< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 16 >

1 ଏଥିଉତ୍ତାରେ ସେମାନେ ଏଲୀମଠାରୁ ଯାତ୍ରା କଲେ, ଆଉ ମିସର ଦେଶରୁ ପ୍ରସ୍ଥାନ କଲା ଉତ୍ତାରେ ଦ୍ୱିତୀୟ ମାସର ପଞ୍ଚଦଶ ଦିନରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ଏଲୀମ ଓ ସୀନୟର ମଧ୍ୟବର୍ତ୍ତୀ ସୀନ୍‍ ପ୍ରାନ୍ତରରେ ଉପସ୍ଥିତ ହେଲେ।
Ìjọ àwọn ọmọ Israẹli mú ọ̀nà wọn pọ̀n kúrò ni Elimu, wọ́n dé sí ijù Sini tí ó wà láàrín Elimu àti Sinai, ni ọjọ́ kẹ́ẹ̀dógún oṣù kejì tí wọ́n jáde kúrò ni ilẹ̀ Ejibiti.
2 ସେତେବେଳେ ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ମଣ୍ଡଳୀ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ପ୍ରାନ୍ତରରେ ବଚସା କଲେ।
Gbogbo ìjọ àwọn ọmọ Israẹli sì ń kùn sí Mose àti Aaroni ní ijù náà.
3 ପୁଣି, ଇସ୍ରାଏଲ-ସନ୍ତାନଗଣ ସେମାନଙ୍କୁ କହିଲେ, “ହାୟ, ହାୟ, ଆମ୍ଭେମାନେ ଯେତେବେଳେ ମାଂସ ହାଣ୍ଡି ପାଖରେ ବସି ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଭୋଜନ କରୁଥିଲୁ, ସେତେବେଳେ ଯଦି ଆମ୍ଭେମାନେ ମିସର ଦେଶରେ ସଦାପ୍ରଭୁଙ୍କ ହସ୍ତରେ ମରିଥାʼନ୍ତୁ। ତୁମ୍ଭେମାନେ ଏହି ସମସ୍ତ ମଣ୍ଡଳୀକୁ କ୍ଷୁଧାରେ ମାରିବା ପାଇଁ ଆମ୍ଭମାନଙ୍କୁ ବାହାର କରି ଏହି ପ୍ରାନ୍ତରକୁ ଆଣିଅଛ।”
Àwọn ọmọ Israẹli wí fún wọn pé, “Àwa ìbá ti ọwọ́ Olúwa kú ni Ejibiti! Níbi tí àwa ti jókòó ti ìkòkò ẹran ti a sì ń jẹ ohun gbogbo tí a fẹ́ ni àjẹyó, ṣùgbọ́n ẹ̀yin mú wa wá sí inú ijù yìí láti fi ebi pa wá tí a ó fi kú.”
4 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ଆକାଶରୁ ଖାଦ୍ୟଦ୍ରବ୍ୟ ବୃଷ୍ଟି କରିବା; ପୁଣି, ଲୋକମାନେ ବାହାରକୁ ଯାଇ ପ୍ରତିଦିନ ଦିନର ନିରୂପିତ ପରିମାଣାନୁସାରେ ଖାଦ୍ୟ ସଂଗ୍ରହ କରିବେ; ତହିଁରେ ସେମାନେ ଆମ୍ଭର ବ୍ୟବସ୍ଥାନୁସାରେ ଚାଲିବେ କି ନାହିଁ, ଆମ୍ଭେ ସେମାନଙ୍କର ଏହି ପରୀକ୍ଷା ନେବା।
Nígbà náà ni Olúwa sọ fún Mose pé, “Èmi yóò rọ òjò oúnjẹ láti ọ̀run wá fún yín. Àwọn ènìyàn yóò sì máa jáde lọ ni ọjọ́ kọ̀ọ̀kan láti kó ìwọ̀nba oúnjẹ ti ó tó fún oúnjẹ òòjọ́ wọn. Ní ọ̀nà yìí ni, èmi yóò fi dán wọn wò láti mọ bóyá wọn yóò máa tẹ̀lé ìlànà mi.
5 ଷଷ୍ଠ ଦିନରେ ସେମାନେ ଯାହା ଆଣିବେ, ତାହା ରାନ୍ଧିଲେ ଦିନକୁ ଦିନ ଯାହା ସଂଗ୍ରହ କରନ୍ତି, ତାହା ଦୁଇଗୁଣ ହେବ।”
Ní ọjọ́ kẹfà, ki wọn kó ìlọ́po méjì èyí tiwọn ń ko ni ojoojúmọ́ tẹ́lẹ̀.”
6 ଏଥିଉତ୍ତାରେ ମୋଶା ଓ ହାରୋଣ ଇସ୍ରାଏଲ-ସନ୍ତାନଗଣକୁ କହିଲେ, “ସଦାପ୍ରଭୁ ଯେ ତୁମ୍ଭମାନଙ୍କୁ ମିସରଠାରୁ ବାହାର କରି ଆଣିଅଛନ୍ତି, ଏହା ତୁମ୍ଭେମାନେ ସନ୍ଧ୍ୟାକାଳରେ ଜାଣିବ।
Mose àti Aaroni sọ fún gbogbo àwọn ọmọ Israẹli pé, “Ní ìrọ̀lẹ́, ẹ̀yin yóò mọ̀ pé Olúwa ni ó mú un yín jáde láti Ejibiti wá.
7 ପୁଣି, ପ୍ରାତଃକାଳରେ ସଦାପ୍ରଭୁଙ୍କର ମହିମା ଦେଖିବ; ଯେହେତୁ ସଦାପ୍ରଭୁଙ୍କ ବିରୁଦ୍ଧରେ ତୁମ୍ଭମାନଙ୍କ ବଚସା ସେ ଶୁଣନ୍ତି; ଆମ୍ଭେମାନେ କିଏ ଯେ, ତୁମ୍ଭେମାନେ ଆମ୍ଭମାନଙ୍କ ବିରୁଦ୍ଧରେ ବଚସା କର?”
Ní òwúrọ̀, ẹ̀yin yóò ri ògo Olúwa, nítorí òun ti gbọ́ kíkùn tí ẹ kùn sí i. Ta ni àwa ti ẹ̀yin yóò máa kùn sí wa?”
8 ଆହୁରି ମୋଶା କହିଲେ, “ସଦାପ୍ରଭୁ ସନ୍ଧ୍ୟାକାଳରେ ଭୋଜନ ନିମନ୍ତେ ତୁମ୍ଭମାନଙ୍କୁ ମାଂସ ଦେବେ ଓ ପ୍ରାତଃକାଳରେ ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଦେବେ; କାରଣ ସଦାପ୍ରଭୁଙ୍କ ବିରୁଦ୍ଧରେ କରିଥିବା ତୁମ୍ଭମାନଙ୍କର ବଚସା ସେ ଶୁଣନ୍ତି। ଆମ୍ଭେମାନେ କିଏ? ତୁମ୍ଭମାନଙ୍କର ବଚସା ଆମ୍ଭମାନଙ୍କ ବିରୁଦ୍ଧରେ ନୁହେଁ ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧରେ ହୁଏ।”
Mose tún wí pé, “Ẹ̀yin yóò mọ pé Olúwa ni, nígbà ti ó bá fún un yín ni ẹran ni ìrọ̀lẹ́ àti gbogbo oúnjẹ ti ẹ̀yin ń fẹ́ ni òwúrọ̀, nítorí kíkùn ti ẹ̀yin ń kùn sí i. Ta ni àwa? Ẹ̀yin kò kùn sí àwa, Olúwa ni ẹ̀yin kùn sí i.”
9 ଆଉ ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀକୁ କୁହ, ‘ତୁମ୍ଭେମାନେ ସଦାପ୍ରଭୁଙ୍କ ଛାମୁକୁ ଆସ, ସେ ତୁମ୍ଭମାନଙ୍କର ବଚସା ଶୁଣିଅଛନ୍ତି।’”
Nígbà náà ni Mose sọ fún Aaroni pe, “Sọ fún gbogbo ìjọ àwọn ọmọ Israẹli pe, ‘Ẹ wá sí iwájú Olúwa, nítorí òun ti gbọ́ kíkùn yín.’”
10 ତହିଁରେ ହାରୋଣ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀକୁ ଏହା କହିବା ସମୟରେ ସେମାନେ ପ୍ରାନ୍ତର ଆଡ଼େ ଅନାନ୍ତେ, ଦେଖ, ମେଘସ୍ତମ୍ଭ ମଧ୍ୟରେ ସଦାପ୍ରଭୁଙ୍କର ପ୍ରତାପ ଦେଖାଗଲା।
Ó sì ṣe bí Aaroni ti ń bá gbogbo ìjọ àwọn ọmọ Israẹli sọ̀rọ̀, wọn si bojú wo ìhà ijù, sì kíyèsi ògo Olúwa si farahàn ni àwọsánmọ̀.
11 ପୁଣି, ସଦାପ୍ରଭୁ ମୋଶାଙ୍କୁ କହିଲେ,
Olúwa sọ fún Mose pé,
12 “ଆମ୍ଭେ ଇସ୍ରାଏଲ-ସନ୍ତାନଗଣର ବଚସା ଶୁଣିଅଛୁ; ତୁମ୍ଭେ ସେମାନଙ୍କୁ କୁହ, ‘ତୁମ୍ଭେମାନେ ସନ୍ଧ୍ୟା ସମୟରେ ମାଂସ ଭୋଜନ କରିବ ଓ ପ୍ରଭାତରେ ଅନ୍ନରେ ପରିତୃପ୍ତ ହେବ; ତହିଁରେ ଆମ୍ଭେ ଯେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟୁ, ତାହା ତୁମ୍ଭେମାନେ ଜାଣିବ।’”
“Èmi ti gbọ́ kíkùn àwọn ọmọ Israẹli. Sọ fun wọn, ‘Ní àṣálẹ́, ẹ̀yin yóò jẹ ẹran, àti ni òwúrọ̀ ni ẹ̀yin yóò jẹ oúnjẹ. Nígbà náà ni ẹ̀yin yóò mọ̀ pé Èmi ni Olúwa Ọlọ́run yín.’”
13 ଏଥିଉତ୍ତାରେ ସନ୍ଧ୍ୟା ସମୟରେ ଭାଟୋଇ ପକ୍ଷୀଗଣ ଆସି ଛାଉଣି-ସ୍ଥାନ ଆଚ୍ଛାଦନ କଲେ, ପୁଣି, ପ୍ରାତଃକାଳରେ ଛାଉଣି ସ୍ଥାନର ଚାରିଆଡ଼େ କାକର ପଡ଼ିଲା।
Ní àṣálẹ́ ọjọ́ náà ni àwọn àparò fò dé, wọ́n sì bo àgọ́ mọ́lẹ̀, ní òwúrọ̀ ìrì sì sẹ̀ yí gbogbo àgọ́ náà ká.
14 ଏଉତ୍ତାରେ ପତିତ କାକର ଊର୍ଦ୍ଧ୍ୱଗତ ହେଲାରୁ ଭୂମିସ୍ଥିତ କାକର ପରି ଗୋଲାକାର କ୍ଷୁଦ୍ର ଦ୍ରବ୍ୟ ପ୍ରାନ୍ତର ଉପରେ ପଡ଼ି ରହିଲା।
Nígbà tí ìrì tí ó sẹ̀ bo ilẹ̀ ti lọ, kíyèsi i, ohun tí ó dì, tí ó sì ń yooru bí i yìnyín wà lórí ilẹ̀.
15 ଆଉ ଇସ୍ରାଏଲ-ସନ୍ତାନଗଣ ତାହା ଦେଖି ପରସ୍ପରକୁ କହିଲେ, “ଏହା କʼଣ ଅଟେ?” ଯେହେତୁ ତାହା କʼଣ ଥିଲା, ସେମାନେ ଜାଣିଲେ ନାହିଁ। ତହିଁରେ ମୋଶା କହିଲେ, “ଏହା ତୁମ୍ଭମାନଙ୍କ ଭୋଜନ ନିମନ୍ତେ ସଦାପ୍ରଭୁଙ୍କ ଦତ୍ତ ଅନ୍ନ।
Nígbà tí àwọn ọmọ Israẹli rí i, wọ́n bi ara wọn léèrè pé, “Kí ni èyí?” Nítorí pé wọn kò mọ ohun tí i ṣe. Mose sì wí fún wọn pé, “Èyí ni oúnjẹ tí Olúwa fi fún un yín láti jẹ.
16 ଏ ବିଷୟରେ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ‘ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଭୋଜନ ଶକ୍ତି ବୁଝି ତାହା ସଂଗ୍ରହ କର; ତୁମ୍ଭମାନଙ୍କ ପ୍ରତ୍ୟେକ ଜଣ ଆପଣା ଆପଣା ତମ୍ବୁସ୍ଥିତ ପ୍ରାଣୀମାନଙ୍କ ସଂଖ୍ୟାନୁସାରେ ଏକ ଏକ ଜଣ ପାଇଁ ଏକ ଏକ ଓମର ପରିମାଣରେ ତାହା ସଂଗ୍ରହ କର।’”
Èyí ni ohun tí Olúwa ti pàṣẹ, ‘Kí olúkúlùkù máa kó èyí ti ó tó fún un láti jẹ. Ẹ mú òsùwọ̀n omeri kan fún ẹnìkọ̀ọ̀kan ti ó wà nínú àgọ́ yín.’”
17 ତହିଁରେ ଇସ୍ରାଏଲ ସନ୍ତାନମାନେ ସେହି ପ୍ରକାର କଲେ; କେହି ଅଧିକ ଓ କେହି ଅଳ୍ପ ସଞ୍ଚୟ କଲେ।
Àwọn ọmọ Israẹli sì ṣe bí a ti sọ fún wọn; àwọn kan kó púpọ̀, àwọn kan kó kékeré.
18 ଏଥିଉତ୍ତାରେ ସେମାନେ ଓମରରେ ତାହା ପରିମାଣ କରନ୍ତେ; ଯେ ଅଧିକ ସଂଗ୍ରହ କରିଥିଲା, ତାହାର ବଳକା ହେଲା ନାହିଁ, ପୁଣି, ଯେ ଅଳ୍ପ ସଂଗ୍ରହ କରିଥିଲା, ତାହାର ଅଭାବ ହେଲା ନାହିଁ; ଏହି ପ୍ରକାରେ ସେମାନେ ଭୋଜନ ଶକ୍ତି ଅନୁସାରେ ସଂଗ୍ରହ କଲେ।
Nígbà tí wọ́n fi òsùwọ̀n omeri wọ̀n-ọ́n, ẹni tí ó kó púpọ̀ kò ní púpọ̀ jù, bẹ́ẹ̀ ni ẹni tí ó kó ìwọ̀nba kò ní kéré jù. Ẹnìkọ̀ọ̀kan kó ìwọ̀nba ti ó tó fún un.
19 ଏଥିଉତ୍ତାରେ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ କେହି ପ୍ରାତଃକାଳ ପର୍ଯ୍ୟନ୍ତ କିଛି ରଖ ନାହିଁ।”
Mose sì wí fún wọ́n pé, “Kí ẹnikẹ́ni ó má ṣe kó pamọ́ lára rẹ̀ di òwúrọ̀ ọjọ́ kejì.”
20 ତଥାପି ସେମାନେ ମୋଶାଙ୍କର କଥା ନ ମାନି କେହି କେହି ପ୍ରଭାତ ପର୍ଯ୍ୟନ୍ତ କିଛି କିଛି ରଖିଲେ; ମାତ୍ର ତହିଁରେ ପୋକ ଜନ୍ମିଲା ଓ ଦୁର୍ଗନ୍ଧ ହେଲା। ଏଣୁ ମୋଶା ସେମାନଙ୍କ ଉପରେ କ୍ରୋଧ କଲେ।
Ṣùgbọ́n, àwọn kan nínú wọn kò fetí sí Mose, wọ́n kó lára rẹ̀ pamọ́ di òwúrọ̀ ọjọ́ kejì, ohun ti wọ́n kó pamọ́ kún fún ìdin, ó sì ti bẹ̀rẹ̀ sí ní rùn. Nítorí náà Mose bínú sí wọn.
21 ଏହିରୂପେ ପ୍ରତିଦିନ ପ୍ରାତଃକାଳରେ ସେମାନେ ଆପଣା ଆପଣା ଭୋଜନ ଶକ୍ତି ଅନୁସାରେ ତାହା ସଂଗ୍ରହ କଲେ; ମାତ୍ର ପ୍ରଚଣ୍ଡ ଖରା ହୁଅନ୍ତେ, ତାହା ତରଳି ଗଲା।
Ní òwúrọ̀, ni ojoojúmọ́ ni ẹnìkọ̀ọ̀kan ń lọ kó ìwọ̀nba ti ó tó fún un láti jẹ, bí oòrùn bá sì mú, a sì yọ́.
22 ଏଥିଉତ୍ତାରେ ଷଷ୍ଠ ଦିନରେ ସେମାନେ ଦୁଇଗୁଣ, ଅର୍ଥାତ୍‍, ପ୍ରତି ଜଣ ଦୁଇ ଦୁଇ ଓମର ଅନ୍ନ ସଂଗ୍ରହ କଲେ, ତହିଁରେ ମଣ୍ଡଳୀର ଅଧ୍ୟକ୍ଷ ସମସ୍ତେ ଆସି ମୋଶାଙ୍କୁ ଜଣାଇଲେ।
Ní ọjọ́ kẹfà, wọ́n kó ìlọ́po méjì èyí tiwọn ń kó tẹ́lẹ̀: òsùwọ̀n omeri méjì fún ẹnìkọ̀ọ̀kan; àwọn olórí ìjọ ènìyàn sì wá, wọ́n sì sọ èyí fún Mose.
23 ସେତେବେଳେ ମୋଶା ସେମାନଙ୍କୁ କହିଲେ, “ସଦାପ୍ରଭୁ ତାହା କହିଅଛନ୍ତି, ଯଥା, ‘କାଲି ମହା ବିଶ୍ରାମ ଦିନ, ଅର୍ଥାତ୍‍, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବିଶ୍ରାମ ହେବ; ଏହେତୁ ତୁମ୍ଭମାନଙ୍କର ଯାହା ଭାଜିବାର, ତାହା ଭାଜ; ଯାହା ପାକ କରିବାର, ତାହା ପାକ କର; ପୁଣି, ଯାହା କିଛି ଅବଶିଷ୍ଟ ରହେ, ତାହା ପ୍ରଭାତ ପର୍ଯ୍ୟନ୍ତ ସଞ୍ଚୟ କରି ରଖ।’”
Ó sì wí fún wọn pé, “Èyí ni ohun tí Olúwa pàṣẹ: ‘Ọ̀la jẹ́ ọjọ́ ìsinmi, ìsinmi mímọ́ fún Olúwa. Ẹ yan èyí ti ẹ̀yin ní yan, kí ẹ sì bọ èyí ti ẹ̀yin ní bọ̀. Ẹ tọ́jú èyí ti ó kù sílẹ̀, kí ẹ pa á mọ́ di òwúrọ̀.’”
24 ତହିଁରେ ସେମାନେ ମୋଶାଙ୍କର ଆଜ୍ଞାନୁସାରେ ପ୍ରଭାତ ପର୍ଯ୍ୟନ୍ତ ତାହା ରଖିଲେ, ଆଉ ତାହା ଦୁର୍ଗନ୍ଧ ହେଲା ନାହିଁ, କି ତହିଁରେ କୌଣସି ପୋକ ଜନ୍ମିଲା ନାହିଁ।
Wọ́n sì tọ́jú rẹ̀ di òwúrọ̀ bí Mose ti pàṣẹ; kò sì rùn bẹ́ẹ̀ ni kò sì ní ìdin.
25 ଏଥିଉତ୍ତାରେ ମୋଶା କହିଲେ, “ଆଜି ତୁମ୍ଭେମାନେ ତାହା ଭୋଜନ କର, ଯେହେତୁ ଆଜି ସଦାପ୍ରଭୁଙ୍କର ବିଶ୍ରାମବାର; ଆଜି କ୍ଷେତରେ ତାହା ପାଇବ ନାହିଁ।
Mose sì wí fún wọn pé, “Ẹ jẹ ẹ́ ní òní nítorí òní jẹ́ ọjọ́ ìsinmi Olúwa. Ẹ̀yin kò ni rí i ni orí ilẹ̀ ní ọjọ́ òní.
26 ତୁମ୍ଭେମାନେ ଛଅ ଦିନ ତାହା ସଂଗ୍ରହ କରିବ, ମାତ୍ର ସପ୍ତମ ଦିନ ବିଶ୍ରାମବାର ଅଟେ, ତହିଁରେ କିଛି ମିଳିବ ନାହିଁ।”
Ní ọjọ́ mẹ́fà ni kí ẹ fi kó o, ṣùgbọ́n ni ọjọ́ keje ọjọ́ ìsinmi, kò ní sí i fún un yín ni ọjọ́ náà.”
27 ତଥାପି ସପ୍ତମ ଦିନରେ ମଧ୍ୟ କେହି କେହି ତାହା ସଂଗ୍ରହ କରିବାକୁ ଗଲେ, ମାତ୍ର କିଛି ପାଇଲେ ନାହିଁ।
Síbẹ̀síbẹ̀ àwọn ènìyàn kan jáde lọ ní ọjọ́ keje láti kó o, ṣùgbọ́n wọn kò ri nǹkan kan kó.
28 ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେମାନେ ଆମ୍ଭର ଆଜ୍ଞା ଓ ବ୍ୟବସ୍ଥା ପାଳନ କରିବାକୁ କେତେ କାଳ ଅସମ୍ମତ ଥିବ?
Olúwa sì sọ fún Mose pé, “Yóò ti pẹ́ tó ti ẹ ó kọ̀ láti pa àṣẹ mi àti ìlànà mi mọ́?
29 ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କୁ ବିଶ୍ରାମ ଦିନ ଦେବା ସକାଶୁ ସେ (ସଦାପ୍ରଭୁ) ତୁମ୍ଭମାନଙ୍କୁ ଷଷ୍ଠ ଦିନରେ ଦୁଇ ଦିନର ଖାଦ୍ୟ ଦିଅନ୍ତି; ତୁମ୍ଭେମାନେ ପ୍ରତି ଜଣ ସପ୍ତମ ଦିନରେ ଆପଣା ଆପଣା ସ୍ଥାନରୁ ବାହାରକୁ ନ ଯାଇ ସ୍ୱ ସ୍ୱ ସ୍ଥାନରେ ଥାଅ।”
Wò ó? Olúwa ti fún un yín ni ọjọ́ ìsinmi, nítorí náà, ni ọjọ́ kẹfà, ó fún un yín ni oúnjẹ ọjọ́ méjì; kí ẹnìkọ̀ọ̀kan dúró ni ibi tí ó gbé wà; kí ẹ má ṣe kúrò ni ibi tí ẹ wà ni ọjọ́ keje.”
30 ତେବେ ଲୋକମାନେ ସପ୍ତମ ଦିନରେ ବିଶ୍ରାମ କଲେ।
Nítorí náà, àwọn ènìyàn sinmi ní ọjọ́ keje.
31 ପୁଣି, ଇସ୍ରାଏଲ ବଂଶ ସେହି ଖାଦ୍ୟର ନାମ “ମାନ୍ନା” ଦେଲେ; ତାହା ଧନିଆ ପରି ଶୁକ୍ଳବର୍ଣ୍ଣ ଓ ତାହାର ଆସ୍ୱାଦ ମଧୁ ମିଶ୍ରିତ ରୁଟି ତୁଲ୍ୟ ଥିଲା।
Àwọn ènìyàn Israẹli sì pe oúnjẹ náà ní manna. Ó funfun bí irúgbìn korianderi, ó sì dùn bí àkàrà fẹ́lẹ́fẹ́lẹ́ ti a fi oyin ṣe.
32 ଏଥିଉତ୍ତାରେ ମୋଶା କହିଲେ, “ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି, ‘ସେ ତୁମ୍ଭମାନଙ୍କୁ ମିସର ଦେଶଠାରୁ ଆଣିବା ସମୟରେ ପ୍ରାନ୍ତର ମଧ୍ୟରେ ଯେଉଁ ଅନ୍ନ ଭୋଜନ କରାଇଲେ, ତାହା ଯେପରି ତୁମ୍ଭମାନଙ୍କ ପୁରୁଷ-ପରମ୍ପରା ଦେଖନ୍ତି, ଏହେତୁ ସେମାନଙ୍କ ନିମନ୍ତେ ଏକ ଓମର ପରିମାଣ ମାନ୍ନା ରଖ।’”
Mose wí pé, “Èyí ni ohun tí Olúwa pàṣẹ, ‘Ẹ mú òsùwọ̀n omeri manna kí ẹ sì pa á mọ́ de àwọn ìran ti ń bọ̀, kí wọn kí ó lè rí oúnjẹ ti èmi fi fún un yín jẹ ní ijù, nígbà tí mo mú un yín jáde ni ilẹ̀ Ejibiti.’”
33 ସେତେବେଳେ ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ଗୋଟିଏ ପାତ୍ର ନେଇ ଏକ ଓମର ପରିମାଣ ମାନ୍ନା ପୂର୍ଣ୍ଣ କରି ସଦାପ୍ରଭୁଙ୍କ ସମ୍ମୁଖରେ ରଖ; ତାହା ତୁମ୍ଭମାନଙ୍କ ପୁରୁଷ-ପରମ୍ପରା ନିମନ୍ତେ ରଖାଯିବ।”
Nígbà náà ni Mose sọ fún Aaroni pe, “Mú ìkòkò kan, kí o sì kó manna tí ó kún òsùwọ̀n omeri kan sí inú rẹ̀, kí o sì gbé e kalẹ̀ ni iwájú Olúwa láti tọ́jú rẹ̀ pamọ́ de àwọn ìran ti ń bọ̀.”
34 ତହୁଁ ହାରୋଣ ମୋଶାଙ୍କ ପ୍ରତି ଉକ୍ତ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସାକ୍ଷ୍ୟ-ସିନ୍ଦୁକ ନିକଟରେ ରଖାଯିବା ନିମିତ୍ତ ତାହା ସଞ୍ଚୟ କରି ରଖିଲେ।
Bí Olúwa ti pàṣẹ fún Mose, Aaroni gbé manna sí iwájú ẹ̀rí láti pa á mọ́.
35 ଇସ୍ରାଏଲ ସନ୍ତାନମାନେ ବସତି ଦେଶରେ ଉପସ୍ଥିତ ନ ହେବା ଯାଏ ଚାଳିଶ ବର୍ଷ ପର୍ଯ୍ୟନ୍ତ ସେହି ମାନ୍ନା ଭୋଜନ କଲେ ଓ କିଣାନ ଦେଶର ସୀମାରେ ଉପସ୍ଥିତ ନ ହେବା ଯାଏ ସେମାନେ ତାହା ଖାଇଲେ।
Àwọn ará Israẹli jẹ manna fún ogójì ọdún títí wọ́n fi dé ilẹ̀ Kenaani ni ibi ti èso ti wà fún wọn láti jẹ, wọ́n jẹ manna títí tí wọ́n fi dé ilẹ̀ agbègbè Kenaani.
36 ଏକ ଓମର ଐଫାର ଦଶମାଂଶ।
(Òsùwọ̀n omeri kan sì jẹ́ ìdákan nínú ìdámẹ́wàá efa.)

< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 16 >