< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 28 >

1 ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଆପଣା ଭ୍ରାତା ହାରୋଣକୁ ଓ ତାହା ସଙ୍ଗେ ତାହାର ପୁତ୍ରଗଣଙ୍କୁ, ଅର୍ଥାତ୍‍, ହାରୋଣ, ନାଦବ୍‍ ଓ ଅବୀହୂ, ଇଲୀୟାସର ଓ ଈଥାମରକୁ ଆପଣା ନିକଟକୁ ଆଣିବ।
“Aaroni mʼbale wako ndi ana ake aamuna, Nadabu, Abihu, Eliezara ndi Itamara uwapatule pakati pa Aisraeli. Abwere kwa iwe kuti anditumikire monga ansembe.
2 ତୁମ୍ଭର ଭ୍ରାତା ହାରୋଣର ଶ୍ରୀ ଓ ଶୋଭା ନିମନ୍ତେ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବ।
Umusokere mʼbale wako, Aaroni, zovala zopatulika kuti azioneka mwaulemerero ndi molemekezeka.
3 ଆଉ ଆମ୍ଭେ ଯେଉଁମାନଙ୍କୁ ଜ୍ଞାନଦାୟକ ଆତ୍ମାରେ ପୂର୍ଣ୍ଣ କରିଅଛୁ, ସେହି ସମସ୍ତ ବିଜ୍ଞମନା ଲୋକଙ୍କୁ ଆଦେଶ କର; ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ହାରୋଣକୁ ପବିତ୍ର କରିବା ପାଇଁ ସେମାନେ ତାହାର ବସ୍ତ୍ର ପ୍ରସ୍ତୁତ କରିବେ।
Uwawuze anthu onse aluso amene Ine ndawapatsa nzeru pa ntchito yosoka kuti apange zovala za Aaroni za pa mwambo womupatula, kuti iye anditumikire monga wansembe.
4 ଅର୍ଥାତ୍‍, ବୁକୁପଟା, ଏଫୋଦ, ଚୋଗା, ବୁଟାଦାର ଜାମା, ପାଗ ଓ କଟିବନ୍ଧନ, ଏହି ସକଳ ବସ୍ତ୍ର ସେମାନେ ପ୍ରସ୍ତୁତ କରିବେ; ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ତୁମ୍ଭ ଭ୍ରାତା ହାରୋଣ ଓ ତାହାର ପୁତ୍ରଗଣ ପାଇଁ ସେମାନେ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବେ।
Zovala zoti apange ndi izi: chovala chapachifuwa, efodi, mkanjo, mwinjiro wolukidwa, nduwira ndi lamba. Apangire mʼbale wako Aaroni ndi ana ake aamuna zovala zopatulikazi kuti iwo anditumikire monga ansembe.
5 ସେମାନେ ସୁବର୍ଣ୍ଣ, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ନେବେ।
Iwo agwiritse ntchito golide, nsalu yamtundu wa mtambo, yapepo, yofiira ndi yosalala yofewa.
6 ପୁଣି, ସେମାନେ ସେହି ସ୍ୱର୍ଣ୍ଣ, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ନିପୁଣ ଶିଳ୍ପକାରର କର୍ମ ଦ୍ୱାରା ଏଫୋଦ-ବସ୍ତ୍ର ପ୍ରସ୍ତୁତ କରିବେ।
“Apange efodi pogwiritsa ntchito golide, nsalu yamtundu wa mtambo, yapepo ndi yofiira yolukidwa mwaluso.
7 ତହିଁର ଦୁଇ ମୁଣ୍ଡରେ ପରସ୍ପର ସଂଯୁକ୍ତ ଦୁଇ ସ୍କନ୍ଧପଟି ରହିବ; ଏହିରୂପେ ତାହା ଯୁକ୍ତ ହେବ।
Efodiyo ikhale ndi timalamba tiwiri ta pa mapewa tosokerera ku msonga zake ziwiri kuti azitha kumanga.
8 ପୁଣି, ଏଫୋଦର ଯେଉଁ ଚିତ୍ରିତ ପଟୁକା ତହିଁ ଉପରେ ରହିବ, ତହିଁର ଚିତ୍ରିତ କର୍ମ ସେହି ବସ୍ତ୍ରାନୁସାରେ ହେବ; ଅର୍ଥାତ୍‍, ସ୍ୱର୍ଣ୍ଣରେ, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ହେବ।
Lamba womangira efodi akhale wolukidwa mwaluso ngati efodiyo. Akhale wopangidwa ndi golide, nsalu yamtundu wa mtambo, yapepo, yofiira, yofewa yosalala.
9 ଏଥିଉତ୍ତାରେ ତୁମ୍ଭେ ଦୁଇ ଗୋମେଦକ ମଣି ଘେନି ତହିଁ ଉପରେ ଇସ୍ରାଏଲର ପୁତ୍ରମାନଙ୍କ ନାମ ଖୋଦିତ କରିବ।
“Utenge miyala iwiri ya onikisi ndipo uzokotepo mayina a ana a Israeli.
10 ଅର୍ଥାତ୍‍, ସେମାନଙ୍କ ବଂଶାବଳୀ ଅନୁସାରେ ଛଅ ନାମ ଏକ ମଣି ଉପରେ ଓ ଅବଶିଷ୍ଟ ଛଅ ନାମ ଅନ୍ୟ ମଣି ଉପରେ ଖୋଦିତ କରିବ।
Mayina asanu ndi limodzi akhale pa mwala umodzi, ndipo mayina asanu ndi limodzi pa mwala winawo motsata mabadwidwe awo.
11 ଶିଳ୍ପକର୍ମରେ ମୁଦ୍ରା ଖୋଦିତ କରିବା ନ୍ୟାୟ ସେହି ଦୁଇ ମଣି ଉପରେ ଇସ୍ରାଏଲର ପୁତ୍ରଗଣର ନାମ ଖୋଦିତ କରିବ, ପୁଣି, ତାହା ଦୁଇ ସ୍ୱର୍ଣ୍ଣାଧାରରେ ବନ୍ଦ କରିବ।
Mayina a ana a Israeli uwazokote pa miyala iwiriyo, monga momwe amachitira mmisiri wozokota miyala. Ndipo uyike miyalayo mu zoyikamo zake zagolide.
12 ପୁଣି, ଇସ୍ରାଏଲର ସନ୍ତାନଗଣଙ୍କୁ ସ୍ମରଣ କରିବା ନିମନ୍ତେ ତୁମ୍ଭେ ସେହି ଦୁଇ ମଣି ଏଫୋଦର ଦୁଇ ସ୍କନ୍ଧପଟିରେ ଦେବ; ତହିଁରେ ହାରୋଣ ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଦୁଇ ସ୍କନ୍ଧରେ ସେମାନଙ୍କ ନାମ ବହିବ।
Umangirire miyala iwiriyi pa tinsalu ta mʼmapewa ta efodi tija ngati miyala ya chikumbutso cha ana a Israeli. Aaroni azinyamula mayinawo mʼmapewa ake kuti akhale chikumbutso pamaso pa Yehova.
13 ଆଉ ତୁମ୍ଭେ ଦୁଇ ସ୍ୱର୍ଣ୍ଣାଧାର କରିବ
Upange zoyikamo za maluwa agolide,
14 ଓ ନିର୍ମଳ ସୁବର୍ଣ୍ଣ ଦ୍ୱାରା ଦୁଇ ମୋଡ଼ା ଜଞ୍ଜିର କରି ସେହି ମୋଡ଼ା ଜଞ୍ଜିର ସେହି ଦୁଇ ଆଧାରରେ ଲଗାଇବ।
ndiponso maunyolo awiri a golide wabwino kwambiri, wopetedwa ngati zingwe ndipo uwalumikize ku zoyikamozo.
15 ପୁଣି, ଶିଳ୍ପକର୍ମରେ ବିଚାରାର୍ଥକ ବୁକୁପଟା କରିବ, ଅର୍ଥାତ୍‍, ଏଫୋଦର କର୍ମାନୁସାରେ ସ୍ୱର୍ଣ୍ଣରେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ନିପୁଣ ଶିଳ୍ପକାରର କର୍ମ ଦ୍ୱାରା ତାହା ପ୍ରସ୍ତୁତ କରିବ।
“Upange chovala chapachifuwa chogwiritsa ntchito poweruza mlandu ndipo uchipange mwaluso kwambiri. Uchipange ngati efodi pogwiritsa ntchito golide, nsalu yamtundu wa mtambo, yapepo, yofiira, yofewa yosalala ndi yolukidwa bwino.
16 ତାହା ଚତୁଷ୍କୋଣ ଓ ଦୋହରା ହେବ; ତହିଁର ଦୈର୍ଘ୍ୟ ଏକ ଚାଖଣ୍ଡ ଓ ପ୍ରସ୍ଥ ଏକ ଚାଖଣ୍ଡ ହେବ।
Kutalika kwake kukhale kofanana mbali zonse, mulitali masentimita 23, mulifupi masentimita 23, ndipo chikhale chopinda pawiri.
17 ପୁଣି, ତାହାକୁ ଚାରି ଧାଡ଼ି ମଣିରେ ଖଚିତ କରିବ, ତହିଁର ପ୍ରଥମ ଧାଡିରେ ଚୂଣୀ, ପୀତମଣି ଓ ମରକତ;
Uyikepo mizere inayi ya miyala yokongola kwambiri. Mzere woyamba ukhale ndi miyala ya rubi, topazi ndi berili.
18 ଦ୍ୱିତୀୟ ଧାଡ଼ିରେ ପଦ୍ମରାଗ, ନୀଳକାନ୍ତ ଓ ହୀରକ
Mzere wachiwiri pakhale miyala ya emeradi, safiro ndi dayimondi;
19 ତୃତୀୟ ଧାଡ଼ିରେ ପେରୋଜ, ଯିସ୍ମ ଓ କଟାହେଳା
mzere wachitatu pakhale miyala ya opera, agate ndi ametisiti.
20 ପୁଣି, ଚତୁର୍ଥ ଧାଡ଼ିରେ ବୈଦୁର୍ଯ୍ୟ, ଗୋମେଦକ ଓ ସୂର୍ଯ୍ୟକାନ୍ତ; ଏହି ସମସ୍ତ ସ୍ୱର୍ଣ୍ଣରେ ସ୍ୱ ସ୍ୱ ଧାଡ଼ିରେ ବସାଯିବ।
Mzere wachinayi pakhale miyala ya topazi, onikisi ndi yasipa. Miyalayi uyiike mu zoyikamo zagolide.
21 ଏହି ମଣି ଇସ୍ରାଏଲର ପୁତ୍ରମାନଙ୍କ ନାମ ନିମନ୍ତେ ସେମାନଙ୍କ ନାମ ଅନୁସାରେ ଦ୍ୱାଦଶ ହେବେ; ମୁଦ୍ରାନ୍ୟାୟ ଖୋଦିତ ପ୍ରତ୍ୟେକ ମଣିରେ ସେହି ଦ୍ୱାଦଶ ବଂଶ ନିମନ୍ତେ ପ୍ରତ୍ୟେକ ପୁତ୍ରର ନାମ ରହିବ।
Miyalayo ikhalepo khumi ndi iwiri, uliwonse kuyimira dzina limodzi la ana a Israeli. Mwala uliwonse uzokotedwe ngati chidindo dzina limodzi la mafuko khumi ndi awiri a Israeli.
22 ତୁମ୍ଭେ ନିର୍ମଳ ସ୍ୱର୍ଣ୍ଣ ଦ୍ୱାରା ବୁକୁପଟା ନିମନ୍ତେ ମାଳା ତୁଲ୍ୟ ମୋଡ଼ା ଦୁଇ ଜଞ୍ଜିର ନିର୍ମାଣ କରିବ।
“Upange timaunyolo tagolide wabwino kwambiri ta pa chovala chapachifuwa, topota ngati chingwe.
23 ପୁଣି, ବୁକୁପଟା ଉପରେ ସ୍ୱର୍ଣ୍ଣର ଦୁଇ କଡ଼ା କରିବ ଓ ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲଗାଇବ।
Upangenso mphete ziwiri zagolide ndipo uzimangirire pa ngodya ziwiri za pa chovala chapachifuwa.
24 ଆଉ ବୁକୁପଟାର ଦୁଇ ପ୍ରାନ୍ତସ୍ଥିତ ଦୁଇ କଡ଼ା ମଧ୍ୟରେ ସେହି ଦୁଇ ମୋଡ଼ା ସ୍ୱର୍ଣ୍ଣ ଜଞ୍ଜିର ଲଗାଇବ।
Umangirire timaunyolo tiwiri tagolide tija pa mphete za pa ngodya pa chovala chapachifuwacho.
25 ପୁଣି, ମୋଡ଼ା ଜଞ୍ଜିରର ଦୁଇ ମୁଣ୍ଡ ଦୁଇ ଆଧାରରେ ବନ୍ଦ କରି ଏଫୋଦ ବସ୍ତ୍ରର ସମ୍ମୁଖସ୍ଥ ଦୁଇ ସ୍କନ୍ଧପଟି ଉପରେ ରଖିବ।
Ndipo mbali ina ya timaunyoloto umangirire pa zoyikapo zake ziwiri zija ndi kulumikiza pa tinsalu takutsogolo kwa mapewa a efodi.
26 ତୁମ୍ଭେ ସ୍ୱର୍ଣ୍ଣର ଦୁଇ କଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ଏଫୋଦ ବସ୍ତ୍ରର ସମ୍ମୁଖସ୍ଥ ଭିତର ଭାଗରେ ରଖିବ।
Upangenso mphete ziwiri zagolide, ndipo uzilumikize ku ngodya ziwiri zamʼmunsi mwa chovala chapachifuwa, champhepete mwake, mʼkati pafupi ndi efodi ija.
27 ଆହୁରି ଦୁଇ ସ୍ୱର୍ଣ୍ଣର କଡ଼ା କରି ଏଫୋଦ ବସ୍ତ୍ରର ଦୁଇ ସ୍କନ୍ଧପଟି ତଳେ ତହିଁର ସମ୍ମୁଖ ଭାଗର ଯୋଡ଼ା ସ୍ଥାନର ଏଫୋଦର ଚିତ୍ରିତ ପଟୁକା ଉପରେ ତାହା ରଖିବ।
Upangenso mphete zina ziwiri zagolide ndipo uzilumikize kumunsi kwa tinsalu takutsogolo kwa efodi, pafupi ndi msoko, pamwamba pangʼono pa lamba wamʼchiwuno wa efodi.
28 ତହିଁରେ ବୁକୁପଟା ଯେପରି ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ଖସି ନ ପଡ଼େ, ଏଥିପାଇଁ ସେମାନେ ବୁକୁପଟାକୁ ନିଜ କଡ଼ାରେ ନୀଳ ସୂତ୍ର ଦ୍ୱାରା ଏଫୋଦର କଡ଼ା ସହିତ ବନ୍ଧନ କରି ରଖିବେ।
Tsono umangirire mphete za pa chovala chapachifuwa zija ku mphete za efodi ndi chingwe chamtundu wa mtambo, kulumikiza lamba ndi chovala chapachifuwacho kuti chovala chapachifuwacho chisalekane ndi efodi.
29 ଯେଉଁ ସମୟରେ ହାରୋଣ ପବିତ୍ର ସ୍ଥାନରେ ପ୍ରବେଶ କରିବ, ସେହି ସମୟରେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ସ୍ମରଣାର୍ଥେ ସେ ବିଚାରାର୍ଥକ ବୁକୁପଟାରେ ଇସ୍ରାଏଲ-ପୁତ୍ରଗଣର ନାମସକଳ ଆପଣା ହୃଦୟ ଉପରେ ବହନ କରିବ।
“Pamene Aaroni akulowa kumalo opatulika azivala chovala chapachifuwa cha zoweruzira chija chimene chalembedwa mayina a ana a Israeli kuti Yehova awakumbukire nthawi zonse.
30 ସେହି ବିଚାରାର୍ଥକ ବୁକୁପଟାରେ ତୁମ୍ଭେ ଉରୀମ୍‍ ଓ ତୁମ୍ମୀମ୍‍ (ଦୀପ୍ତି ଓ ସିଦ୍ଧି) ରଖିବ; ତହିଁରେ ହାରୋଣ ଯେଉଁ ସମୟରେ ସଦାପ୍ରଭୁଙ୍କ ଛାମୁରେ ପ୍ରବେଶ କରିବ, ସେହି ସମୟରେ ହାରୋଣର ହୃଦୟ ଉପରେ ତାହା ରହିବ, ପୁଣି, ହାରୋଣ ସଦାପ୍ରଭୁଙ୍କ ଛାମୁରେ ନିତ୍ୟ ନିତ୍ୟ ଇସ୍ରାଏଲ-ସନ୍ତାନଗଣର ବିଚାର ଆପଣା ହୃଦୟ ଉପରେ ବହିବ।
Ndiponso uyike Urimu ndi Tumimu mu chovala chapachifuwa cha zoweruziracho, kuti zikhale pamtima pa Aaroni. Choncho Aaroniyo adzakhala akutenga nthawi zonse zida zomuthandizira kuweruza ana a Israeli pamene adzafika pamaso pa Yehova.
31 ତୁମ୍ଭେ ଏଫୋଦର ଚୋଗା ସମ୍ପୂର୍ଣ୍ଣ ନୀଳବର୍ଣ୍ଣ କରିବ।
“Uyipangire efodiyo mkanjo wamtundu wa mtambo.
32 ତହିଁ ମଧ୍ୟସ୍ଥଳରେ ମସ୍ତକ ପ୍ରବେଶ ନିମନ୍ତେ ଏକ ଛିଦ୍ର ରହିବ; ସାଞ୍ଜୁଆର ଗଳଦେଶ ନ୍ୟାୟ ସେହି ଛିଦ୍ରର ଚତୁର୍ଦ୍ଦିଗରେ ବୁଣାକର୍ମ ହେବ, ତହିଁରେ ତାହା ଛିଣ୍ଡିଯିବ ନାହିଁ।
Mkanjowo ukhala ndi malo opisapo mutu pakati pakepo. Pa chibowopo pakhale chibandi chosokedwa mochita ngati kuluka monga muja akhalira malaya kuti chibowocho chilimbe, chisangʼambike.
33 ପୁଣି, ତୁମ୍ଭେ ତହିଁର ଅଞ୍ଚଳର ଚତୁର୍ଦ୍ଦିଗରେ ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣର ଡାଳିମ୍ବ କରିବ; ଆଉ ତହିଁ ଚତୁର୍ଦ୍ଦିଗର ମଧ୍ୟେ ମଧ୍ୟେ ସ୍ୱର୍ଣ୍ଣ ଘଣ୍ଟି ରହିବ।
Pa mpendero wamʼmunsi wa mkanjowo, upange mphonje zokhala ngati makangadza za nsalu yamtundu wa mtambo, yapepo ndi yofiira zokhala ndi maberu agolide pakati pake.
34 ସେହି ଚୋଗାର ଧଡ଼ିର ଚତୁର୍ଦ୍ଦିଗରେ ଗୋଟିଏ ସ୍ୱର୍ଣ୍ଣ ଘଣ୍ଟି ଓ ଗୋଟିଏ ଡାଳିମ୍ବ, ପୁଣି, ଗୋଟିଏ ସ୍ୱର୍ଣ୍ଣ ଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ।
Choncho pazikhala mphonje imodzi kenaka belu limodzi, kuzungulira mpendero wa mkanjo wonse.
35 ଆଉ ହାରୋଣ ସେବା କରିବା ସମୟରେ ତାହା ପିନ୍ଧିବ; ତହିଁରେ ସେ ଯେତେବେଳେ ସଦାପ୍ରଭୁଙ୍କ ଛାମୁରେ ପବିତ୍ର ସ୍ଥାନରେ ପ୍ରବେଶ କରିବ ଓ ଯେତେବେଳେ ସେ ସେଠାରୁ ବାହାର ହେବ, ସେତେବେଳେ ତହିଁର ଶବ୍ଦ ଶୁଣାଯିବ; ତାହାହେଲେ ସେ ମରିବ ନାହିଁ।
Aaroni azivala mkanjowo pamene akutumikira ngati wansembe. Kulira kwa maberu kuzimveka pamene akulowa mʼmalo opatulika pamaso pa Yehova ndiponso pamene akutuluka, kuti asafe.
36 ଆଉ ତୁମ୍ଭେ ନିର୍ମଳ ସୁବର୍ଣ୍ଣରେ ଏକ ପତ୍ର ପ୍ରସ୍ତୁତ କରି ମୋହର ନ୍ୟାୟ ତହିଁ ଉପରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଖୋଦନ କରିବ।
“Upange duwa lagolide wabwino kwambiri kukhala ngati chidindo ndipo uzokotepo mawu akuti, Cohoperekedwa kwa Yehova.
37 ପୁଣି, ପଗଡ଼ି ଉପରେ ରହିବା ପାଇଁ ତାହା ନୀଳ ସୂତ୍ରରେ ବାନ୍ଧି ପଗଡ଼ିର ସମ୍ମୁଖରେ ରଖିବ।
Ulimange ndi chingwe cha nsalu yamtundu wa mtambo pa nduwira ya Aaroni, ndipo duwalo likhale kutsogolo kwa nduwirayo.
38 ତାହା ହାରୋଣର କପାଳ ଉପରେ ରହିବ, ତହିଁରେ ପବିତ୍ର ଦ୍ରବ୍ୟ-ଘଟିତ ଅପରାଧ, ଅର୍ଥାତ୍‍, ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କର ପବିତ୍ରୀକୃତ ପବିତ୍ର ଦାନାଦି ସକଳ ଦ୍ରବ୍ୟ ସମ୍ବନ୍ଧରେ ଯେଉଁ ଅପରାଧ କରିବେ, ତାହା ହାରୋଣ ବୋହିବ ଓ ସଦାପ୍ରଭୁଙ୍କ ଛାମୁରେ ସେମାନେ ଯେପରି ଗ୍ରାହ୍ୟ ହୁଅନ୍ତି, ଏଥିପାଇଁ ତାହା ନିତ୍ୟ ନିତ୍ୟ ତାହାର କପାଳରେ ରହିବ।
Lidzakhala pa mphumi ya Aaroni, motero iye adzasenza cholakwa chilichonse cha pa zopereka zilizonse zimene Aisraeli amazipatulira Yehova. Aaroni azivala chikwangwanichi pa mphumi pake nthawi zonse kuti Yehova alandire zopereka za anthu ake.
39 ତୁମ୍ଭେ ଜାମାକୁ ବୁଟାଦାର ଶୁଭ୍ର କ୍ଷୌମବସ୍ତ୍ରରେ ଓ ପଗଡି଼କୁ ଶୁଭ୍ର କ୍ଷୌମସୂତ୍ରରେ ପ୍ରସ୍ତୁତ କରିବ; ପୁଣି, କଟିବନ୍ଧନ ସୂଚି କର୍ମ ଦ୍ୱାରା ଚିତ୍ରବିଚିତ୍ର କରିବ।
“Uluke mwinjiro wa nsalu yofewa yosalala ndiponso upange nduwira ya nsalu yofewa yosalala. Lamba wake akhale wolukidwa bwino ndi munthu waluso.
40 ଆଉ ହାରୋଣର ପୁତ୍ରଗଣ ନିମନ୍ତେ ଜାମା ଓ କଟିବନ୍ଧନ ପ୍ରସ୍ତୁତ କରିବ, ଆଉ ସେମାନଙ୍କର ଶ୍ରୀ ଓ ସୌନ୍ଦର୍ଯ୍ୟ ନିମନ୍ତେ ଶିରୋଭୂଷଣ କରିବ।
Upangirenso ana a Aaroni mwinjiro, malamba ndi nduwira kuti azioneka mwaulemu ndi molemekezeka.
41 ପୁଣି, ତୁମ୍ଭ ଭ୍ରାତା ହାରୋଣ ଓ ତାହାର ପୁତ୍ରଗଣକୁ ତାହାସବୁ ପରିଧାନ କରାଇବ; ପୁଣି, ସେମାନଙ୍କୁ ଅଭିଷେକ କରି ପଦରେ ନିଯୁକ୍ତ ଓ ପବିତ୍ର କରିବ, ତହିଁରେ ସେମାନେ ଆମ୍ଭର ଯାଜକ କର୍ମ କରିବେ।
Zovala zimenezi umuveke Aaroni, mʼbale wako ndi ana ake. Kenaka uwadzoze, uwapatse udindo ndi kuwapatula kuti anditumikire ngati ansembe anga.
42 ତୁମ୍ଭେ ସେମାନଙ୍କ ଶରୀରର ଉଲଙ୍ଗତା ଆଚ୍ଛାଦନ ନିମନ୍ତେ କଟିଠାରୁ ଜଙ୍ଘ ପର୍ଯ୍ୟନ୍ତ ଶୁକ୍ଳ ଜଙ୍ଘିଆ ପିନ୍ଧାଇବ।
“Uwapangire akabudula a nsalu yofewa oyambira mʼchiwuno kulekeza mʼntchafu kuti asamaonetse maliseche.
43 ପୁଣି, ଯେତେବେଳେ ହାରୋଣ ଓ ତାହାର ପୁତ୍ରଗଣ ସମାଗମ-ତମ୍ବୁରେ ପ୍ରବେଶ କରିବେ, କିଅବା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ବେଦିର ନିକଟବର୍ତ୍ତୀ ହେବେ, ସେତେବେଳେ ସେମାନେ ଯେପରି ଅପରାଧ କରି ନ ମରନ୍ତି, ଏନିମନ୍ତେ ସେମାନେ ଏହି ବସ୍ତ୍ର ପରିଧାନ କରିବେ; ଏହା ହାରୋଣର ଓ ତାହାର ଭବିଷ୍ୟତ ବଂଶର ପାଳନୀୟ ଅନନ୍ତକାଳୀନ ବିଧି ହେବ।
Aaroni ndi ana ake ayenera kuvala akabudulawo pamene akulowa mu tenti ya msonkhano kapena pamene akupita ku guwa lansembe kukatumikira malo oyera kuopa kuti angachimwe ndi kufa. “Ili likhale lamulo la nthawi zonse kwa Aaroni ndi zidzukulu zake.”

< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 28 >