< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 13 >

1 ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ପୁଣି ସେ ମୋତେ କହିଲେ,
Y fue palabra de Jehová a mí, diciendo:
2 “ହେ ମନୁଷ୍ୟ-ସନ୍ତାନ, ଇସ୍ରାଏଲର ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି, ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର; ଆଉ, ଯେଉଁମାନେ ନିଜ ହୃଦୟରୁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କୁ କୁହ, ‘ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;’
Hijo del hombre, profetiza contra los profetas de Israel que profetizan; y di a los que profetizan de su corazón: Oíd palabra de Jehová.
3 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ମୂଢ଼ ଭବିଷ୍ୟଦ୍‍ବକ୍ତାମାନେ କିଛି ଦର୍ଶନ ପ୍ରାପ୍ତ ନ ହୋଇ ଆପଣା ଆପଣା ଆତ୍ମାର ପଶ୍ଚାଦ୍‍ଗମନ କରନ୍ତି, ସେମାନେ ସନ୍ତାପର ପାତ୍ର।
Así dijo el Señor Jehová: ¡Ay de los profetas ignorantes, que andan en pos de su espíritu, y nada vieron!
4 ହେ ଇସ୍ରାଏଲ, ତୁମ୍ଭର ଭବିଷ୍ୟଦ୍‍ବକ୍ତାମାନେ ଉଜଡ଼ା ସ୍ଥାନର ବିଲୁଆ ତୁଲ୍ୟ ହୋଇଅଛନ୍ତି।
Como zorras en los desiertos fueron tus profetas, o! Israel.
5 ତୁମ୍ଭେମାନେ ପ୍ରାଚୀରର ଭଗ୍ନସ୍ଥାନର ଉପରକୁ ଯାଇ ନାହଁ, କିଅବା ସଦାପ୍ରଭୁଙ୍କ ଦିନରେ ସଂଗ୍ରାମରେ ଠିଆ ହେବା ନିମନ୍ତେ ଇସ୍ରାଏଲ ବଂଶ ପାଇଁ ବେଢ଼ା ଦୃଢ଼ କରି ନାହଁ।
Nunca subisteis a los portillos, ni echasteis vallado sobre la casa de Israel, estando en la batalla en el día de Jehová.
6 ‘ସଦାପ୍ରଭୁ ଏହି କଥା କହନ୍ତି’ ବୋଲି ଯେଉଁମାନେ କହନ୍ତି, ସେମାନେ ଅସାର ଦର୍ଶନ ପାଇଅଛନ୍ତି ଓ ମିଥ୍ୟା ମନ୍ତ୍ର ପଢ଼ିଅଛନ୍ତି, ଆଉ, ସଦାପ୍ରଭୁ ସେମାନଙ୍କୁ ପଠାଇ ନାହାନ୍ତି; ପୁଣି, ବାକ୍ୟ ସିଦ୍ଧ ହେବ ବୋଲି ସେମାନେ ଲୋକମାନଙ୍କର ପ୍ରତ୍ୟାଶା ଜନ୍ମାଇ ଅଛନ୍ତି।
Vieron vanidad, y adivinación de mentira. Dicen: Dijo Jehová: y nunca Jehová los envió; y hacen esperar para confirmar la palabra.
7 ଆମ୍ଭେ କଥା ନ କହିଲେ ହେଁ, ‘ସଦାପ୍ରଭୁ କହନ୍ତି’ ବୋଲି କହୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ କି ଅସାର ଦର୍ଶନ ପାଇ ନାହଁ ଓ ତୁମ୍ଭେମାନେ କି ମିଥ୍ୟା ମନ୍ତ୍ର ଉଚ୍ଚାରଣ କରି ନାହଁ?”
¿No habéis visto visión vana? ¿y no habéis dicho adivinación de mentira? ¿y decís: Dijo Jehová: no habiendo yo hablado?
8 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; “ତୁମ୍ଭେମାନେ ଅସାର ବାକ୍ୟ କହିଅଛ ଓ ମିଥ୍ୟା ଦର୍ଶନ ପାଇଅଛ, ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭମାନଙ୍କର ପ୍ରତିକୂଳ ଅଟୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Por tanto así dijo el Señor Jehová: Por cuanto vosotros habéis hablado vanidad, y habéis visto mentira: por tanto he aquí que yo a vosotros, dijo el Señor Jehová.
9 ପୁଣି, ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଅସାର ଦର୍ଶନ ପାଆନ୍ତି ଓ ମିଥ୍ୟା ମନ୍ତ୍ର ପଢ଼ନ୍ତି, ଆମ୍ଭର ହସ୍ତ ସେମାନଙ୍କର ପ୍ରତିକୂଳ ହେବ; ସେମାନେ ଆମ୍ଭ ଲୋକମାନଙ୍କ ମନ୍ତ୍ରୀ ସଭାରେ ରହିବେ ନାହିଁ, କିଅବା ଇସ୍ରାଏଲ ବଂଶର ବଂଶାବଳୀ ମଧ୍ୟରେ ସେମାନେ ଲିଖିତ ହେବେ ନାହିଁ, ଅଥବା ଇସ୍ରାଏଲ ଦେଶରେ ପ୍ରବେଶ କରିବେ ନାହିଁ; ତହିଁରେ ଆମ୍ଭେ ଯେ ପ୍ରଭୁ, ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
Y será mi mano contra los profetas que ven vanidad, y adivinan mentira: no serán en la congregación de mi pueblo, ni serán escritos en el libro de la casa de Israel, ni volverán a la tierra de Israel; y sabréis que yo soy el Señor Jehová.
10 ଶାନ୍ତି ନ ଥିଲେ ହେଁ ସେମାନେ ‘ଶାନ୍ତି’ ଅଛି ବୋଲି କହି ଆମ୍ଭ ଲୋକମାନଙ୍କୁ ଭୁଲାଇ ଅଛନ୍ତି; ଆଉ, କେହି କାନ୍ଥ ନିର୍ମାଣ କଲେ ଦେଖ, ସେମାନେ ଅମିଶ୍ରିତ ମସଲାରେ ତାହା ଲେପନ କରନ୍ତି,
Por tanto, y por cuanto engañaron mi pueblo, diciendo: Paz, no habiendo paz; y el uno edificaba la pared, y he aquí que los otros la embarraban con lodo suelto.
11 ଏଥିପାଇଁ, ବିଶେଷ ରୂପେ ଅମିଶ୍ରିତ ମସଲାରେ କାନ୍ଥ ଲେପନକାରୀମାନଙ୍କୁ କୁହ ଯେ, ତାହା ପଡ଼ିଯିବ; ପ୍ଲାବନକାରୀ ବୃଷ୍ଟି ହେବ; ହେ ବୃହତ ଶିଳାସକଳ, ତୁମ୍ଭେମାନେ ବୃଷ୍ଟି ହେବ ଓ ପ୍ରଚଣ୍ଡ ବାୟୁ ତାହା ବିଦାରଣ କରିବ।
Di a los embarradores con lodo suelto, que caerá: vendrá lluvia en avenida, y daré piedras de granizo que la hagan caer, y viento tempestuoso la romperá.
12 ଦେଖ, କାନ୍ଥ ଯେତେବେଳେ ପଡ଼ିଯିବ, ସେତେବେଳେ ତୁମ୍ଭମାନଙ୍କୁ କି କୁହା ନ ଯିବ, ତୁମ୍ଭେମାନେ ଯାହା ଦେଇ ଲେପନ କରିଥିଲ, ସେହି ପ୍ରଲେପ କାହିଁ?
Y he aquí que la pared cayó. No os dirán entonces: ¿Dónde está la embarradura con que embarrasteis?
13 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଆପଣା କୋପରେ ପ୍ରଚଣ୍ଡ ବାୟୁ ଦ୍ୱାରା ତାହା ବିଦାରଣ କରିବା; ଆମ୍ଭ କ୍ରୋଧରେ ପ୍ଲାବନକାରୀ ବୃଷ୍ଟି ହେବ ଓ କୋପରେ ବୃହତ ବୃହତ ଶିଳାବୃଷ୍ଟି ହୋଇ ତାହା ବିନଷ୍ଟ କରିବ।
Por tanto así dijo el Señor Jehová: Y yo haré que la rompa viento tempestuoso con mi ira, y lluvia en avenida venga con mi furor, y piedras de granizo con mi enojo para consumir.
14 ଏହିରୂପେ ତୁମ୍ଭେମାନେ ଅମିଶ୍ରିତ ମସଲାରେ ଯେଉଁ କାନ୍ଥ ଲେପନ କରିଅଛ, ତାହା ଆମ୍ଭେ ଭାଙ୍ଗି ପକାଇବା ଓ ତାହା ଭୂମିସାତ୍‍ କରିବା, ତହିଁରେ ତାହାର ଭିତ୍ତିମୂଳ ଅନାବୃତ ହେବ; ଆଉ, ତାହା ପଡ଼ିଯିବ ଓ ତୁମ୍ଭେମାନେ ତହିଁ ମଧ୍ୟରେ ବିନଷ୍ଟ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
Y derribaré la pared que vosotros embarrasteis con lodo suelto, y hacerla he llegar a tierra, y será descubierto su cimiento, y caerá, y seréis consumidos en medio de ella; y sabréis que yo soy Jehová.
15 ଏହି ପ୍ରକାରେ ଆମ୍ଭେ ସେହି କାନ୍ଥ ଉପରେ ଓ ଯେଉଁମାନେ ଅମିଶ୍ରିତ ମସଲାରେ ତାହା ଲେପନ କରିଅଛନ୍ତି, ସେମାନଙ୍କ ଉପରେ ଆପଣା କୋପ ସଫଳ କରିବା ଓ ଆମ୍ଭେ ତୁମ୍ଭମାନଙ୍କୁ କହିବା, ସେହି କାନ୍ଥ ଆଉ ନାହିଁ ଓ ତାହା ଲେପନକାରୀମାନେ,
Y cumpliré mi furor en la pared, y en los que la embarraron con lodo suelto, y deciros he: No parece la pared, ni parecen los que la embarraron:
16 ଅର୍ଥାତ୍‍, ଯେଉଁମାନେ ଯିରୂଶାଲମ ବିଷୟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି ଓ ଶାନ୍ତି ନ ଥିଲେ ହେଁ ତାହା ନିମନ୍ତେ ଶାନ୍ତିର ଦର୍ଶନ ପାଆନ୍ତି, ଇସ୍ରାଏଲର ସେହି ଭବିଷ୍ୟଦ୍‍ବକ୍ତାମାନେ ଆଉ ନାହାନ୍ତି, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Los profetas de Israel que profetizan a Jerusalem, y ven para ella visión de paz, no habiendo paz, dijo el Señor Jehová.
17 ଆଉ ହେ ମନୁଷ୍ୟ-ସନ୍ତାନ, ତୁମ୍ଭ ଲୋକଙ୍କର ଯେଉଁ କନ୍ୟାଗଣ ଆପଣା ଆପଣା ହୃଦୟରୁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖ ଓ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କୁହ,
Y tú, o! hijo del hombre, pon tu rostro a las hijas de tu pueblo, que profetizan de su corazón, y profetiza contra ellas,
18 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ସ୍ତ୍ରୀମାନେ ପ୍ରାଣ ମୃଗୟାର୍ଥେ ସବୁ କହୁଣୀ ଉପରେ ମୁଚୁଳା ସିଲାଇ କରନ୍ତି ଓ ସର୍ବଆକୃତିର ଲୋକଙ୍କ ମସ୍ତକ ନିମନ୍ତେ ଆବରଣୀ ପ୍ରସ୍ତୁତ କରନ୍ତି, ସେମାନେ ସନ୍ତାପର ପାତ୍ରୀ! ତୁମ୍ଭେମାନେ କି ଆମ୍ଭ ଲୋକମାନଙ୍କ ପ୍ରାଣକୁ ମୃଗୟା କରି ଆପଣାମାନଙ୍କ ନିମନ୍ତେ ପ୍ରାଣ ଜୀଅନ୍ତା ରଖିବ?
Y dí: Así dijo el Señor Jehová: ¡Ay de aquellas que cosen cojinetes a todos codos de manos, y hacen veletas sobre la cabeza de toda edad, para cazar las almas! ¿Habéis de cazar las almas de mi pueblo? ¿y habéis de dar vida a las almas para vosotros?
19 ପୁଣି, ଆମ୍ଭର ଯେଉଁ ଲୋକମାନେ ମିଥ୍ୟା କଥା ଶୁଣନ୍ତି, ସେମାନଙ୍କୁ ମିଥ୍ୟା କଥା କହି, ବଧର ଅଯୋଗ୍ୟ ପ୍ରାଣକୁ ବଧ କରିବା ପାଇଁ ଓ ବଞ୍ଚିବାର ଅଯୋଗ୍ୟ ପ୍ରାଣକୁ ଜୀବିତ ରଖିବା ପାଇଁ ତୁମ୍ଭେମାନେ ମୁଠିଏ ମୁଠିଏ ଯବ ଓ ଖଣ୍ଡିଏ ଖଣ୍ଡିଏ ରୁଟି ନିମନ୍ତେ ଆମ୍ଭ ଲୋକଙ୍କ ମଧ୍ୟରେ ଆମ୍ଭକୁ ଅଶୁଚି କରିଅଛ।
¿Y habéisme de contaminar en mi pueblo por puños de cebada, y por pedazos de pan, matando las almas que no mueren, y dando vida a las almas que no vivirán, mintiendo a mi pueblo que oye mentira?
20 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ତୁମ୍ଭେମାନେ ଆପଣାମାନଙ୍କର ଯେଉଁ ମୁଚୁଳା ଦ୍ୱାରା ପ୍ରାଣୀମାନଙ୍କୁ ଉଡ଼ାଇ ଶିକାର କରୁଅଛ, ଆମ୍ଭେ ତହିଁର ପ୍ରତିକୂଳ ଅଟୁ ଓ ଆମ୍ଭେ ତୁମ୍ଭମାନଙ୍କ ଭୁଜରୁ ସେହି ସବୁ ମୁଚୁଳା ଚିରି ପକାଇବା; ଆଉ, ଆମ୍ଭେ ପ୍ରାଣୀମାନଙ୍କୁ, ଅର୍ଥାତ୍‍, ତୁମ୍ଭେମାନେ ଯେଉଁ ପ୍ରାଣୀମାନଙ୍କୁ ଉଡ଼ାଇ ମୃଗୟା କରୁଅଛ, ଆମ୍ଭେ ସେମାନଙ୍କୁ ମୁକ୍ତ କରିଦେବା।
Por tanto así dijo el Señor Jehová: He aquí que yo a vuestros cojinetes, con que cazáis allí las almas volando: yo los arrancaré de vuestros brazos, y enviaré las almas que cazáis, las almas volando.
21 ମଧ୍ୟ ଆମ୍ଭେ ତୁମ୍ଭମାନଙ୍କର ଆବରଣୀ ଚିରି ପକାଇବା ଓ ଆମ୍ଭ ଲୋକମାନଙ୍କୁ ତୁମ୍ଭମାନଙ୍କ ହସ୍ତରୁ ଉଦ୍ଧାର କରିବା, ସେମାନେ ମୃଗୟାକୃତ ହେବା ନିମନ୍ତେ, ଆଉ ତୁମ୍ଭମାନଙ୍କ ହସ୍ତଗତ ହେବେ ନାହିଁ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
Y romperé vuestras veletas, y libraré mi pueblo de vuestra mano, y no estarán más en vuestra mano para caza; y sabréis que yo soy Jehová.
22 ଆମ୍ଭେ ଯେଉଁ ଧାର୍ମିକ ଲୋକକୁ ବିଷଣ୍ଣ କରି ନାହୁଁ, ତୁମ୍ଭେମାନେ ମିଥ୍ୟା କଥା ଦ୍ୱାରା ତାହାର ଅନ୍ତଃକରଣକୁ ଦୁଃଖାର୍ତ୍ତ କରିଅଛ, ପୁଣି, ଦୁଷ୍ଟ ଲୋକ ବଞ୍ଚିବା ନିମନ୍ତେ ଯେପରି ଆପଣା କୁପଥରୁ ଫେରିବ ନାହିଁ, ଏଥିପାଇଁ ତାହାର ହସ୍ତ ସବଳ କରିଅଛ;
Por cuanto entristecisteis el corazón del justo con mentira, al cual yo no entristecí; y esforzasteis las manos del impío, para que no se apartase de su mal camino dándole vida:
23 ଏସକାଶୁ ତୁମ୍ଭେମାନେ ଅସାର ଦର୍ଶନ ଆଉ ଦେଖିବ ନାହିଁ, କିଅବା ମନ୍ତ୍ର ପଢ଼ିବ ନାହିଁ; ପୁଣି, ଆମ୍ଭେ ଆପଣା ଲୋକମାନଙ୍କୁ ତୁମ୍ଭମାନଙ୍କ ହସ୍ତରୁ ଉଦ୍ଧାର କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।”
Por tanto no veréis vanidad, ni más adivinaréis adivinación; y libraré mi pueblo de vuestra mano; y sabréis que yo soy Jehová.

< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 13 >