< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 17 >

1 ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
ויהי דבר יהוה אלי לאמר׃
2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲ ବଂଶ ନିକଟରେ ଗୋଟିଏ ପ୍ରହେଳିକା ଉତ୍ଥାପନ କର ଓ ଏକ ଦୃଷ୍ଟାନ୍ତ କଥା କୁହ;
בן אדם חוד חידה ומשל משל אל בית ישראל׃
3 ତୁମ୍ଭେ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଗୋଟିଏ ବଡ଼ ଉତ୍କ୍ରୋଶ ପକ୍ଷୀର ପକ୍ଷ ଥିଲା, ତାହାର ପକ୍ଷ ବଡ଼, ଡେଣା ଦୀର୍ଘ ଓ ଚିତ୍ରବିଚିତ୍ର ଲୋମରେ ପରିପୂର୍ଣ୍ଣ, ସେ ଲିବାନୋନକୁ ଆସି ଏରସ ବୃକ୍ଷର ଅଗ୍ରଭାଗ ନେଇଗଲା:
ואמרת כה אמר אדני יהוה הנשר הגדול גדול הכנפים ארך האבר מלא הנוצה אשר לו הרקמה בא אל הלבנון ויקח את צמרת הארז׃
4 ସେ ତହିଁର ସାନ ସାନ ପଲ୍ଲବର ଉଚ୍ଚତମ ପଲ୍ଲବ କାଟି ବାଣିଜ୍ୟ ଦେଶକୁ ନେଇ ବଣିକମାନଙ୍କର ଗୋଟିଏ ନଗରରେ ରଖିଲା।
את ראש יניקותיו קטף ויביאהו אל ארץ כנען בעיר רכלים שמו׃
5 ଆହୁରି, ସେ ଦେଶର ବୀଜ ନେଇ ଏକ ଉର୍ବର ଭୂମିରେ ତାହା ରୋପଣ କଲା; ସେ ଜଳରାଶିର ନିକଟରେ ବାଇଶୀ ବୃକ୍ଷ ତୁଲ୍ୟ ତାହା ରୋପଣ କଲା।
ויקח מזרע הארץ ויתנהו בשדה זרע קח על מים רבים צפצפה שמו׃
6 ତହୁଁ ତାହା ବଢ଼ି ଅଳ୍ପ ଉଚ୍ଚ ଦ୍ରାକ୍ଷାଲତା ପରି ବଢ଼ିଲା, ତହିଁର ଶାଖାସବୁ ତାହାର ସମ୍ମୁଖ ହେଲା ଓ ତହିଁର ମୂଳ ତାହାର ତଳେ ରହିଲା; ଏହି ପ୍ରକାରେ ତାହା ଦ୍ରାକ୍ଷାଲତା ହୋଇ ଶାଖାବିଶିଷ୍ଟ ଓ ପଲ୍ଲବିତ ହେଲା।
ויצמח ויהי לגפן סרחת שפלת קומה לפנות דליותיו אליו ושרשיו תחתיו יהיו ותהי לגפן ותעש בדים ותשלח פארות׃
7 ପୁଣି, ଆଉ ଗୋଟିଏ ବଡ଼ ବଡ଼ ପକ୍ଷ ଓ ଅନେକ ଲୋମବିଶିଷ୍ଟ ବୃହତ ଉତ୍କ୍ରୋଶ ପକ୍ଷୀ ଥିଲା; ଆଉ ଦେଖ, ସେହି ଦ୍ରାକ୍ଷାଲତା ଜଳରେ ସେଚିତ ହେବା ପାଇଁ ଆପଣା ରୋପିତ ହେବା କିଆରିରୁ ତାହାର ପ୍ରତି ଆପଣା ମୂଳ ବକ୍ର କରି ଶାଖା ବିସ୍ତାର କଲା।
ויהי נשר אחד גדול גדול כנפים ורב נוצה והנה הגפן הזאת כפנה שרשיה עליו ודליותיו שלחה לו להשקות אותה מערגות מטעה׃
8 ତାହା ଯେପରି ଶାଖାବିଶିଷ୍ଟ ଓ ଫଳବତୀ ହୋଇ ଉତ୍ତମ ଦ୍ରାକ୍ଷାଲତା ହେବ, ଏଥିପାଇଁ ତାହା ଜଳରାଶିର ନିକଟସ୍ଥ ଉର୍ବର ଭୂମିରେ ରୋପିତ ହୋଇଥିଲା।
אל שדה טוב אל מים רבים היא שתולה לעשות ענף ולשאת פרי להיות לגפן אדרת׃
9 ତୁମ୍ଭେ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତାହା କି କୃତକାର୍ଯ୍ୟ ହେବ? ତାହା ଯେପରି ଶୁଷ୍କ ହେବ, ଏଥିପାଇଁ ସେ କି ତହିଁର ମୂଳ ଉପାଡ଼ି ତହିଁର ଫଳ କାଟି ପକାଇବ ନାହିଁ? ମହାପରାକ୍ରମ ଓ ଅନେକ ଲୋକ ବିହୁନେ ହିଁ ତହିଁର ମୂଳ ଉତ୍ପାଟିତ ହୋଇ ତହିଁର ଅଙ୍କୁରିତ ନବୀନ ପତ୍ରସବୁ କି ମ୍ଳାନ ହେବ ନାହିଁ?
אמר כה אמר אדני יהוה תצלח הלוא את שרשיה ינתק ואת פריה יקוסס ויבש כל טרפי צמחה תיבש ולא בזרע גדולה ובעם רב למשאות אותה משרשיה׃
10 ହଁ, ଦେଖ, ରୋପିତ ହୋଇଅଛି ବୋଲି ତାହା କି କୃତକାର୍ଯ୍ୟ ହେବ? ପୂର୍ବୀୟ ବାୟୁ ସ୍ପର୍ଶ କଲେ ତାହା କି ସମ୍ପୂର୍ଣ୍ଣ ରୂପେ ଶୁଷ୍କ ହୋଇ ନ ଯିବ? ବଢ଼ିବା କିଆରିରେ ତାହା ଶୁଷ୍କ ହୋଇଯିବ।”
והנה שתולה התצלח הלוא כגעת בה רוח הקדים תיבש יבש על ערגת צמחה תיבש׃
11 ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
ויהי דבר יהוה אלי לאמר׃
12 “ତୁମ୍ଭେ ସେହି ବିଦ୍ରୋହୀ-ବଂଶକୁ କୁହ, ତୁମ୍ଭେମାନେ କି ଏହିସବୁର ତାତ୍ପର୍ଯ୍ୟ ଜାଣ ନାହିଁ? ସେମାନଙ୍କୁ କୁହ, ଦେଖ, ବାବିଲର ରାଜା ଯିରୂଶାଲମକୁ ଆସି ତହିଁର ରାଜାକୁ ଓ ତହିଁର ଅଧିପତିଗଣକୁ ଆପଣାର ନିକଟକୁ ବାବିଲକୁ ନେଇଗଲା;
אמר נא לבית המרי הלא ידעתם מה אלה אמר הנה בא מלך בבל ירושלם ויקח את מלכה ואת שריה ויבא אותם אליו בבלה׃
13 ପୁଣି, ରାଜ୍ୟ ଯେପରି ଅବନତ ହୋଇ ଆଉ ଉନ୍ନତ ନୋହିବ, ମାତ୍ର ତାହାର ନିୟମ ପାଳନ କରି ଯେପରି ସ୍ଥିର ହେବ, ଏଥିପାଇଁ
ויקח מזרע המלוכה ויכרת אתו ברית ויבא אתו באלה ואת אילי הארץ לקח׃
14 ସେ ରାଜବଂଶରୁ ଗୋଟିଏ ବୀଜ ନେଇ ତାହା ସଙ୍ଗେ ନିୟମ କଲା, ମଧ୍ୟ ତାହାକୁ ଶପଥାଧୀନ କଲା ଓ ଦେଶର ପରାକ୍ରମୀ ଲୋକମାନଙ୍କୁ ନେଇଗଲା।
להיות ממלכה שפלה לבלתי התנשא לשמר את בריתו לעמדה׃
15 ମାତ୍ର ସେ ଅଶ୍ୱଗଣ ଓ ଅନେକ ଲୋକ ପାଇବା ନିମନ୍ତେ ମିସରକୁ ଆପଣା ଦୂତଗଣ ପଠାଇ ବାବିଲ ରାଜାର ବିଦ୍ରୋହୀ ହେଲା। ସେ କି କୃତକାର୍ଯ୍ୟ ହେବ? ଯେ ଏପରି କାର୍ଯ୍ୟ କରେ, ସେ କି ରକ୍ଷା ପାଇବ? ସେ ନିୟମ ଲଙ୍ଘନ କରି କି ରକ୍ଷା ପାଇବ?
וימרד בו לשלח מלאכיו מצרים לתת לו סוסים ועם רב היצלח הימלט העשה אלה והפר ברית ונמלט׃
16 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଯେଉଁ ରାଜା ତାହାକୁ ରାଜା କଲା, ଯାହାର ଶପଥ ସେ ତୁଚ୍ଛ କଲା ଓ ଯାହାର ନିୟମ ସେ ଭାଙ୍ଗିଲା, ସେହି ରାଜାର ବାସସ୍ଥାନ ବାବିଲ ମଧ୍ୟରେ ଓ ତାହାର ନିକଟରେ, ସେ ନିଶ୍ଚୟ ମରିବ।
חי אני נאם אדני יהוה אם לא במקום המלך הממליך אתו אשר בזה את אלתו ואשר הפר את בריתו אתו בתוך בבל ימות׃
17 ପୁଣି, ଅନେକ ଲୋକଙ୍କୁ ଉଚ୍ଛିନ୍ନ କରିବା ପାଇଁ ସେମାନେ ଯେତେବେଳେ ବନ୍ଧ ବାନ୍ଧିବେ ଓ ଗଡ଼ ନିର୍ମାଣ କରିବେ, ସେତେବେଳେ ଫାରୋ ଆପଣାର ପରାକ୍ରାନ୍ତ ସୈନ୍ୟସାମନ୍ତ ଓ ମହାସୈନ୍ୟଦଳ ଦ୍ୱାରା ଯୁଦ୍ଧରେ ତାହାର ସାହାଯ୍ୟ କରିବ ନାହିଁ।
ולא בחיל גדול ובקהל רב יעשה אותו פרעה במלחמה בשפך סללה ובבנות דיק להכרית נפשות רבות׃
18 କାରଣ, ସେ ନିୟମ ଭଗ୍ନ କରି ଶପଥ ତୁଚ୍ଛ କରିଅଛି ଓ ଦେଖ, ସେ ଆପଣା ହସ୍ତ ଦେଲେ ହେଁ ଏହିସବୁ କାର୍ଯ୍ୟ କରିଅଛି; ସେ ରକ୍ଷା ପାଇବ ନାହିଁ।
ובזה אלה להפר ברית והנה נתן ידו וכל אלה עשה לא ימלט׃
19 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ସେ ଆମ୍ଭର ଯେଉଁ ଶପଥ ତୁଚ୍ଛ କରିଅଛି ଓ ଆମ୍ଭର ଯେଉଁ ନିୟମ ଭଙ୍ଗ କରିଅଛି, ଆମ୍ଭେ ଜୀବିତ ଥିବା ପ୍ରମାଣେ ନିଶ୍ଚୟ ତହିଁର ପ୍ରତିଫଳ ତାହାର ମସ୍ତକରେ ବର୍ତ୍ତାଇବା।
לכן כה אמר אדני יהוה חי אני אם לא אלתי אשר בזה ובריתי אשר הפיר ונתתיו בראשו׃
20 ପୁଣି, ଆମ୍ଭେ ଆପଣା ଜାଲ ତାହା ଉପରେ ପ୍ରସାରିବା ଓ ସେ ଆମ୍ଭ ଫାନ୍ଦରେ ଧରାଯିବ, ଆଉ ଆମ୍ଭେ ତାହାକୁ ବାବିଲକୁ ନେଇଯିବା ଓ ସେ ଆମ୍ଭ ବିରୁଦ୍ଧରେ ଯେଉଁ ସତ୍ୟ-ଲଙ୍ଘନ ଅପରାଧ କରିଅଛି, ତହିଁ ସକାଶୁ ସେହି ସ୍ଥାନରେ ଆମ୍ଭେ ତାହାର ବିଚାର କରିବା।
ופרשתי עליו רשתי ונתפש במצודתי והביאותיהו בבלה ונשפטתי אתו שם מעלו אשר מעל בי׃
21 ପୁଣି, ତାହାର ସକଳ ସୈନ୍ୟଦଳ ମଧ୍ୟରୁ ପଳାତକ ସମସ୍ତେ ଖଡ୍ଗରେ ପତିତ ହେବେ ଓ ଅବଶିଷ୍ଟ ଥିବା ଲୋକମାନେ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ ହେବେ; ତହିଁରେ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଏହି କଥା କହିଅଛୁ।”
ואת כל מברחו בכל אגפיו בחרב יפלו והנשארים לכל רוח יפרשו וידעתם כי אני יהוה דברתי׃
22 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଏରସ ବୃକ୍ଷର ଉଚ୍ଚ ଅଗ୍ରଭାଗ ନେଇ ତାହା ସ୍ଥାପନ କରିବା; ଆମ୍ଭେ ତାହାର ଉଚ୍ଚତମ ପଲ୍ଲବମାନର ମଧ୍ୟରୁ ଗୋଟିଏ କୋମଳ ପଲ୍ଲବ କାଟି ନେଇ ଏକ ଉଚ୍ଚ ଓ ଉନ୍ନତ ପର୍ବତରେ ରୋପଣ କରିବା;
כה אמר אדני יהוה ולקחתי אני מצמרת הארז הרמה ונתתי מראש ינקותיו רך אקטף ושתלתי אני על הר גבה ותלול׃
23 ଇସ୍ରାଏଲର ଉଚ୍ଚତମ ପର୍ବତରେ ଆମ୍ଭେ ତାହା ରୋପଣ କରିବା, ତହିଁରେ ତାହା ଶାଖାବିଶିଷ୍ଟ ଓ ଫଳବାନ ହୋଇ ଉତ୍ତମ ଏରସ ବୃକ୍ଷ ହେବ; ତହିଁର ତଳେ ସର୍ବଜାତୀୟ ପକ୍ଷୀ ବାସ କରିବେ; ସେମାନେ ତହିଁର ଶାଖାମାନର ଛାୟାରେ ବାସ କରିବେ।
בהר מרום ישראל אשתלנו ונשא ענף ועשה פרי והיה לארז אדיר ושכנו תחתיו כל צפור כל כנף בצל דליותיו תשכנה׃
24 ତହିଁରେ ଆମ୍ଭେ ସଦାପ୍ରଭୁ ଯେ ଉଚ୍ଚ ବୃକ୍ଷକୁ ନୀଚ କରିଅଛୁ ଓ ନୀଚ ବୃକ୍ଷକୁ ଉଚ୍ଚ କରିଅଛୁ, ସତେଜ ବୃକ୍ଷକୁ ଶୁଷ୍କ କରିଅଛୁ ଓ ଶୁଷ୍କ ବୃକ୍ଷକୁ ସତେଜ କରିଅଛୁ, ଏହା କ୍ଷେତ୍ରସ୍ଥ ଯାବତୀୟ ବୃକ୍ଷ ଜାଣିବେ; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ ଓ ସିଦ୍ଧ କରିଅଛୁ।”
וידעו כל עצי השדה כי אני יהוה השפלתי עץ גבה הגבהתי עץ שפל הובשתי עץ לח והפרחתי עץ יבש אני יהוה דברתי ועשיתי׃

< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 17 >