< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 18 >

1 ଏଥିଉତ୍ତାରେ ପରମେଶ୍ୱର ମୋଶାଙ୍କ ନିମନ୍ତେ ଓ ଆପଣା ଲୋକ ଇସ୍ରାଏଲ ନିମନ୍ତେ ଯେଉଁ ଯେଉଁ କର୍ମ କରିଅଛନ୍ତି, ବିଶେଷରେ ସଦାପ୍ରଭୁ ଇସ୍ରାଏଲ ବଂଶକୁ ମିସରଠାରୁ କିପରି ବାହାର କରି ଆଣିଅଛନ୍ତି, ଏହିସବୁ କଥା ମୋଶାଙ୍କର ଶ୍ୱଶୁର ମିଦୀୟନୀୟ ଯାଜକ ଯିଥ୍ରୋ ଶୁଣିବାକୁ ପାଇଲେ।
Yethro, kuhani wa Midiani, baba mkwe wake Musa, alisikia yote Mungu aliyo fanya kwa Musa na kwa Israeli watu wake. Alisikia Yahweh ametoa Israeli kutoka Misri.
2 ତହିଁରେ ମୋଶାଙ୍କର ଶ୍ୱଶୁର ସେହି ଯିଥ୍ରୋ ଆପଣା ଗୃହକୁ ପ୍ରେରିତା ମୋଶାଙ୍କର ଭାର୍ଯ୍ୟା ସିପ୍ପୋରାକୁ ଓ ତାହାର ଦୁଇ ପୁତ୍ରଙ୍କୁ ସଙ୍ଗରେ ନେଲେ।
Yethro, baba mkwe wake Musa, akamchukuwa Zipora, mke wa Musa, baada ya kumpeleka nyumbani,
3 ସେହି ଦୁଇ ପୁତ୍ର ମଧ୍ୟରେ ଜଣକର ନାମ ଗେର୍ଶୋମ, କାରଣ ସେ କହିଥିଲେ, “ମୁଁ ପରଦେଶରେ ପ୍ରବାସୀ ହେଲି।”
na wana wake wawili; jina mmoja lilikuwa Gershomu, kwa kuwa Musa alisema, “Nimekuwa mgeni katika nchi ya kigeni.”
4 ପୁଣି, ଅନ୍ୟର ନାମ ଇଲୀୟେଜର, କାରଣ ସେ କହିଥିଲେ, “ମୋʼ ପିତାଙ୍କ ପରମେଶ୍ୱର ମୋହର ଉପକାରୀ ହୋଇ ଫାରୋଙ୍କର ଖଡ୍ଗରୁ ମୋତେ ଉଦ୍ଧାର କଲେ।”
Jina la mwingine lilikuwa Eliezeri, kwa kuwa Musa alisema, “Mungu wa babu yangu alikuwa msaada wangu. Aliniokoa na mkono wa Farao.”
5 ଏଥିଉତ୍ତାରେ ମୋଶାଙ୍କର ଶ୍ୱଶୁର ଯିଥ୍ରୋ, ମୋଶାଙ୍କର ସେହି ଦୁଇ ପୁତ୍ର ଓ ଭାର୍ଯ୍ୟାକୁ ସଙ୍ଗରେ ଘେନି ପ୍ରାନ୍ତରରେ ମୋଶାଙ୍କ ନିକଟକୁ, ଅର୍ଥାତ୍‍, ପରମେଶ୍ୱରଙ୍କ ପର୍ବତର ଯେଉଁ ସ୍ଥାନରେ ସେ ଛାଉଣି ସ୍ଥାପନ କରିଥିଲେ, ସେହି ସ୍ଥାନକୁ ଆସିଲେ।
Yethro, baba mkwe wake Musa, alikuja na watoto wake Musa na mke wake Musa nyikani alipo eka kambi katika mlima wa Mungu.
6 ପୁଣି, ସେ ମୋଶାଙ୍କୁ ଜଣାଇଲେ, “ତୁମ୍ଭର ଶ୍ୱଶୁର ଯିଥ୍ରୋ, ମୁଁ ଓ ତୁମ୍ଭର ଭାର୍ଯ୍ୟା, ତାହା ସହିତ ତୁମ୍ଭର ଦୁଇ ପୁତ୍ର, ଆମ୍ଭେ ସମସ୍ତେ ତୁମ୍ଭ ନିକଟକୁ ଆସିଅଛୁ।”
Alimwambia Musa, “Mimi, baba mkwe wako Yethro, nina kuja kwako na mke wako na wanao wawili.”
7 ସେତେବେଳେ ମୋଶା ଆପଣା ଶ୍ୱଶୁର ସହିତ ସାକ୍ଷାତ କରିବାକୁ ବାହାରକୁ ଯାଇ ତାଙ୍କୁ ପ୍ରଣାମ ଓ ଚୁମ୍ବନ କଲେ; ପୁଣି, ପରସ୍ପର ମଙ୍ଗଳ ବାର୍ତ୍ତା ପଚାରିଲା ଉତ୍ତାରେ ସେମାନେ ତମ୍ବୁରେ ପ୍ରବେଶ କଲେ।
Musa alitoka kwenda kukutana na baba mkwe wake, akamwinamia, na kumbusu. Wakajuliana hali na wakaingia ndani ya hema.
8 ଏଥିଉତ୍ତାରେ ସଦାପ୍ରଭୁ ଇସ୍ରାଏଲ ନିମନ୍ତେ ଫାରୋଙ୍କ ପ୍ରତି ଓ ମିସରୀୟମାନଙ୍କ ପ୍ରତି ଯାହା ଯାହା କରିଅଛନ୍ତି, ପଥରେ ସେମାନଙ୍କ ପ୍ରତି ଯେସବୁ କ୍ଳେଶ ଘଟିଅଛି ଓ ସଦାପ୍ରଭୁ ଯେପ୍ରକାରେ ସେମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହିସବୁ ବୃତ୍ତାନ୍ତ ମୋଶା ଆପଣା ଶ୍ୱଶୁରଙ୍କୁ ଜଣାଇଲେ।
Musa akamwambia baba mkwe wake yale yote Yahweh aliyo ya fanya kwa Farao na Wamisri kwa ajili ya Waisraeli, magumu yote yaliyo watoke njianim na jinsi Yahweh alivyo waokoa.
9 ତହିଁରେ ସଦାପ୍ରଭୁ ମିସରୀୟମାନଙ୍କ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କରି ଯେସବୁ ମଙ୍ଗଳ ପ୍ରଦାନ କରିଅଛନ୍ତି, ତହିଁ ନିମନ୍ତେ ଯିଥ୍ରୋ ଅତି ଆହ୍ଲାଦିତ ହେଲେ।
Yethro akafurahia yale mema yote Yahweh aliyo watendea Israeli, kwa hilo amewaokoa na mkono wa Wamisri.
10 ପୁଣି, ଯିଥ୍ରୋ କହିଲେ, “ଯେଉଁ ସଦାପ୍ରଭୁ ମିସରୀୟମାନଙ୍କର ଓ ଫାରୋଙ୍କର ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି, ଆଉ ମିସରୀୟମାନଙ୍କ ଅଧୀନତାରୁ ଲୋକମାନଙ୍କୁ ଉଦ୍ଧାର କରିଅଛନ୍ତି, ସେ ଧନ୍ୟ।
Yethro akasema, “Yahweh atukuzwe, kwa kuwa amekuokoa na mkono wa Wamisri na mkono wa Faraom na kuwatoa watu kwenye mkono wa Wamisri.
11 ସଦାପ୍ରଭୁ ସମସ୍ତ ଦେବଗଣଠାରୁ ଅଧିକ ମହାନ, ଏହା ମୁଁ ଏବେ ଜାଣିଲି। ହଁ, ସେମାନେ ଯେଉଁ ବିଷୟରେ ସେମାନଙ୍କ ବିରୁଦ୍ଧରେ ଗର୍ବ କରିଥିଲେ, (ସେହି ବିଷୟରେ ସେ ମହାନ।”)
Sasa najua Yahweh ni mkuu kuliko miungu yote, kwasababu Wamisri walipo watenda Waisraeli kwa kiburi, Mungu aliwaokoa watu wake.”
12 ଏଥିଉତ୍ତାରେ ମୋଶାଙ୍କ ଶ୍ୱଶୁର ଯିଥ୍ରୋ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମ ଓ ନୈବେଦ୍ୟ ଉତ୍ସର୍ଗ କଲେ; ପୁଣି, ହାରୋଣ ଓ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଆସି ପରମେଶ୍ୱରଙ୍କ ସମ୍ମୁଖରେ ମୋଶାଙ୍କ ଶ୍ୱଶୁର ସଙ୍ଗରେ ଭୋଜନ କଲେ।
Yethro, baba mkwe wake Musa, akaleta sadaka ya kuteketeza na dhabihu kwa Mungu. Aruni na wazee wote wa Israeli wakaja kula chakula mbele za Yahweh na baba mkwe wake Musa.
13 ତହିଁ ଆରଦିନ ମୋଶା ଲୋକମାନଙ୍କର ବିଚାର କରିବାକୁ ବସନ୍ତେ, ଲୋକମାନେ ପ୍ରଭାତଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ ସମ୍ମୁଖରେ ଠିଆ ହୋଇ ରହିଲେ।
Siku iliyofuata Musa aliketi kuwa hukumu watu. Watu walisimama kumzunguka Musa kwanzia asubui hadi jioni.
14 ସେତେବେଳେ ମୋଶା ଲୋକମାନଙ୍କ ବିଷୟରେ ଯାହା ଯାହା କଲେ, ତାଙ୍କର ଶ୍ୱଶୁର ତାହା ଦେଖି କହିଲେ, “ତୁମ୍ଭେ ଲୋକମାନଙ୍କ ପ୍ରତି ଏ କିରୂପ ବ୍ୟବହାର କରୁଅଛ? ତୁମ୍ଭେ କାହିଁକି ଏକାକୀ ବସ ଓ ସମସ୍ତ ଲୋକ ପ୍ରଭାତଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ତୁମ୍ଭ ଚାରିଆଡ଼େ କାହିଁକି ଠିଆ ହୋଇ ରହନ୍ତି?”
Baba mkwe wake Musa alipo ona yale yote aliyo yafanya kwa watu, alisema, “Ni nini unachofanya na watu? Kwanini unaketi peke yako na watu wote wamesimama kukuzunguka asubui hadi jioni?”
15 ତହିଁରେ ମୋଶା ଆପଣା ଶ୍ୱଶୁରଙ୍କୁ କହିଲେ, “ଲୋକମାନେ ପରମେଶ୍ୱରଙ୍କ ବିଚାର ବୁଝିବା ପାଇଁ ମୋʼ ପାଖକୁ ଆସନ୍ତି
Musa akamwambia baba mkwe wake, “Watu wanakuja kuniuliza muongozo wa Mungu.
16 ଓ ସେମାନଙ୍କର କୌଣସି ବିବାଦ ହେଲେ, ମୋʼ ପାଖକୁ ଆସନ୍ତି; ତହିଁରେ ମୁଁ ବାଦୀ ଓ ପ୍ରତିବାଦୀ ମଧ୍ୟରେ ବିଚାର କରେ, ପୁଣି, ପରମେଶ୍ୱରଙ୍କ ବିଧି ଓ ବ୍ୟବସ୍ଥାସବୁ ସେମାନଙ୍କୁ ଜ୍ଞାତ କରାଏ।”
Wanapo kuwa na malumbano, wanakuja kwangu. Ninaamua kati ya mtu mmoja na mwingine, na nina wafundisha maagizo na sheria.”
17 ଏଥିଉତ୍ତାରେ ମୋଶାଙ୍କର ଶ୍ୱଶୁର କହିଲେ, “ତୁମ୍ଭର ଏହି କର୍ମ ଭଲ ନୁହେଁ।
Baba mkwe wake Musa alimwambia, “Unachofanya sicho kizuri sana.
18 ତୁମ୍ଭେ ଓ ତୁମ୍ଭ ସଙ୍ଗୀ ଏହି ଲୋକମାନେ ଦୁହେଁ ନିଶ୍ଚୟ କ୍ଷୀଣ ହୋଇଯିବ; କାରଣ ଏ କାର୍ଯ୍ୟ ତୁମ୍ଭ ନିମନ୍ତେ ଅତି ଭାରୀ; ତୁମ୍ଭେ ଏକାକୀ ଏହା ସାଧନ କରି ନ ପାର।
Hakika utajichosha, wewe na watu waliyopo na wewe. Huu mzigo ni mzito sana kwako. Hauwezi kufanya peke yako.
19 ଏହେତୁ ମୋʼ କଥାରେ ମନୋଯୋଗ କର, ମୁଁ ତୁମ୍ଭଙ୍କୁ ପରାମର୍ଶ ଦେବି, ପୁଣି, ପରମେଶ୍ୱର ତୁମ୍ଭର ସହବର୍ତ୍ତୀ ହେଉନ୍ତୁ; ପରମେଶ୍ୱରଙ୍କ ଛାମୁରେ ତୁମ୍ଭେ ଲୋକମାନଙ୍କ ପକ୍ଷ ହୋଇ ସେମାନଙ୍କ କଥା ପରମେଶ୍ୱରଙ୍କ ନିକଟରେ ଜଣାଅ।
Nisikilize. Nitakupa ushauri, na Mungu ata kuwa na wewe, kwasababu wewe nimwakilishi wa watu kwa Mungu, na una leta malumbano yao kwake.
20 ପୁଣି, ତୁମ୍ଭେ ସେମାନଙ୍କୁ ବିଧି ଓ ବ୍ୟବସ୍ଥାର ଉପଦେଶ ଦିଅ ଓ ସେମାନଙ୍କର ଗନ୍ତବ୍ୟ ପଥ ଓ କର୍ତ୍ତବ୍ୟ କର୍ମ ଦେଖାଅ।
Lazima uwafundishe maagizo yake na sheria. Lazima uwafundishe njia yakutembea na kazi ya kufanya.
21 ଆହୁରି, ତୁମ୍ଭେ ଏହି ଲୋକମାନଙ୍କ ମଧ୍ୟରୁ କର୍ମକ୍ଷମ, ଅର୍ଥାତ୍‍, ପରମେଶ୍ୱରଙ୍କ ପ୍ରତି ଭୟକାରୀ, ସତ୍ୟବାଦୀ ଓ ଅନ୍ୟାୟ ଲାଭ ଘୃଣାକାରୀ ଲୋକଙ୍କୁ ମନୋନୀତ କର; ପୁଣି, ସେମାନଙ୍କୁ ଲୋକମାନଙ୍କ ଉପରେ ସହସ୍ରପତି, ଶତପତି, ପଚାଶପତି ଓ ଦଶପତି ରୂପେ ନିଯୁକ୍ତ କର।
Mbali zaidi, lazima uchague wanaume wenye uwezo kutoka watu wote, wanaume wanao muheshimu Mungu, wanaume wa kweli wanao chukuia mapato ya ufisadi. Lazima uwaeke juu ya watu, kuwa viongozi wa maelfu, mamia, hamsini, na makumi.
22 ସେମାନେ ସର୍ବଦା ଲୋକମାନଙ୍କର ବିଚାର କରନ୍ତୁ, ପୁଣି, କୌଣସି ବଡ଼ କଥା ହେଲେ ତୁମ୍ଭ ନିକଟକୁ ଆଣିବେ, ମାତ୍ର କ୍ଷୁଦ୍ର କଥାସବୁ ସେମାନେ ଆପେ ବିଚାର କରିବେ, ତାହାହେଲେ ତୁମ୍ଭ ନିଜ କର୍ମ ଉଶ୍ୱାସ ହେବ, ପୁଣି, ସେମାନେ ତୁମ୍ଭ ସହିତ ଭାର ବହିବେ।
Watawa hukumu watu na kesi za kawaida, lakini kesi ngumu wataleta kwako. Kwa kesi ndogo, wanaweza kuhukumu wenyewe. Kwa hivyo itakuwa rahisi kwako, na watabeba mzigo na wewe.
23 ଯଦି ତୁମ୍ଭେ ଏହିପରି କରିବ, ପୁଣି, ପରମେଶ୍ୱର ଏପରି କରିବା ପାଇଁ ଆଜ୍ଞା ଦେବେ, ତେବେ ତୁମ୍ଭେ ସହ୍ୟ କରି ପାରିବ? ଆଉ ଏହିସବୁ ଲୋକମାନେ କୁଶଳରେ ସ୍ୱ ସ୍ଥାନକୁ ଯିବେ।”
Ukifanya hivi, na kama Mungu akikuamuru kufanya al kadhalika, basi utaweza kuvumilia, na watu wote watarudi nyumbani wameridhika.”
24 ଏଥିଉତ୍ତାରେ ମୋଶା ଆପଣା ଶ୍ୱଶୁରଙ୍କ କଥାରେ ମନୋଯୋଗ କରି ତାଙ୍କର ବାକ୍ୟାନୁସାରେ ସବୁ କର୍ମ କଲେ।
Hivyo Musa akasikiliza maneno ya baba mkwe wake na akafanya yale yote aliyo yasema.
25 ପୁଣି, ମୋଶା ସମଗ୍ର ଇସ୍ରାଏଲ ମଧ୍ୟରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ, ଅର୍ଥାତ୍‍, ସହସ୍ରପତି, ଶତପତି, ପଚାଶପତି ଓ ଦଶପତି ରୂପେ ନିଯୁକ୍ତ କଲେ।
Musa alichagua wanaume wenye uwezo kutoka Israeli na kuwa fanya vichwa juu ya watu, viongozi wahusika wa maelfu, mamia, hamsini, na makumi.
26 ତହୁଁ ସେମାନେ ସବୁ ସମୟରେ ଲୋକମାନଙ୍କର ବିଚାର କଲେ; କଠିନ ବିଚାରସବୁ ମୋଶାଙ୍କ ପାଖକୁ ଆଣିଲେ; ମାତ୍ର କ୍ଷୁଦ୍ର କ୍ଷୁଦ୍ର କଥାସବୁ ଆପେ ଆପେ ବିଚାର କଲେ।
Waliwa hukumu watu katika hali za kawaida. Kesi ngumu walimletea Musa, lakini wao wenyewe wali hukumu kesi ndogo.
27 ଏଥିଉତ୍ତାରେ ମୋଶା ଆପଣା ଶ୍ୱଶୁରଙ୍କୁ ବିଦାୟ କରନ୍ତେ, ସେ ସ୍ୱଦେଶକୁ ପ୍ରସ୍ଥାନ କଲେ।
Kisha Musa akamwacha baba mkwe wake kuondoka, na Yethro akarudi kwenye nchi yake.

< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 18 >