< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 15 >

1 ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
Kisha neno la Yahwe likanijia, liksema,
2 “ହେ ମନୁଷ୍ୟ-ସନ୍ତାନ, ଦ୍ରାକ୍ଷାଲତାର ଗଛ, ବନସ୍ଥ ବୃକ୍ଷଗଣ ମଧ୍ୟରେ ସ୍ଥିତ ଦ୍ରାକ୍ଷାଲତାର ଶାଖା, ଅନ୍ୟ ସକଳ ଗଛ ଅପେକ୍ଷା କାହିଁରେ ଅଧିକ?
“Mwanadamu, je ni jisni gani mzabibu ulivo bora kuliko mti na matawi yaliyomo kwenye miti katika msitu?
3 କୌଣସି କାର୍ଯ୍ୟ ନିମନ୍ତେ କି ତହିଁରୁ କାଠ ନିଆଯିବ? ଅବା କୌଣସି ପାତ୍ର ଟଙ୍ଗାଇବା ନିମନ୍ତେ କି ଲୋକେ ତହିଁରୁ ମେଖ କରିବେ?
Je watu huwa wanachukua mbao kutoka kwenye mzabbibu kufanyia chochote? au huwa wanatengenezea vitu kutokana na huo kuning'iniza chochote juu ya huo?
4 ଦେଖ, ଜାଳ ହେବା ପାଇଁ ତାହା ଅଗ୍ନିରେ ପକାଗଲା; ଅଗ୍ନି ତାହାର ଦୁଇ ମୁଣ୍ଡ ଗ୍ରାସ କଲା ଓ ତହିଁର ମଧ୍ୟଭାଗ ଦଗ୍ଧ ହେଲା ତାହା କି କୌଣସି କାର୍ଯ୍ୟକୁ ଆସିବ?
Tazama! Kama umetupwa kwenye moto kama kuni, na kama moto umezichoma ncha zake zote na katikati pia, je unafaa kwa chochote?
5 ଦେଖ, ଅବିକଳ ଥିବା ବେଳେ ତାହା କୌଣସି କାର୍ଯ୍ୟର ଯୋଗ୍ୟ ନୋହିଲା; ଅଗ୍ନି ଗ୍ରାସ କଲା ଉତ୍ତାରେ ଓ ତାହା ଦଗ୍ଧ ହେଲା ଉତ୍ତାରେ ତାହା କି କୌଣସି କାର୍ଯ୍ୟର ଅଧିକ ଅଯୋଗ୍ୟ ନୋହିବ?
Tazama! Wakati ulipokuwa umekamilika, haukuweza kufanya chochote; kisha hakika, wakati moto ulipouchoma, lakini bado haukuweza kutengeneza kitu chochote kwa ajili ya matumizi yoyote.
6 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ଯେପରି ବନସ୍ଥ ଗଛସବୁର ମଧ୍ୟସ୍ଥିତ ଦ୍ରାକ୍ଷାଲତାକୁ ଅଗ୍ନିରେ ଜାଳ ହେବା ପାଇଁ ନିରୂପଣ କରିଅଛୁ, ସେହିପରି ଆମ୍ଭେ ଯିରୂଶାଲମ ନିବାସୀମାନଙ୍କୁ ନିରୂପଣ କରିବା।
Kwa hiyo Bwana Yahwe asema hivi: haufanani na miti katika misitu, niliyoitoa mzabibu kama kuni kwa moto; nitatenda vivyo hivyo mbele ya wakaao Yerusalemu.
7 ପୁଣି, ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖିବା, ସେମାନେ ଅଗ୍ନିରୁ ବାହାରି ଯିବେ, ମାତ୍ର ଅଗ୍ନି ସେମାନଙ୍କୁ ଗ୍ରାସ କରିବ; ପୁଣି, ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖିଲେ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
Kwa kuwa nitauweka uso wangu juu yao. Ingawa watatoka kutoka kwenye moto, bado moto utawala; hivyo mtajua kwamba mimi ni Yahwe, wakati nitakapoona uso wangu juu yenu.
8 ଆଉ, ଆମ୍ଭେ ଦେଶକୁ ଧ୍ୱଂସର ସ୍ଥାନ କରିବା, କାରଣ ସେମାନେ ସତ୍ୟ-ଲଙ୍ଘନ କରିଅଛନ୍ତି, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
Kisha nitaifanya nchi kuwa ukiwa kwa sababu wamefanya dhambi-hivi ndivyo Bwana Yahwe asemavyo.”

< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 15 >