< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 21 >

1 ଆଉ ତୁମ୍ଭେ ଏହିସବୁ ନିୟମ ସେମାନଙ୍କୁ ଜ୍ଞାତ କରାଇବ। ଯଥା,
“Wọ̀nyí ni àwọn òfin tí ìwọ yóò gbé sí iwájú wọn.
2 ତୁମ୍ଭେ ଏବ୍ରୀୟ ଦାସ କ୍ରୟ କଲେ, ସେ ଛଅ ବର୍ଷ ସେବା କରିବ; ପୁଣି, ସପ୍ତମ ବର୍ଷରେ ସେ ବିନାମୂଲ୍ୟରେ ମୁକ୍ତ ହୋଇଯିବ।
“Bí ìwọ bá yá ọkùnrin Heberu ní ìwẹ̀fà, òun yóò sìn ọ́ fún ọdún mẹ́fà. Ṣùgbọ́n ní ọdún keje, òun yóò lọ ni òmìnira láìsan ohunkóhun padà.
3 ଯଦି ସେ ଏକାକୀ ଆସିଥାଏ, ତେବେ ସେ ଏକାକୀ ଯିବ; ଆଉ ଯଦି ସେ ବିବାହିତ ହୋଇ ଆସିଥାଏ, ତେବେ ତାହାର ଭାର୍ଯ୍ୟା ତାହା ସଙ୍ଗେ ବାହାରି ଯିବ।
Bí ó bá wá ní òun nìkan, òun nìkan náà ni yóò padà lọ ní òmìnira; ṣùgbọ́n tí ó bá mú ìyàwó wá, ó ní láti mú ìyàwó rẹ̀ padà lọ.
4 ପୁଣି, ଯଦି ତାହାର ପ୍ରଭୁ ତାହାକୁ ବିବାହ କରି ଦେଇଥାଏ ଓ ସେହି ସ୍ତ୍ରୀଠାରୁ ପୁତ୍ରକନ୍ୟାର ଜନ୍ମ ହୋଇଥାଏ, ତେବେ ସେହି ସ୍ତ୍ରୀ ଓ ତାହାର ସନ୍ତାନମାନଙ୍କ ଉପରେ ତାହାର ପ୍ରଭୁର ଅଧିକାର ହେବ ଓ ସେ ଏକାକୀ ବାହାରି ଯିବ।
Bí olówó rẹ̀ bá fún un ní aya, tí aya náà sì bímọ ọkùnrin àti obìnrin, aya àti àwọn ọmọ rẹ̀ yóò jẹ́ ti olówó rẹ̀, yóò sì lọ ní òmìnira ní òun nìkan.
5 ମାତ୍ର “ମୁଁ ଆପଣା ପ୍ରଭୁଙ୍କୁ, ପୁଣି, ଆପଣା ଭାର୍ଯ୍ୟା ଓ ସନ୍ତାନଗଣଙ୍କୁ ପ୍ରେମ କରେ, ଏଣୁ ମୁଁ ମୁକ୍ତ ହୋଇଯିବି ନାହିଁ,” ଏପରି କଥା ଯଦି ସେହି ଦାସ ଦୃଢ଼ ରୂପେ କହିବ,
“Bí ẹrú náà bá sì wí ní gbangba pé, mo fẹ́ràn olúwa mi, ìyàwó mi àti àwọn ọmọ, èmi kò sì fẹ́ ẹ́ gba òmìnira mọ́,
6 ତେବେ ତାହାର ପ୍ରଭୁ ତାହାକୁ ପରମେଶ୍ୱରଙ୍କ ନିକଟକୁ ନେଇଯିବ, ପୁଣି, ତାହାକୁ କବାଟ ବା ବାଜୁବନ୍ଧ ନିକଟକୁ ଆଣି ତାହାର ପ୍ରଭୁ ବିନ୍ଧଣୀରେ ତାହାର କର୍ଣ୍ଣ ବିନ୍ଧିବ; ତହିଁରେ ସେ ସଦାକାଳ ତାହାର ସେବା କରିବ।
nígbà náà ni olúwa rẹ̀ yóò mu wá sí iwájú ìdájọ́. Òun yóò sì mú un lọ sí ẹnu-ọ̀nà tàbí lọ sí ibi ọ̀wọ̀n, yóò sì fi ìlu lu etí rẹ̀, òun yóò sì máa sin olówó rẹ̀ títí ayé.
7 ଆଉ କେହି ଯଦି ଆପଣା କନ୍ୟାକୁ ଦାସୀ ରୂପେ ବିକ୍ରୟ କରେ, ତେବେ ସେ ଦାସମାନଙ୍କ ପରି ମୁକ୍ତ ହୋଇଯିବ ନାହିଁ।
“Bí ọkùnrin kan bá ta ọmọbìnrin rẹ̀ bí ìwẹ̀fà, ọmọbìnrin yìí kò ní gba òmìnira bí i ti ọmọkùnrin.
8 ତାହାର ପ୍ରଭୁ ତାହାକୁ ଆପଣା ପାଇଁ ନିରୂପଣ କଲେ ହେଁ, ଯଦି ତାହା ପ୍ରତି ଅସନ୍ତୁଷ୍ଟ ହୁଏ, ତେବେ ସେ ତାହାକୁ ମୁକ୍ତ ହେବାକୁ ଦେବ; ତାହା ପ୍ରତି ପ୍ରବଞ୍ଚନା କରିଥିବାରୁ ଅନ୍ୟ ଦେଶୀୟମାନଙ୍କ ନିକଟରେ ତାହାକୁ ବିକ୍ରୟ କରିବାର ଅଧିକାର ପାଇବ ନାହିଁ।
Bí òun kò bá sì tẹ́ olówó rẹ̀ lọ́rùn, ẹni tí ó fẹ́ ẹ fún ara rẹ̀, yóò jẹ́ kí wọn ó rà á padà, òun kò ní ẹ̀tọ́ láti tà á bí ẹrú fún àjèjì, nítorí pé òun ni kò ṣe ojúṣe rẹ̀ pẹ̀lú ìwẹ̀fà náà.
9 କିଅବା ଯଦି ସେହି ପ୍ରଭୁ ଆପଣା ପୁତ୍ର ନିମନ୍ତେ ତାହାକୁ ନିରୂପଣ କରିଥାଏ, ତେବେ ସେ ତାହା ପ୍ରତି କନ୍ୟା ବିଷୟକ ରୀତି ଅନୁସାରେ ବ୍ୟବହାର କରିବ।
Bí ó bá fẹ́ ẹ fún ọmọkùnrin rẹ̀, kò ní máa lò ó bí ìwẹ̀fà mọ́, ṣùgbọ́n yóò máa ṣe sí i gẹ́gẹ́ bí ọmọ rẹ̀ obìnrin.
10 ଯଦି ସେ ଅନ୍ୟ ସ୍ତ୍ରୀ ସହିତ ବିବାହ କରେ, ତେବେ ହେଁ ତାହାର ଅନ୍ନ ବସ୍ତ୍ର ଓ ବିବାହୋଚିତ କର୍ତ୍ତବ୍ୟରୁ ବଞ୍ଚିତ ହେବ ନାହିଁ।
Bí ó bá fẹ́ obìnrin mìíràn, kò gbọdọ̀ kùnà ojúṣe rẹ̀ nípa fífún un ní oúnjẹ àti aṣọ, bẹ́ẹ̀ ni kò gbọdọ̀ kùnà ojúṣe rẹ̀ gẹ́gẹ́ bí ọkọ sí aya.
11 ଯଦି ସେ ଏହି ତିନିର ତ୍ରୁଟି କରେ, ତେବେ ସେ ସ୍ତ୍ରୀ ବିନାମୂଲ୍ୟରେ ମୁକ୍ତ ହୋଇଯିବ।
Bí ó bá kùnà láti ṣe àwọn nǹkan mẹ́ta wọ̀nyí fún un, òun yóò lọ ní òmìnira láìsan owó kankan padà.
12 କେହି ଯଦି କୌଣସି ମନୁଷ୍ୟକୁ ଏପରି ପ୍ରହାର କରେ ଯେ ସେ ମରିଯାଏ, ତେବେ ଅବଶ୍ୟ ତାହାର ପ୍ରାଣଦଣ୍ଡ ହେବ।
“Ẹnikẹ́ni tí ó bá lu arákùnrin rẹ̀ pa, pípa ni a ó pa á.
13 ଯଦି କୌଣସି ମନୁଷ୍ୟ କାହାକୁ ମାରିବାକୁ ଚେଷ୍ଟା କରେ ନାହିଁ, ମାତ୍ର ପରମେଶ୍ୱରଙ୍କ ଇଚ୍ଛାରେ ତାହାର ହସ୍ତ ଦ୍ୱାରା ତାହାର ମୃତ୍ୟୁୁ ହୁଏ, ତେବେ ଯେଉଁ ସ୍ଥାନକୁ ସେ ପଳାଇ ପାରେ, ଏପରି ସ୍ଥାନ ଆମ୍ଭେ ତୁମ୍ଭ ପାଇଁ ନିରୂପଣ କରିବା।
Ṣùgbọ́n bí kò bá mọ̀ ọ́n mọ̀ pa á, tí ó bá jẹ́ àmúwá Ọlọ́run ni, òun yóò lọ sí ibi tí èmi yóò yàn fún un.
14 ମାତ୍ର ଯଦି କେହି ଛଳନା ପୂର୍ବକ ଆପଣା ପ୍ରତିବାସୀକୁ ବଧ କରିବାକୁ ଦୁଃସାହସ କରେ, ତେବେ ତୁମ୍ଭେ ତାହାର ପ୍ରାଣଦଣ୍ଡ କରିବା ନିମନ୍ତେ ଆମ୍ଭ ବେଦି ନିକଟରୁ ତାହାକୁ ନେଇଯିବ।
Ṣùgbọ́n tí ó bá mú arákùnrin rẹ̀, tí ó sì fi ẹ̀tàn pa á. Ẹ mú un kúrò ní iwájú pẹpẹ mi kí ẹ sì pa á.
15 ପୁଣି, ଯେକେହି ଆପଣା ପିତା କିମ୍ବା ମାତାକୁ ପ୍ରହାର କରେ, ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ।
“Ẹnikẹ́ni tí ó bá pa baba tàbí ìyá rẹ̀, pípa ni a ó pa á.
16 ଆଉ ଯେକେହି ମନୁଷ୍ୟକୁ ଚୋରି କରି ଯଦି ବିକ୍ରୟ କରେ, ଅବା ସେ ଯଦି ତାହାର ଅଧିକାରରେ ପ୍ରାପ୍ତ ହୁଏ, ତେବେ ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ।
“Ẹnikẹ́ni ti ó bá jí ènìyàn gbé, tí ó sì tà á tàbí tí ó fi pamọ́, pípa ni a ó pa á.
17 ଯେକେହି ଆପଣା ପିତା କିମ୍ବା ମାତାକୁ ଅଭିଶାପ ଦିଏ, ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ।
“Ẹnikẹ́ni tí ó bá ṣépè fún baba tàbí ìyá rẹ̀, pípa ni a ó pa á.
18 ଆଉ ଯଦି ଲୋକମାନେ ଏକଆରେକ ସହିତ ବିବାଦ କରୁ କରୁ ଏକ ଜଣ ଅନ୍ୟ ଜଣକୁ ପ୍ରସ୍ତରରେ ବା ମୁଷ୍ଟିରେ ଆଘାତ କଲେ, ସେ ଯଦି ନ ମରି ଶଯ୍ୟାଗତ ହୁଏ
“Bí àwọn ọkùnrin méjì bá ń jà, ti ọ̀kan sọ òkúta tàbí fi ìkùùkuu lu ẹnìkejì rẹ̀, tí ó sì pa á lára, ti irú ìpalára bẹ́ẹ̀ mu kí ó wà lórí ìdùbúlẹ̀ àìsàn.
19 ଓ ପଶ୍ଚାତ୍‍ ଉଠି ଯଷ୍ଟି ଧରି ବାହାରେ ବୁଲେ, ତେବେ ସେହି ପ୍ରହାରକ ନିର୍ଦ୍ଦୋଷ ହେବ; କେବଳ ତାହାକୁ ତାହାର କର୍ମ-କ୍ଷତିର ଓ ଚିକିତ୍ସାର ବ୍ୟୟ ଦେବାକୁ ପଡ଼ିବ।
Ẹni tó lu ẹnìkejì rẹ̀ kò ní ní ẹ̀bi, níwọ̀n ìgbà ti ẹni tí a lù bá ti lè dìde, tí ó sì lé è fi ọ̀pá ìtìlẹ̀ ní ọwọ́ rẹ̀ rìn káàkiri. Ẹni náà ni láti san owó ti ó fi tọ́jú ara rẹ̀ padà fún un, lẹ́yìn ìgbà tí ara rẹ̀ bá ti yá tan pátápátá.
20 ଆଉ ଯଦି କେହି ଆପଣା ଦାସ ବା ଦାସୀକୁ ଯଷ୍ଟି ଦ୍ୱାରା ପ୍ରହାର କଲେ, ସେ ଯଦି ତାହା ହସ୍ତରେ ମରେ, ତେବେ ସେ ଅବଶ୍ୟ ଦଣ୍ଡନୀୟ ହେବ।
“Bí ọkùnrin kan bá fi ọ̀pá lu ẹrúkùnrin tàbí ẹrúbìnrin rẹ̀, ti ẹrú náà sì kú lójú ẹsẹ̀, a ó fi ìyà jẹ ẹ́.
21 ମାତ୍ର ସେ ଯଦି ଏକ ବା ଦୁଇ ଦିନ ବଞ୍ଚେ, ତେବେ ସେ ଦଣ୍ଡନୀୟ ହେବ ନାହିଁ; କାରଣ ସେ ତାହାର ଧନ ସ୍ୱରୂପ।
Ṣùgbọ́n a kò ní fi ìyà jẹ ẹ́, ti ẹrú náà bá yè, tí ó dìde lẹ́yìn ọjọ́ kan tàbí méjì, nítorí ẹrú náà jẹ́ dúkìá rẹ̀.
22 ଆଉ ଯଦି ପୁରୁଷମାନେ ପରସ୍ପର ବିବାଦ କରୁ କରୁ କୌଣସି ଗର୍ଭବତୀ ସ୍ତ୍ରୀକୁ ପ୍ରହାର କରନ୍ତି ଯଦି ତାହାର ଗର୍ଭପାତ ହୁଏ, ମାତ୍ର ପଶ୍ଚାତ୍‍ ଆଉ କୌଣସି ଆପଦ ନ ଘଟେ, ତେବେ ସେହି ସ୍ତ୍ରୀର ସ୍ୱାମୀ ଯେରୂପ ଦାବି କରିବ, ତଦନୁସାରେ ତାହାର ଅବଶ୍ୟ ଅର୍ଥଦଣ୍ଡ ହେବ, ପୁଣି, ସେ ବିଚାରକର୍ତ୍ତାମାନଙ୍କ ନିର୍ଦ୍ଧାରଣାନୁସାରେ ତାହା ଦେବ।
“Bí àwọn ènìyàn ti ń jà bá pa aboyún lára, tí aboyún náà bá bímọ láìpé ọjọ́, ṣùgbọ́n tí kò sí aburú mìíràn mọ́ lẹ́yìn rẹ̀, ẹni tí ó fa ìpalára yìí yóò san iyekíye tí ọkọ aboyún náà bá béèrè fún, bí ilé ẹjọ́ bá ṣe gbà láààyè gẹ́gẹ́ bí owó ìtánràn.
23 ମାତ୍ର ଯଦି କୌଣସି ଆପଦ ଘଟେ, ତେବେ ତାହାର ପ୍ରାଣ ପରିଶୋଧରେ ପ୍ରାଣ,
Ṣùgbọ́n bí ìpalára náà bá yọrí sí ikú aboyún náà, pípa ni a ó pa ẹni ti ó fa ikú aboyún náà.
24 ଚକ୍ଷୁ ପରିଶୋଧରେ ଚକ୍ଷୁ, ଦନ୍ତ ପରିଶୋଧରେ ଦନ୍ତ, ହସ୍ତ ପରିଶୋଧରେ ହସ୍ତ, ଚରଣ ପରିଶୋଧରେ ଚରଣ,
Ojú fún ojú, eyín fún eyín, ọwọ́ fún ọwọ́, ẹsẹ̀ fún ẹsẹ̀,
25 ଦାହ ପରିଶୋଧରେ ଦାହ, କ୍ଷତ ପରିଶୋଧରେ କ୍ଷତ, ନୋଳା ପରିଶୋଧରେ ନୋଳା, ଦଣ୍ଡ ହେବ।
ìjóná fún ìjóná, ọgbẹ́ fún ọgbẹ́, ìnà fún ìnà.
26 ଆଉ ଯଦି କେହି ଆପଣା ଦାସ କି ଦାସୀର ଚକ୍ଷୁରେ ଆଘାତ କଲେ ଯଦି ତାହା ନଷ୍ଟ ହୁଏ, ତେବେ ସେ ତାହାର ଚକ୍ଷୁ ସକାଶେ ତାହାକୁ ମୁକ୍ତ କରିଦେବ।
“Bí ọkùnrin kan bá lu ẹrúkùnrin tàbí ẹrúbìnrin rẹ̀ ní ojú, ti ojú náà sì fọ́, ó ni láti jẹ́ kí ẹrú náà lọ ní òmìnira fún ìtánràn ojú rẹ̀ ti ó fọ́.
27 ପୁଣି, ଆଘାତ ଦ୍ୱାରା ଆପଣା ଦାସ କି ଦାସୀର ଦନ୍ତ ଭଗ୍ନ କଲେ, ସେ ସେହି ଦନ୍ତ ସକାଶେ ତାହାକୁ ମୁକ୍ତ କରିଦେବ।
Bí ó bá sì lu ẹrúkùnrin tàbí ẹrúbìnrin rẹ̀ ti eyín rẹ̀ fi ká, ó ni láti jẹ́ kí ó lọ ní òmìnira ni ìtánràn fún eyín rẹ̀ tí ó ká.
28 ଆଉ, ଗୋରୁ କୌଣସି ପୁରୁଷ କିମ୍ବା ସ୍ତ୍ରୀକୁ ବିନ୍ଧିଲେ ଯଦି ସେ ମରେ, ତେବେ ସେହି ଗୋରୁ ପ୍ରସ୍ତର ଦ୍ୱାରା ହତ ହେବ, ପୁଣି, ତାହାର ମାଂସ ଅଖାଦ୍ୟ ହେବ; ମାତ୍ର ଗୋରୁର ସ୍ୱାମୀ ଦଣ୍ଡଯୋଗ୍ୟ ହେବ ନାହିଁ।
“Bí akọ màlúù bá kan ọkùnrin tàbí obìnrin kan pa, a ó sọ akọ màlúù náà ní òkúta pa, a kò sì gbọdọ̀ jẹ ẹran rẹ̀. Ṣùgbọ́n a kò ní dá ẹni tí ó ni akọ màlúù náà lẹ́bi, ọrùn oní akọ màlúù náà yóò sì mọ́.
29 ମାତ୍ର ସେହି ଗୋରୁ ପୂର୍ବେ ବିନ୍ଧୁଥାଏ, ଏଥିର ପ୍ରମାଣ ତାହାର ସ୍ୱାମୀକୁ ଦିଆଗଲେ ହେଁ ତାକୁ ନ ବାନ୍ଧିବା ସକାଶୁ ତାହା ଯଦି କୌଣସି ପୁରୁଷ କିମ୍ବା ସ୍ତ୍ରୀକୁ ବଧ କରେ, ତେବେ ସେହି ଗୋରୁ ପ୍ରସ୍ତର ଦ୍ୱାରା ହତ ହେବ; ପୁଣି, ତାହାର ସ୍ୱାମୀର ମଧ୍ୟ ପ୍ରାଣଦଣ୍ଡ ହେବ।
Ṣùgbọ́n tí ó bá ti di ìgbà gbogbo ti akọ màlúù náà ti máa ń kan ènìyàn, tí a sì ti ń kìlọ̀ fún olówó rẹ̀, ti olówó rẹ̀ kò sì mú un so, tí ó bá kan ọkùnrin tàbí obìnrin pa, a ó sọ akọ màlúù náà ní òkúta pa, a ó sì pa olówó rẹ̀ pẹ̀lú.
30 ଯଦ୍ୟପି ତାହାର (ପ୍ରାଣ) ନିମନ୍ତେ ପ୍ରାୟଶ୍ଚିତ୍ତ ନିରୂପିତ ହୁଏ, ତେବେ ସେ ପ୍ରାଣମୁକ୍ତି ନିମନ୍ତେ ସମୁଦାୟ ନିରୂପିତ ମୂଲ୍ୟ ଦେବ।
Bí àwọn ará ilé ẹni tí ó kú bá béèrè fún owó ìtánràn, yóò san iye owó tí wọ́n bá ní kí ó san fún owó ìtánràn láti fi ra ẹ̀mí ara rẹ̀ padà.
31 ଗୋରୁ ପୁତ୍ରକୁ କି କନ୍ୟାକୁ ବିନ୍ଧିଲେ, ଏହି ଶାସନାନୁସାରେ ଦଣ୍ଡିତ ହେବ।
Bí akọ màlúù bá kan ọmọkùnrin tàbí ọmọbìnrin pa, a ó ṣe gẹ́gẹ́ bí òfin yìí ti là á kalẹ̀.
32 କାହାର ଗୋରୁ ଯଦି କାହାର ଦାସ କିମ୍ବା ଦାସୀକୁ ବିନ୍ଧେ, ତେବେ ସେ ତାହାର ପ୍ରଭୁଙ୍କୁ ତିରିଶ ଶେକଲ ରୂପା ଦେବ; ଆଉ ଗୋରୁ ପ୍ରସ୍ତର ଦ୍ୱାରା ହତ ହେବ।
Bí akọ màlúù bá kan ẹrúkùnrin tàbí ẹrúbìnrin pa, olówó rẹ̀ yóò san ọgbọ̀n ṣékélì fàdákà fún ẹni tó ni ẹrú, a ó sì sọ akọ màlúù náà ni òkúta pa.
33 ଆଉ କେହି ଯଦି କୌଣସି କୂପ ଅନାବୃତ କରେ, କିଅବା କୂପ ଖୋଳି ତାହା ଆବୃତ ନ କରେ, ତେବେ ତହିଁ ଭିତରେ କୌଣସି ଗୋରୁ କି ଗଧ ପଡ଼ିଲେ,
“Bí ọkùnrin kan bá ṣí kòtò sílẹ̀ láìbò tàbí kí ó gbẹ́ kòtò sílẹ̀ láìbò, tí màlúù tàbí kẹ́tẹ́kẹ́tẹ́ bá ṣe bẹ́ẹ̀ bọ́ sínú kòtò náà.
34 ସେହି କୂପର କର୍ତ୍ତା ତହିଁର ପରିଶୋଧ କରିବ; ସେ ସେମାନଙ୍କ ସ୍ୱାମୀକୁ ରୂପା ମୂଲ୍ୟ ଦେବ, ମାତ୍ର ମୃତ ପଶୁ ତାହାର ହେବ।
Ẹni tí ó ni kòtò yóò san owó àdánù yìí fún ẹni tí ó ni ẹran. Òkú ẹran náà yóò sì di tirẹ̀.
35 ଆଉ ଏକ ଜଣର ଗୋରୁ ଅନ୍ୟ ଜଣର ଗୋରୁକୁ ବିନ୍ଧିଲେ ସେହି ଗୋରୁ ଯଦି ମରିଯାଏ, ତେବେ ସେମାନେ ଜୀବିତ ଗୋରୁକୁ ବିକ୍ରୟ କରି ତହିଁର ମୂଲ୍ୟ ଦୁଇ ଭାଗ କରିବେ; ପୁଣି, ମୃତ ଗୋରୁକୁ ମଧ୍ୟ ଦୁଇ ଭାଗ କରି ନେବେ।
“Bí akọ màlúù ọkùnrin kan bá pa akọ màlúù ẹlòmíràn lára tí ó sì kú, wọn yóò ta akọ màlúù tó wà láààyè, wọn yóò sì pín owó èyí tiwọn tà àti ẹran èyí tí ó kú dọ́gbadọ́gba.
36 ମାତ୍ର ଗୋରୁ ପୂର୍ବେ ବିନ୍ଧୁଥିବାର ଜାଣି ଯଦି ତାʼର ସ୍ୱାମୀ ତାକୁ ସାବଧାନରେ ରଖି ନ ଥାଏ, ତେବେ ସେ ଗୋରୁ ପରିଶୋଧରେ ଗୋରୁ ଅବଶ୍ୟ ଦେବ, ମାତ୍ର ମୃତ ଗୋରୁ ତାହାର ନିଜର ହେବ।
Ṣùgbọ́n tí ó bá ti di ìgbà gbogbo tí akọ màlúù náà máa ń kan òmíràn, tí olówó rẹ̀ kò sì mú un so, olówó rẹ̀ yóò san ẹran dípò ẹran. Ẹran tí ó kú yóò sì jẹ́ tirẹ̀.

< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 21 >