< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 25 >
1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
Olúwa sì wí fún Mose pé,
2 ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ ଆମ୍ଭ ନିମନ୍ତେ ଉପହାର ସଂଗ୍ରହ କରିବାକୁ କୁହ; ଯାହାର ହୃଦୟ ଯାହାକୁ ଇଚ୍ଛୁକ କରାଏ, ତାହାଠାରୁ ତୁମ୍ଭେମାନେ ଆମ୍ଭର ସେହି ଉପହାର ଗ୍ରହଣ କରିବ।
“Sọ fún àwọn ọmọ Israẹli kí wọn mú ọrẹ wá fún mi, ìwọ yóò gba ọrẹ náà fún mi ni ọwọ́ ọkùnrin kọ̀ọ̀kan ti ọkàn rẹ bá fẹ́ láti fi fún mi.
3 ଅର୍ଥାତ୍, ସ୍ୱର୍ଣ୍ଣ, ରୌପ୍ୟ ଓ ପିତ୍ତଳ;
“Wọ̀nyí ni ọrẹ ti ìwọ yóò gbà ni ọwọ́ wọn: “wúrà, fàdákà àti idẹ;
4 ପୁଣି, ନୀଳବର୍ଣ୍ଣ, ଧୂମ୍ରବର୍ଣ୍ଣ, ସିନ୍ଦୂର ବର୍ଣ୍ଣ, ଶୁଭ୍ର କ୍ଷୌମସୂତ୍ର, ଛାଗର ଲୋମ,
aṣọ aláró, elése àlùkò, òdòdó, ọ̀gbọ̀; irun ewúrẹ́.
5 ରକ୍ତୀକୃତ ମେଷର ଚର୍ମ ଓ ଶିଶୁକ ଚର୍ମ, ଶିଟୀମ୍ କାଷ୍ଠ,
Awọ àgbò tí a rẹ ní pupa àti awọ ewúrẹ́ igbó; igi kasia;
6 ଦୀପ ନିମନ୍ତେ ତୈଳ ପୁଣି, ଅଭିଷେକାର୍ଥ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧଦ୍ରବ୍ୟ,
Òróró olifi fún iná títàn; òróró olóòórùn dídùn fún ìtasórí àti fún tùràrí olóòórùn dídùn;
7 ପୁଣି, ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକ ମଣି ପ୍ରଭୃତି ଖଚନୀୟ ପ୍ରସ୍ତର; ଏହି ସମସ୍ତ ଉପହାର ସେମାନଙ୍କଠାରୁ ଗ୍ରହଣ କରିବ।
àti òkúta óníkìsì àti òkúta olówó iyebíye ti a fi ṣe ọ̀ṣọ́ sí ara ẹ̀wù efodu àti ẹ̀wù ìgbàyà.
8 ସେମାନେ ଆମ୍ଭ ନିମନ୍ତେ ଗୋଟିଏ ପବିତ୍ର ସ୍ଥାନ ନିର୍ମାଣ କରନ୍ତୁ; ତହିଁରେ ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା।
“Nígbà náà ni ìwọ yóò jẹ́ kí wọn kọ́ ibi mímọ́ fún mi. Èmi yóò sì máa gbé ní àárín wọn.
9 ଆବାସର ଆକାର ଓ ତହିଁର ସମସ୍ତ ପାତ୍ରର ଆକାରାଦିର ଯେଉଁ ଆଦର୍ଶ ଆମ୍ଭେ ତୁମ୍ଭକୁ ଦେଖାଇବା, ତଦନୁସାରେ ତୁମ୍ଭେମାନେ ସମସ୍ତ କରିବ।
Gẹ́gẹ́ bí gbogbo èyí ti mo fihàn ọ́, nípa àpẹẹrẹ àgọ́, àti àpẹẹrẹ gbogbo ohun èlò inú rẹ̀, bẹ́ẹ̀ ni kí ẹ̀yin kí ó sì ṣe é.
10 ଆଉ, ସେମାନେ ଅଢ଼ାଇ ହସ୍ତ ଦୀର୍ଘ, ଦେଢ଼ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଶିଟୀମ୍ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କରିବେ।
“Wọn yóò sì fi igi ṣittimu ṣe àpótí, ìgbọ̀nwọ́ méjì ààbọ̀ ni gígùn rẹ̀, ìgbọ̀nwọ́ kan ààbọ̀ ni fífẹ̀ rẹ̀, ìgbọ̀nwọ́ kan ààbọ̀ ni gíga rẹ̀.
11 ତହୁଁ ତୁମ୍ଭେ ନିର୍ମଳ ସୁବର୍ଣ୍ଣରେ ତାହା ମଡ଼ାଇବ; ପୁଣି, ତହିଁର ଭିତର ଓ ବାହାର ହିଁ ମଡ଼ାଇବ, ପୁଣି, ତହିଁ ଉପର ଚତୁର୍ଦ୍ଦିଗରେ ସ୍ୱର୍ଣ୍ଣର କାନ୍ଥି କରିବ।
Ìwọ ó sì fi ojúlówó wúrà, bò ó ní inú àti ní òde, ìwọ ó sì fi wúrà gbá etí rẹ̀ yíká.
12 ପୁଣି, ତହିଁ ନିମନ୍ତେ ସ୍ୱର୍ଣ୍ଣର ଚାରି କଡ଼ା ଛାଞ୍ଚରେ ଢାଳି ତହିଁର ଚାରି କୋଣରେ ଦେବ; ତହିଁର ଏକ ପାର୍ଶ୍ୱରେ ଦୁଇ କଡ଼ା ଓ ଅନ୍ୟ ପାର୍ଶ୍ୱରେ ଦୁଇ କଡ଼ା ରହିବ।
Ìwọ ó sì da òrùka wúrà mẹ́rin fún. Ìwọ ó sì fi wọ́n sí igun mẹ́rẹ̀ẹ̀rin ẹsẹ̀ rẹ̀, òrùka wúrà méjì yóò wà ní ẹ̀gbẹ́ kìn-ín-ní, òrùka wúrà méjì yóò wà ní ẹgbẹ́ kejì.
13 ଆଉ ତୁମ୍ଭେ ଶିଟୀମ୍ କାଷ୍ଠରେ ଦୁଇ ସାଙ୍ଗୀ କରି ସ୍ୱର୍ଣ୍ଣରେ ମଡ଼ାଇବ।
Ìwọ ó sì fi igi kasia ṣe ọ̀pá mẹ́rin, ìwọ ó sì fi wúrà bò wọ́n.
14 ପୁଣି, ସିନ୍ଦୁକ ବହିବା ନିମନ୍ତେ ସିନ୍ଦୁକର ଦୁଇ ପାର୍ଶ୍ୱସ୍ଥ କଡ଼ାରେ ସେହି ସାଙ୍ଗୀ ପ୍ରବେଶ କରାଇବ।
Ìwọ ó sì fi ọ̀pá náà bọ òrùka ní ẹ̀gbẹ́ kọ̀ọ̀kan àpótí ẹ̀rí náà láti fi gbé e.
15 ସେହି ସାଙ୍ଗୀ ସିନ୍ଦୁକର କଡ଼ାରେ ଥିବ, ତହିଁରୁ ବାହାର କରାଯିବ ନାହିଁ।
Òpó náà yóò wá nínú òrùka lára àpótí ẹ̀rí; a kò ní yọ wọ́n kúrò.
16 ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ସାକ୍ଷ୍ୟପତ୍ର ଦେବା, ତାହା ସେହି ସିନ୍ଦୁକରେ ରଖିବ।
Nígbà náà ni ìwọ yóò fi ẹ̀rí ti èmi yóò fi fún ọ sínú àpótí náà.
17 ଏଉତ୍ତାରେ ତୁମ୍ଭେ ଶୁଦ୍ଧ ସୁବର୍ଣ୍ଣରେ ଅଢ଼ାଇ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଏକ ପାପାଚ୍ଛାଦନ ନିର୍ମାଣ କରିବ।
“Ìwọ ó sì fi ojúlówó wúrà ṣe ìtẹ́ àánú; ìgbọ̀nwọ́ méjì àti ààbọ̀ ní gígùn àti ìgbọ̀nwọ́ kan àti ààbọ̀ ní fífẹ̀.
18 ତୁମ୍ଭେ ସୁବର୍ଣ୍ଣର ଦୁଇ କିରୂବ ପ୍ରସ୍ତୁତ କରିବ; ପିଟାକର୍ମରେ ତାହା ପ୍ରସ୍ତୁତ କରି ସେହି ପାପାଚ୍ଛାଦନର ଦୁଇ ମୁଣ୍ଡରେ ଦେବ।
Ìwọ ó sì ṣe kérúbù méjì láti inú wúrà tí a fi òòlù sí igun ìtẹ́ àánú náà.
19 ଏକ କିରୂବ ଏକ ମୁଣ୍ଡରେ ଓ ଅନ୍ୟ କିରୂବ ଅନ୍ୟ ମୁଣ୍ଡରେ ସ୍ଥାପନ କରିବ; ଦୁଇ କିରୂବକୁ ପାପାଚ୍ଛାଦନ ସହିତ ସଂଲଗ୍ନ ଓ ତହିଁର ଦୁଇ ପ୍ରାନ୍ତରେ ଉଭା କରି ସ୍ଥାପନ କରିବ।
Ìwọ ó ṣe kérúbù kan sí igun kìn-ín-ní àti kérúbù kejì sí igun kejì, kí kérúbù náà jẹ́ irú kan náà ní igun méjèèjì pẹ̀lú ìbòrí wọn.
20 ପୁଣି, କିରୂବମାନେ ପରସ୍ପର ସମ୍ମୁଖୀନ ହୋଇ ପକ୍ଷ ଊର୍ଦ୍ଧ୍ୱକୁ ବିସ୍ତାର କରି ପାପାଚ୍ଛାଦନ ଆବରଣ କରିବେ; ପାପାଚ୍ଛାଦନ ପ୍ରତି କିରୂବମାନଙ୍କର ମୁଖ ରହିବ।
Àwọn kérúbù sì na ìyẹ́ apá wọn sókè, tí wọn yóò sì fi ìyẹ́ apá wọn ṣe ibòòji sí orí ìtẹ́ àánú. Àwọn kérúbù náà yóò kọ ojú sí ara wọn, wọn yóò máa wo ọ̀kánkán ìtẹ́.
21 ତୁମ୍ଭେ ସେହି ପାପାଚ୍ଛାଦନ ସେହି ସିନ୍ଦୁକ ଉପରେ ରଖିବ, ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ସାକ୍ଷ୍ୟପତ୍ର ଦେବା, ତାହା ସେହି ସିନ୍ଦୁକ ଭିତରେ ଥୋଇବ।
Gbé ọmọrí orí àpótí ẹ̀rí kí o sì fi ẹ̀rí èyí tí èmí yóò fi fún ọ sínú àpótí ẹ̀rí.
22 ଆଉ ଆମ୍ଭେ ସେହି ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା ଓ ପାପାଚ୍ଛାଦନର ଉପରି ଭାଗରୁ, ଅର୍ଥାତ୍, ସାକ୍ଷ୍ୟ-ସିନ୍ଦୁକର ଉପରିସ୍ଥ କିରୂବ ଦ୍ୱୟ ମଧ୍ୟରୁ ତୁମ୍ଭ ସଙ୍ଗେ ଆଳାପ କରି ଇସ୍ରାଏଲ-ସନ୍ତାନଗଣ ବିଷୟକ ଆମ୍ଭର ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବା।
Níbẹ̀, ni òkè ìtẹ́, ní àárín kérúbù méjèèjì ti ó wà ni orí àpótí ẹ̀rí ni èmi yóò ti pàdé rẹ, ti èmi yóò sì fún ọ ní àwọn òfin mi fún àwọn ọmọ Israẹli.
23 ତହିଁ ଉତ୍ତାରେ ତୁମ୍ଭେ ଶିଟୀମ୍ କାଷ୍ଠରେ ଦୁଇ ହସ୍ତ ଦୀର୍ଘ ଓ ଏକ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଗୋଟିଏ ମେଜ ନିର୍ମାଣ କରି
“Fi igi kasia kan tábìlì: ìgbọ̀nwọ́ méjì ní gígùn ìgbọ̀nwọ́ kan ní fífẹ̀, ìgbọ̀nwọ́ kan àti ààbọ̀ ní gíga.
24 ନିର୍ମଳ ସ୍ୱର୍ଣ୍ଣରେ ତାହା ମଡ଼ାଇବ, ପୁଣି, ତହିଁର ଚତୁର୍ଦ୍ଦିଗରେ ସ୍ୱର୍ଣ୍ଣର କାନ୍ଥି କରିବ।
Ìwọ ó sì fi ojúlówó wúrà bò ó, ìwọ ó sì ṣe ìgbátí wúrà yí i ká.
25 ପୁଣି, ତହିଁର ଚତୁର୍ଦ୍ଦିଗରେ ଚତୁରଙ୍ଗୁଳି ପରିମିତ ଏକ ବେଷ୍ଟନ କରିବ ଓ ସେହି ବେଷ୍ଟନର ଚତୁର୍ଦ୍ଦିଗରେ ସୁବର୍ଣ୍ଣ କାନ୍ଥି କରିବ।
Ìwọ sì ṣe etí kan ní ìbú àtẹ́lẹwọ́ sí i yíká, ó sì ṣe ìgbátí wúrà yí etí rẹ̀ ká.
26 ଆଉ ସୁବର୍ଣ୍ଣ ନିର୍ମିତ ଚାରି କଡ଼ା କରି ତହିଁର ଚାରି ପାହ୍ୟାର ଚାରି କୋଣରେ ରଖିବ।
Ìwọ ó sì da òrùka wúrà mẹ́rin fún tábìlì náà, ìwọ ó sì fi òrùka kọ̀ọ̀kan sí igun mẹ́rẹ̀ẹ̀rin tí ó wà ní ẹsẹ̀ rẹ̀ mẹ́rẹ̀ẹ̀rin.
27 ମେଜ ବହନାର୍ଥେ ସାଙ୍ଗୀର ଘରା ନିମନ୍ତେ ସେହି କଡ଼ା ବେଷ୍ଟନ-ପାର୍ଶ୍ୱରେ ଥିବ।
Ní abẹ́ ìgbátí náà ni àwọn òrùka náà yóò wà fún ibi ọ̀pá láti máa fi gbé tábìlì náà.
28 ପୁଣି, ସେହି ମେଜ ବହନାର୍ଥେ ଶିଟୀମ୍ କାଷ୍ଠରେ ସାଙ୍ଗୀ ପ୍ରସ୍ତୁତ କରି ସ୍ୱର୍ଣ୍ଣରେ ମଡ଼ାଇବ।
Ìwọ ó sì fi igi kasia ṣe àwọn ọ̀pá, ìwọ ó sì fi wúrà bò wọ́n, láti máa fi wọ́n gbé tábìlì náà.
29 ପୁଣି, ଥାଳୀ, ଚାମଚ, ଗଡ଼ୁ ଓ ଢାଳିବା ନିମନ୍ତେ ପାତ୍ର ନିର୍ମାଣ କରିବ, ଏହି ସମସ୍ତ ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କରିବ।
Ìwọ ó sì fi ojúlówó wúrà ṣe àwo àti ṣíbí rẹ̀, kí o sì ṣe àwokòtò àti ago pẹ̀lú fún dída ọrẹ jáde.
30 ତୁମ୍ଭେ ସେହି ମେଜ ଉପରେ ଆମ୍ଭ ସମ୍ମୁଖରେ ସର୍ବଦା ଦର୍ଶନୀୟ ରୁଟି ରଖିବ।
Gbé àkàrà ìfihàn sí orí tábìlì yìí, kí ó le wà ní iwájú mi ni gbogbo ìgbà.
31 ଆହୁରି, ତୁମ୍ଭେ ନିର୍ମଳ ସୁବର୍ଣ୍ଣର ଏକ ଦୀପବୃକ୍ଷ ନିର୍ମାଣ କରିବ; ପିଟାକର୍ମରେ ଦୀପବୃକ୍ଷ, ତହିଁର ଗଣ୍ଡି ଓ ଶାଖା ନିର୍ମିତ ହେବ; ଆଉ ଗୋଲାଧାର, କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ।
“Ìwọ ó sì ojúlówó wúrà, lù ú dáradára, ṣe ọ̀pá fìtílà kan, ìsàlẹ̀ àti apá rẹ̀, kọ́ọ̀bù rẹ̀ ti ó dàbí òdòdó, ìṣọ àti ìtànná rẹ̀ yóò jẹ́ ara kan náà pẹ̀lú rẹ̀.
32 ଅର୍ଥାତ୍, ତହିଁର ଏକ ପାର୍ଶ୍ୱରୁ ତିନି ଦୀପଶାଖା ଓ ଅନ୍ୟ ପାର୍ଶ୍ୱରୁ ତିନି ଦୀପଶାଖା, ଏହିରୂପେ ଦୁଇ ପାର୍ଶ୍ୱରୁ ଛଅ ଶାଖା ନିର୍ଗତ ହେବ।
Ẹ̀ka mẹ́fà ni yóò yọ ní ẹ̀gbẹ́ ọ̀pá fìtílà: mẹ́ta ní ẹ̀gbẹ́ kìn-ín-ní mẹ́ta ni ẹ̀gbẹ́ kejì.
33 ତହିଁର ଏକ ଶାଖାରେ ବାଦାମପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ ରହିବ, ପୁଣି, ଅନ୍ୟ ଶାଖାରେ ବାଦାମପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ ରହିବ; ସେହି ଦୀପବୃକ୍ଷରୁ ନିର୍ଗତ ଛଅ ଶାଖାରେ ଏହିରୂପେ ହେବ।
Àwo mẹ́ta ni kí a ṣe bí ìtànná almondi, tí ó ṣọ tí ó sì tanná ni yóò wà ni ẹ̀ka kan, mẹ́ta yóò sì wà ní ẹ̀ka kejì, àti bẹ́ẹ̀ fún àwọn ẹ̀ka mẹ́fẹ̀ẹ̀fà tí ó jáde lára ọ̀pá fìtílà.
34 ମାତ୍ର ଦୀପବୃକ୍ଷରେ ବାଦାମପୁଷ୍ପାକୃତି ଚାରି ଗୋଲାଧାର, କଳିକା ଓ ପୁଷ୍ପ ରହିବ;
Ní ara ọ̀pá fìtílà ni àwo mẹ́rin ti a ṣe gẹ́gẹ́ bí òdòdó almondi ti ó ni ìṣọ àti ìtànná yóò wà.
35 ପୁଣି, ସେହି ଦୀପବୃକ୍ଷରୁ ଯେଉଁ ଛଅ ଶାଖା ନିର୍ଗତ ହୁଏ, ସେମାନଙ୍କ ଏକ ଶାଖାଦ୍ୱୟର ତଳେ ଏକ କଳିକା ଓ ଦ୍ୱିତୀୟ ଶାଖାଦ୍ୱୟର ତଳେ ଏକ କଳିକା ଓ ତୃତୀୟ ଶାଖାଦ୍ୱୟର ତଳେ ଏକ କଳିକା ରହିବ।
Irúdì kan yóò sì wà ní abẹ́ ẹ̀ka rẹ̀ méjì àkọ́kọ́ tí ó yọ lára ọ̀pá fìtílà, irúdì kejì ó sì wà ní abẹ́ ẹ̀ka rẹ̀ méjì kejì, irúdì kẹta yóò sì wà ní abẹ́ ẹ̀ka rẹ̀ méjì kẹta, ẹ̀ka mẹ́fà ní àpapọ̀.
36 ଆଉ, କଳିକା, ଶାଖା ତହିଁର ଅଂଶ ହେବ ଓ ସମସ୍ତ ନିର୍ମଳ ସ୍ୱର୍ଣ୍ଣରେ ନିର୍ମିତ ଏକ ପିଟାକର୍ମ ହେବ।
Irúdì wọn àti ẹ̀ka wọn kí ó rí bákan náà, kí gbogbo rẹ̀ kí ó jẹ́ lílù ojúlówó wúrà.
37 ଆଉ, ତୁମ୍ଭେ ତହିଁ ପାଇଁ ସପ୍ତ ପ୍ରଦୀପ ନିର୍ମାଣ କରିବ; ତହିଁରେ ଲୋକମାନେ ସେହି ପ୍ରଦୀପ ଜ୍ୱଳାଇଲେ, ତହିଁର ସମ୍ମୁଖରେ ଆଲୁଅ ହେବ
“Nígbà náà ni ìwọ yóò ṣe fìtílà méje. Ìwọ yóò sì gbe ka orí rẹ̀, kí wọn kí ó lè máa ṣe ìmọ́lẹ̀ sí iwájú rẹ̀.
38 ଏବଂ ନିର୍ମଳ ସୁବର୍ଣ୍ଣରେ ତହିଁର ଚିମୁଟା ଓ ଅଙ୍ଗାରଦାନି ନିର୍ମାଣ କରିବ।
Àti alumagaji rẹ̀, àti àwo alimagaji rẹ̀, kí ó jẹ́ kìkì wúrà.
39 ଏହି ଦୀପବୃକ୍ଷ ଓ ତହିଁର ସାମଗ୍ରୀ ସର୍ବସୁଦ୍ଧା ଏକ ତାଳନ୍ତ ନିର୍ମଳ ସୁବର୍ଣ୍ଣରେ ନିର୍ମିତ ହେବ।
Tálẹ́ǹtì kìkì wúrà ni ó fi ṣe é, pẹ̀lú gbogbo ohun èlò wọ̀nyí.
40 ସାବଧାନ, ପର୍ବତରେ ତୁମ୍ଭକୁ ତହିଁର ଯେଉଁ ଯେଉଁ ଆଦର୍ଶ ପ୍ରଦର୍ଶିତ ହୋଇଅଛି, ସେହିରୂପେ ସମସ୍ତ କର।
Kíyèsí i, kí ìwọ kí ó ṣe wọ́n gẹ́gẹ́ bí àpẹẹrẹ wọn, ti a fi hàn ọ́ ni orí òkè.