< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 10 >

1 ସେତେବେଳେ ମୁଁ ଅନାଇଲି, ଆଉ ଦେଖ, କିରୂବମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ୟମଣ୍ଡଳରେ ନୀଳକାନ୍ତମଣି ସଦୃଶ ଏକ ସିଂହାସନର ତୁଲ୍ୟ ଆକୃତି ସେମାନଙ୍କ ଉପରେ ଦେଖାଗଲା।
Pogledah, i gle: na svodu nad glavama kreubinÄa pojavi se nešto kao kamen safir, kao nekakvo prijestolje.
2 ପୁଣି, ସେ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ କହିଲେ, “ତୁମ୍ଭେ ସେହି ଘୂର୍ଣ୍ଣାୟମାନ ଚକ୍ରମାନର ମଧ୍ୟସ୍ଥାନକୁ, ଅର୍ଥାତ୍‍, କିରୂବର ତଳକୁ ଯାଇ, କିରୂବମାନର ମଧ୍ୟସ୍ଥାନରୁ ଏକ ଅଞ୍ଜଳିପୂର୍ଣ୍ଣ ଜ୍ୱଳନ୍ତ ଅଙ୍ଗାର ନେଇ ନଗର ଉପରେ ବିଞ୍ଚି ଦିଅ।” ତହିଁରେ ସେ ବ୍ୟକ୍ତି ମୋʼ ସାକ୍ଷାତରେ ଗଲେ।
I prozbori čovjeku odjevenom u lan: “Uđi među točkove pod kerubinima, uzmi pune pregršti žeravice između kerubina i prospi je nad gradom!” - I on na moje oči uđe među kerubine.
3 ସେହି ପୁରୁଷ ଯିବା ସମୟରେ କିରୂବମାନେ ଗୃହର ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିଲେ ଓ ମେଘ ଭିତର ପ୍ରାଙ୍ଗଣକୁ ପରିପୂର୍ଣ୍ଣ କଲା।
A kerubini stajahu s desne strane Doma kad čovjek uđe među njih. I oblak ispuni sve unutrašnje predvorje,
4 ପୁଣି, ସଦାପ୍ରଭୁଙ୍କର ପ୍ରତାପ କିରୂବର ଉପରରୁ ଉଠି ଗୃହର ଏରୁଣ୍ଡିର ଉପରେ ଠିଆ ହେଲା; ତହିଁରେ ଗୃହ ମେଘରେ ପରିପୂର୍ଣ୍ଣ ହେଲା ଓ ପ୍ରାଙ୍ଗଣ ସଦାପ୍ରଭୁଙ୍କ ପ୍ରତାପର ତେଜରେ ପରିପୂର୍ଣ୍ଣ ହେଲା।
a Slava Jahvina vinu se s kerubinÄa prema pragu Doma. Dom se ispuni oblakom, a predvorje napuni svjetlost Slave Jahvine.
5 ଆଉ, ସର୍ବଶକ୍ତିମାନ ପରମେଶ୍ୱରଙ୍କର କଥା କହିବା ସମୟର ରବ ତୁଲ୍ୟ କିରୂବମାନଙ୍କ ପକ୍ଷୀର ଶବ୍ଦ ବାହାର ପ୍ରାଙ୍ଗଣ ପର୍ଯ୍ୟନ୍ତ ଶୁଣାଗଲା।
Huka kerubinskih krila razliježe se do vanjskoga predvorja, kao kad zagrmi glas Svevišnjega.
6 ପୁଣି, ତୁମ୍ଭେ ଘୂର୍ଣ୍ଣାୟମାନ ଚକ୍ର ମଧ୍ୟରୁ, ଅର୍ଥାତ୍‍, କିରୂବଗଣର ମଧ୍ୟସ୍ଥାନରୁ ଅଗ୍ନି ନିଅ, ଏହି କଥା କହି ସେ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ ଆଜ୍ଞା କଲା ବେଳେ ସେହି ପୁରୁଷ ଯାଇ ଗୋଟିଏ ଚକ୍ର ପାର୍ଶ୍ୱରେ ଠିଆ ହେଲେ।
A kad on zapovjedi čovjeku odjevenom u lan: “Uzmi ognja između točkova što su pod kerubinima”, čovjek uđe i stade kraj točkova.
7 ତହିଁରେ ସେହି କିରୂବ, କିରୂବମାନଙ୍କ ମଧ୍ୟରୁ, କିରୂବମାନଙ୍କର ମଧ୍ୟସ୍ଥିତ ଅଗ୍ନିକୁ ଆପଣା ହସ୍ତ ବଢ଼ାଇ ତହିଁରୁ କିଛି ନେଇ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷଙ୍କ ହସ୍ତରେ ଦେଲେ ଓ ସେ ତାହା ନେଇ ବାହାରକୁ ଗଲେ।
Jedan kerubin pruži ruku prema ognju što bijaše među kerubinima, uze ga i stavi u ruke čovjeku odjevenom u lan. On ga primi i iziđe.
8 ଆଉ, କିରୂବମାନଙ୍କ ମଧ୍ୟରେ ସେମାନଙ୍କ ପକ୍ଷ ତଳେ ମାନବ ହସ୍ତର ଏକ ଆକୃତି ଦେଖାଗଲା।
A ispod kerubinskih krila ukaza se nešto kao ruka čovječja.
9 ପୁଣି, ମୁଁ ଅନାଇଲି, ଆଉ ଦେଖ, ଏକ କିରୂବର ପାର୍ଶ୍ୱରେ ଏକ ଚକ୍ର ଓ ଅନ୍ୟ କିରୂବର ପାର୍ଶ୍ୱରେ ଅନ୍ୟ ଚକ୍ର, ଏହିରୂପ କିରୂବମାନଙ୍କ ପାର୍ଶ୍ୱରେ ଚାରି ଚକ୍ର ଥିଲା; ଆଉ, ସେହି ଚକ୍ରମାନର ଆଭା ବୈଦୁର୍ଯ୍ୟମଣିର ଆଭା ତୁଲ୍ୟ ଥିଲା।
Pogledah, i gle: uz kerubine četiri točka, po jedan uza svakoga. A točkovi bijahu nalik na kamen krizolit;
10 ସେମାନଙ୍କର ଆକୃତି ଏହି, ଚକ୍ର ମଧ୍ୟରେ ଚକ୍ର ଥିଲା ପରି ସେହି ଚାରିର ଏକ ଆକୃତି ଥିଲା।
sva četiri istog oblika i kao da je jedan točak u drugome.
11 ଗମନ କରିବା ବେଳେ ସେମାନେ ଆପଣାମାନଙ୍କର ଚାରି ପାର୍ଶ୍ୱରେ ଗମନ କଲେ; ଗମନ କଲା ବେଳେ ସେମାନେ ଫେରିଲେ ନାହିଁ, ମାତ୍ର ମସ୍ତକର ସମ୍ମୁଖ ସ୍ଥାନକୁ ତାହାର ପଶ୍ଚାତରେ ଗମନ କଲେ; ଗମନ କଲା ବେଳେ ସେମାନେ ଫେରିଲେ ନାହିଁ।
U kretanju mogahu ići u sva četiri smjera, sve bez zakretanja. Kamo bi se glava usmjerila, onamo bi krenuli, a da se, krećući se, nisu morali okretati.
12 ପୁଣି, ସେମାନଙ୍କର ସମୁଦାୟ ଶରୀର, ସେମାନଙ୍କର ପୃଷ୍ଠ, ହସ୍ତ ଓ ପକ୍ଷ, ଆଉ ଚକ୍ରସବୁ, ଅର୍ଥାତ୍‍, ସେହି ଚାରି ଚକ୍ର ଚାରିଆଡ଼େ ଚକ୍ଷୁରେ ପୂର୍ଣ୍ଣ ଥିଲା।
Cijelo tijelo u kerubinÄa - leđa, ruke, krila i sva četiri točka njihova - sve im bijaše posvud naokolo puno očiju.
13 ଆଉ, ମୋʼ କର୍ଣ୍ଣଗୋଚରରେ ସେହି ଚକ୍ରମାନଙ୍କୁ ଘୂର୍ଣ୍ଣାୟମାନ ଚକ୍ର ବୋଲି କୁହାଗଲା।
A točkovi, koliko sam čuo, zvahu se “Kovitlac”.
14 ପୁଣି, ପ୍ରତ୍ୟେକର ଚାରି ମୁଖ ଥିଲା; ପ୍ରଥମ ମୁଖ କିରୂବର ମୁଖ, ଦ୍ୱିତୀୟର ମୁଖ ମନୁଷ୍ୟର ମୁଖ, ତୃତୀୟ ସିଂହର ମୁଖ ଓ ଚତୁର୍ଥ ଉତ୍କ୍ରୋଶ ପକ୍ଷୀର ମୁଖ।
Svaki imaše po četiri lica: lice prvoga kerubinsko, lice drugoga čovječje, a u trećega lice lavlje, u četvrtoga orlovsko.
15 ଆଉ, କିରୂବଗଣ ଊର୍ଦ୍ଧ୍ୱକୁ ଉଠିଲେ। ମୁଁ କବାର ନଦୀ ତୀରରେ ଯେଉଁ ଜୀବିତ ପ୍ରାଣୀକୁ ଦେଖିଥିଲି, ସେ ଏହି।
Tada se kerubini podigoše u visine. Bijahu to ista bića što ih vidjeh na rijeci Kebaru.
16 କିରୂବମାନେ ଗମନ କରିବା ବେଳେ ଚକ୍ରସବୁ ସେମାନଙ୍କର ପାର୍ଶ୍ୱରେ ଗମନ କଲେ: ପୁଣି, କିରୂବମାନେ ଭୂମିରୁ ଊର୍ଦ୍ଧ୍ୱକୁ ଯିବା ପାଇଁ ଯେତେବେଳେ ଆପଣା ଆପଣା ପକ୍ଷ ଉଠାଇଲେ, ସେତେବେଳେ ଚକ୍ରସବୁ ହିଁ ସେମାନଙ୍କ ପାର୍ଶ୍ୱ ଛାଡ଼ିଲେ ନାହିଁ।
Kad bi kerubini krenuli, krenuli bi i točkovi uz njih, kad bi kerubini krilima mahnuli da se od zemlje podignu, točkovi se ne bi od njih odmicali.
17 ସେମାନେ ଠିଆ ହେବା ବେଳେ ଏମାନେ ଠିଆ ହେଲେ; ପୁଣି, ସେମାନେ ଉପରକୁ ଉଠିବା ବେଳେ ଏମାନେ ସେମାନଙ୍କର ସଙ୍ଗେ ସଙ୍ଗେ ଉପରକୁ ଉଠିଲେ; କାରଣ ସେହି ଜୀବିତ ପ୍ରାଣୀର ଆତ୍ମା ସେହି ଚକ୍ରସବୁରେ ଥିଲା।
Kad bi se zaustavili, i točkovi bi stali; a kad bi se sa zemlje podigli, i točkovi se podizahu, jer duh bića bijaše u njima.
18 ଏଥିଉତ୍ତାରେ ସଦାପ୍ରଭୁଙ୍କ ପ୍ରତାପ ଗୃହର ଏରୁଣ୍ଡିର ଊର୍ଦ୍ଧ୍ୱରୁ ପ୍ରସ୍ଥାନ କରି କିରୂବମାନଙ୍କ ଉପରେ ଅଧିଷ୍ଠାନ କଲା।
Uto se Slava Jahvina vinu s praga Doma i stade nad kerubinima.
19 ତହିଁରେ କିରୂବମାନେ ଆପଣା ଆପଣା ପକ୍ଷ ଉଠାଇଲେ, ଆଉ ମୋʼ ସାକ୍ଷାତରେ ଭୂମିରୁ ଊର୍ଦ୍ଧ୍ୱକୁ ଗମନ କଲା ବେଳେ ଚକ୍ରସବୁ ସେମାନଙ୍କ ପାର୍ଶ୍ୱରେ ଗମନ କଲେ; ପୁଣି, ସଦାପ୍ରଭୁଙ୍କ ଗୃହର ପୂର୍ବ-ଦ୍ୱାରର ପ୍ରବେଶ ସ୍ଥାନରେ ସେମାନେ ଠିଆ ହେଲେ; ସେହି ସମୟରେ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ସେମାନଙ୍କ ଉପରେ ବିଦ୍ୟମାନ ଥିଲା।
Tada kerubini raširiše krila i podigoše se sa zemlje pred mojim očima. A kad oni krenuše, i točkovi za njima krenuše. I zaustaviše se nad istočnim vratima Doma Jahvina, a Slava Boga Izraelova bijaše nad njima.
20 ମୁଁ କବାର ନଦୀ ନିକଟରେ ଇସ୍ରାଏଲର ପରମେଶ୍ୱରଙ୍କର ବାହନ ଏହି ଜୀବିତ ପ୍ରାଣୀକୁ ଦେଖିଥିଲି; ଆଉ, ସେମାନେ କିରୂବ ବୋଲି ମୁଁ ଜାଣିଲି।
Bijahu to ista bića što ih vidjeh pred Bogom Izraelovim na rijeci Kebaru. I tako spoznah da ono bijahu kerubini.
21 ସେମାନଙ୍କର ପ୍ରତ୍ୟେକର ଚାରି ଚାରି ମୁଖ ଓ ଚାରି ଚାରି ପକ୍ଷ ଥିଲା; ଆଉ, ସେମାନଙ୍କ ପକ୍ଷ ତଳେ ମାନବ ହସ୍ତର ଆକୃତି ଥିଲା।
U svakoga po četiri lica i po četiri krila, a pod krilima nešto kao ruka čovječja.
22 ପୁଣି, ମୁଁ କବାର ନଦୀ ନିକଟରେ ଯେଉଁ ଯେଉଁ ମୁଖ ଦେଖିଥିଲି, ସେମାନଙ୍କର ଓ ଏମାନଙ୍କର ମୁଖର ଆକୃତି ଏକ, ସେମାନଙ୍କର ଆକୃତି ଓ ସେମାନେ ଏକ ଅଟନ୍ତି; ସେମାନେ ପ୍ରତ୍ୟେକେ ସମ୍ମୁଖ ଆଡ଼େ ଗମନ କଲେ।
Lica im ista kao ona što ih vidjeh na rijeci Kebaru. I svako se naprijed kretaše.

< ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 10 >