< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 6 >
1 ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭେ ଫାରୋ ପ୍ରତି ଯାହା କରିବା, ତାହା ତୁମ୍ଭେ ଏବେ ଦେଖିବ; କାରଣ ବାହୁ ବଳ ପ୍ରକାଶିତ ହେଲେ, ସେ ଲୋକମାନଙ୍କୁ ଯିବାକୁ ଦେବ ଓ ବାହୁ ବଳ ପ୍ରକାଶିତ ହେଲେ, ଆପଣା ଦେଶରୁ ସେମାନଙ୍କୁ ତଡ଼ି ଦେବ।”
Tad Tas Kungs sacīja uz Mozu: nu tev būs redzēt, ko Es Faraonam darīšu, jo caur stipru roku viņam tos būs atlaist, un caur stipru roku viņam tos būs izdzīt no savas zemes.
2 ପରମେଶ୍ୱର ମୋଶାଙ୍କ ସହିତ ଆଳାପ କରି ଆହୁରି କହିଲେ, “ଆମ୍ଭେ ଯିହୋବାଃ (ସଦାପ୍ରଭୁ);
Un Dievs runāja ar Mozu un uz to sacīja: Es esmu Tas Kungs.
3 ଆମ୍ଭେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କୁ ସର୍ବଶକ୍ତିମାନ ପରମେଶ୍ୱର ବୋଲି ଦର୍ଶନ ଦେଇଥିଲୁ, ମାତ୍ର ଆମ୍ଭେ ଆପଣା ଯିହୋବାଃ ନାମରେ ସେମାନଙ୍କୁ ପରିଚୟ ଦେଇ ନ ଥିଲୁ।
Un Es esmu parādījies Ābrahāmam, Īzakam un Jēkabam, kā tas visuvarenais Dievs, bet Mans vārds “Kungs” viņiem nav bijis zināms.
4 ପୁଣି, କିଣାନ ଦେଶ, ଅର୍ଥାତ୍, ଯହିଁରେ ସେମାନେ ପ୍ରବାସ କଲେ, ସେହି ପ୍ରବାସ-ଦେଶ ମଧ୍ୟ ସେମାନଙ୍କୁ ଦେବା ବୋଲି ସେମାନଙ୍କ ସହିତ ନିୟମ ସ୍ଥିର କରିଥିଲୁ।
Es arī esmu uzcēlis Savu derību ar tiem, tiem dot Kanaāna zemi, to zemi, kur viņi piemituši, kur tie bijuši svešinieki.
5 ଏବେ ମିସରୀୟମାନେ ଯେଉଁମାନଙ୍କୁ ଦାସତ୍ୱରେ ରଖିଅଛନ୍ତି, ସେହି ଇସ୍ରାଏଲ-ସନ୍ତାନଗଣର ଆର୍ତ୍ତନାଦ ଶୁଣି ଆମ୍ଭେ ଆପଣାର ସେହି ନିୟମ ସ୍ମରଣ କରିଅଛୁ।
Es arī esmu dzirdējis Israēla bērnu nopūtas, ko ēģiptieši kalpina, un esmu pieminējis Savu derību.
6 ଏନିମନ୍ତେ ଇସ୍ରାଏଲ-ସନ୍ତାନଗଣକୁ କୁହ, ‘ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ମିସରୀୟମାନଙ୍କ ଭାରବହନରୁ ନିସ୍ତାର କରିବା ଓ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦାସତ୍ୱରୁ ମୁକ୍ତ କରିବା, ପୁଣି, ଆମ୍ଭେ ବିସ୍ତୀର୍ଣ୍ଣ ବାହୁ ଓ ମହା ମହା ଦଣ୍ଡ ଦ୍ୱାରା ତୁମ୍ଭମାନଙ୍କୁ ଉଦ୍ଧାର କରିବା।
Tāpēc saki Israēla bērniem: Es esmu Tas Kungs un jūs izvedīšu no Ēģiptes nastām un jūs izraušu no viņu kalpošanas un jūs atpestīšu ar izstieptu roku un ar lielām sodībām.
7 ଆମ୍ଭେ ତୁମ୍ଭମାନଙ୍କୁ ଆପଣା ଲୋକ ରୂପେ ଗ୍ରହଣ କରିବା ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା; ତହିଁରେ ମିସରୀୟମାନଙ୍କ ଭାରବହନରୁ ତୁମ୍ଭମାନଙ୍କର ନିସ୍ତାରକାରୀ ଆମ୍ଭେ ଯେ ତୁମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁ ଅଟୁ, ତାହା ତୁମ୍ଭେମାନେ ଜାଣିବ।
Un Es jūs pieņemšu par Saviem ļaudīm un jums būšu par Dievu, un jūs atzīsiet, ka Es esmu Tas Kungs, jūsu Dievs, kas jūs izvedis no Ēģiptes nastām.
8 ଆମ୍ଭେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କୁ ଯେଉଁ ଦେଶ ଦେବା ନିମନ୍ତେ ଆପଣା ହସ୍ତ ଉଠାଇଅଛୁ, ସେହି ଦେଶକୁ ଆମ୍ଭେ ତୁମ୍ଭମାନଙ୍କୁ ଘେନିଯିବା; ପୁଣି, ଆମ୍ଭେ ଅଧିକାରାର୍ଥେ ତାହା ତୁମ୍ଭମାନଙ୍କୁ ଦେବା; ଆମ୍ଭେ ସଦାପ୍ରଭୁ ଅଟୁ।’”
Un Es jūs ievedīšu tai zemē, par ko Es Savu roku esmu uzcēlis, to dot Ābrahāmam, Īzakam un Jēkabam, un došu jums to par īpašumu, Es, Tas Kungs.
9 ଏଥିଉତ୍ତାରେ ମୋଶା ଇସ୍ରାଏଲ-ସନ୍ତାନଗଣକୁ ତଦନୁସାରେ କହିଲେ, ମାତ୍ର ସେମାନେ ମନୋଦୁଃଖ ଓ କଠିନ ଦାସତ୍ୱ ସକାଶୁ ମୋଶାଙ୍କର ବାକ୍ୟରେ ମନୋଯୋଗ କଲେ ନାହିଁ।
Un Mozus runāja tā uz Israēla bērniem; bet tie Mozum neklausīja aiz sirdēstiem un grūtiem darbiem.
10 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
Un Tas Kungs runāja uz Mozu sacīdams:
11 “ତୁମ୍ଭେ ଯାଇ ମିସରର ରାଜା ଫାରୋକୁ କୁହ, ତୁମ୍ଭ ଦେଶରୁ ଇସ୍ରାଏଲ-ସନ୍ତାନଗଣକୁ ଯିବାକୁ ଦିଅ।”
Ej, runā uz Faraonu, Ēģiptes ķēniņu, ka tam Israēla bērnus būs izlaist no savas zemes.
12 ତହିଁରେ ମୋଶା ସଦାପ୍ରଭୁଙ୍କ ଛାମୁରେ କହିଲେ, “ଦେଖନ୍ତୁ, ଇସ୍ରାଏଲ-ସନ୍ତାନଗଣ ମୋʼ କଥାରେ ମନୋଯୋଗ କରି ନାହାନ୍ତି; ତେବେ ଉତ୍ତମ ବକ୍ତା ଯେ ମୁଁ ନୁହେଁ, ମୋʼ କଥା ଫାରୋ କିପରି ଶୁଣିବେ?”
Un Mozus runāja Tā Kunga priekšā un sacīja: redzi, Israēla bērni man neklausa, kā tad Faraons man klausītu? Un man ir arī neapgraizītas lūpas.
13 ଏହିରୂପେ ସଦାପ୍ରଭୁ ମୋଶା ଓ ହାରୋଣଙ୍କ ସହିତ ଆଳାପ କଲେ, ପୁଣି, ଇସ୍ରାଏଲ-ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣିବା ନିମନ୍ତେ ମିସର ରାଜା ଫାରୋଙ୍କ ନିକଟରେ ଓ ଇସ୍ରାଏଲ-ସନ୍ତାନଗଣ ନିକଟରେ ବକ୍ତବ୍ୟ କଥା ସେମାନଙ୍କୁ ଆଜ୍ଞା କଲେ।
Un Tas Kungs runāja uz Mozu un Āronu, un tos sūtīja ar pavēli pie Israēla bērniem un pie Faraona, Ēģiptes ķēniņa, Israēla bērnus izvest no Ēģiptes zemes.
14 ଏହି ସମସ୍ତ ଲୋକ ଆପଣା ଆପଣା ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ। ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍ର ସନ୍ତାନ ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମି; ଏମାନେ ରୁବେନ୍ର ବଂଶ।
Šie ir viņu tēvu namu galvinieki: Rūbena, Israēla pirmdzimtā, bērni: Hanoks un Pallus, Hecrons un Karmus; šie ir Rūbena dzimumi.
15 ପୁଣି, ଶିମୀୟୋନର ପୁତ୍ର ଯିମୂୟେଲ, ଯାମୀନ୍, ଓହଦ୍, ଯାଖୀନ୍, ସୋହର ଓ କିଣାନୀୟା ସ୍ତ୍ରୀର ପୁତ୍ର ଶୌଲ; ଏମାନେ ଶିମୀୟୋନର ବଂଶ ଅଟନ୍ତି।
Un Sīmeana bērni: Jemuels un Jamins un Oāds un Jakins un Coārs un Sauls, vienas Kanaānietes dēls, šie ir Sīmeana dzimumi.
16 ବଂଶାବଳୀ ଅନୁସାରେ ଲେବୀର ପୁତ୍ରମାନଙ୍କ ନାମ ଗେର୍ଶୋନ, କହାତ ଓ ମରାରି; ଲେବୀର ବୟସ ଶହେ ସଇଁତିରିଶ ବର୍ଷ ଥିଲା।
Un šie ir Levja bērnu vārdi pēc viņu radiem: Geršons un Kehāts un Merarus. Un Levja dzīvības laiks bija simts trīsdesmit un septiņi gadi.
17 ପୁଣି, ଆପଣା ଆପଣା ବଂଶାନୁସାରେ ଗେର୍ଶୋନର ସନ୍ତାନ ଲିବ୍ନି ଓ ଶିମୀୟି।
Geršona bērni: Libnus un Šimejus pēc viņu dzimumiem.
18 ପୁଣି, କହାତର ସନ୍ତାନ ଅମ୍ରାମ୍, ଯିଷ୍ହର, ହିବ୍ରୋଣ ଓ ଉଷୀୟେଲ; ସେହି କହାତର ଶହେ ତେତିଶ ବର୍ଷ ବୟସ ହୋଇଥିଲା।
Un Kehāta bērni: Amrams un Jecears un Hebrons un Uzijels. Un Kehāta dzīvības laiks bija simts trīsdesmit un trīs gadi.
19 ମରାରିର ସନ୍ତାନ ମହଲି ଓ ମୂଶି; ଏମାନେ ବଂଶାବଳୀ ଅନୁସାରେ ଲେବୀର ବଂଶ ଅଟନ୍ତି।
Merarus bērni: Maēlus un Muzus; šie ir Levja dzimumi pēc viņu radiem.
20 ପୁଣି, ଅମ୍ରାମ୍ ଆପଣା ପିଉସୀ ଯୋକେବଦକୁ ବିବାହ କରନ୍ତେ, ସେ ତାହାର ଔରସରେ ହାରୋଣଙ୍କୁ ଓ ମୋଶାଙ୍କୁ ପ୍ରସବ କଲା; ସେହି ଅମ୍ରାମ୍ର ଆୟୁ ଶହେ ସଇଁତିରିଶ ବର୍ଷ ଥିଲା।
Un Amrams ņēma par sievu Joķebedu, sava tēva māsu, un tā viņam dzemdēja Āronu un Mozu. Un Amrama dzīvības laiks bija simts trīsdesmit un septiņi gadi.
21 ଯିଷ୍ହରର ସନ୍ତାନ କୋରହ, ନେଫଗ୍ ଓ ସିଖ୍ରି।
Un Jeceara bērni: Korahs un Nevegs un Sihrus.
22 ପୁଣି, ଉଷୀୟେଲର ସନ୍ତାନ ମୀଶାୟେଲ ଓ ଇଲୀଷାଫନ୍ ଓ ସିଥ୍ରି।
Un Uzijeļa bērni: Mišaēls un Elcavans un Zitrus.
23 ପୁଣି, ହାରୋଣ ଅମ୍ମୀନାଦବର କନ୍ୟା ନହଶୋନର ଭଗିନୀ ଇଲୀଶେବାକୁ ବିବାହ କଲେ; ତହିଁରେ ସେ ତାଙ୍କର ଔରସରେ ନାଦବ୍, ଅବୀହୂ, ଇଲୀୟାସର ଓ ଈଥାମରକୁ ପ୍ରସବ କଲା।
Un Ārons ņēma sev par sievu Elizebu, Aminadaba meitu, Naāsana māsu, un tā viņam dzemdēja Nadabu un Abiju un Eleazaru un Ītamaru.
24 ପୁଣି, କୋରହର ସନ୍ତାନ ଅସୀର ଓ ଇଲ୍କାନା ଓ ଅବୀୟାସଫ; ଏମାନେ କୋରହର ବଂଶ ଅଟନ୍ତି।
Un Koraha bērni: Asirs un Elkanus un AbiAsafs; šie ir Koriešu dzimumi.
25 ପୁଣି, ହାରୋଣଙ୍କର ପୁତ୍ର ଇଲୀୟାସର ଫୂଟୀୟେଲର ଏକ କନ୍ୟାକୁ ବିବାହ କରନ୍ତେ, ସେ ତାଙ୍କର ଔରସରେ ପୀନହସ୍କୁ ପ୍ରସବ କଲା, ଏମାନେ ଲେବୀୟମାନଙ୍କ ବଂଶଭେଦାନୁସାରେ ସେମାନଙ୍କ ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ।
Un Eleazars, Ārona dēls, ņēma sev sievu no Putijeļa meitām; un tā viņam dzemdēja Pinehasu. Šie ir Levitu tēvu namu galvinieki pēc viņu dzimumiem.
26 ଏହି ଯେ ହାରୋଣ ଓ ମୋଶା, ଏମାନଙ୍କୁ ସଦାପ୍ରଭୁ କହିଲେ, “ତୁମ୍ଭେମାନେ ସୈନ୍ୟଶ୍ରେଣୀବଦ୍ଧ ଇସ୍ରାଏଲ-ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣ।”
Šis ir tas Ārons un Mozus, kam Tas Kungs sacīja: izvediet Israēla bērnus no Ēģiptes zemes ar viņu pulkiem.
27 ଏମାନେ ମିସରରୁ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବା ପାଇଁ ମିସରର ରାଜା ଫାରୋଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏମାନେ ସେହି ମୋଶା ଓ ହାରୋଣ।
Šie ir, kas uz Faraonu, Ēģiptes ķēniņu, runāja, izvest Israēla bērnus no Ēģiptes zemes, proti Mozus un Ārons.
28 ଯେଉଁ ଦିନ ସଦାପ୍ରଭୁ ମିସର ଦେଶରେ ମୋଶାଙ୍କ ସହିତ ଆଳାପ କଲେ,
Un tai dienā, kad Tas Kungs runāja uz Mozu Ēģiptes zemē,
29 ସେହି ଦିନ ସଦାପ୍ରଭୁ ମୋଶାଙ୍କୁ ଏହି କଥା କହିଲେ, “ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭକୁ ଯାହା ଯାହା କହୁ; ତାହାସବୁ ମିସରୀୟ ରାଜା ଫାରୋକୁ କୁହ।”
Tad Viņš runāja uz Mozu un sacīja: Es esmu Tas Kungs, - runā uz Faraonu, Ēģiptes ķēniņu, visu, ko Es uz tevi runāju.
30 ତହିଁରେ ମୋଶା ସଦାପ୍ରଭୁଙ୍କ ସାକ୍ଷାତରେ କହିଥିଲେ, “ମନ୍ଦ ବକ୍ତା ଯେ ମୁଁ, ମୋʼ କଥା ଫାରୋ କିପ୍ରକାରେ ଶୁଣିବେ?”
Tad Mozus sacīja Tā Kunga priekšā: redzi, man ir neapgraizītas lūpas, kā tad Faraons mani klausīs?