< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 35 >
1 ତହିଁ ଉତ୍ତାରେ ମୋଶା ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀକୁ ଏକତ୍ର କରି କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ସମସ୍ତ ବାକ୍ୟ ପାଳନ କରିବାକୁ ଆଜ୍ଞା ଦେଇଅଛନ୍ତି।
And Moses gathered all the congregation of the children of Israel together, and said unto them, These [are] the words which the LORD hath commanded, that [ye] should do them.
2 ଛଅ ଦିନ କର୍ମ କରାଯିବ, ମାତ୍ର ସପ୍ତମ ଦିନ ତୁମ୍ଭମାନଙ୍କ ନିକଟରେ ପବିତ୍ର ଦିନ ହେବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମହା ବିଶ୍ରାମବାର ହେବ, ଯେକେହି ସେହି ଦିନ କର୍ମ କରିବ, ତାହାର ପ୍ରାଣଦଣ୍ଡ ହେବ।
Six days shall work be done, but on the seventh day there shall be to you an holy day, a sabbath of rest to the LORD: whosoever doeth work therein shall be put to death.
3 ତୁମ୍ଭେମାନେ ବିଶ୍ରାମବାରରେ ଆପଣାମାନଙ୍କ କୌଣସି ବାସ ସ୍ଥାନରେ ଅଗ୍ନି ଜାଳିବ ନାହିଁ।”
Ye shall kindle no fire throughout your habitations upon the sabbath day.
4 ଆଉ, ମୋଶା ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀକୁ ଆହୁରି କହିଲେ, “ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି।
And Moses spake unto all the congregation of the children of Israel, saying, This [is] the thing which the LORD commanded, saying,
5 ତୁମ୍ଭେମାନେ ସଦାପ୍ରଭୁଙ୍କ ନିମନ୍ତେ ଆପଣାମାନଙ୍କ ମଧ୍ୟରୁ ଉପହାର ସଂଗ୍ରହ କର; ଯେକେହି ସ୍ୱଚ୍ଛନ୍ଦମନା, ସେ ସଦାପ୍ରଭୁଙ୍କ ନିମନ୍ତେ ସ୍ୱର୍ଣ୍ଣ, ରୌପ୍ୟ ଓ ପିତ୍ତଳ,
Take ye from among you an offering unto the LORD: whosoever [is] of a willing heart, let him bring it, an offering of the LORD; gold, and silver, and brass,
6 ପୁଣି, ନୀଳବର୍ଣ୍ଣ, ଧୂମ୍ରବର୍ଣ୍ଣ, ସିନ୍ଦୂର ବର୍ଣ୍ଣ, ଶୁଭ୍ର, କ୍ଷୌମସୂତ୍ର ଓ ଛାଗର ଲୋମ,
And blue, and purple, and scarlet, and fine linen, and goats’ [hair],
7 ପୁଣି, ରକ୍ତୀକୃତ ମେଷ ଚର୍ମ, ଶିଶୁକ ଚର୍ମ ଓ ଶିଟୀମ୍ କାଷ୍ଠ,
And rams’ skins dyed red, and badgers’ skins, and shittim wood,
8 ପୁଣି, ଦୀପାର୍ଥକ ତୈଳ, ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପାର୍ଥକ ଗନ୍ଧଦ୍ରବ୍ୟ,
And oil for the light, and spices for anointing oil, and for the sweet incense,
9 ପୁଣି, ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକ ମଣି ପ୍ରଭୃତି ଖଚନୀୟ ପ୍ରସ୍ତର, ଏହି ସମସ୍ତ ସଦାପ୍ରଭୁଙ୍କର ଉପହାର ଆଣିବ।
And onyx stones, and stones to be set for the ephod, and for the breastplate.
10 ଆଉ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ବିଜ୍ଞମନା ଲୋକ ଆସି ସଦାପ୍ରଭୁଙ୍କର ଆଦିଷ୍ଟ ସକଳ ବସ୍ତୁ ନିର୍ମାଣ କରନ୍ତୁ,
And every wise hearted among you shall come, and make all that the LORD hath commanded;
11 ଅର୍ଥାତ୍, ଆବାସ, ତହିଁର ତମ୍ବୁ, ଛାତ, ଆଙ୍କୁଡ଼ା, ପଟା, ଅର୍ଗଳ, ସ୍ତମ୍ଭ ଓ ଚୁଙ୍ଗୀ,
The tabernacle, his tent, and his covering, his taches, and his boards, his bars, his pillars, and his sockets,
12 ପୁଣି, ସିନ୍ଦୁକ, ତହିଁର ସାଙ୍ଗୀ, ପାପାଚ୍ଛାଦନ ଓ ଆଚ୍ଛାଦନର ବିଚ୍ଛେଦ ବସ୍ତ୍ର,
The ark, and the staves thereof, [with] the mercy seat, and the vail of the covering,
13 ପୁଣି, ମେଜ, ତହିଁର ସାଙ୍ଗୀ, ପାତ୍ରସକଳ ଓ ଦର୍ଶନୀୟ ରୁଟି,
The table, and his staves, and all his vessels, and the shewbread,
14 ପୁଣି, ଦୀପ୍ତି ନିମନ୍ତେ ଦୀପବୃକ୍ଷ, ତହିଁର ପାତ୍ର, ପ୍ରଦୀପ ଓ ଦୀପାର୍ଥକ ତୈଳ,
The candlestick also for the light, and his furniture, and his lamps, with the oil for the light,
15 ପୁଣି, ଧୂପବେଦି, ତହିଁର ସାଙ୍ଗୀ, ଅଭିଷେକାର୍ଥକ ତୈଳ, ସୁଗନ୍ଧି ଧୂପ ଓ ଆବାସ ପ୍ରବେଶ ଦ୍ୱାରର ଆଚ୍ଛାଦନ ବସ୍ତ୍ର,
And the incense altar, and his staves, and the anointing oil, and the sweet incense, and the hanging for the door at the entering in of the tabernacle,
16 ପୁଣି, ହୋମବେଦି, ତହିଁର ପିତ୍ତଳ-ଝାଞ୍ଜିରୀ, ସାଙ୍ଗୀ, ପାତ୍ରସକଳ, ପ୍ରକ୍ଷାଳନ-ପାତ୍ର ଓ ତହିଁର ବୈଠିକି,
The altar of burnt offering, with his brasen grate, his staves, and all his vessels, the laver and his foot,
17 ପୁଣି, ପ୍ରାଙ୍ଗଣର ପରଦା, ତହିଁର ସ୍ତମ୍ଭ, ଚୁଙ୍ଗୀ ଓ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର,
The hangings of the court, his pillars, and their sockets, and the hanging for the door of the court,
18 ପୁଣି, ଆବାସର କଣ୍ଟା, ପ୍ରାଙ୍ଗଣର କଣ୍ଟା ଓ ଉଭୟର ରଜ୍ଜୁ,
The pins of the tabernacle, and the pins of the court, and their cords,
19 ପୁଣି, ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର, ଅର୍ଥାତ୍, ହାରୋଣ ଯାଜକଙ୍କ ନିମନ୍ତେ ପବିତ୍ର ବସ୍ତ୍ର ଓ ଯାଜକ କର୍ମ ନିମନ୍ତେ ତାଙ୍କର ପୁତ୍ରମାନଙ୍କର ବସ୍ତ୍ର, ଏହି ସମସ୍ତ ପ୍ରସ୍ତୁତ କରିବ।”
The cloths of service, to do service in the holy [place], the holy garments for Aaron the priest, and the garments of his sons, to minister in the priest’s office.
20 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ମୋଶାଙ୍କ ସମ୍ମୁଖରୁ ପ୍ରସ୍ଥାନ କଲେ।
And all the congregation of the children of Israel departed from the presence of Moses.
21 ପୁଣି, ଯାହାର ମନ ଯାହାକୁ ପ୍ରବର୍ତ୍ତାଇଲା ଓ ଯାହାର ଆତ୍ମା ଯାହାକୁ ଇଚ୍ଛୁକ କଲା, ସେମାନେ ସମାଗମ-ତମ୍ବୁ ନିର୍ମାଣ ନିମନ୍ତେ ଓ ତତ୍ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଓ ପବିତ୍ର ବସ୍ତ୍ର ନିମନ୍ତେ ସଦାପ୍ରଭୁଙ୍କର ଉପହାର ଆଣିଲେ।
And they came, every one whose heart stirred him up, and every one whom his spirit made willing, [and] they brought the LORD’s offering to the work of the tabernacle of the congregation, and for all his service, and for the holy garments.
22 ପୁଣି, ପୁରୁଷ ଓ ସ୍ତ୍ରୀ ଯେତେ ଲୋକ ସ୍ୱଚ୍ଛନ୍ଦମନା ଥିଲେ, ସେସମସ୍ତେ ଆସି ଉରୋମଣି, କୁଣ୍ଡଳ, ଅଙ୍ଗୁରୀୟ ଓ ହାର ପ୍ରଭୃତି ସ୍ୱର୍ଣ୍ଣ ଅଳଙ୍କାରସବୁ ଆଣିଲେ; ପ୍ରତ୍ୟେକ ଜଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱର୍ଣ୍ଣର ଉପହାର ଉତ୍ସର୍ଗ କଲେ।
And they came, both men and women, as many as were willing hearted, [and] brought bracelets, and earrings, and rings, and tablets, all jewels of gold: and every man that offered [offered] an offering of gold unto the LORD.
23 ପୁଣି, ଯେଉଁମାନଙ୍କ ନିକଟରେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ, ଶୁଭ୍ର କ୍ଷୌମସୂତ୍ର, ଛାଗର ଲୋମ, ରକ୍ତୀକୃତ ମେଷ ଚର୍ମ ଓ ଶିଶୁକ ଚର୍ମ ଥିଲା, ସେମାନେ ପ୍ରତ୍ୟେକେ ତାହା ଆଣିଲେ।
And every man, with whom was found blue, and purple, and scarlet, and fine linen, and goats’ [hair], and red skins of rams, and badgers’ skins, brought [them].
24 ପୁଣି, ଯେ ରୂପାର କି ପିତ୍ତଳର ଉପହାର ଉତ୍ସର୍ଗ କଲା, ସେ ସଦାପ୍ରଭୁଙ୍କର ଉପହାର ଆଣିଲା; ଆଉ ଯାହା ନିକଟରେ ସେବାର କୌଣସି କର୍ମ ନିମନ୍ତେ ଶିଟୀମ୍ କାଷ୍ଠ ଥିଲା, ସେ ତାହା ଆଣିଲା।
Every one that did offer an offering of silver and brass brought the LORD’s offering: and every man, with whom was found shittim wood for any work of the service, brought [it].
25 ବୁଦ୍ଧିମତୀ ସ୍ତ୍ରୀମାନେ ଆପଣା ଆପଣା ହସ୍ତରେ ସୂତା କାଟି ନୀଳ ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ର ଆଣିଲେ।
And all the women that were wise hearted did spin with their hands, and brought that which they had spun, [both] of blue, and of purple, [and] of scarlet, and of fine linen.
26 ପୁଣି, ଯେଉଁ ସ୍ତ୍ରୀମାନଙ୍କର ମନ ଜ୍ଞାନରେ ପ୍ରବୃତ୍ତ ହେଲା, ସେସମସ୍ତେ ଛାଗ ଲୋମର ସୂତା କାଟିଲେ।
And all the women whose heart stirred them up in wisdom spun goats’ [hair].
27 ପୁଣି, ଅଧ୍ୟକ୍ଷଗଣ ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକାଦି ଖଚନାର୍ଥକ ମଣି,
And the rulers brought onyx stones, and stones to be set, for the ephod, and for the breastplate;
28 ଆଉ ଦୀପ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧଦ୍ରବ୍ୟ ଓ ତୈଳ ଆଣିଲେ।
And spice, and oil for the light, and for the anointing oil, and for the sweet incense.
29 ଇସ୍ରାଏଲ-ସନ୍ତାନଗଣ ସ୍ୱେଚ୍ଛାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଆଣିଲେ; ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯାହା ଯାହା କରିବାକୁ ଆଜ୍ଞା ଦେଇଥିଲେ, ତହିଁର କୌଣସି ପ୍ରକାର କର୍ମ କରିବା ପାଇଁ ଯେଉଁ ଯେଉଁ ପୁରୁଷ ଓ ସ୍ତ୍ରୀମାନଙ୍କର ମନ ସେମାନଙ୍କୁ ଇଚ୍ଛୁକ କଲା, ସେମାନେ ପ୍ରତ୍ୟେକେ ଉପହାର ଆଣିଲେ।
The children of Israel brought a willing offering unto the LORD, every man and woman, whose heart made them willing to bring for all manner of work, which the LORD had commanded to be made by the hand of Moses.
30 ଏଥିଉତ୍ତାରେ ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଆହୁରି କହିଲେ, “ଦେଖ, ସଦାପ୍ରଭୁ ଯିହୁଦା ବଂଶୀୟ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲକୁ ନାମ ଧରି ଡାକିଅଛନ୍ତି।
And Moses said unto the children of Israel, See, the LORD hath called by name Bezaleel the son of Uri, the son of Hur, of the tribe of Judah;
31 ପୁଣି, ତାହାକୁ ଜ୍ଞାନ, ବୁଦ୍ଧି, ବିଦ୍ୟା ଓ କର୍ମନୈପୁଣ୍ୟ-ଦାୟକ ପରମେଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ କରି
And he hath filled him with the spirit of God, in wisdom, in understanding, and in knowledge, and in all manner of workmanship;
32 ଚିତ୍ର କର୍ମ ଓ ସ୍ୱର୍ଣ୍ଣ, ରୌପ୍ୟ ଓ ପିତ୍ତଳ ଖୋଦନ
And to devise curious works, to work in gold, and in silver, and in brass,
33 ଓ ଖଚନାର୍ଥକ ମଣିର କର୍ତ୍ତନ ଓ ନାନା ଶିଳ୍ପକର୍ମ ନିମନ୍ତେ କାଷ୍ଠ ଖୋଦନ, ଏହିସବୁ ଶିଳ୍ପକର୍ମ କରିବା ପାଇଁ ତାହାକୁ ନିପୁଣ କରିଅଛନ୍ତି।
And in the cutting of stones, to set [them], and in carving of wood, to make any manner of cunning work.
34 ପୁଣି, ଶିକ୍ଷା ଦେବା ପାଇଁ ତାହାର ଓ ଦାନ୍ ବଂଶୀୟ ଅହୀଷାମକର ପୁତ୍ର ଅହଲୀୟାବର ମନରେ ପ୍ରବୃତ୍ତି ଦେଲେ।
And he hath put in his heart that he may teach, [both] he, and Aholiab, the son of Ahisamach, of the tribe of Dan.
35 ଆଉ ଖୋଦନ ଓ ଶିଳ୍ପକର୍ମ କରିବା ନିମନ୍ତେ, ପୁଣି, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ରରେ ସୂଚି କର୍ମ ଓ ତନ୍ତୀ କର୍ମ କରିବା ନିମନ୍ତେ, ଅର୍ଥାତ୍, ଯାବତୀୟ ଶିଳ୍ପକର୍ମ ଓ ଚିତ୍ର କର୍ମ କରିବା ପାଇଁ ସେମାନଙ୍କ ମନକୁ ଜ୍ଞାନରେ ପରିପୂର୍ଣ୍ଣ କରିଅଛନ୍ତି।”
Them hath he filled with wisdom of heart, to work all manner of work, of the engraver, and of the cunning workman, and of the embroiderer, in blue, and in purple, in scarlet, and in fine linen, and of the weaver, [even] of them that do any work, and of those that devise cunning work.