< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 28 >
1 ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଆପଣା ଭ୍ରାତା ହାରୋଣକୁ ଓ ତାହା ସଙ୍ଗେ ତାହାର ପୁତ୍ରଗଣଙ୍କୁ, ଅର୍ଥାତ୍, ହାରୋଣ, ନାଦବ୍ ଓ ଅବୀହୂ, ଇଲୀୟାସର ଓ ଈଥାମରକୁ ଆପଣା ନିକଟକୁ ଆଣିବ।
“Ìwọ sì mú Aaroni arákùnrin rẹ wá sí ọ̀dọ̀ rẹ, mú un kúrò ni àárín àwọn ọmọ Israẹli, pẹ̀lú àwọn ọmọ rẹ̀ Nadabu, Abihu, Eleasari, àti Itamari, kí wọn kí ó lè sìn mí gẹ́gẹ́ bí àlùfáà.
2 ତୁମ୍ଭର ଭ୍ରାତା ହାରୋଣର ଶ୍ରୀ ଓ ଶୋଭା ନିମନ୍ତେ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବ।
Ìwọ yóò sì dá aṣọ mímọ́ fún Aaroni arákùnrin rẹ, láti fún un ni ọ̀ṣọ́ àti ọlá.
3 ଆଉ ଆମ୍ଭେ ଯେଉଁମାନଙ୍କୁ ଜ୍ଞାନଦାୟକ ଆତ୍ମାରେ ପୂର୍ଣ୍ଣ କରିଅଛୁ, ସେହି ସମସ୍ତ ବିଜ୍ଞମନା ଲୋକଙ୍କୁ ଆଦେଶ କର; ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ହାରୋଣକୁ ପବିତ୍ର କରିବା ପାଇଁ ସେମାନେ ତାହାର ବସ୍ତ୍ର ପ୍ରସ୍ତୁତ କରିବେ।
Ìwọ yóò sì sọ fún gbogbo àwọn ọlọ́gbọ́n ènìyàn, àwọn ẹni tí mo fún ní ọgbọ́n, kí wọn kí ó lè dá aṣọ fún Aaroni, fún ìyàsímímọ́ rẹ̀, kí ó lè ba à sìn mí gẹ́gẹ́ bí àlùfáà.
4 ଅର୍ଥାତ୍, ବୁକୁପଟା, ଏଫୋଦ, ଚୋଗା, ବୁଟାଦାର ଜାମା, ପାଗ ଓ କଟିବନ୍ଧନ, ଏହି ସକଳ ବସ୍ତ୍ର ସେମାନେ ପ୍ରସ୍ତୁତ କରିବେ; ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ତୁମ୍ଭ ଭ୍ରାତା ହାରୋଣ ଓ ତାହାର ପୁତ୍ରଗଣ ପାଇଁ ସେମାନେ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବେ।
Wọ̀nyí ni àwọn aṣọ tí wọn yóò dá: ìgbàyà kan, ẹ̀wù efodu, ọ̀já àmùrè kan, ẹ̀wù àwọ̀tẹ́lẹ̀ ọlọ́nà, fìlà àti aṣọ ìgúnwà. Kí wọn kí ó dá àwọn aṣọ mímọ́ yìí fún Aaroni arákùnrin rẹ àti àwọn ọmọ rẹ̀, kí wọn kí ó lè sìn mí gẹ́gẹ́ bí àlùfáà.
5 ସେମାନେ ସୁବର୍ଣ୍ଣ, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ନେବେ।
Wọn yóò sì lo wúrà, aṣọ aláró, elése àlùkò àti ti òdòdó àti ti ọ̀gbọ̀ dáradára.
6 ପୁଣି, ସେମାନେ ସେହି ସ୍ୱର୍ଣ୍ଣ, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ନିପୁଣ ଶିଳ୍ପକାରର କର୍ମ ଦ୍ୱାରା ଏଫୋଦ-ବସ୍ତ୍ର ପ୍ରସ୍ତୁତ କରିବେ।
“Wọn yóò sì dá ẹ̀wù efodu ti wúrà, tí aṣọ aláró, elése àlùkò àti ti òdòdó àti ti ọ̀gbọ̀ olókùn wíwẹ́, iṣẹ́ ọlọ́nà.
7 ତହିଁର ଦୁଇ ମୁଣ୍ଡରେ ପରସ୍ପର ସଂଯୁକ୍ତ ଦୁଇ ସ୍କନ୍ଧପଟି ରହିବ; ଏହିରୂପେ ତାହା ଯୁକ୍ତ ହେବ।
Kí ó ni aṣọ èjìká méjì tí a so mọ́ igun rẹ̀ méjèèjì, kí a lè so ó pọ̀.
8 ପୁଣି, ଏଫୋଦର ଯେଉଁ ଚିତ୍ରିତ ପଟୁକା ତହିଁ ଉପରେ ରହିବ, ତହିଁର ଚିତ୍ରିତ କର୍ମ ସେହି ବସ୍ତ୍ରାନୁସାରେ ହେବ; ଅର୍ଥାତ୍, ସ୍ୱର୍ଣ୍ଣରେ, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ହେବ।
Àti onírúurú ọnà ọ̀já rẹ̀, tí ó wà ni orí rẹ̀, yóò rí bákan náà, gẹ́gẹ́ bi iṣẹ́ rẹ̀, tí wúrà, ti aṣọ aláró, òdòdó àti ọ̀gbọ̀ olókùn wíwẹ́.
9 ଏଥିଉତ୍ତାରେ ତୁମ୍ଭେ ଦୁଇ ଗୋମେଦକ ମଣି ଘେନି ତହିଁ ଉପରେ ଇସ୍ରାଏଲର ପୁତ୍ରମାନଙ୍କ ନାମ ଖୋଦିତ କରିବ।
“Ìwọ yóò sì mú òkúta óníkìsì méjì, ìwọ yóò sì fín orúkọ àwọn ọmọ Israẹli sára wọn.
10 ଅର୍ଥାତ୍, ସେମାନଙ୍କ ବଂଶାବଳୀ ଅନୁସାରେ ଛଅ ନାମ ଏକ ମଣି ଉପରେ ଓ ଅବଶିଷ୍ଟ ଛଅ ନାମ ଅନ୍ୟ ମଣି ଉପରେ ଖୋଦିତ କରିବ।
Ní ti ìbí wọn, orúkọ àwọn mẹ́fà sára òkúta kan àti orúkọ àwọn mẹ́fà tókù sára òkúta kejì.
11 ଶିଳ୍ପକର୍ମରେ ମୁଦ୍ରା ଖୋଦିତ କରିବା ନ୍ୟାୟ ସେହି ଦୁଇ ମଣି ଉପରେ ଇସ୍ରାଏଲର ପୁତ୍ରଗଣର ନାମ ଖୋଦିତ କରିବ, ପୁଣି, ତାହା ଦୁଇ ସ୍ୱର୍ଣ୍ଣାଧାରରେ ବନ୍ଦ କରିବ।
Iṣẹ́ ọnà òkúta fínfín, bí ìfín èdìdì àmì, ni ìwọ yóò fún òkúta méjèèjì gẹ́gẹ́ bí orúkọ àwọn ọmọ Israẹli: ìwọ yóò sì dè wọ́n sí ojú ìdè wúrà.
12 ପୁଣି, ଇସ୍ରାଏଲର ସନ୍ତାନଗଣଙ୍କୁ ସ୍ମରଣ କରିବା ନିମନ୍ତେ ତୁମ୍ଭେ ସେହି ଦୁଇ ମଣି ଏଫୋଦର ଦୁଇ ସ୍କନ୍ଧପଟିରେ ଦେବ; ତହିଁରେ ହାରୋଣ ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଦୁଇ ସ୍କନ୍ଧରେ ସେମାନଙ୍କ ନାମ ବହିବ।
Ìwọ yóò sì so wọ́n pọ̀ mọ́ èjìká efodu náà ní òkúta ìrántí fún àwọn ọmọ Israẹli. Aaroni yóò sì máa ní orúkọ wọn níwájú Olúwa ní èjìká rẹ̀ méjèèjì fún ìrántí.
13 ଆଉ ତୁମ୍ଭେ ଦୁଇ ସ୍ୱର୍ଣ୍ଣାଧାର କରିବ
Ìwọ yóò sì ṣe ojú ìdè wúrà,
14 ଓ ନିର୍ମଳ ସୁବର୍ଣ୍ଣ ଦ୍ୱାରା ଦୁଇ ମୋଡ଼ା ଜଞ୍ଜିର କରି ସେହି ମୋଡ଼ା ଜଞ୍ଜିର ସେହି ଦୁଇ ଆଧାରରେ ଲଗାଇବ।
àti okùn ẹ̀wọ̀n méjì ti kìkì wúrà, gẹ́gẹ́ bí ọ̀já àmùrè kí o sì so ẹ̀wọ̀n náà mọ́ ojú ìdè náà.
15 ପୁଣି, ଶିଳ୍ପକର୍ମରେ ବିଚାରାର୍ଥକ ବୁକୁପଟା କରିବ, ଅର୍ଥାତ୍, ଏଫୋଦର କର୍ମାନୁସାରେ ସ୍ୱର୍ଣ୍ଣରେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ନିପୁଣ ଶିଳ୍ପକାରର କର୍ମ ଦ୍ୱାରା ତାହା ପ୍ରସ୍ତୁତ କରିବ।
“Ìwọ yóò fi iṣẹ́ ọgbọ́n ṣe ìgbàyà fún ìpinnu iṣẹ́ ọnà gbẹ́nàgbẹ́nà. Ìwọ yóò ṣe é bí ẹ̀wù efodu ti wúrà, ti aṣọ aláró, ti elése àlùkò, ti òdòdó àti ti ọ̀gbọ̀ olókùn wíwẹ́ dáradára.
16 ତାହା ଚତୁଷ୍କୋଣ ଓ ଦୋହରା ହେବ; ତହିଁର ଦୈର୍ଘ୍ୟ ଏକ ଚାଖଣ୍ଡ ଓ ପ୍ରସ୍ଥ ଏକ ଚାଖଣ୍ଡ ହେବ।
Kí ìhà mẹ́rẹ̀ẹ̀rin rẹ̀ ṣe déédé—kí ó jẹ́ ìwọ̀n ìka kan ní ìnà àti ìwọ̀n ìka kan ní ìbú, kí o sì ṣe é ní ìṣẹ́po méjì.
17 ପୁଣି, ତାହାକୁ ଚାରି ଧାଡ଼ି ମଣିରେ ଖଚିତ କରିବ, ତହିଁର ପ୍ରଥମ ଧାଡିରେ ଚୂଣୀ, ପୀତମଣି ଓ ମରକତ;
Nígbà náà ni ìwọ yóò de òkúta oníyebíye mẹ́rin sára ẹsẹ̀ rẹ̀. Ní ẹsẹ̀ àkọ́kọ́ ni kí rúbì, topasi àti berili wà;
18 ଦ୍ୱିତୀୟ ଧାଡ଼ିରେ ପଦ୍ମରାଗ, ନୀଳକାନ୍ତ ଓ ହୀରକ
ní ẹsẹ̀ kejì turikuose, emeradi, safire, àti diamọndi;
19 ତୃତୀୟ ଧାଡ଼ିରେ ପେରୋଜ, ଯିସ୍ମ ଓ କଟାହେଳା
ní ẹsẹ̀ kẹta, jasiniti, agate, àti ametisiti;
20 ପୁଣି, ଚତୁର୍ଥ ଧାଡ଼ିରେ ବୈଦୁର୍ଯ୍ୟ, ଗୋମେଦକ ଓ ସୂର୍ଯ୍ୟକାନ୍ତ; ଏହି ସମସ୍ତ ସ୍ୱର୍ଣ୍ଣରେ ସ୍ୱ ସ୍ୱ ଧାଡ଼ିରେ ବସାଯିବ।
ní ẹsẹ̀ kẹrin, topasi, àti óníkìsì àti jasperi. A ó sì tò wọ́n sí ojú wúrà ní dìde wọn.
21 ଏହି ମଣି ଇସ୍ରାଏଲର ପୁତ୍ରମାନଙ୍କ ନାମ ନିମନ୍ତେ ସେମାନଙ୍କ ନାମ ଅନୁସାରେ ଦ୍ୱାଦଶ ହେବେ; ମୁଦ୍ରାନ୍ୟାୟ ଖୋଦିତ ପ୍ରତ୍ୟେକ ମଣିରେ ସେହି ଦ୍ୱାଦଶ ବଂଶ ନିମନ୍ତେ ପ୍ରତ୍ୟେକ ପୁତ୍ରର ନାମ ରହିବ।
Òkúta méjìlá yóò wà, ọ̀kọ̀ọ̀kan fún orúkọ àwọn ọmọ Israẹli olúkúlùkù èdìdì àmì pẹ̀lú orúkọ ẹnìkọ̀ọ̀kan bí ẹ̀yà Israẹli méjìlá.
22 ତୁମ୍ଭେ ନିର୍ମଳ ସ୍ୱର୍ଣ୍ଣ ଦ୍ୱାରା ବୁକୁପଟା ନିମନ୍ତେ ମାଳା ତୁଲ୍ୟ ମୋଡ଼ା ଦୁଇ ଜଞ୍ଜିର ନିର୍ମାଣ କରିବ।
“Fún ìgbàyà náà, ìwọ yóò ṣe okùn ẹ̀wọ̀n ti kìkì wúrà, gẹ́gẹ́ bí ọ̀já àmùrè.
23 ପୁଣି, ବୁକୁପଟା ଉପରେ ସ୍ୱର୍ଣ୍ଣର ଦୁଇ କଡ଼ା କରିବ ଓ ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲଗାଇବ।
Ìwọ yóò ṣe òrùka wúrà méjì fún un, kí o sì so wọ́n mọ́ igun méjèèjì ìgbàyà náà.
24 ଆଉ ବୁକୁପଟାର ଦୁଇ ପ୍ରାନ୍ତସ୍ଥିତ ଦୁଇ କଡ଼ା ମଧ୍ୟରେ ସେହି ଦୁଇ ମୋଡ଼ା ସ୍ୱର୍ଣ୍ଣ ଜଞ୍ଜିର ଲଗାଇବ।
Ìwọ yóò so ẹ̀wọ̀n wúrà méjèèjì mọ́ òrùka ní igun ìgbàyà náà,
25 ପୁଣି, ମୋଡ଼ା ଜଞ୍ଜିରର ଦୁଇ ମୁଣ୍ଡ ଦୁଇ ଆଧାରରେ ବନ୍ଦ କରି ଏଫୋଦ ବସ୍ତ୍ରର ସମ୍ମୁଖସ୍ଥ ଦୁଇ ସ୍କନ୍ଧପଟି ଉପରେ ରଖିବ।
àti etí ẹ̀wọ̀n méje ni kí o so mọ́ ojú ìdè méjèèjì, kí o sì fi sí èjìká ẹ̀wù efodu náà níwájú.
26 ତୁମ୍ଭେ ସ୍ୱର୍ଣ୍ଣର ଦୁଇ କଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ଏଫୋଦ ବସ୍ତ୍ରର ସମ୍ମୁଖସ୍ଥ ଭିତର ଭାଗରେ ରଖିବ।
Ìwọ yóò ṣe òrùka wúrà méjì, ìwọ yóò sì so wọ́n mọ́ igun méjì ìgbàyà kejì ní ìhà inú tí ó ti ẹ̀wù efodu náà.
27 ଆହୁରି ଦୁଇ ସ୍ୱର୍ଣ୍ଣର କଡ଼ା କରି ଏଫୋଦ ବସ୍ତ୍ରର ଦୁଇ ସ୍କନ୍ଧପଟି ତଳେ ତହିଁର ସମ୍ମୁଖ ଭାଗର ଯୋଡ଼ା ସ୍ଥାନର ଏଫୋଦର ଚିତ୍ରିତ ପଟୁକା ଉପରେ ତାହା ରଖିବ।
Ìwọ yóò sì ṣe òrùka wúrà méjì, ìwọ yóò sì fi wọ́n sí èjìká ẹ̀wù efodu méjèèjì ní ìsàlẹ̀, sí ìhà iwájú rẹ̀, tí ó súnmọ́ ojú sí ìránṣọ náà, lókè onírúurú ọnà ọ̀já ẹ̀wù efodu náà.
28 ତହିଁରେ ବୁକୁପଟା ଯେପରି ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ଖସି ନ ପଡ଼େ, ଏଥିପାଇଁ ସେମାନେ ବୁକୁପଟାକୁ ନିଜ କଡ଼ାରେ ନୀଳ ସୂତ୍ର ଦ୍ୱାରା ଏଫୋଦର କଡ଼ା ସହିତ ବନ୍ଧନ କରି ରଖିବେ।
Wọn yóò sì so òrùka ìgbàyà mọ́ òrùka ẹ̀wù efodu pẹ̀lú ọ̀já aláró, pa á pọ̀ mọ́ ìgbànú, kí a má ba à tú ìgbàyà náà kúrò lára ẹ̀wù efodu náà.
29 ଯେଉଁ ସମୟରେ ହାରୋଣ ପବିତ୍ର ସ୍ଥାନରେ ପ୍ରବେଶ କରିବ, ସେହି ସମୟରେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ସ୍ମରଣାର୍ଥେ ସେ ବିଚାରାର୍ଥକ ବୁକୁପଟାରେ ଇସ୍ରାଏଲ-ପୁତ୍ରଗଣର ନାମସକଳ ଆପଣା ହୃଦୟ ଉପରେ ବହନ କରିବ।
“Nígbàkígbà tí Aaroni bá wọ Ibi Mímọ́, òun yóò ru orúkọ àwọn ọmọ Israẹli ní gbogbo ọ̀kan rẹ̀ ni ìgbàyà ìpinnu bí ìrántí nígbà gbogbo níwájú Olúwa.
30 ସେହି ବିଚାରାର୍ଥକ ବୁକୁପଟାରେ ତୁମ୍ଭେ ଉରୀମ୍ ଓ ତୁମ୍ମୀମ୍ (ଦୀପ୍ତି ଓ ସିଦ୍ଧି) ରଖିବ; ତହିଁରେ ହାରୋଣ ଯେଉଁ ସମୟରେ ସଦାପ୍ରଭୁଙ୍କ ଛାମୁରେ ପ୍ରବେଶ କରିବ, ସେହି ସମୟରେ ହାରୋଣର ହୃଦୟ ଉପରେ ତାହା ରହିବ, ପୁଣି, ହାରୋଣ ସଦାପ୍ରଭୁଙ୍କ ଛାମୁରେ ନିତ୍ୟ ନିତ୍ୟ ଇସ୍ରାଏଲ-ସନ୍ତାନଗଣର ବିଚାର ଆପଣା ହୃଦୟ ଉପରେ ବହିବ।
Bákan náà ìwọ yóò sì mu Urimu àti Tumimu sínú ìgbàyà, kí wọn kí ó wà ní ọkàn Aaroni nígbàkígbà tí ó bá ń wólẹ̀ níwájú Olúwa. Aaroni yóò sì máa ru ohun ti a ń fi ṣe ìpinnu fún àwọn ọmọ Israẹli ní ọkàn rẹ̀ nígbà gbogbo níwájú Olúwa.
31 ତୁମ୍ଭେ ଏଫୋଦର ଚୋଗା ସମ୍ପୂର୍ଣ୍ଣ ନୀଳବର୍ଣ୍ଣ କରିବ।
“Ìwọ yóò ṣì ṣe aṣọ ìgúnwà ẹ̀wù efodu náà ní kìkì aṣọ aláró,
32 ତହିଁ ମଧ୍ୟସ୍ଥଳରେ ମସ୍ତକ ପ୍ରବେଶ ନିମନ୍ତେ ଏକ ଛିଦ୍ର ରହିବ; ସାଞ୍ଜୁଆର ଗଳଦେଶ ନ୍ୟାୟ ସେହି ଛିଦ୍ରର ଚତୁର୍ଦ୍ଦିଗରେ ବୁଣାକର୍ମ ହେବ, ତହିଁରେ ତାହା ଛିଣ୍ଡିଯିବ ନାହିଁ।
pẹ̀lú ojú ọrùn kí ó wà láàrín rẹ̀ fún orí. Kí iṣẹ́ ọ̀nà wà létí rẹ̀ bí ìṣẹ́tí yí i ká bí agbádá, kí ó má ba à ya.
33 ପୁଣି, ତୁମ୍ଭେ ତହିଁର ଅଞ୍ଚଳର ଚତୁର୍ଦ୍ଦିଗରେ ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣର ଡାଳିମ୍ବ କରିବ; ଆଉ ତହିଁ ଚତୁର୍ଦ୍ଦିଗର ମଧ୍ୟେ ମଧ୍ୟେ ସ୍ୱର୍ଣ୍ଣ ଘଣ୍ଟି ରହିବ।
Ṣe pomegiranate ti aṣọ aláró, ti elése àlùkò àti ti òdòdó yí ìṣẹ́tí ọ̀já àmùrè náà ká, pẹ̀lú ṣaworo wúrà láàrín wọn.
34 ସେହି ଚୋଗାର ଧଡ଼ିର ଚତୁର୍ଦ୍ଦିଗରେ ଗୋଟିଏ ସ୍ୱର୍ଣ୍ଣ ଘଣ୍ଟି ଓ ଗୋଟିଏ ଡାଳିମ୍ବ, ପୁଣି, ଗୋଟିଏ ସ୍ୱର୍ଣ୍ଣ ଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ।
Àwọn ṣaworo wúrà àti àwọn pomegiranate ni kí ó yí ìṣẹ́tí ọ̀já àmùrè náà ká.
35 ଆଉ ହାରୋଣ ସେବା କରିବା ସମୟରେ ତାହା ପିନ୍ଧିବ; ତହିଁରେ ସେ ଯେତେବେଳେ ସଦାପ୍ରଭୁଙ୍କ ଛାମୁରେ ପବିତ୍ର ସ୍ଥାନରେ ପ୍ରବେଶ କରିବ ଓ ଯେତେବେଳେ ସେ ସେଠାରୁ ବାହାର ହେବ, ସେତେବେଳେ ତହିଁର ଶବ୍ଦ ଶୁଣାଯିବ; ତାହାହେଲେ ସେ ମରିବ ନାହିଁ।
Aaroni gbọdọ̀ máa wọ̀ ọ́ nígbà tí o bá ń ṣiṣẹ́. A ó sì máa gbọ́ ìró àwọn agogo nígbà tí ó bá ń wọ Ibi Mímọ́ níwájú Olúwa àti nígbà tí ó bá ń jáde bọ̀, kí ó má ba à kú.
36 ଆଉ ତୁମ୍ଭେ ନିର୍ମଳ ସୁବର୍ଣ୍ଣରେ ଏକ ପତ୍ର ପ୍ରସ୍ତୁତ କରି ମୋହର ନ୍ୟାୟ ତହିଁ ଉପରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଖୋଦନ କରିବ।
“Ìwọ yóò sì ṣe àwo kìkì wúrà, ìwọ yóò sì fín sára rẹ̀ bí, fínfín èdìdì àmì pé. Mímọ́ sí Olúwa.
37 ପୁଣି, ପଗଡ଼ି ଉପରେ ରହିବା ପାଇଁ ତାହା ନୀଳ ସୂତ୍ରରେ ବାନ୍ଧି ପଗଡ଼ିର ସମ୍ମୁଖରେ ରଖିବ।
Ìwọ yóò fi ọ̀já aláró sára rẹ̀ ìwọ yóò sì so ó mọ́ fìlà náà; kí ó sì wà níwájú fìlà náà.
38 ତାହା ହାରୋଣର କପାଳ ଉପରେ ରହିବ, ତହିଁରେ ପବିତ୍ର ଦ୍ରବ୍ୟ-ଘଟିତ ଅପରାଧ, ଅର୍ଥାତ୍, ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କର ପବିତ୍ରୀକୃତ ପବିତ୍ର ଦାନାଦି ସକଳ ଦ୍ରବ୍ୟ ସମ୍ବନ୍ଧରେ ଯେଉଁ ଅପରାଧ କରିବେ, ତାହା ହାରୋଣ ବୋହିବ ଓ ସଦାପ୍ରଭୁଙ୍କ ଛାମୁରେ ସେମାନେ ଯେପରି ଗ୍ରାହ୍ୟ ହୁଅନ୍ତି, ଏଥିପାଇଁ ତାହା ନିତ୍ୟ ନିତ୍ୟ ତାହାର କପାଳରେ ରହିବ।
Kí ó wà níwájú orí Aaroni, kí ó sì lè máa ru ẹ̀bi tí ó jẹ mọ́ ẹ̀bùn mímọ́ ti àwọn ọmọ Israẹli ti yà sí mímọ́, èyíkéyìí tí ẹ̀bùn wọn lè jẹ́. Yóò máa wà níwájú orí Aaroni nígbà gbogbo, kí wọn lè jẹ́ ìtẹ́wọ́gbà fún Olúwa.
39 ତୁମ୍ଭେ ଜାମାକୁ ବୁଟାଦାର ଶୁଭ୍ର କ୍ଷୌମବସ୍ତ୍ରରେ ଓ ପଗଡି଼କୁ ଶୁଭ୍ର କ୍ଷୌମସୂତ୍ରରେ ପ୍ରସ୍ତୁତ କରିବ; ପୁଣି, କଟିବନ୍ଧନ ସୂଚି କର୍ମ ଦ୍ୱାରା ଚିତ୍ରବିଚିତ୍ର କରିବ।
“Ìwọ yóò sì fi ọ̀gbọ̀ dáradára hun ẹ̀wù àwọ̀tẹ́lẹ̀, ìwọ yóò sì fi ọ̀gbọ̀ dáradára ṣe fìlà. Ìwọ yóò sì fi iṣẹ́ abẹ́rẹ́ ṣe ọ̀já àmùrè.
40 ଆଉ ହାରୋଣର ପୁତ୍ରଗଣ ନିମନ୍ତେ ଜାମା ଓ କଟିବନ୍ଧନ ପ୍ରସ୍ତୁତ କରିବ, ଆଉ ସେମାନଙ୍କର ଶ୍ରୀ ଓ ସୌନ୍ଦର୍ଯ୍ୟ ନିମନ୍ତେ ଶିରୋଭୂଷଣ କରିବ।
Ìwọ yóò sì dá ẹ̀wù àwọ̀tẹ́lẹ̀, ọ̀já àmùrè àti ìgbàrí fún àwọn ọmọ Aaroni, láti fún wọn ní ọ̀ṣọ́ àti ọlá.
41 ପୁଣି, ତୁମ୍ଭ ଭ୍ରାତା ହାରୋଣ ଓ ତାହାର ପୁତ୍ରଗଣକୁ ତାହାସବୁ ପରିଧାନ କରାଇବ; ପୁଣି, ସେମାନଙ୍କୁ ଅଭିଷେକ କରି ପଦରେ ନିଯୁକ୍ତ ଓ ପବିତ୍ର କରିବ, ତହିଁରେ ସେମାନେ ଆମ୍ଭର ଯାଜକ କର୍ମ କରିବେ।
Lẹ́yìn tí ìwọ ti fi àwọn aṣọ wọ̀nyí wọ Aaroni arákùnrin rẹ, ìwọ yóò sì fi wọ àwọn ọmọ rẹ̀ pẹ̀lú, ìwọ ó ta òróró sí wọn ní orí, ìwọ yóò sì ya wọ́n sí mímọ́. Ìwọ yóò sì sọ wọ́n di mímọ́, kí wọn kí o lè máa ṣe iṣẹ́ àlùfáà.
42 ତୁମ୍ଭେ ସେମାନଙ୍କ ଶରୀରର ଉଲଙ୍ଗତା ଆଚ୍ଛାଦନ ନିମନ୍ତେ କଟିଠାରୁ ଜଙ୍ଘ ପର୍ଯ୍ୟନ୍ତ ଶୁକ୍ଳ ଜଙ୍ଘିଆ ପିନ୍ଧାଇବ।
“Ìwọ yóò dá ṣòkòtò ọ̀gbọ̀ fún wọn, kí wọn lè máa fi bo ìhòhò wọn, kí ó dé ìbàdí dé itan.
43 ପୁଣି, ଯେତେବେଳେ ହାରୋଣ ଓ ତାହାର ପୁତ୍ରଗଣ ସମାଗମ-ତମ୍ବୁରେ ପ୍ରବେଶ କରିବେ, କିଅବା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ବେଦିର ନିକଟବର୍ତ୍ତୀ ହେବେ, ସେତେବେଳେ ସେମାନେ ଯେପରି ଅପରାଧ କରି ନ ମରନ୍ତି, ଏନିମନ୍ତେ ସେମାନେ ଏହି ବସ୍ତ୍ର ପରିଧାନ କରିବେ; ଏହା ହାରୋଣର ଓ ତାହାର ଭବିଷ୍ୟତ ବଂଶର ପାଳନୀୟ ଅନନ୍ତକାଳୀନ ବିଧି ହେବ।
Aaroni àti àwọn ọmọ rẹ̀ gbọdọ̀ wọ̀ wọ́n nígbàkígbà tí wọ́n bá wọ àgọ́ àjọ lọ tàbí nígbà tí wọ́n bá súnmọ́ pẹpẹ láti ṣiṣẹ́ ní Ibi Mímọ́ kí wọn kí ó má ba à dẹ́ṣẹ̀, wọn a sì kú. “Èyí jẹ́ ìlànà láéláé fún Aaroni àti fún irú-ọmọ rẹ̀ lẹ́yìn rẹ̀.