< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 6 >

1 ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭେ ଫାରୋ ପ୍ରତି ଯାହା କରିବା, ତାହା ତୁମ୍ଭେ ଏବେ ଦେଖିବ; କାରଣ ବାହୁ ବଳ ପ୍ରକାଶିତ ହେଲେ, ସେ ଲୋକମାନଙ୍କୁ ଯିବାକୁ ଦେବ ଓ ବାହୁ ବଳ ପ୍ରକାଶିତ ହେଲେ, ଆପଣା ଦେଶରୁ ସେମାନଙ୍କୁ ତଡ଼ି ଦେବ।”
ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭେ ଫାରୋ ପ୍ରତି ଯାହା କରିବା, ତାହା ତୁମ୍ଭେ ଏବେ ଦେଖିବ; କାରଣ ବାହୁ ବଳ ପ୍ରକାଶିତ ହେଲେ, ସେ ଲୋକମାନଙ୍କୁ ଯିବାକୁ ଦେବ ଓ ବାହୁ ବଳ ପ୍ରକାଶିତ ହେଲେ, ଆପଣା ଦେଶରୁ ସେମାନଙ୍କୁ ତଡ଼ି ଦେବ।”
2 ପରମେଶ୍ୱର ମୋଶାଙ୍କ ସହିତ ଆଳାପ କରି ଆହୁରି କହିଲେ, “ଆମ୍ଭେ ଯିହୋବାଃ (ସଦାପ୍ରଭୁ);
ପରମେଶ୍ୱର ମୋଶାଙ୍କ ସହିତ ଆଳାପ କରି ଆହୁରି କହିଲେ, “ଆମ୍ଭେ ଯିହୋବାଃ (ସଦାପ୍ରଭୁ);
3 ଆମ୍ଭେ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କୁ ସର୍ବଶକ୍ତିମାନ ପରମେଶ୍ୱର ବୋଲି ଦର୍ଶନ ଦେଇଥିଲୁ, ମାତ୍ର ଆମ୍ଭେ ଆପଣା ଯିହୋବାଃ ନାମରେ ସେମାନଙ୍କୁ ପରିଚୟ ଦେଇ ନ ଥିଲୁ।
ଆମ୍ଭେ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କୁ ସର୍ବଶକ୍ତିମାନ ପରମେଶ୍ୱର ବୋଲି ଦର୍ଶନ ଦେଇଥିଲୁ, ମାତ୍ର ଆମ୍ଭେ ଆପଣା ଯିହୋବାଃ ନାମରେ ସେମାନଙ୍କୁ ପରିଚୟ ଦେଇ ନ ଥିଲୁ।
4 ପୁଣି, କିଣାନ ଦେଶ, ଅର୍ଥାତ୍‍, ଯହିଁରେ ସେମାନେ ପ୍ରବାସ କଲେ, ସେହି ପ୍ରବାସ-ଦେଶ ମଧ୍ୟ ସେମାନଙ୍କୁ ଦେବା ବୋଲି ସେମାନଙ୍କ ସହିତ ନିୟମ ସ୍ଥିର କରିଥିଲୁ।
ପୁଣି, କିଣାନ ଦେଶ, ଅର୍ଥାତ୍‍, ଯହିଁରେ ସେମାନେ ପ୍ରବାସ କଲେ, ସେହି ପ୍ରବାସ-ଦେଶ ମଧ୍ୟ ସେମାନଙ୍କୁ ଦେବା ବୋଲି ସେମାନଙ୍କ ସହିତ ନିୟମ ସ୍ଥିର କରିଥିଲୁ।
5 ଏବେ ମିସରୀୟମାନେ ଯେଉଁମାନଙ୍କୁ ଦାସତ୍ୱରେ ରଖିଅଛନ୍ତି, ସେହି ଇସ୍ରାଏଲ-ସନ୍ତାନଗଣର ଆର୍ତ୍ତନାଦ ଶୁଣି ଆମ୍ଭେ ଆପଣାର ସେହି ନିୟମ ସ୍ମରଣ କରିଅଛୁ।
ଏବେ ମିସରୀୟମାନେ ଯେଉଁମାନଙ୍କୁ ଦାସତ୍ୱରେ ରଖିଅଛନ୍ତି, ସେହି ଇସ୍ରାଏଲ-ସନ୍ତାନଗଣର ଆର୍ତ୍ତନାଦ ଶୁଣି ଆମ୍ଭେ ଆପଣାର ସେହି ନିୟମ ସ୍ମରଣ କରିଅଛୁ।
6 ଏନିମନ୍ତେ ଇସ୍ରାଏଲ-ସନ୍ତାନଗଣକୁ କୁହ, ‘ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ମିସରୀୟମାନଙ୍କ ଭାରବହନରୁ ନିସ୍ତାର କରିବା ଓ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦାସତ୍ୱରୁ ମୁକ୍ତ କରିବା, ପୁଣି, ଆମ୍ଭେ ବିସ୍ତୀର୍ଣ୍ଣ ବାହୁ ଓ ମହା ମହା ଦଣ୍ଡ ଦ୍ୱାରା ତୁମ୍ଭମାନଙ୍କୁ ଉଦ୍ଧାର କରିବା।
ଏନିମନ୍ତେ ଇସ୍ରାଏଲ-ସନ୍ତାନଗଣକୁ କୁହ, ‘ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ମିସରୀୟମାନଙ୍କ ଭାରବହନରୁ ନିସ୍ତାର କରିବା ଓ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦାସତ୍ୱରୁ ମୁକ୍ତ କରିବା, ପୁଣି, ଆମ୍ଭେ ବିସ୍ତୀର୍ଣ୍ଣ ବାହୁ ଓ ମହା ମହା ଦଣ୍ଡ ଦ୍ୱାରା ତୁମ୍ଭମାନଙ୍କୁ ଉଦ୍ଧାର କରିବା।
7 ଆମ୍ଭେ ତୁମ୍ଭମାନଙ୍କୁ ଆପଣା ଲୋକ ରୂପେ ଗ୍ରହଣ କରିବା ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା; ତହିଁରେ ମିସରୀୟମାନଙ୍କ ଭାରବହନରୁ ତୁମ୍ଭମାନଙ୍କର ନିସ୍ତାରକାରୀ ଆମ୍ଭେ ଯେ ତୁମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁ ଅଟୁ, ତାହା ତୁମ୍ଭେମାନେ ଜାଣିବ।
ଆମ୍ଭେ ତୁମ୍ଭମାନଙ୍କୁ ଆପଣା ଲୋକ ରୂପେ ଗ୍ରହଣ କରିବା ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା; ତହିଁରେ ମିସରୀୟମାନଙ୍କ ଭାରବହନରୁ ତୁମ୍ଭମାନଙ୍କର ନିସ୍ତାରକାରୀ ଆମ୍ଭେ ଯେ ତୁମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁ ଅଟୁ, ତାହା ତୁମ୍ଭେମାନେ ଜାଣିବ।
8 ଆମ୍ଭେ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କୁ ଯେଉଁ ଦେଶ ଦେବା ନିମନ୍ତେ ଆପଣା ହସ୍ତ ଉଠାଇଅଛୁ, ସେହି ଦେଶକୁ ଆମ୍ଭେ ତୁମ୍ଭମାନଙ୍କୁ ଘେନିଯିବା; ପୁଣି, ଆମ୍ଭେ ଅଧିକାରାର୍ଥେ ତାହା ତୁମ୍ଭମାନଙ୍କୁ ଦେବା; ଆମ୍ଭେ ସଦାପ୍ରଭୁ ଅଟୁ।’”
ଆମ୍ଭେ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କୁ ଯେଉଁ ଦେଶ ଦେବା ନିମନ୍ତେ ଆପଣା ହସ୍ତ ଉଠାଇଅଛୁ, ସେହି ଦେଶକୁ ଆମ୍ଭେ ତୁମ୍ଭମାନଙ୍କୁ ଘେନିଯିବା; ପୁଣି, ଆମ୍ଭେ ଅଧିକାରାର୍ଥେ ତାହା ତୁମ୍ଭମାନଙ୍କୁ ଦେବା; ଆମ୍ଭେ ସଦାପ୍ରଭୁ ଅଟୁ।’”
9 ଏଥିଉତ୍ତାରେ ମୋଶା ଇସ୍ରାଏଲ-ସନ୍ତାନଗଣକୁ ତଦନୁସାରେ କହିଲେ, ମାତ୍ର ସେମାନେ ମନୋଦୁଃଖ ଓ କଠିନ ଦାସତ୍ୱ ସକାଶୁ ମୋଶାଙ୍କର ବାକ୍ୟରେ ମନୋଯୋଗ କଲେ ନାହିଁ।
ଏଥିଉତ୍ତାରେ ମୋଶା ଇସ୍ରାଏଲ-ସନ୍ତାନଗଣକୁ ତଦନୁସାରେ କହିଲେ, ମାତ୍ର ସେମାନେ ମନୋଦୁଃଖ ଓ କଠିନ ଦାସତ୍ୱ ସକାଶୁ ମୋଶାଙ୍କର ବାକ୍ୟରେ ମନୋଯୋଗ କଲେ ନାହିଁ।
10 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
11 “ତୁମ୍ଭେ ଯାଇ ମିସରର ରାଜା ଫାରୋକୁ କୁହ, ତୁମ୍ଭ ଦେଶରୁ ଇସ୍ରାଏଲ-ସନ୍ତାନଗଣକୁ ଯିବାକୁ ଦିଅ।”
“ତୁମ୍ଭେ ଯାଇ ମିସରର ରାଜା ଫାରୋକୁ କୁହ, ତୁମ୍ଭ ଦେଶରୁ ଇସ୍ରାଏଲ-ସନ୍ତାନଗଣକୁ ଯିବାକୁ ଦିଅ।”
12 ତହିଁରେ ମୋଶା ସଦାପ୍ରଭୁଙ୍କ ଛାମୁରେ କହିଲେ, “ଦେଖନ୍ତୁ, ଇସ୍ରାଏଲ-ସନ୍ତାନଗଣ ମୋʼ କଥାରେ ମନୋଯୋଗ କରି ନାହାନ୍ତି; ତେବେ ଉତ୍ତମ ବକ୍ତା ଯେ ମୁଁ ନୁହେଁ, ମୋʼ କଥା ଫାରୋ କିପରି ଶୁଣିବେ?”
ତହିଁରେ ମୋଶା ସଦାପ୍ରଭୁଙ୍କ ଛାମୁରେ କହିଲେ, “ଦେଖନ୍ତୁ, ଇସ୍ରାଏଲ-ସନ୍ତାନଗଣ ମୋʼ କଥାରେ ମନୋଯୋଗ କରି ନାହାନ୍ତି; ତେବେ ଉତ୍ତମ ବକ୍ତା ଯେ ମୁଁ ନୁହେଁ, ମୋʼ କଥା ଫାରୋ କିପରି ଶୁଣିବେ?”
13 ଏହିରୂପେ ସଦାପ୍ରଭୁ ମୋଶା ଓ ହାରୋଣଙ୍କ ସହିତ ଆଳାପ କଲେ, ପୁଣି, ଇସ୍ରାଏଲ-ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣିବା ନିମନ୍ତେ ମିସର ରାଜା ଫାରୋଙ୍କ ନିକଟରେ ଓ ଇସ୍ରାଏଲ-ସନ୍ତାନଗଣ ନିକଟରେ ବକ୍ତବ୍ୟ କଥା ସେମାନଙ୍କୁ ଆଜ୍ଞା କଲେ।
ଏହିରୂପେ ସଦାପ୍ରଭୁ ମୋଶା ଓ ହାରୋଣଙ୍କ ସହିତ ଆଳାପ କଲେ, ପୁଣି, ଇସ୍ରାଏଲ-ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣିବା ନିମନ୍ତେ ମିସର ରାଜା ଫାରୋଙ୍କ ନିକଟରେ ଓ ଇସ୍ରାଏଲ-ସନ୍ତାନଗଣ ନିକଟରେ ବକ୍ତବ୍ୟ କଥା ସେମାନଙ୍କୁ ଆଜ୍ଞା କଲେ।
14 ଏହି ସମସ୍ତ ଲୋକ ଆପଣା ଆପଣା ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ। ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍‍ର ସନ୍ତାନ ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମି; ଏମାନେ ରୁବେନ୍‍ର ବଂଶ।
ଏହି ସମସ୍ତ ଲୋକ ଆପଣା ଆପଣା ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ। ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍‍ର ସନ୍ତାନ ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମି; ଏମାନେ ରୁବେନ୍‍ର ବଂଶ।
15 ପୁଣି, ଶିମୀୟୋନର ପୁତ୍ର ଯିମୂୟେଲ, ଯାମୀନ୍‍, ଓହଦ୍‍, ଯାଖୀନ୍‍, ସୋହର ଓ କିଣାନୀୟା ସ୍ତ୍ରୀର ପୁତ୍ର ଶୌଲ; ଏମାନେ ଶିମୀୟୋନର ବଂଶ ଅଟନ୍ତି।
ପୁଣି, ଶିମୀୟୋନର ପୁତ୍ର ଯିମୂୟେଲ, ଯାମୀନ୍‍, ଓହଦ୍‍, ଯାଖୀନ୍‍, ସୋହର ଓ କିଣାନୀୟା ସ୍ତ୍ରୀର ପୁତ୍ର ଶୌଲ; ଏମାନେ ଶିମୀୟୋନର ବଂଶ ଅଟନ୍ତି।
16 ବଂଶାବଳୀ ଅନୁସାରେ ଲେବୀର ପୁତ୍ରମାନଙ୍କ ନାମ ଗେର୍ଶୋନ‍, କହାତ ଓ ମରାରି; ଲେବୀର ବୟସ ଶହେ ସଇଁତିରିଶ ବର୍ଷ ଥିଲା।
ବଂଶାବଳୀ ଅନୁସାରେ ଲେବୀର ପୁତ୍ରମାନଙ୍କ ନାମ ଗେର୍ଶୋନ‍, କହାତ ଓ ମରାରି; ଲେବୀର ବୟସ ଶହେ ସଇଁତିରିଶ ବର୍ଷ ଥିଲା।
17 ପୁଣି, ଆପଣା ଆପଣା ବଂଶାନୁସାରେ ଗେର୍ଶୋନର ସନ୍ତାନ ଲିବ୍‍ନି ଓ ଶିମୀୟି।
ପୁଣି, ଆପଣା ଆପଣା ବଂଶାନୁସାରେ ଗେର୍ଶୋନର ସନ୍ତାନ ଲିବ୍‍ନି ଓ ଶିମୀୟି।
18 ପୁଣି, କହାତର ସନ୍ତାନ ଅମ୍ରାମ୍‍, ଯିଷ୍‍ହର, ହିବ୍ରୋଣ ଓ ଉଷୀୟେଲ; ସେହି କହାତର ଶହେ ତେତିଶ ବର୍ଷ ବୟସ ହୋଇଥିଲା।
ପୁଣି, କହାତର ସନ୍ତାନ ଅମ୍ରାମ୍‍, ଯିଷ୍‍ହର, ହିବ୍ରୋଣ ଓ ଉଷୀୟେଲ; ସେହି କହାତର ଶହେ ତେତିଶ ବର୍ଷ ବୟସ ହୋଇଥିଲା।
19 ମରାରିର ସନ୍ତାନ ମହଲି ଓ ମୂଶି; ଏମାନେ ବଂଶାବଳୀ ଅନୁସାରେ ଲେବୀର ବଂଶ ଅଟନ୍ତି।
ମରାରିର ସନ୍ତାନ ମହଲି ଓ ମୂଶି; ଏମାନେ ବଂଶାବଳୀ ଅନୁସାରେ ଲେବୀର ବଂଶ ଅଟନ୍ତି।
20 ପୁଣି, ଅମ୍ରାମ୍‍ ଆପଣା ପିଉସୀ ଯୋକେବଦକୁ ବିବାହ କରନ୍ତେ, ସେ ତାହାର ଔରସରେ ହାରୋଣଙ୍କୁ ଓ ମୋଶାଙ୍କୁ ପ୍ରସବ କଲା; ସେହି ଅମ୍ରାମ୍‍ର ଆୟୁ ଶହେ ସଇଁତିରିଶ ବର୍ଷ ଥିଲା।
ପୁଣି, ଅମ୍ରାମ୍‍ ଆପଣା ପିଉସୀ ଯୋକେବଦକୁ ବିବାହ କରନ୍ତେ, ସେ ତାହାର ଔରସରେ ହାରୋଣଙ୍କୁ ଓ ମୋଶାଙ୍କୁ ପ୍ରସବ କଲା; ସେହି ଅମ୍ରାମ୍‍ର ଆୟୁ ଶହେ ସଇଁତିରିଶ ବର୍ଷ ଥିଲା।
21 ଯିଷ୍‍ହରର ସନ୍ତାନ କୋରହ, ନେଫଗ୍‍ ଓ ସିଖ୍ରି।
ଯିଷ୍‍ହରର ସନ୍ତାନ କୋରହ, ନେଫଗ୍‍ ଓ ସିଖ୍ରି।
22 ପୁଣି, ଉଷୀୟେଲର ସନ୍ତାନ ମୀଶାୟେଲ ଓ ଇଲୀଷାଫନ୍‍ ଓ ସିଥ୍ରି।
ପୁଣି, ଉଷୀୟେଲର ସନ୍ତାନ ମୀଶାୟେଲ ଓ ଇଲୀଷାଫନ୍‍ ଓ ସିଥ୍ରି।
23 ପୁଣି, ହାରୋଣ ଅମ୍ମୀନାଦବର କନ୍ୟା ନହଶୋନର ଭଗିନୀ ଇଲୀଶେବାକୁ ବିବାହ କଲେ; ତହିଁରେ ସେ ତାଙ୍କର ଔରସରେ ନାଦବ୍‍, ଅବୀହୂ, ଇଲୀୟାସର ଓ ଈଥାମରକୁ ପ୍ରସବ କଲା।
ପୁଣି, ହାରୋଣ ଅମ୍ମୀନାଦବର କନ୍ୟା ନହଶୋନର ଭଗିନୀ ଇଲୀଶେବାକୁ ବିବାହ କଲେ; ତହିଁରେ ସେ ତାଙ୍କର ଔରସରେ ନାଦବ୍‍, ଅବୀହୂ, ଇଲୀୟାସର ଓ ଈଥାମରକୁ ପ୍ରସବ କଲା।
24 ପୁଣି, କୋରହର ସନ୍ତାନ ଅସୀର ଓ ଇଲ୍‍କାନା ଓ ଅବୀୟାସଫ; ଏମାନେ କୋରହର ବଂଶ ଅଟନ୍ତି।
ପୁଣି, କୋରହର ସନ୍ତାନ ଅସୀର ଓ ଇଲ୍‍କାନା ଓ ଅବୀୟାସଫ; ଏମାନେ କୋରହର ବଂଶ ଅଟନ୍ତି।
25 ପୁଣି, ହାରୋଣଙ୍କର ପୁତ୍ର ଇଲୀୟାସର ଫୂଟୀୟେଲର ଏକ କନ୍ୟାକୁ ବିବାହ କରନ୍ତେ, ସେ ତାଙ୍କର ଔରସରେ ପୀନହସ୍‍କୁ ପ୍ରସବ କଲା, ଏମାନେ ଲେବୀୟମାନଙ୍କ ବଂଶଭେଦାନୁସାରେ ସେମାନଙ୍କ ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ।
ପୁଣି, ହାରୋଣଙ୍କର ପୁତ୍ର ଇଲୀୟାସର ଫୂଟୀୟେଲର ଏକ କନ୍ୟାକୁ ବିବାହ କରନ୍ତେ, ସେ ତାଙ୍କର ଔରସରେ ପୀନହସ୍‍କୁ ପ୍ରସବ କଲା, ଏମାନେ ଲେବୀୟମାନଙ୍କ ବଂଶଭେଦାନୁସାରେ ସେମାନଙ୍କ ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ।
26 ଏହି ଯେ ହାରୋଣ ଓ ମୋଶା, ଏମାନଙ୍କୁ ସଦାପ୍ରଭୁ କହିଲେ, “ତୁମ୍ଭେମାନେ ସୈନ୍ୟଶ୍ରେଣୀବଦ୍ଧ ଇସ୍ରାଏଲ-ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣ।”
ଏହି ଯେ ହାରୋଣ ଓ ମୋଶା, ଏମାନଙ୍କୁ ସଦାପ୍ରଭୁ କହିଲେ, “ତୁମ୍ଭେମାନେ ସୈନ୍ୟଶ୍ରେଣୀବଦ୍ଧ ଇସ୍ରାଏଲ-ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣ।”
27 ଏମାନେ ମିସରରୁ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବା ପାଇଁ ମିସରର ରାଜା ଫାରୋଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏମାନେ ସେହି ମୋଶା ଓ ହାରୋଣ।
ଏମାନେ ମିସରରୁ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବା ପାଇଁ ମିସରର ରାଜା ଫାରୋଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏମାନେ ସେହି ମୋଶା ଓ ହାରୋଣ।
28 ଯେଉଁ ଦିନ ସଦାପ୍ରଭୁ ମିସର ଦେଶରେ ମୋଶାଙ୍କ ସହିତ ଆଳାପ କଲେ,
ଯେଉଁ ଦିନ ସଦାପ୍ରଭୁ ମିସର ଦେଶରେ ମୋଶାଙ୍କ ସହିତ ଆଳାପ କଲେ,
29 ସେହି ଦିନ ସଦାପ୍ରଭୁ ମୋଶାଙ୍କୁ ଏହି କଥା କହିଲେ, “ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭକୁ ଯାହା ଯାହା କହୁ; ତାହାସବୁ ମିସରୀୟ ରାଜା ଫାରୋକୁ କୁହ।”
ସେହି ଦିନ ସଦାପ୍ରଭୁ ମୋଶାଙ୍କୁ ଏହି କଥା କହିଲେ, “ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭକୁ ଯାହା ଯାହା କହୁ; ତାହାସବୁ ମିସରୀୟ ରାଜା ଫାରୋକୁ କୁହ।”
30 ତହିଁରେ ମୋଶା ସଦାପ୍ରଭୁଙ୍କ ସାକ୍ଷାତରେ କହିଥିଲେ, “ମନ୍ଦ ବକ୍ତା ଯେ ମୁଁ, ମୋʼ କଥା ଫାରୋ କିପ୍ରକାରେ ଶୁଣିବେ?”
ତହିଁରେ ମୋଶା ସଦାପ୍ରଭୁଙ୍କ ସାକ୍ଷାତରେ କହିଥିଲେ, “ମନ୍ଦ ବକ୍ତା ଯେ ମୁଁ, ମୋʼ କଥା ଫାରୋ କିପ୍ରକାରେ ଶୁଣିବେ?”

< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 6 >