< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 38 >
1 ଏଥିଉତ୍ତାରେ ସେ ଶିଟୀମ୍ କାଷ୍ଠରେ ପାଞ୍ଚ ହସ୍ତ ଦୀର୍ଘ ଓ ପାଞ୍ଚ ହସ୍ତ ପ୍ରସ୍ଥ ଓ ତିନି ହସ୍ତ ଉଚ୍ଚ ଏକ ଚତୁଷ୍କୋଣ ହୋମବେଦି ନିର୍ମାଣ କଲେ।
Viņš taisīja arī dedzināmo upuru altāri no akācijas koka; piecas olektis bija viņa garums un piecas olektis viņa platums, tas bija četrkantīgs, un trīs olektis viņa augstums.
2 ପୁଣି, ତହିଁର ଚାରି କୋଣ ଉପରେ ଶୃଙ୍ଗ ନିର୍ମାଣ କରି ପିତ୍ତଳ ମଡ଼ାଇଲେ; ସେହି ଶୃଙ୍ଗସବୁ ତହିଁର ଅଂଶ ହେଲା।
Un viņš taisīja viņa ragus viņa četros stūros; viņa ragi izgāja no tā, un viņš to apvilka ar varu.
3 ଆଉ ସେ ବେଦିର ସମସ୍ତ ପାତ୍ର, ଅର୍ଥାତ୍, ଭସ୍ମଧାନୀ, କରଚୁଲି, କୁଣ୍ଡ, ତ୍ରିଶୂଳ ଓ ଅଙ୍ଗାରଧାନୀ, ଏହି ସମସ୍ତ ପାତ୍ର ପିତ୍ତଳରେ ପ୍ରସ୍ତୁତ କଲେ।
Un viņš taisīja visus altāra rīkus, podus un lāpstas un slakāmus traukus, dakšas un ogļu traukus, visus viņa rīkus viņš taisīja no vara.
4 ଏହି ବେଦିର ବେଢ଼ ତଳେ ନିମ୍ନରୁ ମଧ୍ୟ ପର୍ଯ୍ୟନ୍ତ ପିତ୍ତଳ ନିର୍ମିତ ଜାଲି ଝାଞ୍ଜିରୀ କଲେ।
Viņš taisīja tam altārim arī vara traliņus kā tīklu, apakš altāra beņķa, no apakšas līdz viņa vidum.
5 ପୁଣି, ସାଙ୍ଗୀର ଘରା ନିମନ୍ତେ ସେହି ପିତ୍ତଳ ଝାଞ୍ଜିରୀର ଚାରି କୋଣରେ ଚାରି କଡ଼ା ଢାଳିଲେ।
Un viņš lēja četrus riņķus uz tiem vara traliņu četriem stūriem priekš nesamām kārtīm.
6 ଆଉ, ସେ ଶିଟୀମ୍ କାଷ୍ଠରେ ସେହି ସାଙ୍ଗୀ ନିର୍ମାଣ କରି ପିତ୍ତଳରେ ମଡ଼ାଇଲେ।
Un viņš taisīja tās nesamās kārtis no akācijas koka un tās apvilka ar varu.
7 ବେଦି ବହନାର୍ଥେ ତହିଁର ପାର୍ଶ୍ୱ ଉପରେ ସେହି ସାଙ୍ଗୀ କଡ଼ାରେ ପ୍ରବେଶ କରାଇଲେ; ପୁଣି, ଫମ୍ପା ରଖି ପଟାରେ ବେଦି ନିର୍ମାଣ କଲେ।
Un viņš ielika tās nesamās kārtis tais riņķos uz altāra sāniem, ka to ar tiem varētu nest; viņš taisīja (to altāri) ar tukšu vidu no dēļiem.
8 ଆଉ, ଯେଉଁ ସ୍ତ୍ରୀଗଣ ସମାଗମ-ତମ୍ବୁର ଦ୍ୱାର ସମୀପରେ ସେବା କଲେ, ସେହି ସେବାକାରିଣୀ ସ୍ତ୍ରୀଗଣର ପିତ୍ତଳ ନିର୍ମିତ ଦର୍ପଣ ଦ୍ୱାରା ସେ ପ୍ରକ୍ଷାଳନ-ପାତ୍ର ଓ ତହିଁର ବୈଠିକି ନିର୍ମାଣ କଲେ।
Viņš taisīja arī mazgājamo trauku no vara, ar viņa vara kāju, no to sievu spieģeļiem, kas pulkiem sanāca (kalpot) priekš saiešanas telts durvīm.
9 ଏଥିଉତ୍ତାରେ ସେ ପ୍ରାଙ୍ଗଣ ପ୍ରସ୍ତୁତ କଲେ; ଦକ୍ଷିଣ ଦିଗରେ ପ୍ରାଙ୍ଗଣର ଦକ୍ଷିଣ ପାର୍ଶ୍ୱରେ ବଳା ଶୁଭ୍ର କ୍ଷୌମସୂତ୍ରରେ ଏକ ଶହ ହସ୍ତ ପରିମିତ ପରଦା କଲେ।
Viņš taisīja arī pagalmu; tai pusē pret dienvidiem, pagalma gardīnes bija no smalkām šķetinātām dzijām, simts olektis garumā.
10 ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର, ପୁଣି, ସେହି ସ୍ତମ୍ଭର ଆଙ୍କୁଡ଼ା ଓ ବନ୍ଧନୀ ରୂପାର ଥିଲା।
Viņa divdesmit stabi un viņu divdesmit kājas bija no vara, stabu kāsīši un viņu stīpas bija no sudraba.
11 ଉତ୍ତର ଦିଗର ପରଦା ଏକ ଶହ ହସ୍ତ, ପୁଣି, ତହିଁର କୋଡ଼ିଏ ସ୍ତମ୍ଭ, କୋଡ଼ିଏ ଚୁଙ୍ଗୀ ପିତ୍ତଳର ଓ ସ୍ତମ୍ଭର ଆଙ୍କୁଡ଼ା ବନ୍ଧନୀ ରୂପାର ଥିଲା।
Arī pret ziemeli bija simts olektis. Viņu divdesmit stabi un viņu divdesmit kājas bija no vara, bet stabu kāsīši un viņu stīpas bija no sudraba.
12 ପଶ୍ଚିମ ପାର୍ଶ୍ୱର ପରଦା ପଚାଶ ହସ୍ତ ଥିଲା, ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ, ପୁଣି, ସ୍ତମ୍ଭର ଆଙ୍କୁଡ଼ା ଓ ବନ୍ଧନୀ ରୂପାର ଥିଲା।
Un tai pusē pret vakariem bija gardīnes no piecdesmit olektīm, stabu bija desmit, un kāju desmit; stabu kāsīši un viņu stīpas bija no sudraba.
13 ପୂର୍ବ ଦିଗରେ ପୂର୍ବ ପାର୍ଶ୍ୱ ନିମନ୍ତେ ପଚାଶ ହସ୍ତ ଥିଲା।
Un pret rītiem bija piecdesmit olektis.
14 ଦ୍ୱାରର ଏକ ପାର୍ଶ୍ୱ ନିମନ୍ତେ ପନ୍ଦର ହସ୍ତ ପରଦା ଓ ତହିଁର ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା;
Tās gardīnes vienā pusē bija piecpadsmit olektis garumā; viņām bija trīs stabi ar savām trim kājām.
15 ତଦ୍ରୂପେ ଅନ୍ୟ ପାର୍ଶ୍ୱ ନିମନ୍ତେ ଥିଲା। ପ୍ରାଙ୍ଗଣ-ଦ୍ୱାର ସନ୍ନିକଟ ଏ ପାର୍ଶ୍ୱରେ ଓ ସେ ପାର୍ଶ୍ୱରେ ପନ୍ଦର ହସ୍ତ ପରଦା ଓ ତହିଁର ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା।
Un arī otrā pusē pie pagalma vārtiem (cik vienā tik otrā pusē) bija gardīnes piecpadsmit olektis garumā, ar viņu trim stabiem un viņu trim kājām.
16 ପ୍ରାଙ୍ଗଣର ଚତୁର୍ଦ୍ଦିଗର ସକଳ ପରଦା ବଳା ଶୁଭ୍ର କ୍ଷୌମସୂତ୍ରରେ ନିର୍ମିତ ଥିଲା।
Visas pagalma gardīnes bija visapkārt no smalkām šķetinātām dzijām, un stabu kājas bija no vara, un stabu kāsīši ar viņu stīpām no sudraba, tā ka viņu virsgali ar sudrabu bija apvilkti.
17 ପୁଣି, ସ୍ତମ୍ଭର ଚୁଙ୍ଗୀସବୁ ପିତ୍ତଳର ଥିଲା; ସ୍ତମ୍ଭର ଆଙ୍କୁଡ଼ା ଓ ବନ୍ଧନୀ ରୂପାର; ତହିଁର ମୁଣ୍ଡାଳି ରୌପ୍ୟ-ମଣ୍ଡିତ; ପୁଣି, ରୂପା-ବନ୍ଧନୀରେ ପ୍ରାଙ୍ଗଣର ସକଳ ସ୍ତମ୍ଭ ସଂଯୁକ୍ତ ଥିଲା।
Un visi pagalma stabi bija ar sudrabu apstīpoti.
18 ଆଉ, ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ଶିଳ୍ପକର୍ମବିଶିଷ୍ଟ ଓ ପ୍ରାଙ୍ଗଣର ପରଦା ତୁଲ୍ୟ ତାହା ଦୀର୍ଘରେ କୋଡ଼ିଏ ହସ୍ତ ଓ ପ୍ରସ୍ଥରେ ପାଞ୍ଚ ହସ୍ତ ଉଚ୍ଚ ଥିଲା।
Un pagalma vārtu segs bija raibi austs no ziluma un purpura un karmezīna un smalkām šķetinātām dzijām, un divdesmit olektis bija tas garums un viņa augstums (vienas gardīnes) platumā piecas olektis, pēc tām pagalma gardīnēm.
19 ପୁଣି, ତହିଁର ପିତ୍ତଳର ଚାରି ସ୍ତମ୍ଭ, ଚାରି ଚୁଙ୍ଗୀ, ରୂପାର ଆଙ୍କୁଡ଼ା ଓ ତହିଁର ମୁଣ୍ଡାଳି ରୌପ୍ୟ-ମଣ୍ଡିତ ଓ ବନ୍ଧନୀ ରୂପାର ଥିଲା।
Un viņu četri stabi ar savām četrām kājām bija no vara un viņu kāsīši no sudraba, un viņu virsgals un viņu stīpas bija ar sudrabu apvilktas.
20 ପୁଣି, ଆବାସର ଓ ପ୍ରାଙ୍ଗଣର ଚତୁର୍ଦ୍ଦିଗର କଣ୍ଟାସବୁ ପିତ୍ତଳର ଥିଲା।
Un visas dzīvokļa un pagalma naglas visapkārt bija no vara.
21 ଲେବୀୟ ଲୋକମାନଙ୍କର କାର୍ଯ୍ୟ ନିମନ୍ତେ ହାରୋଣ ଯାଜକଙ୍କର ପୁତ୍ର ଈଥାମରଙ୍କ ଦ୍ୱାରା ମୋଶାଙ୍କର ଆଜ୍ଞାନୁସାରେ ଆବାସର, ଅର୍ଥାତ୍, ସାକ୍ଷ୍ୟରୂପେ ଆବାସର ଗଣନୀୟ ବସ୍ତୁ ସମୂହର ଏହି ଗଣନା କରାଗଲା।
Tās ir visas tā dzīvokļa, tā liecības dzīvokļa, lietas, kas pavēlētas caur Mozu, priekš Levitu kalpošanas, caur Ītamara, Ārona dēla, tā priestera, roku.
22 ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯେଉଁ ଆଜ୍ଞା ଦେଇଥିଲେ, ତଦନୁସାରେ ଯିହୁଦା ବଂଶଜାତ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲ ସେସବୁ ନିର୍ମାଣ କରିଥିଲେ।
Tad nu Becaleēls, Ūrus dēls, Hūra dēla dēls, no Jūdu cilts, taisīja visu, ko Tas Kungs Mozum bija pavēlējis.
23 ଆଉ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ, ବଳା ଶୁଭ୍ର କ୍ଷୌମସୂତ୍ରରେ ଶିଳ୍ପକାରୀ, ଖୋଦକ ଓ ବିଜ୍ଞ ତନ୍ତୁବାୟ ଦାନ୍ ବଂଶଜାତ ଅହୀଷାମକଙ୍କ ପୁତ୍ର ଅହଲୀୟାବ ସହକାରୀ ଥିଲେ।
Un līdz ar viņu Aholiabs, Ahisamaka dēls, no Dana cilts, meistars un gudrs audējs un rakstītājs iekš ziluma un purpura un karmezīna un smalkām dzijām.
24 ପବିତ୍ର ସ୍ଥାନ ନିର୍ମାଣର ସମସ୍ତ କାର୍ଯ୍ୟରେ ଏହିସବୁ ସୁବର୍ଣ୍ଣ ଲାଗିଲା, ଅର୍ଥାତ୍, ନୈବେଦ୍ୟର; ସମସ୍ତ ସ୍ୱର୍ଣ୍ଣ ପବିତ୍ର ସ୍ଥାନର ଶେକଲାନୁସାରେ ଅଣତିରିଶ ତାଳନ୍ତ ସାତ ଶହ ତିରିଶ ଶେକଲ ଥିଲା।
Visa zelta, kas pie tās svētās vietas izstrādāts, (proti) tā zelta, kas tapa dots par līgojamu upuri, bija divdesmit deviņi talenti un septiņsimt un trīsdesmit sēķeļi, pēc svētās vietas sēķeļa.
25 ପୁଣି, ମଣ୍ଡଳୀର ଗଣିତ ଲୋକଙ୍କର ରୂପା ପବିତ୍ର ସ୍ଥାନର ଶେକଲାନୁସାରେ ଏକ ଶହ ତାଳନ୍ତ ଏକ ସହସ୍ର ସାତ ଶହ ପଞ୍ଚସ୍ତରି ଶେକଲ ଥିଲା।
Bet tā sudraba, kas no draudzes tapa dots, bija simts talenti un tūkstoš septiņsimt pieci sēķeļi, pēc svētās vietas sēķeļa.
26 ପ୍ରତ୍ୟେକ ଗଣିତ ଲୋକଙ୍କ ନିମନ୍ତେ, ଅର୍ଥାତ୍, ଯେଉଁମାନେ ବିଂଶତି ବର୍ଷ ବୟସ୍କ ଅବା ତହିଁରୁ ଅଧିକ ବୟସ୍କ ଥିଲେ, ସେହି ଛଅ ଲକ୍ଷ ତିନି ସହସ୍ର ପାଞ୍ଚ ଶହ ପଚାଶ ଲୋକଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ନିମନ୍ତେ ଏକ ଏକ ବେକା, ଅର୍ଥାତ୍, ପବିତ୍ର ସ୍ଥାନର ଶେକଲାନୁସାରେ ଅର୍ଦ୍ଧ ଅର୍ଦ୍ଧ ଶେକଲ ଦେବାକୁ ହୋଇଥିଲା।
No ikvienas galvas viena beka, tas ir pussēķelis, pēc svētās vietas sēķeļa no visiem, kas tapa skaitīti, no divdesmit gadiem un pāri, proti sešsimt trīs tūkstoši piecsimt un piecdesmit.
27 ଏଣୁ ସେହି ଏକ ଶହ ତାଳନ୍ତ ରୂପାରେ ପବିତ୍ର ସ୍ଥାନର ଓ ବିଚ୍ଛେଦ ବସ୍ତ୍ରର ଚୁଙ୍ଗୀ ଢଳାଗଲା; ଏକ ଶହ ଚୁଙ୍ଗୀ ନିମନ୍ତେ ଏକ ଶହ ତାଳନ୍ତ, ଅର୍ଥାତ୍, ଏକ ଏକ ଚୁଙ୍ଗୀ ନିମନ୍ତେ ଏକ ଏକ ତାଳନ୍ତ ବ୍ୟୟ ହେଲା।
No simts sudraba talentiem lēja tās kājas svētai vietai un tam priekškaram; priekš simts kājām bija simts talenti, viens talents priekš vienas kājas.
28 ପୁଣି, ସେହି ଏକ ସହସ୍ର ସାତ ଶହ ପଞ୍ଚସ୍ତରି ଶେକଲ ରୂପାରେ ସେ ସ୍ତମ୍ଭ ନିମନ୍ତେ ଆଙ୍କୁଡ଼ା ନିର୍ମାଣ କଲେ ଓ ତହିଁର ମୁଣ୍ଡାଳି ମଣ୍ଡିତ ଓ ବନ୍ଧନୀରେ ସଂଯୁକ୍ତ କଲେ।
Bet no tiem tūkstoš septiņsimt un septiņdesmit pieciem sēķeļiem viņš taisīja tos kāsīšus pie tiem stabiem, un apvilka viņu galvas un tos apstīpoja.
29 ପୁଣି, ନୈବେଦ୍ୟର ପିତ୍ତଳ ସତୁରି ତାଳନ୍ତ ଦୁଇ ସହସ୍ର ଚାରି ଶହ ଶେକଲ ଥିଲା।
Un tā vara, kas par līgojamu upuri tapa dots, bija septiņdesmit talenti un divtūkstoš un četrsimt sēķeļi.
30 ଏଣୁ ସେ ତାହା ଦ୍ୱାରା ସମାଗମ-ତମ୍ବୁ ଦ୍ୱାରର ଚୁଙ୍ଗୀ, ପିତ୍ତଳର ବେଦି, ତହିଁର ପିତ୍ତଳର ଝାଞ୍ଜିରୀ ଓ ବେଦିର ସମସ୍ତ ପାତ୍ର,
Un viņš no tā taisīja tās durvju kājas pie saiešanas telts un to vara altāri un tos vara traliņus, kas tam bija, un visus altāra rīkus,
31 ପୁଣି, ପ୍ରାଙ୍ଗଣର ଚତୁର୍ଦ୍ଦିଗର ଚୁଙ୍ଗୀ, ପ୍ରାଙ୍ଗଣ ଦ୍ୱାରର ଚୁଙ୍ଗୀ, ଆବାସର ସମସ୍ତ ମେଖ ଓ ପ୍ରାଙ୍ଗଣର ଚତୁର୍ଦ୍ଦିଗର ମେଖସକଳ ନିର୍ମାଣ କଲେ।
Un tās pagalma kājas visapkārt un tās pagalma vārtu kājas, arī visas dzīvokļa naglas un visas pagalma naglas visapkārt.