< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 12 >

1 ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ପୁଣି ସେ ମୋତେ କହିଲେ,
Questa parola del Signore mi fu riferita:
2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ବିଦ୍ରୋହୀ ଲୋକମାନଙ୍କ ମଧ୍ୟରେ ବାସ କରୁଅଛ, ସେମାନଙ୍କର ଦେଖିବା ପାଇଁ ଚକ୍ଷୁ ଅଛି, ମାତ୍ର ଦେଖନ୍ତି ନାହିଁ, ସେମାନଙ୍କର ଶୁଣିବା ପାଇଁ କର୍ଣ୍ଣ ଅଛି, ମାତ୍ର ଶୁଣନ୍ତି ନାହିଁ; କାରଣ ସେମାନେ ବିଦ୍ରୋହୀ ବଂଶ।
«Figlio dell'uomo, tu abiti in mezzo a una genìa di ribelli, che hanno occhi per vedere e non vedono, hanno orecchi per udire e non odono, perché sono una genìa di ribelli.
3 ଏଥିପାଇଁ ହେ ମନୁଷ୍ୟ-ସନ୍ତାନ, ନିର୍ବାସନ ନିମନ୍ତେ କରିବା ପାଇଁ ସମ୍ବଳ ପ୍ରସ୍ତୁତ କର, ଆଉ ସେମାନଙ୍କ ସାକ୍ଷାତରେ ଦିନ ବେଳେ ପ୍ରସ୍ଥାନ କର, ତୁମ୍ଭେ ସେମାନଙ୍କ ସାକ୍ଷାତରେ ସ୍ୱ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରସ୍ଥାନ କରିବ। ହୋଇପାରେ, ବିଦ୍ରୋହୀ ବଂଶ ହେଲେ ହେଁ ସେମାନେ ବିବେଚନା କରିବେ।
Tu, figlio dell'uomo, fà il tuo bagaglio da deportato e, di giorno davanti ai loro occhi, prepàrati a emigrare; emigrerai dal luogo dove stai verso un altro luogo, davanti ai loro occhi: forse comprenderanno che sono una genìa di ribelli.
4 ତୁମ୍ଭେ ଦିନ ବେଳେ ସେମାନଙ୍କ ସାକ୍ଷାତରେ ପ୍ରସ୍ଥାନକାଳୀନ ସମ୍ବଳ ତୁଲ୍ୟ ଆପଣା ସମ୍ବଳ ବାହାର କରି ଆଣିବ; ଆଉ, ଲୋକେ ଯେପରି ନିର୍ବାସାର୍ଥେ ପ୍ରସ୍ଥାନ କରନ୍ତି, ସେହିପରି ତୁମ୍ଭେ ସନ୍ଧ୍ୟା ବେଳେ ସେମାନଙ୍କ ସାକ୍ଷାତରେ ପ୍ରସ୍ଥାନ କରିବ।
Prepara di giorno il tuo bagaglio, come il bagaglio d'un esiliato, davanti ai loro occhi; uscirai però al tramonto, davanti a loro, come partirebbe un esiliato.
5 ତୁମ୍ଭେ ସେମାନଙ୍କ ସାକ୍ଷାତରେ କାନ୍ଥ ଖୋଳ ଓ ତାହା ମଧ୍ୟଦେଇ ତୁମ୍ଭର ଜିନିଷ ସହ ତୁମ୍ଭେ ବାହାରି ଯାଅ।
Fà alla loro presenza un'apertura nel muro ed esci di lì.
6 ସେମାନଙ୍କ ସାକ୍ଷାତରେ ତୁମ୍ଭର ଜିନିଷ ଆପଣା କାନ୍ଧରେ ବହିବ ଓ ଅନ୍ଧକାର ବେଳେ ତାହା ନେଇଯିବ; ତୁମ୍ଭେ ଯେପରି ଭୂମି ନ ଦେଖିବ, ଏଥିପାଇଁ ଆପଣା ମୁଖ ଆଚ୍ଛାଦନ କରିବ; କାରଣ ଇସ୍ରାଏଲ ବଂଶ ପ୍ରତି ଏକ ଚିହ୍ନସ୍ୱରୂପ କରି ଆମ୍ଭେ ତୁମ୍ଭକୁ ରଖିଅଛୁ।”
Mettiti alla loro presenza il bagaglio sulle spalle ed esci nell'oscurità: ti coprirai la faccia in modo da non vedere il paese, perché io ho fatto di te un simbolo per gli Israeliti».
7 ତହିଁରେ ମୁଁ ସେହି ଆଜ୍ଞା ପ୍ରମାଣେ କାର୍ଯ୍ୟ କଲି; ମୁଁ ପ୍ରସ୍ଥାନକାଳୀନ ସମ୍ବଳ ତୁଲ୍ୟ ଦିନ ବେଳେ ଆପଣା ସମ୍ବଳ ବାହାର କରି ଆଣିଲି ଓ ସନ୍ଧ୍ୟା ବେଳେ ନିଜ ହସ୍ତରେ କାନ୍ଥ ଖୋଳିଲି; ମୁଁ ଅନ୍ଧକାର ବେଳେ ତାହା ବାହାର କରି ସେମାନଙ୍କ ସାକ୍ଷାତରେ ଆପଣା କାନ୍ଧରେ ବୋହି ନେଲି।
Io feci come mi era stato comandato: preparai di giorno il mio bagaglio come il bagaglio d'un esiliato e sul tramonto feci un foro nel muro con le mani, uscii nell'oscurità e mi misi il bagaglio sulle spalle sotto i loro occhi.
8 ପୁଣି, ପ୍ରଭାତ କାଳରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
Al mattino mi fu rivolta questa parola del Signore:
9 “ହେ ମନୁଷ୍ୟ-ସନ୍ତାନ, ‘ତୁମ୍ଭେ କʼଣ କରୁଅଛ’ ବୋଲି ଇସ୍ରାଏଲ ବଂଶ, ସେହି ବିଦ୍ରୋହୀ ବଂଶ କି ତୁମ୍ଭକୁ ପଚାରି ନାହାନ୍ତି?
«Figlio dell'uomo, non t'ha chiesto il popolo d'Israele, quella genìa di ribelli, che cosa stai facendo?
10 ତୁମ୍ଭେ ସେମାନଙ୍କୁ କୁହ, ‘ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଏହି ଭାର ଯିରୂଶାଲମସ୍ଥ ଅଧିପତିର ଓ ସେମାନେ ଯେଉଁମାନଙ୍କ ମଧ୍ୟରେ ଅଛନ୍ତି, ସେହି ସମୁଦାୟ ଇସ୍ରାଏଲ ବଂଶର ସମ୍ପର୍କୀୟ ଅଟେ।’
Rispondi loro: Così dice il Signore Dio: Quest'oracolo è per il principe di Gerusalemme e per tutti gli Israeliti che vi abitano.
11 ତୁମ୍ଭେ କୁହ, ମୁଁ ତୁମ୍ଭମାନଙ୍କର ଚିହ୍ନସ୍ୱରୂପ ଅଟେ: ‘ମୁଁ ଯେପରି କଲି, ସେମାନଙ୍କ ପ୍ରତି ସେହିପରି କରାଯିବ; ସେମାନେ ନିର୍ବାସିତ ହୋଇ ବନ୍ଦୀତ୍ୱ ସ୍ଥାନକୁ ଯିବେ।’
Tu dirai: Io sono un simbolo per voi; infatti quello che ho fatto a te, sarà fatto a loro; saranno deportati e andranno in schiavitù.
12 ପୁଣି, ସେମାନଙ୍କ ମଧ୍ୟବର୍ତ୍ତୀ ଅଧିପତି ଅନ୍ଧକାର ସମୟରେ ଆପଣା କାନ୍ଧରେ ଭାର ବୋହି ବାହାରି ଯିବ; ଲୋକମାନେ ବୋହି ନେବା ପାଇଁ କାନ୍ଥ ଖୋଳିବେ; ସେ ଆପଣା ମୁଖ ଆଚ୍ଛାଦନ କରିବ, କାରଣ ସେ ଚକ୍ଷୁରେ ଭୂମି ଦେଖିବ ନାହିଁ।
Il principe, che è in mezzo a loro si caricherà il bagaglio sulle spalle, nell'oscurità, e uscirà per la breccia che verrà fatta nel muro per farlo partire; si coprirà il viso, per non vedere con gli occhi il paese.
13 ଆହୁରି, ଆମ୍ଭେ ତାହା ଉପରେ ଆମ୍ଭର ଜାଲ ପ୍ରସାରିବା ଓ ସେ ଆମ୍ଭ ଫାନ୍ଦରେ ଧରାଯିବ; ଆଉ, ଆମ୍ଭେ କଲ୍‍ଦୀୟମାନଙ୍କର ଦେଶ ବାବିଲକୁ ତାହାକୁ ନେଇଯିବା; ଆଉ, ଯଦ୍ୟପି ସେ ସେହି ସ୍ଥାନରେ ମରିବ, ତଥାପି ସେ ତାହା ଦେଖିବ ନାହିଁ।
Ma io tenderò la mia rete contro di lui ed egli rimarrà preso nei miei lacci: lo condurrò in Babilonia, nel paese dei Caldei, ma egli non la vedrà e là morirà.
14 ପୁଣି, ତାହାର ସାହାଯ୍ୟ କରିବାକୁ ଯେଉଁମାନେ ତାହାର ଚତୁର୍ଦ୍ଦିଗରେ ଅଛନ୍ତି, ସେମାନଙ୍କୁ ଓ ତାହାର ସୈନ୍ୟଦଳ ସମସ୍ତଙ୍କୁ ଆମ୍ଭେ ସବୁ ଦିଗରେ ଛିନ୍ନଭିନ୍ନ କରିବା ଓ ସେମାନଙ୍କ ପଶ୍ଚାତ ଆମ୍ଭେ ଖଡ୍ଗ ନିଷ୍କୋଷ କରିବା।
Disperderò ad ogni vento quanti sono intorno a lui, le sue guardie e tutte le sue truppe, e snuderò dietro a loro la spada.
15 ଆଉ, ଯେତେବେଳେ ଆମ୍ଭେ ସେମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା ଓ ନାନା ଦେଶ ମଧ୍ୟରେ ସେମାନଙ୍କୁ ଏଣେତେଣେ ବିକ୍ଷିପ୍ତ କରିବା, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
Allora sapranno che io sono il Signore, quando li avrò dispersi fra le genti e li avrò disseminati in paesi stranieri.
16 ମାତ୍ର ଆମ୍ଭେ ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରୁ ରକ୍ଷା କରିବା, ତହିଁରେ ସେମାନେ ଯେଉଁ ଗୋଷ୍ଠୀମାନଙ୍କ ମଧ୍ୟକୁ ଯିବେ, ସେମାନଙ୍କ ନିକଟରେ ଆପଣାମାନଙ୍କର ଘୃଣାଯୋଗ୍ୟ କ୍ରିୟାସକଳ ପ୍ରକାଶ କରିବେ; ଆଉ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
Tuttavia ne risparmierò alcuni, superstiti alla spada, alla fame e alla peste, perché raccontino tutte le loro scelleratezze alle genti fra le quali andranno e anch'esse sappiano che io sono il Signore».
17 ଆହୁରି ସଦାପ୍ରଭୁଙ୍କ ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ପୁଣି ସେ ମୋତେ କହିଲେ,
Mi fu rivolta ancora questa parola del Signore:
18 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କମ୍ପି କମ୍ପି ଆପଣା ଆହାର ଭୋଜନ କର, ଆଉ ଥରି ଥରି ଓ ଚିନ୍ତିତ ହୋଇ ଆପଣା ଜଳ ପାନ କର;
«Figlio dell'uomo, mangia il pane con paura e bevi l'acqua con trepidazione e con angoscia.
19 ପୁଣି, ଦେଶର ଲୋକମାନଙ୍କୁ କୁହ, ଯିରୂଶାଲମ ନିବାସୀମାନଙ୍କର ଓ ଇସ୍ରାଏଲ ଦେଶର ବିଷୟରେ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ସେମାନେ ଚିନ୍ତିତ ହୋଇ ଆପଣା ଆପଣା ଆହାର ଭୋଜନ କରିବେ ଓ ବିସ୍ମିତ ହୋଇ ଆପଣା ଆପଣାର ଜଳ ପାନ କରିବେ, କାରଣ ନିବାସୀମାନଙ୍କର ଦୌରାତ୍ମ୍ୟ ସକାଶୁ ସେମାନଙ୍କ ଦେଶ ଓ ତନ୍ମଧ୍ୟସ୍ଥିତ ସର୍ବସ୍ୱରୁ ଶୂନ୍ୟ ହେବ।
Al popolo del paese dirai: Così dice il Signore Dio agli abitanti di Gerusalemme, al paese d'Israele: Mangeranno il loro pane nell'angoscia e berranno la loro acqua nella desolazione, perché la loro terra sarà spogliata della sua abbondanza per l'empietà di tutti i suoi abitanti.
20 ଆଉ, ବସତିବିଶିଷ୍ଟ ନଗରସବୁ ନଷ୍ଟ ଓ ଦେଶ ଧ୍ୱଂସସ୍ଥାନ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।”
Le città popolose saranno distrutte e la campagna ridotta a un deserto: saprete che io sono il Signore».
21 ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
Mi fu ancora rivolta questa parola del Signore:
22 “ହେ ମନୁଷ୍ୟ-ସନ୍ତାନ, ‘କାଳ ବିଳମ୍ବ ହେଉଅଛି, ପ୍ରତ୍ୟେକ ଦର୍ଶନ ବିଫଳ ହେଉଅଛି ବୋଲି ତୁମ୍ଭେମାନେ ଇସ୍ରାଏଲ ଦେଶରେ ଯେଉଁ ପ୍ରବାଦ ଶୁଣିଅଛ, ତାହା କି?’
«Figlio dell'uomo, che cos'è questo proverbio che si va ripetendo nel paese di Israele: Passano i giorni e ogni visione svanisce?
23 ଏହେତୁ ସେମାନଙ୍କୁ କୁହ, ‘ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଆମ୍ଭେ ଏହି ପ୍ରବାଦ ଲୋପ କରିବା ଓ ଇସ୍ରାଏଲ ମଧ୍ୟରେ ଲୋକମାନେ ପ୍ରବାଦ ରୂପେ ଆଉ ତାହା ବ୍ୟବହାର କରିବେ ନାହିଁ;’ ମାତ୍ର ସେମାନଙ୍କୁ କୁହ, ସମୟ ଓ ପ୍ରତ୍ୟେକ ଦର୍ଶନର ସଫଳତା ସନ୍ନିକଟ।
Ebbene, riferisci loro: Così dice il Signore Dio: Farò cessare questo proverbio e non si sentirà più ripetere in Israele; anzi riferisci loro: Si avvicinano i giorni in cui si avvererà ogni visione.
24 କାରଣ ଅସାର ଦର୍ଶନ ଓ ଚାଟୁବାଦର ମନ୍ତ୍ର ତନ୍ତ୍ର ଇସ୍ରାଏଲ ବଂଶ ମଧ୍ୟରେ ଆଉ ରହିବ ନାହିଁ।
Infatti non ci sarà più visione falsa, né predizione fallace in mezzo agli Israeliti,
25 କାରଣ ଆମ୍ଭେ ସଦାପ୍ରଭୁ; ଆମ୍ଭେ କଥା କହିବା ଓ ଯେଉଁ କଥା ଆମ୍ଭେ କହିବା, ତାହା ସଫଳ ହେବ; ଆଉ, ବିଳମ୍ବ ହେବ ନାହିଁ; କାରଣ ହେ ବିଦ୍ରୋହୀ ବଂଶ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କର ବର୍ତ୍ତମାନ କାଳରେ କଥା କହିବା ଓ ତାହା ସଫଳ କରିବା।”
perché io, il Signore, parlerò e attuerò senza indugio la parola che ho detta. Anzi, ai vostri giorni, o genìa di ribelli, pronunzierò una parola e l'attuerò: parola del Signore Dio».
26 ପୁନର୍ବାର ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
Mi fu rivolta ancora questa parola del Signore:
27 “ହେ ମନୁଷ୍ୟ-ସନ୍ତାନ, ଦେଖ, ଇସ୍ରାଏଲ ବଂଶୀୟ ଲୋକମାନେ କହନ୍ତି, ସେ ଲୋକ ଯେଉଁ ଦର୍ଶନ ପାଏ, ତାହା ଅନେକ ବିଳମ୍ବର କଥା ଓ ସେ ଅତି ଦୂରବର୍ତ୍ତୀ କାଳର ବିଷୟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରୁଅଛି।
«Figlio dell'uomo, ecco, gli Israeliti van dicendo: La visione che costui vede è per i giorni futuri; costui predice per i tempi lontani.
28 ଏହେତୁ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଆମ୍ଭ ବାକ୍ୟର କୌଣସି କଥା ଆଉ ବିଳମ୍ବ ନୋହିବ, ମାତ୍ର ଆମ୍ଭେ ଯେଉଁ ବାକ୍ୟ କହିବା, ତାହା ସଫଳ ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
Ebbene, riferisci loro: Dice il Signore Dio: Non sarà ritardata più a lungo ogni mia parola: la parola che dirò l'eseguirò. Oracolo del Signore Dio».

< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 12 >