< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 11 >

1 ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭେ ଫାରୋ ଓ ମିସର ଉପରେ ଆଉ ଏକ ଉତ୍ପାତ ଆଣିବା; ତହିଁ ଉତ୍ତାରେ ସେ ତୁମ୍ଭମାନଙ୍କୁ ଏ ସ୍ଥାନରୁ ଯିବାକୁ ଦେବ; ପୁଣି, ଯିବାକୁ ଦେବା ସମୟରେ ସେ ତୁମ୍ଭମାନଙ୍କୁ ନିତାନ୍ତ ତଡ଼ି ଦେବ।
To, fa, sai Ubangiji ya ce wa Musa, “Zan ƙara kawo annoba guda a kan Fir’auna da kan Masar. Bayan haka, zai bar ku, ku fita daga nan. Sa’ad da ya yi haka kuwa, zai kore ku gaba ɗaya.
2 ଏହେତୁ ଏବେ ଲୋକମାନଙ୍କ କର୍ଣ୍ଣଗୋଚରରେ କୁହ, ପ୍ରତ୍ୟେକ ପୁରୁଷ ଆପଣା ଆପଣା ପ୍ରତିବାସୀଠାରୁ ଓ ପ୍ରତ୍ୟେକ ସ୍ତ୍ରୀ ଆପଣା ଆପଣା ପ୍ରତିବାସିନୀଠାରୁ ରୌପ୍ୟ-ଅଳଙ୍କାର ଓ ସ୍ୱର୍ଣ୍ଣ-ଅଳଙ୍କାର ମାଗି ନିଅନ୍ତୁ।”
Ka faɗa wa mutane cewa dukan maza da mata, su roƙi maƙwabtansu kayan azurfa da na zinariya.”
3 ଆଉ ସଦାପ୍ରଭୁ ମିସରୀୟମାନଙ୍କ ଦୃଷ୍ଟିରେ ଲୋକମାନଙ୍କୁ ଅନୁଗ୍ରହପ୍ରାପ୍ତ କଲେ। ପୁଣି, ମିସର ଦେଶରେ ଫାରୋଙ୍କର ଦାସମାନଙ୍କ ଓ ଲୋକମାନଙ୍କ ଦୃଷ୍ଟିରେ ମୋଶା ଅତି ସମ୍ଭ୍ରାନ୍ତ ପୁରୁଷ ହେଲେ।
(Ubangiji ya sa mutane suka sami tagomashi a idon Masarawa, Musa kuwa ya sami girma sosai a cikin ƙasar Masar a gaban fadawan Fir’auna da kuma a gaban jama’ar.)
4 ଏଥିଉତ୍ତାରେ ମୋଶା କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ଦୁଇପ୍ରହର ରାତ୍ରିରେ ମିସରର ମଧ୍ୟଦେଇ ଗମନ କରିବା।
Saboda haka Musa ya ce, “Ga abin da Ubangiji ya ce, ‘Wajen tsakar dare, zan ratsa dukan Masar.
5 ତହିଁରେ ସିଂହାସନୋପବିଷ୍ଟ ଫାରୋଙ୍କର ପ୍ରଥମଜାତଠାରୁ ଚକି ପେଷଣକାରିଣୀ ଦାସୀର ପ୍ରଥମଜାତ ପର୍ଯ୍ୟନ୍ତ ମିସର ଦେଶସ୍ଥିତ ସମସ୍ତ ପ୍ରଥମଜାତ ଓ ପଶୁମାନଙ୍କର ପ୍ରଥମଜାତ ମରିବେ।
Kowane ɗan fari, namiji, a Masar zai mutu, daga kan ɗan fari na Fir’auna wanda zai ci gadon sarauta, har zuwa kan ɗan fari na baiwa, wadda take niƙa, da kuma dukan’yan farin shanu.
6 ଏଣୁ ସମୁଦାୟ ମିସର ଦେଶରେ, ଯେପରି କେବେ ହୋଇ ନାହିଁ ଓ ହେବ ନାହିଁ, ଏପରି ମହାରୋଦନ ହେବ।
Za a yi kuka mai zafi ko’ina a Masar, irin wadda ba a taɓa yi ba, ba kuwa za a ƙara yi ba.
7 ମାତ୍ର ସଦାପ୍ରଭୁ ମିସରୀୟ ଲୋକଙ୍କଠାରୁ ଇସ୍ରାଏଲୀୟ ଲୋକଙ୍କୁ ପ୍ରଭେଦ କରନ୍ତି, ଏହା ଯେପରି ତୁମ୍ଭେମାନେ ଜ୍ଞାତ ହେବ, ଏଥିପାଇଁ ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ମନୁଷ୍ୟ କି ପଶୁ ପ୍ରତି ଗୋଟିଏ କୁକ୍କୁର ସୁଦ୍ଧା ଜିହ୍ୱା ପଜାଇବ ନାହିଁ।’
Amma a cikin Isra’ilawa, ba karen da zai yi haushi wa mutum ko dabba.’ Ta haka za ku sani Ubangiji zai bambanta tsakanin Masar da Isra’ila.
8 ତହିଁରେ ତୁମ୍ଭର ଏହି ସମସ୍ତ ଦାସମାନେ ମୋʼ ନିକଟକୁ ନତ ହୋଇ ଆସିବେ ଓ ମୋତେ ପ୍ରଣାମ କରି କହିବେ, ‘ତୁମ୍ଭେ ଓ ତୁମ୍ଭର ଅନୁଗତ ସମସ୍ତ ଲୋକ ବାହାରି ଯାଅ;’ ତହିଁ ଉତ୍ତାରେ ମୁଁ ବାହାରି ଯିବି।” ଏଥିଉତ୍ତାରେ ସେ ପ୍ରଚଣ୍ଡ କ୍ରୋଧରେ ଫାରୋଙ୍କ ନିକଟରୁ ବାହାରିଗଲେ।
Dukan fadawan nan naka za su zo wurina, suna fāɗi a gabana suna cewa, ‘Ka fita, kai da dukan jama’arka!’ Sa’an nan zan fita.” Daga nan sai Musa ya fita daga gaban Fir’auna a husace.
9 ସଦାପ୍ରଭୁ ମୋଶାଙ୍କୁ କହିଥିଲେ, “ଆମ୍ଭେ ଯେପରି ମିସର ଦେଶରେ ଆପଣା ଆଶ୍ଚର୍ଯ୍ୟକ୍ରିୟା ବହୁସଂଖ୍ୟକ କରିବା, ଏଥିପାଇଁ ଫାରୋ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବ ନାହିଁ।”
Ubangiji ya ce wa Musa, “Fir’auna zai ƙi kasa kunne gare ka, sai na ƙara aikata waɗansu mu’ujizai cikin Masar.”
10 ପୁଣି, ମୋଶା ଓ ହାରୋଣ ଫାରୋଙ୍କ ସମ୍ମୁଖରେ ଏହି ସମସ୍ତ ଆଶ୍ଚର୍ଯ୍ୟକର୍ମ କରିଥିଲେ; ମାତ୍ର ସଦାପ୍ରଭୁ ଫାରୋଙ୍କର ହୃଦୟ କଠିନ କରନ୍ତେ, ସେ ଆପଣା ଦେଶରୁ ଇସ୍ରାଏଲ-ସନ୍ତାନଗଣଙ୍କୁ ଯିବାକୁ ଦେଲେ ନାହିଁ।
Musa da Haruna suka aikata dukan waɗannan mu’ujizai a gaban Fir’auna, amma Ubangiji ya taurare zuciyar Fir’auna, bai kuwa bar Isra’ilawa su fita daga ƙasarsa ba.

< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 11 >