< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 16 >
1 ପୁନର୍ବାର ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
Maganar Ubangiji ta zo mini cewa,
2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଯିରୂଶାଲମକୁ ତାହାର ଘୃଣାଯୋଗ୍ୟ କ୍ରିୟାସକଳ ଜଣାଅ,
“Ɗan mutum, ka sa Urushalima ta san ayyukanta masu banƙyama
3 ଆଉ କୁହ, ପ୍ରଭୁ, ସଦାପ୍ରଭୁ ଯିରୂଶାଲମକୁ ଏହି କଥା କହନ୍ତି: ତୁମ୍ଭର ଉତ୍ପତ୍ତି ଓ ଜନ୍ମସ୍ଥାନ କିଣାନୀୟ ଦେଶ ଅଟେ; ପୁଣି ତୁମ୍ଭର ପିତା ଇମୋରୀୟ ଓ ମାତା ଜଣେ ହିତ୍ତୀୟା ଥିଲା।
ka ce, ‘Ga abin da Ubangiji Mai Iko Duka yana cewa wa Urushalima, Asalinki da haihuwarki daga ƙasar Kan’ana ne; mahaifinki mutumin Amoriyawa ne, mahaifiyarki kuma mutuniyar Hitti ce.
4 ତୁମ୍ଭ ଜନ୍ମର ବିବରଣ ଏହି, ତୁମ୍ଭେ ଜନ୍ମ ହେବା ଦିନ ତୁମ୍ଭର ନାଭି କଟା ହୋଇ ନ ଥିଲା, କିଅବା ତୁମ୍ଭକୁ ପରିଷ୍କାର କରିବା ପାଇଁ ଜଳରେ ସ୍ନାନ କରାଯାଇ ନ ଥିଲା; ତୁମ୍ଭେ ଲବଣରେ ମଖାଯାଇ ନ ଥିଲ, କିଅବା ପଟୀରେ ଗୁଡ଼ା ଯାଇ ନ ଥିଲ।
A ranar da aka haife ki ba a yanke cibiyarki ba, ba a kuma yi miki wanka don a tsabtacce ki ba, ba a kuma goge ki da gishiri ba ko a naɗe ki cikin tsummoki.
5 ଏହିସବୁ ମଧ୍ୟରୁ କୌଣସି କାର୍ଯ୍ୟ କରିବା ପାଇଁ, ତୁମ୍ଭ ପ୍ରତି ଦୟା ବହିବା ପାଇଁ କେହି ତୁମ୍ଭ ଉପରେ ସ୍ନେହ ଦୃଷ୍ଟି ନ କଲା; ମାତ୍ର ତୁମ୍ଭେ ଜନ୍ମ ହେବା ଦିନ ତୁମ୍ଭର ଘୃଣାଯୋଗ୍ୟ ଅବସ୍ଥା ସକାଶୁ ଖୋଲା ପଡ଼ିଆରେ ଫୋପଡ଼ା ଯାଇଥିଲ।
Ba wanda ya dube ki da tausayi ko ya nuna miki isashen jinƙai don yă yi miki ɗaya daga cikin waɗannan abubuwa. A maimako, sai aka jefar da ke a fili, gama a ranar da aka haife ki an ji ƙyamarki.
6 ଏଥିଉତ୍ତାରେ ଆମ୍ଭେ ଯେତେବେଳେ ତୁମ୍ଭ ନିକଟ ଦେଇ ଗଲୁ ଓ ତୁମ୍ଭକୁ ରକ୍ତରେ ଛଟପଟ ହେବାର ଦେଖିଲୁ, ସେତେବେଳେ ଆମ୍ଭେ ତୁମ୍ଭକୁ କହିଲୁ, ‘ତୁମ୍ଭେ ନିଜ ରକ୍ତରେ (ଲିପ୍ତ) ଥିଲେ ହେଁ ଜୀବିତ ହୁଅ; ହଁ, ତୁମ୍ଭେ ନିଜ ରକ୍ତରେ (ଲିପ୍ତ) ଥିଲେ ହେଁ ଜୀବିତ ହୁଅ;’ ଏହି କଥା ଆମ୍ଭେ ତୁମ୍ଭକୁ କହିଲୁ।
“‘Sa’an nan na wuce na ga kina birgima cikin jininki, yayinda kike kwance can cikin jininki sai na ce miki, “Ki rayu!”
7 ଆମ୍ଭେ କ୍ଷେତ୍ରରେ ଉଦ୍ଭିଦ ପରି ତୁମ୍ଭକୁ ବହୁସଂଖ୍ୟକ କରାଇଲୁ, ତହିଁରେ ତୁମ୍ଭେ ବୃଦ୍ଧି ପାଇ ଅତି ବଡ଼ ହୋଇ ଉଠିଲ ଓ ମହାଶୋଭାରୂପ ଅଳଙ୍କାର ସ୍ୱରୂପ ହେଲ; ତୁମ୍ଭର ସ୍ତନଯୁଗଳ ସୁଡୌଲ ଓ ତୁମ୍ଭର କେଶ ଦୀର୍ଘ ହେଲା; ତଥାପି ତୁମ୍ଭେ ବିବସନା ଓ ଉଲଙ୍ଗିନୀ ଥିଲ।
Na sa kin yi girma kamar tsiro a fili. Kin yi girma kika kuma yi tsayi kika zama mafiya kyau na kayan ado. Nononki suka fito, gashinki kuwa suka yi girma, duk da haka tsirara kike tik.
8 ପୁଣି, ଆମ୍ଭେ ଯେତେବେଳେ ତୁମ୍ଭର ନିକଟ ଦେଇ ଗମନ କଲୁ ଓ ତୁମ୍ଭ ପ୍ରତି ଅନାଇଲୁ, ସେତେବେଳେ ଦେଖ, ତୁମ୍ଭର ସେ ସମୟ ତ ପ୍ରେମର ସମୟ; ତହୁଁ ଆମ୍ଭେ ତୁମ୍ଭ ଉପରେ ଆପଣା ବସ୍ତ୍ରାଞ୍ଚଳ ପ୍ରସାରିଲୁ ଓ ତୁମ୍ଭର ଉଲଙ୍ଗତା ଆଚ୍ଛାଦନ କଲୁ; ହଁ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଶପଥ କରି ତୁମ୍ଭ ସଙ୍ଗେ ନିୟମ ସ୍ଥିର କଲୁ, ତହିଁରେ ତୁମ୍ଭେ ଆମ୍ଭର ହେଲ।
“‘Daga baya na wuce, da na dube ki sai na ga cewa kin yi girma sosai har kin kai a ƙaunace ki, na yafa gefen tufafina a kanki na kuma rufe tsiraincinki. Na rantse miki, na ƙulla alkawari da ke, kin kuwa zama tawa, in ji Ubangiji Mai Iko Duka.
9 ତହୁଁ ଆମ୍ଭେ ତୁମ୍ଭକୁ ଜଳରେ ସ୍ନାନ କରାଇଲୁ, ହଁ, ଆମ୍ଭେ ସମ୍ପୂର୍ଣ୍ଣ ରୂପେ ତୁମ୍ଭ ଦେହରୁ ତୁମ୍ଭର ରକ୍ତ ଧୋଇ ଦେଲୁ ଓ ଆମ୍ଭେ ତୈଳରେ ତୁମ୍ଭକୁ ମର୍ଦ୍ଦନ କଲୁ।
“‘Na yi miki wanka na wanke miki jini daga gare ki na kuma shafa miki mai.
10 ଆହୁରି, ଆମ୍ଭେ ତୁମ୍ଭକୁ ବିଚିତ୍ର ବସ୍ତ୍ର ପିନ୍ଧାଇଲୁ, ଶିଶୁକ ଚର୍ମର ପାଦୁକା ପିନ୍ଧାଇଲୁ ଓ ଆମ୍ଭେ ଶୁଭ୍ର କ୍ଷୌମବସ୍ତ୍ରରେ ତୁମ୍ଭର କଟିବନ୍ଧନ କରାଇଲୁ, ପୁଣି, ପଟ୍ଟବସ୍ତ୍ରରେ ବିଭୂଷିତା କଲୁ।
Na rufe ki da rigar da aka yi wa ado na kuma sa miki takalman fata. Na sa miki riga ta lilin mai kyau na kuma rufe ki da riguna masu tsada.
11 ଆହୁରି, ଆମ୍ଭେ ଅଳଙ୍କାରରେ ତୁମ୍ଭକୁ ଭୂଷିତା କଲୁ, ତୁମ୍ଭ ହସ୍ତରେ କଙ୍କଣ ଓ ଗଳଦେଶରେ ହାର ଦେଲୁ।
Na yi miki ado da kayan ado masu daraja, na sa miki mundaye a hannuwanki da abin wuya a wuyanki,
12 ପୁଣି, ଆମ୍ଭେ ତୁମ୍ଭ ନାସିକାରେ ନଥ, କର୍ଣ୍ଣରେ କର୍ଣ୍ଣଭୂଷଣ ଓ ମସ୍ତକରେ ସୁନ୍ଦର ମୁକୁଟ ଦେଲୁ।
na kuma sa miki zobe a hancinki, abin kunne a kunnuwanki da rawani mai kyau a kanki.
13 ଏରୂପେ ତୁମ୍ଭେ ସୁନା, ରୂପାରେ ବିଭୂଷିତା ହେଲ, ତୁମ୍ଭର ବସ୍ତ୍ର ଶୁଭ୍ର କ୍ଷୌମସୂତ୍ର, ପଟ୍ଟ ଦ୍ୱାରା ନିର୍ମିତ ଓ ଶିଳ୍ପକର୍ମରେ ବିଚିତ୍ର ହେଲା; ତୁମ୍ଭେ ସରୁ ମଇଦା ଓ ମଧୁ ଓ ତୈଳ ଭୋଜନ କଲ। ପୁଣି, ତୁମ୍ଭେ ପରମାସୁନ୍ଦରୀ ହୋଇ ଅବଶେଷରେ ରାଣୀପଦ ପ୍ରାପ୍ତ ହେଲ।
Haka kuwa aka caɓa miki zinariya da azurfa; tufafinki kuwa na lilin mai kyau da riguna masu tsada waɗanda aka yi musu ado. Abincinki na gari mai laushi ne, zuma da man zaitun. Kika zama kyakkyawa har kika kuma zama sarauniya.
14 ଆଉ, ତୁମ୍ଭ ସୌନ୍ଦର୍ଯ୍ୟର ସୁଖ୍ୟାତି ନାନା ଦେଶରେ ବ୍ୟାପିଲା; କାରଣ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ଐଶ୍ୱର୍ଯ୍ୟ ଦ୍ୱାରା ତୁମ୍ଭକୁ ଯେଉଁ ସୌନ୍ଦର୍ଯ୍ୟ ଦେଇଥିଲୁ, ତାହା ସିଦ୍ଧ ଥିଲା।
Sunanki ya yaɗu a cikin al’ummai saboda kyanki, domin darajar da na ba ki ya sa kyanki ya zama cikakke, in ji Ubangiji Mai Iko Duka.
15 ମାତ୍ର ତୁମ୍ଭେ ଆପଣା ସୌନ୍ଦର୍ଯ୍ୟରେ ନିର୍ଭର କରି ନିଜ ସୁଖ୍ୟାତି ସକାଶୁ ବ୍ୟଭିଚାରିଣୀ ହେଲ, ପୁଣି, ଯେକେହି ତୁମ୍ଭ ନିକଟ ଦେଇ ଗଲା; ତାହା ଉପରେ ତୁମ୍ଭର ବ୍ୟଭିଚାରରୂପ ଜଳ ଢାଳିଲ; ତାହା ତାହାର ଭୋଗ ହେଲା।
“‘Amma kika dogara ga kyanki kika kuma yi amfani da sunan da kika yi don ki zama karuwa. Kin yi ta jibga alherai a kan kowa da ya wuce, sai kyanki ya zama naki.
16 ପୁଣି, ତୁମ୍ଭେ ଆପଣା ବସ୍ତ୍ରର କିଛି କିଛି ନେଇ ଆପଣା ପାଇଁ ନାନା ରଙ୍ଗରେ ଭୂଷିତ ଉଚ୍ଚସ୍ଥଳୀ ନିର୍ମାଣ କଲ ଓ ତହିଁ ଉପରେ ବ୍ୟଭିଚାର କ୍ରିୟା କଲ; ଏପରି କାର୍ଯ୍ୟ ହେବ ନାହିଁ, କିଅବା ହେବାର ହିଁ ଉଚିତ ନୁହେଁ।
Kin ɗauki waɗansu tufafinki don ki yi wa kanki masujadai masu ado, inda kike karuwancinki. Irin waɗannan abubuwa bai kamata su faru ba, bai kuma kamata su taɓa faruwa ba.
17 ଆହୁରି, ଆମ୍ଭର ସୁନା ଓ ଆମ୍ଭର ରୂପାରେ ନିର୍ମିତ ଯେସକଳ ସୁନ୍ଦର ଆଭରଣ ଆମ୍ଭେ ତୁମ୍ଭକୁ ଦେଇଥିଲୁ, ତୁମ୍ଭେ ତାହା ନେଇ ପୁରୁଷାକୃତି ପ୍ରତିମାଗଣ ନିର୍ମାଣ କରି ସେମାନଙ୍କ ସଙ୍ଗେ ବ୍ୟଭିଚାର କଲ;
Kika kuma ɗauki kayan ado masu kyau da na ba ki, kayan adon da aka yi da zinariya da azurfa, kika yi wa kanki gumakan maza kika kuma yi ta yin karuwanci da su.
18 ପୁଣି, ତୁମ୍ଭେ ଆପଣା ବିଚିତ୍ର ବସ୍ତ୍ରସବୁ ନେଇ ସେମାନଙ୍କୁ ପିନ୍ଧାଇଲ ଓ ସେମାନଙ୍କ ସମ୍ମୁଖରେ ଆମ୍ଭର ତୈଳ ଓ ଆମ୍ଭର ଧୂପ ରଖିଲ।
Kika ɗauki rigunanki masu ado don ki sa a kansu, kika kuma miƙa maina da turarena a gabansu.
19 ମଧ୍ୟ ସରୁ ମଇଦା, ତୈଳ ଓ ମଧୁ, ଆଦି ଆମ୍ଭର ଯେଉଁ ଖାଦ୍ୟ ଦ୍ୱାରା ଆମ୍ଭେ ତୁମ୍ଭକୁ ପ୍ରତିପାଳନ କଲୁ, ତାହା ତୁମ୍ଭେ ସୌରଭାର୍ଥେ ସେମାନଙ୍କ ସମ୍ମୁଖରେ ରଖିଲ, ଆଉ ଏପ୍ରକାର ହୋଇଥିଲା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Haka ma abincin da na tanada miki, lallausan gari, man zaitun, da zuman da na ba ki ki ci, kin miƙa su kamar turare mai ƙanshi a gabansu, in ji Ubangiji Mai Iko Duka.
20 ଆହୁରି, ଆମ୍ଭ ନିମନ୍ତେ ତୁମ୍ଭେ ଯେଉଁମାନଙ୍କୁ ଜନ୍ମ କରିଥିଲ, ତୁମ୍ଭେ ଆପଣାର ସେହି ପୁତ୍ର ଓ କନ୍ୟାଗଣକୁ ନେଇ ଗ୍ରାସିତ ହେବା ପାଇଁ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଅଛ।
“‘Kika kuma kwashe’ya’yanki maza da mata waɗanda kin haifa mini kika miƙa su kamar abinci ga gumakanki. Karuwancinki bai isa ba ne?
21 ତୁମ୍ଭେ ଯେ ଆମ୍ଭର ସନ୍ତାନଗଣକୁ ବଧ କରିଅଛ ଓ ଅଗ୍ନିରେ ଗମନ କରାଇ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଅଛ, ତୁମ୍ଭର ଏହି ବ୍ୟଭିଚାର କି କ୍ଷୁଦ୍ର ବିଷୟ?
Kin kashe’ya’yana kika kuma miƙa su ga gumaka.
22 ପୁଣି, ତୁମ୍ଭେ ଆପଣାର ସକଳ ଘୃଣାଯୋଗ୍ୟ ଓ ବ୍ୟଭିଚାର କ୍ରିୟା କରିବା ବେଳେ ଆପଣା ଯୌବନାବସ୍ଥାର ସମୟ, ଅର୍ଥାତ୍, ଯେଉଁ ସମୟରେ ତୁମ୍ଭେ ବିବସନା, ଉଲଙ୍ଗିନୀ ଥିଲ ଓ ନିଜ ରକ୍ତରେ ଛଟପଟ ହେଉଥିଲ, ସେହି ସମୟକୁ ସ୍ମରଣ କରି ନାହଁ।
Cikin dukan ayyukan banƙyamarki da karuwancinki ba ki tuna da kwanakin ƙuruciyarki ba, sa’ad da kike tsirara tik, kina birgima cikin jininki.
23 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭକୁ ଧିକ୍ ଧିକ୍! ତୁମ୍ଭର ଏହିସବୁ ଦୁଷ୍ଟାଚରଣ ଉତ୍ତାରେ,
“‘Kaito! Kaitonki, in ji Ubangiji Mai Iko Duka. Bugu da ƙari a kan dukan waɗansu muguntarki,
24 ତୁମ୍ଭେ ପ୍ରତିମା ପୂଜା କରିବାକୁ ଆପଣା ନିମନ୍ତେ ମନ୍ଦିର ନିର୍ମାଣ କରିଅଛ ଓ ପ୍ରତ୍ୟେକ ଛକରେ ଉଚ୍ଚସ୍ଥଳୀ ନିର୍ମାଣ କରିଅଛ।
kin gina wa kanki ɗakunan sama da gidajen tsafi a kowane dandali.
25 ତୁମ୍ଭେ ପ୍ରତ୍ୟେକ ପଥ ମୁଣ୍ଡରେ ଉଚ୍ଚସ୍ଥଳୀ ପ୍ରସ୍ତୁତ କରିଅଛ ଓ ଆପଣାର ସୌନ୍ଦର୍ଯ୍ୟକୁ ଘୃଣାଯୋଗ୍ୟ କରିଅଛ ଓ ପ୍ରତ୍ୟେକ ପଥିକ ପାଇଁ ଆପଣାର ପାଦଦ୍ୱୟ ଅନାବୃତ କରିଅଛ, ଆଉ ଆପଣାର ବ୍ୟଭିଚାର କ୍ରିୟା ବଢ଼ାଇଅଛ।
A kowane titi kin gina ɗakin tsafi kika kuma wulaƙanta kyanki, kina miƙa jikinki da ƙarin fasikanci ga duk mai wucewa.
26 ଆହୁରି, ତୁମ୍ଭେ ଆପଣାର କାମୁକତା ପ୍ରତିବାସୀ, ମିସରୀୟମାନଙ୍କ ସହିତ ବ୍ୟଭିଚାର କରିଅଛ ଓ ଆମ୍ଭକୁ ବିରକ୍ତ କରିବା ପାଇଁ ଆପଣା ବ୍ୟଭିଚାର କ୍ରିୟା ବଢ଼ାଇଅଛ।
Kin yi karuwanci da Masarawa, maƙwabtanki masu kwaɗayi, kika tsokane ni har na yi fushi da ƙarin fasikancinki.
27 ଏହେତୁ ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ତୁମ୍ଭର ଦୈନିକ ଖାଦ୍ୟ ଊଣା କରିଅଛୁ ଓ ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ତୁମ୍ଭ ଭ୍ରଷ୍ଟାଚରଣରେ ଲଜ୍ଜିତ ଅଟନ୍ତି, ସେହି ପଲେଷ୍ଟୀୟ କନ୍ୟାମାନଙ୍କ ଇଚ୍ଛାରେ ତୁମ୍ଭକୁ ସମର୍ପଣ କଲୁ।
Saboda haka na miƙa hannuna gāba da ke na kuma rage iyakarki; na ba da ke ga abokan gābanki masu haɗama,’yan matan Filistiyawa, waɗanda suka sha mamaki saboda halinki na lalata.
28 ତୁମ୍ଭେ ଅତୃପ୍ତ ହେବାରୁ ଅଶୂରୀୟମାନଙ୍କ ସହିତ ବ୍ୟଭିଚାର କରିଅଛ; ହଁ, ତୁମ୍ଭେ ସେମାନଙ୍କ ସଙ୍ଗେ ବ୍ୟଭିଚାର କଲେ ହେଁ ତୃପ୍ତା ହୋଇ ନାହଁ।
Kin kuma yi karuwanci da Assuriyawa, domin ba kya ƙoshi; kai ko bayan wannan, ba ki ƙoshi ba.
29 ଆହୁରି, ତୁମ୍ଭେ କିଣାନ ଦେଶରେ କଲ୍ଦୀୟ ପର୍ଯ୍ୟନ୍ତ ଆପଣା ବ୍ୟଭିଚାର କ୍ରିୟା ବୃଦ୍ଧି କରିଅଛ; ପୁଣି, ତହିଁରେ ହେଁ ତୃପ୍ତା ହୋଇ ନାହଁ।
Sai kika ƙara fasikancinki da ya haɗa da ƙasar cinikin Babilon, amma duk da haka ba ki ƙoshi ba.
30 ପ୍ରଭୁ, ସଦାପ୍ରଭୁ କହନ୍ତି, ତୁମ୍ଭର ହୃଦୟ କିପରି ଦୁର୍ବଳ, ଏଥିପାଇଁ ତୁମ୍ଭେ ସ୍ଵେଚ୍ଛାଚାରିଣୀ ବେଶ୍ୟା ସ୍ତ୍ରୀ ପରି ଏହିସବୁ କାର୍ଯ୍ୟ କରିଅଛ।
“‘Kina da rashin ƙarfi a zuci, in ji Ubangiji Mai Iko Duka, sa’ad da kika yi duk waɗannan abubuwa, kina yi kamar karuwar da aka watsa!
31 ତୁମ୍ଭେ ପ୍ରତ୍ୟେକ ପଥ ମୁଣ୍ଡରେ ଆପଣା ଉଚ୍ଚସ୍ଥାନ ନିର୍ମାଣ କରୁଅଛ ଓ ପ୍ରତ୍ୟେକ ଛକରେ ମଞ୍ଚ ପ୍ରସ୍ତୁତ କରୁଅଛ; ପୁଣି, ତୁମ୍ଭେ ବେଶ୍ୟା ପରି ନ ହୋଇ ଭଡ଼ା ତୁଚ୍ଛ କରିଅଛ।
Sa’ad da kika gina ɗakunan samanki a kowane gefen titi kika kuma gina ɗakunan tsafinki a kowane dandali, ba kamar karuwa kike ba, domin kin karɓi kuɗi.
32 ତୁମ୍ଭେ ତ ବ୍ୟଭିଚାରିଣୀ ଭାର୍ଯ୍ୟା! ତୁମ୍ଭେ ତ ଆପଣା ସ୍ୱାମୀ ବଦଳରେ ଅଜଣା ଲୋକଙ୍କୁ ଗ୍ରହଣ କରୁଅଛ।
“‘Ke mazinaciyar mace! Kin gwammace baƙi a maimakon mijinki!
33 ଲୋକେ ବେଶ୍ୟାମାନଙ୍କୁ ଭଡ଼ା ଦିଅନ୍ତି; ମାତ୍ର ତୁମ୍ଭେ ଆପଣା ପ୍ରେମିକ ସମସ୍ତଙ୍କୁ ଭଡ଼ା ଦେଉଅଛ, ଆଉ ତୁମ୍ଭର ବେଶ୍ୟାବୃତ୍ତି କ୍ରମେ ସେମାନେ ଯେପରି ଚତୁର୍ଦ୍ଦିଗରୁ ତୁମ୍ଭ ନିକଟକୁ ଆସନ୍ତି, ଏଥିପାଇଁ ତୁମ୍ଭେ ସେମାନଙ୍କୁ ଲାଞ୍ଚ ଦେଉଅଛ।
Kowace karuwa kan karɓi kuɗi, amma kina ba da kyautai ga dukan kwartayenki, kina ba su cin hanci don su zo wurinki daga ko’ina don alherai marasa ƙa’ida.
34 ପୁଣି, ଅନ୍ୟ ସ୍ତ୍ରୀମାନଙ୍କ ଅପେକ୍ଷା ତୁମ୍ଭ ବେଶ୍ୟାବୃତ୍ତିର ପ୍ରଭେଦ ଏହି ଯେ, ତୁମ୍ଭ ସଙ୍ଗେ ବ୍ୟଭିଚାର କରିବା ପାଇଁ କେହି ତୁମ୍ଭର ପଶ୍ଚାଦ୍ଗାମୀ ହୁଏ ନାହିଁ; ଆଉ, ତୁମ୍ଭେ ଭଡ଼ା ଦେଲେ ହେଁ ତୁମ୍ଭକୁ କିଛି ଭଡ଼ା ଦିଆଯାଏ ନାହିଁ, ଏଥିପାଇଁ ତୁମ୍ଭର କ୍ରିୟା ବିପରୀତ ଅଟେ।
Saboda haka cikin karuwancinki kin sha bamban da saura; babu wanda yake binki saboda alheranki. Ke dai dabam ce, gama kikan biya kuma ba mai biyanki.
35 ଏହେତୁ ହେ ବେଶ୍ୟା, ସଦାପ୍ରଭୁଙ୍କର ବାକ୍ୟ ଶୁଣ;
“‘Saboda haka, ke karuwa, ki ji maganar Ubangiji!
36 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭର ଅଶୁଚିତା ଢଳା ଯାଇଅଛି ଓ ତୁମ୍ଭର ପ୍ରେମିକଗଣର ସଙ୍ଗେ ତୁମ୍ଭର ବ୍ୟଭିଚାର ହେତୁ ତୁମ୍ଭର ଉଲଙ୍ଗତା ଅନାବୃତ ହୋଇଅଛି, ଏଥିପାଇଁ, ପୁଣି, ତୁମ୍ଭର ଘୃଣାଯୋଗ୍ୟ ସକଳ ଦେବତାର ନିମନ୍ତେ ଓ ତୁମ୍ଭେ ସେମାନଙ୍କୁ ଆପଣା ସନ୍ତାନଗଣର ଯେଉଁ ରକ୍ତ ଦେଇଅଛ; ତହିଁ ସକାଶୁ;
Ga abin da Ubangiji Mai Iko Duka yana cewa domin kin zubar da dukiyarki kika bayyana tsiraicinki cikin fasikancinki da kwartayenki, kuma saboda dukan gumakan banƙyamarki, kuma saboda kin ba su jinin’ya’yansu,
37 ଦେଖ, ତୁମ୍ଭେ ଯେଉଁମାନଙ୍କଠାରେ ସନ୍ତୋଷ ପାଇଅଛ, ତୁମ୍ଭର ସେହି ପ୍ରେମିକ ସମସ୍ତଙ୍କୁ, ଆଉ ଯେଉଁମାନଙ୍କୁ ତୁମ୍ଭେ ପ୍ରେମ କରିଅଛ ଓ ଯେଉଁମାନଙ୍କୁ ତୁମ୍ଭେ ଘୃଣା କରିଅଛ, ସେହି ସମସ୍ତଙ୍କୁ ଆମ୍ଭେ ଏକତ୍ର କରିବା; ଆମ୍ଭେ ତୁମ୍ଭ ବିରୁଦ୍ଧରେ ଚତୁର୍ଦ୍ଦିଗରୁ ସେମାନଙ୍କୁ ଏକତ୍ର କରି ସେମାନଙ୍କ ଆଗରେ ତୁମ୍ଭର ଉଲଙ୍ଗତା ଅନାବୃତ କରିବା, ତହିଁରେ ସେମାନେ ତୁମ୍ଭର ସମସ୍ତ ଉଲଙ୍ଗତା ଦେଖିବେ।
saboda haka zan tattara dukan kwartayenki, waɗanda kike jin daɗinsu, waɗanda kike ƙauna da waɗanda kike ƙi. Zan tattara su gāba da ke daga dukan kewaye zan kuma tuɓe ki a gabansu, za su kuwa ga dukan tsiraicinki.
38 ବିବାହ ନିୟମ ଲଙ୍ଘନକାରିଣୀ ଓ ରକ୍ତପାତକାରିଣୀ ସ୍ତ୍ରୀମାନେ ଯେରୂପ ବିଚାରିତା ହୁଅନ୍ତି, ସେରୂପ ଆମ୍ଭେ ତୁମ୍ଭର ବିଚାର କରିବା ଏବଂ କୋପ ଓ ଅନ୍ତର୍ଜ୍ୱାଳାର ରକ୍ତ ତୁମ୍ଭ ଉପରେ ଉପସ୍ଥିତ କରିବା।
Zan hukunta ki da hukuncin matan da suke zina da kuma waɗanda suke zub da jini; zan kawo hakkin jini na fushina da kuma fushin kishina.
39 ଆମ୍ଭେ, ମଧ୍ୟ ତୁମ୍ଭକୁ ସେମାନଙ୍କ ହସ୍ତରେ ସମର୍ପଣ କରିବା, ତହିଁରେ ସେମାନେ ତୁମ୍ଭର ମନ୍ଦିର ସ୍ଥାନସବୁ ଭାଙ୍ଗି ପକାଇବେ ଓ ଉଚ୍ଚସ୍ଥଳୀସବୁ ଉତ୍ପାଟନ କରିବେ; ପୁଣି, ସେମାନେ ତୁମ୍ଭକୁ ବିବସନା କରି ତୁମ୍ଭର ସୁନ୍ଦର ଅଳଙ୍କାରସବୁ ହରଣ କରି ନେବେ; ଆଉ, ସେମାନେ ତୁମ୍ଭକୁ ବିବସନା ଓ ଉଲଙ୍ଗିନୀ କରି ଛାଡ଼ି ଦେବେ।
Sa’an nan zan miƙa ki ga kwartayenki, za su kuwa rurrushe ɗakunan samanki su kuma farfashe ɗakunan tsafinki. Za su tuɓe miki tufafinki su kuma kwashe kayan adonki masu kyau su bar ki tsirara tik.
40 ଆହୁରି, ସେମାନେ ତୁମ୍ଭ ବିରୁଦ୍ଧରେ ଏକ ସମାଜ ଆଣି ତୁମ୍ଭକୁ ପ୍ରସ୍ତରାଘାତ କରିବେ ଓ ଆପଣା ଆପଣା ଖଡ୍ଗରେ ତୁମ୍ଭକୁ ବିନ୍ଧିବେ।
Za su kawo taron jama’a a kanki, waɗanda za su jajjefe ki da dutse su sassare ki gunduwa-gunduwa da takubansu.
41 ପୁଣି, ସେମାନେ ତୁମ୍ଭର ଗୃହସବୁ ଅଗ୍ନିରେ ଦଗ୍ଧ କରିବେ ଓ ଅନେକ ସ୍ତ୍ରୀଲୋକଙ୍କ ସାକ୍ଷାତରେ ତୁମ୍ଭ ଉପରେ ଦଣ୍ଡାଜ୍ଞା ସଫଳ କରିବେ; ପୁଣି, ଆମ୍ଭେ ତୁମ୍ଭକୁ ବ୍ୟଭିଚାର କ୍ରିୟାରୁ ନିବୃତ୍ତ କରାଇବା, ତୁମ୍ଭେ ମଧ୍ୟ ଆଉ ଭଡ଼ା ଦେବ ନାହିଁ।
Za su ƙone gidajenki su kuma hukunta ki a idon mata masu yawa. Zan kawo ƙarshen karuwancinki, ba za ki kuma ƙara biyan kwartayenki ba.
42 ଏହିରୂପେ ତୁମ୍ଭ ପ୍ରତି ଆମ୍ଭର କୋପ ଶାନ୍ତ ହେବ, ତୁମ୍ଭଠାରୁ ଆମ୍ଭର ଅନ୍ତର୍ଜ୍ୱାଳା ଯିବ ଓ ଆମ୍ଭେ କ୍ଷାନ୍ତ ହୋଇ ଆଉ କ୍ରୋଧ କରିବା ନାହିଁ।
Sa’an nan fushina a kanki zai huce fushin kishina kuma ya kwanta; zan huce ba kuwa zan ƙara yin fushi ba.
43 ତୁମ୍ଭେ ଆପଣା ଯୌବନାବସ୍ଥା ସ୍ମରଣ କରି ନାହଁ, ମାତ୍ର ଏହିସବୁ ବିଷୟରେ ଆମ୍ଭକୁ ବିରକ୍ତ କରିଅଛ, ଏହେତୁ ଦେଖ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ହିଁ ତୁମ୍ଭ କାର୍ଯ୍ୟର ଫଳ ତୁମ୍ଭ ମସ୍ତକରେ ବର୍ତ୍ତାଇବା, ତହିଁରେ ତୁମ୍ଭେ ଆପଣାର ସକଳ ଘୃଣାଯୋଗ୍ୟ କ୍ରିୟା ଉପରେ ଏପ୍ରକାର ଭ୍ରଷ୍ଟାଚରଣ କରିବ ନାହିଁ।
“‘Domin ba ki tuna da kwanakin ƙuruciyarki ba amma kika husatar da ni da waɗannan abubuwa, tabbatacce zan sāka miki alhakin ayyukanki, in ji Ubangiji Mai Iko Duka. Ba kin ƙara lalata ga dukan waɗansu ayyuka masu banƙyamarki ba?
44 ଦେଖ, ଯେକେହି ପ୍ରବାଦ ବ୍ୟବହାର କରେ, ସେ ତୁମ୍ଭ ବିରୁଦ୍ଧରେ ଏହି ପ୍ରବାଦ ବ୍ୟବହାର କରିବ ଯଥା; ‘ମାତା ଯେସନ, କନ୍ୟା ତେସନ।’
“‘Duk mai yin amfani da karin magana zai faɗi wannan karin magana a kanki cewa, “Kamar yadda mahaifiya take haka’yar take.”
45 ତୁମ୍ଭେ ଆପଣା ମାତାର କନ୍ୟା, ସେ ଆପଣା ସ୍ୱାମୀକୁ ଓ ସନ୍ତାନମାନଙ୍କୁ ଘୃଣା କରେ; ତୁମ୍ଭେ ନିଜ ଭଗିନୀଗଣର ଭଗିନୀ, ସେମାନେ ଆପଣା ଆପଣା ସ୍ୱାମୀକୁ ଓ ସନ୍ତାନଗଣକୁ ଘୃଣା କଲେ; ତୁମ୍ଭମାନଙ୍କର ମାତା ଜଣେ ହିତ୍ତୀୟା ଓ ତୁମ୍ଭମାନଙ୍କର ପିତା ଜଣେ ଇମୋରୀୟ ଥିଲା।
Ke’yar mahaifiyarki ce da gaske, wadda ta ƙi mijinta da’ya’yanta; ke kuma’yar’uwar’yar’uwanki mata ce da gaske, waɗanda suka ƙi mazansu da’ya’yansu. Mahaifiyarki mutuniyar Hitti ce, mahaifinki kuma mutumin Amoriyawa ne.
46 ପୁଣି, ଶମରୀୟା ତୁମ୍ଭର ବଡ଼ ଭଗିନୀ, ସେ ଆପଣା କନ୍ୟାଗଣ ସହିତ ତୁମ୍ଭର ଉତ୍ତର ଦିଗରେ ବାସ କରେ; ଆଉ, ସଦୋମ ତୁମ୍ଭର ସାନ ଭଗିନୀ, ସେ ଓ ତାହାର କନ୍ୟାଗଣ ତୁମ୍ଭର ଦକ୍ଷିଣ ଦିଗରେ ବାସ କରନ୍ତି।
Babbar’yar’uwarki mutuniyar Samariya ce, wadda take zaune da’ya’yanta mata wajen arewa da ke; ƙanuwarki ita ce Sodom wadda take zaune kudu da ke tare da’ya’yanta mata.
47 ତଥାପି ତୁମ୍ଭେ ସେମାନଙ୍କ ପଥରେ ଗମନ କରି ନାହଁ, କିଅବା ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାନୁସାରେ କର୍ମ କରି ନାହଁ; ମାତ୍ର ତାହା ଅତି କ୍ଷୁଦ୍ର ଥିଲା ପରି ମନେ କରି, ତୁମ୍ଭେ ଆପଣାର ସମସ୍ତ ଆଚାରବ୍ୟବହାରରେ ସେମାନଙ୍କ ଅପେକ୍ଷା ଅଧିକ ଭ୍ରଷ୍ଟା ହୋଇଅଛ।
Ba ki bi hanyoyinsu da abubuwansu na banƙyama kaɗai ba, sai ka ce wannan ya yi miki kaɗan, amma kin lalace fiye da su.
48 ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ କହୁଅଛୁ, ତୁମ୍ଭର ଭଗିନୀ ସଦୋମ, ତାହାର କନ୍ୟାଗଣ ତୁମ୍ଭ ପରି ଓ ତୁମ୍ଭ କନ୍ୟାଗଣ ପରି କର୍ମ କରି ନାହାନ୍ତି।
Muddin in raye, in ji Ubangiji Mai Iko Duka,’yar’uwarki Sodom da’ya’yanta mata ba su yi abin da’ya’yanki mata suka yi ba.
49 ଦେଖ, ତୁମ୍ଭ ଭଗିନୀ ସଦୋମର ଏହି ଅଧର୍ମ ଥିଲା; ତାହାର ଓ ତାହାର କନ୍ୟାଗଣର ଅହଙ୍କାର, ଭକ୍ଷ୍ୟର ପୂର୍ଣ୍ଣତା ଓ ସମୃଦ୍ଧି ଜନିତ ଶାନ୍ତି ଥିଲା, ସେ ଦରିଦ୍ର ଓ ଦୀନହୀନଙ୍କର ହସ୍ତ ସବଳ କଲା ନାହିଁ।
“‘To, fa, ga zunubin’yar’uwarki Sodom. Ita da’ya’yanta mata sun yi girman kai, sun ƙoshi fiye da kima kuma ba su kula da wani abu ba; ba su taimaki matalauta da kuma masu bukata ba.
50 ପୁଣି, ସେମାନେ ଅହଙ୍କାରିଣୀ ଥିଲେ ଓ ଆମ୍ଭ ସମ୍ମୁଖରେ ଘୃଣାଯୋଗ୍ୟ କ୍ରିୟା କଲେ; ଏହେତୁ ଆମ୍ଭକୁ ଯେପରି ଭଲ ଦିଶିଲା, ସେହିପରି ଆମ୍ଭେ ସେମାନଙ୍କୁ ଦୂର କଲୁ।
Su masu girman kai ne kuma suka aikata abubuwa masu banƙyama a gabana. Saboda haka na kau da su kamar yadda ka gani.
51 ପୁଣି, ଶମରୀୟା ତୁମ୍ଭ ପାପର ଅର୍ଦ୍ଧେକ ପାପ କରି ନାହିଁ; ମାତ୍ର ତୁମ୍ଭେ ସେମାନଙ୍କ ଅପେକ୍ଷା ଆପଣା ଘୃଣାଯୋଗ୍ୟ କ୍ରିୟା ଅଧିକ ବଢ଼ାଇଅଛ ଓ ଆପଣାର କୃତ ସକଳ ଘୃଣାଯୋଗ୍ୟ କ୍ରିୟା ଦ୍ୱାରା ତୁମ୍ଭେ ଆପଣା ଭଗିନୀଗଣକୁ ଧାର୍ମିକ ପରି କରିଅଛ।
Samariya ba tă aikata ko rabin zunubanki ba. Kin aikata abubuwa masu banƙyama fiye da su, suka kuma sa’yan’uwanki mata suka zama kamar masu adalci ta wurin dukan waɗannan abubuwa da kika aikata.
52 ତୁମ୍ଭେ ଆପଣା ଭଗିନୀଗଣର ପକ୍ଷରେ ବିଚାର ନିଷ୍ପତ୍ତି କରିବାରୁ ଆପଣା ଅପମାନ ଆପେ ଭୋଗ କର; ସେମାନଙ୍କ ଅପେକ୍ଷା ତୁମ୍ଭର କୃତ ଅଧିକ ଘୃଣାଯୋଗ୍ୟ ପାପସମୂହ ଦ୍ୱାରା ସେମାନେ ତୁମ୍ଭ ଅପେକ୍ଷା ଧାର୍ମିକ ହୋଇଅଛନ୍ତି; ହଁ, ତୁମ୍ଭେ ଆପଣା ଭଗିନୀଗଣକୁ ଧାର୍ମିକ କରିଅଛ, ଏଥିପାଇଁ ତୁମ୍ଭେ ମଧ୍ୟ ଲଜ୍ଜିତ ହୁଅ ଓ ଆପଣା ଅପମାନ ଭୋଗ କର।
Ki sha kunyarki, gama kin yi rangwame wa’yan’uwanki mata. Saboda zunubanki sun yi muni fiye da nasu, sai suka zama kamar sun fi ki adalci. Saboda haka, ki sha kunya ki kuma sha ƙasƙancinki, gama kin sa’yan’uwanki mata suka zama kamar su masu adalci ne.
53 ପୁଣି, ଆମ୍ଭେ ସେମାନଙ୍କର ବନ୍ଦୀତ୍ୱାବସ୍ଥା, ଅର୍ଥାତ୍, ସଦୋମ ଓ ତାହାର କନ୍ୟାଗଣର ବନ୍ଦୀତ୍ୱାବସ୍ଥା, ଶମରୀୟା ଓ ତାହାର କନ୍ୟାଗଣର ବନ୍ଦୀତ୍ୱାବସ୍ଥା, ପୁଣି, ସେମାନଙ୍କ ମଧ୍ୟବର୍ତ୍ତୀ ତୁମ୍ଭର ବନ୍ଦୀଗଣର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା;
“‘Amma fa, zan komo da nasarar Sodom da’ya’yanta mata da ta Samariya da’ya’yanta mata, nasararki kuma tare da su,
54 ତହିଁରେ ତୁମ୍ଭେ ଆପଣା ଅପମାନ ଭୋଗ କରିବ ଓ ସେମାନଙ୍କ ପ୍ରତି ସାନ୍ତ୍ୱନା ସ୍ୱରୂପ ହୋଇ ଯାହା ଯାହା କରିଅଛ, ସେହି ସବୁ ସକାଶୁ ଲଜ୍ଜିତ ହେବ।
domin ki sha ƙasƙancinki ki kuma sha kunyar dukan abin da kika aikata ta wurin ta’azantar da su.
55 ପୁଣି, ତୁମ୍ଭର ଭଗିନୀଗଣ, ଅର୍ଥାତ୍, ସଦୋମ ଓ ତାହାର କନ୍ୟାଗଣ ସେମାନଙ୍କର ପୂର୍ବ ଦଶା ପ୍ରାପ୍ତ ହେବେ, ଶମରୀୟା ଓ ତାହାର କନ୍ୟାଗଣ ସେମାନଙ୍କର ପୂର୍ବ ଦଶା ପ୍ରାପ୍ତ ହେବେ, ଆଉ ତୁମ୍ଭେ ଓ ତୁମ୍ଭର କନ୍ୟାଗଣ ତୁମ୍ଭମାନଙ୍କର ପୂର୍ବ ଦଶା ପ୍ରାପ୍ତ ହେବ।
’Yan’uwanki kuwa, Sodom da’ya’yanta mata da Samariya tare da’ya’yanta mata, za su koma kamar yadda suke a dā; ke kuma da’ya’yanki mata za ku koma kamar yadda kike a dā.
56 କାରଣ ତୁମ୍ଭର ଆତ୍ମପ୍ରଶଂସାର ସମୟରେ ତୁମ୍ଭେ ଆପଣା ଭଗିନୀ ସଦୋମର ନାମ ମୁଖରେ ଆଣି ନ ଥିଲ।
Ba za ki ma iya ambaci’yar’uwarki Sodom a ranar fariyarki ba,
57 ସେହି ସମୟରେ ତୁମ୍ଭର ଦୁଷ୍ଟତା ପ୍ରକାଶ ପାଇ ନ ଥିଲା, ପାଇଲା ଉତ୍ତାରେ ତୁମ୍ଭର ତୁଚ୍ଛକାରିଣୀ ଅରାମର କନ୍ୟାଗଣ ଓ ତାହାର ଚତୁର୍ଦ୍ଦିଗ ନିବାସିନୀ ସମସ୍ତେ, ପଲେଷ୍ଟୀୟମାନଙ୍କର କନ୍ୟାଗଣ ଚାରି ଦିଗରେ ତୁମ୍ଭର ଅପମାନ କଲେ।
kafin a tone muguntarki. Ko da ma haka, yanzu’ya’yan Arameyawa mata da dukan maƙwabtanta da kuma’ya’yan Filistiyawa mata suna miki dariyar, dukan waɗanda suke kewaye da ke da suka rena ki.
58 ସଦାପ୍ରଭୁ କହନ୍ତି, ତୁମ୍ଭେ ଆପଣା ବ୍ୟଭିଚାର ଓ ଘୃଣାଯୋଗ୍ୟ କ୍ରିୟାର ଭାର ବହନ କରିଅଛ।
Za ki ɗauki hakkin lalatarki da kuma ayyukanki masu banƙyama, in ji Ubangiji.
59 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଶପଥ ଅବଜ୍ଞା କରି ନିୟମ ଯେପରି ଭଗ୍ନ କରିଅଛ, ଆମ୍ଭେ ତୁମ୍ଭ ପ୍ରତି ସେହିରୂପ ବ୍ୟବହାର କରିବା।
“‘Ga abin da Ubangiji Mai Iko Duka yana cewa zan hukunta kamar yadda ya dace da ke, domin kin ƙyale rantsuwana ta wurin karya alkawari.
60 ତଥାପି ତୁମ୍ଭ ଯୌବନାବସ୍ଥାରେ ତୁମ୍ଭ ସହିତ ଆମ୍ଭ କୃତ ନିୟମ ଆମ୍ଭେ ସ୍ମରଣ କରିବା ଓ ତୁମ୍ଭ ପକ୍ଷରେ ଆମ୍ଭେ ଅନନ୍ତକାଳସ୍ଥାୟୀ ଏକ ନିୟମ ସ୍ଥାପନ କରିବା।
Duk da haka zan tuna da alkawarin da na yi da ke a kwanakin ƙuruciyarki, zan kuma kafa madawwamin alkawari da ke.
61 ସେହି ସମୟରେ ଯେତେବେଳେ ତୁମ୍ଭେ ଆପଣା ଭଗିନୀଗଣକୁ, ତୁମ୍ଭର ବଡ଼ ଓ ସାନ ଭଗିନୀଗଣକୁ ଗ୍ରହଣ କରିବ, ସେତେବେଳେ ତୁମ୍ଭେ ଆପଣା ଆଚାର ବ୍ୟବହାର ସ୍ମରଣ କରି ଲଜ୍ଜିତ ହେବ; ଆଉ, ଆମ୍ଭେ ସେମାନଙ୍କୁ କନ୍ୟା ରୂପେ ତୁମ୍ଭକୁ ଦେବା, ମାତ୍ର ତୁମ୍ଭର ନିୟମାନୁକ୍ରମେ ନୁହେଁ।
Sa’an nan za ki tuna da hanyoyinki ki kuma ji kunya sa’ad da kika karɓi’yan’uwanki mata, waɗanda suka girme ki da kuma waɗanda kika girme su. Zan ba da su kamar’ya’ya mata gare ki, amma ba bisa alkawarina da ke ba.
62 ପୁଣି, ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜାଣିବ।
Ta haka zan kafa alkawarina da ke, za ki kuma san cewa ni ne Ubangiji.
63 ତୁମ୍ଭେ ଯାହା ଯାହା କରିଅଛ, ତୁମ୍ଭର ସେହି ସବୁ ଯେତେବେଳେ ଆମ୍ଭେ କ୍ଷମା କରିବା, ସେତେବେଳେ ତୁମ୍ଭେ ସ୍ମରଣ କରି ଲଜ୍ଜିତ ହେବ ଓ ନିଜ ଅପମାନ ହେତୁ ଆଉ କେବେ ଆପଣା ମୁଖ ଫିଟାଇବ ନାହିଁ।” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Sa’an nan, sa’ad da na yi kafara saboda ke domin dukan abin da kika aikata, za ki tuna ki kuma ji kunya har ki kāsa buɗe bakinki saboda kunya, in ji Ubangiji Mai Iko Duka.’”