< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 22 >

1 ଯଦି କେହି ଗୋରୁ କି ମେଷ ଚୋରି କରି ବଧ କରେ ଅବା ବିକ୍ରୟ କରେ, ତେବେ ସେ ଏକ ଗୋରୁ ପରିଶୋଧରେ ପାଞ୍ଚ ଗୋରୁ ଓ ଏକ ମେଷ ପରିଶୋଧରେ ଚାରି ମେଷ ଦେବ।
When a man stealeth an ox or a sheep, and slayeth it, or selleth it, with five of the herd, shall he make good—for the ox, or with four of the flock, for the sheep.
2 ଆଉ ଚୋର ସିନ୍ଧି କାଟିଧରା ପଡ଼ିଲେ, ଯଦି କେହି ତାହାକୁ ମାରୁ ମାରୁ ମାରି ପକାଏ, ତେବେ ସେ ରକ୍ତପାତର ଦୋଷୀ ହେବ ନାହିଁ।
If, in the place of breaking in, the thief be found and he is smitten so that he dieth, there is due for him no shedding of blood:
3 ମାତ୍ର ଯଦି ସୂର୍ଯ୍ୟୋଦୟ ଉତ୍ତାରେ ତାହାକୁ ବଧ କରେ, ତେବେ ସେ ରକ୍ତପାତର ଦୋଷୀ ହେବ; ଆଉ ଚୋରା ଦ୍ରବ୍ୟ ପରିଶୋଧ କରିବା ଚୋରର କର୍ତ୍ତବ୍ୟ; ଯଦି ତାହାର କିଛି ନ ଥାଏ, ତେବେ ଚୋରି ସକାଶୁ ସେ ବିକ୍ରି ହେବ।
should the sun have arisen upon him, there would be shedding of blood due for him, —he is surely to make restitution, if he hath nothing, then is he to be sold, for his theft.
4 ଗୋରୁ ଅବା ଗର୍ଦ୍ଦଭ କି ମେଷାଦି ଚୋରା ଦ୍ରବ୍ୟ ଯଦି ଚୋର ହସ୍ତରେ ଜୀବିତ ମିଳେ, ତେବେ ସେ ତହିଁର ଦୁଇଗୁଣ ଦେବ।
If the thing stolen is found in his hand—whether ox or ass or sheep, alive, with two, shall he make restitution.
5 ଆଉ କେହି ଯଦି ଅନ୍ୟର କ୍ଷେତ୍ରରେ କି ଦ୍ରାକ୍ଷାକ୍ଷେତ୍ରରେ ଗୋରୁ ଚରାଏ, କିଅବା ଆପଣା ପଶୁକୁ ଛାଡ଼ିଦେଲେ ଯଦି ସେ ଅନ୍ୟର କ୍ଷେତ୍ରରେ ଚରେ, ତେବେ ସେ ଲୋକ ତହିଁର ପରିବର୍ତ୍ତେ ତାହାକୁ ଆପଣା କ୍ଷେତ୍ରର ଉତ୍ତମ ଶସ୍ୟ ଅବା ଆପଣା ଦ୍ରାକ୍ଷାକ୍ଷେତ୍ରର ଉତ୍ତମ ଫଳ ଦେବ।
When a man causeth a field or a vineyard to be depastured, or hath sent in his own cattle and stripped the field of another, he shall, surely make restitution, out of his own field, according to the yield thereof; or if, all the field, he depasture, with the best of his own field, or with the best of his own vineyard, shall he make restitution.
6 ଆଉ ଅଗ୍ନି ଜ୍ୱଳି କଣ୍ଟକ ବନରେ ଲାଗିଲେ ଯଦି କାହାର କଳେଇ ଗଦା ଅବା ବଢ଼ନ୍ତା ଶସ୍ୟ କି କ୍ଷେତ ପୋଡ଼ିଯାଏ, ତେବେ ସେହି ଅଗ୍ନି ଲଗାଇବା ଲୋକ ଅବଶ୍ୟ ତହିଁର ମୂଲ୍ୟ ଦେବ।
When a fire breaketh out and hath come upon thorns and so there is consumed a stack of sheaves, or the standing corn, or the field, he that kindled the fire, shall surely make restitution.
7 ଆଉ, କେହି ଯଦି ଆପଣା ପ୍ରତିବାସୀ ନିକଟରେ ମୁଦ୍ରା ଅବା ଆଉ କୌଣସି ଦ୍ରବ୍ୟ ରଖିବା ପାଇଁ ସମର୍ପଣ କରେ, ତାହା ଯଦି କେହି ସେହି ମନୁଷ୍ୟର ଗୃହରୁ ଚୋରି କରେ ଓ ସେହି ଚୋର ଧରା ପଡ଼େ, ତେବେ ସେ ତହିଁର ଦୁଇଗୁଣ ଦେବ।
When a man giveth unto his neighbour silver or jewelry, to keep, and it is stolen out of the house of the man:
8 ଯଦି ଚୋର ଧରା ନ ପଡ଼େ, ତେବେ ଗୃହର ସ୍ୱାମୀ ପ୍ରତିବାସୀର ଦ୍ରବ୍ୟରେ ହସ୍ତ ଦେଇଅଛି କି ନାହିଁ, ଏହା ଜଣା ଯିବା ନିମନ୍ତେ ସେ ପରମେଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ହେବ।
if the thief be found, he shall give in restitution double, if the thief be not found, then shall the owner of the house be brought near unto God to swear that he hath not laid his hand on the property of his neighbour.
9 ପୁଣି, ସର୍ବପ୍ରକାର ଅଧର୍ମ ବିଷୟରେ, ଅର୍ଥାତ୍‍, ଗୋରୁ, ଗର୍ଦ୍ଦଭ, ମେଷ କିଅବା ବସ୍ତ୍ରାଦି, ଯେକୌଣସି ହଜିଲା ଦ୍ରବ୍ୟ ବିଷୟରେ ଯଦି କେହି କହେ, “ଏହା ସେହି ଦ୍ରବ୍ୟ,” ତେବେ ଉଭୟ ପକ୍ଷର କଥା ପରମେଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ହେବ; ତହିଁରେ ପରମେଶ୍ୱର ଯାହାକୁ ଦୋଷୀ କରିବେ, ସେ ଆପଣା ପ୍ରତିବାସୀକୁ ଦୁଇଗୁଣ ଦେବ।
For any affair of trespass—for an ox, for an ass, for a sheep, for a mantle for anything lost as to which one could say—This is it, unto God, shall come the affair of them both, —he whom God shall condemn, shall make restitution of double to his neighbour.
10 ଆଉ ଯଦି କେହି ପ୍ରତିବାସୀ ନିକଟରେ ଆପଣା ଗଧ, ଗୋରୁ, ମେଷ, କିଅବା କୌଣସି ପଶୁ ପ୍ରତିପାଳନାର୍ଥେ ରଖନ୍ତି ପୁଣି, ଯଦି କାହାରି ନ ଦେଖିବାରେ ସେହି ପଶୁ ମରେ, ଅବା ଭଗ୍ନାଙ୍ଗ ହୁଏ କିଅବା ଅଡ଼ାଇ ନିଆଯାଏ,
When a man delivereth unto his neighbour, an ass, or an ox or a sheep, or any beast, to keep, —and it dieth or is fractured, or is driven away, no one beholding,
11 ତେବେ ସେ ପ୍ରତିବାସୀର ଦ୍ରବ୍ୟରେ ହସ୍ତ ଦେଇଅଛି କି ନାହିଁ, ଏ ବିଷୟରେ ଉଭୟଙ୍କ ମଧ୍ୟରେ ସଦାପ୍ରଭୁଙ୍କର ଶପଥ ହେବ; ପଶୁର ମାଲିକ ସେହି ଶପଥ ଗ୍ରହଣ କରିବ, ପୁଣି, ସେ ପରିଶୋଧ କରିବ ନାହିଁ।
the oath of Yahweh, shall come between them both, That he hath not laid his hand on the property of his neighbour, —then shall the owner thereof accept it and he shall not make restitution.
12 ମାତ୍ର ଯଦି ତାହା ନିକଟରୁ ଚୋରି ହୋଇଅଛି, ତେବେ ସେ ତାହାର ମାଲିକକୁ ତାହାର ମୂଲ୍ୟ ଦେବ।
But, if it be verily stolen, from him, he shall make restitution to the owner thereof.
13 ଯଦି ସେହି ପଶୁ ବିଦୀର୍ଣ୍ଣ ହୁଏ, ତେବେ ସେ ପ୍ରମାଣ ନିମନ୍ତେ ତାହା ଆଣୁ; ସେ ସେହି ବିଦୀର୍ଣ୍ଣ ପଶୁର ମୂଲ୍ୟ ଦେବ ନାହିଁ।
If it be, verily torn in pieces, he shall bring it in as a witness—for that which was torn, he shall not make restitution.
14 ଆଉ, କେହି ଯଦି ଆପଣା ପ୍ରତିବାସୀର ପଶୁ ମାଗି ନିଏ ଓ ତାହାର ମାଲିକ ତାହା ସହିତ ନ ଥାଇ ସେ ଭଗ୍ନାଙ୍ଗ ହୁଏ କି ମରେ, ତେବେ ସେ ନିତାନ୍ତ ତାହାର ମୂଲ୍ୟ ଦେବ।
And when a man asketh aught of his neighbour, and it is fractured or dieth, its owner, not being with it, he shall, surely make restitution.
15 ମାତ୍ର ଯଦି ତାହାର ମାଲିକ ତାହା ନିକଟରେ ଥାଏ, ତେବେ ତାହାର ମୂଲ୍ୟ ଦେବ ନାହିଁ; ଯଦି ସେ ଭଡ଼ାଟିଆ ପଶୁ ହୁଏ, ତେବେ ତାହା ଭଡ଼ା ମଧ୍ୟରେ ଆସିବ।
If, its owner, was with it, he shall not make restitution, —if it is, hired, it cometh into its hire.
16 ଆଉ, କେହି ଯଦି ଅବାଗ୍‍ଦତ୍ତା କନ୍ୟାକୁ ପ୍ରଲୋଭିତ କରି ତାହା ସହିତ ଶୟନ କରେ, ତେବେ ସେ ତାହାକୁ କନ୍ୟା ମୂଲ୍ୟ ଦେଇ ଅବଶ୍ୟ ବିବାହ କରିବ।
And, when a man enticeth a virgin who is not betrothed, and lieth with her, he shall, surely pay a purchase-price, that she may be his wife.
17 ଯଦି ପିତା ତାହା ସହିତ ଆପଣା କନ୍ୟାର ବିବାହ ଦେବାକୁ ନିତାନ୍ତ ଅସମ୍ମତ ହୁଏ, ତେବେ ସେ କନ୍ୟା ମୂଲ୍ୟର ବ୍ୟବସ୍ଥାନୁସାରେ ରୂପା ତୌଲି ଦେବ।
If her father utterly refuse, to give her to him, silver, shall he weigh out, according to the purchase-price of virgins.
18 ତୁମ୍ଭେ ମାୟାବିନୀକୁ ଜୀବିତା ରଖିବ ନାହିଁ।
A sorceress, shalt thou not suffer to live.
19 ଯେକେହି ପଶୁ ସହିତ ଯୌନ ସମ୍ପର୍କ ରଖେ, ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ।
Whosoever lieth with a beast shall surely be put to death.
20 ଯେଉଁ ଲୋକ କେବଳ ସଦାପ୍ରଭୁଙ୍କ ବିନା କୌଣସି ଦେବତା ନିକଟରେ ବଳିଦାନ କରେ, ସେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହେବ।
He that sacrificeth to the gods shall be devoted to destruction, —except [he sacrificeth] to Yahweh alone.
21 ତୁମ୍ଭେ ବିଦେଶୀ ପ୍ରତି ଅନ୍ୟାୟ ଓ ତାହା ପ୍ରତି ଉପଦ୍ରବ କରିବ ନାହିଁ, ଯେହେତୁ ତୁମ୍ଭେମାନେ ମିସର ଦେଶରେ ବିଦେଶୀ ଥିଲ।
And, a sojourner, shalt thou not tread down neither shalt thou drive him away, —for sojourners, ye became in the land of Egypt.
22 ତୁମ୍ଭେମାନେ କୌଣସି ବିଧବା କି ପିତୃହୀନ ସନ୍ତାନକୁ କ୍ଲେଶ ଦେବ ନାହିଁ।
Neither widow nor fatherless, shalt thou humiliate:
23 ତୁମ୍ଭେ ସେମାନଙ୍କୁ କୌଣସି ପ୍ରକାରେ କ୍ଲେଶ ଦେଲେ, ସେମାନେ ଯଦି ଆମ୍ଭ ନିକଟରେ ଖାଲି ଡାକ ପକାଇବେ, ତେବେ ଆମ୍ଭେ ଅବଶ୍ୟ ସେମାନଙ୍କର ଡାକ ଶୁଣିବା।
if thou, do humiliate, him, when he in anywise crieth out unto me, I will, surely hear, his outcry:
24 ପୁଣି, ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହେଲେ, ଆମ୍ଭେ ତୁମ୍ଭମାନଙ୍କୁ ଖଡ୍ଗ ଦ୍ୱାରା ମାରିବା; ତହିଁରେ ତୁମ୍ଭମାନଙ୍କର ଭାର୍ଯ୍ୟାମାନେ ବିଧବା ହେବେ ଓ ସନ୍ତାନଗଣ ପିତୃହୀନ ହେବେ।
so shall kindle mine anger, and I will slay you with the sword, —and your wives, shall become widows, and your, sons fatherless.
25 ତୁମ୍ଭେ ଯଦି ଆମ୍ଭ ଲୋକମାନଙ୍କ ମଧ୍ୟରେ ତୁମ୍ଭର ପ୍ରତିବାସୀ କୌଣସି ଦରିଦ୍ର ଲୋକଙ୍କୁ ଋଣ ଦିଅ, ତେବେ ତାହା ପ୍ରତି ମହାଜନ ତୁଲ୍ୟ ହେବ ନାହିଁ ଓ ତାହାଠାରୁ ସୁଧ ନେବ ନାହିଁ।
If, silver, thou wilt lend unto my people—unto the humbled one by thee, thou shalt not be to him like one that lendeth on interest, —thou shalt not lay upon him interest.
26 ଯଦି ତୁମ୍ଭେ ଆପଣା ପ୍ରତିବାସୀର ବସ୍ତ୍ର ବନ୍ଧକ ରଖିବ, ତେବେ ତୁମ୍ଭେ ସୂର୍ଯ୍ୟାସ୍ତ ପୂର୍ବେ ତାହା ତାହାକୁ ଫେରାଇ ଦେବ।
If thou, do take in pledge, the mantle of thy neighbour, by the going in of the sun, shalt thou restore it to him;
27 କାରଣ ତାହା ତାହାର ଏକମାତ୍ର ଆଚ୍ଛାଦନ ଓ ଚର୍ମ ଆଚ୍ଛାଦକ ବସ୍ତ୍ର; ସେ କାହିଁରେ ଶୟନ କରିବ? ପୁଣି, ସେ ଯଦି ଆମ୍ଭ ନିକଟରେ ଡାକ ପକାଇବ, ତେବେ ଆମ୍ଭେ ତାହା ଶୁଣିବା, କାରଣ ଆମ୍ଭେ କୃପାବାନ ଅଟୁ।
for that is his only covering, that, is his mantle, for his skin, —wherein shall he sleep? and it shall come to pass when he maketh outcry unto me, then will I hear because, gracious, I am.
28 ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଅବଜ୍ଞା କରିବ ନାହିଁ, ପୁଣି, ଆପଣା ଲୋକମାନଙ୍କର ଅଧ୍ୟକ୍ଷଙ୍କୁ ଅଭିଶାପ ଦେବ ନାହିଁ।
God, shalt thou not revile, —and a prince among thy people, shalt thou not curse.
29 ତୁମ୍ଭେ ଆପଣା ଶସ୍ୟର ପୂର୍ଣ୍ଣତାରୁ ଓ (ଫଳାଦିର) ରସରୁ ଉତ୍ସର୍ଗ କରିବାକୁ ବିଳମ୍ବ କରିବ ନାହିଁ। ତୁମ୍ଭେ ଆପଣା ପ୍ରଥମଜାତ ପୁତ୍ରମାନଙ୍କୁ ଆମ୍ଭଙ୍କୁ ଦେବ।
Thy fulness and thine outflow, shalt thou not delay, —the firstborn of thy sons, shalt thou give to me.
30 ପୁଣି, ଆପଣା ଗୋରୁ ଓ ମେଷାଦି ପ୍ରତି ତଦ୍ରୂପ କରିବ; ସେ ସାତ ଦିନ ଆପଣା ମାତା ସହିତ ରହିବ, ଅଷ୍ଟମ ଦିନରେ ତୁମ୍ଭେ ତାହା ଆମ୍ଭଙ୍କୁ ଦେବ।
Thus, shalt thou do with thine ox with thy sheep, —seven days, shall it be with its dam, on the eighth day, shalt thou give it to me.
31 ପୁଣି, ତୁମ୍ଭେମାନେ ଆମ୍ଭ ଉଦ୍ଦେଶ୍ୟରେ ପବିତ୍ର ଲୋକ ହେବ; ଏନିମନ୍ତେ ପଶୁ ଦ୍ୱାରା କ୍ଷେତ୍ରରେ ବିଦୀର୍ଣ୍ଣ ମାଂସ ଖାଇବ ନାହିଁ; ତୁମ୍ଭେମାନେ ତାହା କୁକ୍କୁରମାନଙ୍କ ଆଗରେ ପକାଇ ଦେବ।
Holy men, therefore shall ye truly become to me, —and flesh in the field torn to pieces, shall ye not eat, to the dogs, shall ye cast it.

< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 22 >