< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 14 >

1 ଏଥିଉତ୍ତାରେ ଇସ୍ରାଏଲର ପ୍ରାଚୀନବର୍ଗଙ୍କ ମଧ୍ୟରୁ କେତେକ ଜଣ ମୋʼ ନିକଟକୁ ଆସି ମୋʼ ସମ୍ମୁଖରେ ବସିଲେ।
Then came certain of the elders of Israel to me, and sat before me.
2 ସେତେବେଳେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
And the word of the LORD came to me, saying,
3 “ହେ ମନୁଷ୍ୟ-ସନ୍ତାନ, ଏହି ଲୋକମାନେ ଆପଣା ଆପଣା ଦେବତାକୁ ଆପଣା ଆପଣା ହୃଦୟକୁ ନେଇଅଛନ୍ତି ଓ ଆପଣାମାନଙ୍କର ଅଧର୍ମଜନକ ବିଘ୍ନ ଆପଣା ଆପଣା ସମ୍ମୁଖରେ ରଖିଅଛନ୍ତି; ଆମ୍ଭେ କି କୌଣସିମତେ ସେମାନଙ୍କୁ ଆମ୍ଭ ନିକଟରେ ଅନୁସନ୍ଧାନ କରିବାକୁ ଦେବା?
Son of man, these men have set up their idols in their heart, and put the stumbling block of their iniquity before their face: should I be inquired of at all by them?
4 ଏହେତୁ ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ ବଂଶର ଯେଉଁ ପ୍ରତ୍ୟେକ ଲୋକ ଆପଣା ଦେବତାକୁ ଆପଣା ହୃଦୟକୁ ନିଏ ଓ ଆପଣାର ଅଧର୍ମଜନକ ବିଘ୍ନ ଆପଣା ସମ୍ମୁଖରେ ରଖେ, ଆଉ ଭବିଷ୍ୟଦ୍‍ବକ୍ତା ନିକଟକୁ ଆସେ; ସେହି ଲୋକକୁ ଆମ୍ଭେ ସଦାପ୍ରଭୁ ତାହାର ଦେବତାଗଣର ବାହୁଲ୍ୟାନୁସାରେ ତଦ୍‍ବିଷୟରେ ଉତ୍ତର ଦେବା;
Therefore speak to them, and say to them, Thus says the Lord GOD; Every man of the house of Israel that sets up his idols in his heart, and puts the stumbling block of his iniquity before his face, and comes to the prophet; I the LORD will answer him that comes according to the multitude of his idols;
5 ଏହିରୂପେ ଆମ୍ଭେ ଇସ୍ରାଏଲ ବଂଶକୁ ସେମାନଙ୍କର ହୃଦୟରୂପ ଫାନ୍ଦରେ ଧରିବା, କାରଣ ସେମାନେ ସମସ୍ତେ ଆପଣା ଆପଣା ଦେବଗଣ ଦ୍ୱାରା ଆମ୍ଭଠାରୁ ବିମୁଖ ହୋଇଅଛନ୍ତି।
That I may take the house of Israel in their own heart, because they are all estranged from me through their idols.
6 ଏହେତୁ ଇସ୍ରାଏଲ ବଂଶକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଫେର, ଆପଣା ଆପଣା ଦେବଗଣଠାରୁ ବିମୁଖ ହୁଅ, ତୁମ୍ଭମାନଙ୍କର ସମସ୍ତ ଘୃଣାଯୋଗ୍ୟ କ୍ରିୟାରୁ ଆପଣା ଆପଣା ମୁଖ ଫେରାଅ।
Therefore say to the house of Israel, Thus says the Lord GOD; Repent, and turn yourselves from your idols; and turn away your faces from all your abominations.
7 କାରଣ ଇସ୍ରାଏଲ ବଂଶର ଓ ଇସ୍ରାଏଲ ମଧ୍ୟରେ ପ୍ରବାସକାରୀଗଣର ଯେ ପ୍ରତ୍ୟେକ ଲୋକ ଆମ୍ଭଠାରୁ ଆପଣାକୁ ପୃଥକ କରେ ଓ ଆପଣା ଦେବଗଣକୁ ଆପଣା ହୃଦୟକୁ ନିଏ ଓ ଆପଣାର ଅଧର୍ମଜନକ ବିଘ୍ନ ଆପଣା ସମ୍ମୁଖରେ ରଖେ, ଆଉ ଆପଣା ବିଷୟ ଆମ୍ଭ ନିକଟରେ ଅନୁସନ୍ଧାନ କରିବା ପାଇଁ ଭବିଷ୍ୟଦ୍‍ବକ୍ତା ନିକଟକୁ ଆସେ; ଆମ୍ଭେ ସଦାପ୍ରଭୁ ଆପେ ତାହାକୁ ଉତ୍ତର ଦେବା।
For every one of the house of Israel, or of the stranger that sojourns in Israel, which separates himself from me, and sets up his idols in his heart, and puts the stumbling block of his iniquity before his face, and comes to a prophet to inquire of him concerning me; I the LORD will answer him by myself:
8 ପୁଣି, ଆମ୍ଭେ ସେ ଲୋକର ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାକୁ ଚିହ୍ନ ଓ ଦୃଷ୍ଟାନ୍ତର ନିମନ୍ତେ ବିସ୍ମୟାସ୍ପଦ କରିବା, ଆଉ ଆମ୍ଭେ ଆମ୍ଭ ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
And I will set my face against that man, and will make him a sign and a proverb, and I will cut him off from the middle of my people; and you shall know that I am the LORD.
9 ଆଉ, ଭବିଷ୍ୟଦ୍‍ବକ୍ତା ଭ୍ରାନ୍ତ ହୋଇ ଯଦି କୌଣସି କଥା କହେ, ତେବେ ଆମ୍ଭେ ସଦାପ୍ରଭୁ ସେ ଭବିଷ୍ୟଦ୍‍ବକ୍ତାଙ୍କୁ ଭ୍ରାନ୍ତ କରାଇଅଛୁ, ଆମ୍ଭେ ତାହାର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା ଓ ଆମ୍ଭ ଇସ୍ରାଏଲ ଲୋକଙ୍କ ମଧ୍ୟରୁ ତାହାକୁ ବିନଷ୍ଟ କରିବା।
And if the prophet be deceived when he has spoken a thing, I the LORD have deceived that prophet, and I will stretch out my hand on him, and will destroy him from the middle of my people Israel.
10 ପୁଣି, ସେମାନେ ଆପଣା ଆପଣା ଅଧର୍ମର ଭାର ବୋହିବେ; ଭବିଷ୍ୟଦ୍‍ବକ୍ତାର ଅଧର୍ମ ଓ ତାହାର ଅନ୍ୱେଷଣକାରୀର ଅଧର୍ମ ଏକ ସମାନ ହେବ;
And they shall bear the punishment of their iniquity: the punishment of the prophet shall be even as the punishment of him that seeks to him;
11 ତହିଁରେ ଇସ୍ରାଏଲ ବଂଶ ଆମ୍ଭଠାରୁ ଆଉ ବିପଥଗାମୀ ହେବେ ନାହିଁ, କିଅବା ଆପଣାମାନଙ୍କର ସକଳ ଆଜ୍ଞାଲଙ୍ଘନ ଦ୍ୱାରା ସେମାନେ ଆଉ ଆପଣାମାନଙ୍କୁ ଅଶୁଚି କରିବେ ନାହିଁ; ମାତ୍ର ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
That the house of Israel may go no more astray from me, neither be polluted any more with all their transgressions; but that they may be my people, and I may be their God, says the Lord GOD.
12 ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
The word of the LORD came again to me, saying,
13 “ହେ ମନୁଷ୍ୟ-ସନ୍ତାନ, କୌଣସି ଦେଶ ସତ୍ୟ-ଲଙ୍ଘନ ଦ୍ୱାରା ଆମ୍ଭ ବିରୁଦ୍ଧରେ ପାପ କଲେ, ଯେତେବେଳେ ଆମ୍ଭେ ତାହା ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରୁ, ତାହାର ଅନ୍ନରୂପ ଯଷ୍ଟି ଭାଙ୍ଗୁ ଓ ତହିଁ ମଧ୍ୟକୁ ଦୁର୍ଭିକ୍ଷ ପଠାଉ, ପୁଣି ତହିଁ ମଧ୍ୟରୁ ମନୁଷ୍ୟ ଓ ପଶୁକୁ ଉଚ୍ଛିନ୍ନ କରୁ;
Son of man, when the land sins against me by trespassing grievously, then will I stretch out my hand on it, and will break the staff of the bread thereof, and will send famine on it, and will cut off man and beast from it:
14 ସେତେବେଳେ ନୋହ, ଦାନିୟେଲ ଓ ଆୟୁବ, ଏହି ତିନି ବ୍ୟକ୍ତି ଯଦି ତହିଁ ମଧ୍ୟରେ ଥାʼନ୍ତେ, ତେବେ ସେମାନେ ଆପଣା ଆପଣା ଧାର୍ମିକତା ଦ୍ୱାରା ଆପଣା ପ୍ରାଣ ମାତ୍ର ରକ୍ଷା କରନ୍ତେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Though these three men, Noah, Daniel, and Job, were in it, they should deliver but their own souls by their righteousness, says the Lord GOD.
15 ଆମ୍ଭେ ଯଦି ଦେଶ ମଧ୍ୟରେ ହିଂସ୍ରକ ପଶୁଗଣକୁ ଗତାୟାତ କରାଉ, ଆଉ ସେମାନେ ତାହା ଏରୂପ ବିନଷ୍ଟ କରନ୍ତି ଯେ, ଦେଶ ଧ୍ୱଂସର ସ୍ଥାନ ହୁଏ ଓ ପଶୁମାନଙ୍କ ଭୟରେ କୌଣସି ମନୁଷ୍ୟ ତହିଁ ମଧ୍ୟରେ ଗତାୟାତ ନ କରେ;
If I cause noisome beasts to pass through the land, and they spoil it, so that it be desolate, that no man may pass through because of the beasts:
16 ତେବେ ଏହି ତିନି ବ୍ୟକ୍ତି ତହିଁ ମଧ୍ୟରେ ଥିଲେ ହେଁ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ସେମାନେ ପୁତ୍ର କି କନ୍ୟାଗଣକୁ ଉଦ୍ଧାର କରି ପାରିବେ ନାହିଁ; କେବଳ ସେମାନେ ଉଦ୍ଧାର ପାଇବେ, ମାତ୍ର ଦେଶ ଧ୍ୱଂସସ୍ଥାନ ହେବ।
Though these three men were in it, as I live, says the Lord GOD, they shall deliver neither sons nor daughters; they only shall be delivered, but the land shall be desolate.
17 ଅଥବା ଆମ୍ଭେ ଯଦି ସେହି ଦେଶ ବିରୁଦ୍ଧରେ ଖଡ୍ଗ ଆଣୁ, ଆଉ ଆଜ୍ଞା କରୁ, ‘ହେ ଖଡ୍ଗ, ଦେଶ ମଧ୍ୟଦେଇ ଗମନ କର’ ଓ ଆମ୍ଭେ ମନୁଷ୍ୟ ଓ ପଶୁକୁ ତହିଁ ମଧ୍ୟରୁ ଉଚ୍ଛିନ୍ନ କରୁ,
Or if I bring a sword on that land, and say, Sword, go through the land; so that I cut off man and beast from it:
18 ତେବେ ଏହି ତିନି ବ୍ୟକ୍ତି ତହିଁ ମଧ୍ୟରେ ଥିଲେ ହେଁ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ସେମାନେ ପୁତ୍ର କିମ୍ବା କନ୍ୟାଗଣକୁ ଉଦ୍ଧାର କରି ପାରିବେ ନାହିଁ, ମାତ୍ର କେବଳ ନିଜେ ନିଜେ ଉଦ୍ଧାର ପ୍ରାପ୍ତ ହେବେ।
Though these three men were in it, as I live, says the Lord GOD, they shall deliver neither sons nor daughters, but they only shall be delivered themselves.
19 ଅଥବା ଆମ୍ଭେ ଯଦି ସେହି ଦେଶକୁ ମହାମାରୀ ପଠାଉ, ଆଉ ତହିଁ ମଧ୍ୟରୁ ମନୁଷ୍ୟ ଓ ପଶୁକୁ ଉଚ୍ଛିନ୍ନ କରିବା ପାଇଁ ତହିଁ ଉପରେ ଆମ୍ଭର କୋପ ଢାଳି ରକ୍ତ ବହାଉ;
Or if I send a pestilence into that land, and pour out my fury on it in blood, to cut off from it man and beast:
20 ତେବେ ନୋହ, ଦାନିୟେଲ ଓ ଆୟୁବ ତହିଁ ମଧ୍ୟରେ ଥିଲେ ହେଁ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ସେମାନେ ପୁତ୍ର କିମ୍ବା କନ୍ୟାକୁ ଉଦ୍ଧାର କରି ପାରିବେ ନାହିଁ; ସେମାନେ ଆପଣା ଆପଣା ଧାର୍ମିକତା ଦ୍ୱାରା କେବଳ ନିଜ ନିଜ ପ୍ରାଣ ଉଦ୍ଧାର କରିବେ।
Though Noah, Daniel, and Job were in it, as I live, says the Lord GOD, they shall deliver neither son nor daughter; they shall but deliver their own souls by their righteousness.
21 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ମନୁଷ୍ୟ ଓ ପଶୁଗଣକୁ ଉଚ୍ଛିନ୍ନ କରିବା ପାଇଁ ଯେତେବେଳେ ଯିରୂଶାଲମ ବିରୁଦ୍ଧରେ ଖଡ୍ଗ, ଦୁର୍ଭିକ୍ଷ, ହିଂସ୍ରକ ପଶୁ ଓ ମହାମାରୀ, ଆମ୍ଭର ଏହି ଚାରି ମହାଦଣ୍ଡ ପଠାଇବା, ସେତେବେଳେ ଆଉ କେତେ ଅଧିକ ନ ଘଟିବ?
For thus says the Lord GOD; How much more when I send my four sore judgments on Jerusalem, the sword, and the famine, and the noisome beast, and the pestilence, to cut off from it man and beast?
22 ତଥାପି ଦେଖ, ତହିଁ ମଧ୍ୟରେ ପୁତ୍ର ଓ କନ୍ୟାଗଣ ଉଭୟର ଅବଶିଷ୍ଟାଂଶ ରହି ବାହାରେ ଅଣାଯିବେ; ଦେଖ, ସେମାନେ ତୁମ୍ଭମାନଙ୍କ ନିକଟକୁ ଆସିବେ ଓ ତୁମ୍ଭେମାନେ ସେମାନଙ୍କର ଆଚାର ବ୍ୟବହାର ଓ କ୍ରିୟାସକଳ ଦେଖିବ; ପୁଣି, ଆମ୍ଭେ ଯିରୂଶାଲମ ଉପରେ ଯେଉଁ ଅମଙ୍ଗଳ ଘଟାଇଅଛୁ, ତାହା ପ୍ରତି ଯେସକଳ ବର୍ତ୍ତାଇଅଛୁ, ତହିଁ ବିଷୟରେ ତୁମ୍ଭେମାନେ ସାନ୍ତ୍ୱନା ପାଇବ।
Yet, behold, therein shall be left a remnant that shall be brought forth, both sons and daughters: behold, they shall come forth to you, and you shall see their way and their doings: and you shall be comforted concerning the evil that I have brought on Jerusalem, even concerning all that I have brought on it.
23 ଆଉ, ସେମାନେ ତୁମ୍ଭମାନଙ୍କୁ ସାନ୍ତ୍ୱନା କରିବେ, ତୁମ୍ଭେମାନେ ସେମାନଙ୍କର ଆଚାର ବ୍ୟବହାର ଓ କ୍ରିୟା ଦେଖିଲେ ଜାଣିବ ଯେ, ଆମ୍ଭେ ତହିଁ ମଧ୍ୟରେ ଯାହା ଯାହା କରିଅଛୁ, ସେହି ସବୁ ଅକାରଣରେ କରି ନାହୁଁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
And they shall comfort you, when you see their ways and their doings: and you shall know that I have not done without cause all that I have done in it, says the Lord GOD.

< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 14 >