Babeli wá sí Jerusalẹmu, ó sì kó ọba àti àwọn ìjòyè ọmọ-aládé ibẹ̀ lọ sí Babeli lọ́dọ̀ rẹ̀.
13 ପୁଣି, ରାଜ୍ୟ ଯେପରି ଅବନତ ହୋଇ ଆଉ ଉନ୍ନତ ନୋହିବ, ମାତ୍ର ତାହାର ନିୟମ ପାଳନ କରି ଯେପରି ସ୍ଥିର ହେବ, ଏଥିପାଇଁ
Lẹ́yìn èyí, ó bá ọ̀kan nínú ọmọ ọba dá májẹ̀mú, ó mú un ìbúra, ó tún kó àwọn alágbára ilẹ̀ náà lọ.
14 ସେ ରାଜବଂଶରୁ ଗୋଟିଏ ବୀଜ ନେଇ ତାହା ସଙ୍ଗେ ନିୟମ କଲା, ମଧ୍ୟ ତାହାକୁ ଶପଥାଧୀନ କଲା ଓ ଦେଶର ପରାକ୍ରମୀ ଲୋକମାନଙ୍କୁ ନେଇଗଲା।
Kí ìjọba ilẹ̀ náà le rẹ ilẹ̀, kí ó má lè gbé ara rẹ̀ sókè, kí ó lè dúró nípa pípa májẹ̀mú rẹ̀ mọ́.
15 ମାତ୍ର ସେ ଅଶ୍ୱଗଣ ଓ ଅନେକ ଲୋକ ପାଇବା ନିମନ୍ତେ ମିସରକୁ ଆପଣା ଦୂତଗଣ ପଠାଇ ବାବିଲ ରାଜାର ବିଦ୍ରୋହୀ ହେଲା। ସେ କି କୃତକାର୍ଯ୍ୟ ହେବ? ଯେ ଏପରି କାର୍ଯ୍ୟ କରେ, ସେ କି ରକ୍ଷା ପାଇବ? ସେ ନିୟମ ଲଙ୍ଘନ କରି କି ରକ୍ଷା ପାଇବ?
Ṣùgbọ́n ọba ṣọ̀tẹ̀ sí i nípa ríran àwọn ikọ̀ rẹ̀ lọ sí Ejibiti, kí wọn bá à lè fún un ni ẹṣin àti àwọn ọmọ-ogun púpọ̀. Yóò ha ṣe àṣeyọrí? Ṣe ẹni tó ṣe irú nǹkan yìí yóò sì bọ́ níbẹ̀? Yóò ha dalẹ̀ tán kí ó sì bọ́ níbẹ̀ bí?
16 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଯେଉଁ ରାଜା ତାହାକୁ ରାଜା କଲା, ଯାହାର ଶପଥ ସେ ତୁଚ୍ଛ କଲା ଓ ଯାହାର ନିୟମ ସେ ଭାଙ୍ଗିଲା, ସେହି ରାଜାର ବାସସ୍ଥାନ ବାବିଲ ମଧ୍ୟରେ ଓ ତାହାର ନିକଟରେ, ସେ ନିଶ୍ଚୟ ମରିବ।
“‘Bí mo ti wà láààyè ni Olúwa Olódùmarè wí, òun yóò kú ní Babeli, ní ilẹ̀ ọba tó fi sórí oyè, ìbúra ẹni tí ó kẹ́gàn àti májẹ̀mú ẹni tí ó dà.
17 ପୁଣି, ଅନେକ ଲୋକଙ୍କୁ ଉଚ୍ଛିନ୍ନ କରିବା ପାଇଁ ସେମାନେ ଯେତେବେଳେ ବନ୍ଧ ବାନ୍ଧିବେ ଓ ଗଡ଼ ନିର୍ମାଣ କରିବେ, ସେତେବେଳେ ଫାରୋ ଆପଣାର ପରାକ୍ରାନ୍ତ ସୈନ୍ୟସାମନ୍ତ ଓ ମହାସୈନ୍ୟଦଳ ଦ୍ୱାରା ଯୁଦ୍ଧରେ ତାହାର ସାହାଯ୍ୟ କରିବ ନାହିଁ।
Farao pẹ̀lú àwọn ọmọ-ogun àti àjọ ńlá rẹ̀ kò ní lè ṣe ìrànwọ́ fún un lójú ogun. Nígbà tí wọ́n bá pa bùdó ogun tì í, tí wọ́n sì mọ odi láti pa ọ̀pọ̀ ènìyàn.
18 କାରଣ, ସେ ନିୟମ ଭଗ୍ନ କରି ଶପଥ ତୁଚ୍ଛ କରିଅଛି ଓ ଦେଖ, ସେ ଆପଣା ହସ୍ତ ଦେଲେ ହେଁ ଏହିସବୁ କାର୍ଯ୍ୟ କରିଅଛି; ସେ ରକ୍ଷା ପାଇବ ନାହିଁ।
Nítorí pé ó kẹ́gàn ìbúra nípa dída májẹ̀mú, àti pé ó juwọ́ sílẹ̀ nínú ṣíṣe ìlérí, kì yóò bọ níbẹ̀ pẹ̀lú gbogbo àwọn nǹkan tí ó ṣe yìí.
19 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ସେ ଆମ୍ଭର ଯେଉଁ ଶପଥ ତୁଚ୍ଛ କରିଅଛି ଓ ଆମ୍ଭର ଯେଉଁ ନିୟମ ଭଙ୍ଗ କରିଅଛି, ଆମ୍ଭେ ଜୀବିତ ଥିବା ପ୍ରମାଣେ ନିଶ୍ଚୟ ତହିଁର ପ୍ରତିଫଳ ତାହାର ମସ୍ତକରେ ବର୍ତ୍ତାଇବା।
“‘Nítorí náà Olúwa Olódùmarè wí pé, bí mo ti wà láààyè, Èmi yóò mú ẹ̀san ẹ̀jẹ́ mi tó kẹ́gàn àti májẹ̀mú mi tó dà wa sórí rẹ̀.
20 ପୁଣି, ଆମ୍ଭେ ଆପଣା ଜାଲ ତାହା ଉପରେ ପ୍ରସାରିବା ଓ ସେ ଆମ୍ଭ ଫାନ୍ଦରେ ଧରାଯିବ, ଆଉ ଆମ୍ଭେ ତାହାକୁ ବାବିଲକୁ ନେଇଯିବା ଓ ସେ ଆମ୍ଭ ବିରୁଦ୍ଧରେ ଯେଉଁ ସତ୍ୟ-ଲଙ୍ଘନ ଅପରାଧ କରିଅଛି, ତହିଁ ସକାଶୁ ସେହି ସ୍ଥାନରେ ଆମ୍ଭେ ତାହାର ବିଚାର କରିବା।
Èmi yóò ta àwọ̀n mi sórí rẹ̀, yóò sì bọ sínú okùn mi, Èmi yóò mú ọ lọ Babeli láti ṣe ìdájọ́ ìwà ọ̀dàlẹ̀ tó hù sí mi.
21 ପୁଣି, ତାହାର ସକଳ ସୈନ୍ୟଦଳ ମଧ୍ୟରୁ ପଳାତକ ସମସ୍ତେ ଖଡ୍ଗରେ ପତିତ ହେବେ ଓ ଅବଶିଷ୍ଟ ଥିବା ଲୋକମାନେ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ ହେବେ; ତହିଁରେ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଏହି କଥା କହିଅଛୁ।”
Gbogbo ìgbèkùn àti ọ̀wọ́ ọmọ-ogun rẹ̀ ni yóò kú pẹ̀lú idà, èmi yóò sì fọn àwọn ìyókù ká sínú afẹ́fẹ́ káàkiri. Nígbà náà ni yóò mọ̀ pé, “Èmi Olúwa ni ó ti sọ̀rọ̀.”
22 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଏରସ ବୃକ୍ଷର ଉଚ୍ଚ ଅଗ୍ରଭାଗ ନେଇ ତାହା ସ୍ଥାପନ କରିବା; ଆମ୍ଭେ ତାହାର ଉଚ୍ଚତମ ପଲ୍ଲବମାନର ମଧ୍ୟରୁ ଗୋଟିଏ କୋମଳ ପଲ୍ଲବ କାଟି ନେଇ ଏକ ଉଚ୍ଚ ଓ ଉନ୍ନତ ପର୍ବତରେ ରୋପଣ କରିବା;
“‘Báyìí ní Olúwa Olódùmarè wí, Èmi fúnra mi yóò mú ọ̀kan lára ẹ̀ka tí ó ga jùlọ lórí igi kedari gíga, tí èmi yóò sì gbìn ín, èmi yóò sì gé ọ̀mùnú tí ó ṣẹ̀ṣẹ̀ yọ láti òkè, èmi yóò sì gbìn ín sórí òkè tó ga tó sì lókìkí.
23 ଇସ୍ରାଏଲର ଉଚ୍ଚତମ ପର୍ବତରେ ଆମ୍ଭେ ତାହା ରୋପଣ କରିବା, ତହିଁରେ ତାହା ଶାଖାବିଶିଷ୍ଟ ଓ ଫଳବାନ ହୋଇ ଉତ୍ତମ ଏରସ ବୃକ୍ଷ ହେବ; ତହିଁର ତଳେ ସର୍ବଜାତୀୟ ପକ୍ଷୀ ବାସ କରିବେ; ସେମାନେ ତହିଁର ଶାଖାମାନର ଛାୟାରେ ବାସ କରିବେ।
Ní ibi gíga òkè Israẹli ni èmi yóò gbìn ín sí; yóò pẹ̀ka, yóò sì so èso, yóò wa di igi kedari tí ó lọ́lá. Oríṣìíríṣìí ẹyẹ yóò sì fi òjìji abẹ ẹ̀ka rẹ ṣe ibùgbé; wọn yóò ṣe ibùgbé si abẹ́ òjìji ẹ̀ka rẹ̀.
24 ତହିଁରେ ଆମ୍ଭେ ସଦାପ୍ରଭୁ ଯେ ଉଚ୍ଚ ବୃକ୍ଷକୁ ନୀଚ କରିଅଛୁ ଓ ନୀଚ ବୃକ୍ଷକୁ ଉଚ୍ଚ କରିଅଛୁ, ସତେଜ ବୃକ୍ଷକୁ ଶୁଷ୍କ କରିଅଛୁ ଓ ଶୁଷ୍କ ବୃକ୍ଷକୁ ସତେଜ କରିଅଛୁ, ଏହା କ୍ଷେତ୍ରସ୍ଥ ଯାବତୀୟ ବୃକ୍ଷ ଜାଣିବେ; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ ଓ ସିଦ୍ଧ କରିଅଛୁ।”
Gbogbo igi inú oko yóò mọ̀ pé, Èmi Olúwa ni ó mú igi gíga walẹ̀, tí mo sì mú kúkúrú ga sókè, tí mo mu igi tútù gbẹ, tí mo sì mú igi gbígbẹ rúwé. “‘Èmi Olúwa ni ó sọ bẹ́ẹ̀, Èmi yóò sì ṣe e.’”

< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 17 >